Odisha Cyclone - The Sakala

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ମୋନ୍ଥା': ରାଜ୍ୟରେ କମ୍‌ ପବନ; ଅଧିକ ବର୍ଷା, ୨୮ତାରିଖ ରାତିରେ ଛୁଇଁବ ଭୂଭାଗ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ମୋନ୍ଥା' । ଗଭୀର ଅବପାତରୁ ତାହା ବାତ୍ୟାରେ ପରିଣତ ହୋଇଥିବା ପାଣିପାଗ ବିଭାଗର ବୁଲେଟିନରୁ ଜଣାପଡ଼ିଛି। ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଉପରେ ଏବେ କେନ୍ଦ୍ରୀଭୂତ ହୋଇ ରହିଛି। ବିଗତ ୩ ଘଣ୍ଟାରେ ଘଣ୍ଟାପ୍ରତି ୧୫ କିମି ବେଗରେ ଗତିକରିବା ସହ ବର୍ତ୍ତମାନ କାକିନାଡ଼ାଠାରୁ ୬୨୦କିମି, ବିଶାଖାପାଟନମଠାରୁ ୬୫୦ କିମି ଓ ଗୋପାଳପୁରଠାରୁ ୭୯୦ କିମି ଦୂରରେ ମୋନ୍ଥା । ୨୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହେବ ଓ ମଧ୍ୟରାତ୍ର ସୁଦ୍ଧା ଆନ୍ଧ୍ରର କାକିନାଡ଼ାରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ-ଆଇଏମ୍‌ଡି ପକ୍ଷରୁ ଆକଳନ କରାଯାଇଛି।

ସ୍ଥଳଭାଗ ଛୁଇଁବା (ଲ୍ୟାଣ୍ଡଫଲ୍) ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ଓ ଏହାର ଝଟକା ୧୧୦ କିମି ପର୍ଯ୍ୟନ୍ତ ରହିବାର ସମ୍ଭାବନା ରହିଛି ।  ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୨୮ ତାରିଖ ସନ୍ଧ୍ୟାରେ ବାତ୍ୟା ଆନ୍ଧ୍ରର କାକିନାଡ଼ା ପାଖରେ ଉପକୂଳ ଛୁଇଁବ। ସନ୍ଧ୍ୟା ୬ଟାରୁ ରାତି ୧୦ ଟା ମଧ୍ୟରେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ହେବ। ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ଆନ୍ଧ୍ର ଓ ସଂଲଗ୍ନ ଛତିଶଗଡ଼ରେ ପହଞ୍ଚି ଜଗଦଲପୁର ଓ ରାୟପୁରର ପଶ୍ଚିମ ଭାଗ ଦେଇ ଯାଇପାରେ। ଏମିତି ହେଲେ ଅବିଭକ୍ତ କୋରାପୁଟ ଓ ନୂଆପଡ଼ାରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ। ଯଦି ମାଲକାନଗିରି ହୋଇ ବାତ୍ୟା ଯାଏ, ତେବେ ଅବିଭକ୍ତ କୋରାପୁଟ, ଗଞ୍ଜାମ, ଗଜପତି, ଓ ନୂଆପଡ଼ା ସହିତ କଳାହାଣ୍ଡିରେ ପବନର ବେଗ ୬୦ କିମି ପର୍ଯ୍ୟନ୍ତ ହୋଇପାରେ।  ମାତ୍ର ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ପବନର ବେଗ ୩୦ କିମି ପର୍ଯ୍ୟନ୍ତ ହୋଇପାରେ। ଏହି ବାତ୍ୟା ଯୋଗୁଁ ରାଜ୍ୟର ଦକ୍ଷିଣ ଉପକୂଳରେ ପ୍ରବଳ ବର୍ଷା ହେବ। ୨୭ ତାରିଖ ଅପରାହ୍ନରୁୁ ଗଜପତି, ରାୟଗଡ଼ା, ଗଞ୍ଜାମ, ଖୋର୍ଦ୍ଧାରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ସହ ନୟାଗଡ଼, ଢେଙ୍କାନାଳ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜରେ ମଧ୍ୟ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୯ ସନ୍ଧ୍ୟା ଓ ୩୦ରେ ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ମଧ୍ୟମ ବର୍ଷା ହୋଇପାରେ। ଗଜପତି, ଗଞ୍ଜାମ, ଖୋର୍ଦ୍ଧା ଜିଲ୍ଲାରେ ୧୫୦ ମିମି, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଉପକୂଳ ଅଞ୍ଚଳରେ ୧୦୦-୧୨୦ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୨୭ରେ ଦକ୍ଷିଣ ଓଡ଼ିଶା ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ବର୍ଷା ଅଧିକ ରହିପାରେ। ଏଥିପାଇଁ ବିିଭିନ୍ନ ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି କରାଯାଇଛି।  କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଆଦି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଅନ୍ୟପଟେ ମୋନ୍ଥାର ବାହ୍ୟ ବଳରେ ରହିଥିବା କିଛି କିଛି ମେଘ ଖଣ୍ଡ ଏବେ ଦକ୍ଷିଣ ଓଡ଼ିଶାରେ ପହଞ୍ଚିଛି ଓ କିଛି ଅଞ୍ଚଳରେ ସାମାନ୍ୟ ବର୍ଷା ଆରମ୍ଭ ହୋଇଛି। ୨୭ରୁ ବର୍ଷାର ପ୍ରଭାବ ବଢ଼ିବା ସହ ୨୮ ଓ ୨୯ ତାରିଖରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।  ଆନ୍ଧ୍ର ଓ ଓଡ଼ିଶା ସୀମାନ୍ତରେ ରହିଥିବା ପୂର୍ବଘାଟ ପର୍ବତମାଳା ଯୋଗୁଁ ଓଡ଼ିଶାରେ ବାତ୍ୟାର ପ୍ରଭାବ କମ୍‌ ରହିବ । ମାତ୍ର ଏହାର ପାର୍ଶ୍ବ ପ୍ରଭାବରେ ରାଜ୍ୟର ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା ସହ ଭୂସ୍ଖଳନ ଆଶଙ୍କା ରହିଛି ବୋଲି କୁହାଯାଉଛି। ପୂର୍ବରୁ ୨୦୧୮ରେ ‘ତିତ୍‌ଲି’ ମଧ୍ୟ ସମାନ ଢାଞ୍ଚାରେ ଆନ୍ଧ୍ରରେ ସ୍ଥଳଭାଗ ଅତିକ୍ରମ କରି ଓଡ଼ିଶା ମୁହାଁ ହୋଇଥିଲା ଓ ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁଁ ଗଜପତିରେ ୫୦ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିଲା। ତେଣୁ ଏହାପ୍ରତି ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।