Aadhar Card - The Sakala
ପାନ୍‌-ଆଧାର ଲିଙ୍କ୍‌ର ଶେଷ ଅବଧି ଡିସେମ୍ବର ୩୧ ତାରିଖ
ନୂଆଦିଲ୍ଲୀ: ଯଦି ଆପଣ ଏ ପର୍ଯ୍ୟନ୍ତ ଆପଣଙ୍କର ପାନ୍‌ କାର୍ଡକୁ ଆଧାର ସହିତ ଲିଙ୍କ୍ କରିନାହାଁନ୍ତି, ତେବେ ବିଳମ୍ବ କରନ୍ତୁ ନାହିଁ। ଡିସେମ୍ବର ୩୧ ସୁଦ୍ଧା ଏପରି କରିବାରେ ବିଫଳ ହେଲେ, ୨୦୨୬ ଜାନୁଆରୀ ପହିଲାରୁ ଆପଣଙ୍କର ପାନ୍‌ କାର୍ଡ ନିଷ୍କ୍ରିୟ ହୋଇଯିବ। ଏମିତିକି ପାନ୍‌ କାର୍ଡକୁ ଆଧାର ସହିତ ଲିଙ୍କ୍ କରାଯାଇ ନ ଥିଲେ ଆପଣ ଆୟକର ରିଟର୍ଣ୍ଣ (ଆଇଟିଆର୍‌) ଫାଇଲ୍ କରିପାରିବେ ନାହିଁ ଏବଂ ରିଫଣ୍ଡ ମଧ୍ୟ ପାଇପାରିବେ ନାହିଁ।
ଏମିତିକି  ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦରମା ଆସିବା ଏବଂ  କିମ୍ବା ଏସ୍‌ଆଇପି ଆର୍ଥ଄କ ଉତ୍ପାଦରେ ନିବେଶରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଯେଉଁମାନେ ୨୦୨୪ ଅକ୍ଟୋବର ପହିଲା ପୂର୍ବରୁ ସେମାନଙ୍କର ଆଧାର ପଞ୍ଜିକରଣ ଆଇଡି ବ୍ୟବହାର କରି ସେମାନଙ୍କର ପାନ୍‌ ପାଇଥିଲେ, ସେମାନଙ୍କୁ ଚଳିତବର୍ଷ ଡିସେମ୍ବର ୩୧ ସୁଦ୍ଧା ଏହାକୁ ଲିଙ୍କ୍ କରିବାକୁ ପଡିବ। ନିୟମ ଅନୁଯାୟୀ, ଯଦି ଆପଣଙ୍କର ପାନ୍‌ ନିଷ୍କ୍ରିୟ ହୋଇଯାଏ ଏବଂ ଆପଣ ଏହାକୁ ବ୍ୟାଙ୍କ କାରବାର କିମ୍ବା ଅନ୍ୟ କୌଣସି ସ୍ଥାନରେ ବ୍ୟବହାର କରନ୍ତି, ତେବେ ଏହା ବିବେଚନା କରାଯିବ ଯେ ଆପଣ ଆଇନ ଅନୁଯାୟୀ ପାନ୍‌ ପ୍ରଦାନ କରିନାହାଁନ୍ତି। ଏପରି କ୍ଷେତ୍ରରେ, ଆପଣଙ୍କୁ ଆୟକର ଆଇନର ଧାରା ୨୭୨ବି ଅନୁଯାୟୀ ୧୦,୦୦୦ ଟଙ୍କା ଜରିମାନା ଦେବାକୁ ପଡିପାରେ। ଆଇନର ଧାରା ୧୩୯ଏ ଅନୁଯାୟୀ ପଚରାଗଲେ ପାନ୍‌ଦେଖାଇବା ବାଧ୍ୟତାମୂଳକ।  ଆୟକର ଆଇନ ୧୯୬୧ ଅନୁଯାୟୀ, କିଛି ଲୋକଙ୍କୁ ପାନ୍‌ ସହିତ ଆଧାର ଲିଙ୍କ୍ କରିବାରୁ ମୁକ୍ତ କରାଯାଇଛି। ଏହି ବର୍ଗରେ ଆସାମ, ଜମ୍ମୁ ଏବଂ କାଶ୍ମୀର ଏବଂ ମେଘାଳୟର ଲୋକ, ଅଣ-ନିବାସୀ, ୮୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସର ଲୋକ ଏବଂ ବିଦେଶୀ ନାଗରିକ ଅନ୍ତର୍ଭୁକ୍ତ।
ଦୁର୍ଦ୍ଦଶା ବଢ଼ାଇଛି ଆଧାର କାର୍ଡ: ଗୋଟିଏ ତ୍ରୁଟିରେ ଶିକ୍ଷାରୁ ବଞ୍ଚିତ ଛାତ୍ରୀ, ସବୁଆଡୁ ନିରାଶ, ହୋଇପାରୁନି ସଂଶୋଧନ
କେନ୍ଦ୍ରାପଡା: ବିନା ଆଧାରକାର୍ଡରେ କୌଣସି ସରକାରୀ ଯୋଜନାର ସୁଫଳ ଉପଲବ୍ଧ ହେଉନି। ରାସନ୍‌ କାର୍ଡଠାରୁ ଆରମ୍ଭ କରି ଜବ୍‌କାର୍ଡ, ଲେବର କାର୍ଡ, ସାମାଜିକ ସୁରକ୍ଷା ଯୋଜନା, ସ୍କୁଲ ନାମଲେଖା, ଜାତି ପ୍ରମାଣପତ୍ର, ଶିକ୍ଷା ବୃତ୍ତି, ବିଭିନ୍ନ ଭତ୍ତା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସରକାର ଆଧାରକାର୍ଡକୁ ବାଧ୍ୟତାମୂଳକ କରିଛନ୍ତି। ଆଧାରକାର୍ଡ ବାଧ୍ୟତାମୂଳକ ଥିବାରୁ କେତେଜଣ ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ ହେଉଥିବା ପରିଲକ୍ଷିତ ହୋଇଛି। ଆଧାରକାର୍ଡରେ ରହିଥିବା ଛୋଟମୋଟ ତ୍ରୁଟିକୁ ସଂଶୋଧନ ମଧ୍ୟ କରିହେଉନି। ଫଳରେ ଜଣେ ଛାତ୍ରୀ ନର୍ସିଂ ଶିକ୍ଷା ପାଇବାରୁ ବଞ୍ଚିତ ହୋଇଛନ୍ତି। ପାଠପଢା ପ୍ରତି ତାଙ୍କର ଆଗ୍ରହ ଥିଲେ ମଧ୍ୟ ସରକାରୀ ବିଧି ବ୍ୟବସ୍ଥା ଯୋଗୁଁ ଶିକ୍ଷାରୁ ବଞ୍ଚିତ ହୋଇଥିବାରୁ ଭେଁ ଭେଁ ହୋଇ କାନ୍ଦିଛନ୍ତି। ବୟସ ଗଡ଼ି ଚାଲିଥିବାରୁ ଆଉ ଆଗକୁ ପାଠ ପଢ଼ିବେ କି ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହିଭଳି ଏକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅଧୀନ ଗରଦପୁର ଗ୍ରାମର ଉମେଶ ବେହେରାଙ୍କ ଝିଅ ରୂପାଲି ବେହେରା(୧୭)ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି।
ସେ ଜଣେ ଅନୁସୂଚିତ ଜାତିର ଛାତ୍ରୀ। ଯୁକ୍ତ ୨ ବିଜ୍ଞାନ ପାଠ ପଢିବା ପରେ ନର୍ସିଂ କରିବାକୁ ମନ ବଳାଇଥିଲେ। ମାଟ୍ରିକ ଏବଂ ଯୁକ୍ତ ୨ରେ ଭଲ ନମ୍ୱର ରଖି ପାସ ମଧ୍ୟ କରିଛନ୍ତି। ପରିବାରର ଆର୍ଥିକ ସ୍ଥିତି ଖରାପ ଥିବାରୁ ସରକାରଙ୍କ ପକ୍ଷରୁ ଅନୁସୂଚିତ ଜାତି ମାନଙ୍କ ପାଇଁ ମିଳୁଥିବା ଷ୍ଟାଇପେଣ୍ଡ ଜରିଆରେ ନର୍ସିଂ ଶିକ୍ଷା ଗ୍ରହଣ କରିଥାନ୍ତେ ସେ। ଏନେଇ ସବୁ ପ୍ରସ୍ତୁତି ସରିଥିଲା। ହେଲେ ଆଡ୍‌ମିଶନ ସମୟରେ ଆଧାରକାର୍ଡରେ ଏକ ସାମାନ୍ୟ ତ୍ରୁଟି ଯୋଗୁଁ ତାଙ୍କୁ ଫେରାଇ ଦିଆଯାଇଥିଲା। ତ୍ରୁଟି ସଂଶୋଧନ ପାଇଁ ଭୁବନେଶ୍ୱରଠାରୁ କଟକ ଆଉ କେନ୍ଦ୍ରାପଡ଼ା ଦୌଡି ଦୌଡି ଶେଷରେ ନିରାଶ ହୋଇ ଏବେ ଘରେ ବସି ରହିଛନ୍ତି ସେ। ତେବେ ଆଧାରକାର୍ଡରେ ତ୍ରୁଟି ଥିବାରୁ ସେ ଆଗକୁ ସମସ୍ତ ସର୍ବନିମ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେବେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।
ରୂପାଲିଙ୍କର ମାଟ୍ରିକ ଏବଂ ଯୁକ୍ତ ୨ ସାର୍ଟିଫିକେଟରେ ଜନ୍ମ ୨୩/୧୨/୨୦୦୬ ରହିଥିବା ବେଳେ ଆଧାରରେ ୨୫/୧୨/୨୦୦୬ ରହିଛି। ଏହି ଦୁଇଦିନ ତ୍ରୁଟିକୁ କୌଣସି ସ୍ଥାନରେ ସଂଶୋଧନ କରିହେଉନି। ଫଳରେ ସେ ଏବେ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ଏମିତିକି ଯେତେଥର ତ୍ରୁଟି ସଂଶୋଧନ କରିବାକୁ ଯାଉଛନ୍ତି, ହୋଇପାରୁନି ବୋଲି ରୂପାଲିଙ୍କ ବାପା ଉମେଶ କ୍ଷୋଭର ସହ କହିଛନ୍ତି। ସରକାର ଅନୁସୂଚିତ ଜାତି ଏବଂ ମହିଳା, ଯୁବତୀ ଓ ଛାତ୍ରୀମାନଙ୍କୁ ସ୍ୱାବଲମ୍ୱୀ କରିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିବା କହି ଡିଣ୍ଡିମ ପିଟୁଛନ୍ତି। ହେଲେ ବାସ୍ତବରେ କ’ଣ ହେଉଛି ଆମେ ଭୋଗୁଛୁ ବୋଲି ଛାତ୍ରୀଙ୍କ ବାପା କହିଛନ୍ତି । ଏହି ତ୍ରୁଟି ପାଇଁ ଆଧାର କାର୍ଡ କୌଣସି ସ୍ଥାନରେ ଲିଙ୍କ ମଧ୍ୟ ହୋଇପାରୁନାହିଁ ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।
ଆଧାରକାର୍ଡ ତିଆରି ଏବଂ ସଂଶୋଧନ ପ୍ରକ୍ରିୟାକୁ ଏବେ ଜଟିଳ କରି ଦିଆଯାଇଛି। ପୂର୍ବରୁ ଭୋଟ୍‌ର କାର୍ଡ, ପ୍ୟାନ୍‌ କାର୍ଡ, ମାଟ୍ରିକ ପ୍ରମାଣପତ୍ର, ପାସ୍‌ପୋର୍ଟ କିମ୍ୱା ସେଭଳି କୌଣସି ଡକ୍ୟୁମେଣ୍ଟ ନଥିଲେ ସ୍ଥାନୀୟ ସରପଞ୍ଚ କିମ୍ୱା କୌଣସି ଗେଜେଟେଡ୍‌ ଅଧିକାରୀଙ୍କ ଦସ୍ତଖତ ଜରିଆରେ ଆଧାରକାର୍ଡ ତିଆରି କିମ୍ୱା ସଂଶୋଧିତ ହୋଇ ପାରୁଥିଲା। ଏହା ଆଉ ସମ୍ଭବ ହେଉନି। ଏଥିପାଇଁ ଆବାସିକ ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, ଜନ୍ମ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଉଛି। ଆଧାରକାର୍ଡ ପାଇଁ ଖାଦ୍ୟ ସୁରକ୍ଷା ଏବଂ ଶିକ୍ଷାରୁ ବଞ୍ଚିତ କରା ନଯିବାକୁ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ରହିଛି।
ଆଧାରକାର୍ଡ ପ୍ରସ୍ତୁତ ବେଳେ ନାମର ବନାନ, ଠିକଣା ଏବଂ ଜନ୍ମ ତାରିଖରେ ଯେତେ ଭୁଲ କରାଯାଉଛି, ଏଥିଯୋଗୁଁ ହିତାଧିକାରୀଙ୍କ ଦୁଃଖ ବଢିବାରେ ଲାଗିଛି। ଆଧାରକାର୍ଡର ସାମାନ୍ୟ ତ୍ରୁଟି ହିତାଧିକାରୀଙ୍କ ପାଇଁ ପରିଚୟ ସଙ୍କଟ ତିଆରି କରୁଛି ଏବଂ ସେ ସବୁ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏନେଇ ବିଭାଗ ପକ୍ଷରୁ ସତର୍କତା ଅବଲମ୍ୱନ ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।
ଆଧାର କାର୍ଡ ବୟସର ପ୍ରମାଣ ନୁହେଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଧାର କାର୍ଡକୁ ନେଇ ବଡ଼ ରାୟ ଦେଇଛନ୍ତି। ଏହା ବୟସ ନିର୍ଦ୍ଧାରଣ କରିବାର ଆନୁଷ୍ଠାନିକ ପ୍ରମାଣପତ୍ର ନୁହେଁ ବୋଲି ଜଷ୍ଟିସ ସଞ୍ଜୟ କରୋଲ ଏବଂ ଜଷ୍ଟିସ ଉଜ୍ଜ୍ବଲ ଭୁଇଁଆଙ୍କ ଖଣ୍ଡପୀଠ କହିଛନ୍ତି। ଏ ସମ୍ବନ୍ଧରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଦେଇଥିବା ରାୟକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ରଦ୍ଦ କରିଦେଇଛନ୍ତି। ଏଥିରେ ଜଣେ ଦୁର୍ଘଟଣା ପୀଡ଼ିତଙ୍କ ବୟସ ଜାଣିବା ଲାଗି ହାଇକୋର୍ଟ ଆଧାର କାର୍ଡକୁ ବୈଧ ପ୍ରମାଣପତ୍ର ଧରିଥିଲେ। ସୁପ୍ରିମକୋର୍ଟ ଗୁରୁବାର କହିଥିଲେ ଯେ ମୃତକଙ୍କ ବୟସ ଜାଣିବା ଲାଗି ଜୁଭେନାଇଲ ଜଷ୍ଟିସ (ଶିଶୁ ସୁରକ୍ଷା ଏବଂ ଯତ୍ନ ନିୟମ) ୨୦୧୫ର ଧାରା ୯୪ ଅନୁଯାୟୀ ସ୍କୁଲ୍‌ ଛାଡ଼ିବାର ପ୍ରମାଣପତ୍ରରେ ଦିଆଯାଇଥିବା ଜନ୍ମ ତାରିଖକୁ ଧାର୍ଯ୍ୟ ଧରାଯିବା ଉଚିତ। ଏକକ ପରିଚୟପତ୍ର ଚିହ୍ନଟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ)ଙ୍କ ସୂଚନା ଅନୁଯାୟୀ ଆଧାର କାର୍ଡକୁ ପରିଚୟ ପତ୍ର ଭାବେ ଧରାଯିବ, ମାତ୍ର ଏହାକୁ ଜନ୍ମତିଥିର ପ୍ରମାଣପତ୍ର ଭାବେ ସ୍ବୀକାର କରାଯିବ ନାହିଁ।
ୟୁଆଇଡିଏଆଇର ରାଜ୍ୟଗୁଡିକୁ ପରାମର୍ଶ: ଯେକୌଣସି ୧୨ ଅଙ୍କ ବିଶିଷ୍ଟ ସଂଖ୍ୟା ଆଧାର ନୁହେଁ
ନୂଆଦିଲ୍ଲୀ: ଜଣେ ବ୍ୟକ୍ତିର ପରିଚୟକୁ ଶାରୀରିକ ଭାବେ କିମ୍ବା ଇଲେକ୍ଟ୍ରୋନିକ୍ ରୂପରେ ପ୍ରମାଣିତ କରିବା ପାଇଁ ଆଧାର ସ୍ୱୀକାର କରିବା ପୂର୍ବରୁ, ସଂସ୍ଥାଗୁଡ଼ିକୁ ସେମାନଙ୍କ ଆଧାର ଯାଞ୍ଚ କରିବା ଉଚିତ୍। ଏ ନେଇ ଭାରତୀୟ ଏକକ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ପକ୍ଷରୁ ରାଜ୍ୟଗୁଡିକୁ ଗୁରୁବାର ପରାମର୍ଶ ଦିଆଯାଇଛି।
ୟୁଆଇଡିଏଆ କହିଛି ଯେ, ଆଧାରଧାରକଙ୍କ ସହମତି ପରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଉପସ୍ଥାପିତ ଆଧାର ନମ୍ବରର ଯାଞ୍ଚ, ଆଧାରର ଯେକୌଣସି ପ୍ରକାରର ରୂପ (ଆଧାର ପତ୍ର, ଇ-ଆଧାର, ଆଧାର ପିଭିସି କାର୍ଡ ଏବଂ ଏମ୍-ଆଧାର)ର ଯାଞ୍ଚ ସତ୍ୟତା ପ୍ରମାଣିତ କରିବା ନିମନ୍ତେ ଉପଯୁକ୍ତ ପଦକ୍ଷେପ। ଏହା ଅସାଧୁ ଏବଂ ସମାଜ ବିରୋଧୀ ତତ୍ତ୍ୱମାନଙ୍କ ଦ୍ବାରା ଆଧାରର ଯେକୌଣସି ସମ୍ଭାବ୍ୟ ଅପବ୍ୟବହାର ରୋକିବାରେ ସହାୟକ ହେବ। ଏହାର ବ୍ୟବହାର ସ୍ୱଚ୍ଛତାକୁ ମଧ୍ୟ ପ୍ରୋତ୍ସାହିତ କରିବ। ୟୁଆଇଡିଏଆଇର ପକ୍ଷରୁ ଗୁରୁତ୍ବାରୋପ କରି କୁହାଯାଇଛି ଯେ କୌଣସି ୧୨ ଅଙ୍କ ବିଶିଷ୍ଟ ସଂଖ୍ୟା ଆଧାର ନୁହେଁ । ଆଧାର ତଥ୍ୟ ଗୁଡିକର ଅଫଲାଇନ୍ ଯାଞ୍ଚ ଦ୍ୱାରା ଟ୍ୟାମ୍ପରିଂକୁ ଚିହ୍ନଟ କରାଯାଇପାରିବ। ଟ୍ୟାମ୍ପରିଂ ଏକ ଦଣ୍ଡନୀୟ ଅପରାଧ ଏବଂ ଆଧାର ଅଧିନିୟମର ଧାରା ୩୫ ଅନୁଯାୟୀ ଏଥିପାଇଁ ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ବ୍ୟବହାର ପୂର୍ବରୁ ଆଧାର ଯାଞ୍ଚର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବା ଉପରେ ୟୁଆଇଡିଏଆଇ ରାଜ୍ୟ ସରକାର ମାନଙ୍କୁ ଅନୁରୋଧ କରିଛନ୍ତି ଏବଂ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ରାଜ୍ୟ ମାନଙ୍କୁ ଅନୁରୋଧ କରିଛନ୍ତି।
ଯେତେବେଳେ ବି ଆଧାର ପରିଚୟପତ୍ର ପ୍ରମାଣ ଭାବରେ ଦାଖଲ ହେବ, ଲୋକମାନଙ୍କର ପ୍ରାମାଣୀକରଣ/ଯାଞ୍ଚ ସମ୍ପୃକ୍ତ ସଂସ୍ଥା ଦ୍ୱାରା କରାଯିବା ପରେ ଏକକ ପରିଚୟ ତଥ୍ୟ ଭାବରେ ଆଧାରକୁ ବ୍ୟବହାର କରାଯିବ। ପ୍ରାମାଣୀକରଣ/ଯାଞ୍ଚ ନିମନ୍ତେ ସ୍ୱୀକୃତିପ୍ରାପ୍ତ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡିକ ଗୁରୁତ୍ୱ ଦେବା ଏବଂ ଏ ଦିଗରେ ଅନୁସରଣ କରାଯିବାକୁ ଥିବା ପ୍ରୋଟୋକଲ୍ ପାଳନ କରିବା ପାଇଁ ୟୁଆଇଏଡିଆଇ ପକ୍ଷରୁ ସର୍କୁଲାର୍ ଜାରି କରାଯାଇଛି। ଯେ କୌଣସି ଆଧାରକୁ ଏମ୍-ଆଧାର ଆପ୍, କିମ୍ବା ଆଧାର କ୍ୟୁଆର୍ କୋଡ୍ ସ୍କାନର୍ ବ୍ୟବହାର କରି ଆଧରର ସମସ୍ତ ପ୍ରକାର (ଆଧାର ପତ୍ର, ଇ-ଆଧାର, ଆଧାର ପିଭିସି କାର୍ଡ, ଏବଂ ଏମ୍ – ଆଧାର)ରେ ଉପଲବ୍ଧ କ୍ୟୁଆର୍ କୋର୍ଡକୁ ବ୍ୟବହାର କରି ଯାଞ୍ଚ କରାଯାଇପାରିବ। ଉଭୟ ଆଣ୍ଡ୍ରୋଏଡ୍ ଏବଂ ଆଇଓଏସ୍ ଆଧାରିତ ମୋବାଇଲ୍ ଫୋନ୍ ତଥା ୱିଣ୍ଡୋ ଆଧାରିତ ଆପ୍ ଗୁଡ଼ିକ ପାଇଁ କ୍ୟୁଆର୍ କୋଡ୍ ସ୍କାନର୍ ସ୍ୱତନ୍ତ୍ର ଭାବରେ ଉପଲବ୍ଧ।
ଲୋକମାନେ କାଗଜ କିମ୍ବା ଇଲେକ୍ଟ୍ରୋନିକ୍ ରୂପରେ ନିଜର ପରିଚୟପତ୍ର ଉପସ୍ଥାପନ କରି ନିଜର ପରିଚୟ ପ୍ରମାଣ କରିବା ପାଇଁ ସ୍ୱେଚ୍ଛାକୃତ ଭାବରେ ଆଧାର ନମ୍ବର ବ୍ୟବହାର କରିପାରିବେ। ପୂର୍ବରୁ ଲୋକମାନଙ୍କ ପାଇଁ କ’ଣ କରିବା ଉଚିତ ଓ ଅନୁଚିତ, ସେ ସମ୍ପର୍କରେ ୟୁଆଇଡିଏଆଇ ପକ୍ଷରୁ ତଥ୍ୟ ଜାରି କରାଯାଇସାରିଛି। ଲୋକମାନେ ସେମାନଙ୍କର ଆଧାରକୁ ଆତ୍ମବିଶ୍ୱାସର ସହିତ ବ୍ୟବହାର କରିପାରିବେ ।
ଏଣିକି କୋଭିଡ ଟିକା ନେବା ଲାଗି ଆଉ ବାଧ୍ୟତାମୂଳକ ହେବ ନାହିଁ ଆଧାର କାର୍ଡ
ନୂଆଦିଲ୍ଲୀ: କରୋନା ଟିକା ନେବା ପାଇଁ ଆଉ ଦରକାର ନାହିଁ ଆଧାର କାର୍ଡ । କୋୱିନ୍ ଆପରେ ପଞ୍ଜିକରଣ ପାଇଁ ଆଧାର କାର୍ଡର ବାଧ୍ୟତାମୂଳକ ନୂହେଁ ବୋଲି କହିଛନ୍ତି କେନ୍ଦ୍ର ସରକାର । ଜଷ୍ଟିସ ଡି. ଓ୍ବାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ନିକଟରେ ଏହି ଉତ୍ତର ରଖିଛନ୍ତି ସରକାର । କୋର୍ଟରେ ମାମଲାର ଶୁଣାଣି ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଦର୍ଶାଯାଇଥିଲା ଯେ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ପାନକାର୍ଡ, ଭୋଟର କାର୍ଡ, ରେସନ କାର୍ଡ ଆଦି ୯ଟି ଡକ୍ୟୁମେଣ୍ଟରୁ କୌଣସି ଗୋଟିଏ ଡକ୍ୟୁମେଣ୍ଟ ଦାଖଲ କରାଯାଇପାରିବ ।
କୋଓ୍ବିନ ପୋର୍ଟାଲରେ ନାମ ପଞ୍ଜିକରଣ ବେଳେ ଆଧାର କାର୍ଡ ବାଧ୍ୟତାମୂଳକ ହୋଇଥିବା ନୀତି ବିରୋଧରେ ଆଗତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ସରକାର ଏହା କହିଛନ୍ତି । କୋଓ୍ବିନ ପୋର୍ଟାଲ ସମେତ ବିଭିନ୍ନ ଟିକାକରଣ କେନ୍ଦ୍ରରେ ବି ଟିକାଦେବାବେଳେ ଆଧାର କାର୍ଡ ବାଧ୍ୟତାମୂଳକ ଥିବାରୁ ଲୋକେ ଅସୁବିଧାରେ ପଡୁଥିଲେ । ଆଧାର କାର୍ଡ ବ୍ୟତୀତ ଅନ୍ୟ ୯ ପ୍ରକାରର ପରିଚୟ ପତ୍ର ଯେପରିକି ଡ୍ରାଇଭିଂ ଲାଇସେନ୍ସ, ପାନ୍ କାର୍ଡ, ଭୋଟର କାର୍ଡ, ରେସନ କାର୍ଡ ଇତ୍ୟାଦି ମଧ୍ୟ ପଞ୍ଜିକରଣ ପାଇଁ ବ୍ୟବହାର କରାଯାଇପାରିବ । ଜନସ୍ବାର୍ଥ ମାମଲା ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କୁ ଗତବର୍ଷ ଅକ୍ଟୋବର ୧ ତାରିଖରେ ନୋଟିସ ଜାରି କରିଥିଲେ ସୁପ୍ରିମକୋର୍ଟ ।
ଆଧାର ସହିତ ମୋବାଇଲ ନମ୍ବର ପଞ୍ଜୀକରଣକୁ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ
ନୂଆ ଫୋନ୍ ଲାଗି ସିମ୍‌କାର୍ଡ ନେବାକୁ ହେଲେ ସରଳ ଉପାୟ ହେଉଛି ଆଧାରକାର୍ଡ। ଏହି ଆଧାରକାର୍ଡ ଯୋଗୁଁ ଜଣେ ବ୍ୟକ୍ତି ଅନେକ ସିମ୍‌ ନେବାରେ ସକ୍ଷମ ହୋଇଥାନ୍ତି। ହେଲେ ବ୍ୟସ୍ତବହୁଳ ଜୀବନରେ ଆଧାର ସହିତ ସଂଯୋଗ ହୋଇଥିବା ସବୁ ନମ୍ବରଗୁଡିକୁ ମନେ ରଖିବା ସହଜ ହୋଇନଥାଏ। ତେଣୁ ନିଜ ଆଧାରକାର୍ଡ ସହିତ କେତୋଟି ନମ୍ବର ରହିଛି ସହଜରେ ଜାଣି ହେବ। ଏନେଇ ଟ୍ୟାପ୍‌ କପ୍‌ କଞ୍ଜ୍ୟୁମର ପୋର୍ଟାଲ ଅଧିକ ସହାୟ ହୋଇଥାଏ। ଧ୍ୟାନ ରଖନ୍ତୁ ଏହି ସେବା ସମ୍ପୂର୍ଣ୍ଣ ଭାବେ ମାଗଣାରେ ଉପଲବ୍ଧ ହେବା ସହ ଏହା ଡିପାର୍ଟମେଣ୍ଟ ଅଫ୍‌ ଟେଲି କମ୍ୟୁନିକେସନ (ଡଟ୍‌) ସହିତ ସହବନ୍ଧିତ।
ତେଣୁ ପ୍ରଥମେ ନିଜର ଫୋନ୍‌, ଟାବଲେଟ୍‌, ଲାପଟପ୍‌ କିମ୍ବା କମ୍ପ୍ୟୁଟରରେ ବ୍ରାଉଜର ଖୋଲନ୍ତୁ। ଏହାପରେ ସର୍ଚ୍ଚବାରରେ ଟ୍ୟାପ୍ କପ୍‌ କଞ୍ଜ୍ୟୁମର ପୋର୍ଟାଲରେ (ଏଚ୍‌ଟିଟିପିଏସ୍‌://ଟ୍ୟାଫ୍‌କପ୍‌.ଡିଜିଟେଲିକମ୍‌.ଜିଓଭି.ଇନ୍‌/) ଟାଇପ୍ କରନ୍ତୁ। ସ୍କ୍ରିନ ମଝିରେ ୟୋର ମୋବାଇଲ୍‌ ନମ୍ବର ନଜର ଆସିବ। ଏହିଠାରେ ନିଜର ନମ୍ବର ଟାଇପ୍‌ କରନ୍ତୁ। ଏହାପରେ ରିକ୍ବେଷ୍ଟ ଓଟିପି ଉପରେ କ୍ଲିକ୍‌ କରି ଫୋନ୍‌କୁ ଆସିଥିବା ଓଟିପି ନମ୍ବର ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ଆଧାରକାର୍ଡରେ କେତୋଟି ନମ୍ବର ପଞ୍ଜୀକରଣ ରହିଛି ସହଜରେ ଜଣାପଡ଼ିଥାଏ। ଏହି ସମୟରେ ଯଦି ବି କୌଣସି ସିମ୍‌ ଆପଣ ବ୍ୟବହାର କରୁନାହାନ୍ତି କିମ୍ବା କେବେ ନମ୍ବରଟି ନେଇଥିଲେ ତାହା ମନେନାହିଁ ତେବେ ଫୋନ୍‌ ନମ୍ବର ସମ୍ମୁଖରେ ଦିଆଯାଇଥିବା ବକ୍ସ ଭିତରେ କ୍ଲିକ୍‌ କରି ଉକ୍ତ ନମ୍ବରକୁ ରିପୋର୍ଟ କରିପାରିବେ। ଧ୍ୟାନ ଦିଅନ୍ତୁ ୱେବ୍‌ସାଇଟ୍‌ରେ ବନ୍ଦ କରିବା ପୂର୍ବରୁ ପ୍ରଥମେ ଲଗ୍‌ଆଉଟ୍‌ କରନ୍ତୁ। ଏନେଇ ସ୍କ୍ରିନ୍‌ରେ ବିକଳ୍ପ ଦିଆଯାଇଛି।
ଭାରତୀୟ ବିଶିଷ୍ଟ ପ୍ରାମାଣିକ ପ୍ରାଧିକରଣ ବା ୟୁଆଇଡିଏଆଇ ଆଧାରକାର୍ଡକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଜାରି କରିଛି । ୟୁଆଇଡିଏଆଇ କହିଛି କି କରୋନା ଟିକା ନେବା ପାଇଁ ଆଧାରକାର୍ଡ ଜରୁରୀ ନୁହେଁ । ଏଥିସହ ୟୁଆଇଡିଏଆଇ ଏହା ମଧ୍ୟ କହିଛି କି ଆଧାରକାର୍ଡ ନଥିବା ଲୋକଙ୍କୁ କୌଣସି ଜରୁରୀ ସେବାରୁ ବଞ୍ଚିତ କରାଯାଇପାରିବ ନାହିଁ । କୌଣସି ଲୋକପାଖରେ ଯଦି ଆଧାରକାର୍ଡ ନାହିଁ ତେବେ କୌଣସି ହସ୍ପିଟାଲ ତାଙ୍କୁ ଔଷଧ ବା ଚିକିତ୍ସାରୁ ବଞ୍ଚିତ କରିପାରିବ ନାହିଁ ।
କରୋନା ଟିକା ରେଜିଷ୍ଟ୍ରେସନ ପାଇଁ ଆବଶ୍ୟକ ଫଟୋ-ପରିଚୟ କାର୍ଡ ମଧ୍ୟରୁ ଆଧାର କାର୍ଡ ଅନ୍ୟତମ । ଆପଣ ଆଧାର କାର୍ଡ ବଦଳରେ ଟିକା ପଞ୍ଜୀକରଣ ପାଇଁ ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ସରକାରଙ୍କ ସ୍ୱାସ୍ଥ୍ୟ ବୀମା କାର୍ଡ ମଧ୍ୟ ବ୍ୟବହାର କରିପାରିବେ । ଆଧାର କାର୍ଡ ନଥିଲେ ଏହି ସବୁ କାର୍ଡ ଟିକା ପଞ୍ଜୀକରଣ ପାଇଁ ବୈଧ ବୋଲି ୟୁଆଇଡିଏଆଇ କହିଛି ।
ୟୁଆଇଡିଏଆଇର ସୂଚନା ମୁତାବକ ‘କୌଣସି ବ୍ୟକ୍ତିକୁ ଆପଣ ଜରୁରୀ ସେବାରୁ ବଞ୍ଚିତ କରିପାରିବେ ନାହିଁ, ବଞ୍ଚିତ କରିବା ପାଇଁ ଆପଣ ଆଧାରକାର୍ଡକୁ ମାଧ୍ୟମ କରିପାରିବେ ନାହିଁ । ବିନା ଆଧାରରେ ଜରୁରୀ କାମ ଓ ସୁବିଧା ଯୋଗାଇ ଦେବାକୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନେ ବାଧ୍ୟ’ ।