Cyclone Montha - The Sakala

ବାତ୍ୟା 'ମୋନ୍ଥା': ଆସନ୍ତାକାଲିଠୁ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ, ପ୍ରଭାବିତ ହୋଇଛି ରାଜ୍ୟର ୩୩ ବ୍ଲକ ଓ ୧୧ଟି ସହରାଞ୍ଚଳ ...
ଭୁବନେଶ୍ବର: ବାତ୍ୟା 'ମୋନ୍ଥା' ପରେ ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଖୁବ ଶୀଘ୍ର ଆକଳନ ହେବ କ୍ଷୟକ୍ଷତି। ଆସନ୍ତାକାଲି ଠାରୁ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ। କ୍ଷତି ହୋଇଥିବା ଶସ୍ୟ ଠିକ ଆକଳନ କରିବେ ଅଧିକାରୀ। ୭୨ ଘଣ୍ଟାରେ ଦେବେ ରିପୋର୍ଟ। ଅଧିକ ସରକାରୀ କର୍ମଚାରୀ ଆବଶ୍ୟକ ହେଲେ ଅନ୍ୟ ଜିଲାରୁ କର୍ମଚାରୀଙ୍କୁ ଅଣାଯିବ। ବହୁଜାଗାରେ ଘର କାନ୍ଥ ପଡିଛି ସେମାନଙ୍କୁ ପଲିଥିନ ଦିଆଯାଇଛି। ଘର କ୍ଷତି ହୋଇଥିଲେ ଆକଳନ ପରେ କ୍ଷତି ପୂରଣ ଦିଆଯିବ। ଆକଳନ ବେଳେ ବ୍ୟାଙ୍କ ଖାତା, ଆକାଉଣ୍ଟ ନଂ ମାଗିବେ ଅଧିକାରୀ। ଅନଲାଇନରେ ତୁରନ୍ତ ଦିଆଯିବ କ୍ଷତି ପୂରଣ । ୩୧ ତାରିଖ ଯାଏଁ ସତର୍କ ରହିବାକୁ ପଡିବ।

ଆସନ୍ତାକାଲି କିଛି ଜାଗାରେ ବର୍ଷା ଅଛି। ଗଜପତି ଜିଲ୍ଲାର ଗୋଶାଣୀ ବ୍ଲକରେ ସର୍ବାଧିବ ୧୫୦ ମିଲିମିଟର ବର୍ଷା ହୋଇଛି। ୫୬ଟି ବ୍ଲକରେ ୫୦ରୁ ୧୦୦ ମିଳିମିଟର ବର୍ଷା ହୋଇଛି। ୧୬୧ ଟି ଟିମ ବାତ୍ୟା ମୁକାବିଲା ପାଇଁ ନିୟୋଜିତ ଥିଲେ। ୨୧୬୪ଟି ବାତ୍ୟା ଆଶ୍ରୟ ସ୍ଥଳୀରେ ୧୯ ହଜାର ଲୋକଙ୍କୁ ସ୍ଥାନାନ୍ତିର କରାଯାଇଥିଲା । ୨୧୮୯ ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଥିଲା। ନିରବଛିନ୍ନ ବିଦ୍ୟୁତ ସେବା ଆହ୍ୱାନ ଥିଲା। ନିରବଛିନ୍ନ ହୋଇଥିବା ବିଦ୍ୟୁତ ସେବା ସଂଯୋଗ ସରିଲାଣି । ଗଛ କାଟି ରାସ୍ତା ସଫା କରାଯାଇଛି। ୩୩ଟି ବ୍ଲକ ଓ ୧୧ ଟି ସହରାଞ୍ଚଳ ପ୍ରଭାବିତ ହୋଇଛି। ୩୬୨ଟି ଜାଗାରେ ୧୮ ହଜାର ୭୬୨ ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି। ୨୯ ଅକ୍ଟୋବର ଆଜିର ଦିନରେ ୧୯୯୯ ମସିହାରେ ମହାବାତ୍ୟା ଆସିଥିଲା। IMD ର ପୂର୍ବ ଆକଳନ ସଂଯୋଗ ବଶତଃ ବାତ୍ୟା ମନ୍ଥା ୨୯ତାରିଖ ରେ ହେବାର ଥିଲା। ସାମ୍ଭାବ୍ୟ ବାତ୍ୟାରୁ ଓଡ଼ିଶା ରକ୍ଷା ପାଇଛି। ବାତ୍ୟା ଦିଗ ପରିବର୍ତ୍ତନ କଲା। ଓଡ଼ିଶାର ସୀମା ଛୁଇଁ ଝାଡ଼ଖଣ୍ଡ ଗଲା ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ଭୀଷଣ ବାତ୍ୟାର ରୂପ ନେଲା ‘ମୋନ୍ଥା’, ସମୁଦ୍ରରୁ ଶକ୍ତି ସଂଗ୍ରହ କରି ସ୍ଥଳଭାଗକୁ ମାଡ଼ି ଆସୁଛି ମୋନ୍ଥା
ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପନେଲା ବାତ୍ୟା ମୋନ୍ଥା । ସମୁଦ୍ରରୁ ଶକ୍ତି ସଂଗ୍ରହ କରି ସ୍ଥଳଭାଗକୁ ମାଡ଼ି ଆସୁଛି ବାତ୍ୟା ମୋନ୍ଥା । ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଆଗକୁ ବଢୁଛି । ମଚ୍ଛଲିପଟ୍ଟନମରୁ ୧୯୦ କିମି ଦୂରରେ ରହିଛି ବାତ୍ୟା । କାକିନାଡ଼ାରୁ ୨୭୦ କିମି ଦୂରରେ ବାତ୍ୟା ମୋନ୍ଥା । ବିଶାଖାପଟ୍ଟନମରୁ ୩୪୦ କିମି ଦୂରରେ ରହିଛି ବାତ୍ୟା । ଗୋପାଳପୁରରୁ ୫୫୦ କିମି ଦୂରରେ ରହିଛି । ଆଜି ସନ୍ଧ୍ୟାରୁ ରାତି ଭିତରେ ବାତ୍ୟା କାକିନାଡ଼ାରେ ଲ୍ୟାଣ୍ଡଫଲ୍ କରିବ। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ସନ୍ଧ୍ୟା ୫ଟାରୁ ରାତି ୮ଟା ଭିତରେ କୋନାସୀମାରେ ଲ୍ୟାଣ୍ଡଫଲ୍ କରିପାରେ ଭୀଷଣ ବାତ୍ୟା ମୋନ୍ଥା । ଲ୍ୟାଣ୍ଡଫଲ ପରେ ଉତ୍ତରପଶ୍ଚିମ ଦିଗରେ ଗତି କରି ଦୁର୍ବଳ ହେବ ବାତ୍ୟା ମୋନ୍ଥା । ଛତିଶଗଡ଼ ମୁହାଁ ହୋଇ ଦୂର୍ବଳ ହେବ ।

ବାତ୍ୟା ମୋନ୍ଥା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି । ପବନର ବେଗ ବଢ଼ିବା ସହିତ ସମୁଦ୍ରରେ ଆସୁଛି ଉଚ୍ଚ ଉଚ୍ଚ ଜୁଆର। ବେଳାଭୂମି ରାସ୍ତା ଉପରକୁ ମାଡ଼ି ଆସୁଛି ସମୁଦ୍ର ପାଣି। ଘଣ୍ଟାକୁ ୯୦ରୁ୧୦୦ କିଲୋମିଟର ବେଗରେ ପବନ ବହୁଛି । ଝଟକା ପବନର ବେଗ ରହିଛି ୧୧୦ କିଲୋମିଟର ।

ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଛେଚୁଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜଳାଭଣ୍ଡାର ଗୁଡ଼ିକ ଫୁଲିବାରେ ଲାଗିଛି। ବାତ୍ୟା ପାଇଁ ୮ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡି ଅଧିକ ପ୍ରଭାବିତ ହେବା ଆଶଙ୍କା ଅଛି । ଆସନ୍ତା ୨ଦିନ ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Cyclone Montha Update; ବାତ୍ୟା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ୨ ଦିନ ସ୍କୁଲ୍‌ ଛୁଟି
ଭୁବନେଶ୍ବର: ଧୀରେ ଧିରେ ଉପକୂଳ ମୁହାଁ ହେଉଛି ସମ୍ଭାବ୍ୟ ବାତ୍ୟା ମନ୍ଥା। ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ୍ -କଳିଙ୍ଗପଟ୍ଟନମ୍ ମଧ୍ୟବର୍ତ୍ତୀ ଅଞ୍ଚଳ କାକିନାଡା ନିକଟରେ ଏହା ସ୍ଥଳଭାଗ ଛୁଇଁବ।  ଓଡିଶାରେ ପହଞ୍ଚିବାବେଳକୁ ଦୁର୍ବଳ ହୋଇଯାଇଥିବ। ତେବେ ବାତ୍ୟା ମୋନ୍ଥା ପାଇଁ  ଖୋର୍ଦ୍ଧା ଜିଲ୍ଲାରେ ୨ ଦିନ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି। ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ଯ ବନ୍ଦ ରହିବ। ୨୮ ଓ ୨୯ ତାରିଖ ଦୁଇ ଦିନ ଛୁଟି ରହିବ। ଦୁଇ ଦିନ ଛୁଟି ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ, ଦକ୍ଷିଣ ଓଡ଼ିଶାର ୮ ଜିଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଆସନ୍ତାକାଲିଠୁ ୩୦ ଯାଏ ୮ ଜିଲାରେ ସ୍କୁଲ ବନ୍ଦ ରହିବ। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ସ୍କୁଲ ବନ୍ଦ ରହିବ। ଏହା ସହିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

Cyclone Montha: 'ବାତ୍ୟା ଠାରୁ ପ୍ରବଳ ବର୍ଷା ଅଧିକ ସମସ୍ୟା ଆଣିପାରେ, ଲ୍ୟାଣ୍ଡ ସ୍ଲାଇଡ଼ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇପାରେ'
ଭୁବନେଶ୍ବର: ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ଆଗାମୀ ସମ୍ଭାବ୍ୟ ବାତ୍ୟା 'ମୋନ୍ଥା' ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ଅଗ୍ନିଶମ ଓ ଜରୁରୀକାଳୀନ ସେବା। ଓଡ଼ିଶାରେ ଭୁସ୍ଖଳନ ବା ଲ୍ୟାଣ୍ଡ ସ୍ଲାଇଡ଼ ହେବା ଗୋଟିଏ ବଡ଼ ଚ୍ୟଲେଞ୍ଜ ସୃଷ୍ଟି ହୋଇପାରେ। ବାତ୍ୟା ଠାରୁ ପ୍ରବଳ ବର୍ଷା ଅଧିକ ସମସ୍ୟା ଆଣିପାରେ। କଳିଙ୍ଗା ଘାଟି, ମାଲକାନଗିରିର କେତେକ ସ୍ଥାନ  ଥୁଆମୂଳ ରାମପୁରରେ ଏଭଳି ଲ୍ୟାଣ୍ଡ ସ୍ଲାଇଡ଼ ବା ମାଟି ଅତଡା ଖସୁଥିବାକ ଦେଖାଯାଇଛି। ସେଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଟିମ। ପାଣିରୁ ଉଦ୍ଧାର ପାଇଁ ବ୍ୟାପକ ଡ଼ଙ୍ଗାର ବ୍ୟବସ୍ଥା ହୋଇଛି। ବୁଡି ଯାଉଥିବା ଲୋକଙ୍କୁ ଉଦ୍ଧାର ପାଇଁ ଅଭିଜ୍ଞ ଫାୟାର ଅଫିସରଙ୍କୁ ଦାୟିତ୍ୱ  ଦିଆଯାଇଛି। ପର୍ଯ୍ୟଟକଙ୍କ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି। ପୁରୀରେ ୧୦୦ ଲାଇଫଗାର୍ଡ ଅଛନ୍ତ । ସେହିପରି ଗୋପାଳପୁରରେ ମଧ୍ୟ ଲାଇଫଗାର୍ଡ ରହିଛନ୍ତି। ଗଜପତି, ମାଲକାନଗିରି, ବ୍ରହ୍ମପୁର, କୋରାପୁଟ ୧୩୦ ଟି ଟିମ ଯାଇଛି। ବାତ୍ୟାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଟିମ। ଫାୟାର ଫାଇଟିଂ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇଛି ବୋଲି ସୂଚନା ଦେଇଛନ୍ତି ଅଗ୍ନିଶମ ଓ ଜରୁରୀକାଳୀନ ସେବାର ଡିଜିପି ସୁଧାଂଶୁ ଷଡଙ୍ଗୀ।

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ମୋନ୍ଥା': ରାଜ୍ୟରେ କମ୍‌ ପବନ; ଅଧିକ ବର୍ଷା, ୨୮ତାରିଖ ରାତିରେ ଛୁଇଁବ ଭୂଭାଗ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ମୋନ୍ଥା' । ଗଭୀର ଅବପାତରୁ ତାହା ବାତ୍ୟାରେ ପରିଣତ ହୋଇଥିବା ପାଣିପାଗ ବିଭାଗର ବୁଲେଟିନରୁ ଜଣାପଡ଼ିଛି। ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଉପରେ ଏବେ କେନ୍ଦ୍ରୀଭୂତ ହୋଇ ରହିଛି। ବିଗତ ୩ ଘଣ୍ଟାରେ ଘଣ୍ଟାପ୍ରତି ୧୫ କିମି ବେଗରେ ଗତିକରିବା ସହ ବର୍ତ୍ତମାନ କାକିନାଡ଼ାଠାରୁ ୬୨୦କିମି, ବିଶାଖାପାଟନମଠାରୁ ୬୫୦ କିମି ଓ ଗୋପାଳପୁରଠାରୁ ୭୯୦ କିମି ଦୂରରେ ମୋନ୍ଥା । ୨୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହେବ ଓ ମଧ୍ୟରାତ୍ର ସୁଦ୍ଧା ଆନ୍ଧ୍ରର କାକିନାଡ଼ାରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ-ଆଇଏମ୍‌ଡି ପକ୍ଷରୁ ଆକଳନ କରାଯାଇଛି।

ସ୍ଥଳଭାଗ ଛୁଇଁବା (ଲ୍ୟାଣ୍ଡଫଲ୍) ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ଓ ଏହାର ଝଟକା ୧୧୦ କିମି ପର୍ଯ୍ୟନ୍ତ ରହିବାର ସମ୍ଭାବନା ରହିଛି ।  ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୨୮ ତାରିଖ ସନ୍ଧ୍ୟାରେ ବାତ୍ୟା ଆନ୍ଧ୍ରର କାକିନାଡ଼ା ପାଖରେ ଉପକୂଳ ଛୁଇଁବ। ସନ୍ଧ୍ୟା ୬ଟାରୁ ରାତି ୧୦ ଟା ମଧ୍ୟରେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ହେବ। ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ଆନ୍ଧ୍ର ଓ ସଂଲଗ୍ନ ଛତିଶଗଡ଼ରେ ପହଞ୍ଚି ଜଗଦଲପୁର ଓ ରାୟପୁରର ପଶ୍ଚିମ ଭାଗ ଦେଇ ଯାଇପାରେ। ଏମିତି ହେଲେ ଅବିଭକ୍ତ କୋରାପୁଟ ଓ ନୂଆପଡ଼ାରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ। ଯଦି ମାଲକାନଗିରି ହୋଇ ବାତ୍ୟା ଯାଏ, ତେବେ ଅବିଭକ୍ତ କୋରାପୁଟ, ଗଞ୍ଜାମ, ଗଜପତି, ଓ ନୂଆପଡ଼ା ସହିତ କଳାହାଣ୍ଡିରେ ପବନର ବେଗ ୬୦ କିମି ପର୍ଯ୍ୟନ୍ତ ହୋଇପାରେ।  ମାତ୍ର ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ପବନର ବେଗ ୩୦ କିମି ପର୍ଯ୍ୟନ୍ତ ହୋଇପାରେ। ଏହି ବାତ୍ୟା ଯୋଗୁଁ ରାଜ୍ୟର ଦକ୍ଷିଣ ଉପକୂଳରେ ପ୍ରବଳ ବର୍ଷା ହେବ। ୨୭ ତାରିଖ ଅପରାହ୍ନରୁୁ ଗଜପତି, ରାୟଗଡ଼ା, ଗଞ୍ଜାମ, ଖୋର୍ଦ୍ଧାରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ସହ ନୟାଗଡ଼, ଢେଙ୍କାନାଳ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜରେ ମଧ୍ୟ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୯ ସନ୍ଧ୍ୟା ଓ ୩୦ରେ ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ମଧ୍ୟମ ବର୍ଷା ହୋଇପାରେ। ଗଜପତି, ଗଞ୍ଜାମ, ଖୋର୍ଦ୍ଧା ଜିଲ୍ଲାରେ ୧୫୦ ମିମି, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଉପକୂଳ ଅଞ୍ଚଳରେ ୧୦୦-୧୨୦ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୨୭ରେ ଦକ୍ଷିଣ ଓଡ଼ିଶା ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ବର୍ଷା ଅଧିକ ରହିପାରେ। ଏଥିପାଇଁ ବିିଭିନ୍ନ ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି କରାଯାଇଛି।  କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଆଦି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଅନ୍ୟପଟେ ମୋନ୍ଥାର ବାହ୍ୟ ବଳରେ ରହିଥିବା କିଛି କିଛି ମେଘ ଖଣ୍ଡ ଏବେ ଦକ୍ଷିଣ ଓଡ଼ିଶାରେ ପହଞ୍ଚିଛି ଓ କିଛି ଅଞ୍ଚଳରେ ସାମାନ୍ୟ ବର୍ଷା ଆରମ୍ଭ ହୋଇଛି। ୨୭ରୁ ବର୍ଷାର ପ୍ରଭାବ ବଢ଼ିବା ସହ ୨୮ ଓ ୨୯ ତାରିଖରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।  ଆନ୍ଧ୍ର ଓ ଓଡ଼ିଶା ସୀମାନ୍ତରେ ରହିଥିବା ପୂର୍ବଘାଟ ପର୍ବତମାଳା ଯୋଗୁଁ ଓଡ଼ିଶାରେ ବାତ୍ୟାର ପ୍ରଭାବ କମ୍‌ ରହିବ । ମାତ୍ର ଏହାର ପାର୍ଶ୍ବ ପ୍ରଭାବରେ ରାଜ୍ୟର ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା ସହ ଭୂସ୍ଖଳନ ଆଶଙ୍କା ରହିଛି ବୋଲି କୁହାଯାଉଛି। ପୂର୍ବରୁ ୨୦୧୮ରେ ‘ତିତ୍‌ଲି’ ମଧ୍ୟ ସମାନ ଢାଞ୍ଚାରେ ଆନ୍ଧ୍ରରେ ସ୍ଥଳଭାଗ ଅତିକ୍ରମ କରି ଓଡ଼ିଶା ମୁହାଁ ହୋଇଥିଲା ଓ ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁଁ ଗଜପତିରେ ୫୦ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିଲା। ତେଣୁ ଏହାପ୍ରତି ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ଗଭୀର ଅବପାତରେ ପରିଣତ ହେଲା ସୃଷ୍ଟ ଲଘୁଚାପ, ଆସନ୍ତା ୨୪ ଘଣ୍ଟାରେ ବାତ୍ୟା ସମ୍ଭାବନା
ଭୁବନେଶ୍ୱର: ଗଭୀର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଆସନ୍ତା ୨୪ ଘଣ୍ଟାରେ ବାତ୍ୟା ସମ୍ଭାବନା । ଆଜି ସକାଳ ୫.୩୦ ବେଳର ଉପଗ୍ରହ ପର୍ଯ୍ୟବେକ୍ଷଣ ଅନୁଯାୟୀ ଗତକାଲିର ଅବପାତ ଘନୀଭୂତ ହୋଇ ତୀବ୍ର ଅବପାତରେ ପରିଣତ ହୋଇଛି। ଆସନ୍ତାକାଲି ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୮ ଅକ୍ଟୋବର ସକାଳ ସୁଦ୍ଧା ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇପାରେ। ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୮ ଅକ୍ଟୋବର ରାତିରେ କାକିନାଡା ପାଖାପାଖି ମଛଲିପଟ୍ଟନମ୍ ଏବଂ କଳିଙ୍ଗପଟ୍ଟନମ୍ ମଧ୍ୟରେ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ ରୁ ୧୦୦ କିଲୋମିଟର ରହିପାରେ। ଝଟକା ପବନର ବେଗ ଘଣ୍ଟା ପ୍ରତି ରହିବ ୮୦ କିଲୋମିଟର। ବାତ୍ୟା ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଆନ୍ଧ୍ର ଉପରେ ବାତ୍ୟାର ପ୍ରଭାବ ଅଧିକ ରହିବ।୨୭ରୁ ୨୯ ତାରିଖ ଯାଏ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ କାଚିବ। ୨୭ରେ ମାଲାକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ ଜିଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୨୮ ତାରିଖ ମାଲକାନଗିରି, କୋରାପୁଟ, ରାୟଗଡ, ଗଜପତି, ଗଞ୍ଜାମ, ଜିଲାକୁ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି। ୨୯ରେ ବି ରେଡ ଆଲର୍ଟରେ ରହିଛି ୫ ଜିଲ୍ଲା। ସମସ୍ତ ବନ୍ଦରଗୁଡିକୁ ଡିସି-୧ ସଂକେତ ଜାରି କରାଯାଇଛି। ଆଜିଠାରୁ ୨୯ ଯାଏ ସମୁଦ୍ର ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

ଆସୁଛି ଭୀଷଣ ବାତ୍ୟା ‘ମୋନ୍ଥା’; ଆନ୍ଧ୍ରର କାକିନାଡ଼ା ନିକଟରେ କରିପାରେ ଲ୍ୟାଣ୍ଡଫଲ୍...
ଭୁବନେଶ୍ୱର: ସ୍ଥଳଭାଗକୁ ମାଡ଼ିଆସୁଛି ବାତ୍ୟା ’ମୋନ୍ଥା’ । ତେବେ ବାତ୍ୟା ‘ମୋନ୍ଥା’କୁ ନେଇ ଆସିଲା ବଡ଼ ଖବର । ୨୮ ତାରିଖ ସନ୍ଧ୍ୟା ପରେ ଆନ୍ଧ୍ରରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମୋନ୍ଥା’ । ଆନ୍ଧ୍ରର ମଚ୍ଛଲିପଟ୍ଟନମ୍-କଳିଙ୍ଗପଟନମ୍ ଭିତରେ କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ୨୮ ତାରିଖ ସନ୍ଧ୍ୟାରୁ ରାତି ଭିତରେ ଲ୍ୟାଣ୍ଡଫଲ କରିପାରେ। ଲ୍ୟାଣ୍ଡଫଲ୍ ବେଳେ ସର୍ବାଧିକ ୧୧୦ କିମି ବେଗରେ ପବନ ବହିବ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକାଙ୍କ ଅନୁସାରେ ବାତ୍ୟା ପ୍ରଭାବରେ ଓଡ଼ିଶାରେ ବଡ ବର୍ଷାର ସମ୍ଭାବନା ରହିଛି । ୨୬ ତାରିଖ ସକାଳୁ ଗଭୀର ଅବପାତରେ ପରିଣତ ହେବ । ଯାହା ଆସନ୍ତା ୨୭ ତାରିଖ ସକାଳୁ ବାତ୍ୟାର ରୂପ ନେବ । ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହେବ। ଏଥିପାଇଁ ବିଭିନ୍ନ ଜିଲାକୁ ଆଲର୍ଟ କରାଯାଇଛି ।

ଆଜିଠୁ ପାଗ ବଦଳୁ ଥିବା ବେଳେ ୨୭ରୁ ୨୯ ତାରିଖ, ତିନି ଦିନ ଯାଏଁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ କାଚିବ । ୨୭ରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆ ଯାଇଥିବା ବେଳେ ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିକୁ ବି ଦିଆ ଯାଇଛି ସମାନ ଚେତାବନୀ ।ସେହିପରି ୨୮ରେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ୨୯ରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକକୁ ବି ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଏହି ସମୟରେ କେତେକ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତର ଚେତାବନୀ ଦିଆଯାଇଛି। ଝଡ଼ତୋଫୋନ ସହ ଏହି ସମୟରେ ୬୦ରୁ ୭୦ କିଲୋମିଟର ବେଗରେ ପବନ ମଧ୍ୟ ବହିବ । ୩୦ ତାରିଖରୁ ପାଗରେ ପରିବର୍ତ୍ତନ ଆସିବ । ସେପଟେ କାଲିଠୁ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।