Bikram Panda - The Sakala

ବିକ୍ରମଙ୍କ ବିରୋଧରେ ପୋଲିସ ପାଖରେ ତିଳେ ମାତ୍ର ପ୍ରମାଣ ନାହିଁ, ନୂଆପଡା ଉପନିର୍ବାଚନରେ ପ୍ରଭାବିତ କରିବାକୁ ଏଭଳି ଚକ୍ରାନ୍ତ: ବିଜେଡି
ଭୁବନେଶ୍ୱର: ଗଞ୍ଜାମର ବହୁଚର୍ଚ୍ଚିତ ପୀତବାସ ହତ୍ୟାକାଣ୍ଡ ଘଟଣାରେ ପୋଲିସ ଆଜି ବିଜେଡିର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଶ୍ରୀ ବିକ୍ରମ ପଣ୍ଡାଙ୍କୁ ଗିରଫ କରିବା ପରେ, ବିଜୁ ଜନତା ଦଳ ଏହାକୁ ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ଉପସଭାପତି ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଶ୍ରୀ ଭୃଗୁ ବକ୍ସିପାତ୍ର, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ. ଲେନିନ ମହାନ୍ତି, ଗୋପାଳପୁର ବିଧାୟକ ତଥା ରାଜ୍ୟର ଖଣି ଓ ପରିବହନ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ରହିଥିଲା ବେଳେ, ତାଙ୍କୁ ଓ ରାଜ୍ୟ ସରକାରଙ୍କୁ ବଞ୍ଚାଇବାକୁ ଯାଇ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଶ୍ରୀ ବିକ୍ରମ ପଣ୍ଡାଙ୍କୁ ଚକ୍ରାନ୍ତ କରି ଫସାଯାଇଛି ବୋଲି କହିଥିଲେ। ଶ୍ରୀ ପଣ୍ଡାଙ୍କ ସମ୍ପୃକ୍ତି ନେଇ ଗୁଡିଏ ଗପ ଶୁଣାଇଛି ପୋଲିସ, କିନ୍ତୁ ତାଙ୍କ ବିରୋଧରେ ତିଳେ ମାତ୍ର ପ୍ରମାଣ ଦେଇ ପାରିନାହିଁ।
ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ଗତ ୧୬ ମାସର ବିଜେପି ଶାସନରେ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଗଞ୍ଜାମ ଜିଲ୍ଲା ଶୀର୍ଷରେ ରହିଛି। ଗଞ୍ଜାମ ଜିଲ୍ଲାରେ ୧୫୨ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ୧୨୮ଟି ହତ୍ୟା ଘଟିଛି। ଗୋପାଳପୁର ଗଣଦୁଷ୍କର୍ମ ଘଟଣା କେବଳ ଓଡିଶା ନୁହେଁ ସମଗ୍ର ଦେଶ ଓ ବିଶ୍ୱରେ ଚର୍ଚ୍ଚିତ ଘଟଣା ପାଲଟିଥିଲା। ସମଗ୍ର ଜିଲ୍ଲାରେ ବିଜେପି ସରକାର ସମୟରେ ୧୮୨୩ଟି ମହିଳା ନିର୍ଯାତନା ମାମଲା ହୋଇଛି। ଏହାଛଡା, ଗଞ୍ଜାମ ଜିଲ୍ଲାରେ ବେଆଇନ ବାଲି ଚାଲାଣ ଶୀର୍ଷରେ ପହଁଚିଛି। ଏହି ଚୋରା ବାଲି କାରବାର ନେଇ ଅନେକ ହିଂସାକାଣ୍ଡ ଘଟିଛି। ଏହି ଚୋରା ବାଲି କାରବାରରେ ଗୋପାଳପୁର ବିଧାୟକ ତଥା ରାଜ୍ୟର ଖଣି ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଜେନାଙ୍କ ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ ହୋଇ ଆସୁଛି। ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡ ଘଟିବା ପରେ ପ୍ରଥମେ ଏହା ଚୋରା ବାଲି କାରବାରକୁ ନେଇ ଘଟିଛି ଓ ଏଥିରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ସମ୍ପୃକ୍ତି ରହିଛି ବୋଲି ଆଲୋଚନା ହୋଇଥିଲା।

ଶ୍ରୀମତୀ ମଲ୍ଲିକ କହିଥିଲେ, ବିଜେପିର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଏନ.ଡମ୍ୱୁରୁ ରେଡ୍ଡୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମନ୍ତ୍ରୀ ବିଭୁତି ଜେନାଙ୍କର ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ନେଇ ଅଭିଯୋଗ କରିବା ସହିତ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରି ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଦାବି କରିଥିଲେ। ଏହା ବିଜେପି ପାଇଁ ବିସ୍ପୋରକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ, ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇବାକୁ ଯାଉଥିବାରୁ, ଏଭଳି ନାଟକୀୟ ଢଙ୍ଗରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଛି। ଗଞ୍ଜାମ ଏସପି ସାମ୍ୱାଦିକ ସମ୍ମିଳନୀରେ ଦେଇଥିବା ତଥ୍ୟରେ ବିକ୍ରମଙ୍କ ବିରୋଧରେ କୌଣସି ପ୍ରମାଣ ପ୍ରସ୍ତୁତ କରିନାହାନ୍ତି, କେବଳ ଗୁଡିଏ କାହାଣୀ କହିଛନ୍ତି। ଏହି ଗିରଫଦାରୀକୁ ଆମେ ଦୃଢ଼ ନିନ୍ଦା କରୁଛୁ। ବିଜୁ ଜନତା ଦଳ ଏଭଳି ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବ।

ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ, କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ, ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସମ୍ପୃକ୍ତି ଦେଖାଇ ତାଙ୍କୁ ଗିରଫ କରାଯାଇଛି। ରାଜନୈତିକ ଉଦ୍ଦେଶ୍ୟ ରଖି ନେତାମାନଙ୍କୁ ଟାର୍ଗେଟ କରିବା ବିଜେପିର ପୁରୁଣା ଅଭ୍ୟାସ। ପୀତବାସ ପଣ୍ଡାଙ୍କ ହତ୍ୟା ପାଇଁ ତିଆରି ହୋଇଥିବା ପ୍ଲଟ ଠାରୁ ବିକ୍ରମ ପଣ୍ଡାଙ୍କୁ ଫସାଇବା ପାଇଁ ବିଜେପି ଇଙ୍ଗିତରେ ପୋଲିସ ରଚିଥିବା ପ୍ଲଟ ଅଧିକ ଭୟଙ୍କର ଓ ମାରାତ୍ମକ। ଗଞ୍ଜାମ ଏସ୍‌ପି ଶ୍ରବଣା ବିବେକ ସମ୍ୱାଦିକ ସମ୍ମିଳନୀରେ ଦେଇଥିବା ତଥ୍ୟ ଅନୁସାରେ, ବିକ୍ରମ ପଣ୍ଡାଙ୍କ ସମ୍ପୃକ୍ତିର କୌଣସି ପ୍ରମାଣ ରଖି ନାହାନ୍ତି। କେବଳ କିଛି କାହାଣୀ କହିଛନ୍ତି। ଏସ୍‌ପି ମହୋଦୟ ବିକ୍ରମଙ୍କ ବିରୋଧରେ କେବଳ ଅଭିଯୋଗ ରଖିଛନ୍ତି, କୌଣସି ପ୍ରମାଣ ରଖିପାରି ନାହାନ୍ତି। ଏସ୍‌ପି ଯେଉଁ ୫୦ ଲକ୍ଷ ଟଙ୍କା ଡିଲର କଥା କହିଛନ୍ତି, ତାର ମଧ୍ୟ କୌଣସି ମନି ଟ୍ରେଲ ଥିବାକଥା କହି ନାହାନ୍ତି।  ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କ ବିରୋଧରେ ଉଚ୍ଚନ୍ୟାୟାଳୟରେ ଚାଲିଥିବା ମିଥ୍ୟା ସତ୍ୟପାଠ ମାମଲାରେ ଓକିଲ ଖର୍ଚ୍ଚ ଶ୍ରୀ ବିକ୍ରମ ପଣ୍ଡା ବହନ କରୁଛନ୍ତି ବୋଲି ଏସ୍‌ପି କହିଛନ୍ତି। କିନ୍ତୁ, ଓକିଲ ଖର୍ଚ୍ଚ ବହନ ସହିତ ପୀତବାସ ପଣ୍ଡାଙ୍କ ହତ୍ୟାର କଣ ସଂପର୍କ ରହିଛି, ସେକଥା ସେ ସ୍ପଷ୍ଟ କରି ନାହାନ୍ତି। ଏସ୍‌ପିଙ୍କ କଥାରୁ ସ୍ପଷ୍ଟ ଜଣା ପଡୁଛି, ରାଜ୍ୟ ସରକାରଙ୍କ ଇଙ୍ଗିତରେ ମିଛ କାହାଣୀ ସୃଷ୍ଟି କରି ସେ ବିକ୍ରମ ପଣ୍ଡାଙ୍କୁ ଫସାଇବାକୁ ଅପଚେଷ୍ଟା କରିଛନ୍ତି। ବିଜେପିର ଅନ୍ତଦ୍ୱନ୍ଦ୍ୱ ଓ ଚୋରା ବାଲି କାରବାର ନେଇ ନିଜ ଦଳ ଭିତର ବିବାଦ ଯୋଗୁ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟିଛି ବୋଲି ପୁରା ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚା ଚାଲିଛି। ନୂଆପଡା ଉପନିର୍ବାଚନକୁ ଆଖି ଆଗରେ ରଖି, ବିକ୍ରମ ପଣ୍ଡାଙ୍କୁ ଫସାଯାଇଛି।

ଡ.ଲେନିନ ମହାନ୍ତି ଗଣମାଧ୍ୟମ ସମ୍ମୁଖରେ ଗୋଟିଏ ଫଟୋ ରଖିଥିଲେ, ଯେଉଁଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବସିଥିବା ବେଳେ ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ପୋଲିସ ଆଇଜି ନୀତି ଶେଖର ମୁଣ୍ଡପାତି ଛିଡା ହୋଇଛନ୍ତି। ଡ. ମହାନ୍ତି କହିଥିଲେ, ବିଜେପି ଶାସନରେ ପୋଲିସ ଅବସ୍ଥା ଏହିପରି ରହିଛି। ଶ୍ରୀ ସାମଲ ମନ୍ତ୍ରୀମଣ୍ଡଳର ସଦସ୍ୟ ହୋଇ ନଥିଲେ ମଧ୍ୟ ତାଙ୍କ ସମ୍ମୁଖରେ ଜଣେ ପୋଲିସ ଆଇଜି ଅସହାୟ ଅବସ୍ଥାରେ ମୁଣ୍ଡପାତି ଛିଡା ହେବା, ନିଶ୍ଚିତ ଭାବେ ଆଇନ ଶୃଙ୍ଖଳାର ଦୟନୀୟ ସ୍ଥିତିକୁ ଦର୍ଶାଉଛି। ତେଣୁ, ବିଜେପି ଇଙ୍ଗିତରେ, ବିଜେଡି ଜିଲ୍ଲା ସଭାପତିଙ୍କୁ ଅଭିଯୁକ୍ତ ସଜାଯାଇଛି। ଆଜି ରାଜ୍ୟରେ, ପୋଲିସ ବିଜେପିର ସ୍ୱାର୍ଥରକ୍ଷା ପାଇଁ କାର୍ଯ୍ୟ କରୁଛି। ବିଜୁ ଜନତା ଦଳ ଏହାର ଦୃଢ଼ ନିନ୍ଦା କରୁଛି ଓ ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇବ।  ଆଗାମୀ ଦିନରେ, ରାଜ୍ୟବାସୀ ଏହାର ଉଚିତ ଜବାବ ଦେବେ।

ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣା; ମନ୍ତ୍ରୀଙ୍କ ନାଁ ହଟାଇବା ପାଇଁ ବିକ୍ରମ ପଣ୍ଡାଙ୍କୁ ଫସାଇଛି ପୁଲିସ: ବିଜେଡ଼ି
ଭୁବନେଶ୍ବର: ଗତ ୧୬ ମାସର ବିଜେପି ସରକାର ରାଜ୍ୟରେ ଅପରାଧ ରୋକିବାରେ ବିଫଳ ହୋଇଛି। ଖାସ କରି ଗଞ୍ଜାମରେ ପୁଲିସ କିଛି ପଦକ୍ଷେପ ନେଉନି। ପୁଲିସ ଅପରାଧୀଙ୍କ ହାତବାରିସୀ ସାଜି ପ୍ରୋତ୍ସାହନ ଯୋଗାଉଛନ୍ତି ଅପରାଧ କରିବାକୁ। ପୀତବାସ ପଣ୍ଡା ହତ୍ୟାକାଣ୍ଡ ପରେ ବିଜେପିର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କହିଛନ୍ତି ତୁରନ୍ତ ମନ୍ତ୍ରୀ ବିଭୂତି ଜେନାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଉ। କାରଣ ସେ ନିଜେ ଅପରାଧୀ। ବିଭୁତି ଜେନା ଖଣି ମନ୍ତ୍ରୀ। ଗଞ୍ଜାମରେ ବାଲି ଚୋରା ଚାଲାଣ ହେଉଛି। ସେ ଏହାକୁ ରୋକି ପାରୁ ନାହାନ୍ତି। ସରକାର ଅଡୁଆରେ ପଡିବେ ବୋଲି ଚକ୍ରାନ୍ତ ହେଲା।

ଆଜି SP କହିଲେ ଯେପରି ସରକାର ତାଙ୍କୁ କହିଥିଲେ ବିଜେପି ଓ ବିଭୂତି ଜେନାଙ୍କୁ ବଞ୍ଚାଇବାକୁ। ମନ୍ତ୍ରୀଙ୍କୁ ବିଦା କଲେ ବିଜେପିର ଅସଲ ମୁଖା ଖୋଲିଯିବ। SP କହୁଥିଲେ ଏକ ରଚନା।  ସିଧାସଳଖ ଭାବେ ବିକ୍ରମ ପଣ୍ଡାଙ୍କ ଏହି ମାମଲାରେ ସମ୍ପୃକ୍ତି ନାହିଁ। ତାଙ୍କୁ ଫସାଇ ବିଜେଡିକୁ ବଦନାମ କରିବାକୁ ଏପରି ଚକ୍ରାନ୍ତ କରାଯାଇଛି। କାରଣ ନୂଆପଡାରେ ବିଜେପି ହାରିବ ବୋଲି ଜାଣିଛନ୍ତି।

ବିକ୍ରମ ପଣ୍ଡାଙ୍କୁ ପୁଲିସ ବଳି ପକାଇଲେ ବିଜେପିକୁ ବଞ୍ଚାଇବାକୁ।  ବିକ୍ରମଙ୍କ ସମ୍ପୃକ୍ତି କଣ ପୁଲିସ କହି ପାରୁନି। ବିଜେଡି ଜିତିବ ବୋଲି ଜାଣି ବିଜେପି ଭୟଭୀତ। ଭୋଟର ଜାଣି ସାରିଲେଣି କିପରି ବିଭୂତି ଜେନାଙ୍କୁ ବଞ୍ଚାଇ ବିକ୍ରମ ପଣ୍ଡାଙ୍କ ରାଜନୈତିକ କ୍ୟାରିଆର ସାରିବାକୁ ଏହା କରାଯାଇଛି। ଏହା ନିନ୍ଦନୀୟ ଓ ଗଣତନ୍ତ୍ର ପାଇଁ ବିପଦ। ପ୍ରକୃତ ଦୋଷୀ ଗିରଫ ହୁଅନ୍ତୁ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।

ବ୍ରହ୍ମପୁର SP ଙ୍କ ପ୍ରେସ ମିଟ ବିଗତ ୬ ତାରିଖରୁ ଆଜି ଯାଏଁ ଥିଲା। ଯାହା କହି ନାହାନ୍ତି, ତାହା ହେଉଛି ଯେ SP ଯେଉଁ ତଥ୍ୟ ରଖିବାକୁ ଚେଷ୍ଟା କରିଛନ୍ତି, ଲାଗୁଛି ପୀତବାସ ପଣ୍ଡାଙ୍କୁ ମାରିବାକୁ ଯେତେ ବଡ଼ ପ୍ଲଟ ହୋଇ ନ ଥିଲା, ବିଭୂତି ଜେନାଙ୍କୁ ବଞ୍ଚାଇବାକୁ ବଡ଼ ପ୍ଲଟ ହେଲା। ମୂଳ ଆସାମୀକୁ ବଞ୍ଚାଇବାକୁ SP ଯୋଜନା କଲେ। ପୂର୍ବତନ ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ରମେଶ ଚ୍ୟାୟୁ ପଟ୍ଟନାୟକ ଓ ବିଜେଡି ନେତା SP ଙ୍କୁ ଭେଟି ପଚାରିଲେ କେଉଁ ତଥ୍ୟରୁ ବିକ୍ରମ ପଣ୍ଡା ଗିରଫ ହେଲେ। ହେଲେ ଅଧ ଘଣ୍ଟା ଯାଏଁ SP କିଛି କହି ପାରିଲେ ନାହିଁ। ତଥ୍ୟ ଠିକ ଭାବେ ବାହାର କରିବାକୁ ବିଜେଡି କହିଲେ। ହେଲେ ବିନା ତଥ୍ୟରେ ଅଧ ରାତିରେ କେମିତି ଅନୈତିକ ଭାବେ ଗିରଫ ଠିକ ହେଲାନି।

ଏଠି କଥା ହେଲେ, ସେପଟେ SP ଗିରଫ କଲେ। SP ଙ୍କୁ ପ୍ରେସ ମିଟରେ ଗୋଟେ ପଦ ବି ବିକ୍ରମ ପଣ୍ଡାଙ୍କ ସମ୍ପୃକି ନେଇ ତଥ୍ୟ ରଖି ପାରିଲେ ନାହିଁ। ପୁଲିସ ମିଛକୁ ସତ କରିବାକୁ ଯାଇ ଭୁଲ କହି ଦେଲେ। ସବୁଠାରୁ କୌତୁହଳ କଥା ଯେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାରଙ୍କ ହାଇକୋର୍ଟ ପିଟିସନ ଦାଖଲ ହୋଇଛିମ ଆଜି SP ରାଜନୈତିକ ଢଙ୍ଗରେ କହିଲେ ଅନିଲ କେଶ ହାରି ପାରନ୍ତି। ଯେଉଁଥି ପାଇଁ ସବୁ ଖର୍ଚ୍ଚ ବିକ୍ରମ ପଣ୍ଡା ଓ ପୂର୍ବତନ ମେୟର ବହନ କରିଥାନ୍ତେ ବିକ୍ରମ ପୁଣି ବିଧାୟକ ହୋଇଥାନ୍ତେ। ଏହାର ଏହି କେଶ ସହ କଣ ଲିଙ୍କ ବୋଲି ବିଜେଡ଼ିର ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି।

ଦୁଇ ଜଣ ବ୍ୟକ୍ତିଙ୍କ ରାଜନୈତିକ ଆକାଙ୍ଖ୍ୟା ଭିତରେ SP ଙ୍କ ଅସୁବିଧା କଣ ? ପୀତବାସ ପଣ୍ଡାଙ୍କୁ ଖଣି ମନ୍ତ୍ରୀ ବିଭୂତି ଜେନାଙ୍କ ସମ୍ପୃକ୍ତି ଥିବାବେଳେ SP ତାଙ୍କୁ ଖସିବାକୁ ଉଦ୍ୟମ କରିଛନ୍ତି। ଦୁଇ ଦିନ ତଳେ ଚିକିଟିରେ ଜଣେ ଲୋକ ହସିଲେ ବୋଲି ଗିରଫ ହେଲେ। ଆଉ ଜଣେ ବିଧାୟକଙ୍କ ଲୋକ ନୁହେଁ ବୋଲି ଗିରଫ ହେଲେ। ଏ ହେଉଛି ବିଜେପି ସରକାରର ପୋଲିସ। SP କହିଲେ ହତ୍ୟାକାଣ୍ଡରେ 50 ଲକ୍ଷ ଟଙ୍କା ଡ଼ିଲ ହୋଇଥିଲା ଯାହା ବିକ୍ରମ ଓ ପୂର୍ବତନ ମେୟର ଦେଇଥାନ୍ତେ। ଯାହାର କୌଣସି ପ୍ରମାଣ ନାହଁ। ମନ୍ତ୍ରୀଙ୍କୁ ସିନରୁ ହଟାଇବାକୁ ଏପରି କରାଯାଇଛି। ଆଇନ ତା ବାଟରେ ଯିବ। ହେଲେ ପୋଲିସ ଯାହା ସବୁ କରୁଛି ଓ ତିଳେ ମାତ୍ର ଭୟ କରିନି ଜଣେ ରାଜନୈତିକ ବ୍ୟକ୍ତିଙ୍କ ଇମେଜ ନଷ୍ଟ କରିବାକୁ, ତାହା ନିନ୍ଦନୀୟ। ୧୮ ଦିନ ହେଲାଣି ହତ୍ୟାକାଣ୍ଡକୁ।

ହତ୍ୟାର ପ୍ରଥମ 7 ଦିନ DG ଓ IG କହିଲେ ବିହାରରୁ ସାର୍ପ ସୁଟର ଆସିଥିଲେ। ଆଜି କହିଲେ ଲୋକାଲ ସୁଟର ବେଙ୍ଗାଳୁରୁରୁ ଆସିଲେ। ପ୍ରତି ପାଞ୍ଚ ଦିନ ନୂଆ ଗପ କଲା ପୋଲିସ। ବିକ୍ରମଙ୍କ ନାଁରେ ମିଛ ମାମଲା କରି ଜିତିଛି ବୋଲି ପୋଲିସ ଭାବୁଛି। ବିକ୍ରମ ପଣ୍ଡାଙ୍କ ଯିଏ ବି ସାଙ୍ଗ ସମ୍ପୃକ୍ତ ଅଛନ୍ତି, ତାହାଲେ କଣ ବିକ୍ରମ ପଣ୍ଡା ଗିରଫ ହେବେ? ରାଜନୀତିରେ ସମସ୍ତେ ସାଙ୍ଗ। ବିଭୂତି ଜେନା ବି ଆମ ସାଙ୍ଗ. ସବୁ ଗିରଫ ହେବେ ତ? ଛୋଟ ପିଲା ପରି ଗପୁଛନ୍ତି SP। କିଏ ଅଧିକାର ଦେଲା SP ଙ୍କୁ ମନ୍ତ୍ରୀଙ୍କ ବଞ୍ଚାଇ ଜଣେ ପୂର୍ବତନ ବିଧାୟକଙ୍କୁ ଗିରଫ କରିବାକୁ। ବିକ୍ରମ ବାବୁ କୁଆଡେ ୫୦ ଲକ୍ଷ ଟଙ୍କା ଦେଇଥାନ୍ତେ। କାହିଁକି ଦେଇଥାନ୍ତେ ? ରାଜନୈତିକ ଶତ୍ରୁତା ବୋଲି କଣ ଅପରାଧୀ ସଜାଇ ଦେବେ। ରାଜନୈତିକ ପ୍ରତିଦ୍ବନ୍ଦୀ ରାଜନୈତିକ ହତ୍ୟାକାରୀ ନୁହେଁ ବୋଲି SP ଜାଣିବା କଥା। ବିଜେଡି ଚୁପ ବସିବନି। ଗତ ଏକ ବର୍ଷରେ ୧୩୮ ହତ୍ୟା ହେଲାଣି ଗଞ୍ଜାମରେ। ପୁଲିସ କିଛି କରୁନି। ବିକ୍ରମଙ୍କ ଗିରଫଦାରି ସ୍ପଷ୍ଟ କରୁଛି ଯେ ପୁଲିସ ସବୁଠାରୁ ବଡ଼ ଗୁଣ୍ଡା। ଆମେ ହାରିବୁ ବୋଲି କଣ ଆଉ ଲଢ଼ିବୁନି। ହାଇକୋର୍ଟ ଯିବୁ ବୋଲି ହତ୍ୟାକାରୀ କରି ଦେବେ। ଏହାକୁ କଠୋର ଭାବେ ବିଜେଡି ନିନ୍ଦା କରୁଛି। ଆଗାମୀ ଦିନରେ ଆନ୍ଦୋଳନ ଆହୁରି ବଢିବ। ଆନ୍ଦୋଳନ ସରକାର ସହ ପୋଲିସ ବିରୋଧରେ ହେବ ବୋଲି ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି।

ବିକ୍ରମ ପଣ୍ଡା ଗିରଫ; 'ବିକ୍ରମଙ୍କୁ ଫସାଇବାକୁ ଉଦ୍ୟମ , ରାଜନୈତିକ ଷଡଯନ୍ତ୍ରର ଶିକାର'
ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ବିକ୍ରମ ପଣ୍ଡା ଗିରଫ । ବିକ୍ରମଙ୍କୁ ଫସାଇବାକୁ ଉଦ୍ୟମ ବୋଲି ବିଜେଡ଼ି କହିଛି। ଏହି ଗିରଫ ପ୍ରସଙ୍ଗରେ ବରିଷ୍ଠ ବିଜେଡ଼ି ନେତା ଚନ୍ଦ୍ରଶେଖର ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏସପିଙ୍କ ଉତ୍ତରରେ ଆମେ ସନ୍ତୁଷ୍ଟ ନୁହେଁ । ବିକ୍ରମଙ୍କୁ ଗରିଫର କୌଣସି ଠୋସ୍ ଆଧାର ନାହିଁ। ସେ ରାଜନୈତିକ ଷଡଯନ୍ତ୍ରର ଶିକାର ହୋଇଛନ୍ତି ଚନ୍ଦ୍ରଶେଖର ସାହୁ କହିଛନ୍ତି। ତଦନ୍ତ ବାଟବଣା, ରାଜନୈତିକ ଉଦେଶ୍ୟ ପ୍ରଣୋଦିତ। ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେଡ଼ି। ନୂଆପଡ଼ା ପ୍ରଚାରରୁ ବିକ୍ରମଙ୍କୁ ଦୂରେଇ ରଖିବାକୁ ଚକ୍ରାନ୍ତ। ଚାପରେ ଏପରି କରିଥିଲେ ପିରଣାମ ଭୟାବହ ହେବ। ବିଜୁ ଜନତା ଦଳ ଆଇନଗତ ଲଢେଇ କରିବ ଚନ୍ଦ୍ରଶେଖର କହିଛନ୍ତି।