Bihar Election 2025 - The Sakala

ବିହାର; ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ପୂର୍ବ ଭଳି ରହିବେ ଉପମୁଖ୍ୟମନ୍ତ୍ରୀ ...
ପାଟନା: ବିହାରରେ ନିର୍ବାଚନ ଫଳାଫଳ ପରେ, ସରକାର ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। NDA ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୨୦୨ ଆସନ ଜିତିଛି। ଆଉ ଏବେ ସବୁ ଚୁଡାନ୍ତ ସରିଛି । ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ହେବେ। ଏନେଇ ବୁଧବାର ଦିନ ଜେଡିୟୁ ବିଧାୟକ ଦଳର ନେତା ନିର୍ବାଚିତ ହୋଇଛି । ବିହାର ବିଧାନସଭା ନିର୍ବାଚନରେ ​​NDAର ବିପୁଳ ବିଜୟ ପରେ, ନୀତିଶ କୁମାର ରେକର୍ଡ ଦଶମ ଥର ପାଇଁ ରାଜ୍ୟର ଶାସନଭାର ଗ୍ରହଣ କରିବାକୁ ପ୍ରସ୍ତୁତ। ଶପଥ ଗ୍ରହଣ ସମାରୋହ ଗୁରୁବାର ପାଟନାର ଗାନ୍ଧୀ ମଇଦାନରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀ, ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ରହିବେ।

ସୂଚନା ଅନୁସାରେ, ଏନଡିଏ ବିହାରରେ ଉପମୁଖ୍ୟମନ୍ତ୍ରୀଙ୍କୁ ପୁଣି ରିପିଟ୍ କରିଛି। ମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ପୂର୍ବ ଭଳି ଉପମୁଖ୍ୟମନ୍ତ୍ରୀ ରହିବେ। ବିଜେପି ବିହାରରେ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ ମଧ୍ଯ ନିର୍ବାଚିତ କରିଛି। ଉପମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ ନିଜର ପଦବୀ ବଜାୟ ରଖିଥିବା ବିଜୟ ସିହ୍ନାଙ୍କୁ ଦଳର ଉପବିଧାନସଭା ଦଳ ନେତା ଭାବରେ ନିଯୁକ୍ତ କରାଯାଇଥିଲା। ଯାହାଥିରୁ ସ୍ପଷ୍ଟ ହେଉଛି ଯେ, ପୁଣି ଥରେ ଏହି ଦୁହେଁ ବିହାରର ଉପମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବେ । ନୂତନ ସରକାର ଗଠନ ପୂର୍ବରୁ ବିଜେପି ବିଧାୟକମାନଙ୍କ ଏକ ବୈଠକରେ ନିଷ୍ପତ୍ତିଗୁଡ଼ିକୁ ଆନୁଷ୍ଠାନିକ ଭାବରେ ଗ୍ରହଣ କରାଯାଇଥିଲା।

ସେପଟେ ୭୪ ବର୍ଷୀୟ ନୀତିଶଙ୍କୁ ସେମାନଙ୍କର ନେତା ଭାବରେ ଚୟନ କରିବା ପାଇଁ JD(U) ବିଧାୟକମାନଙ୍କର ଏକ ବୈଠକ ବର୍ତ୍ତମାନ ନୀତିଶ କୁମାରଙ୍କ ବାସଭବନରେ ଚାଲିଛି। ଏହା ପରେ, ବିଜେପି ବିଧାୟକ ଦଳ ରାଜ୍ୟ କାର୍ଯ୍ୟାଳୟରେ ନିଜର ନେତା ବାଛିବା ପାଇଁ ଡକାଯିବ। ପରେ, ଅପରାହ୍ନ ୩.୩୦ରେ, NDA ବିଧାୟକ ଦଳ ବିଧାନସଭାର କେନ୍ଦ୍ରୀୟ ହଲରେ ଏକାଠି ହେବେ, ଯେଉଁଠାରେ ସମସ୍ତ ପାଞ୍ଚଟି NDA ଦଳର ବିଧାୟକମାନେ ନୀତିଶ କୁମାରଙ୍କୁ ଆନୁଷ୍ଠାନିକ ଭାବରେ ମେଣ୍ଟର ନେତା ଭାବରେ ନିର୍ବାଚିତ କରିବେ ବୋଲି ଆଶା କରାଯାଉଛି। ତାଙ୍କ ନିର୍ବାଚନ ପରେ, ସେ ରାଜଭବନକୁ ଯାଇ ବିଦାୟୀ ସରକାରଙ୍କ ମୁଖ୍ୟମନ୍ତ୍ରୀ ଭାବରେ ଇସ୍ତଫା ପ୍ରଦାନ କରିବେ ଏବଂ ନୂତନ ସରକାର ଗଠନ ପାଇଁ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିବେ।

ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା ପୂର୍ବ ଭଳି ଉପମୁଖ୍ୟମନ୍ତ୍ରୀ ରହିବେ -ସମ୍ରାଟ ଚୌଧୁରୀ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ

ଆଜି ଭୋଟ୍ ଦେଉଛି ବିହାର: ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନରେ ଚାଲିଛି ମତଦାନ
ପାଟନା: ବିହାର ବିଧାନସଭା ପାଇଁ ଆଜି ଚାଲିଛି  ପ୍ରଥମ ପର୍ଯ୍ୟାୟ ମତଦାନ । ରାଜ୍ୟର ୧୮ଟି ଜିଲ୍ଲାର ୧୨୧ଟି ନିର୍ବାଚନମଣ୍ଡଳୀରେ ମତଦାନ ଚାଲିଛି ।  ବିଧାନସଭାର ମୋଟ୍ ୨୪୩ଟି ଆସନ ମଧ୍ୟରୁ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ୧୧ତାରିଖରେ ଅବଶିଷ୍ଟ ଆସନରେ ଭୋଟ ଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୩୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୩ କୋଟି ୭୫ ଲକ୍ଷ ଭୋଟର । ବିହାର ଜନତା କାହା ହାତରେ ଶାସନ ଡୋରି ଦେବେ ତାହା ଉପରେ ସାରା ଦେଶର ନଜର ରହିଛି ।

ଆଜି ଯେଉଁ ନେତାମାନଙ୍କର ଭାଗ୍ୟ ନିର୍ଦ୍ଧାରିତ ହେବ ସେମାନଙ୍କ ମଧ୍ୟରେ ଅଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ, ତାଙ୍କ ଭାଇ ତେଜପ୍ରତାପ ଯାଦବ, ବିଜେପି ନେତା ସମ୍ରାଟ ଚୌଧୁରୀ, ବିଜୟ କୁମାର ସିହ୍ନା ଓ ଅନନ୍ତ ସିଂହ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସାମିଲ ଥିବା ୧୮ଟି ଜିଲ୍ଲା ହେଲା ପାଟନା, ଭୋଜପୁର, ବକ୍ସର, ଗୋପାଳଗଞ୍ଜ, ସିବାନ, ସାରନ, ମୁଜାଫରପୁର, ବୈଶାଳୀ, ସମଷ୍ଟିପୁର, ମାଧେପୁରା, ସହର୍ଶା, ଖାଗାରିଆ, ବେଗୁସରାଇ, ମୁଙ୍ଗେର, ଲକ୍ଷିସରାଇ, ଶେଖପୁରା ଓ ନାଳନ୍ଦା । ଏହି ନିର୍ବାଚନରେ ଦରଭଙ୍ଗା, ମୁଙ୍ଗେର ଓ ପାଟନା ଡିଭିଜନ୍‌‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି ।

ଶାସକ ଏନ୍‌‌ଡିଏରୁ ଜେଡିୟୁ ୫୭, ବିଜେପି ୪୮, ଏଜେପି (ରାମ ବିଳାଶ) ୧୩, ଆରଏଲ୍‌‌ଏମ୍‌‌ ୨, ହାମ୍‌‌ ଗୋଟିଏ ଆସନରେ ପ୍ରାର୍ଥୀ ଦେଇଛନ୍ତି । ସେହିପରି ଇଣ୍ଡିଆ ମହାମେଣ୍ଟ ପକ୍ଷରୁ ଆରଜେଡି ୭୨, କଂଗ୍ରେସ ୨୪, ସପିଆଇ(ଏମ୍‌‌ଏଲ) ୧୪ ଓ ଭିଆଇପି ଏବଂ ସିପିଆଇ ୬ଟି ଲେଖାଏ ଆସନରେ ପ୍ରାର୍ଥୀ ଦେଇଛନ୍ତି ।

ବିହାର ନିର୍ବାଚନ: ତେଜସ୍ୱୀ ଯାଦବ ହେଲେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ନୂଆଦିଲ୍ଲୀ: ବିହାର ନିର୍ବାଚନକୁ ନେଇ ଆସିଲା ବଡ ଖବର । ତେଜସ୍ୱୀ ଯାଦବ ହୋଇଛନ୍ତି ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ।  ସେହିପରି ମୁକେଶ ସହାନିଙ୍କୁ ଉପମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରାଯାଇଛି । ଏନେଇ ନାଁ ଘୋଷଣା କରିଛନ୍ତି କଂଗ୍ରେସ ନେତା ଅଶୋକ ଗେହଲଟ୍। କଂଗ୍ରେସ ନେତାଙ୍କ ସହ ତମାମ ଆଲୋଚନା ପରେ ମହାମେଣ୍ଟ ତରଫରୁ ପ୍ରେସମିଟ୍ କରି ଏହି ଘୋଷଣା କରାଯାଇଛି । ଏହା ସହ ସେ କହିଛନ୍ତି ମହାମେଣ୍ଟର ସରକାର ଗଠନ ହେଲେ ଦୁଇ ଜଣ ଉପମୁକ୍ୟମନ୍ତ୍ରୀ ହେବେ । କିନ୍ତୁ ବୈଠକ ଲାଗି କରାଯାଇଥିବା ମଞ୍ଚରେ  କେବଳ ତେଜସ୍ବୀ ଯାଦବଙ୍କ ଫଟୋ ରହିଛି ।

ବୈଠକ ମଞ୍ଚରେ ତେଜସ୍ବୀ ଯାଦବ, ସିପିଆଇ ଏମଏଲ ର ଦୀପଙ୍କର ଭଟ୍ଟାଚାର୍ଯ୍ୟ, ଭିଆଇପିର ମୁକେଶ ସହାନି, ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ । ଏହି ସମୟରେ ମୁକେଶ ସହାନି କହିଛନ୍ତି, ମୁଁ ସାଢେ ତିନି ବର୍ଷ ହେଲା ଏହି ଦିନକୁ ଅପେକ୍ଷା କରିଥିଲି । ଏବେ ସେହି ସମୟ ଆସିଯାଇଛି । ଖାଲି ମୁକେଶ ସହାନି ନାହିଁ ଦଳର ବହୁ ନେତା ଏହାକୁ ଅପେକ୍ଷା କରିଥିଲେ ।ବିଜେପି ଦଳ ଭାଙ୍ଗିଥିଲା । ଆମେ ଗଙ୍ଗା ଜଳ ନେଇ ଶପଥ କରିଛୁ କି, ଯେଉଁ ପର୍ଯ୍ୟନ୍ତ ବିଜେପିକୁ ତଡିନାହୁଁ ସେହି ପର୍ଯ୍ୟନ୍ତ ଛାଡିବୁ ନାହିଁ । ଏବେ ସେହି ସମୟ ଆସିଯାଇଛି । ଆମେ ମହାମେଣ୍ଟ ମାଧ୍ୟମରେ ଆମ ସରକାର ଗଠନ କରିବା ସହ ବିଜେପିକୁ ରାଜ୍ୟରୁ ବାହାର କରିବା ।  ମହାମେଣ୍ଟରେ ଏକତା ଓ ମଜବୁତ ଅଛି । ଆଗାମୀ ସମୟରେ ଆମେ ନିଶ୍ଚୟ ସରକାର ଗଢିବା ।