Subhadra scheme - The Sakala

ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା
ପୁରୀ: ଘରୋଇ କଳହକୁ ନେଇ ନିଶାଖୋର ସ୍ବାମୀର ଜଘନ୍ୟକାଣ୍ଡ । ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ନୃଶଂସ ସ୍ୱାମୀ । ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏପରି ଏକ ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବା ଭଳି ସାଂଘାତିକ ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି।

ବୁଧବାର ରାତି ପ୍ରାୟ ୮ଟା ସମୟରେ ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଡମ୍ ସାହିରେ ଏହି ଘଟଣା ଘଟିଛି। ପୀଡ଼ିତା ମହିଳାଙ୍କ ନାମ ସରୋଜିନୀ ମଲ୍ଲିକ (୩୦ ବର୍ଷ) ବୋଲି ଜଣାପଡିଛି। ଆଗ୍ନିକାଣ୍ଡରେ ସରୋଜିନୀଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ଅଂଶ ପୋଡ଼ି ଯାଇଛି। ସରୋଜିନୀଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ସେତେବେଳକୁ ସେ ସମ୍ପୂର୍ଣ୍ଣ ରୂପେ ନିଆଁରେ ଜଳୁଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରକ୍ଷାବନ୍ଧନ ଅବସରରେ ମିଳିଥିବା ସୁଭଦ୍ରା ଯୋଜନା ଟଙ୍କାକୁ ନେଇ ସ୍ୱାମୀ ମଣ୍ଟି ମଲ୍ଲିକ ଏବଂ ସ୍ତ୍ରୀ ସରୋଜିନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି କଳହ ଉଗ୍ର ରୂପ ନେବାରୁ ମଣ୍ଟି ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ପୋଲିସ ଏହି ଆରୋପକୁ ଏପର୍ଯ୍ୟନ୍ତ ସରକାରୀ ଭାବେ ସ୍ପଷ୍ଟ କରିନାହିଁ।

'ସୁଭଦ୍ରା' ଟଙ୍କା ନଦେବାରୁ ସ୍ତ୍ରୀକୁ ପିଟିପିଟି ମାରିଦେଲା ମଦ୍ୟପ ସ୍ୱାମୀ !
ଢେଙ୍କାନାଳ: ସୁଭଦ୍ରା ଟଙ୍କା ନଦେବାରୁ ସ୍ତ୍ରୀକୁ ହତ୍ୟା । ରାଜ୍ୟ ସରକାରଙ୍କ 'ସୁଭଦ୍ରା ଯୋଜନା'ରୁ ମିଳିଥିବା ଟଙ୍କା ନଦେବାରୁ ଜଣେ ମଦ୍ୟପ ସ୍ୱାମୀ ନିଜ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିଛି। କେବଳ ସେତିକି ନୁହେଁ, ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ଜଣକ ପତ୍ନୀଙ୍କ ମୃତଦେହକୁ ଶୌଚାଳୟ ଟାଙ୍କିରେ ପୋତି ଦେଇଥିବା ଅଭିଯୋଗ ହୋଇଛି। ଏହି ଅଭାବନୀୟ ଘଟଣା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଐଣ୍ଡିପୁର ଜୁଆଙ୍ଗ ସାହିରେ ଘଟିଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତ ସ୍ୱାମୀ ଜଣକ ନିୟମିତ ମଦ୍ୟପାନ କରୁଥିଲା। ସେ ନିଜ ସ୍ତ୍ରୀଙ୍କୁ ସୁଭଦ୍ରା ଯୋଜନା ବାବଦକୁ ପାଇଥିବା ଟଙ୍କା ମାଗିଥିଲା। ମାତ୍ର ସ୍ତ୍ରୀ ଟଙ୍କା ଦେବାକୁ ମନା କରିଦେବାରୁ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ଏକ ଠେଙ୍ଗା ଓ କୋଦାଳ ସାହାଯ୍ୟରେ ସ୍ତ୍ରୀକୁ ନିର୍ଧୁମ ପିଟିଥିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ହତ୍ୟା ପରେ ପାପ ଲୁଚାଇବାକୁ ଯାଇ ଅଭିଯୁକ୍ତ ମୃତଦେହକୁ ଘର ପାଖରେ ଥିବା ଏକ ଶୌଚାଳୟ ଟାଙ୍କି ଭିତରେ ପୋତି ଦେଇଥିଲା।

ଘଟଣା ସମ୍ପର୍କରେ ଖବର ପାଇ ଢେଙ୍କାନାଳ ସଦର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏକ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଯାଇ ଆବଶ୍ୟକ ପ୍ରମାଣ ସଂଗ୍ରହ କରିଛି। ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିବା ସହ ପୂରା ଘଟଣାକ୍ରମକୁ ବୁଝିବା ପାଇଁ ଘଟଣାସ୍ଥଳରେ କ୍ରାଇମ୍ ସିନ୍ ରିକ୍ରିଏସନ୍ (ଅପରାଧ ଦୃଶ୍ୟର ପୁନଃନିର୍ମାଣ) କରିଛି। ଅନ୍ୟପକ୍ଷରେ, ଏହି ବିଭତ୍ସ ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ଓ ଭୟର ବାତାବରଣ ଖେଳିଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମଦ୍ୟପାନ ଏବଂ ପାରିବାରିକ କଳହ ଯୋଗୁଁ ଏଭଳି ଦୁଃଖଦ ଘଟଣା ଘଟିଛି। ପୋଲିସ ପକ୍ଷରୁ ଏହି ଘଟଣାର ଟିକିନିଖି ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

'ସୁଭଦ୍ରା'କୁ ନେଇ ବଡ ଖବର: ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ବକେୟା ଟଙ୍କା
ଭୁବନେଶ୍ୱର: ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର । ସୁଭଦ୍ରା ଯୋଜନାରେ ପୂର୍ବରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ କିସ୍ତିରୁ ବଞ୍ଚିତ ଥିବା ୧ ଲକ୍ଷ ୨୩ ହଜାର ୮୪୯ ଜଣ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଅର୍ଥ ରାଶି । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୬୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଛାଡିଲେ ସରକାର । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି, ଏବେବି କିଛି ଫିଲ୍ଡ ଭେରିଫିକସନ ପାଇଁ ଅଟକି ରହିଛି । ପାଖାପାଖି ଏକ ଲକ୍ଷ ଫିଲ୍ଡ ଭେରିଫିକେସନ ଚାଲିଛି । ସେହିପରି ୩ ଲକ୍ଷ ୨୬ ହଜାର ନୂଆ ଆବେଦନ ଆମ ପାଖକୁ ଆସିସାରିଛି । ସୁଭଦ୍ରା ହେଲ୍ପ ଡେସ୍କରେ ଥିବା ଦୁଇ ଜଣଙ୍କ କର୍ମଚାରୀଙ୍କ କାର୍ଯ୍ୟକାଳ ୨୦୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସବୁ ମହିଳାଙ୍କ ପାଖରେ ସୁଭଦ୍ରା ରାଶି ପହଞ୍ଚିଛି । ଆଗକୁ ମଧ୍ୟ ଏହି ଧାରା ଜାରି ରହିବ । ବାକି ପଡିଥିବା ସୁଭଦ୍ରା ଟଙ୍କା ଆଜି ମହିଳାଙ୍କ ଖାତାକୁ ଗଲା ।

ଏପ୍ରିଲ ୧ରୁ ଆରମ୍ଭ ହେବ ନୂଆ ସୁଭଦ୍ରା ପଞ୍ଜୀକରଣ, ୩୦ ତାରିଖ ପର୍ଯ୍ୟନ୍ତ କରିପାରିବେ ଆବେଦନ
ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର । ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ । ଏପ୍ରିଲ ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଏକ ମାସ ପାଇଁ ‘ସୁଭଦ୍ରା ପୋର୍ଟାଲ’ରେ ନୂତନ ଆବେଦନ ଗ୍ରହଣ କରାଯିବ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଅଧିକ ସଂଖ୍ୟକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ପ୍ରୟାସ ।

ସୁଭଦ୍ରା ପଞ୍ଜୀକରଣ ପାଇଁ ଆବେଦନକାରୀଙ୍କ ବୟସ ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଯୋଗ୍ୟ ବିବେଚିତ ହିତାଧିକାରୀମାନେ ୨୦୨୬-୨୭ ଆର୍ଥିକ ବର୍ଷରୁ ଯୋଜନାର ଅବଧି ପର୍ଯ୍ୟନ୍ତ ବାର୍ଷିକ ଦୁଇଟି କିସ୍ତିରେ ମୋଟ ୧୦,୦୦୦ ଟଙ୍କାର ସହାୟତା ରାଶି ପାଇବେ । ଯେଉଁମାନେ ପୂର୍ବରୁ ଆବେଦନ କରି ନାହାନ୍ତି କେବଳ ସେମାନେ ହିଁ ପଞ୍ଜୀକରଣ କରିପାରିବେ । ପୂର୍ବରୁ ଆବେଦନ କରିଥିବା ମହିଳାଙ୍କ ଆବେଦନ ଗ୍ରହଣୀୟ ହେବ ନାହିଁ ।

ନୂତନ ଆବେଦନଗୁଡିକ ସାଧାରଣ ସେବା କେନ୍ଦ୍ର (CSC) ଏବଂ ଆମ ସେବା କେନ୍ଦ୍ର (ASK) ମାଧ୍ୟମରେ ସୁଭଦ୍ରା ପୋର୍ଟାଲ ଜରିଆରେ ପଞ୍ଜୀକୃତ କରାଯିବ। ଆବେଦନ ପାଇଁ ଫର୍ମଗୁଡ଼ିକ ସମସ୍ତ ଅଙ୍ଗନୱାଡି କେନ୍ଦ୍ର (AWC) ଏବଂ CDPO କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ନିଶୁଳ୍କ ଭାବେ ଉପଲବ୍ଧ ଅଛି।

'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି
ଭୁବନେଶ୍ୱର: ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା । କାଲି ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଯୋଜନାର ୪ର୍ଥ କିସ୍ତି ଟଙ୍କା । ପୂର୍ବ ଘୋଷଣା ମୁତାବକ DBT ମାଧ୍ୟମରେ ୫ ହଜାର ଟଙ୍କା ଲେଖାଏ ପଠାଇବେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ, ଏକ କୋଟି ୧୨ ଲକ୍ଷ ୫୭ ହଜାର ୬୬୭ ଜଣ ଆବେଦନ କରିଥିବା ବେଳେ ଚତୁର୍ଥ କିସ୍ତିରେ ୧ କୋଟି ୨ ଲକ୍ଷ ୧୨ ହଜାର 665 ଜଣ ହିତାଧିକାରୀ ପାଇବେ ସୁଭଦ୍ରା ଟଙ୍କା । ୫ ହଜାର କୋଟିରୁ ଅଧିକ ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ପୁରୀର ତାଳବଣିଆ ପଡିଆରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୫ ହଜାର ଟଙ୍କା ଲେଖାଏଁ ପଠାଇବେ । ୨ ଲକ୍ଷ ୧୩ ହଜାର ୧୯୮ ଜଣ ନୂଆ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବେ । ଗ୍ରୀଭାନ୍ସ ପୋର୍ଟାଲରେ ଆସିଥିବା ଅଭିଯୋଗରୁ ୩୬ ହଜାର ୩୮୫ ଜଣ ପାଇବେ ସୁଭଦ୍ରା ଟଙ୍କା । ଏପ୍ରିଲ ମାସରେ ଯାହାକୁ ୨୧ ବର୍ଷ ହୋଇଥିବ ସେମାନେ ଆବେଦନ କରିବେ। ଯେଉଁମାନେ୨୧ ବର୍ଷ ସେମାନଙ୍କ ପାଇଁ ଏହା ଦ୍ୱିତୀୟ କିସ୍ତି ପାଇପାରିବେ।

ଖାତାକୁ ଗଲା 'ସୁଭଦ୍ରା' ଟଙ୍କା, ୪ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ମିଳିଲା ସହାୟତା ରାଶି
ଭୁବନେଶ୍ୱର: ହିତାଧିକାରୀଙ୍କ ଖାତାକୁ ଗଲା 'ସୁଭଦ୍ରା' ଟଙ୍କା । ୩୨୫ କୋଟିରୁ ଉର୍ଦ୍ଧ୍ବ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସୁଭଦ୍ରା କିସ୍ତି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।୪ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ସହାୟତା ରାଶି । ନୂଆକରି ସାମିଲ ହୋଇଥିବା ୧ ଲକ୍ଷ ୭୮ ହଜାର ୩୯୮ ମହିଳାଙ୍କୁ ମିଳିଲା ଟଙ୍କା । ସେହିପରି ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ୍ ୨ ଲକ୍ଷ ୫୫ ହଜାର ହିତାଧିକାରୀଙ୍କ ଖାତାକୁ ମଧ୍ୟ ଟଙ୍କା ଯାଇଛି । ଏହି ହିତାଧିକାରୀମାନେ ଏକାବେଳେ ଦୁଇଟି କିସ୍ତିର ୧୦ ହଜାର ଟଙ୍କା ପାଇଛନ୍ତି । ସେହିଭଳି ଅଭିଯୋଗ ଶୁଣାଣିରେ ୨୪ ହଜାର ୧୬ ଜଣ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି ।

ପୂର୍ବରୁ ଜାନୁଆରୀ ୧୮ରେ ସୁଭଦ୍ରା ଟଙ୍କା ମିଳିବ ବୋଲି କହିଥିଲେ ବିଭାଗୀୟ ମନ୍ତ୍ରୀ । ପରେ ଉପମୁଖ୍ୟମନ୍ତ୍ରୀ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ୧୮ ବଦଳରେ ୨୨ତାରିଖରେ ସୁଭଦ୍ରା ସହାୟତା ଅର୍ଥ ରାଶି ପ୍ରଦାନ କରାଯିବା ନେଇ ସୂଚନା ଦେଇଥିଲେ ।

ଆସନ୍ତା ୧୮ ତାରିଖ ସୁଦ୍ଧା ମିଳିବ ସୁଭଦ୍ରା ଟଙ୍କା: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଭୁବନେଶ୍ୱର: 'ସୁଭଦ୍ରା'କୁ ନେଇ ଆସିଲା ବଡ ଖବର । ଆସନ୍ତା ୧୮ ତାରିଖ ସୁଦ୍ଧା ମିଳିବ ସୁଭଦ୍ରା ଟଙ୍କା । ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମୋଟ ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ଯିବ ୨୫୦ କୋଟି ଟଙ୍କାର ସହାୟତା ରାଶି ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜାନୁଆରୀ ୧୮ ତାରିଖ ସୁଦ୍ଧା ମୋଟ ୪ ଲକ୍ଷ ୫୭ ହଜାର ୬୮୧ ଜଣ ହିତାଧିକାରୀଙ୍କୁ ସୁଭଦ୍ରା ସହାୟତା ପ୍ରଦାନ କରାଯିବ। ​​​​​​​ନୂଆ ୧ ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ପାଇବେ ପ୍ରଥମ କିସ୍ତି । ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ ସାମିଲ କରାଯାଇଛି । ସେମାନେ ବି ଏକା ବେଳକେ ପାଇବେ ଦୁଇଟି କିସ୍ତି  । ସେହିପରି ଅଭିଯୋଗ ଶୁଣାଣିରେ ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି ।

୧୮ହଜାର ଟଙ୍କାରୁ ଅଧିକ ଛାତ୍ରବୃତ୍ତି ପାଉଥିଲେ ‘ସୁଭଦ୍ରା’ ପାଇଁ ଅଯୋଗ୍ୟ ହେବେ ଛାତ୍ରୀ
ଭୁବନେଶ୍ୱର:  ସୁଭଦ୍ରାକୁ ନେଇ ବଡ଼ ଖବର । ୧୮ ହଜାର ଟଙ୍କାରୁ ଅଧିକ ଛାତ୍ରବୃତ୍ତି ପାଉଥିଲେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେ ଛାତ୍ରୀ  । କୌଣସି ମହିଳାଙ୍କୁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କଠାରୁ ୧୮ ହଜାର କିମ୍ବା ଏହାଠାରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ମିଳୁଥିଲେ ମିଳିବନି ସୁଭଦ୍ରା ଟଙ୍କା ।  ଯଦି ଏପରିକି ସରକାରୀ ସହାୟତା ପାଉଥିବେ ତେବେ ସୁଭଦ୍ରା ଯୋଜନାରୁ ବାଦ ପଡିପାରନ୍ତି । ଏନେଇ ଦୁଇ ବିଭାଗରୁ ରିପୋର୍ଟ ମାଗିଲା ମହିଳା ଓ ଶିଶୁ ବିକାଶ ବିଭାଗ । ଉଚ୍ଚଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିଭାଗ ସଚିବଙ୍କୁ ପତ୍ର ଲେଖିଛି ବିଭାଗ ।

ସୁଭଦ୍ରା’ ନିୟମାବଳୀ ଅନୁସାରେ ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ ହିତାଧିକାରୀଙ୍କ ବୟସ ୨୧ ବର୍ଷ କିମ୍ବା ତାହାଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ । ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ଅଧୀନରେ ଯଦି ବାର୍ଷିକ ୧୮ ହଜାର ଟଙ୍କାକିମ୍ବା ତାହାଠାରୁ ଅଧିକ ଅର୍ଥ ସହାୟତା ଗ୍ରହଣ କରୁଥିବେ, ସେକ୍ଷେତ୍ରରେ ସଂପୃକ୍ତ ମହିଳା ଅଯୋଗ୍ୟ ଘୋଷିତ ହୋଇପାରନ୍ତି । ଏନେଇ ବିଭାଗକୁ ଅନେକ ଅଭିଯୋଗ ମିଳିଛି। ଛାତ୍ରୀମାନଙ୍କୁ ଯେଉଁ ଛାତ୍ରବୃରି ରାଶି ପ୍ରଦାନ କରାଯାଉଛି, ତାହା କେବଳ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟରେ ବ୍ୟୟ ହେଉଛି, ହେଲେ ଏହାକୁ ଅତିରିକ୍ତ ଅର୍ଥ ସହାୟତା ଭାବେ ହିସାବକୁ ନିଆଯାଇପାରୁନାହିଁ । ଏନେଇ ବିସ୍ତୃତ ଭାବେ ଯାଞ୍ଚ କରି ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ନିର୍ଦ୍ଦିଷ୍ଟ ଫର୍ମାଟରେ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ କେଉଁ ଛାତ୍ରୀମାନେ ୧୮ ହଜାର ଟଙ୍କାରୁ ଅଧିକ ଛାତ୍ରବୃତ୍ତି ନେଇଛନ୍ତି ତା’ର ସମସ୍ତ ତଥ୍ୟ ପ୍ରଦାନ କରିବା ଲାଗି ଚିଠି ଲେଖିଛି ବିଭାଗ ।