RTO - The Sakala
ଆସନ୍ତା ଫେବ୍ରୁଆରୀରୁ ପ୍ରଦୂଷଣ ପ୍ରମାଣପତ୍ର ଥିବା ଗାଡ଼ିରେ ଲାଗିବ ଗ୍ରୀନ୍ ଷ୍ଟିକର, ନଥିଲେ କାର୍ଯ୍ୟାନୁଷ୍ଠାନ: ପରିବହନ ମନ୍ତ୍ରୀ
ଭୁଵନେଶ୍ୱର: ଆସନ୍ତା ଫେବ୍ରୁଆରୀରୁ ପ୍ରଦୂଷଣ ପ୍ରମାଣପତ୍ର ଥିବା ଗାଡ଼ିରେ ଲାଗିବ ଗ୍ରୀନ ଷ୍ଟିକର । ଗ୍ରୀନ୍ ଷ୍ଟିକର ପରିବହନ ବିଭାଗ ଯୋଗାଇ ଦେବ । ପ୍ରଦୂଷଣ ପ୍ରମାଣପତ୍ର ପାଇବା ପାଇଁ ଯାହା ଅସୁବିଧା ରହିଛି ତାହା ଉପରେ ସରକାର ବିଚାର କରୁଛନ୍ତି । ଏ ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ପ୍ରଦୂଷଣ ପ୍ରମାଣ ପତ୍ର ନଥିଲେ କାର୍ଯ୍ୟାନୁଷ୍ଠାନ ହେବ। ସଡ଼କ ସୁରକ୍ଷା ମାସ ଆସୁଥିବାରୁ PUCC କୋହଳ କରାଯାଇଛି।
୨୦୧୯ରେ ଯେଉଁ ଫାଇନ୍ ବଢ଼ାଯାଇଛି କୋହଳ କରିବାକୁ ତର୍ଜମା କରାଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ଅନ୍ୟ ରାଜ୍ୟରେ ଫାଇନ୍ କମ୍ ରହିଛି, ପର୍ଯ୍ୟାଲୋଚନା ଚାଲିଛି । ନୂଆ ଓ ପୁରୁଣା ସବୁ ଗାଡିକୁ ପ୍ରମାଣ ମିଳୁଥିବାରୁ ତର୍ଜମା କରାଯାଉଛି । ଯେଉଁ ଗାଡିରୁ ଫାଇନ୍ ଆଦାୟ ସରିଛି, ତାହାର ମଧ୍ୟ ବିଚାର କରାଯାଉଛି ।
ଏଣିକି ଅଫଲାଇନରେ ବି ପୈଠ କରିହେବ ଇ-ଚାଲାଣ, ନଗଦ ଅର୍ଥ ଗ୍ରହଣ ପାଇଁ RTOଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର: ଅଫ୍‌ଲାଇନ୍‌ରେ ବି ପୈଠ କରିହେବ ଇ ଚାଲାଣ । ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ରେ ମୋଟର ଯାନ ନିୟମ ଉଲ୍ଲଙ୍ଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଗ୍ରହଣ କରାଯିବ । ଏନେଇ ସମସ୍ତ ଆରଟିଓଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ (STA) ଙ୍କ ଦ୍ୱାରା ନିର୍ଦ୍ଦେଶ ଜାରି କରାଯାଇଛି । ଇ-ଚାଲାଣ ଅର୍ଥ ପୈଠ ବେଳେ ଓଟିପି ସମସ୍ୟା ନେଇ ଅଭିଯୋଗ କରୁଥିବା ଜନସାଧାରଣଙ୍କ ଦାବି ତଥା ଦୁର୍ବଳ ଇଣ୍ଟରନେଟ୍ ଥିବା ଅଞ୍ଚଳର ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ତେବେ ପୂର୍ବ ଭଳି ଅନଲାଇନରେ ମଧ୍ୟ ଇ-ଚାଲାଣ ପୈଠ କରାଯାଇପାରିବ । ଏନେଇ ପରିବହନ ବିଭାଗ (mParivahan) ଆପ୍ଲିକେସନ୍ ଏବଂ https://echallan.parivahan.gov.in/ ରେ ଇ-ଚାଲାଣ ପୈଠ କରିହେବ ।
ଏହାସହ ଇ-ଚାଲାଣ ଅର୍ଥ ପୈଠ ବେଳେ କୌଣସି ଅସାଧୁ ବ୍ୟକ୍ତି କିମ୍ବା ସାଇବର ହ୍ୟାକରଙ୍କ ଠାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । କେବଳ ପରିବହନ ବିଭାଗର ୱେବସାଇଟ୍, ଆପ୍ଲିକେସନ୍ କିମ୍ବା ଆରଟିଓରେ ଅର୍ଥ ପୈଠ ପାଇଁ STA ଦ୍ୱାରା ପରାମର୍ଶ ଦିଆଯାଉଛି । ସାଧୁତା, ସ୍ୱଚ୍ଛତା ଏବଂ ଜନସାଧାରଣଙ୍କ ସୁବିଧା ପାଇଁ ପୂର୍ବରୁ ଅନଲାଇନ୍ ରେ ଅର୍ଥ ପୈଠ ପାଇଁ ବ୍ୟବସ୍ଥା ହୋଇଥିଲା । ତେବେ ଅଫଲାଇନ ବ୍ୟବସ୍ଥାରେ ମଧ୍ୟ ଅର୍ଥ ଗ୍ରହଣ ପାଇଁ ବିଗତ କିଛି ଦିନ ଧରି ଜନସାଧାରଣ ଦାବି କରି ଆସୁଛନ୍ତି। ଜନସାଧାରଣଙ୍କ ଏହି ଦାବିକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।
ଆରଟିଓ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଭାବେ ଅଧିକାରୀଙ୍କୁ ଇ-ଚାଲାଣ ଅର୍ଥ ଗ୍ରହଣ ପାଇଁ ଦାୟିତ୍ୱ ପ୍ରଦାନ କରାଯିବ । କେବଳ ଗାଡ଼ି ମାଲିକ କିମ୍ବା ଖିଲାପକାରୀଙ୍କ ଠାରୁ ସକ୍ରିୟ ବକେୟା ଇ-ଚାଲାଣ ବାବଦରେ ଅର୍ଥ ଗ୍ରହଣ କରାଯିବ ।  ଇ-ଚାଲାଣ ଗ୍ରହଣ ପରେ ମନି ରିସିପ୍ଟ ବା ରସିଦ ପ୍ରଦାନ କରାଯିବ। ଏବଂ ଅର୍ଥ ପୈଠ ହେଲା ବୋଲି ଅନଲାଇନରେ ମଧ୍ୟ ଅପଡେଟ୍ ହେବ। ଇ-ଚାଲାଣ ବାବଦରେ ଗ୍ରହଣ କରାଯାଇଥିବା ସମସ୍ତ ଅର୍ଥ ରାଶି ପରବର୍ତ୍ତୀ କାର୍ଯ୍ୟ ଦିବସରେ ସରକାରୀ କୋଷାଗାରରେ ଜମା କରାଯିବ।
ଅଫଲାଇନ ବ୍ୟବସ୍ଥାରେ ସାଧୁତା ଏବଂ ପାରଦର୍ଶିତାକୁ ସର୍ବୋତ୍ତମ ପ୍ରାଧାନ୍ୟ ସହ ଜନସାଧାରଣଙ୍କୁ ଉତ୍ତମ ସହାୟତା ପ୍ରଦାନ ପାଇଁ ଆରଟିଓ ମାନଙ୍କୁ STA ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ନୂଆବର୍ଷ ପୂର୍ବରୁ ଗାଡ଼ି ଯନ୍ତ୍ରଣା: ପୁରୁଣା ଚାଲାଣ ଥିଲେ ହୋଇପାରୁନି ପିୟୁସି, ପରିବହନ ବିଭାଗର ନିର୍ଦ୍ଦେଶ ପରେ ଲୋକେ ଛାନିଆ
ଭୁବନେଶ୍ୱର: ରାଜ୍ୟରେ ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ୍‌ (ପିୟୁସିସି) ନବୀକରଣକୁ ନେଇ ଆରମ୍ଭ ହୋଇଛି ଲମ୍ବାଧାଡ଼ି। ରାଜ୍ୟ ପରିବହନ ବିଭାଗର ୧୫ ଦିନିଆ ମହଲତ ପରେ ରାଜ୍ୟରେ ବିଶେଷକରି ଭୁବନେଶ୍ୱରରେ ଆଜି ସବୁ ପିୟୁସି କେନ୍ଦ୍ର ଆଗରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ଅନେକ ଲୋକ ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ନବୀକରଣ କରୁଥିବା ବେଳେ ଅଧିକାଂଶ ଲୋକ ନିଜର ପୁରୁଣା ଚାଲାଣ ପାଇଁ ଫସି ରହିଛନ୍ତି। ଯେଉଁ ଗାଡ଼ି ମାଲିକମାନଙ୍କ ନାମରେ କୌଣସି ନିୟମ ଉଲ୍ଲଙ୍ଘନ ପାଇଁ ଚାଲାଣ ରହିଛି, ସେମାନେ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ସାର୍ଟିଫିକେଟ୍‌ କରାଇବାରେ ବିଫଳ ହେଉଛନ୍ତି। ଏଥିପାଇଁ ସେମାନଙ୍କୁ ପ୍ରଥମେ ନିଜର ଚାଲାଣ ଅନୁଯାୟୀ ଆର୍ଥିକ ଜରିମାନା ରାଶି ପୈଠ କରିବାକୁ ବାଧ୍ୟତାମୂଳକ କରାଯାଇଛି। ପରିବହନ ବିଭାଗର ଏଭଳି ନିୟମ ଓ ଚାଲାକୀ ଯୋଗୁଁ ଏବେ ଯେଉଁମାନେ ଦୀର୍ଘ ଦିନ ହେବ ଚାଲାଣ ପାଇଁ ଜରିମାନା ଦେଇ ନ ଥିଲେ ସେମାନଙ୍କ ମୁଣ୍ଡରେ ଚିନ୍ତା ପଶିଛି।
ନିକଟରେ ରାଜ୍ୟ ପରିବହନ ବିଭାଗ ଯେଉଁମାନଙ୍କର ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ନାହିଁ, ସେମାନଙ୍କୁ ପେଟ୍ରୋଲ ଟାଙ୍କିରେ ତେଲ ଦିଆଯିବ ନାହିଁ ବୋଲି ନିୟମ କରିଛିି। ଆସନ୍ତା ଜାନୁଆରୀ ୧ ପର୍ଯ୍ୟନ୍ତ ଏହି ନିୟମ ବିଷୟରେ ସଚେତନ କରିବା ସହ ଏହାପରେ କଡ଼ାକଡ଼ି ନିୟମ ପାଳନ ପାଇଁ ବିଭାଗ ନିଷ୍ପତ୍ତି ନେଇଛି। ଯଦି ଏହି କ୍ଷେତ୍ରରେ କେହି ନିୟମ ଉଲ୍ଲଂଘନ ଅର୍ଥାତ ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ନ କରିଥାନ୍ତି, ତେବେ ସେମାନଙ୍କଠାରୁ ୧୦ ହଜାର ଟଙ୍କା ଜରିମାନା ରାଶି ଆଦାୟ କରାଯିବା ନେଇ ବ୍ୟବସ୍ଥା ହୋଇଛି। ସରକାରଙ୍କ ଏହି କଡ଼ା କଟକଣା ପରେ ଲୋକେ ଏବେ ପଲ୍ୟୁସନ୍‌ ସାର୍ଟିଫିକେଟ୍‌ କରାଇବା ପାଇଁ ଏହି କେନ୍ଦ୍ରଗୁଡ଼ିକ ନିକଟରେ ଧାଡ଼ି ଲଗାଇଛନ୍ତି। ମଙ୍ଗଳବାର ରାଜଧାନୀର ଅଧିକାଂଶ ପଲ୍ୟୁସନ୍‌ ସାର୍ଟିଫିକେଟ୍‌୍‌ ପ୍ରଦାନକାରୀ କେନ୍ଦ୍ର ଆଗରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି। ଏପରି ସ୍ଥଳରେ ଭୁବନେଶ୍ୱରରେ ଟ୍ରାଫିକ୍‌ ଚାଲାଣ ବାବଦକୁ ଜରିମାନା ପୈଠ କେନ୍ଦ୍ରଗୁଡ଼ିକରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି।  ଅନେକ ଗାଡ଼ି ଚାଳକ ବିନା କାରଣରେ ଜରିମାନା ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି। ଭୁବନେଶ୍ୱର ଟ୍ରାଫିକ୍‌ ଥାନା-୧ ନିକଟରେ ଜରିମାନା ପୈଠ କରିବାକୁ ଆସିଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ, ପୁରୀରେ ଜଣେ ବାଇକ୍‌ ଚାଳକ ଆଇନ ଉଲଘଂନ କରୁଛି। ହେଲେ ଭୁବନେଶ୍ୱରରେ ଥିବା କାର ମାଲିକଙ୍କ ପାଖକୁ ଚାଲାଣ ଆସିଛି। ପରିବହନ ବିଭାଗର ଏହି ବିଚିତ୍ର ବ୍ୟବସ୍ଥାକୁ ନେଇ ସେ ପ୍ରଶ୍ନ କରିବା ସହ ନୋ ପାର୍କିଂରେ ଗାଡି, ହେଲେ ବିନା ହେଲମେଟରେ ଫାଇନ୍‌ ଆସିଥିବା ସେ କହିଛନ୍ତି। ଏମିତି ଫାଇନ ଆସୁଛି ଯେ କ’ଣ କରିବେ ବୋଲି ଉପାୟ ପାଇ ପାରୁନାହାନ୍ତି। ଚାକିରି କରିବେ ନା ଫାଇନ ଭରିବେ, ତାକୁ ନେଇ ଗାଡ଼ି ଚାଳକ ଚିନ୍ତାରେ ପଡ଼ିଛନ୍ତି।
ରାଜ୍ୟରେ ଏଭଳି ଚାଲାଣ କରିବା ଦ୍ୱାରା ପ୍ରାୟ ୩୧ ଲକ୍ଷ ଚାଲାଣ ପଡ଼ି ରହିଥିଲା। ଏହାକୁ ଦୃଷ୍ଟିରେ ରଖି ପରବିନ ବିଭାଗ ଅଧିକାଂଶ ନିୟମ ଉଲ୍ଲଂଘନ କ୍ଷେତ୍ରରେ ହୋଇଥିବା ଜରିମାନା ରାଶିକୁ ଅଧାକୁ ହ୍ରାସ କରି ଏହି ଚାଲାଣ ପୈଠ କରିବାକୁ ଲୋକଙ୍କୁ ଉତ୍ସାହିତ କରିଥିଲା। ମାତ୍ର ଏଥିରେ ବି ଆଶାନୁରୂପ ସଫଳତା ନ ମିଳିବା ପରେ ଏବେ ପିୟୁସି ସାର୍ଟିଫିକେଟ୍‌କୁ ଆୟୁଧ କରାଯାଇଛି। ଯେହେତୁ ପିୟୁସିସି କରିବା ପାଇଁ ହେଲେ ଚାଲାଣ ପୈଠ କରିବା ବାଧ୍ୟତାମୂଳକ ରହିଛି, ତେଣୁ କିଛି ଲୋକ ଏବେ ଚାଲାଣ ବାବଦରେ ଜରିମାନା ରାଶି ପୈଠ କରିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପଟେ ଚାଲାଣ ଓ ପିୟୁସି ପାଇଁ ବିଭିନ୍ନ ସ୍ଥାନରେ ଭିଡ଼ ହେବା ପରେ ଆଜି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ଇ-ଚାଲାଣ ବକେୟା ଥିଲେ ପ୍ରଦୂଷଣ ଯାଞ୍ଚରେ ପ୍ରତିବନ୍ଧକ କଥା ପ୍ରଚାରିତ ହେଉଛି। ମାତ୍ର ଏଠାରେ ସ୍ପଷ୍ଟ କରାଯାଉଛି ଯେ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ (ନିୟମ ୧୬୭) ଅନୁଯାୟୀ ୯୦ ଦିନରୁ ଅଧିକ ଦିନ ଧରି ବକେୟା ଥିବା ଇ-ଚାଲାଣ ପାଇଁ ଏହା ଲାଗୁ ହୋଇଥାଏ। ୯୦ ଦିନରୁ କମ୍‌ ଦିନ ବକେୟା ଥିବା ଚାଲାଣ ପାଇଁ ବୈଧ ପ୍ରଦୂଷଣ ପତ୍ର ପାଇବାରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ବିଭାଗ କହିଛି।
ଜୁନ ୧ରୁ ନୂଆ ନିୟମ: ଏଣିକି ବାଧ୍ୟତାମୂଳକ ନୁହେଁ RTOରେ ଡ୍ରାଇଭିଂ ଟେଷ୍ଟ, ଘରୋଇ ସେଣ୍ଟରରେ ଦେଇପାରିବେ ଟେଷ୍ଟ
ନୂଆଦିଲ୍ଲୀ: ଏଣିକି ଆଉ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅପେକ୍ଷା କରିବାକୁ ପଡ଼ିବନି। ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଜୁନ ୧ରୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଏହି ନିୟମ ଅନୁସାରେ, ସରକାରଙ୍କ ଦ୍ୱାରା ଅନୁମୋଦିତ ଘରୋଇ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରେ ଡ୍ରାଇଭିଂ ଟେଷ୍ଟ ଦେଇପାରିବେ।
ନୂଆ ନିୟମ-
-ଜୁନ ୧ରୁ ଆବେଦନକାରୀମାନେ ଆରଟିଓ ବଦଳରେ ସରକାରଙ୍କ ଦ୍ୱାରା ଅନୁମୋଦିତ ଘରୋଇ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରେ ଡ୍ରାଇଭିଂ ଟେଷ୍ଟ ଦେଇପାରିବେ।
-ଡ୍ରାଇଭିଂ ଲାଇସେନ୍ସ ସାର୍ଟିଫିକେଟ ପାଇଁ ମଧ୍ୟ ଆରଟିଓ ଯିବାକୁ ପଡିବନି।
-ଯେଉଁ ଟ୍ରେନିଂ ସେଣ୍ଟରରେ ଟେଷ୍ଟ ଦେଇଥିବେ, ସେହିଠାରୁ ସାର୍ଟିଫିକେଟ ପାଇପାରିବେ।
-ଦୁଇ ଚକିଆ କିମ୍ବା ଚାରି ଚକିଆ ଯାନର ଡ୍ରାଇଭିଂ ଲାଇସେନ୍ସ ପାଇଁ ଶାରୀରିକ ଯାଞ୍ଚ(ଫିଜିକାଲ ଟେଷ୍ଟ)କୁ ହ୍ରାସ କରିଛି।
ଘରୋଇ ଡ୍ରାଇଭିଂ ସ୍କୁଲ୍ ପାଇଁ ନୂଆ ନିୟମ:
ଡ୍ରାଇଭିଂ ତାଲିମ କେନ୍ଦ୍ରଗୁଡ଼ିକରେ ହାଲୁକା ମୋଟର ଯାନ ତାଲିମ ପାଇଁ ସର୍ବନିମ୍ନ ଏକ ଏକର ଜମି ଏବଂ ଭାରୀ ମୋଟର ଯାନ ତାଲିମ ପାଇଁ ୨ ଏକର ରହିବା ଜରୁରୀ।
ସ୍କୁଲଗୁଡିକରେ ଆବଶ୍ୟକୀୟ ସୁବିଧା ରହିଥିବା ଆବଶ୍ୟକ।
ପ୍ରଶିକ୍ଷକମାନେ ନିଶ୍ଚିତ ଭାବରେ ଏକ ଉଚ୍ଚ ବିଦ୍ୟାଳୟର ଡିପ୍ଲୋମା, ଅତି କମରେ ୫ ବର୍ଷର ଡ୍ରାଇଭିଂ ଅଭିଜ୍ଞତା ଏବଂ ବାୟୋମେଟ୍ରିକ୍ସ ଏବଂ ଆଇଟି ସିଷ୍ଟମ ସହିତ ପରିଚିତ ହେବା ଆବଶ୍ୟକ।
ଟ୍ରେନିଂ:
ହାଲୁକା ମୋଟର ଯାନ : ୪ ସପ୍ତାହ ମଧ୍ୟରେ ୨୯ ଘଣ୍ଟା ଟ୍ରେନିଂ ଦିଆଯିବ, ଯେଉଁଥିରେ ୮ ଘଣ୍ଟାର ଥିଓରି ଏବଂ ୨୧ ଘଣ୍ଟା ପ୍ରାକ୍ଟିକାଲ କରାଯିବ।
ଭାରୀ ମୋଟର ଯାନ : ୬ ସପ୍ତାହ ମଧ୍ୟରେ ୩୮ ଘଣ୍ଟା, ୮ ଘଣ୍ଟା ଥିଓରି ଏବଂ ୩୧ ଘଣ୍ଟା ପ୍ରାକ୍ଟିକାଲ।
ଦେୟ:
ଲାନର୍ସ ଲାଇସେନ୍ସ ପାଇଁ ୧୦୦ଟ ଙ୍କା ରହିଥିବା ବେଳେ ଲାନର୍ସ ଲାଇସେନ୍ସ ଟେଷ୍ଟ ପାଇଁ ୫୦ ଟଙ୍କା ରହିଛି।  ଡ୍ରାଇଭିଂ ଟେଷ୍ଟ ପାଇଁ ୩୦୦ ଟଙ୍କା ରହିଥିବା ବେଳେ  ଡ୍ରାଇଭିଂ ଲାଇସେନ୍ସ ୨୦୦ ଟଙ୍କା ରହିଛି।  ଇଣ୍ଟରନ୍ୟାସନାଲ ଡ୍ରାଇଭିଂ ଅନୁମତି ୧,୦୦୦ ଟଙ୍କା ରହିଛି।
ଆର୍‍ଟିଓ ଅଫିସ୍‍ ରେ ଦଲାଲଙ୍କ ରାଜୁତି: ମାସିକିଆ ହାତଗୁଞ୍ଜା ନେଇ କାମ କରୁଛନ୍ତି କର୍ମଚାରୀ
ଭୁବନେଶ୍ୱର: ଆର୍‍ଟିଓ ଅଫିସ୍‍କୁ ଦଲାଲ ମୁକ୍ତ କରିବା ପାଇଁ କିଛିମାସ ତଳେ ଆରଟିଓ ଅଫିସ୍‍ ରେ ଚଢ଼ଉ କରି ଦଲାଲମାନଙ୍କୁ ଗିରଫ କଲା ପୁଲିସ। ହେଲେ ଏବେ ‘ଯଥା ପୂର୍ବଂ ତଥା ପରଂ’ ସ୍ଥିତି ଦେଖିବାକୁ ମିଳିଛି। ରାଜଧାନୀର ଆରଟିଓ-୧ରେ ମାଳମାଳ ଦଲାଲ ଦେଖିବାକୁ ମିଳିଛି। ସେମାନେ ଏବେ ଆରଟିଓ ଅଫିସ୍‍ ରେ ଏକପ୍ରକାର ମୁଖ୍ୟ ପୁରୋଧା ସାଜିଛନ୍ତି। କିଏ ଲାଇସେନ୍ସ ପାଇବ, କାହାର ଗାଡ଼ିର ମାଲିକାନା ବଦଳିବ, ଏହିମାନେ ସବୁ କିଛି ନିଷ୍ପତ୍ତି ନେଉଛନ୍ତି। ସାଧାରଣ ଲୋକ ଲାଇସେନ୍ସ ଟିଏ ପାଇବା ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଥିବା ବେଳେ ଅନେକ ସମୟରେ ଆବଶ୍ୟକ କାଗଜାତ ପାଇଁ କର୍ମଚାରୀମାନେ ସହଯୋଗ କରୁନାହାନ୍ତି। ଏମିତି କି ଛୋଟଛୋଟ କାମ ପାଇଁ କର୍ମଚାରୀମାନେ ଲୋକଙ୍କୁ ଫେରାଇ ଦେଉଥିବା ଭଳି ଅଭିଯୋଗ ହେଉଛି। ଯେଉଁଥିପାଇଁ କାମ ପାଇଁ ଯାଇଥିବା ବ୍ୟକ୍ତି ବାରମ୍ବାର ନିରାଶ ହୋଇ ଦଲାଲଙ୍କ ସହାୟତା ଲୋଡ଼ୁଛି। ଏହାର ସୁଯୋଗ ନେଇ ଦଲାଲମାନେ କିନ୍ତୁ ବିନା ବାଧାରେ ଆରଟିଓ ଅଫିସ୍‍କୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ବିଶେଷ କରି କୋଭିଡ୍‍ ପୂର୍ବରୁ ପ୍ରଶାସନ ଆରଟିଓ ଅଫିସରେ କାର୍ଯ୍ୟ କରୁଥିବା ଏଜେଣ୍ଟ ମାନଙ୍କୁ ବିଦା କରି ଦେଇଥିଲା। ସେମାନେ ଚାକିରି ହରାଇବା ପରେ ଏହି ଅଫିସ୍‍ ରେ ଏବେ ଦଲାଲ କରୁଛନ୍ତି। ସେମାନେ ଅଫିସ୍‍ର ପାସ୍‍ୱାର୍ଡ ଏବଂ ଅନ୍ୟାନ ଗୋପନୀୟ ତଥ୍ୟ ଜାଣିଥିବାରୁ ସହଜରେ ଅନ୍ୟକୁ ଲାଇସେନ୍ସ ଦେଇପାରୁଛନ୍ତି। ଯେଉଁଥି ପାଇଁ ଏହି ଦଲାଲମାନେ ଲୋକଙ୍କ ଠାରୁ ମୋଟା ରକମର ପାଉଣା ମଧ୍ୟ ଆଦାୟ କରୁଛନ୍ତି। ବଡ଼ କଥା ହେଲା ସେମାନଙ୍କ ପାଇଁ ଆରଟିଓ ଅଫିସ୍‍ରେ ଚେୟାର ମଧ୍ୟ ପଡ଼ିଛି। ସେମାନେ ସିଧା ଅଫିସ୍‍ ଭିତରକୁ ଯାଇ ଏହି ଚେୟାରରେ ବସୁଛନ୍ତି। ଆଉ ଆରଟିଓ ଅଫିସ୍‍ରେ ଥିବା ଅନ୍ୟ କର୍ମଚାରୀ୍‍ଙ୍କୁ ଧରି ସହଜରେ ଲାଇସେନ୍ସ ହାତଉଛନ୍ତି।
ଆରଟିଓ ଅଫିସ୍‍ର ଗେଟ୍‍ ନିକଟରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ସାଧାରଣ ଲୋକେ ଏହି ଅଫିସ୍‍ ଭିତରକୁ ଯିବାକୁ ହେଲେ ସେମାନେ କେଉଁ କାମ ପାଇଁ ଯିବେ ତାହାର କାଗଜପତ୍ର ଦେଖାଉଛନ୍ତି। କିନ୍ତୁ ଏହି ଦଲାଲମାନେ ବିନା କୌଣସି କାଗଜପତ୍ର ନଦେଖାଇ ଅବାଧରେ ଅଫିସ୍‍ ଭିତରକୁ ପଶୁଛନ୍ତି।
ଆରଟିଓ ଅଫିସ୍‍ ରେ ଏବେ ସବୁକିଛି ଅନ୍‍ଲାଇନ୍‍ରେ ହୋଇଯାଇଛି। କିନ୍ତୁ ସାଧାରଣ ଲୋକେ ଏହାର ସୁବିଧା ନେଇ ପାରୁନାହାନ୍ତି। ଅନେକ ଅନ୍‍ଲାଇନ୍‍ରେ ଲାଇସେନ୍ସ ପାଇଁ ଆବେଦନ କରୁଥିବା ବେଳେ ସ୍ଲଟ୍‍ ମିଳୁନି। ଅନେକ ଲୋକେ ଅନ୍‍ଲାଇନ୍‍ରେ ଆବେଦନ କରୁଥିଲେ ମଧ୍ୟ ଆରଟିଓ ଅଫିସ୍‍କୁ ବାରମ୍ବାର ଦୌଡ଼ୁଥିଲେ ମଧ୍ୟ କିଛି କାମ ହେଉନାହିଁ। ତେଣୁ ସେ ବାଧ୍ୟ ହୋଇ ଦଲାଲଙ୍କ ସହଯୋଗ ନେଉଛନ୍ତି। ଦଲାଲ ଲାଇସେନ୍ସ ପାଇଁ ସେମାନଙ୍କ ଠାରୁ ୧୫ଶହ ଟଙ୍କା ନେଉଛନ୍ତି। ଦଲାଲ ଏଥିରୁ ୧ହଜାର ଟଙ୍କା ରଖୁଥିବା ବେଳେ ଆରଟିଓ ଅଫିସରେ କାମ କରୁଥିବା କର୍ମଚାରୀଙ୍କୁ ୫ଶହ ଟଙ୍କା ଦେଉଛନ୍ତି। ଏହିଭଳି ଆରଟିଓ ଅଫିସରେ ଥିବା କର୍ମଚାରୀ ହଜାର ହଜାର ଟଙ୍କା ଦଲାଲମାନଙ୍କ ଦ୍ୱାରା ରୋଜଗାର କରୁଛନ୍ତି। ଏହି ଅଫିସରେ ଟଙ୍କା ନ ଦେଲେ କୌଣସି କାମ ହେଉନାହିଁ।
ଜଣେ ଦଲାଲ ନିଜ ନାମ ଗୋପନ ରଖି କହିଛନ୍ତି ଯେ, ଆରଟିଓ-୧ ଅଫିସ୍‍ରେ ଏକାଧିକ କର୍ମଚାରୀ ଲାଇସେନ୍ସ ପାଇଁ ମୋଟାରକମର ପାଉଣା ନେଉଛନ୍ତି। ସେମାନେ ଟଙ୍କା ନ ନେଲେ କାମ କରୁନାହାନ୍ତି। ତଳଠୁ ଉପର ସମସ୍ତେ ଗୋଟେ ଦସ୍ତଖତ ପାଇଁ ହାତଗୁଞ୍ଜା ନେଉଛନ୍ତି। ବଡ଼ କଥା ହେଲା ଏହି ହାତଗୁଞ୍ଜା କାରବାର ପାଇଁ ଏକ କୋଡ ୱାର୍ଡ ଦିଆଯାଇଛି। ଯଦି ଦଲାଲ କୌଣସି କାମ ବ୍ୟସ୍ତରେ ଅଫିସ୍‍ ଭିତରକୁ ଯାଇପାରୁନି, ସେ ଉକ୍ତ ବ୍ୟକ୍ତିଙ୍କୁ ତାର କୋଡୱାର୍ଡ ଦେଉଛନ୍ତି। ଫଳରେ ଉକ୍ତ ବ୍ୟକ୍ତି ଜଣଙ୍କ ଅଫିସ୍‍ ଭିତରକୁ ଯାଇ ଏକ ନିର୍ଦ୍ଦିଷ୍ଟ କର୍ମଚାରୀଙ୍କୁ ଦେଖା କରି ଏହି କୋଡ ଦେଉଛନ୍ତି। କୋଡ ୱାର୍ଡ ଦେବା ପରେ ଉକ୍ତ ଅଫିସ୍‍ରେ ଥିବା କର୍ମଚାରୀ ତୁରନ୍ତ କାମ କରିଥାନ୍ତି। ଏହିଭଳି ଗୋଲକ ଧନ୍ଧାରେ ଆରଟିଓ-୧ ଏବଂ ଆରଟିଓ-୨ ଚାଲୁଛି। ଏନେଇ ସାଧାରଣ ଲୋକେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ଏହାର କିଛି ସୁଫଳ ମିଳିପାରୁନି। ଏନେଇ ଆରଟିଓ(୧) ପ୍ରଦୀପ କୁମାର ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସେମାନଙ୍କୁ ଆମେ କିଭଳି ଜଗିବୁ। ସେମାନେ ବିଭିନ୍ନ ବାହାନାରେ ଅଫିସ ଭିତରକୁ ପଶୁଛନ୍ତି। ଏଥିପ୍ରତି ଆମେ ଆଗକୁ ଅଧିକ ଦୃଷ୍ଟି ଦେବୁ ବୋଲି କହିଛନ୍ତି।
ଭୁବନେଶ୍ବର: ନୂଆବର୍ଷରୁ ଆରଟିଓରେ ହେବ ନୂଆ ସଂସ୍କାର । ମିଡିଲ୍ ମ୍ୟାନ ବା ଦଲାଲ ମୁକ୍ତ ହେବ ଆରଟିଓ । ଏଣିକି ଅଫଲାଇନ ନୁହେଁ, ଅନଲାଇନରେ ହେବ ଡିଏଲ ଆବେଦନଠାରୁ ଆରମ୍ଭ କରି ଗାଡି ପରମିଟ୍‌ ଭଳି ସବୁ କାମ । ଆଉ ଲାଗିବନି ଲମ୍ବା ଲାଇନ୍‌। ଘରେ ବସି ଗୋଟିଏ କ୍ଳିକ୍‌ରେ କରିପାରିବେ ଆବେଦନ। ଆଜି ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା ଯେ ଏସବୁ କାର୍ଯ୍ୟରେ ଦଲାଲଙ୍କର ବଡ଼ ଭୂମିକା ରହୁଛି । ଅନେକାଶଂରେ ଦଲାଲଙ୍କ ଭୂମିକା କମିଥିଲେ ବି ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ପାଇଁ ନିଷ୍ପତି ନେଇଛି ପରିବହନ ବିଭାଗ । ତେଣୁ ପରିବହନ ବିଭାଗର ସମସ୍ତ କାର୍ଯ୍ୟ ଅନଲାଇନରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଆସନ୍ତାକାଲିଠୁ ଲାଗୁ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
ଏଣିକି ବିନା ଡ୍ରାଇଭିଂ ଟେଷ୍ଟରେ ବି ହେବ ଆପଣଙ୍କ ଲାଇସେନ୍ସ । ଖୁବ ଶୀଘ୍ର ଆରଟିଓରେ ଡ୍ରାଇଭିଂ ଟେଷ୍ଟ ନଦେଇ ମଧ୍ୟ ଆପଣ ଲାଇସେନ୍ସ ପ୍ରସ୍ତୁତ କରିପାରିବେ । ଡକ ଓ ପରିବହନ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତ କରିବା ଏବଂ ରିନ୍ୟୁଅଲ କରିବା ପାଇଁ ନୂଆ ଗାଇଡଲାଇନ ନେଇଆସିଛନ୍ତି । ଯାହା ଜୁଲାଇ ମାସ ସୁଦ୍ଧା ଲାଗୁ କରାଯିବାର ଯୋଜନା ରହିଛି । । ଏହି ନୂଆ ନିୟମ ଅନୁସାରେ ଲାର୍ଣ୍ଣର ଲାଇସେନ୍ସ ପାଇବାର ପୁରା ପ୍ରକ୍ରିୟା ଅନଲାଇନ ଜରିଆରେ ହେବ । ଆପଣଙ୍କ ଆପ୍ଲିକେସନ ଠାରୁ ଆରମ୍ଭ କରି ଲାଇସେନ୍ସର ପ୍ରିଣ୍ଟିଂ ପର୍ଯ୍ୟନ୍ତ ସଂମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନ ଦ୍ୱାରା ହେବ ।
ନୂଆ ଗାଡିର ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ସହଜ କରିବା ପାଇଁ ଏହିଭଳି ଗାଇଡଲାଇନ ଅଣାଯାଇଛି । ଏବେ ଆପଣ ନିଜର ରେଜିଷ୍ଟ୍ରେସନ ସାର୍ଟିଫିକେଟର ରିନ୍ୟୁଅଲ ୬୦ ଦିନ ଆଡଭାନ୍ସରେ କରିପାରିବେ । ତାସହ ଟେମ୍ପୁରାରୀ ରେଜିଷ୍ଟ୍ରେସନର ସମୟ ସୀମା ମଧ୍ୟ ଏବେ ୧ ମାସରୁ ବୃଦ୍ଦି କରି ୬ମାସ କରିଦିଆଯାଇଛି । ତେଣୁକରି ବର୍ତ୍ତମାନ ଡ୍ରାଇଭିଂ ସହ ଜଡିତ ସମସ୍ତ କାମ ପାଇଁ ଆପଣଙ୍କୁ ଆଉ ଆରଟିଓ ଯିବାକୁ ପଡିବନି । ଘରେ ବସି ଏ ସମସ୍ତ କାମ ଅନଲାଇନ ଜରିଆରେ କରିହେବ । ତାସହ ନିଜର ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଅନଲାଇନ ଜରିଆରେ ଆପଣଙ୍କୁ ଯେ କୈାଣସି ଏକ ମାନ୍ୟତା ପ୍ରାପ୍ତ ଡ୍ରାଇଭିଂ ସ୍କୁଲରେ ରେଜିଷ୍ଟ୍ରେସନ କରାଇବାକୁ ପଡିବ । ଏହିଠାରୁ ପୁରା ଟ୍ରେନିଙ୍ଗ ନେବା ପରେ ହିଁ ଆପଣଙ୍କର ଏକ ଅନଲାଇନ ପରୀକ୍ଷା ହେବ ।
ଯଦି ଆପଣ ସେହି ପରୀକ୍ଷାରେ ପାସ୍ କରୁଛନ୍ତି ତାହାଲେ ଯାଇ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିପାରିବ । ସବୁଠୁ ଖାସ୍ କଥା ହେଉଛି ଆପଣଙ୍କୁ ନିଜ କାର୍ କିମ୍ବା ବାଇକ କୁ ଆରଟିଓ ଅଫିସ ନେଇ ଯିବାକୁ ପଡିବନି । ଆଉ ଆପଣଙ୍କ ଟ୍ରେନିଙ୍ଗ ଓ ପରୀକ୍ଷା ସମ୍ବନ୍ଧିତ ସମସ୍ତ ପ୍ରକ୍ରିୟାକୁ ଇଲୋକ୍ଟ୍ରୋନିକାଲି ରେକର୍ଡ କରାଯିବ । ସଡକ ଓ ପରିବହନ ମନ୍ତ୍ରଣାଳୟ ଅନୁସାରେ ଡ୍ରାଇଭିଂ ଟ୍ରେନିଙ୍ଗ ସେଣ୍ଟରର ମାନ୍ୟତା ସେହିମାନଙ୍କୁ ଦିଆଯିବ ଯେଉଁମାନଙ୍କ ପାଖରେ ଡ୍ରାଇଭିଂ ଟ୍ରାକ,ଆଇଟି ଓ ବାୟୋମେଟ୍ରିକ ସିଷ୍ଟମ ଓ ନିର୍ଦ୍ଦାରିତ ସିଲାବସ ଅନୁସାରେ ଟ୍ରେନିଙ୍ଗ ସହ ଜଡିତ ସମସ୍ତ ସୁବିଧା ଉପଲବ୍ଧ ଥିବ ।
ଘରୋଇ ଆମ୍ବୁଲାନ୍ସ ପାଇଁ ଭଡ଼ା ଧାର୍ଯ୍ୟ କଲେ ପରିବହନ ବିଭାଗ
ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଉଛି କରୋନା। ଏପଟେ ଦୈନିକ ସଂକ୍ରମଣଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏପରି ସ୍ଥିତିରେ ପରିବହନ ବିଭାଗ ନେଇଛି ଏକ ବଡ ନିଷ୍ପତି । ଘରୋଇ ଆମ୍ବୁଲାନ୍ସ ରୋଗୀ ପରିବହନ ପାଇଁ କେତେ ଭଡା ନେବ ତାହା ଧାର୍ଯ୍ୟ କରିଛି ବିଭାଗ । ପରିବହନ ବିଭାଗର ନିଷ୍ପତି ମୁତାବକ ରୋଗୀ ପରିବହନ ପାଇଁ ମାରୁତି ଓମିନି ଆମ୍ବୁଲାନ୍ସ ଭଡ଼ା ବାବଦରେ ୭୫୦ଟଙ୍କା ନେଇପାରିବେ ।
ସେହିପରି ମାରୁତି ଓମିନି ଲାଇଫ ସପୋର୍ଟ ଆମ୍ଭୁଲାନ୍ସ ଭଡ଼ା ଆକାରରେ ୧୦୦୦ଟଙ୍କା ନେଇପାରିବେ। ମହିନ୍ଦ୍ରା ବୋଲେରୋ ଶ୍ରେଣୀର ଆମ୍ବୁଲାନ୍ସ ଭଡ଼ା ୧୦୦୦ଟଙ୍କା । ମହିନ୍ଦ୍ରା ବୋଲେରୋ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଭଡ଼ା ୧୫୦୦ଟଙ୍କା ରହିଛି । ସେହିଭଳି ଓ୍ୱିଙ୍ଗର ଶ୍ରେଣୀଭୁକ୍ତ ଆମ୍ବୁଲାନ୍ସ ଭଡ଼ା ୧୨୫୦ ଟଙ୍କା ହୋଇଥିବାବେଳେ ଓ୍ୱିଙ୍ଗର ଶ୍ରେଣୀଭୁକ୍ତ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଭଡ଼ା ୨୦୦୦ଟଙ୍କା କରାଯାଇଛି ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କୁ ଆମ୍ବୁଲାନ୍ସ ନେବା ପାଇଁ ଚଢା ଦର ଦାବି କରୁଥିବା ବେଳେ ପରିବହନ ବିଭାଗ ଏନେଇ ନିଷ୍ପତି ନେଇଛନ୍ତି। ନିଷ୍ପତି ମୁତାବକ ଧାର୍ଯ୍ୟ ହୋଇଥିବା ଦର ଠାରୁ କୌଣସି ଆମ୍ବୁଲାନ୍ସ ଅଧିକ ଟଙ୍କା ନେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।