SIR - The Sakala

ଆଜିଠାରୁ ରାଜ୍ୟରେ SIR ପ୍ରକ୍ରିୟା ଆରମ୍ଭ, ୩ କୋଟି ୩୩ ଲକ୍ଷ ୯୯ ହଜାର ଭୋଟରଙ୍କ ପାଖକୁ ଯିବେ BLO
ଭୁବନେଶ୍ୱର: ଆଜିଠାରୁ ଓଡ଼ିଶାରେ ଆରମ୍ଭ ହୋଇଛି ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟା । ଜୁନ୍‌ ୨୮ ତାରିଖ ଯାଏ ଚାଲିବ ଏହି SIR କାର୍ଯ୍ୟକ୍ରମ । SIR ପାଇଁ ୪୫ ହଜାର ୨୫୫ ଜଣ ବୁଥ୍‌ ଲେବୁଲ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ଏସ୍ଆଇଆର୍ ପାଇଁ ୩ କୋଟି ୩୩ ଲକ୍ଷ ୯୯ ହଜାର ଭୋଟରଙ୍କ ପାଖକୁ ଯିବେ BLO । ପ୍ରତିଦିନ ଅପରାହ୍ନ ୩ଟାରୁ ୫ଟା ଯାଏ ବୁଥ୍‌ରେ ଉପସ୍ଥିତ ରହିବେ BLO । ସେପ୍ଟେମ୍ବର ୬ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା ।

ଏସ୍ଆଇଆର୍ କାର୍ଯ୍ୟକ୍ରମରେ ପ୍ରଶିକ୍ଷିତ ବୁଥ୍ ଲେଭଲ୍ ଅଫିସରମାନେ ଘରକୁ ଘର ବୁଲି ଯାଞ୍ଚ କରିବା ସହ ପ୍ରତି ଭୋଟରଙ୍କୁ ଦୁଇଟି ଲେଖାଏଁ ‘ଏନୁମେରେସନ ଫର୍ମ’ ଦେବେ । ଭୋଟର ସେହି ଫର୍ମରେ ନିଜର ବ୍ୟକ୍ତିଗତ ତଥ୍ୟ, ପରିବାରର ବିବରଣୀ ଏବଂ ୨୦୦୨ ଭୋଟର ତାଲିକାର ସୂଚନା ସଠିକ୍ ଭାବେ ପୂରଣ କରିବେ । ପୂରଣ ହୋଇଥିବା ଫର୍ମର ଗୋଟିଏ କପି BLO ଙ୍କୁ ଦେବେ ।  ଫର୍ମ ସଂଗ୍ରହ ପାଇଁ BLO ମାନେ ପ୍ରତିଦିନ ଅପରାହ୍ନ ୩ଟାରୁ ସଂଧ୍ୟା ୫ ଟା ପର୍ଯ୍ୟନ୍ତ ନିଜ ନିଜ ମତଦାନ କେନ୍ଦ୍ରରେ ଉପଲବ୍ଧ ରହିବେ । ଏହି ସଂପୂର୍ଣ୍ଣ ପ୍ରକ୍ରିୟା ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶେଷ ହେବ । ଡ୍ରାଫ୍ଟ ଭୋଟର ତାଲିକା ୨୦୨୬ ଜୁଲାଇ ୫ରେ ପ୍ରକାଶ ପାଇବ । ଆପତ୍ତି ଓ ଅଭିଯୋଗ ଜୁଲାଇ ୫ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ କରିପାରିବେ ଭୋଟର । ଚୂଡ଼ାନ୍ତ ଭୋଟର ତାଲିକା ଅକ୍ଟୋବର ୬ରେ ପ୍ରକାଶ ପାଇବ ।

କାଲିଠୁ ରାଜ୍ୟରେ ଏସଆଇଆର, ଘର ଘର ବୁଲି ଭୋଟର ତାଲିକା ସଂଶୋଧନ କରିବେ ବିଏଲ୍ଓ: CEO
ଭୁବନେଶ୍ୱର: କାଲିଠୁ ଓଡିଶାରେ ଏସଆଇଆର ପ୍ରକ୍ରିୟା ଆରମ୍ଭ ହେବ। ଘର ଘର ବୁଲି ଭୋଟର ତାଲିକା ସଂଶୋଧନ କରିବେ ବିଏଲ୍ଓ । ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ନେଇ ପ୍ରେସମିଟ୍ ଜରିଆରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ,ଏହି ପ୍ରକିୟା ଜୁନ ୨୮ ଯାଏଁ ଚାଲିବ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୩ କୋଟି ୧୬୩ ହଜାର ୩୨୩ ଜଣ ଭୋଟରଙ୍କ ମ୍ୟାପିଂ ସରିଛି। ୧୭% ଲଜିକାଲ ମଧ୍ୟ ଏରର ବାହାରିଛି। ଯଦି କୌଣସି ଭୋଟରଙ୍କ କିଛି ତ୍ରୁଟି ରହିଥିବ ତାହାଲେ ଏହାର ସଂଶୋଧନ କରିବେ ବିଏଲ୍‌ଓ।

ଆସନ୍ତାକାଲିଠୁ ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ୪୫ ହଜାର ୨୫୫ ଜଣ ପ୍ରଶିକ୍ଷିତ ବୁଥ୍ ଲେଭଲ୍ ଅଫିସର (BLO) ଘରକୁ ଘର ବୁଲି ଯାଞ୍ଚ କରିବେ। ଘରକୁ ଘର ବୁଲିବା ସମୟରେ BLO ମାନେ ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ଲେଖାଏଁ ‘ଏନୁମେରେସନ ଫର୍ମ’ ଦେବେ। ଭୋଟରମାନେ ସେହି ଫର୍ମରେ ନିଜର ବ୍ୟକ୍ତିଗତ ତଥ୍ୟ, ପରିବାରର ବିବରଣୀ ଓ ୨୦୦୨ ଭୋଟର ତାଲିକାର ସୂଚନା ସଠିକ୍ ଭାବେ ପୂରଣ କରିବେ। ଦୁଇଟି ଫର୍ମ ମଧ୍ୟରୁ ଗୋଟିଏ ନିଜ ପାଖରେ ରଖିବେ ଆଉ ଗୋଟିଏ ଫର୍ମ ବିଏଲ୍‌ଓଙ୍କୁ ଦେବେ । ଯଦି କୌଣସି ଭୋଟରଙ୍କ ନାମ କିମ୍ବା ଜନ୍ମ ତାରିଖ, ଠିକଣା ରେ ଯଦି କିଛି ତ୍ରୁଟି ଥାଏ ତାହାଲେ ବିଏଲ୍ଓଙ୍କ ଜରିଆରେ ଭୋଟର ଆଇଡିର ସଂଶୋଧନ କରିପାରିବେ ଲୋକେ। ଅଣ ଭାରତୀୟଙ୍କୁ ସିଧାସଳଖ ତାଲିକାରୁ ବାଦ୍ ଦିଆଯାଉଥିବା ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ଆସନ୍ତା ୩୦ରୁ ରାଜ୍ୟରେ SIR: କାର୍ଯ୍ୟକ୍ରମର ସୁପରିଚାଳନା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ମଇ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର) କାର୍ଯ୍ୟକ୍ରମର ସୁପରିଚାଳନା ନେଇ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଲନ ଙ୍କ ଅଧ୍ୟକ୍ଷତାରେ ଆଭାସୀ (ଭର୍ଚୁଆଲ୍) ମାଧ୍ୟମରେ ଆୟୋଜିତ ଏହି ବୈଠକରେ ସମସ୍ତ ଜିଲ୍ଲାର ନୋଡାଲ ଅଫିସର, ଡେପୁଟି କଲେକ୍ଟର (ନିର୍ବାଚନ) ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ମାନେ ସାମିଲ ହୋଇଥିଲେ।

ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆସନ୍ତା ଏସଆଇଆର କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ ଓ ତ୍ରୁଟିଶୂନ୍ୟ କରିବା ପାଇଁ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ତ୍ରୁଟି ସଂଶୋଧନ ଏବଂ ସ୍ଥାନାନ୍ତରଣ ପ୍ରକ୍ରିୟାକୁ କିପରି ସରଳୀକରଣ କରାଯାଇପାରିବ, ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଅଭିଯାନରେ କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନପଡ଼ନ୍ତି, ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ସେ କହିଛନ୍ତି।

ଭୋଟର ତାଲିକା  ର ସ୍ୱତନ୍ତ୍ର ସଘନ  ସଂଶୋଧନ’ ସମୟରେ  ବି ଏଲ ଓ ମାନେ  ଘରକୁ ଘର ବୁଲି ସର୍ଭେପ୍ରକ୍ରିୟାକୁ ସ୍ୱଚ୍ଛ, ସରଳ ଓ ଗୁଜବମୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ  ସମସ୍ତ ଜିଲ୍ଲା ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ସୋସିଆଲ ମିଡିଆରେ ଏସ ଆଇ ଆର କୁ ନେଇ ପ୍ରସାରିତ ହେଉଥିବା ଯେକୌଣସି ଅପପ୍ରଚାରର ତୁରନ୍ତ ମୁକାବିଲା କରିବାକୁ ଏହି ଆଭାସୀ ବୈଠକରେ ଚେତାବନୀ ଦିଆଯାଇଛି।

ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ସୋସିଆଲ ମିଡିଆରେ କୌଣସି ପ୍ରକାର ଭ୍ରମାତ୍ମକ ସୂଚନା  କିମ୍ବା ଗୁଜବ ଯେପରି ନ ବ୍ୟାପେ, ସେଥିପାଇଁ ପ୍ରତ୍ୟେକ ଜିଲ୍ଲାର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ତୀକ୍ଷ୍ଣ ନଜର ରଖିବେ। କୌଣସି ଅପପ୍ରଚାର ନଜରକୁ ଆସିଲେ, ପ୍ରଶାସନ ପକ୍ଷରୁ ସଙ୍ଗେ ସଙ୍ଗେ ତାର ସତ୍ୟାସତ୍ୟ ଉପସ୍ଥାପନ କରାଯାଇ ଖଣ୍ଡନ କରାଯିବ।

ଭୋଟର ତାଲିକା ପ୍ରସ୍ତୁତି ପାଇଁ ଉଦ୍ଦିଷ୍ଟ ସମସ୍ତ ଗଣନା ଫର୍ମ କୁ ସ୍ଥାନୀୟ ଓଡ଼ିଆ ଭାଷାରେ ଉପଲବ୍ଧ କରାଯିବ, ଯାହାଦ୍ୱାରା ଗ୍ରାମାଞ୍ଚଳର ସାଧାରଣ ଲୋକେ ଏହାକୁ ସହଜରେ ବୁଝିପାରିବେ। ଏହା ସହିତ ଘରକୁ ଘର ବୁଲି ହେବାକୁ ଥିବା ଗଣନା କାର୍ଯ୍ୟକ୍ରମ  ବିଷୟରେ ଲୋକଙ୍କୁ ସଚେତନ କରାଯିବ, ଯେପରି ସେମାନେ ନିଜ ସଠିକ୍ ତଥ୍ୟ ପ୍ରଦାନ କରିବେ।

ଜନସାଧାରଣଙ୍କ ସହାୟତା ପାଇଁ ୧୯୫୦  ଟୋଲ୍ ଫ୍ରି ନିର୍ବାଚନ ହେଲ୍ପଲାଇନ ନମ୍ବରର ବ୍ୟାପକ ପ୍ରଚାର କରାଯିବ। ଏହି ନମ୍ବର ଜରିଆରେ ନାଗରିକମାନେ ଭୋଟର ତାଲିକା ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ ଏବଂ ନିଜ ଅଞ୍ଚଳର ବୁଥ୍ ସ୍ତରୀୟ ଅଧିକାରୀ ( ଙ୍କ ସହ ଆଲୋଚନା ପାଇଁ ଏକ କଲ୍ ମଧ୍ୟ ବୁକ୍ (Book a call) କରିପାରିବେ।

ଭୋଟର ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସ୍ଥାନୀୟ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ  ମାଧ୍ୟମରେ ଏହାର କିପରି ବହୁଳ ଭାବରେ ପ୍ରଚାର ପ୍ରସାର କରାଯାଇପାରିବ ସେ ଉପରେ ଡେ଼ପୁଟି ସିଇଓ ଡ଼. ଲଷ୍ମୀପ୍ରସାଦ ସାହୁ  ସମସ୍ତ ଜିଲ୍ଲାର ମିଡ଼ିଆ ସେଲ, ସୋସିଆଲ ମିଡ଼ିଆ ସେଲ ର ମୁଖ୍ୟ ଓ ଡିଆଇପିଆରଓ ମାନଙ୍କୁ ପରାମର୍ଶ ଦେଇଛନ୍ତି।

ପ୍ରତ୍ୟେକ ଜିଲ୍ଲାରେ ନିର୍ବାଚନ ବିଭାଗ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଡେପୁଟି କଲେକ୍ଟର (ନିର୍ବାଚନ) ଓ ନୋଡାଲ ଅଫିସରମାନଙ୍କୁ ପରାମର୍ଶ ଦିଆଯାଇଛି। ଅନଲାଇନ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ସହ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କୁ ସକ୍ରିୟ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଲନ ଙ୍କ ସମେତ ଡେ଼ପୁଟି ସିଇଓ  ଡ଼.ଲଷ୍ମୀପ୍ରସାଦ ସାହୁ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ସ୍ମାରକପତ୍ର: ସ୍ୱଚ୍ଛ, ତ୍ରୁଟିଶୂନ୍ୟ ହେଉ ଏସ୍‌ଆଇଆର୍‌ ପ୍ରକ୍ରିୟା
ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ସ୍ପେଶାଲ ଇଣ୍ଟେନସିଭ୍‌ ରିଭିଜନ (ଏସଆଇଆର) ବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସହଜ ଏବଂ ତ୍ରୁଟିଶୂନ୍ୟ କରିବା ପାଇଁ ବିଜେଡି ପକ୍ଷରୁ ସୋମବାର ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ (ସିଇଓ) ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏସଆଇଆର ପ୍ରକ୍ରିୟା ସମୟରେ ସ୍ୱଚ୍ଛତା, ସ୍ୱେଚ୍ଛାସେବୀ ସମ୍ପୃକ୍ତି ଏବଂ ସୁବିଧା ବ୍ୟବସ୍ଥା, ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲଓ) ମାନଙ୍କର ଉପସ୍ଥିତି ଏବଂ ପ୍ରବାସୀ ଶ୍ରମିକଙ୍କ ଅଧିକାର ସୁରକ୍ଷା ନେଇ ଦଳ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପ୍ରଦାନ ସହ ଏନେଇ କେତେକ ଚିନ୍ତା ମଧ୍ୟ ପ୍ରକଟ କରାଯାଇଛି।

ଦାବିପତ୍ରରେ ବିଜେଡି ପକ୍ଷରୁ କୁହାଯାଇଛି ଯେ ଯେହେତୁ ପୂର୍ବବର୍ଷଗୁଡ଼ିକର ଭୋଟର୍‌ ତାଲିକା ବିଶେଷକରି ୨୦୦୨ ଏବଂ ୨୦୨୫ ଭୋଟର୍‌ ତାଲିକା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସିଆଲ୍‌ ୱେବସାଇଟ୍‌ରେ ଉପଲବ୍ଧ ରହିଛି, ତେଣୁ ଏସଆଇଆର ବିଜ୍ଞପ୍ତି ପୂର୍ବରୁ ପ୍ରସ୍ତୁତ ମ୍ୟାପିଂ ଡାଟାକୁ ମଧ୍ୟ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ କାର୍ଯ୍ୟାଳୟ ବ୍ୟତୀତ ଅଫିସିଆଲ୍‌ ୱେବସାଇଟ୍‌ରେ ସାର୍ବଜନୀନ ଭାବେ ଉପଲବ୍ଧ କରାଯାଉ। ଏହା ସ୍ୱଚ୍ଛତା ଏବଂ ଏସଆଇଆର ପ୍ରକ୍ରିୟାର ସୁଗମ ପରିଚାଳନା ପାଇଁ ଉପଯୋଗୀ ହେବ। ପ୍ରାକ୍‌-ଏସଆଇଆର ମ୍ୟାପିଂ ସମୟରେ ପ୍ରାୟ ୯.୮୦ଲକ୍ଷ ଭୋଟରଙ୍କ ନାମ ତାଲିକାରୁ ବାଦ୍‌ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ତଥ୍ୟ ସାର୍ବଜନୀନ ହେଲେ ଭୋଟର, ରାଜନୈତିକ ଦଳ ଏବଂ ବୁଥ୍‌ ସ୍ତରୀୟ ଏଜେଣ୍ଟମାନେ ତ୍ରୁଟି ସଂଶୋଧନ କରିପାରିବେ ଏବଂ କୌଣସି ଯୋଗ୍ୟ ଭୋଟର ବାଦ୍‌ ପଡ଼ିବେ ନାହିଁ। ନୂତନ ଭାବେ ସୃଷ୍ଟି ହୋଇଥିବା ବୁଥଗୁଡ଼ିକରେ ତୁରନ୍ତ ସ୍ଥାୟୀ ବିଏଲ୍‌ଓ ନିଯୁକ୍ତି ଦେବା ସହ ସେମାନଙ୍କୁ ସଠିକ୍‌ ତାଲିମ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି। ଜନସାଧାରଣଙ୍କ ସୁବିଧା ପାଇଁ ପ୍ରତ୍ୟେକ ବୁଥରେ ଦୈନିକ ଅନ୍ତତଃପକ୍ଷେ ଦୁଇଘଣ୍ଟା (ଅପରାହ୍ନ ୩ଟାରୁ ୫ଟା) ବିଏଲ୍‌ଓମାନେ ଉପସ୍ଥିତ ରହିବା ଜରୁରୀ। ଏହାସହ ସ୍ୱଚ୍ଛତା ରକ୍ଷା ପାଇଁ ବିଏଲ୍‌ଓ ଏବଂ ବିଏଲ୍‌ଏମାନଙ୍କର ନାମ ଓ ମୋବାଇଲ୍‌ ନମ୍ୱର ବୁଥର ନୋଟିସ୍‌ ବୋର୍ଡରେ ମାରିବାକୁ ବିଜେଡି ଦାବି କରିଛି। ସେହିପରି ବୁଥ୍‌ ସ୍ତରରେ ନିୟୋଜିତ ହେଉଥିବା ସ୍ୱେଚ୍ଛାସେବୀମାନଙ୍କ ଉତ୍ସ, ଅଧିକାର ଏବଂ ସେମାନଙ୍କ ଉପରେ କାହାର ନିୟନ୍ତ୍ରଣ ରହିଛି, ସେନେଇ ସ୍ପଷ୍ଟୀକରଣ ମଗାଯାଇଛି। ଏହି ସ୍ୱେଚ୍ଛାସେବୀମାନେ ଯେପରି କୌଣସି ରାଜନୈତିକ ଦଳ ସହ ଜଡ଼ିତ ନଥାଇ କେବଳ ସରକାରୀ କର୍ମଚାରୀଙ୍କ ମଧ୍ୟରୁ ଚୟନ ହୁଅନ୍ତି, ତାହା ନିଶ୍ଚିତ କରିବାକୁ ଦଳ କହିଛି। ଏହାବ୍ୟତୀତ, ରାଜନୈତିକ ଦଳଗୁଡ଼ିକ ସହ ହେଉଥିବା ସମୀକ୍ଷା ବୈଠକ ଜିଲ୍ଲା ମୁଖ୍ୟାଳୟ ବଦଳରେ ସମ୍ପୃକ୍ତ ନିର୍ବାଚନମଣ୍ଡଳୀ ମୁଖ୍ୟାଳୟରେ କରିବାକୁ ପ୍ରସ୍ତାବ ଦିଆଯାଇଛି।

ଅପରପକ୍ଷେ, ରୋଜଗାର ପାଇଁ ବାହାରେ ରହୁଥିବା ପ୍ରବାସୀ ଶ୍ରମିକମାନେ ଯେପରି ଭୋଟ୍‌ ଅଧିକାରରୁ ବଞ୍ଚିତ ନହେବେ, ସେଥିପାଇଁ ଶ୍ରମ ବିଭାଗ ଓ ସ୍ଥାନୀୟ ପ୍ରଶାସନ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଉ। ଡିଜିଟାଲ୍‌ ବ୍ୟବସ୍ଥା ଜାଣି ନଥିବା ଲୋକଙ୍କ ପାଇଁ ଅଫଲାଇନ୍‌ ସହାୟତା ଶିବିର ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ବିଜେଡି ସିଇଓଙ୍କୁ ଅନୁରୋଧ କରିଛି। ଏକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ପ୍ରତ୍ୟେକ ନାଗରିକଙ୍କ ଅଂଶଗ୍ରହଣ ଏବଂ ନିର୍ବାଚନ କମିଶନଙ୍କ ଉପରେ ଜନସାଧାରଣଙ୍କ ଆସ୍ଥା ବଜାୟ ରଖିବା ପାଇଁ ଏହି ସବୁ ପଦକ୍ଷେପ ନେବା ଅତ୍ୟନ୍ତ ଆବଶ୍ୟକ ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି।

ଏହି ପ୍ରତିନିଧି ଦଳରେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ପ୍ରତାପ ଜେନା, ନିରଞ୍ଜନ ପୂଜାରୀ, ସଞ୍ଜୟ କୁମାର ଦାସବର୍ମା, ଅଶୋକ ଚନ୍ଦ୍ର ପଣ୍ଡା, ଭୃଗୁ ବକ୍ସିପାତ୍ର, ମନ୍ମଥ ରାଉତରାୟ, ଡ. ପ୍ରିୟବ୍ରତ ମାଝୀ, ଡ. ଲେନିନ୍‌ ମହାନ୍ତି, ବିଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଭୋଟର ତାଲିକା ସଂଶୋଧନ: ଓଡ଼ିଶା ସମେତ ୧୬ଟି ରାଜ୍ୟରେ ହେବ ତୃତୀୟ ପର୍ଯ୍ୟାୟ ‘SIR’
ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ (ECI) ଦେଶବ୍ୟାପୀ ଭୋଟର ତାଲିକା ଅପଡେଟ୍ କରିବା ପାଇଁ 'ସ୍ୱତନ୍ତ୍ର ସଘନ ସଂଶୋଧନ' (Special Intensive Revision - SIR) ର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିଛନ୍ତି। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ତୃଣମୂଳ ସ୍ତରରେ ଯାଞ୍ଚ କରିବା ଏବଂ ନିର୍ବାଚନ ଅଧିକାରୀଙ୍କ ସହିତ ସମନ୍ୱୟ ରକ୍ଷା କରି ଭୋଟର ତାଲିକାରେ ଅଧିକ ସ୍ୱଚ୍ଛତା ତଥା ସଠିକତା ଆଣିବା।

ଏହି ତୃତୀୟ ପର୍ଯ୍ୟାୟ ଅଧୀନରେ ଦେଶର ୧୬ଟି ରାଜ୍ୟ ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳ (UTs) ରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯିବ। ଏହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଦାଦ୍ରା ଓ ନଗର ହାବେଳି ଏବଂ ଦାମନ ଓ ଡିଉ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ନୂଆଦିଲ୍ଲୀ, ପଞ୍ଜାବ, ସିକ୍କିମ୍, ତ୍ରିପୁରା, ତେଲେଙ୍ଗାନା ଏବଂ ଉତ୍ତରାଖଣ୍ଡ ସାମିଲ ରହିଛି।

ତୃତୀୟ ପର୍ଯ୍ୟାୟରୁ ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର ଏବଂ ଲଦାଖ କୁ ବାଦ୍ ଦିଆଯାଇଛି। ତୃତୀୟ ପର୍ଯ୍ୟାୟର ସମୟସୂଚୀକୁ ଜନଗଣନା କାର୍ଯ୍ୟ ସହ ସମନ୍ୱୟ ରଖି ପ୍ରସ୍ତୁତ କରାଯାଇଛି। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ଏହି ତିନୋଟି ଅଞ୍ଚଳରେ ଚାଲିଥିବା ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ଶେଷ ହେବା ପରେ ଏବଂ ସେଠାକାର ପାଣିପାଗ ତଥା ବରଫାବୃତ ଅଞ୍ଚଳର ସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ତାରିଖ ଘୋଷଣା କରାଯିବ।

ଆୟୋଗଙ୍କ ତରଫରୁ ଦିଆଯାଇଥିବା ସୂଚନା ମୁତାବକ, ତୃତୀୟ ପର୍ଯ୍ୟାୟରେ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ନିଯୁକ୍ତ ୩.୪୨ ଲକ୍ଷ ବୁଥ୍ ସ୍ତରୀୟ ଏଜେଣ୍ଟ (BLAs) ଙ୍କ ସହାୟତାରେ ୩.୯୪ ଲକ୍ଷରୁ ଅଧିକ ବୁଥ୍ ଲେଭଲ୍ ଅଫିସର (BLOs) ଘରକୁ ଘର ବୁଲି ପ୍ରାୟ ୩୬.୭୩ କୋଟି ଭୋଟର ଙ୍କ ତଥ୍ୟ ଯାଞ୍ଚ କରିବେ। ଏହି ସଂଶୋଧନ ପ୍ରକ୍ରିୟାରେ ଭୋଟର, ରାଜନୈତିକ ଦଳ ଏବଂ ନିର୍ବାଚନ ଅଧିକାରୀଙ୍କ ଭଳି ସମସ୍ତ ଅଂଶୀଦାର ସାମିଲ ହୋଇ ପ୍ରକ୍ରିୟାକୁ ସ୍ୱଚ୍ଛ କରିବାକୁ ନିର୍ବାଚନ କମିଶନ ନିବେଦନ କରିଛନ୍ତି।

ନିର୍ବାଚନ ଆୟୋଗ(Election Commission)ଙ୍କ ଦ୍ୱାରା ଓଡ଼ିଶାରେ ଏହି ଏସଆଇଆର ନିମନ୍ତେ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଚଳିତ ମଇ ମାସ ୨୦ରୁ ୨୯ ତାରିଖ ମଧ୍ୟରେ କ୍ଷେତ୍ର କର୍ମଚାରୀଙ୍କୁ ପ୍ରଶିକ୍ଷଣ ଓ ଆନୁଷଙ୍ଗିକ ମୁଦ୍ରଣ କାର୍ଯ୍ୟ ଶେଷ କରାଯିବ। ମଇ ୩୦ରୁ ଜୁନ ୨୮ ତାରିଖ ପର୍ଯ୍ୟନ୍ତ ବିଏଲଓମାନେ ଘରକୁ ଘର ପରିଦର୍ଶନ କରି ତଥ୍ୟ ଯାଂଚ କରିବା ସହ ଜୁନ ୨୮ ସୁଦ୍ଧା ମତଦାନ କେନ୍ଦ୍ରଗୁଡିକର ଯୁକ୍ତିସଙ୍ଗତ ପୁନର୍ବିନ୍ୟାସ କାର୍ଯ୍ୟ ଶେଷ ହେବ।

ଜୁଲାଇ ୫ ତାରିଖରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇବ ଓ ଜୁଲାଇ ୫ରୁ ଅଗଷ୍ଟ ୪ତାରିଖ ପର୍ଯ୍ୟନ୍ତ ନାଗରିକମାନେ ସେମାନଙ୍କର ଦାବି କିମ୍ବା ଆପତ୍ତିି ଦାଖଲ କରିପାରିବେ। ଜୁଲାଇ ୫ରୁ ସେପ୍ଟେମ୍ବର ୨ ତାରିଖ ସୁଦ୍ଧା ସମସ୍ତ ଆପତ୍ତି ଉପରେ ନିଷ୍ପତ୍ତି ନିଆଯିବ ଓ ସେପ୍ଟେମ୍ବର ୬ତାରିଖରେ ରାଜ୍ୟରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହେବ ବୋଲି କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି।

ଏହି ଏସଆଇଆର ପ୍ରକ୍ରିୟା ପାଇଁ ଯୋଗ୍ୟତା ତାରିଖ ୨୦୨୬ ଜୁଲାଇ ୧ ଧାର୍ଯ୍ୟ ହୋଇଛି। ଏହି ସମୟ ସୁଦ୍ଧା ୧୮ବର୍ଷ ପୂରଣ କରୁଥିବା ନୂଆ ଭୋଟରମାନେ ମଧ୍ୟ ନିଜ ନାମ ପଞ୍ଜିକରଣ କରିବାର ସୁଯୋଗ ପାଇପାରିବେ।

ଭୋଟର ଲିଷ୍ଟରୁ ୯.୮ଲକ୍ଷ ଭୋଟରଙ୍କ ନାଁ କଟିବା ପ୍ରସଙ୍ଗ: ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର
ଭୁବନେଶ୍ୱର: ଭୋଟର ତାଲିକାରୁ ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାମ କଟିବା ପ୍ରସଙ୍ଗରେ ଉଦବେଗ ପ୍ରକାଶ କଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଚିଠି ଲେଖିଲେ ସସ୍ମିତ । ପୁନଃ ଯାଞ୍ଚ କରି ଭୋଟରଙ୍କ ଅଧିକାର ଫେରାଇବାକୁ ଚିଠିରେ ଅପିଲ ।

ତେବେ ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍ ବା ଏସ.ଆଇ.ଆରକୁ ନେଇ ଅଭିଯୋଗ ଆଣିଛନ୍ତି ସାଂସଦ ସସ୍ମିତ ପାତ୍ର । ନିର୍ଭୁଲ ଭୋଟର ତାଲିକା ଗଣତନ୍ତ୍ର ପାଇଁ ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ପ୍ରାଥମିକ ଯାଞ୍ଚରେ ଏତେ ସଂଖ୍ୟକ ଭୋଟରଙ୍କ ନାଁ ବାଦ୍ ପଡ଼ିଛି, ଯାହା ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛି ବୋଲି ସସ୍ମିତ ଲେଖିଛନ୍ତି। ପ୍ରକୃତ ଭୋଟର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହୋଇପାରନ୍ତି। ଏହା ନିର୍ବାଚନର ନିରପେକ୍ଷତାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ତେଣୁ ସମ୍ପୂର୍ଣ୍ଣ ପ୍ରକ୍ରିୟାର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି ସସ୍ମିତ ।

ବାର୍ଷିକ ରିଭିଜନରେ ଓଡ଼ିଶାର ୧୦ ଲକ୍ଷ ଭୋଟରଙ୍କ ନାମ ବାଦ୍‌; ନିର୍ବାଚନ କମିସନଙ୍କ କାର୍ଯ୍ୟକୁ ନେଇ ବିଜେଡିର ସନ୍ଦେହ
ଭୁବନେଶ୍ୱର: ଭାରତର ଭୋଟର ତାଲିକରେ ସ୍ପେସିଆଲ ଇଣ୍ଟେନସିଭ ରିଭିଜନ ମାଧ୍ୟମରେ ଭୋଟର ତାଲିକାରୁ ଅଧିକରୁ ଅଧିକ ଭୋଟରଙ୍କ ନାମ କଟିଯାଉଥିବା ଅଭିଯୋଗରେ କଡ଼ା ଉଦବେଗ ପ୍ରକାଶ କରିଛି ବିଜେଡି। ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ମଧ୍ୟ ସେଭଳି ହେବାର ସନ୍ଦେହ ସୃଷ୍ଟି ହୋଇଥିବା ଦଳ ଅଭିଯୋଗ କରିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବିରୋଧୀ ଦଳର ଉପନେତା ତଥା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ସାଧାରଣ ସମ୍ପାଦକ  ବିଜୟ ନାୟକ ଭୋଟର ତାଲିକାରୁ ଅଧିକରୁ ଅଧିକ ସଂଖ୍ୟାରେ ଭୋଟରଙ୍କ ନାମ ବାଦ୍‌ ପଡୁଥିବା ଅଭିଯୋଗରେ ନିର୍ବାଚନ କମିସନଙ୍କ କାର୍ଯ୍ୟକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି।

ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ନିର୍ବାଚନ କମିସନଙ୍କ ଇଲେକ୍ଟ୍ରାଲ ରୋଲରେ ପ୍ରତିବର୍ଷ ଜାନୁଆରୀରେ ରିଭିଜନ ହୁଏ । ମାତ୍ର ଚଳିତ ବର୍ଷ ସଂଶୋଧନରେ ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଭୋଟରଙ୍କୁ ବାଦ୍‌ ଦିଆଯିବା ସନ୍ଦେହଜନକ।  ଓଡ଼ିଶାରେ ଏସଆଇଆର ହେବାକୁ ଯାଉଥିବା ବେଳେ ଅଧିକ ଭୋଟରଙ୍କ ନାମ ବାଦ୍‌ ପଡିବା ଆଶଙ୍କା ଦେଖାଦେଇଛି ।  ଓଡ଼ିଶାରେ ୨୦୦୨ ମସିହାରେ ଏସଆଇଆର୍‌ ହୋଇଥିଲା। ୨୦୨୫ ମସିହା ଅଗଷ୍ଟ ୧୯ ତାରିଖରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଦେଶର ନିର୍ବାଚନ କମିସନରଙ୍କୁ ଭେଟି ଏହି ସମ୍ୱନ୍ଧରେ  ନିଜର ଆଶଙ୍କା ପ୍ରକାଶ କରିଥିଲା । ଯେଉଁମାନେ ରାଜ୍ୟ ବାହାରକୁ କାମ କରିବାକୁ ଯାଉଛନ୍ତି, ତାଙ୍କ ନାମ ଯେପରି ଭୋଟର ତାଲିକାରୁ ବାଦ୍‌ ନ ପଡେ ସେଥିପ୍ରତି ଯତ୍ନବାନ ହେବା ଉଚିତ ବୋଲି ବିଜେଡି କହିଥିଲା । ଦେଶର ଜଣେ ନାଗରିକଙ୍କ ନାମ ଭୋଟର ତାଲିକାରୁ ବାଦ୍‌ ପଡିବା ଦ୍ୱାରା ତାର ମୌଳିକ ଅଧିକାର କ୍ଷୁଣ୍ଣ ହେଉଛି ବୋଲି ଶ୍ରୀ ମିଶ୍ର କହିଥିଲେ।

ସେହିପରି  ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ ଏସଆଇଆର ପ୍ରସଙ୍ଗରେ ନିର୍ବାଚନ କମିସନରଙ୍କ ସମଗ୍ର କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟ ରାଜ୍ୟ ମାନଙ୍କରେ କୋଟି କୋଟି ଭୋଟରଙ୍କୁ ବାଦ୍‌ ଦିଆଯାଇଥିବାର ଅଭିଯୋଗ ଆସିଛି । ପ୍ରାୟ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରାୟ ୫ କୋଟିରୁ ଅଧିକ ଭୋଟରମାନଙ୍କୁ ତାଲିକାରୁ ବାଦ୍‌ ଦିଆଯାଇଛି । ଓଡ଼ିଶାରେ ଏସଆଇଆର ହେବାକୁ ଯାଉଥିବା ବେଳେ ଯୋଗ୍ୟ ଭୋଟରମାନଙ୍କୁ ତାଲିକାରୁ ବଞ୍ଚିତ ହେବାର ଆଶଙ୍କା ଦେଖାଦେଇଛି । ଦୁଇ ଦିନ ତଳେ ନିର୍ବାଚନ କମିସନଙ୍କ ଏକ ଚିଠି ଏହି ସନ୍ଦେହକୁ ଅଧିକ ଦୃଢ଼ୀଭୂତ କରିଛି। ଏକ ବର୍ଷ ୪ ମାସ ତଳେ ଯେଉଁମାନେ ଭୋଟର ତାଲିକାରେ ଥିଲେ, ସେଥିରୁ ପ୍ରାୟ ୧୦ ଲକ୍ଷ ଭୋଟର ବାଦ୍‌ ପଡିବା ନିଶ୍ଚିତ ଭାବେ ଅଧିକ ସନ୍ଦେହଜନକ।  ସରକାର ଓ ନିର୍ବାଚନ କମିସନ ଏହି ସନେ୍‌ଦହକୁ ଦୂର କରନ୍ତୁ ଏବଂ କିପରି ଜନସାଧାରଣଙ୍କ ଭୋଟ ଦେବାର ଅଧିକାର ଯେପରି କ୍ଷୁଣ୍ଣ ନହୁଏ, ସେଥିପ୍ରତି ଯତ୍ନବାନ ହୁଅନ୍ତୁ ବୋଲି  ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ୱର: ଓଡ଼ିଶାରେ SIRକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା । ଆସନ୍ତା ଏପ୍ରିଲ ପହିଲାରୁ ରାଜ୍ୟରେ ଆରମ୍ଭ ହେବ ଏସଆଇଆର ପ୍ରକ୍ରିୟା । ରାଜ୍ୟରେ ଭୋଟର ତାଲିକାକୁ ସ୍ୱଚ୍ଛ ଏବଂ ତ୍ରୁଟିଶୂନ୍ୟ କରିବା ପାଇଁ ଆଗାମୀ ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସ୍ପେଶାଲ୍ ଇଣ୍ଟେନ୍ସିଭ ରିଭିଜନ ବା ଏସଆଇଆର  ପ୍ରକ୍ରିୟା। ଏପର୍ଯ୍ୟନ୍ତ  ୯୦% ଭୋଟରଙ୍କ ନାମ ଓ ପିତାଙ୍କ ନାମ ୨୦୦୨ ରୋଲ ସହିତ ମାପିଙ୍ଗ ସରିଛି। ବାକି ୧୦ ପ୍ରତିଶତ ମଧ୍ୟରୁ ଅତିକମରେ ୮ ପ୍ରତିଶତ ସଂଶୋଧନ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ୯୫% ଲୋକଙ୍କୁ ମାପିଙ୍ଗ କରିଦେଲେ ଏସଆଇଆର ପାଇଁ ସୁବିଧା ହେବ। ଓଡ଼ିଶାରେ ଏସଆଇଆରକୁ ନେଇ ୯୦% ଲୋକଙ୍କ ପାଇଁ କିଛି ସମସ୍ୟା ନାହିଁ। ସହରାଞ୍ଚଳରେ ମାପିଙ୍ଗ ପାଇଁ ସମସ୍ୟା ହେଉଛି। ଇସିଆଇଏନଇଟି ମୋବାଇଲ ଆପ୍ସ - କ୍ୟୁଆର କୋର୍ଡ ଆଧାରରେ ଭୋଟର, ନିଜ ବିବରଣୀ ଖୋଜି ପାରିବେ।

ସେ ଆହୁରି ବି କହିଛନ୍ତି କି, ସବୁଠୁ ବଡ଼ କଥା ୨୦୦୨ ଆଧାରରେ ସଂଶୋଧନ କରାଯିବ । ୨୦୦୨ ମସିହାରେ ଯେଉଁ ବୁଥ୍‌ରେ ମତଦାନ କରିଥିଲେ ତାର ବୁଥ୍ ନମ୍ବର କହିଲେ ବି ସଂଶୋଧନ ହେବ । କିନ୍ତୁ ଯଦି ଜଣକ ପାଖରେ କିଛି ବି ଲିଷ୍ଟ ନାହିଁ ତେବେ ତାକୁ ୧୧ ନମ୍ବର ବିଶିଷ୍ଟ ଫର୍ମ ଦିଆଯିବ । ତାକୁ ପୂରଣ କଲେ ବି ଚଳିବ । ଉଦ୍ଦେଶ୍ୟ ହେଉଛି ଯେମିତି ଭୋଟର ତାଲିକା ପୂରା ସ୍ବଚ୍ଛ ହେବା ଦରକାର । ତେବେ ଯଦି କାହାର ଦୁଇ ଆଡେ ଭୋଟର ତାଲିକାରେ ନାଁ ଥାଏ ତେବେ ସେ ଗୋଟିଏ ଜାଗାରେ ରଖି ପାରିବେ । ଦୁଇଟି ବା ଏକାଧିକ ଜାଗାରେ ରଖିଲେ ତାହା ଦଣ୍ଡନୀୟ ଅପରାଧ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍‌. ଗୋପାଳନ କହିଛନ୍ତି ।

୩୦ ହଜାର ଲାଞ୍ଚ ନେଇ ଧରାପଡିଲେ ଖଣି ଉପନିର୍ଦ୍ଦେଶକ: ଘରୁ ମିଳିଲା ୪ କୋଟି ଟଙ୍କା, ଟ୍ରଲି ବ୍ୟାଗ୍ ଓ ଆଲମିରାରେ ଥାକ ଥାକ ନୋଟ୍
ଓଡ଼ିଶା ଭିଜିଲାନ୍ସ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ମାତ୍ର ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଥିବା ଜଣେ ଖଣି ଅଧିକାରୀଙ୍କ ଘରୁ ନଗଦ ୪ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି। କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ତାଙ୍କ ଭୁବନେଶ୍ୱରସ୍ଥିତ ଫ୍ଲାଟରୁ ଏହି ବିପୁଳ ପରିମାଣର ଅର୍ଥ ଉଦ୍ଧାର କରାଯାଇଛି।

ଟ୍ରଲି ବ୍ୟାଗ୍ ଓ ଆଲମିରାରୁ ମିଳିଲା କୋଟି କୋଟି ଟଙ୍କା

ସୂଚନା ଅନୁଯାୟୀ, ଦେବବ୍ରତ ମହାନ୍ତି ଜଣେ କୋଇଲା ବ୍ୟବସାୟୀଙ୍କ ଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଏହାପରେ ଭୁବନେଶ୍ୱରର ପଟିଆ ସ୍ଥିତ ଶ୍ରୀବିହାରରେ ଥିବା ତାଙ୍କ ଫ୍ଲାଟରେ (ନେଚର୍ସ କ୍ରେଷ୍ଟ ଆପାର୍ଟମେଣ୍ଟ) ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଘରର ଆଲମିରା ଏବଂ ବିଭିନ୍ନ ଟ୍ରଲି ବ୍ୟାଗରେ ଥାକ ଥାକ ହୋଇ ରଖାଯାଇଥିବା ପ୍ରାୟ ୪ କୋଟି ଟଙ୍କା ମିଳିଥିଲା। ଭିଜିଲାନ୍ସ ଇତିହାସରେ କୌଣସି 'ଟ୍ରାପ୍ କେସ୍' ବା ଲାଞ୍ଚ ମାମଲାରେ ଏହା ସବୁଠାରୁ ବଡ଼ ନଗଦ ଜବତ ବୋଲି କୁହାଯାଉଛି।

କାହିଁକି ନେଉଥିଲେ ଲାଞ୍ଚ?

ଅଭିଯୋଗ ଅନୁଯାୟୀ, କୋଇଲା ଡିପୋର ସୁରୁଖୁରୁରେ ପରିଚାଳନା ଏବଂ କୋଇଲା ପରିବହନ ପାଇଁ ଅନୁମତି ପ୍ରଦାନ କରିବା ବାବଦକୁ ଦେବବ୍ରତ ବ୍ୟବସାୟୀଙ୍କ ଠାରୁ ଏହି ଲାଞ୍ଚ ଦାବି କରିଥିଲେ। ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ତାଙ୍କୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ କାବୁ କରିଥିଲେ।

ଆହୁରି ମିଳିଲା ସମ୍ପତ୍ତିର ତାଲିକା

କେବଳ ନଗଦ ଟଙ୍କା ନୁହେଁ, ଚଢ଼ଉ ବେଳେ ଅନ୍ୟାନ୍ୟ ସମ୍ପତ୍ତିର ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି:

* ଭୁବନେଶ୍ୱରର ପାହାଳ ଠାରେ ୨୪୦୦ ବର୍ଗଫୁଟର ଏକ ବିଶାଳ ଦୁଇ ମହଲା କୋଠା।

* ପ୍ରାୟ ୧୩୦ ଗ୍ରାମର ସୁନା ଅଳଙ୍କାର।

* କାର୍ଯ୍ୟାଳୟ ଡ୍ରୟରରୁ ୧.୨୦ ଲକ୍ଷ ଟଙ୍କା।

* ଭଦ୍ରକ ଜିଲ୍ଲା ମଠସାହିରେ ଥିବା ପୈତୃକ ଘରେ ମଧ୍ୟ ଚଢ଼ଉ ଜାରି ରହିଛି।

ଭିଜିଲାନ୍ସ ନିର୍ଦ୍ଦେଶକ ଯଶୱନ୍ତ ଜେଠୱା ଏହାକୁ ଏକ ରେକର୍ଡ ଜବତ ବୋଲି ଅଭିହିତ କରିଛନ୍ତି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ପଶ୍ଚିମବଙ୍ଗ ଯିବେ ଓଡ଼ିଶା ଓ ଝାଡ଼ଖଣ୍ଡର ବିଚାରପତି: ଭୋଟର ତାଲିକା ସଂଶୋଧନ ପାଇଁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ
ପଶ୍ଚିମବଙ୍ଗରେ ଚାଲିଥିବା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କଲିକତା ହାଇକୋର୍ଟର ପ୍ରଧାନ ବିଚାରପତି ଚାହିଁଲେ ପଡୋଶୀ ରାଜ୍ୟ ଓଡ଼ିଶା ଏବଂ ଝାଡ଼ଖଣ୍ଡର ବିଚାରପତିମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ପ୍ରଦାନ କରିଛନ୍ତି।

କାହିଁକି ପଡ଼ିଲା ବାହାର ରାଜ୍ୟ ବିଚାରପତିଙ୍କ ଆବଶ୍ୟକତା?

ପଶ୍ଚିମବଙ୍ଗରେ ଭୋଟର ତାଲିକାର 'ସ୍ୱତନ୍ତ୍ର ଇଣ୍ଟେନସିଭ୍ ରିଭିଜନ୍' (SIR) ଚାଲିଛି। ଏଥିରେ ପ୍ରାୟ ୫୦ ଲକ୍ଷ ଆବେଦନ ଏବଂ ଅଭିଯୋଗର ଶୁଣାଣି ବାକି ଅଛି। ବର୍ତ୍ତମାନ ପଶ୍ଚିମବଙ୍ଗରେ ଥିବା ବିଚାରପତିଙ୍କ ସଂଖ୍ୟା ଏତେ ବିପୁଳ ପରିମାଣର ମାମଲା ସମାଧାନ ପାଇଁ ଯଥେଷ୍ଟ ନୁହେଁ। ଯଦି ଜଣେ ବିଚାରପତି ଦିନକୁ ୨୫୦ଟି ମାମଲା ଶୁଣାଣି କରନ୍ତି, ତେବେ ମଧ୍ୟ ଏହି ପ୍ରକ୍ରିୟା ଶେଷ ହେବାକୁ ୮୦ ଦିନ ଲାଗିବ। ଏହି ବିଳମ୍ବକୁ ଏଡ଼ାଇବା ପାଇଁ ସୁପ୍ରିମକୋର୍ଟ ଅନ୍ୟ ରାଜ୍ୟରୁ ବିଚାରପତି ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନିୟମ ଓ ସର୍ତ୍ତ

ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ଓଡ଼ିଶା ଏବଂ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ ଯୋଗାଯୋଗ କରି ସେଠାକାର ସିଭିଲ୍ ଜଜ୍ (କନିଷ୍ଠ କିମ୍ବା ବରିଷ୍ଠ ବିଭାଗ)ଙ୍କୁ ଡେପୁଟେସନରେ ଆଣିପାରିବେ। ଏଥିପାଇଁ ସମ୍ପୃକ୍ତ ବିଚାରପତିଙ୍କର ଅତିକମରେ ୩ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ। ଏହାବ୍ୟତୀତ ଅବସରପ୍ରାପ୍ତ ବିଚାରପତିମାନଙ୍କୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରାଯାଇପାରିବ।

ଖର୍ଚ୍ଚ ବହନ କରିବେ ନିର୍ବାଚନ ଆୟୋଗ

ଅନ୍ୟ ରାଜ୍ୟରୁ ଆସୁଥିବା ବିଚାରପତିମାନଙ୍କ ଯାତାୟାତ, ରହଣି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ଭାରତୀୟ ନିର୍ବାଚନ ଆୟୋଗ (ECI) ବହନ କରିବେ। ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ ଅନ୍ୟ ରାଜ୍ୟର ବିଚାରପତିମାନେ ବଙ୍ଗଳା ଭାଷା ବୁଝିବାରେ ଅସୁବିଧା ହେବ ବୋଲି ଯୁକ୍ତି ବାଢ଼ିଥିଲେ ହେଁ ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରିନଥିଲେ।

SIR ପାଇଁ ଓଡ଼ିଶା ପୁରା ପ୍ରସ୍ତୁତ, ଆଉ ୭ ହଜାର ବୁଥ ବୃଦ୍ଧି କରାଯାଇଛି: ଅତିରିକ୍ତ ରାଜ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ୱର: ରାଜ୍ୟରେ ବଢିଲା ବୁଥ ସଂଖ୍ୟା । SIR ପୂର୍ବରୁ ବୁଥ ସଂଖ୍ୟା ବୃଦ୍ଧି କରାଯାଇଛି । ଆଉ ୭ ହଜାର ବୁଥ ବୃଦ୍ଧି କରାଯାଇଛି । ପୂର୍ବରୁ ୩୬ ହଜାର ବୁଥ ଥିବା ବେଳେ ଏବେ ପ୍ରାୟ ୪୩ ହଜାର ବୁଥ କରାଯାଇଛି । SIR ପାଇଁ ଓଡ଼ିଶା ପ୍ରସ୍ତୁତ ବୋଲି କହିଛନ୍ତି ଓଡ଼ିଶା ଅତିରିକ୍ତ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ ମିଶ୍ର । ସେ କହିଛନ୍ତି କି, ଓଡିଶାରେ SIR ଲାଗୁ ପାଇଁ ପ୍ରସ୍ତୁତି ୫ ମାସ ଧରି ଚାଲିଛି । ଗୋଟିଏ ବୁଥରେ 1200ରୁ ଉର୍ଦ୍ଧ ଭୋଟର କିମ୍ବା ତାଠାରୁ କମ ଭୋଟର ରହିବେ । ଏନେଇ ସମସ୍ତ ପ୍ରୋସେସ ସରିଛି । ରାଜ୍ୟରେ ପ୍ରାୟ ୪୩ ହଜାର ବୁଥ ସୃଷ୍ଟି ହୋଇଛି । ସବୁ ବୁଥରେ ୧୨୦୦ କିମ୍ବା ତାଠାରୁ କମ୍ ଭୋଟର ରହିବେ । ସବୁ ବୁଥରେ ବୁଥ ଲେବୁଲ ଅଧିକାରୀ ନିଯୁକ୍ତ କରାଯାଇଛି ।  2002 ମସିହାରେ ଶେଷ ଥର ପାଇଁ ଓଡିଶାରେ SIR ହୋଇଥିଲା । 2002 ରୁଲରେ ଯେଉଁମାନଙ୍କ ନାମ ଥିଲା 2025 ରୁଲରେ ନାମ ଥିଲେ ଆଉ ସଂଶୋଧିତ ଦରକାର ନାହିଁ । ସେଥିରେ ସେମାନଙ୍କ ପୁଅ ଝିଅଙ୍କ ନାମ ଯୋଡ଼ାଯିବ । 2025 ଏବଂ 2002 ଡାଟା ଇଣ୍ଟିଗ୍ରେଟ ହୋଇସାରିଛି । 70 ପ୍ରତିଶତ ମ୍ୟାପିଙ୍ଗ ସରିଛି । ଯେଉଁ ଭୋଟର ମାନେ ମ୍ୟାପିଙ୍ଗରେ ମିଳିବେ ନାହିଁ ସେମାନଙ୍କୁ ଆଉ କୌଣସି ଡକୁମେଣ୍ଟ ଦେବାକୁ ପଡିବ ।

ଉତ୍ତର ପ୍ରଦେଶ ଭୋଟର ତାଲିକାରୁ କଟିଲା ୨.୮୯ କୋଟି ନାମ, ୪୬.୨୩ ଲକ୍ଷ ମୃତ ଭୋଟର ଥିଲେ
ଉତ୍ତରପ୍ରଦେଶ: ଭାରତୀୟ ନିର୍ବାଚନ ଆୟୋଗ (ECI) ଦ୍ୱାରା ଉତ୍ତର ପ୍ରଦେଶରେ ଚାଲିଥିବା ‘ସ୍ଵତନ୍ତ୍ର ଭୋଟର ତାଲିକା ପୁନଃନିରୀକ୍ଷଣ’ (SIR) ପ୍ରକ୍ରିୟା ପରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମଙ୍ଗଳବାର ପ୍ରକାଶିତ ଚିଠା ଭୋଟର ତାଲିକାରୁ ପ୍ରାୟ ୨.୮୯ କୋଟି ଭୋଟରଙ୍କ ନାମ ବାଦ ଦିଆଯାଇଛି। ଏଥିରେ ମୃତ, ନିଖୋଜ ଏବଂ ଏକାଧିକ ସ୍ଥାନରେ ନାମ ଥିବା ଭୋଟରମାନେ ଅନ୍ତର୍ଭୁକ୍ତ ଅଛନ୍ତି।

ଉତ୍ତର ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ନବଦୀପ ରିନୱା ଏହି ପ୍ରସଙ୍ଗରେ ବିସ୍ତୃତ ସୂଚନା ଦେଇଛନ୍ତି। ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟରେ ପ୍ରାୟ ୧୨.୫୫ କୋଟି ଯୋଗ୍ୟ ଭୋଟରଙ୍କ ଠାରୁ ଫର୍ମ ଗ୍ରହଣ କରାଯାଇଥିଲା। କିନ୍ତୁ ଯାଞ୍ଚ ବେଳେ ବ୍ୟାପକ ଅନିୟମିତତା ଏବଂ ପରିବର୍ତ୍ତନ ଦେଖିବାକୁ ମିଳିଥିଲା:

*   ପ୍ରାୟ ୨.୧୭ କୋଟି ଭୋଟର ନିଜ ପଞ୍ଜୀକୃତ ଠିକଣାରୁ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଛନ୍ତି କିମ୍ବା ବୁଥ୍ ସ୍ତରୀୟ ଅଧିକାରୀ (BLO) ସେମାନଙ୍କୁ ଠାବ କରିପାରି ନାହାନ୍ତି।
*   ପ୍ରାୟ ୪୬.୨୩ ଲକ୍ଷ ଭୋଟରଙ୍କ ମୃତ୍ୟୁ ଘଟିଛି, ଯାହାଙ୍କ ନାମ ତାଲିକାରୁ ହଟାଯାଇଛି।
*   ପାଖାପାଖି ୨୫.୪୭ ଲକ୍ଷ ଭୋଟରଙ୍କ ନାମ ଏକାଧିକ ସ୍ଥାନରେ ପଞ୍ଜୀକୃତ ହୋଇଥିବାରୁ ସେଗୁଡିକୁ ‘ଡୁପ୍ଲିକେଟ୍’ ବା ନକଲି ଭାବେ ଚିହ୍ନଟ କରି ବାଦ ଦିଆଯାଇଛି।

ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, ଯଦି କୌଣସି ଯୋଗ୍ୟ ଭୋଟରଙ୍କ ନାମ ଏହି ଚିଠା ତାଲିକାରୁ ଭୁଲବଶତଃ ବାଦ ପଡିଛି, ତେବେ ସେମାନେ ‘ଫର୍ମ-୬’ ପୂରଣ କରି ପୁନର୍ବାର ଆବେଦନ କରିପାରିବେ। ଆସନ୍ତା ଫେବୃଆରୀ ୬ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ସମସ୍ତ ସଂଶୋଧନ ପରେ ମାର୍ଚ୍ଚ ୬, ୨୦୨୬ ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।