Indore - The Sakala

ଇନ୍ଦୋରରେ ଦୂଷିତ ପାଣି ପିଇ ୮ ମୃତ, ୧୦୦ରୁ ଉର୍ଦ୍ଧ୍ୱ ଅସୁସ୍ଥ
ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଦୂଷିତ ପାଣି ପିଇବା କାରଣରୁ ୮ ଜଣ ମୃତ୍ୟୁବରଣ କରିଛନ୍ତି । ଇନ୍ଦୋରର ଭାଗିରଥପୁରା ଅଞ୍ଚଳରେ ଦୂଷିତ ପାନୀୟ ଜଳ ଯୋଗୁଁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି। ଏହି ଘଟଣାକୁ ଅତ୍ୟନ୍ତ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଇନ୍ଦୋର ମେୟର ପୁଷ୍ୟମିତ୍ର ଭାର୍ଗବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସ୍ୱାସ୍ଥ୍ୟ ବିଭାଗ ସରକାରୀ ଭାବେ ୩ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି, କିନ୍ତୁ ମୋଟ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୩୬ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧୬ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୌର ନିଗମର ସମ୍ପୂର୍ଣ୍ଣ ଟିମ୍ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାରେ ସାହାଯ୍ୟ କରୁଛନ୍ତି।

ଏହି ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ ତୁରନ୍ତ ପ୍ରଭାବରେ ଜୋନ ନମ୍ବର ୪ର ଜୋନାଲ ଅଫିସର ଏବଂ ସହକାରୀ ଯନ୍ତ୍ରୀଙ୍କୁ ନିଲମ୍ବିତ କରିବା ସହ ଜଣେ ପିଏଚଇ (PHE) ସବ୍-ଇଞ୍ଜିନିୟରଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ଘଟଣାର ବିଧିବଦ୍ଧ ତଦନ୍ତ ପାଇଁ ଆଇଏଏସ୍ ଅଧିକାରୀ ନବଜୀବନ ପାୱାରଙ୍କ ନେତୃତ୍ୱରେ ଏକ ତିନି ଜଣିଆ କମିଟି ଗଠନ କରାଯାଇଛି। ଏଥିରେ ଅଧୀକ୍ଷକ ଯନ୍ତ୍ରୀ ପ୍ରଦୀପ ନିଗମ ଏବଂ ଡାକ୍ତର ଶୈଳେଶ ରାୟ ସଦସ୍ୟ ରହିଛନ୍ତି।

ମୁଖ୍ୟମନ୍ତ୍ରୀ ପୀଡିତଙ୍କ ପାଇଁ ମାଗଣା ଚିକିତ୍ସା ଘୋଷଣା କରିବା ସହ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି। ଏହା ସହିତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜନସ୍ୱାସ୍ଥ୍ୟ କ୍ଷେତ୍ରରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି।

ସହପାଠୀକୁ ଜ୍ୟୋମେଟ୍ରି କମ୍ପାସରେ ୧୦୮ ଥର ଆକ୍ରମଣ କଲେ ଚତୁର୍ଥ ଶ୍ରେଣୀ ଛାତ୍ର
ନୂଆଦିଲ୍ଲୀ: ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ଜଘନ୍ୟ କାଣ୍ଡ । ନିଜ ନିଜ ଭିତରେ ଝଗଡା କରି ତିନି ଜଣ ଚତୁର୍ଥ ଶ୍ରେଣୀ ଛାତ୍ର ମିଶି ଜଣେ ସହପାଠୀକୁ ଜ୍ୟୋମେଟ୍ରି କମ୍ପାସରେ ୧୦୮ ଥର ଆକ୍ରମଣ କରିଥିବାର ଖବର ସାମ୍ନାକୁ ଆସିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟ ପ୍ରଦେଶ ଇନ୍ଦୋରର ଏକ ବେସରକାରୀ ବିଦ୍ୟାଳୟରେ।

ସୂଚନା ଅନୁଯାୟୀ, ସ୍କୁଲର ଚତୁର୍ଥ ଶ୍ରେଣୀର ଏହି ଛାତ୍ରମାନଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏହାପରେ ସେମାନଙ୍କ ମଧ୍ୟରେ ମାରପିଟ୍‌ ମଧ୍ୟ ହୋଇଥିଲା। ଆଉ ଏଭଳି ସ୍ଥିତି ହୋଇଥିଲା ଯେ, ତିନି ଛାତ୍ର ମିଶି ଅନ୍ୟ ଜଣେ ଛାତ୍ରଙ୍କୁ ୧୦୮ ଥର ଜ୍ୟୋମେଟ୍ରି କମ୍ପାସରେ ଭୁଶି ଦେଇଥିଲେ। ପରେ ସ୍କୁଲରୁ ଭୟଭୀତ ଅବସ୍ଥାରେ ଘରକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ ଛାତ୍ର। ଏହା ପରେ ଛାତ୍ରଙ୍କ ଅଭିଭାବକ ଏରୋଡ୍ରମ ଥାନା ପୋଲିସରେ ଏତଲା ଦେଇଥିଲେ।

ଅନ୍ୟପଟେ ଛାତ୍ରଙ୍କ ଅଭିଭାବକଙ୍କ ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି। ପୀଡିତ ଛାତ୍ରଙ୍କ ମେଡିକାଲ ଯାଞ୍ଚ କରାଯାଇଛି। ଏହି ଘଟଣା ସହ ଜଡିତ ସମସ୍ତ ଛାତ୍ରଙ୍କ ବୟସ ୧୦ ବର୍ଷ ଥିବା ଏସ୍‌ପି ସୂଚନା ଦେଇଛନ୍ତି। ଅନ୍ୟପଟେ ଶିଶୁ କଲ୍ୟାଣ ସମିତି ଏହି ଘଟଣାକୁ ନେଇ ଉଦ୍‌ଗେବ ପ୍ରକାଶ କରିଛି।

ପୋଷା କୁକୁର ପାଇଁ ଗୁଳିମାଡ଼: ୨ ମୃତ, ୬ ଆହତ
ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋରରେ ଅଭାବନୀୟ ଘଟଣା । କୁକୁର ପାଇଁ ଦୁଇଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି ସୁରକ୍ଷାକର୍ମା। ପୋଷା କୁକୁରକୁ ନେଇ ଅଭିଯୁକ୍ତ ରାଜପାଲ ରାଜାଓ୍ବତ ଓ ତାଙ୍କ ପଡୋଶୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ରାଜପାଲଘରୁ ଏକ ବନ୍ଧୁକ ଆଣି ପଡ଼ୋଶୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ରାଜପାଲ ଏକ ଘରୋଇ ବ୍ୟାଙ୍କରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରନ୍ତି । ପୁଲିସ ତାଙ୍କୁ ଗିରଫ କରିବା ସହ ଲାଇସେନ୍ସପ୍ରାପ୍ତ ବନ୍ଧୁକ ପୁଲିସ ଜବତ କରିଛି ।

ଇନ୍ଦୋରରେ ରାମ ମନ୍ଦିରର କୂଅ ଛାତ ଭୁଶୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି, ଆରମ୍ଭ ହେଲା ମାଜିଷ୍ଟ୍ରେଟ ତଦନ୍ତ
ଭୋପାଳ : ମଧ୍ୟପ୍ରଦେଶ ଇନ୍ଦୋର ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୩୫ରେ ପହଞ୍ଚିଛି । ଆହୁରି କିଛି ଲୋକ ମାଟି ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଉଦ୍ଧାର କାର୍ଯ୍ଯ ଅଧିକ ତ୍ୱରାନିତ କରିବାକୁ ସେନାକୁ ମୁତୟନ କରାଯାଇଛି । ସେପଟେ ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ଉଠିଛି ପ୍ରଶ୍ନ । ଏଥିପାଇଁ ଦାୟୀ କିଏ ।  ଜନସମାଗମ ହେବାର ଜାଣିଥିଲେ ମଧ୍ୟ କାହିଁକି ଅବଲମ୍ବନ କରାଯାଇନଥିଲା ସତର୍କତା ? ଏକା ସାଙ୍ଗରେ ଏତେ ଲୋକଙ୍କୁ ଛାତ ଉପରକୁ ଯିବାକୁ କାହିଁକି ଦିଆଗଲା ଅନୁମତି ? ମନ୍ଦିର କର୍ତ୍ତୃପକ୍ଷ ନା ପ୍ରଶାସନର ଅବହେଳା ପାଇଁ ଘଟିଗଲା ଏତେ ବଡ଼ ଅଘଟଣ ?

ମଧ୍ୟପ୍ରଦେଶ ଇନ୍ଦୋର ଶ୍ରୀ ବେଲେଶ୍ବର ମହାଦେବ ଝୁଲେଲାଲ ମନ୍ଦିରରେ କୂଅର ଛାତ ଭୁଶୁଡ଼ିବା ଘଟଣାର ଆରମ୍ଭ ହୋଇଛି ମାଜିଷ୍ଟ୍ରେଟ ତଦନ୍ତ । ମନ୍ଦିର ପରିଚାଳନା କର୍ତ୍ତୃପକ୍ଷଙ୍କ ସହିତ ପ୍ରତ୍ୟେକ୍ଷଦର୍ଶୀ ଓ ସ୍ଥାନୀୟ ପ୍ରଶାସନ ସହିତ ଆଲୋଚନା କରୁଛି ତଦନ୍ତକାରୀ ଟିମ୍ । କୂଅଟି କେବେଠୁ ପ୍ରତିଷ୍ଠା ହୋଇଥିଲା । ଏହା କେତେ ସୁରକ୍ଷିତ ଥିଲା ସେନେଇ ମଧ୍ୟ ଅନୁଧ୍ୟାନ କରାଯାଉଛି ।

ଗତକାଲି ପୂଜାର୍ଚ୍ଚନା ବେଳେ ବେଲେଶ୍ବର ମହାଦେବ ଝୁଲେଲାଲ ମନ୍ଦିର ପ୍ରାଙ୍ଗଣରେ ଥିବା କୂଅର ଛାତ ଭୁଶୁଡ଼ି ପଡ଼ିବାରୁ ପ୍ରାୟ ୩୦ଜଣ ଭକ୍ତ କୂଅ ମଧ୍ୟକୁ ଖସି ପଡ଼ିଥିଲେ । କୂଅର ଛାତ ଉପରେ ଭିଡ ବଢ଼ିବାରୁ ଛାତ ଗଳିପଡିଥିବା ଆଶଙ୍କା କରାଯାଉଛି । ମୃତକଙ୍କ ପରିବାର ପାଇଁ ୫ଲକ୍ଷ ଓ ଆହତଙ୍କ ପରିବାରକୁ ୫୦ହଜାର ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ସରକାର ।

ଇନ୍ଦୋରରେ ରାମ ମନ୍ଦିରର କୂଅ ଛାତ ଭୁଶୁଡିବା ଘଟଣା: ୧୩ ମୃତ, ୧୦ ଉଦ୍ଧାର
ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋରଠାରେ ପବିତ୍ର ରାମନବମୀ ଅବସରରେ ବଡ ଦୁର୍ଘଟଣା ଘଟିଛି । ଆଜି ସ୍ନେହା ନଗର ଅଞ୍ଚଳରେ ଥିବା ଶ୍ରୀ ବାଲେଶ୍ୱର ମନ୍ଦିରରେ ଅଭାବନୀୟ ଘଟଣା ଘଟିଥିଲା। ରାମନବମୀ ପାଇଁ ପୂଜା ଚାଲିଥିବା ବେଳେ ମନ୍ଦିରର ଭୂତଳ କୂଅର ଛାତ ଭୁଶୁଡି ପଡ଼ିବାରୁ ପ୍ରାୟ ୨୩ଜଣ ତଳକୁ ଖସିପଡ଼ିଥିଲେ। ଏହି ଅଘଟଣରେ ୧୦ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଏହି ମନ୍ଦିରରେ କୂଅ ଉପରେ ଛାତ ତିଆରି କରାଯାଇଥିଲା। ରାମ ନବମୀ ପାଇଁ ଅଧିକ ଶ୍ରଦ୍ଧାଳୁ ଆସିଥିବାରୁ ଏହି ଛାତ ଶ୍ରଦ୍ଧାଳୁଙ୍କ ଭାର ସହି ନ ପାରି ଭୁଶୁଡି ପଡ଼ିଥିଲା। ଫଳରେ କୂଅର ଛାତ ଉପରେ ଥିବା ଶ୍ରଦ୍ଧାଳୁ ତଳକୁ ଖସି ପଡ଼ିଥିଲେ।

ଭାରତ ଯୋଡ଼ୋ ଯାତ୍ରା ବେଳେ ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ; ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଚିଠିରେ ଉଲ୍ଲେଖ
ଇନ୍ଦୋର: ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ! ମଧ୍ୟପ୍ରଦେଶର ଇନ୍ଦୋରରେ ଭାରତ ଯୋଡ଼ୋ ଯାତ୍ରା ବେଳେ ଅଜଣା ଦୁର୍ବୃତ୍ତ ଦେଲା ଧମକପୂର୍ଣ୍ଣ ଚିଠି । ଇନ୍ଦୋରଜୁନି ଥାନା ଅଞ୍ଚଳରେ ଏକ ମିଠା ଦୋକାନରୁ ମିଳିଛି ଏହି ଚିଠି । ଚିଠିରେ ରାହୁଲ ଗାନ୍ଧୀଙ୍କୁ ବମ୍‌ରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଇନ୍ଦୋର ପୋଲିସ ଏହି ଚିଠି ପାଇବା ପରେ ତଦନ୍ତ ଆରମ୍ଭ କରିଛି ।

ରାହୁଲଙ୍କ ସହ କମଲନାଥଙ୍କୁ ମଧ୍ୟ ବିସ୍ଫୋରଣରେ ଉଡ଼ାଇ ଦେବା ନେଇ ଚିଠିରେ ଧମକ ମିଳିଛି । ଉଭୟଙ୍କୁ ହତ୍ୟା କରିବା ସହ ସହରର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ନେଇ ମଧ୍ୟ ଧମକ ମିଳିଛି । ମିଠା ଦୋକାନରେ ଚିଠିଟି କିଏ ଛାଡ଼ିଲା, ତାକୁ ନେଇ ପୋଲିସର ତନାଘନା ଜାରି ରଖିଛି । ପୁଲିସ୍‌ କହିଛି ଯେ ୫୦୭ ଦଫା ଅନୁସାରେ ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ ମଧ୍ୟ ଲାଗିବ।

ସୂଚନା ଅନୁସାରେ, ଗୁରବାର ବିଳମ୍ବିତ ରାତିରେ ପୋଷ୍ଟାଲରେ ଏହି ଚିଠି ମିଠା ଦୋକାନକୁ ଆସିଥିଲା । ଏହାକୁ ଶୁକ୍ରବାର ସକାଳୁ ଦୋକାନ ମାଲିକ ଦେଖିବା ପରେ ପୋଲିସକୁ ଖବର ଦେଇଥିଲା । ଧମକପୂର୍ଣ୍ଣ ଚିଠିକୁ ନେଇ ଏବେ ପୋଲିସ ଓ ଜିଲ୍ଲା ପ୍ରଶାସନର ନିଦ ହଜିଯାଇଛି । ସହରର ବିଭିନ୍ନ ଛକ ମାନଙ୍କରେ ବ୍ଲକିଂ ଓ ଚେକିଂ ଜୋରଦାର କରିଛି ପୋଲିସ । ସିସିଟିଭି ଫୁଟେଜକୁ ଆଧାର କରି ଛାନବିନ୍ ଜାରି ରହିଛି ।

ଚାକିରିରୁ ଛଟେଇ ପରେ ଚରମ ନିଷ୍ପତ୍ତି: ବିଷ ପିଇଲେ ଏକ ଘରୋଇ କମ୍ପାନୀର ୭ କର୍ମଚାରୀ
ଇନ୍ଦୋର: ଇନ୍ଦୋରର ପରଦେସିପୁର ଥାନା ଅନ୍ତର୍ଗତ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ୭ ଜଣ କର୍ମଚାରୀ ବିଷ ପିଇ ଆତ୍ମହତ୍ୟା ଉଦ୍ଯମ କରିଛନ୍ତି। କର୍ମଚାରୀମାନେ ଆଜି ସକାଳେ ଏହି ଆତ୍ମହତ୍ୟା ଉଦ୍ଯମ କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, କମ୍ପାନୀ ଏହି ୭ ଜଣ କର୍ମଚାରୀଙ୍କୁ ଛଟେଇ କରିଥିଲା। ଯେଉଁ କାରଣରୁ ସେମାନେ ଏହି ପଦକ୍ଷେପ ନେଇଥିଲେ। ବର୍ତ୍ତମାନ ସମସ୍ତ କର୍ମଚାରୀଙ୍କୁ ଇନ୍ଦୋରର ଏମବାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେମାନଙ୍କ ଚିକିତ୍ସା ଚାଲିଛି। ଯେଉଁମାନେ ଆତ୍ମହତ୍ୟା କରିଛନ୍ତି ସେମାନଙ୍କ ମଧ୍ୟରେ ଜାମନାଧର ବିଶ୍ୱକର୍ମା, ଦୀପକ ସିଂହ, ରାଜେଶ ମେମିୟରିଆ, ଦେବିଲାଲ କରେଡିଆ, ରବି କରେଡିଆ, ଜିତେନ୍ଦ୍ର ଧମନିଆ, ଶେଖର ଭର୍ମା ରହିଛନ୍ତି। ଏହି ଘଟଣା ପରେ କମ୍ପାନୀ ମାଲିକ ନିଖୋଜ ଅଛନ୍ତି। ପରଦେଶୀ ପୁର ପୁଲିସ ଖବର ପାଇ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୁଲିସର ସୂଚନା ଅନୁଯାୟୀ, ଆତ୍ମହତ୍ୟା ଉଦ୍ୟମ କରିଥିବା ସମସ୍ତ ୭ କର୍ମଚାରୀଙ୍କ ଅବସ୍ଥା ଗୁରୁତର ରହିଛି। ଏଥିସହିତ ରୋଗୀଙ୍କ ସମ୍ପର୍କୀୟମାନେ କହିଛନ୍ତି ଯେ କମ୍ପାନୀ ମାଲିକ ଏକ ନୂତନ କମ୍ପାନୀ ଖୋଲିଛନ୍ତି।  ଛଟେଇ କରାଯଇଥିବା କର୍ମଚାରୀଙ୍କୁ ସେହି ନୂତନ କମ୍ପାନୀରେ କାମ କରିବାକୁ କହିଥିଲେ। କିନ୍ତୁ ତାହା କରି ନ ଥିଲେ। ଫଳରେ ଆର୍ଥିକ ଚାପରେ ଆସି ଏହି ପଦକ୍ଷେପ ନେଇଛନ୍ତି।

କମ୍ପାନୀର ଜଣେ କର୍ମଚାରୀ କହିଛନ୍ତି ଯେ, ମାଲିକ ଆମକୁ ପୁରୁଣା କମ୍ପାନୀରୁ ବାହାର କରିବା ପରେ ବୁଧବାର ଦିନ ବଙ୍ଗଳା ସ୍ଥିତ ଅନ୍ୟ ଏକ କମ୍ପାନୀରେ କାମ କରିବାକୁ ଯିବାକୁ କହିଥିଲେ । ଯେଉଁମାନେ ଯିବାକୁ ଚାହୁଁ ନାହାନ୍ତି ଛୁଟି ନେଇଯିବାକୁ କହିଥିଲେ। ଆମ ସ୍ଥାନରେ କାମ କରିବା ପାଇଁ ଦିଲ୍ଲୀ, ମୁମ୍ବାଇ, କୋଲକାତାର ନୂଆ ଲୋକଙ୍କୁ ଅଣାଯାଇଥିଲା । ପରେ ଆମକୁ ବିନା କୌଣସି କାରଣରେ ବିଦା କରାଯାଇଥିଲା । ଏହା ପରେ ଆମେ ସମସ୍ତେ ସ୍ଥିର କଲୁ ଯେ, ବର୍ତ୍ତମାନ ସ୍ଥିତିରେ ଘରକୁ ଯିବା ସମ୍ଭବ ନୁହିଁ । ତେଣୁ ଆମେ ଏହି ପଦକ୍ଷେପ ନେଇଥିଲୁ।

ଖବର ଅନୁଯାୟୀ, ଏହି ୭ ଜଣ କର୍ମଚାରୀଙ୍କୁ କିଛି ମାସ ଧରି ଦରମା ଦେଇ ନ ଥିଲା କମ୍ପାନୀ। ପରେ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। କମ୍ପାନୀ ଏହି ଲୋକମାନେ ମାଲିକଙ୍କଠାରୁ ଦରମା ମାଗିଥିଲେ। କିନ୍ତୁ ଟଙ୍କା ନ ପାଇବା ପରେ ଶ୍ରମିକମାନେ ଏହି ପଦକ୍ଷେପ ନେଇଥିଲେ। ବର୍ତ୍ତମାନ ବିବୃତ୍ତି ନିଆଯାଉଛି, ସେହି ଆଧାରରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଡାକ୍ତରଙ୍କ କହିବାନୁଯାୟୀ, ସମସ୍ତ ରୋଗୀଙ୍କ ଅବସ୍ଥା ସ୍ଥିର ରହିଛି।

ଗୋଡାଉନରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ଟିକା ନଷ୍ଟ
ଇନ୍ଦୋର: କରୋନା ଚେନରେ ବ୍ରେକ ଲଗାଇବା ପାଇଁ  ସମଗ୍ର ଦେଶରେ ଟିକାକରଣ ଚାଲିଛି। ଏହାରି ମଧ୍ୟରେ ଟିକାର ଅଭାବ ମଧ୍ୟ ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିର ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଦୁଃଖଦ ଘଟଣା ଆସିଛି। ଏକ ଗୋଡାଉନରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ଟିକା ନଷ୍ଟ ହୋଇଯାଇଥିବା ଜଣା ପଡ଼ିଛି।

ଏହି ଘଟଣା ଇନ୍ଦୋରର ଗୋଡାଉନ୍‌ ଭାରତ ସେରମ୍ ଏବଂ ଭ୍ୟାକ୍ସିନ୍ ଲିମିଟେଡରେ ଘଟିଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛି। ନିଆଁରେ ବ୍ଲାକ୍ ଫଙ୍ଗସ୍ ପାଇଁ ଇଞ୍ଜେକ୍ସନ୍ ସହିତ ଗୋଡାଉନରେ ରଖାଯାଇଥିବା ଟିକା ମଧ୍ୟ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।