Cyclone Montha - The Sakala

ଲ୍ୟାଣ୍ଡଫଲ ପରେ ଦୁର୍ବଳ ହେଉଛି ମୋନ୍ଥା, ଆଜି ପାଇଁ ୫ ଜିଲ୍ଲାକୁ ଭୀଷଣ ବର୍ଷା ନେଇ ରେଡ୍‌ ଆଲର୍ଟ....
ଭୁବନେଶ୍ବର: ଲ୍ୟାଣ୍ଡଫଲ ପରେ ଦୁର୍ବଳ ହେଉଛି ମୋନ୍ଥା ।ଏବେ ଭୀଷଣ ବାତ୍ୟାରୁ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି । ସିଷ୍ଟମ ଆନ୍ଧ୍ରପ୍ରଦେଶ ଉପକୂଳ ଉପର ଦେଇ ଗତି କରୁଛି । ବର୍ତ୍ତମାନ ଏହାର ବେଗ ୧୦ କିଲୋମିଟର ରହିଛି । ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । ଏବେ ବାତ୍ୟା ଆନ୍ଧ୍ରର ନର୍ସାପୁରଠାରୁ ୨୦ କିଲୋମିଟର ଓ ମଛଲିପଟନମଠାରୁ ୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଅଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ।

ମଙ୍ଗଳବାର ବାତ୍ୟା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିବା ସହ ଘଣ୍ଟା ପ୍ରତି ୧୫ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମକୁ ଗତି କରିଥିଲା। ସନ୍ଧ୍ୟା ୭.୩୦ ବେଳକୁ କାକିନାଡ଼ା ପାଖାପାଖି ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ୩ରୁ ୪ଘଣ୍ଟା ଧରି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିଥିଲା। ଏହି ସମୟରେ ପବନର ବେଗ ୯୦ରୁ ୧୧୦ କି.ମି. ପର୍ଯ୍ୟନ୍ତ ରହିଥିଲା। ଏହା ଧୀରେଧୀରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ମଧ୍ୟରାତ୍ର ବେଳକୁ ଆନ୍ଧ୍ରପ୍ରଦେଶର ମଛଲିପଟନମ ଓ କଳିଙ୍ଗପଟନମ୍‌ ମଧ୍ୟରେ ଥିବା କାକିନାଡା ପାଖାପାଖି ସ୍ଥଳଭାଗ ଛୁଇଁଥିଲା। ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ନ ଥିବାବେଳେ ବାତ୍ୟା ପ୍ରଭାବରେ ମଙ୍ଗଳବାର ଦିନତମାମ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ପବନ ଲାଗି ରହିଥିଲା। ଗଜପତି ଜିଲା ଆର. ଉଦୟଗିରି ବ୍ଲକ ଅନଘା ପଞ୍ଚାୟତର ରାସ୍ତାକଡ଼ ପାହାଡରୁ ବିରାଟକାୟ ପଥର ଖସି ୩୨୬ ନଂ. ଜାତୀୟ ରାଜପଥରେ ଯାତାୟାତ ଠପ୍‌ ହୋଇଯାଇଥିଲା। କାଶୀନଗର ବ୍ଲକ୍‌ ପାଡ଼ତଡ଼ା ପଞ୍ଚାୟତର ଲିଙ୍ଗାଠାରୁ ବାରଭା ଗ୍ରାମକୁ ଯାଉଥିବା କଚ୍ଚା ରାସ୍ତାରେ ମଧ୍ୟ ବଡ଼ବଡ଼ ପଥର ଖସିଥିଲା। ଏହାବାଦ୍‌ ଜିଲାର ବିଭିନ୍ନ ସ୍ଥାନରେ ଘର ଭାଙ୍ଗିଯାଇଥିବା ଦେଖିବାକୁ ମିଳିଥିଲା।

ସେହିପରି କୋରାପୁଟ ଜିଲା ନାରାୟଣପାଟଣାରେ ତଳଗୁମାଣ୍ଡି ରାସ୍ତାରେ ପାହାଡ଼ରୁ ପଥର ଧସି କିଛି ସମୟ ପାଇଁ ରାସ୍ତା ଅବରୋଧ ହୋଇଥଲା। ନନ୍ଦପୁର ବ୍ଲକ୍‌ ପାଡୁଆ ବଡଦେବତା ମନ୍ଦିରଠାରୁ ଶୋଭାପୁଟ ସଂଯୋଗ କରୁଥିବା ଆରଡି ରାସ୍ତାର ଗେମେଲପୁଟ ନିକଟରେ ପାତାଳୀ ନଦୀ ଓ ଜଳଭଣ୍ଡାର ପାର୍ଶ୍ୱକୁ ଲାଗି ଥିବା ରାସ୍ତାକଡ଼ର ପ୍ରାୟ ୨୦୦ ମିଟର ଜମିରୁ ମାଟି ଅତଡା ଖସୁଥିବାରୁ ୪ଟି ପଞ୍ଚାୟତବାସୀ ଆତଙ୍କିତ ଅବସ୍ଥାରେ ରହିଥିଲେ।

ବାତ୍ୟା ପ୍ରଭାବରେ ବୁଧବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ା ଆଦି ୫ ଜିଲାକୁ ଭୀଷଣ ବର୍ଷା ନେଇ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି ଏବଂ ଅନ୍ୟ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ନଭେମ୍ବର ୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

୧୫ କିମି ବେଗରେ ଆଗକୁ ଆଗକୁ ମାଡ଼ି ଆସୁଛି ଭୀଷଣ ବାତ୍ୟା 'ମୋନ୍ଥା', କାକିନାଡ଼ା ଠାରୁ ୧୫୦ କିମି ଦୂରରେ ...
ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଇ ମୋନ୍ଥା ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି । ଆଜି ଦିନ ୨ଟା ୩୦ର ପର୍ଯ୍ୟବେକ୍ଷଣ ଅନୁଯାୟୀ ଗୋପାଳପୁର ଠାରୁ ୪୮୦ କିମି କିମି ଦୂରରେ ରହିଥିବାବେଳେ ମଛଲିପଟନମ ଠାରୁ ୭୦ କିମି ଓ କାକିନାଡ଼ା ଠାରୁ ୧୫୦କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ଏହା ଆଜି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏହା କାକିନାଡା ପାଖାପାଖି ମଛଲିପାଟନମ ଏବଂ କଳିଙ୍ଗପାଟନମ ମଝିରେ ସ୍ଥଳଭାଗ ଅତିକ୍ରମ କରିବ । ବାତ୍ୟା ଉପକୂଳ ନିକଟତର ହେବା ସହ ଭୀଷଣ ବାତ୍ୟାର ରୂପ ନେଇଛି । ସମୟରେ ୯୦-୧୦୦ କିମି ବେଗରେ ପବନ ଓ ଝଟକା ପବନ ୧୧୦ କିଲୋମିଟର ପର୍ଯ୍ୟନ୍ତ ହେବ ।

Cyclone Montha Live Updates: ରାଜ୍ୟରେ ବାତ୍ୟା 'ମୋନ୍ଥା' ପ୍ରଭାବ; ବର୍ଷା-ପବନ ପାଇଁ ବିଭିନ୍ନ ଜିଲ୍ଲାକୁ ରେଡ୍‌, ଅରେଞ୍ଜ୍‌ ଓ ୟେଲୋ ଆଲର୍ଟ...
ଭୁବନେଶ୍ବର: ବାତ୍ୟା ମୋନ୍ଥାର ପ୍ରକୋପରେ ରାଜ୍ୟରେ ତୁହା କୁ ତୁହା ବର୍ଷା ଲାଗି ରହିଛି। ଆଜି ପାଇଁ ୫ ଜିଲ୍ଲାକୁ ରେଡ୍‌ ଓ ୪ଜିଲ୍ଲାକୁ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ଗଜପତିକୁ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଅବଶିଷ୍ଟ ୨୧ ଜିଲ୍ଲାକୁ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସେହିପରି, ପବନ ପାଇଁ ୬ ଜିଲ୍ଲାକୁ ରେଡ ଓ ୫ ଜିଲ୍ଲାକୁ ଅରେଞ୍ଜ, ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଥିବା ବେଳେ ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ବାତ୍ୟା 'ମୋନ୍ଥା' ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି, ଜିରୋ କାଜୁଆଲିଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ବାତ୍ୟା 'ମୋନ୍ଥା' ମୁକାବିଲା ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। କୌଣସି ବି ଜୀବନ ହାନି ହେବ ନାହିଁ। ସରକାରଙ୍କ ଲକ୍ଷ୍ୟ ଜିରୋ କାଜୁଆଲିଟି। ଆଜି ସନ୍ଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ର ମଛଲିପଟନମ କଳିଙ୍ଗପଟନମ କାକିନାଡ଼ା ଠାରେ ଲ୍ୟାଣ୍ଡ ଫଲ କରିବ।  ଓଡ଼ିଶାରେ ଲ୍ୟାଣ୍ଡଫଲ ନ କଲେ ବି ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ବର୍ଷା ପବନ ରହିବ। କିଛି ଜିଲ୍ଲାରେ ବର୍ଷ ଆରମ୍ଭ ହୋଇଛି। ଗଜପତି, ଗଞ୍ଜାମ, ରାୟଗଡା, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳରେ ପ୍ରଭାବ ରହିବ। ଓଡିଶା ସରକାର ଗତ ୩ ଦିନ ଧରି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସରକାରଙ୍କ ଲକ୍ଷ୍ୟ ଜିରୋ କାଜୁଆଲିଟି।

ସ୍ଥାନରିତ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ୨୦୪୮ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି। ୮  ଜିଲ୍ଲାରେ ୧୧୩୯୬ ଜଣ ସ୍ଥାନାନ୍ତରିତ ହେଲେଣି। ୧୮୭୧ ଗର୍ଭବତୀ ମହିଳା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ଆଉ ୮୨୨ ଜଣ ସ୍ଥାନାନ୍ତର ହେବେ। ୩୦ ଓଡ୍ରାଫ ୧୨୩ ଅଗ୍ନିଶମ ୫ ଏନଡିଆରଫ ଟିମ ମୁତୟନ ହୋଇଛନ୍ତି। ପର୍ଯ୍ୟଟନ କ୍ଷେତ୍ର ଗୁଡିକୁ ନ ଯିବାକୁ ସତର୍କ କରାଯାଇଛି। ଶୁଖିଲା ଖାଦ୍ୟ ପ୍ରସ୍ତୁତ କରି ରଖାଯାଇଛି.। ଅଭିଜ୍ଞା ଡାକ୍ତରୀ ଟିମ ମୁତୟନ ହୋଇଛନ୍ତି। ସମସ୍ତ ପୁକାବିଲା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ବିଭିନ୍ନ ବିଭାଗ ନିଜ ନିଜର କାର୍ଯ୍ୟ ସୂଚାର ରୂପେ ସମ୍ପାଦନ କରିବେ। ସରକାର ବାତ୍ୟାର ସଫଳ ମୁକାବିଲା କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି.

ଆସୁଛି ବାତ୍ୟା ‘ମୋନ୍ଥା’; ଭୟ କରନ୍ତୁ ନାହିଁ, ସତର୍କ ରହିବାକୁ ନବୀନଙ୍କ ପରାମର୍ଶ...
ଭୁବନେଶ୍ବର : ବାତ୍ୟା ‘ମୋନ୍ଥା’କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି। ସେ କହିଛନ୍ତି ଯେ, ଆପଣ ଜାଣନ୍ତି  ବାତ୍ୟା ମୋନ୍ଥା ଆସୁଛ । ଆଗରୁ ଆମେ ଅନେକ ବାତ୍ୟାର ସଫଳ ମୁକାବିଲା କରିଛେ। ତେଣୁ ଭୟ କରନ୍ତୁ ନାହିଁ। ସତର୍କ ରୁହନ୍ତୁ। ପ୍ରଶାସନକୁ ପୂରା ସହଯୋଗ କରନ୍ତୁ ବୋଲି ଓଡ଼ିଶାବାସୀଙ୍କୁ ଅପିଲ କରିଛନ୍ତି। ବାତ୍ୟା ମୋନ୍ଥା ଆସୁଥିବାରୁ ନବୀନ ରାଜ୍ୟବାସୀଙ୍କୁ ଏହି ବାର୍ତ୍ତା ଦେଇଛନ୍ତି ।

ଆମର ବିଜେଡି କର୍ମୀ ଭାଇ ଭଉଣୀମାନଙ୍କୁ ମୋର ଅନୁରୋଧ ଏ ବିପଦ ସମୟରେ ଲୋକଙ୍କ ସହ ରୁହନ୍ତୁ । ଲୋକଙ୍କୁ  ସହାୟତା ଯୋଗାଇ ଦିଅନ୍ତୁ । ଆମେ ସବୁବେଳେ ସମସ୍ତେ ଏକାଠି ମିଶି ବିଭିନ୍ନ ବିପର୍ଯ୍ୟୟର ମୁକାବିଲା କରି ଆସୁଛେ। ଏଥର ମଧ୍ୟ ଏକାଠି ହୋଇ ବାତ୍ୟାର ମୁକାବିଲା କରିବା ।

ବାତ୍ୟା ଆଶ୍ରୟସ୍ଥଳୀରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି: ବାତ୍ୟା ଆଶ୍ରୟସ୍ଥଳୀରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ । ରାୟଗଡ଼ ବ୍ଲକ ପୋତାର ପଞ୍ଚାୟତରେ ଯୋଗାଣ ସହାୟକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ୨୬ ତାରିଖରୁ ବାତ୍ୟା ମୁକାବିଲା କାର୍ଯ୍ୟରେ ନିୟୋଜିତ ଥିଲେ। କାଲି ଆଶ୍ରୟସ୍ଥଳୀରେ କାମ ସାରିବା ପରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ସକାଳୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପରେ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର।

Cyclone Montha live updates: ବାତ୍ୟା 'ମୋନ୍ଥା'କୁ ନେଇ ବିଏମସିର ପ୍ରସ୍ତୁତି, ୟେଲୋ ଜୋନରେ ରହିଛି ଖୋର୍ଦ୍ଧା ଜିଲ୍ଲା...
ଭୁବନେଶ୍ବର: ବାତ୍ୟା ମୋନ୍ଥାକୁ ନେଇ ବିଏମସିର ପ୍ରସ୍ତୁତି। ୟଲୋ ଜୋନରେ ଖୋର୍ଦ୍ଧା ଜିଲ୍ଲା ରହିଛି। ପ୍ରବଳ ବର୍ଷା ସାଙ୍ଗକୁ ପବନ ହେବା ନେଇ ଆଇଏମଡି ପକ୍ଷରୁ ଆକଳନ କରାଯାଇଛି। ବର୍ଷା ପ୍ରଭାବରେ ଜଳବନ୍ଦୀ, ବନ୍ଯା, ଗଛ ପଡିବା, ବିଦ୍ୟୁତ ତାର ଛଣ୍ଡିବାର ସମ୍ଭାବନା ରହିଛି। ଏ ନେଇ ବିଏମସିରେ କଣ୍ଟ୍ରୋଲ ରୁମ ଖୋଲା ଯାଇଛି।

ବିଏମସି, ଫାୟାର, ପୁଲିସ, ପୂର୍ତ୍ତବିଭାଗ, ବିଡିଏ , ଇଡକୋ, ଜାତୀୟ କାଜପଥ, ବନ ବିଭାଗ, ଟିପିଡିସିଓଲ ସମେତ ଲାଇନ ଡିପାର୍ଟମେଣ୍ଟ ମାନଙ୍କ ସହିତ ଆଲୋଚନା ହେବା ସହିତ ସ୍ବତନ୍ତ୍ର ଟିମ ଗଠନ ହୋଇଛି। କିଭଳି ସଫେଇ ହେବ, ଡ୍ରେନେଜ ସମସ୍ଯା ନ ହେବ ସେ ନେଇ ଯୋଜନା ହୋଇଛି। ଡ୍ରେନ କିଭଳି ଚୋକ ନ ହେବ ଆଜି ସଫା କରାଯାଇଛି। ଫାୟାର ଓ ଡ୍ରେନେଜ ଡିଭିଜନର ଟିମ ମାନଙ୍କୁ ଯାନ ଓ ତେଲ ଦେଇ ସମ୍ବେଦନଶୀଳ ଜାଗାରେ ମୁତୟନ କରାଯାଇଛି। ଯେଉଁ ଜାଗାରେ ସମସ୍ଯା ଦେଖାଦେବ ସ୍ଥାନୀୟ କର୍ପୋରେଟରଙ୍କୁ ଜଣାଇବେ।

ଏହା ସହିତ ହେଲ୍ପଲାଇନ ନମ୍ବର ୧୯୨୯ ନମ୍ବରରେ ଯୋଗାଯୋଗ କରିବା ନେଇ କମିଶନର ଅପିଲ କରିଛନ୍ତି। ବନ୍ଯା ଓ ଜଳବନ୍ଦୀକୁ ନଜରରେ ରଖି କଲ୍ଯାଣ ମଣ୍ଡପ ଓ ସ୍କୁଲ ଗିଡକରେ ରହିବା ପାଇଁ  ପ୍ରସ୍ତୁତି କରାଯାଇଛି। ଲୋକମାନେ ଭୟ କରିବା ଦରକାର ନାହିଁ। ମୁକାବିଲା ନେଇ ବିଏମସି ପୁରା ପ୍ରସ୍ତୁତ ଅଛି ବୋଲି ବିଏମ କମିଶନର ଚଞ୍ଚଲ ରାଣା  କହିଛନ୍ତି।

ବାତ୍ୟା 'ମୋନ୍ଥା' ମୁକାବିଲା; ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି, କେହି ଭୟଭୀତ ହୁଅନ୍ତୁ ନାହିଁ: ରାଜସ୍ବ ମନ୍ତ୍ରୀ
ଭୁବନେଶ୍ବର: ବାତ୍ୟା 'ମୋନ୍ଥା'ର ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟପକ ପ୍ରସ୍ତୁତ ଆରମ୍ଭ ହୋଇଯାଇଛି। ୮ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ଗଞ୍ଜାମ, କନ୍ଧମାଳ, ଗଜପତି, କଳାହାଣ୍ଡି, ନବରଙ୍ଗପୁର, ରାୟଗଡା ଆଦି ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। ବିଭିନ୍ନ ବିଭାଗ ସହ ମଧ୍ୟ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି। ଆଜି ଚୂଡାନ୍ତ ବୈଠକ ବସିଥିଲା। ଏଥିରେ ଜିଲ୍ଲା ସ୍ତରର ସମୀକ୍ଷା ନେଇ ଅପଡେଟ ହୋଇଛି।

ସରକାରରୁ ଜିଲ୍ଲା, ବ୍ଲକ, ପଞ୍ଚାୟତ ପ୍ରଶାସନ ଯାଏଁ ପ୍ରସ୍ତୁତି ସରିଛି। ସରକାରୀ ଅଧିକାରୀ, ଅଙ୍ଗନବାଡି, ଆଶା ଦିଦି ପାଖରେ ପହଞ୍ଚିଛନ୍ତି ଲୋକଙ୍କ ସୁରକ୍ଷା ପାଇଁ। ଗତ ଦାନା ବାତ୍ୟାରେ ଚମତ୍କାର ପ୍ରଦର୍ଶନ ହୋଇଥିଲା। ଏଥର ମଧ୍ୟ ତଳ ଠାରୁ ଉପର ଯାଏଁ ପ୍ରସ୍ତୁତ ଅଛନ୍ତି। ବାତ୍ୟାର ଗତି ବଢ଼ି ବଢ଼ି ଚାଲୁଛି। ଆଜି ସକାଳ ରିପୋର୍ଟ ଅନୁସାରେ ଅବପାତର ଗତି ୧୮ କିଲୋମିଟର ରହିଛି।

ବିଶେଷଜ୍ଞଙ୍କ ଅନୁସାରେ, ଗତି ଯେତେ ବଢିବ, ପ୍ରଭାବ କମିବ। ଯାହା ଶୁଭ ସୂଚନା । ଗୋପାଳପୁରଠାରୁ ୬୦୦ କିଲୋମିଟର ଦୂରରେ ଅଛି। ଏହା ମାଲକାନଗିରିରୁ କ୍ରସ କରି ଛତିଶଗଡ ଯିବ। ଗଞ୍ଜାମ, ଗଜପତି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ପ୍ରଭାବିତ ହେବ। ଛତିଶଗଡ ପଟେ ବର୍ଷା ହୋଇ ପାରେ। ପାଣି ମହାନଦୀକୁ ଆସିବାର ସମ୍ଭାବନା ଅଛି। 88% ପାଣି ଜଳଭଣ୍ଡାରରେ ଥିଲା। ଏବେ ପାଣି ଛାଡିବା ଆରମ୍ଭ ହେଲାଣି। ସମୁଦ୍ର ଭିତରୁ ଫେରି ଆସିବାକୁ କୁହାଯାଇ ସରିଛି।

SRC ଆଜି କୋଷ୍ଟ ଗାର୍ଡ ସହ କଥା ହେବେ। ଆନ୍ଧ୍ର ପ୍ରଦେଶ ଲୋକ ଓଡ଼ିଶା ସମୁଦ୍ରରେ ଥିବା ଜଣା ଯାଇଛି। କେତେ ପରିମାଣରେ ସେଠୁ ଜାହାଜ ଆସିଛି, ସେ ନେଇ କୋଷ୍ଟ ଗାର୍ଡ ସହ ଆଲୋଚନା ହେବ।  ବିଚଳିତ ହୁଅନ୍ତୁ ନାହିଁ। ସଫଳତା ସହ ଜିରୋ କାଜୁଆଲଟି ସହ ବାତ୍ୟାକୁ ବିଦା କରିବା । ବାତ୍ୟା ସମୟରେ ଘରୁ ବାହାରନ୍ତୁ ନାହିଁ। ବର୍ତ୍ତମାନ ସୁଦ୍ଧା ୨୦୦ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇ ସାରିଲାଣି, ବାକି ବି ହେବେ। ପାହାଡ଼ରେ ଥିବା ଲୋକଙ୍କୁ ତଳକୁ ଆସିବାକୁ କୁହାଗଲାଣି। କଚା ଘର ଥିବା ଲୋକ ନିକଟ ଆଶ୍ରୟସ୍ଥଳୀ ବା ସ୍କୁଲକୁ ପଳେଇ ଆସନ୍ତୁ। ବୟସ୍କ, ମହିଳା, ଶିଶୁଙ୍କୁ ସୁରକ୍ଷା ଦିଅନ୍ତୁ. 24*7 ହେଲ୍ପଲାଇନ ଜାରି ହୋଇଛି। କଣ୍ଟ୍ରୋଲ ରୁମ ଖୋଲା ଅଛି। ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେଲାଣି। ନିଜ ଜିନିଷ ସୁରକ୍ଷା ରଖିବାକୁ ଲୋକେ କାମ କରୁଛନ୍ତି। ସମ୍ବେଦନଶୀଳ ଓ ପାଣି ଘେରରେ ରହିବା ଆଶଙ୍କା ଥିବା ଲୋକ ରିଲିଫ ସେଣ୍ଟରକୁ ଆସନ୍ତୁ। ସମ୍ପତି ଦାୟିତ୍ୱ ଓଡ଼ିଶା ପୁଲିସ ନେବେ। ଏବେ ବର୍ଷା ହେଲାଣି।

୮ ଜିଲ୍ଲାରେ ୨୦୦ ରିଲିଫ ସେଣ୍ଟର କରାଯାଇଛି। ସ୍କୁଲକୁ ବି ଆଶ୍ରୟ ସ୍ଥଳୀ ପାଇଁ ବ୍ୟବହାର କରାଯିବ। ଏହି ୮ ଜିଲ୍ଲାରେ ୨୮ , ୨୯, ୩୦ ଯାଏଁ ସ୍କୁଲ ଓ ଅଙ୍ଗନବାଡି ବନ୍ଦ ରଖାଯାଇଛି। ଅଙ୍ଗନବାଡି ହିତାଧିକାରୀଙ୍କ ଘରକୁ ଶୁଖିଲା ଖାଦ୍ୟ ପହଞ୍ଚାଇ ଦିଆଯିବ। ସହରରେ ଯେଉଁଠି ପାଣି ପଶିବା ଆଶଙ୍କା ରହିଛି, ସେଠି ପମ୍ପିଙ୍ଗ କରିବାକୁ କୁହାଯାଇଛି। ଯେପରି ଘରକୁ ପାଣି ନ ପଶେ । ରାସନ, ଗୋଖାଦ୍ୟ ଓ ପଶୁ ଖାଦ୍ୟ ପର୍ଯ୍ୟାପ୍ତ ମହାଜୁଦ ଅଛି। ପାୱାର ବ୍ୟାକଅପ ବ୍ୟବସ୍ଥା ହୋଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

୩୦ ତାରିଖ ଯାଏଁ ୮  ଜିଲ୍ଲାର ସବୁ ସ୍କୁଲ ଓ ଅଙ୍ଗନବାଡି ସେଣ୍ଟର ବନ୍ଦ ରହିବ। ସେଠି ସରକାରୀ ଅଧିକାରୀଙ୍କ ଛୁଟି ୩୦ ଯାଏଁ ବାତିଲ କରଯାଇଛି।  24 ଘଣ୍ଟାରେ ବିଦ୍ୟୁତ ପୁନଃ ସଂଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସବୁ ଉପକରଣ ପହଂଚି ସାରିଛି। ସ୍ଥାନାନ୍ତର ଯେଉଁଠି ଦରକାର, ସେଠି କରାଯିବ। ଲ୍ୟାଣ୍ଡଫାଲ କାକିନାଡ଼ରେ ଆକଳନ ହୋଇଥିବା ସମୟରେ ହେବ। ଗର୍ଭବତୀମାନଙ୍କୁ PHC, CHC ପହଞ୍ଚାଇ ଦିଆଯାଇଛି। ଆଣ୍ଟି ସ୍ନେକ ଭେନମ ଓ ଔଷଧ ପର୍ଯ୍ୟାପ୍ତ ମହଜୁଦ ଅଛି ବୋଲି  ସୁରେଶ ପୂଜାରୀ ଦେଓ ରଞ୍ଜନ ସିଂ ସୂଚନା ଦେଇଛନ୍ତି।