Stolen mobile phone - The Sakala

ଚୋରା ମୋବାଇଲ୍‌‌ରେ କ୍ରାଇମ୍‌‌ ଅପରେସନ୍‌‌, ସାଇବର ଠକେଇ ଏବଂ ଅପରାଧରେ ହେଉଛି ବ୍ୟବହାର
ଭୁବନେଶ୍ୱର: ରାଜଧାନୀରୁ ଚୋରି ହେଉଥିବା ମୋବାଇଲ୍‌‌ ଜବତ କରିବାରେ ବିଫଳ ପୁଲିସ । ପୁଲିସ କେବଳ ହାତ ଗଣତି ମୋବାଇଲ୍‌‌ ଜବତ କରି ବାଃ ବାଃ ନେଉଛି। କିନ୍ତୁ ବାସ୍ତବରେ ଚୋରି ହୋଇଥିବା ମୋବାଇଲ୍‌‌ର ଅଧା ବି ଜବତ କରିପାରୁନି। ଏହି ଚୋରି ମୋବାଇଲ୍‌‌ ରାତାରାତି ରାଜ୍ୟ ବାହାରକୁ ଚାଲାଣ ହେଉଛି। ଆଉ ସେଠାରେ ଏହି ଚୋରି ମୋବାଇଲ୍‌‌ ସାଇବର ଠକେଇ ଏବଂ ଅପରାଧରେ ବ୍ୟବହାର କରାଯାଉଛି। ପୁଲିସ ମୋବାଇଲର ଆଇଏମ୍‌‌ଆଇ ନମ୍ବର ଟ୍ରେସ୍‌‌ କରିବା ପୂର୍ବରୁ ଅପରାଧୀମାନେ ଏହାକୁ ଅପରାଧରେ ବ୍ୟବହାର କରି ଫିଙ୍ଗି ଦେଉଛନ୍ତି। ଫଳରେ ପୁଲିସ ଅପରାଧୀଙ୍କୁ ଧରିବା କାଠିକର ପାଠ ହେଉଛି।

ବିଶେଷ କରି ରାଜ୍ୟ ବାହାରକୁ ଯେଉଁ ମୋବାଇଲ୍‌‌ ଯାଉଛି, ତାହାକୁ ଜବତ କରିବା ପାଇଁ ପୁଲିସ ଯାଉନାହିଁ। ଗୋଟିଏ ମୋବାଇଲ୍‌‌ ଜବତ ପାଇଁ ଅର୍ଥ ଖର୍ଚ୍ଚ କରି ରାଜ୍ୟ ବାହାରକୁ ଯିବାକୁ ଚାହୁଁନି ପୁଲିସ। ଗୋଟିଏ ରାଜ୍ୟରେ ଏକାଧିକ ମୋବାଇଲ୍‌‌ ଟ୍ରେସ୍‌‌ ହେବା ପରେ ଯାଇ ଜବତ କରିବାକୁ ଯିବ ବୋଲି କହି ଥାନାକୁ ବିଦା କରି ଦେଉଛନ୍ତି। ଏହିଭଳି ରାଜଧାନୀରୁ ୧୦ ହଜାରରୁ ଅଧିକ ମୋବାଇଲ ଏବେ ଗାଏବ ହୋଇଛି। ଏଥିରୁ ପ୍ରାୟ ୬ ହଜାର ମୋବାଇଲ୍‌‌ ଫୋନ୍‌‌ ରାଜ୍ୟ ବାହାରେ ଆକ୍ଟିଭ୍‌‌ ରହିଛି। ବିଶେଷକରି ଆନଃରାଜ୍ୟ ଲୁଟେରାଙ୍କ ସମନ୍ୱୟରେ ଚାଲୁଛି ମୋବାଇଲ୍‌‌ ଲୁଟ୍‌‌। ଦୁଇ ରାଜ୍ୟର ଲୁଟେରାଙ୍କ ମଧ୍ୟରେ ସମନ୍ୱୟ ରହି ଚାଲୁଛି ମୋବାଇଲ୍‌‌ ଲୁଟ୍‌‌। ଏହି ରାକେଟ୍‌‌ର ସଦସ୍ୟମାନେ ବିଭିନ୍ନ ରାଜ୍ୟରେ କାମ କରୁଛନ୍ତି। ସେମାନେ ଗୋଟିଏ ରାଜ୍ୟର ମୋବାଇଲ୍‌‌ ଅନ୍ୟ ରାଜ୍ୟକୁ ପଠାଉଛନ୍ତି। ସେଠାର ଚୋରି ମୋବାଇଲ୍‌‌କୁ ଭୁବନେଶ୍ୱର ଆଣି ଶସ୍ତାରେ ବିକ୍ରି କରୁଛନ୍ତି। ବିଶେଷ କରି ଷ୍ଟେସନ ଏବଂ ହସ୍ପିଟାଲରୁ ଚୋରି ହୋଉଥିବା ମୋବାଇଲ୍‌‌ ରାଜ୍ୟ ବାହାରକୁ ଚାଲିଯାଉଛି। ଏହାର କାରଣ ହେଲା ଅନେକ ଚୋରି ମୋବାଇଲ୍‌‌ ଭୁବନେଶ୍ୱର ଏକ ଏହାର ଆଖପାଖରେ ବ୍ୟବହାର କରାଗଲେ ପୁଲିସ ଚଢଉ କରି ଗିରଫ କରୁଛି। କିନ୍ତୁ ରାଜ୍ୟ ବାହାରେ ଚୋରି ମୋବାଇଲ୍‌‌ ବ୍ୟବହାର କରାଗଲେ ପୁଲିସ ଚଢଉ କରି ମୋବାଇଲ୍‌‌ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିବା ଅସମ୍ଭବ। କାରଣ ପୁଲିସ ନିଜ ହାତରୁ ଅର୍ଥ ଖର୍ଚ୍ଚ କରି ମୋବାଇଲ୍‌‌ ଜବତ ପାଇଁ ରାଜ୍ୟ ବାହାରକୁ ଯିବ ନାହିଁ। ତେଣୁ କମିଶନରେଟ୍‌‌ ପୁଲିସ ଚୋରି ମୋବାଇଲ୍‌‌ ରାଜ୍ୟ ବାହାରେ ଥିବା ହାତବାନ୍ଧି ବସିପଡୁଛି।

ବଡ଼ କଥା ହେଲା ରାଜ୍ୟରୁ ଚୋରି ମୋବାଇଲ୍‌‌ ବିକ୍ରି ପାଇଁ ରାଜ୍ୟ ବାହାରର ଏଜେଣ୍ଟ ଅଛନ୍ତି। ଏକାଥରେ ୨୦ରୁ ଅଧିକ ଚୋରା ମୋବାଇଲ୍‌‌ ଆସିବା ପରେ ଏହାକୁ ଅନ୍ୟ ଏକ ଏଜେଣ୍ଟ ମାଧ୍ୟମରେ ରାଜ୍ୟ ବାହାରକୁ ପଠାଇ ଦିଆଯାଉଛି। ଟ୍ରେନ୍‌‌ରେ ସପ୍ତାହରେ ଦୁଇ ଥର ମୋବାଇଲ୍‌‌ ରାଜ୍ୟ ବାହାରକୁ ପଳାଉଛି। ସେଠାରେ ଥିବା ଏଜେଣ୍ଟ ଏହାକୁ ବିଭିନ୍ନ ରାଜ୍ୟରେ ବିକ୍ରି କରି ଦେଉଛନ୍ତି। ସେହିପରି ଅନ୍ୟ ରାଜ୍ୟରେ ଚୋରି ହେଉଥିବା ମୋବାଇଲ୍‌‌ ଭୁବନେଶ୍ୱରକୁ ଆସୁଛି। ଏଠାରୁ ଚୋରି ମୋବାଇଲ୍‌‌ ନେଉଥିବା ଏଜେଣ୍ଟ ସେଠାରୁ ମଧ୍ୟ ଚୋରି ମୋବାଇଲ୍‌‌ ଆଣୁଛି। ଏଠାକୁ ଆସୁଥିବା ମୋବାଇଲ୍‌‌ ଉତ୍ତରାଖଣ୍ଡ, ବିହାର, ୟୁପି, ମହାରାଷ୍ଟ୍ର, ତାମିଲନାଡୁ ଭଳି ସହରରୁ ଚୋରି ହୋଇଥିବା ଜଣାପଡ଼ିଛି। ସେହିପରି ଭୁବନେଶ୍ୱର ଜିଆରପିରେ ୪ ବର୍ଷରେ ୫ହଜାର ମୋବାଇଲ୍‌‌ ଚୋରି ହୋଇଛି। ସେଥିରୁ ପ୍ରାୟଃ ଅଢେଇ ହଜାର ମୋବାଇଲ୍‌‌ ରାଜ୍ୟ ବାହାରେ ଏହାର ଲୋକେସନ ଦେଖାଉଛି। ଏହି ମୋବାଇଲ୍‌‌ ଚୋରି ପାଇଁ ରାଜଧାନୀରେ ଏକ ବଡ ଏଜେଣ୍ଟ କାମ କରୁଛି। ସେମାନେ ଜାଣିଛନ୍ତି କମିଶନରେଟ ପୁଲିସ ମୋବାଇଲ୍‌‌ ଚୋରି ପାଇଁ ରାଜ୍ୟ ବାହାରକୁ ଚଢଉ କରିବା ପାଇଁ ଯିବ ନାହିଁ। ତେଣୁ ସେମାନେ ଚୋରି ମୋବାଇଲ୍‌‌କୁ ନେଇ ୪ ମାସ ପର୍ଯ୍ୟନ୍ତ ବନ୍ଦ କରି ରଖି ଦେଉଛନ୍ତି। ଏହାପରେ ଫୋନ୍‌‌ ଅନ୍‌‌ ହେବା ପରେ ଲୋକେ୍‌‌ସନ୍‌‌ ରାଜ୍ୟ ବାହାରେ ଦେଖାଉଛି।