BJD Suprimo Naveen Patnaik - The Sakala

ଲାଞ୍ଜିବେର୍ଣ୍ଣାରେ ନିଆଁରେ ଜଳି କଲେଜ ଛାତ୍ରୀ ପ୍ରାଣହରାଇବା ଘଟଣା; ସରକାର କେତେ ଆଉ ନିରୀହ ଜୀବନ ଏପରି ଜଳିବାକୁ ଛାଡ଼ିଦେବେ ବୋଲି ନବୀନଙ୍କ ପ୍ରଶ୍ନ
ଭୁବନେଶ୍ବର: ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣାରେ ନିଆଁରେ ଜଳି କଲେଜ ଛାତ୍ରୀ ପ୍ରାଣ ହରାଇବା ଘଟଣା ଅତ୍ୟନ୍ତ ହୃଦୟ ବିଦାରକ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି। ଏପରି ଦୁଃଖଦ ସମୟରେ ପରିବାରବର୍ଗଙ୍କ ପ୍ରତି ସେ ତାଙ୍କର ଗଭୀର ସମବେଦନା ଜଣାଇବା ସହ ଛାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

https://twitter.com/Naveen_Odisha/status/1997905912926007570

ଜୀବନରୁ ମାରିଦେବା ପାଇଁ ପୂର୍ବରୁ ଧମକ ମିଳିଥିବା ନେଇ ପରିବାର ଲୋକେ କହିବା ପରେ ବି ସରକାରଙ୍କ ନିଷ୍କ୍ରିୟତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ବୋଲି ନବୀନ କହିଛନ୍ତି। ସରକାର କେତେ ଆଉ ନିରୀହ ଜୀବନ ଏପରି ଜଳିବାକୁ ଛାଡ଼ିଦେବେ ବୋଲି ନବୀନ ପ୍ରଶ୍ନ କରିଛନ୍ତି। ଓଡ଼ିଶାରେ ବଢୁଥିବା ଏହିପରି ଘଟଣାକୁ ରୋକିବା ଦିଗରେ ସରକାରଙ୍କ ଉଦାସୀନତା ଅପରାଧୀଙ୍କ ସାହସ ବଢ଼ାଉଛି। ଲୋକେ ଅସୁରକ୍ଷିତ ହେଉଛନ୍ତି, ଅପରାଧୀମାନେ ଖୁଲମଖୋଲା ବୁଲୁଛନ୍ତି। ସରକାର ସୁରକ୍ଷା କାହାକୁ ଦେଉଛନ୍ତି ବୋଲି ନବୀନ ପ୍ରଶ୍ନ କରିଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ସଜାଡ଼ିବା ଦିଗରେ ସରକାର କଠୋର ହୁଅନ୍ତୁ। ଲୋକଙ୍କୁ ନ୍ୟାୟ ମିଳୁ, ଅପରାଧୀଙ୍କ ଉପରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ନବୀନ କହିଛନ୍ତି।

ପରୀକ୍ଷା ପରେ ପରୀକ୍ଷା ବାତିଲ ହେବା, ସ୍ଥଗିତ ହେବା ବିଜେପି ସରକାରର ଅପାରଗତାକୁ ଦର୍ଶାଉଛି: ନବୀନ ପଟ୍ଟନାୟକ
ଭୁବନେଶ୍ବର: ପରୀକ୍ଷା ବାତିଲ ପରେ ବାତିଲ ହେବା ଲକ୍ଷ ଲକ୍ଷ ପିଲାଙ୍କ ସ୍ୱପ୍ନକୁ ଧୂଳିସାତ କରୁଛି। ଏଏନଏମ ପରୀକ୍ଷା ବାତିଲ କରି ରାଜ୍ୟ ବିଜେପି ସରକାର ପୁଣି ହଜାର ହଜାର ଆଶାୟୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦେଇଛନ୍ତି। ପିଲାଙ୍କ ସ୍ୱପ୍ନ କେତେ ଆଉ ଭାଙ୍ଗିବ, କେତେ ଆଉ ପିଲାଙ୍କ ଭବିଷ୍ୟତ ସହ ଖେଳାଯିବ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

https://twitter.com/Naveen_Odisha/status/1997140267057459285

ସେ ଆହୁରି ମଧ୍ଯ କହିଛନ୍ତି ଯେ, ପରୀକ୍ଷା ପରେ ପରୀକ୍ଷା ବାତିଲ ହେବା, ସ୍ଥଗିତ ହେବା ବିଜେପି ସରକାରର ଅପାରଗତାକୁ ଦର୍ଶାଉଛି। ୧୮ ମାସର ସରକାରରେ ପାଖାପାଖି ୧୮ଟି ନିଯୁକ୍ତି ପରୀକ୍ଷା ବାତିଲ ହେଲାଣି। ସରକାର କ'ଣ ଦର୍ଶାଇବାକୁ ଚାହୁଁଛନ୍ତି ବୋଲି ନବୀନ ପ୍ରଶ୍ନ କରିଛନ୍ତି। ରାଜ୍ୟର ପିଲାମାନଙ୍କ ଆଶା, ସ୍ୱପ୍ନ ଏପରି ଧୂଳିସାତ ହେଉଥିବ କି ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏହା ସହ ସରକାର ସଜାଗ ହୁଅନ୍ତୁ, ସମସ୍ତ ପରୀକ୍ଷା ଯେପରି ନିୟମିତ ଏବଂ ସ୍ୱଚ୍ଛତାର ସହ ହେବ ତାହା ସୁନିଶ୍ଚିତ କରନ୍ତୁ ବୋଲି ନବୀନ କହିଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ରାଜ୍ୟରେ ପୁଣିଥରେ ପରୀକ୍ଷା ବିଭ୍ରାଟ ଦେଖାଦେଇଥିଲା। ପରୀକ୍ଷାର ଠିକ୍‌ ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। ଶୁକ୍ରବାର ଏଏନ୍‌ଏମ୍‌ ପରୀକ୍ଷା ଥିବା ବେଳେ ପରୀକ୍ଷାର ୩ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିଲା। ଦ୍ୱିତୀୟ ବର୍ଷ ପିଲାଙ୍କ ପଞ୍ଚମ ପେପର୍‌ ‘ମିଡ ୱାଇଫେରୀ’ ଦିନ ୨ଟା ବେଳେ ଆରମ୍ଭ ହେବାର ଥିଲା। ହେଲେ ଦିନ ୧୧ଟା ବେଳକୁ ଏହା ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲିଥିଲା। ଏପରିକିି, ବଜାରରେ ଏହାର ପ୍ରିଣ୍ଟ କପି ମଧ୍ୟ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ମାଲକାନାଗିରି ଓ ବଲାଙ୍ଗିରରୁ ପ୍ରଶ୍ନପତ୍ର ଲିକ୍‌ ଘଟଣା ସାମ୍ନାକୁ ଆସିବା ପରେ ଡିଏମ୍‌ଇଟି ପକ୍ଷରୁ ପରୀକ୍ଷାକୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

ରାଜ୍ୟରେ ବାରମ୍ବାର ପରୀକ୍ଷା ବିଭ୍ରାଟ ମେଧାବୀ ଛାତ୍ରଛାତ୍ରୀଙ୍କୁ ହତୋତ୍ସାହିତ କରୁଛି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଦିନରାତି ପରିଶ୍ରମ କରି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ମଧ୍ୟ ସ୍ୱଚ୍ଛତାର ସହ ପରୀକ୍ଷା କରାଇବାରେ ସରକାର ବିଫଳ ହୋଇଛନ୍ତି। ଏହା ପୂର୍ବରୁ ଏକାଧିକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଓ ପରୀକ୍ଷା ପରିଚାଳନାରେ ବିଭ୍ରାଟ ପରି ଘଟଣା ପରୀକ୍ଷାର୍ଥୀଙ୍କୁ ବିଚଳିତ କରିଛି। ପୁଲିସ୍‌ ଏସ୍‌ଆଇ ଚାକିରି ବିକ୍ରି ଘଟଣା ପଦାକୁ ଆସିବା ପରେ ଆଶାୟୀଙ୍କ ମେରୁଦଣ୍ଡ ଦୋହଲି ଯାଇଥିଲା। ଏତେ ବଡ଼ ସ୍ତରରେ କେଳେଙ୍କାରୀ ହେଉଥିବା ଜଣାପଡ଼ିବା ପରେ ସେମାନଙ୍କ ମନୋବଳ ଭାଙ୍ଗି ଯାଇଛି। ଏବେ ଯେକୌଣସି ନିଯୁକ୍ତି ପରୀକ୍ଷାକୁ ନେଇ ସେମାନଙ୍କ ମନରେ ସନ୍ଦେହ ଉପୁଜୁଥିବା ବେଳେ ସରକାର ସକାରାତ୍ମକ ପରିବେଶ ସୃଷ୍ଟି କରିବାରେ ବିଫଳ ହେଉଛନ୍ତି। ଅପରପକ୍ଷେ, ଗୋଟିଏ ପରେ ଗୋଟିଏ ପରୀକ୍ଷା ବିଭ୍ରାଟ ହେଉଥିବାରୁ ସରକାରଙ୍କ ଆନ୍ତରିକତା ନେଇ ମଧ୍ୟ ସେମାନେ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟରେ ସରକାର ବଦଳିବା ପରେ ପରୀକ୍ଷା ବିଭ୍ରାଟ ଉତ୍କଟ ରୂପ କିପରି ନେଇଛି ବୋଲି ପ୍ରଶ୍ନ କରିଛନ୍ତି।

ନୂଆପଡ଼ାରେ ହେଉ ମୁକ୍ତ ଓ ଅବାଧ ନିର୍ବାଚନ: ନବୀନ ପଟ୍ଟନାୟକ
ଭୁବନେଶ୍ବର: ନୂଆପଡ଼ାରେ ହେଉ ମୁକ୍ତ ଓ ଅବାଧ ନିର୍ବାଚନ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ଅପିଲ କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ପୋଲିସ ନିରପେକ୍ଷ ଭାବେ ନିର୍ବାଚନ ପରିଚାଳନା କରନ୍ତୁ। ଏହାସହ ସାଇଲେଣ୍ଟ ପିରିୟଡ଼ରେ ବିଭ୍ରାଟକୁ ନେଇ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି ନବୀନ। ଜିଲ୍ଲା ବାହାରର ନେତାଙ୍କୁ ତଡ଼ିବା ପାଇଁ ପଦକ୍ଷେପ ନେବାକୁ ଅପିଲ କରିଛନ୍ତି। ନବୀନ କହିଛନ୍ତି, ନିର୍ବାଚନକୁ ପରିଚାଳନା କରିବା ହେଉଛି ଗଣତନ୍ତ୍ର ହଲମାର୍କ। କିନ୍ତୁ ନୂଆପଡ଼ା ଉପନିର୍ବାଚନର ନିରବ ଅବଧିରେ ଏହାର ବ୍ୟତିକ୍ରମ ହେବା ଅତ୍ୟନ୍ତ ଦୁଃଖଦାୟକ ଓ ଆଇନ ବିରୁଦ୍ଧ।

ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁସାରେ, ସାଇଲେଣ୍ଟ ପିରିୟଡରେ ଜିଲ୍ଲା ବାହାରର କୌଣସି ରାଜନେତା ଓ ପ୍ରଚାରକ ରହିପାରିବେ ନାହିଁ। କିନ୍ତୁ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଛି। ବିଜେପିର କିଛି ଜିଲ୍ଲା ବାହାରର ନେତା ଏବେ ବି ନୂଆପଡ଼ାରେ ଅବାଧରେ ବୁଲିବା ସହ ଭୋଟରକୁ ଅନୈତିକ ଭାବେ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ଯାହା ଅତ୍ୟନ୍ତ ଚିନ୍ତାଜନକ। ଯେତେବେଳେ ସ୍ଥାନୀୟ ବିଜେଡି ନେତା ଏନେଇ ଅଭିଯୋଗ କରୁଛନ୍ତି, ତାଙ୍କୁ ପୁଲିସ ଅଟକ ରଖୁଛି।

ଏହା ସୂଚାଇ ଦେଉଛି ଯେ, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ଶାସକ ଦଳର ହାତବାରିସି ସାଜି ନିର୍ବାଚନର ନିରପେକ୍ଷତାକୁ ଭଣ୍ଡୁର କରିବାକୁ ଉଦ୍ୟମ କରୁଛନ୍ତି। ଏହା ଗଣତନ୍ତ୍ରର ମୂଳଦୂଆକୁ ପ୍ରଭାବିତ କରିବା ସହ ଲୋକଙ୍କ ବିଶ୍ବାସକୁ ନଷ୍ଟ କରୁଛନ୍ତି। ଏଭଳି କାର୍ଯ୍ୟ ଯଦି ଅବୈଧ ଭାବେ ଜାରି ରହେ, ତେବେ ନୂଆପଡ଼ା ଉପନିର୍ବାଚନର ବିଶ୍ବସନୀୟତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିବ। ତେଣୁ ନିର୍ବାଚନ କମିଶନ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଅପିଲ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ସାଇଲେଣ୍ଟ ପରିୟଡ଼କୁ କଡ଼ାକଡ଼ି ପାଳନ କରାଯାଉ। ନିର୍ବାଚନ କମିଶନ ଜିଲ୍ଲା ବାହାରର ରାଜନେତାଙ୍କ ତୁରନ୍ତ ବାହାର କରାଯାଉ। ଏହାସହ ଜିଲ୍ଲା ପ୍ରଶାସନ ଓ ପୋଲିସ ମିଳିତ ଭାବେ ପଦକ୍ଷେପ ନେଇ ନିରପେକ୍ଷତାର ସହିତ ନିର୍ବାଚନର ପ୍ରକ୍ରିୟାକୁ ପବିତ୍ରତାର ସହିତ ପାଳନ କରିବାକୁ ଦାବି କରିଛନ୍ତି ନବୀନ। ଭାରତୀୟଭାବେ ଗଣତନ୍ତ୍ରର ଏହି ମହାନ ପର୍ବକୁ ପାଳନ କରିବା ପାଇଁ ଯୁଗ ଯୁଗ ଧରି ପୂର୍ବ ପୂରୁଷଙ୍କ ତ୍ୟାଗ ଓ ବଳିଦାନ ଫଳ ସ୍ବରୂପ ପାଇଛନ୍ତି। ପ୍ରତ୍ୟେକ ସାମ୍ବିଧାନିକ ସଂସ୍ଥା ବିଶେଷ କରି ନିର୍ବାଚନ କମିଶନ ମୁକ୍ତ ଓ ଅବାଧ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ପ୍ରତିଶୃତି ହେବା ଦରକାର।

ନବୀନଙ୍କ ହେଲିକପ୍ଟରକୁ ଦେଢ଼ ଘଣ୍ଟା ଧରି ମିଳିଲାନି କ୍ଲିଅରାନ୍ସ , ବିଳମ୍ବକୁ ନେଇ ଉଠିଲା ପ୍ରଶ୍ନ...
ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟରକୁ ଭୁବନେଶ୍ୱର ବିମାନବନ୍ଦରରେ ଦେଢ଼ ଘଣ୍ଟା ଧରି ମିଳିଲାନି କ୍ଲିଅରାନ୍ସ । ଦେଢ଼ ଘଣ୍ଟା ବିଳମ୍ବରେ ଭୁବନେଶ୍ୱର ବିମାନବନ୍ଦରରୁ ଛାଡ଼ିଲା ନବୀନଙ୍କ ହେଲିକପ୍ଟର। ଆଜି ସକାଳ ୯ଟା ୪୫ରେ ବିମାନବନ୍ଦରରେ ପହଞ୍ଚିଥିଲେ ନବୀନ। ସାଢ଼େ ୧୧ଟାରେ ଖରିଆର ରୋଡ୍ ହେଲିପ୍ୟାଡରେ ପହଞ୍ଚିଥାନ୍ତେ ନବୀନ। ମାତ୍ର ବିଳମ୍ବରେ କ୍ଲିଅରାନ୍ସ ମିଳିବା ଯୋଗୁଁ ଖରିଆର ରୋଡରେ ପହଞ୍ଚିବା ବିଳମ୍ବ ହୋଇଥିଲା। କାହିଁକି ନିର୍ଦ୍ଧାରିତ ସମୟ ଅନୁସାରେ କ୍ଲିଅରାନ୍ସ ମିଳିଲାନି ତାକୁ ନେଇ ଉଠିଛି ପ୍ରଶ୍ନ।

ଆସନ୍ତା ୭ରେ ପୁଣି ଥରେ ନୂଆପଡ଼ା ଯିବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ
ଭୁବନେଶ୍ବର: ଆସନ୍ତା ୭ରେ ପୁଣି ଥରେ ନୂଆପଡ଼ା ଯିବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ଖରିଆର ରୋଡ୍‌ ଓ ନୂଆପଡ଼ା ବ୍ଲକରେ ପ୍ରଚାର କରିବେ। ଲୋକଙ୍କ ସହ ମିଶିବେ ଏବଂ କଥା ହେବେ ବୋଲି ନବୀନ ଭିଡିଓ ବାର୍ତ୍ତାରେ କହିଛନ୍ତି। ନୂଆପଡ଼ାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଗତ ନଭେମ୍ବର ୩ ତାରିଖରେ ପ୍ରଚାର କରିଥିଲେ ନବୀନ ପଟ୍ଟନାୟକ। ଏହି ସଭାକୁ କୋମନାର ଲୋକମାନେ ଖୁବ ଭଲପାଇବା ଦେଇଥିଲେ। ଏଥିପାଇଁ ନବୀନ ସେମାନଙ୍କୁ  କୃତଜ୍ଞତା ମଧ୍ୟ ଜଣାଇଛନ୍ତି।

ନୂଆପଡ଼ା ନିର୍ବାଚନ ମୈଦାନକୁ ଓହ୍ଲାଇବା ପୂର୍ବରୁ ବିଜେଡି ସୁପ୍ରିମୋଙ୍କ ଭିଡିଓ ବାର୍ତ୍ତା
ଭୁବନେଶ୍ବର : ନୂଆପଡ଼ା ନିର୍ବାଚନ ମୈଦାନକୁ ଓହ୍ଲାଇବା ପୂର୍ବରୁ ବିଜେଡି ସୁପ୍ରିମୋଙ୍କ ଭିଡିଓ ବାର୍ତ୍ତା । ଆସନ୍ତା ୩ ତାରିଖରେ ସେ କୋମନା ଯିବେ ବୋଲି କହିବା ସହିତ ଲୋକଙ୍କ ସହ ମିଶିବେ ଏବଂ କଥା ହେବେ ବୋଲି ନବୀନ ଭିଡିଓ ବାର୍ତ୍ତାରେ କହିଛନ୍ତି । ନୂଆପଡ଼ାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବେ । ସେଥିପାଇଁ ସେ ତାଙ୍କ ନିଆରା ଶୈଳୀରେ ଆପଣମାନେ ଖୁସି ତ ବୋଲି ପଚାରିଛନ୍ତି ।

ଆସୁଛି ବାତ୍ୟା ‘ମୋନ୍ଥା’; ଭୟ କରନ୍ତୁ ନାହିଁ, ସତର୍କ ରହିବାକୁ ନବୀନଙ୍କ ପରାମର୍ଶ...
ଭୁବନେଶ୍ବର : ବାତ୍ୟା ‘ମୋନ୍ଥା’କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି। ସେ କହିଛନ୍ତି ଯେ, ଆପଣ ଜାଣନ୍ତି  ବାତ୍ୟା ମୋନ୍ଥା ଆସୁଛ । ଆଗରୁ ଆମେ ଅନେକ ବାତ୍ୟାର ସଫଳ ମୁକାବିଲା କରିଛେ। ତେଣୁ ଭୟ କରନ୍ତୁ ନାହିଁ। ସତର୍କ ରୁହନ୍ତୁ। ପ୍ରଶାସନକୁ ପୂରା ସହଯୋଗ କରନ୍ତୁ ବୋଲି ଓଡ଼ିଶାବାସୀଙ୍କୁ ଅପିଲ କରିଛନ୍ତି। ବାତ୍ୟା ମୋନ୍ଥା ଆସୁଥିବାରୁ ନବୀନ ରାଜ୍ୟବାସୀଙ୍କୁ ଏହି ବାର୍ତ୍ତା ଦେଇଛନ୍ତି ।

ଆମର ବିଜେଡି କର୍ମୀ ଭାଇ ଭଉଣୀମାନଙ୍କୁ ମୋର ଅନୁରୋଧ ଏ ବିପଦ ସମୟରେ ଲୋକଙ୍କ ସହ ରୁହନ୍ତୁ । ଲୋକଙ୍କୁ  ସହାୟତା ଯୋଗାଇ ଦିଅନ୍ତୁ । ଆମେ ସବୁବେଳେ ସମସ୍ତେ ଏକାଠି ମିଶି ବିଭିନ୍ନ ବିପର୍ଯ୍ୟୟର ମୁକାବିଲା କରି ଆସୁଛେ। ଏଥର ମଧ୍ୟ ଏକାଠି ହୋଇ ବାତ୍ୟାର ମୁକାବିଲା କରିବା ।

ରାଜନୀତିର ଭିନ୍ନ ସ୍ୱର ନବୀନ
ପ୍ରଜାମାନଙ୍କର ଶୃଙ୍ଖଳିତ ଜୀବନଯାପନ ପାଇଁ ଶାସନ ଗାଦିରେ ବସିଥିବା ବ୍ୟକ୍ତିବିଶେଷ ଦ୍ୱାରା ପ୍ରଣିତ ଅନୁଶାସନ ଧାରାକୁ ରାଜନୀତି କୁହାଯାଇଥାଏ। ପୁରାଣ ବର୍ଣ୍ଣିତ ରାଜା ହେଉ କି ଅବତାରୀ ପୁରୁଷ ଅବା ଇତିହାସର କେଉଁ ସମ୍ରାଟ - ସମସ୍ତେ ନିଜ ନିଜର ସ୍ୱତନ୍ତ୍ର ନୀତିରେ ଶାସନ କରିଆସିଛନ୍ତି।  ଏହି ନୀତିରେ କିଏ ପ୍ରଜାନୁରଞ୍ଜନର ଆଖ୍ୟା ପାଇଛି ତ କିଏ ବ୍ୟଭିଚାରୀ ବା ସ୍ୱେଚ୍ଛାଚାରୀ ଶାସକର ଟୀକା ପିନ୍ଧି ଜନମାସନରେ ରେଖାଙ୍କିତ ହୋଇ ରହିଯାଇଛି। ଆଜିର ଗାଣତନ୍ତ୍ରିକ ବ୍ୟବସ୍ଥାରେ ମଧ୍ୟ ସମାନ ନୀତି ଅନୁସରଣରେ ଶାସନ ଚାଲିଛି। ଫରକ୍‌ ଏତିକି ହୋଇଛି ଯେ, ଶାସନ ଗାଦିରେ ବସୁଥିବା ବ୍ୟକ୍ତିବିଶେଷ ବା ଦଳକୁ ସାଧାରଣଜନତା ସେମାନଙ୍କର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରି ଦେଶ ବା ରାଜ୍ୟ ଶାସନର ଅଧିକାର ବା କ୍ଷମତା ଦେଉଛନ୍ତି, ଯାହା ସମୟାନ୍ତରରେ ପରିବର୍ତ୍ତନଶୀଳ।

ରାଜ୍ୟ ବା ପ୍ରଜା ଶାସନର ଧାରା ବା ନୀତିକୁ ରାଜନୀତି କୁହାଯାଉଥିଲେ ହେଁ, ସାଧାରଣ ଭାବେ କପଟତାର ଦାଓପେଞ୍ଚ ହିଁ ରାଜନୀତିର ପ୍ରକୃତ ପରିଭାଷାକୁ ବୁଝାଇଥାଏ। ଶାସନ ଗାଦି ଅକ୍ତିଆର କରିବା ପାଇଁ କଳ-ବଳ-କୌଶଳର ନୀତି ହିଁ ରାଜନୀତିର ଏକ ବିପକ୍ଷ ବା ବିପରୀତ ପରିଚୟ ସୃଷ୍ଟି କରିଛି। ଆଜିର ଗଣତନ୍ତ୍ରରେ ଖୁବ୍‌ କମ୍‌ ନେତା ଦେଖାଯା’ନ୍ତି, ଯେଉଁମାନେ କି ଏହି ଭିନ୍ନ ରାଜନୀତିର ସ୍ୱର ଓ ସ୍ୱାକ୍ଷରଠୁ ବହୁ ଦୂରରେ। ସେମାନେ ଶାସନ କ୍ଷମତାରେ ଥା’ନ୍ତୁ କି ନ ଥାଆନ୍ତୁ, ପ୍ରଜାନୁରଞ୍ଜନର ମାଳା ପିନ୍ଧି ଜନତାଙ୍କ ମାନସପଟରେ ସର୍ବଦା ଝଟକୁଥା’ନ୍ତି। ସେମାନେ ନିଜ ଦଳ, ନିଜ ପରିବାର, ନିଜ ସଂପର୍କୀୟ କିମ୍ବା ନିଜ ଅନୁଗତ - କାହାକୁ ବି ଖୁସି କରିବା ବଦଳରେ ଜନକଲ୍ୟାଣର ମନ୍ତ୍ରରେ ଦୀକ୍ଷିତ ହୋଇ ନିନ୍ଦା-ପ୍ରଶଂସାର ଊର୍ଦ୍ଧ୍ବରେ ରହି ଜୀବନ ବିତାଉଥା’ନ୍ତି। ଏମିତି ଅନେକଙ୍କ ମଧ୍ୟରୁ ଜଣେ ହେଉଛନ୍ତି, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ୨୪ ବର୍ଷର ନିରଂକୁଶ ଶାସନ ଗାଦିରେ ଥିବା ବିଜୁ ଜନତା ଦଳର ସର୍ବମାନ୍ୟ ସଭାପତି ନବୀନ ଏବେ ବିରୋଧୀ ଦଳ ନେତା। ଭୋଟ ରାଜନୀତିରେ ନବୀନ ଆଜି ମୁଖ୍ୟମନ୍ତ୍ରୀ ଆସନରୁ ଅପସରି ଯାଇଛନ୍ତି ସତ; ଓଡ଼ିଶାର କୋଟି କୋଟି ଜନତା ଆଜି ବି ତାଙ୍କୁ ମୁଖିଆ ଭାବେ ଗଣୁଛନ୍ତି।

ଦୁର୍ଭିକ୍ଷ, ଅନାହାର, ନିରକ୍ଷରତା, ବେକାରୀ, ପ୍ରାକୃତିକ ବିପର୍ଯ୍ୟୟର ତାଡ଼ନାରେ ଜର୍ଜରିତ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାର ପଣ ନେଇ ନବୀନ ଓଡ଼ିଶା ରାଜନୀତିରେ ପ୍ରବେଶ କରିଥିଲେ। ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଦେହାନ୍ତ ପରେ ବିଜୁଙ୍କ ପ୍ରତି ଓଡ଼ିଶାବାସୀଙ୍କ ଅକୁଣ୍ଠ ଭଲ ପାଇବାକୁ ଆଧାର କରି ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ଜନ୍ମ ନେଇଥିବା ବିଜୁ ଜନତା ଦଳର ମଙ୍ଗ ଧରିଥିଲେ ବିଜୁ ପଟ୍ଟନାୟକଙ୍କ କନିଷ୍ଠ ପୁତ୍ର ନବୀନ। ୨୦୦୦ ମସିହା ମାର୍ଚ୍ଚ ମାସ ୫ ତାରିଖରେ ନବୀନ ଓଡ଼ିଶାର ୧୪ତମ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବା ପୂର୍ବରୁ ୧୯୯୮ ମସିହା ସାଧାରଣ ନିର୍ବାଚନରେ ଓଡ଼ିଶାରୁ ସାଂସଦ ନିର୍ବାଚିତ ହୋଇ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟ ସରକାରରେ ଖଣି ମନ୍ତ୍ରୀ ଭାବେ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ପାଇଥିଲେ। ଏହାପରେ ୨୦୦୦ ମସିହାର ସାଧାରଣ ନିର୍ବାଚନ ଜିତି ନବୀନ ବିଜେଡି-ବିଜେପି ମେଣ୍ଟର ନେତା ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ। ୨୦୦୪ ମସିହା ସାଧାରଣ ନିର୍ବାଚନରେ କେନ୍ଦ୍ରରେ ଏନ୍‌ଡିଏର ନିର୍ବାଚନ ପରାଜୟ ସତ୍ତେ୍ୱ ଓଡ଼ିଶାରେ ନବୀନଙ୍କ ଦୂରଦର୍ଶୀ ଶାସନ ନୀତି ପାଇଁ ରାଜ୍ୟବାସୀ ପୁଣି ଥରେ ବିଜେଡି-ବିଜେପି ମେଣ୍ଟକୁ ଜିତାଇଲେ ଏବଂ ନବୀନ ପୁଣିଥରେ ମୁଖ୍ୟମନ୍ତ୍ରୀ ହେଲେ। କିନ୍ତୁ ରାଜ୍ୟରେ ଧର୍ମୀୟ ବିଭେଦ କାରଣକୁ ନେଇ ବିଜେପିଠାରୁ ଦୂରେଇ ଯାଇ ୨୦୦୯ ସାଧାରଣ ନିର୍ବାଚନରେ  ବିଜୁ ଜନତା ଦଳ ଏକାକୀ ଲଢ଼ିଲା ଏବଂ ଓଡ଼ିଶାବାସୀ ନବୀନଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଆସନରେ ବସାଇଲେ।

ସୁତରାଂ ୨୦୦୦ ମସିହାରୁ ୨୦୨୪ ମସିହା ପର୍ଯ୍ୟନ୍ତ ଦୀର୍ଘ ୨୪ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ଏଭଳି ଏକ ପରିବେଶ ସୃଷ୍ଟି କରିଛନ୍ତି, ଏବେ ଏବେ ନୂଆକରି ସାବାଳକ ହୋଇ ଭୋଟ ଦେଇଥିବା ଯୁବକଯୁବତୀମାନେ ତାଙ୍କ ଜୀବନକାଳ ଭିତରେ କେବଳ ଗୋଟିଏ ଚେହେରାକୁ ହିଁ ମୁଖ୍ୟମନ୍ତ୍ରୀ ଭାବେ ଦେଖି ଆସିଛନ୍ତି। ଆଜି ଅନ୍ୟ ଜଣେ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ହେଁ, ଏବେବି ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ପଚାରିଲେ କିଛି ଲୋକଙ୍କ ପାଟିରୁ ଅଜାଣତରେ ବା ଅଭ୍ୟାସଗତରେ ନବୀନ ପଟ୍ଟନାୟକ ବୋଲି ବାହାରି ଆସୁଛି। ଏହା କେବଳ ନବୀନଙ୍କ ଦୀର୍ଘବର୍ଷର ଶାସନ ଅବଧି ପାଇଁ ନୁହେଁ; ଚିରାଚରିତ ରାଜନୀତିକି ଦାଓପେଞ୍ଚ ବା କପଟତାରୁ ଦୂରେଇ ନବୀନ ଓଡ଼ିଶା ରାଜନୀତିରେ ଛାଡ଼ିଯାଇଥିବା ଅଲିଭା ଛାପ ଯୋଗୁଁ। କହିବାକୁ ଗଲେ, ନବୀନ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନୁହେଁ; ତାଙ୍କ ନିର୍ବିବାଦୀୟ ନେତୃତ୍ୱ, ସ୍ୱଳ୍ପଭାଷୀ, ସୁବିଚାର ଓ ଜନକଲ୍ୟାଣକାରୀ ଦୂରଦର୍ଶୀ ଶାସନ ପାଇଁ ସେ ଆଜି ଓଡ଼ିଶାର ଘରେ ଘରେ ଜଣେ ପରିଚିତ ଓ ପୂଜନୀୟ ବ୍ୟକ୍ତିତ୍ୱ। ଦଳୀୟ ଭାବନା ନେଇ କୁତ୍ସାରଟନା କରୁଥିବା ଅନ୍ୟଦଳର ଲୋକଟିଏ ନବୀନଙ୍କୁ ସମ୍ମୁଖରେ ଦେଖିଲେ ଲଜ୍ଜାବୋଧର କରେ, ଆଉ ତାଙ୍କୁ ଯଥୋଚିତ ସମ୍ମାନ ଜଣାଇବାକୁ କୁଣ୍ଠାବୋଧ କରେ ନାହିଁ। କେବଳ ଓଡ଼ିଶାର ରାଜନୈତିକ ଦୃଶ୍ୟପଟରେ ନୁହେଁ; କେନ୍ଦ୍ରରେ ମଧ୍ୟ ସର୍ବଦଳୀୟ ଗ୍ରହଣୀୟତା ନବୀନଙ୍କୁ ଜଣେ ସର୍ବମାନ୍ୟ ଲୋକପ୍ରିୟ ରାଜନେତାର ମାନ୍ୟତା ଦେଇଛି। ଏସବୁ ସତ୍ତେ୍ୱ ବିବାଦୀୟ ପ୍ରସଙ୍ଗରେ ସମଦୂରତା ବଜାୟ ରଖି ନବୀନ ରାଜ୍ୟସ୍ୱାର୍ଥକୁ ସର୍ବାଦୌ ଗୁରୁତ୍ୱ ଦେଇ ଆସିଛନ୍ତି। ତାଙ୍କ ଶାସନକାଳରେ ଅନୁସୃତ ନୀତି ଯୋଜନାକୁ ଆଜି ଅନେକ ରାଜ୍ୟ ଏବଂ କେନ୍ଦ୍ର ସରକାର ଅନୁସରଣ କରୁଛନ୍ତି। ଦୀର୍ଘ ୨୪ ବର୍ଷର ଶାସନ ଭିତରେ ଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇବା ପାଇଁ ନବୀନ ଏମିତି କିଛି ପ୍ରସଙ୍ଗ ଅଛୁଆଁ ରଖିଯାଇ ନାହାନ୍ତି, ଯାହାକୁ ନେଇ ଏବର ନୂଆ ସରକାର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି।

ସବୁ ପ୍ରକାର ପ୍ରତିକୂଳ ସ୍ଥିତିରୁ ସୁଧୁରି ଓଡ଼ିଶା ବିକାଶ ଦିଗରେ ଆଗେଇ ଯାଉଥିବାବେଳେ ଆଉ କିଛି ନୂଆ ସମ୍ଭାବନାର ସ୍ୱପ୍ନ ଅବା ଭେଳିକିରେ ରାଜ୍ୟବାସୀ ଭାରତୀୟ ଜନତା ପାର୍ଟି- ବିଜେପି ହାତରେ ରାଜ୍ୟ ଶାସନକୁ ଟେକି ଦେଇଛନ୍ତି। ହେଲେ ନୂଆ ସରକାରଙ୍କ ସତର ମାସ ଶାସନର ସ୍ଥିତି ଓ ଗତିରୁ ରାଜ୍ୟବାସୀ ସେଭଳି କିଛି ଆଭାସ କି ଆଶା-ଆଶ୍ୱାସନା ପାଇପାରୁ ନାହାନ୍ତି, ଯାହା ନବୀନଙ୍କଠାରୁ ମିଳିଥିଲା। ଅଳ୍ପରେ ସନ୍ତୁଷ୍ଟ ଓଡ଼ିଶାବାସୀ ଶାନ୍ତିପ୍ରିୟ। କିନ୍ତୁ ଆଜି ଓଡ଼ିଶାର କୋଣଅନୁକୋଣରେ ଅଶାନ୍ତିର କଳରବ। ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ପୁଲିସକୁ ଅପରାଧୀଙ୍କ ଭୟ ନାହିଁ। କାଳରାତ୍ରିର ଭୟଠାରୁ ଦିନର ସାଧାରଣ ଜୀବନଯାତ୍ରା ଅଧିକ ବିପନ୍ନ ହୋଇପଡ଼ିଛି। ପାରସ୍ପାରିକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂପର୍କ ଆଜି ଅବିଶ୍ୱାସର ଅଳନ୍ଧୁରେ କବଳିତ।

ଏଭଳି ସ୍ଥିତିରେ ରାଜନୈତିକ ଫାଇଦା ଉଠାଇବା ବଦଳରେ ନବୀନ କିନ୍ତୁ ରାଜ୍ୟବାସୀଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିବା ସହ ରାଜ୍ୟସ୍ୱାର୍ଥ ଓ ଜନସ୍ୱାର୍ଥକୁ ଗୁରୁତ୍ୱ ଦେବା ପାଇଁ ରାଜ୍ୟ ସରକାରଙ୍କୁ ସଜାଗ କରୁଛନ୍ତି। ରାଜ୍ୟର ଗରିମାକୁ ଅକ୍ଷୁଣ୍ଣ ରଖିବା ପାଇଁ ଅପରାଧୀକ ତତ୍ତ୍ୱମାନଙ୍କ ପ୍ରତି ସତର୍କ ରହିବା ସହ କଠୋର ନୀତି ଆପଣାଇବାକୁ ଶାସନମୁଖ୍ୟଙ୍କୁ ଚେତାଇ ଦେଉଛନ୍ତି।

ଆଜିର ସମୟରେ ରାଜନୈତିକ ବିରାଦରୀ ବା ରାଜନୈତିକ ପୃଷ୍ଠପୋଷକତାରୁ କ୍ଷମତାକେନ୍ଦ୍ରର ଅଂଶୀଦାର ହୋଇପାରିଥିବା ଅନେକ ରାଜନେତା ବିବାଦୀୟ ଓ ବିତର୍କିତ। କ୍ଷମତା ହାସଲ ପରେ ଜନକଲ୍ୟାଣ ପାଇଁ ଚିନ୍ତା କରିବା ବଦଳରେ ସ୍ୱ-ସ୍ୱାଚ୍ଛନ୍ଦ୍ୟକୁ ଗୁରୁତ୍ୱ ଦେଇ ଲୋକପ୍ରିୟତା ହରାଇ ବସୁଛନ୍ତି। ତେଣୁ ଏବର ରାଜନୈତିକ ଚିତ୍ରପଟରେ ନବୀନଙ୍କ ଭଳି ଜଣେ ସର୍ବାଜନାଦୃତ ନେତା ନିଶ୍ଚିତ ଭାବେ ବିରଳ। ଆଜି ତାଙ୍କର ୭୯ତମ ଜନ୍ମଦିନରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଶତାୟୁ କାମନା ସହ ପ୍ରତିପାତ।

ମହେଶ୍ୱର ସାହୁ

-ସହକାରୀ ବାର୍ତ୍ତା ସମ୍ପାଦକ, ‘ସକାଳ’

୮୦ ବର୍ଷରେ ପାଦ ଥାପିଲେ ବିକାଶ ପୁରୁଷ ନବୀନ ପଟ୍ଟନାୟକ , ବିଭିନ୍ନ ମହଲରୁ ଛୁଟିବାରେ ଲାଗିଛି ଶୁଭେଚ୍ଛାର ସୁଅ...
ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଆଜି ୭୯ ବର୍ଷ ପୂରି ୮୦ ବର୍ଷରେ ପାଦ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଏହି ଅବସରରେ ନବୀନଙ୍କୁ ସବୁ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ। ନିଜ ଜନ୍ମଦିନରେ ଦଳ ପକ୍ଷରୁ ଅନୁଷ୍ଠିତ ପଦଯାତ୍ରାରେ ନବୀନ ଅଂଶଗ୍ରହଣ କରିବେ। ୧୬ ତାରିଖ ସକାଳ ୯ ଘଟିକା ସମୟରେ ଏକାମ୍ର ନିର୍ବାଚନ ମଣ୍ଡଳୀର ଗଙ୍ଗନଗର ପଲ୍ଲୀଠାରେ ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରାରେ ନବୀନ ଯୋଗ ଦେବେ।

ନବୀନ ପଟ୍ଟନାୟକ ରାଜ୍ୟବ୍ୟାପୀ ଅଗଣିତ ଜନସାଧାରଣଙ୍କ ପାଇଁ ଶ୍ରଦ୍ଧାର ସହ ଉଚ୍ଚାରିତ ହେଉଥିବା ଏକ ନାମ। ଦେଶବ୍ୟାପୀ ରାଜନୀତି ପଣ୍ଡିତଙ୍କ ପାଇଁ ନବୀନଙ୍କ ବ୍ୟକ୍ତିତ୍ୱ, କାର୍ଯ୍ୟପ୍ରଣାଳୀ, ନୀତି ନିର୍ଦ୍ଧାରଣ ଯେତିକି ଆକର୍ଷକ; ତାଙ୍କର ଜନମଙ୍ଗଳକାରୀ ଯୋଜନା, ଦୁର୍ନୀତି ବିରୋଧୀ ଶୂନ୍ୟ ସହନଶୀଳତା, ବିପର୍ଯ୍ୟୟ ପରିଚାଳନା, ମହିଳା ସଶକ୍ତିକରଣର ସୂତ୍ର ଅନ୍ୟ ରାଜନୈତିକ ଦଳ ପାଇଁ ବର୍ମୁଡ଼ା ତ୍ରିଭୂଜର ରହସ୍ୟ ପରି ଅବୁଝା ହୋଇ ରହିଛି। ଦୂରଦୃଷ୍ଟିସମ୍ପନ୍ନ ଏବଂ କର୍ମଯୋଗୀ ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ଧରି  ନିରନ୍ତର ସେବାର ମୂଳମନ୍ତ୍ର ହେଉଛି ଏକ ସମୃଦ୍ଧ, ସଶକ୍ତ ଓ ସ୍ୱାଭିମାନୀ ନୂତନ ଓଡ଼ିଶା ଗଠନ। ଯାହାପାଇଁ ସେ ଅସମାନତା, ଦୁର୍ନୀତି ଏବଂ ସାମ୍ପ୍ରଦାୟିକତା ବିରୁଦ୍ଧରେ ପଦକ୍ଷେପ ନେଇ ସଶକ୍ତୀକରଣ ଓ ବିକାଶକୁ ହିଁ ପ୍ରାଥମିକତା ଦେଇ ଆସିଥିଲେ । ଯାହାକୁ ନେଇ ଦେଶଠାରୁ ଆରମ୍ଭ କରି ବିଶ୍ୱସ୍ତରରେ ଲଗାତାର ଭାବେ ତାଙ୍କୁ ପ୍ରଶଂସା ମିଳିଛି, ସମ୍ମାନର ସୁଅ ଛୁଟିଛି। ପ୍ରଶଂସକମାନଙ୍କ ପାଇଁ ନବୀନ ଏକ ବିସ୍ମୟ ବ୍ୟକ୍ତିତ୍ୱ, ବିରୋଧୀ ଓ ସମାଲୋଚକମାନଙ୍କ ପାଇଁ ସେ ଚିର ଅବୋଧ୍ୟ। ସାମାଜିକ ଗଣମାଧ୍ୟମରେ ତାଙ୍କର ଅନୁଗାମୀଙ୍କ ସଂଖ୍ୟା ଅକଳନ ଏବଂ ଜାତୀୟ ଗଣମାଧ୍ୟମର ଆକଳନ ଅନୁସାରେ ରାଜ୍ୟରେ ସବୁଠୁ ଲୋକପ୍ରିୟ ହେଉଛନ୍ତି ନବୀନ। ସେବାର ସାଧକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ପିତା ବିଜୟାନନ୍ଦ ପଟ୍ଟନାୟକ, ମାଆ ଜ୍ଞାନ ପଟ୍ଟନାୟକଙ୍କ କୋଳ ମଣ୍ଡନ କରନ୍ତି ନବୀନ । ସେ ଦିନ ଥିଲା ଓଡ଼ିଶା ପାଇଁ ଏକ ଐତିହାସିକ ଦିନ । କଟକ ଆନନ୍ଦ ଭବନରେ ଜନ୍ମ ଗ୍ରହଣ କରିଥିବା ନବୀନ ଦେଶ ବିଦେଶର ସୁନାମଧନ୍ୟ ଶିକ୍ଷାନୁଷ୍ଠାନରେ ପାଠ ପଢିଛନ୍ତି । ବିଜୁ ବାବୁଙ୍କ ଦେହାନ୍ତ ପରେ ପୂର୍ବତନ ଜନତା ଦଳର କିଛି ନେତାଙ୍କ ନେତୃତ୍ବ ନେଇ ରାଜନୀତିରେ ପାଦ ଥାପିଲେ ନବୀନ ପଟ୍ଟନାୟକ ।

୧୯୯୭ ଡିସେମ୍ବରରେ ଏକ ଆଞ୍ଚଳିକ ଦଳ ଭାବେ ମୁଣ୍ଡ ଟେକିଲା ବିଜୁ ଜନତା ଦଳ । ୧୯୯୮ ଓ ୧୯୯୯ରେ ବିଜେଡିରୁ ଦୁଇ ଦୁଇ ଥର ଲୋକସଭା ନିର୍ବାଚନ ଜିତି କେନ୍ଦ୍ରରେ ମନ୍ତ୍ରୀ ହେଲେ ନବୀନ । ସେବେଠୁ ନବୀନ ହୋଇଯାଇଥିଲେ ଓଡ଼ିଶା ରାଜନୀତିର ଅପ୍ରତିଦ୍ବନ୍ଦୀ ଜନନାୟକ । ଲଗାତାର ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କର ସେବା କରିଆସିଛନ୍ତି । ସାରା ବିଶ୍ବରେ ଓଡିଶାକୁ ପରିଚିତ କରାଇଥିବା ମହାନ ଜନନେତା ହେଉଛନ୍ତି ନବୀନ । ତାଙ୍କ ଦୃଢ ନେତୃତ୍ବରେ ଓଡ଼ିଶାକୁ ଅଗ୍ରଣୀ କରିଛି । ଶିକ୍ଷାଠୁ ସ୍ବାସ୍ଥ୍ୟ, ଶିଳ୍ପଠୁ କ୍ରୀଡ଼ା ସବୁ କ୍ଷେତ୍ରରେ ଓଡ଼ିଶା ହାସଲ କରିଛି ସ୍ବତନ୍ତ୍ର ପରିଚୟ ।

ରାଜ୍ୟର ବିକାଶ ପାଇଁ ନବୀନଙ୍କ ଯୁଗାନ୍ତକାରି ପଦକ୍ଷେପକୁ ବିଶ୍ବବ୍ୟାଙ୍କ, ନୀତି ଆୟୋଗ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଭଳି ଅନ୍ତରାଷ୍ଟ୍ରୀୟ ସ୍ତରର ସଂସ୍ଥା ଓ କେନ୍ଦ୍ର ସରକାର ସ୍ବୀକୃତି ଦେଇଛନ୍ତି । ନବୀନଙ୍କ ଜୀବନବ୍ୟାପୀ ସାଧନା ସମସ୍ତଙ୍କ ପାଇଁ ପ୍ରେରଣା । ତାଙ୍କ ସେବା ନୀତି ଓ ଓଡ଼ିଶା ପ୍ରତି ଅବଦାନ ରାଜ୍ୟବାସୀଙ୍କ ମନରେ ଲିପିବଦ୍ଧ । ୨୦୨୪ ନିର୍ବାଚନରେ ବିଜେଡି ପରାଜିତ ହୋଇଥିଲେ ମଧ୍ୟ ଏବେ ବି ନବୀନଙ୍କ ଲୋକପ୍ରିୟତା ଅତୁଟ । ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇ ଜନସେବାକୁ ମୂଳମନ୍ତ୍ର କରି ଓଡ଼ିଶାର ସ୍ବାର୍ଥ ପାଇଁ ଲଢେଇ ଜାରି ରଖିଛି ।