MGNREGA - The Sakala

ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଲୋକସଭାରେ ପାରିତ ହେଲା VB-G RAM-G ବିଲ୍‌
ନୂଆଦିଲ୍ଲୀ: ହୋ ହଲ୍ଲା ଭିତରେ ଲୋକସଭାରେ VB-G RAM-G ବିଲ୍‌ ପାରିତ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଭିତରେ ଲୋକସଭାରେ ପାରିତ ହେଲା VB–G RAM-G ବିଲ୍‌ । MGNREGA ବଦଳରେ ସରକାର ଆଣିଥିଲେ VB–G RAM-G ବିଲ୍‌ । ବିରୋଧୀ ସାଂସଦମାନଙ୍କ ନାରାବାଜି ସତ୍ତ୍ୱେ ଧ୍ୱନିମତରେ ଏହି ବିଲ୍ ଗୃହୀତ ହୋଇଛି । କେନ୍ଦ୍ର କୃଷି ମନ୍ତ୍ରୀ ଗୃହରେ ଅଭିଭାଷଣ ରଖିବା ବେଳେ ବିରୋଧୀ ସାଂସଦମାନେ ଗୃହ ମଧ୍ୟ ଭାଗକୁ ଆସି ପ୍ରବଳ ହୋହଲ୍ଲା କରିଥିଲେ। ବିଲର କପି ଚିରି ଫିଙ୍ଗିଥିଲେ। ଏହି ହଟ୍ଟଗୋଳ ପରିସ୍ଥିତି ପରେ ଗୃହର କାର୍ଯ୍ୟବାହୀକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।

ଏହି ନୂତନ ଆଇନ ୨୦ ବର୍ଷ ପୁରୁଣା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (MGNREGA)ର ସ୍ଥାନ ନେଇଛି । ଏହା ଅଧୀନରେ ଗ୍ରାମାଞ୍ଚଳର ପରିବାରଗୁଡ଼ିକୁ ବର୍ଷକୁ ୧୨୫ ଦିନର ନିଶ୍ଚିତ କର୍ମନିଯୁକ୍ତି ପ୍ରଦାନ କରିବାକୁ ବ୍ୟବସ୍ଥା ରହିଛି। ତେବେ ବିରୋଧୀ ଦଳ ଏହି ବିଲ୍ ଉପରେ ଅଧିକ ତର୍ଜମା ଦାବି କରିଥିଲେ ଏବଂ ଏହାକୁ ଯୁଗ୍ମ ସଂସଦୀୟ କମିଟି (JPC) କିମ୍ବା ଷ୍ଟାଣ୍ଡିଂ କମିଟିକୁ ପଠାଇବାକୁ କହିଥିଲେ, କିନ୍ତୁ ସରକାର ଏହି ଦାବିକୁ ଖାରଜ କରିଦେଇଥିଲେ।

ବିରୋଧୀ ମନରେଗା ନାମ ପରିବର୍ତ୍ତନକୁ ଆଦୌ ଗ୍ରହଣ କରୁ ନାହାନ୍ତି। ଯୋଜନା ସହ ମହାତ୍ମା ଗାନ୍ଧୀଙ୍କ ନାମ ଜଡ଼ିତ ଥିଲା। ହେଲେ ସେମାନେ ଗାନ୍ଧୀଙ୍କ ନାଁ ହଟାଇବାକୁ ଚାହୁଛନ୍ତି। ଏହା ମହାତ୍ମା ଗାନ୍ଧୀଙ୍କ ପ୍ରତି ବଡ଼ ଅପମାନ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

ସରକାରଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ ବିରୋଧୀ ଦଳ, ବିଶେଷକରି କଂଗ୍ରେସର ସମାଲୋଚନାକୁ କଡ଼ା ଜବାବ ଦେଇଥିଲେ। ହଟ୍ଟଗୋଳ ମଧ୍ୟରେ ସେ କହିଥିଲେ ଯେ, କଂଗ୍ରେସ ଦଳ ବାପୁଙ୍କ ଆଦର୍ଶକୁ ହତ୍ୟା କରିବା ପାଇଁ କାମ କରିଛି, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାପୁଙ୍କ ଆଦର୍ଶକୁ ବଞ୍ଚାଇ ରଖିବା ପାଇଁ କାର୍ଯ୍ୟ କରୁଛନ୍ତି।

ମହାତ୍ମା ଗାନ୍ଧୀଙ୍କ ଦର୍ଶନକୁ ଉଲ୍ଲେଖ କରି ଚୌହାନ କହିଥିଲେ ଯେ ମୋଦୀ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାରେ ଗାନ୍ଧୀବାଦୀ ମୂଲ୍ୟବୋଧ ପ୍ରତିଫଳିତ ହେଉଛି। ସେ ଯୁକ୍ତି ବାଢିଥିଲେ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳ ଜୀବନ ମିଶନ, ସ୍ୱଚ୍ଛ ଭାରତ ମିଶନ, ଉଜ୍ଜ୍ୱଳା ଯୋଜନା ଏବଂ ଆୟୁଷ୍ମାନ ଭାରତ ଭଳି ଯୋଜନା ମାଧ୍ୟମରେ ଗରିବଙ୍କ ସେବା କରି ବାପୁଙ୍କ ସ୍ୱପ୍ନକୁ ସାକାର କରାଯାଉଛି।

ଦାଦନଗଡ଼ରେ ଆଣ୍ଠେଇଛି ‘ମନରେଗା’, ସରକାର ବଦଳିବା ପରେ କମିଲା ସଫଳତା ହାର
ଭୁବନେଶ୍ବର/ବଲାଙ୍ଗିର: ଦାଦନ ଜିଲ୍ଲାରେ ଝୁଣ୍ଟିଛି ମନରେଗା ଯୋଜନା। ଯେଉଁ ମନରେଗାକୁ ଦିନେ ବିଜେପି ଦାଦନ ରୋକିବା ପାଇଁ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ତତ୍କାଳୀନ ସରକାରଙ୍କୁ ପରାମର୍ଶ ଦେଉଥିଲା, ସେହି ଦଳର ସରକାର ସମୟରେ ଆଜି ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟ ସଂପୂର୍ଣ୍ଣ ହାର ମାତ୍ର ୧୪ ପ୍ରତିଶତ। ଶିଳ୍ପ ବିହୀନ ବଲାଙ୍ଗିର ଜିଲ୍ଲାରେ ଶ୍ରମିକମାନଙ୍କ କର୍ମସଂସ୍ଥାନ ବ୍ୟବସ୍ଥା କରିବାର ଏକମାତ୍ର ରାସ୍ତା ହେଉଛି ମନରେଗା। ଏହି ଯୋଜନାରେ ପ୍ରତିବର୍ଷ ପଞ୍ଚାୟତସ୍ତରରେ ଥିବା ଶ୍ରମିକମାନଙ୍କୁ କାମ ଯୋଗାଇ ଦିଆଯାଇଥାଏ। କିନ୍ତୁ ରାଜ୍ୟରେ ସରକାର ପରିର୍ତ୍ତନ ହେବା ପରେ ମନରେଗାକୁ ସଂପୂର୍ଣ୍ଣ ଅଣଦେଖା କରି ରଖାଯାଇଥିବା ଅଭିଯୋଗ ହୋଇଛି।

ଗାଁରେ ଶ୍ରମିକମାନଙ୍କୁ କର୍ମସଂସ୍ଥାନର ବ୍ୟବସ୍ଥା କରାଯାଇଥିଲା। କୋଭିଡ ସମୟରେ ମଧ୍ୟ ବାହାର ରାଜ୍ୟରୁ ଫେରିଥିବା ଶ୍ରମିକଙ୍କ ନିଜ ଭିଟାମାଟିରେ କାମ ଦେଇ ନିୟୋଜିତ କରାଯାଇଥିଲା। ବଲାଙ୍ଗିର ଜିଲ୍ଲାରେ କୌଣସି ଶିଳ୍ପ ନଥିବାରୁ ବିଶେଷ କରି ଶ୍ରମିକ ଶ୍ରେଣୀର ଲୋକଙ୍କୁ କାମ ଯୋଗାଇବା ପାଇଁ ମନରେଗା ବା ମହାତ୍ମାଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଯୋଜନାକୁ ସରକାର ଅସ୍ତ୍ର ଭାବେ ବ୍ୟବହାର କରୁଥିଲେ।ଏହି ଯୋଜନାରେ ହେଉଥିବା ପ୍ରକଳ୍ପ ମାନଙ୍କରେ ପ୍ରାୟ ୬୦ ପ୍ରତିଶତ ରାଶି ଶ୍ରମିକ ମାନଙ୍କୁ ପ୍ରଦାନ କରାଯାଉଥିଲା। କିନ୍ତୁ ଚଳିତ ବର୍ଷ ଏହି ଯୋଜନା ବଲାଙ୍ଗିର ଜିଲ୍ଲାରେ ଆଣ୍ଠେଇ ପଡିଥିବା ଦେଖିବାକୁ ମିଳିିଛି। ପୂର୍ବବର୍ଷ ମାନଙ୍କରେ ହେଉଥିବା କାମ ଓ ତାହାର ସଂପୂର୍ଣ୍ଣତା ହାର ୫୦ ଉପରେ ରହୁଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ହାର ୧୫ ପ୍ରତିଶତରୁ ବି କମ ରହିଛି। ମନରେଗା ତଥ୍ୟ ଅନୁସାରେ ବଲାଙ୍ଗିର ଜିଲ୍ଲାରେ ୨୦୨୧-୨୨ ଆର୍ଥିକ ବର୍ଷ ତାହାର ପୂର୍ବ ବର୍ଷମାନଙ୍କରେ ବଲାଙ୍ଗିର ଜିଲ୍ଲାରେ ଏହି ଯୋଜନାରେ ୨୩ ଲକ୍ଷ ୯୪ ଟି ପ୍ରକଳ୍ପ ମଞ୍ଜୁର କରାଯାଇଥିଲା। ସେହିବର୍ଷ ପର୍ଯ୍ୟନ୍ତ ୨୧ ଲକ୍ଷ ୮ହଜାର ୧୧୭ ପ୍ରକଳ୍ପ କାମ ସଂପୂର୍ଣ୍ଣ ହୋଇଥିବା ବେଳେ ୧୧ ହଜାର ୯୭୭ କାମ ଅସଂପୂର୍ଣ୍ଣ ହୋଇ ରହିଥିଲା।ଯାହାର କି ସଫଳତା ହାର ୯୪.୭୯ ରହିଥିଲା।ସେହିପରି ୨୦୨୨-୨୩ ଆର୍ଥିକ ବର୍ଷରେ ଜିଲ୍ଲାରେ ୧୨ ହଜାର ୩୨୩ ପ୍ରକଳ୍ପକୁ ମଞ୍ଜୁରି ମିଳିଥିବା ବେଳେ ୬୫୬୩ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଥିଲା। ୫୭୬୦ ପ୍ରକଳ୍ପ କାମ ଅସଂପୂର୍ଣ୍ଣ ରହିଥିବା ବେଳେ ସେହି ବର୍ଷ ଜିଲ୍ଲାର ପ୍ରଦର୍ଶନ ହାର ୫୩.୨୬ ରହିଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ଜିଲ୍ଲାରେ ଅଧିକ ସଂଖ୍ୟାରେ ପ୍ରକଳ୍ପକୁ ମଞ୍ଜୁରି ମିଲିଥିଲା। ଏହି ବର୍ଷ ୪୪ ହଜାର ୬୧୩ ପ୍ରକଳ୍ପ ମଞ୍ଜୁର ହୋଇଥିବା ବେଳେ ୨୪ହଜାର ୧୪୪ କାମ ସଂପୂର୍ଣ୍ଣ କରାଯାଇଥିଲା। ୨୦ହଜାର ୪୬୯ ପ୍ରକଳ୍ପ କାମ ଅସଂପୂର୍ଣ୍ଣ ରହିଥିବା ବେଳେ ଏହି ବର୍ଷ ମଧ୍ୟ ଜିଲ୍ଲାର ସଫଳତା ହାର ୫୪.୧୨ ରହିଥିଲା। କିନ୍ତୁ ଚଳିତ ବର୍ଷ ଅର୍ଥାତ ୨୦୨୪-୨୫ ଆର୍ଥିକ ବର୍ଷରେ ଜିଲ୍ଲାର ସଫଳତା ହାର ଅତି ନୈରାଶ୍ୟଜନକ ରହିଛି। ଏହି ବର୍ଷ ମାତ୍ର ୧୪ ହଜାର ୬୦୦ ପ୍ରକଳ୍ପ ମଞ୍ଜୁର କରାଯାଇଥିବା ବେଳେ ମାତ୍ର ୧୯୮୯ ପ୍ରକଳ୍ପ କାମ ସଂପୂର୍ଣ୍ଣ ହୋଇପାରିଛି। ଏବେବି ୧୨ ହଜାର ୬୧୧ ପ୍ରକଳ୍ପ ଅସଂପୂର୍ଣ୍ଣ ହୋଇପଡି ରହିଥିବା ବେଳେ ସଫଳତା ହାର ମାତ୍ର ୧୩.୬୨ ରହିଛି।

ଯାହାକି ପୂର୍ବ ବର୍ଷ ଅପେକ୍ଷା ବହୁତ କମ ରହିଛି। ଆଉ କିଛି ଦିନ ପରେ ଚଳିତ ଆର୍ଥିକ ବର୍ଷ ସଂପୂର୍ଣ୍ଣ ହୋଇଯିବ। ଫଳରେ ଏହି ସଂଖ୍ୟା ଆଗକୁ ଆଉ ବିଶେଷ ବଢିବାର ନାହିଁ। ଫଳରେ ଏଥିରୁ ହିଁ ଚିନ୍ତା କରାଯାଇପାରେ ବର୍ତ୍ତମାନର ସରକାର ଶ୍ରମିକଙ୍କ ପ୍ରତି କେତେ ଦରଦ ରଖିଛନ୍ତି। ଗୋଟିଏ ପଟେ ବଜେଟରେ କେନ୍ଦ୍ର ସରକାର ମନରେଗା ଯୋଜନା ପାଇଁ ଅଧିକ ଅର୍ଥ ବରାଦ କରିନଥିବା ବେଳେ ଅନ୍ୟପଟେ ତାଙ୍କରି ଦଳ ରାଜ୍ୟରେ ରହି କାମ ସଂପୂର୍ଣ୍ଣ କରିବାରେ ବିଫଳ ହୋଇଛି।ତେବେ ଦାଦନ ରୋକିବା ପାଇଁ ଡବଲ ଇଞ୍ଜିନ ସରକାର ବଡ ବଡ ଭାଷଣ ମାରୁଥିବା ବେଳେ ଯେଉଁ ଯୋଜନାକୁ ଅଧିକ ଗୁରୁତ୍ୱ ଦେବା କଥା ତାକୁ ପଙ୍ଗୁ କରି ରଖିଥିବା ଆଲୋଚନା ହୋଇଛି। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି।

ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ, ମନରେଗାକୁ ସଙ୍କୁଚିତ କରୁଛି କେନ୍ଦ୍ର
ଭୁବନେଶ୍ୱର: ମନରେଗାକୁ ସଙ୍କୁଚିତ କରୁଛି କେନ୍ଦ୍ର। ୨୦୨୨-୨୩ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପାଣ୍ଠି ୭୩ ହଜାର କୋଟିରୁ ୬୦ ହଜାର କୋଟିକୁ ହ୍ରାସ କରାଯାଇଛି । ଲଗାତର ଭାବେ ଓଡ଼ିଶା ପ୍ରତି କେନ୍ଦ୍ର ଏପରି ବୈମାତୃକ ମନୋଭାବ ପୋଷଣ କରୁଛି ବୋଲି ଉଭୟ ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି । ବଜେଟରେ କେନ୍ଦ୍ର ମନରେଗା ଅର୍ଥ ହ୍ରାସ କରି ଗରିବ ଲୋକଙ୍କ ପେଟକୁ ଲାତ ମାରୁଛି ବୋଲି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି । ମନରେଗାରେ ଗରିବ ଲୋକଙ୍କୁ କାମ ଦିଆଯାଏ ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରୁ ୫କେଜି ଚାଉଳ କାଟି କେନ୍ଦ୍ର ଗରିବଙ୍କ ଭାତ ହାଣ୍ଡିରୁ ଚାଉଳ କାଡ଼ି ନେଇଛି । ଏବେ ମନରେଗାରେ କେନ୍ଦ୍ର ସରକାର ଶ୍ରମିକମାନଙ୍କ ରୋଜଗାର ବାଟ ବନ୍ଦ କରିଦେଇଛି । ଯାହାକୁ ନେଇ କେନ୍ଦ୍ର ବିରୋଧରେ ଉଠିଛି ଅସନ୍ତୋଷର ନିଆଁ। ବିଧାନସଭାର ବଜେଟ ଅଧିବେଶନରେ ଏହି ପ୍ରସଙ୍ଗକୁ ଗୃହରେ ଉଠାଇ କେନ୍ଦ୍ରକୁ ଜବାବ ମଗାଯିବ ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ।

ମନରେଗାରେ ବଜେଟରେ ଅର୍ଥ ହ୍ରାସ କରାଯିବା ପରେ ରାଜ୍ୟ ସରକାର କିପରି ନିଜସ୍ବ ଅର୍ଥରେ ଗରିବ ଲୋକମାନଙ୍କୁ କାମ ଯୋଗାଇ ଦେବ ସେ ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ଶାସକ ଦଳ କହିଛି । କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରରେ ଲଗାତର ଭାବେ ଓଡ଼ିଶା ପ୍ରତି ବୈମାତୃକ ମନଭାବ ଦେଖାଉଥିଲେ ମଧ୍ୟ ରାଜ୍ୟ ବିଜେପି ଲୋକଙ୍କ ସ୍ବାର୍ଥକୁ ଭୁଲି କେନ୍ଦ୍ର ପାଇଁ ଓକିଲାତି କରିଛି । ବଜେଟରେ ମନରେଗା ଅର୍ଥ କାଟ ନେଇ ଉଦବେଗ ପ୍ରକାଶ ପାଉଥିବା ବେଳେ ଏଯାଏ କେନ୍ଦ୍ର ସରକାରଙ୍କ ପାଖରେ ମନରେଗା ବାବଦରେ ୭୫୦କୋଟି ଅର୍ଥ ବାକି ପଡ଼ିଛି ।

ଗାଁ ଲୋକଙ୍କୁ ଶହେ ଦିନିଆ କାମ ଯୋଗାଇ ଦେବାରେ ଦେଶରେ ଏକ ନମ୍ବର ଗଞ୍ଜାମ ଜିଲ୍ଲା
ଭୁବନେଶ୍ୱର: ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଗଞ୍ଜାମ ଜିଲ୍ଲା ସାରା ଦେଶରେ ଏକ ନମ୍ବର ସ୍ଥାନ ହାସଲ କରିଛି। ଜାନୁଆରୀ ୨୨ ସୁଦ୍ଧା, ଶ୍ରମ ଦିବସ ସୃଷ୍ଟି କରିବା ସହ ଗାଁ ଲୋକଙ୍କୁ ଶହେ ଦିନିଆ କାମ ଯୋଗାଇ ଦେବାରେ ଗଞ୍ଜାମ ଜିଲ୍ଲା ଏହି ସଫଳତା ପାଇଛି। ଜିଲ୍ଲାରେ ୬୩ ହଜାର ୪୪୯ ପରିବାରକୁ ଶହେ ଦିନିଆ କାମ ଯୋଗାଇ ଦିଆଯାଇଛି। ସେହିପରି ଜିଲ୍ଲାରେ ୨.୨୬ କୋଟି ଶ୍ରମ ଦିବସ ମଧ୍ୟ ସୃଷ୍ଟି କରାଯାଇଛି । ତେବେ ୩.୫୪ କୋଟି ଶ୍ରମ ଦିବସ ସୃଷ୍ଟି କରିବା ଜିଲ୍ଲାର ବାର୍ଷିକ ଟାର୍ଗେଟ ଥିଲା। ଶ୍ରମ ଦିବସ ସୃଷ୍ଟି କରିବାରେ ଗଞ୍ଜାମ ପଛକୁ ତାଲିକାରେ ରହିଛନ୍ତି ରାଜସ୍ଥାନର ବାରମରା ଓ ତାମିଲନାଡୁର ତିରୁଭନ୍ନାମଲାଇ। ବାରମରା ୨.୧୮ କୋଟି ଶ୍ରମ ଦିବସ ସୃଷ୍ଟି କରିଥିବାବେଳେ ତିରୁଭନ୍ନାମଲାଇ ୨.୧୩ କୋଟି ଶ୍ରମ ଦିବସ ସୃଷ୍ଟି କରିପାରିଛନ୍ତି।

ସେହିପରି କନ୍ଧମାଳ ଜିଲ୍ଲା ୩୫ ହଜାର ୧୪୧ ଜଣ ପରିବାରକୁ ଶହେ ଦିନିଆ କାମ ଯୋଗାଇ ଦେଶରେ ଦ୍ବିତୀୟ ପୋଜିସନରେ ଥିବାବେଳେ ତା ପଛକୁ ରହିଛି ରାଜସ୍ଥାନର ବରାମରା। ବାରମରା ୩୪ ହଜାର ୯୯୪, ବଲାଙ୍ଗୀର ୨୬ ହଜାର ୨୦୯ ପରିବାରକୁ ଶହେ ଦିନର କାମ ଯୋଗାଇ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନ ଅକ୍ତିଆର କରିଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲା ୫୮ ପ୍ରତିଶତ ମହିଳାଙ୍କ ଅଂଶଗ୍ରହଣ ପୂରା ରାଜ୍ୟରେ ଏକ ନମ୍ବର ପୋଜିସନ ହାସଲ କରିବାରେ ସାହାଯ୍ୟ କରିଛି। ଅର୍ଥାତ ଏମଜିମନରେଗାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ମହିଳାଙ୍କୁ କାମ ଯୋଗାଇ ଦିଆଯାଇଛି।

ପୁଣି ଓଡ଼ିଶାକୁ କେନ୍ଦ୍ରର ସାର୍ଟିଫିକେଟ, ମନରେଗା ଯୋଜନାରେ ଲୋକଙ୍କୁ କାମ ଯୋଗାଇବାରେ ଓଡ଼ିଶାର ରେକର୍ଡ
ଭୁବନେଶ୍ବର: ମନରେଗା ଯୋଜନାରେ ଲୋକଙ୍କୁ କାମ ଯୋଗାଇବାରେ ଓଡ଼ିଶାର ରେକର୍ଡ । ଦେଶର ୫ଟି ସର୍ବଶ୍ରେଷ୍ଠ ରାଜ୍ୟ ଭିତରେ ଓଡ଼ିଶା । ଜୀବିକା ମିଶନ, ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପରି କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା କାର୍ଯ୍ଯକାରୀ କରିବାରେ ଓଡ଼ିଶାକୁ ମିଳିଛି ସଫଳତା । କେନ୍ଦ୍ର ଅନୁଦାନ କାରୀ କରିବାରେ ରାଜ୍ୟ ବେଶ ଆଗୁଆ । ବିରୋଧୀଙ୍କ ମୁହଁ ବନ୍ଦ କଲା କେନ୍ଦ୍ର ସାର୍ଟିଫିକେଟ । ରାଜ୍ୟର ସଫଳତାକୁ ଖୋଦ କେନ୍ଦ୍ର ସରକାର ଉଜାଗର କରିଛନ୍ତି । ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି ରାଜ୍ୟସଭାରେ ଏହି ତଥ୍ୟ ରଖିଛନ୍ତି ।

କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା କାର୍ଯ୍ଯକାରୀ କରିବାରେ ରେକର୍ଡ କରିଛି ଓଡ଼ିଶା । ମନରେଗା ଯୋଜନାରେ ଗତ ସାଢେ ତିନି ବର୍ଷ ଭିତରେ ୧୭ ଲକ୍ଷ ୮୯ ହଜାର ୬୬୭ଟି ପ୍ରକଳ୍ପ ଶେଷ ହୋଇଛି । ଯେଉଁଥି ପାଇଁ ସାରାଦେଶରେ ଓଡ଼ିଶା ଟପ ଫାଇଭ ରାଜ୍ୟ ଭିତରେ ସ୍ଥାନ ପାଇଛି । ଏପରିକି କୋଭିଡ ମହାମାରୀ ଦୁଇବର୍ଷରେ ବି ପ୍ରବାସୀ ଶ୍ରମିକଙ୍କଠାରୁ ଆରମ୍ଭ କରି ମନରେଗା ହିତାଧିକାରୀଙ୍କୁ କର୍ମ ସଂସ୍ଥାନ ଯୋଗାଇବାରେ ରାଜ୍ୟ ରେକର୍ଡ କରିଛି ।

ଓଡ଼ିଶାରେ ୫ଟି ସଂସ୍କାର ବ୍ୟବସ୍ଥା କାର୍ଯ୍ଯକାରୀ ହେବାପରଠାରୁ ପୂର୍ବଭଳି ଡେଡଲାଇନ ଭିତରେ ପ୍ରତ୍ୟେକ ଯୋଜନା କାର୍ଯ୍ଯକାରି ହେଉଛି । କେନ୍ଦ୍ର ସରକାର ସିଏସ୍ଏସ ଯୋଜନାରେ ରାଜ୍ୟ ଦେଉଛି ୪୦ ପ୍ରତିଶତ ଅର୍ଥ । ଯେଉଁଥି ପାଇଁ ଆର୍ଥିକ ବୋଝ ସତ୍ତ୍ବେ ବି ଓଡ଼ିଶା ସରକାର ଲୋକଙ୍କୁ ମୌଳିକ ସେବା ଯୋଗାଇବାକୁ ସିଏସ୍ଏସର ସଫଳ ରୂପାୟନ ପାଇଁ ବଜେଟରେ ଅଗ୍ରାଧିକାର ଦେଉଛନ୍ତି । ପ୍ରଧାନମନ୍ତ୍ରୀ ସଡକ ଯୋଜନା କାର୍ଯ୍ଯକାରୀ କରିବାରେ ଦେଶରେ ଓଡ଼ିଶା ରେକର୍ଡ କରିଛି । ଖୋଦ କେନ୍ଦ୍ରମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ୧୭ ହଜାର ୯୨୯ଟି ରାସ୍ତାରୁ ଗତ ୨୨ ତାରିଖ ସୁଦ୍ଧା ୧୬ ହଜାର ୫୪୯ଟି ରାସ୍ତା ସମ୍ପୂର୍ଣ୍ଣ ହୋଇଛି । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନୁମୋଦିତ ସଂଖ୍ୟାଠାରୁ ଚଳିତମାସ ୨୩ ତାରିଖ ସୁଦ୍ଧା ୫୦ ପ୍ରତିଶତ ଘର ସମ୍ପୂର୍ଣ୍ଣ ହୋଇଛି ।

ବିଦ୍ୟାଳୟ ରୂପାନ୍ତରଣ ନେଇ ଓଡ଼ିଶା ସରକାରଙ୍କ ପଦକ୍ଷେପ ଏବେ ଜାତୀୟ ସ୍ତରରେ ଚର୍ଚ୍ଚା ସାଉଁଟିଛି । ବାଳକ ଓ ବାଳିକାଙ୍କ ପାଇଁ ମୌଳିକ ସୁବିଧା କଥା ହେଉ କି ଶିକ୍ଷା ବିକାଶ ନେଇ ଭିତ୍ତିଭୂମି ନେଇ କେନ୍ଦ୍ର ସରକାର ବି ତାଜୁବ ହେଲେଣି ।

ଓଡ଼ିଶାର ଆଗୁଆ ପଦକ୍ଷେପ: କେନ୍ଦ୍ରୀୟ ଅନୁଦାନ ଠିକ୍‍ ସମୟରେ ନ ମିଳିଲେ ମଧ୍ୟ ରାଜ୍ୟରେ ମନରେଗା କାର୍ଯ୍ୟ ନିରନ୍ତର ଜାରି ରହିବ
ଭୁବନେଶ୍ୱର: ଗ୍ରାମାଞ୍ଚଳ ଲୋକଙ୍କୁ କାମ ଯୋଗାଇ ଦେବା ଓ ସେମାନଙ୍କର ଆର୍ଥିକ ସ୍ଥିତିକୁ ସନ୍ତୁଳନ ରଖିବା ନିମନ୍ତେ କାର୍ଯ୍ୟକାରୀ ହେଉଥିବା ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା)ରେ ପୁଣି ଥରେ ପ୍ରତାରଣାର ଶିକାର ହୋଇଛି ଓଡ଼ିଶା। ରାଜ୍ୟରେ ବର୍ଷକୁ ଅନ୍ୟୂନ ୨୫ କୋଟି ଶ୍ରମ ଦିବସର ଆବଶ୍ୟକତା ଥିବାବେଳେ ଚଳିତ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ଲାଗି କେନ୍ଦ୍ର ସରକାର ମାତ୍ର ୧୪ କୋଟି ଶ୍ରମ ଦିବସ ମଞ୍ଜୁରୀ ଦେଇଛନ୍ତି। ଯାହା ଗତ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୩୦% କମ୍‍ ବୋଲି ସୂଚନା ମିଳିଛି।

୨୦୨୧-୨୨ରେ ପ୍ରାୟ ୨୦.୨୪ କୋଟି ଊର୍ଦ୍ଧ୍ବ ଶ୍ରମ ଦିବସ ସୃଷ୍ଟି କରି ଓଡ଼ିଶା ରେକର୍ଡ଼ କରିଥିଳା। ଏହାର ପୂର୍ବବର୍ଷ ଓଡ଼ିଶାରେ ୨୦.୫ କୋଟି ଶ୍ରମ ଦିବସ ସୃଷ୍ଟି ହୋଇଥିଲା। ସ୍ୱାଭାବିକ ଭାବରେ ବର୍ଷକୁ ବର୍ଷ ଏହି ଶ୍ରମଦିବସ ପରିମାଣ ବୃଦ୍ଧି କରାଯିବା ପରିବର୍ତ୍ତେ ଓଡ଼ିଶାକୁ ପୂର୍ବବର୍ଷ ତୁଳନାରେ କମ୍‍ ଶ୍ରମ ଦିବସ ମଞ୍ଜୁରୀ ଓଡ଼ିଶା ପ୍ରତି କେନ୍ଦ୍ରର ନକରାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ଏକ ପକ୍ଷରେ କେନ୍ଦ୍ର ଉପରେ ସାମଗ୍ରୀ ବାବଦ ପ୍ରାୟ ୯୦୦ କୋଟି ଟଙ୍କା ବକେୟା ଗଡ଼଼ୁଥିବାବେଳେ ଏବେ ଶ୍ରମ ଦିବସ ହ୍ରାସ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସବୁ ସମୟରେ ସମାଜର ଦୁର୍ବଳ ଆର୍ଥିକ ଶ୍ରେଣୀକୁ ରୋଜଗାର ଯୋଗାଇ ଦେବାରେ ସହାୟକ ହୋଇଥାଏ। କେନ୍ଦ୍ରୀୟ ଯୋଜନା ହୋଇଥିଲେ ବି ରାଜ୍ୟ ସରକାର ଏହାକୁ ପରିଚାଳନା କରିଥାନ୍ତି। ପ୍ରତିବର୍ଷ କେଉଁ ରାଜ୍ୟ କେତେ ଅନୁଦାନ ଏବଂ କେତେ ଶ୍ରମ ଦିବସ ପାଇବ, ତା’ ଏକପାଖିଆ ଭାବେ କେନ୍ଦ୍ର ନିଷ୍ପତ୍ତି ନେଇଥାଏ। କରୋନା ମହାମାରୀ ପରେ ରାଜ୍ୟ ତଥା ଦେଶର ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ଉପାଦେୟ ଏହି ଯୋଜନାକୁ ଅଧିକ ଗତିଶୀଳ କରିବା ପରିବର୍ତ୍ତେ ଏହାକୁ ନିରୁତ୍ସାହିତ କରାଯାଉଛି। ଗତବର୍ଷର ମନରେଗା ସାମଗ୍ରୀ ବାବଦ ଖର୍ଚ୍ଚ ପ୍ରାୟ ୧୫୦୦ କୋଟି ଛୁଇଁଥିଲା। ଏହି ବାବଦକୁ କିଛିଦିନ ତଳେ ପ୍ରାୟ ୬୦୦ କୋଟି ଟଙ୍କା କେନ୍ଦ୍ର ପକ୍ଷରୁ ପ୍ରଦାନ କରାଯାଇଛି। ପ୍ରାୟ ୯୦୦ କୋଟି ପାଖାପାଖି ମନରେଗା ସାମଗ୍ରୀ ବାବଦ ଦେୟ ଏବେ ବି କେନ୍ଦ୍ର ଉପରେ ବକେୟା ରହିଛି। ଯେଉଁ ୧୪ କୋଟି ଶ୍ରମ ଦିବସ ମଞ୍ଜୁର କରାଯାଇଛି; ତାହା ଆର୍ଥିକ ବର୍ଷ ପୂରଣ କରିବା ଦୂରର କଥା, ଚଳିତ ବର୍ଷ କ୍ୟାଲେଣ୍ଡର ବର୍ଷ ଶେଷ ଯାଏଁ ଯିବନି ବୋଲି ମତ ପ୍ରକାର ପାଇଛି। ରାଜ୍ୟ ନିଜ ଆବଶ୍ୟକତା ଠାରୁ ୧୧ରୁ ୧୨ କୋଟି ଶ୍ରମ ଦିବସ ଆବଣ୍ଟନରୁ ହରାଇଥିବା ରାଜ୍ୟର କେତେକ ଅଧିକାରୀ ମତ ଦେଇଛନ୍ତି।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଭାରତ ସରକାର ମନରେଗାରେ ୯୮,୦୦୦ କୋଟି ଟଙ୍କା ଅଟକଳ କରିଥିବାବେଳେ ବାସ୍ତବ ବ୍ୟୟ ୧,୧୧,୧୭୦ କୋଟି ଟଙ୍କାରେ ପହଞ୍ଚିଛି। ଅଧିକ ବ୍ୟୟ ହୋଇଥିବା ପ୍ରାୟ ୧୩,୧୭୦ କୋଟି ଟଙ୍କା ମଧ୍ୟରୁ ୧୮୪୦ କୋଟି ମଜୁରୀ ବାବଦ ଅଧିକ ଖର୍ଚ୍ଚ ହୋଇଥିବା ବେଳେ ଅନ୍ୟ ୧୧,୩୩୦ କୋଟି ସାମଗ୍ରୀ ବାବଦ ବ୍ୟୟ ରହିଛି। ଏହି ପରିସ୍ଥିତିରେ କେନ୍ଦ୍ର ସରକାର ଚଳିତ ବର୍ଷ ଆବଣ୍ଟିତ ୭୩୦୦୦ କୋଟି ଟଙ୍କାରୁ ପୂର୍ବବର୍ଷର ସାମଗ୍ରୀ ବ୍ୟୟ ୧୧,୩୩୦ କୋଟି ଭରଣା କରିବାକୁ ଆପାତତଃ ନିଷ୍ପତ୍ତି ନେଇଥିବାରୁ ସାରା ଦେଶ ପାଇଁ ମୋଟ ମନରେଗା ବ୍ୟୟ ଅଟକଳ ଚଳିତ ବର୍ଷ ୬୧,୬୭୦ କୋଟି ଟଙ୍କା ରହିବ। ତେଣୁ ଓଡ଼ିଶା ଗତବର୍ଷ ଠାରୁ ପାଖାପାଖି ୩୦% କମ୍‍ ମନରେଗା କର୍ମ ଦିବସ ପାଇବ ବୋଲି ସ୍ୱାଭାବିକ ଯେଉଁ ଆକଳନ ହେଉଥିଲା କାର୍ଯ୍ୟତ ତାହା ସତ୍ୟରେ ପରିଣତ ହୋଇଛି।

ଗତ ଆର୍ଥିକ ବର୍ଷରେ ରାଜ୍ୟ ୨୫ କୋଟି ଶ୍ରମ ଦିବସ ଲାଗି ଦାବି କରିଥିଲା। ମାତ୍ର ପର୍ଯ୍ୟାୟକ୍ରମେ ଓଡ଼ିଶାକୁ ମୋଟ ୨୦.୨୪ ଲକ୍ଷ ଶ୍ରମ ଦିବସ ମିଳିଥିଲା। ମାତ୍ର ଚଳିତ ବର୍ଷ ଏହାକୁ ହ୍ରାସ କରାଯିବା ଦ୍ୱାରା ରାଜ୍ୟର ଶ୍ରମଜୀବୀଙ୍କ ପ୍ରତି କେନ୍ଦ୍ରର ଅବହେଳା ସ୍ପଷ୍ଟ ବାରି ହୋଇ ପଡ଼ିଛି।

ଓଡ଼ିଶାର ଆଗୁଆ ପଦକ୍ଷେପ

-ମଜୁରୀ କର୍ପସ ପାଣ୍ଠି ୫୦୦ କୋଟିରୁ ହଜାରେ କୋଟିକୁ ବୃଦ୍ଧି

ଗତ ମାସ ୩୦ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୪ ମାସିଆ କାମଚଳା ବଜେଟ୍‍ ଓଡ଼ିଶା ବିଧାନସଭାରେ ଗୃହୀତ କରାଯାଇଛି। କେନ୍ଦ୍ରୀୟ ସହାୟତା ଠିକ୍‍ ସମୟରେ ପ୍ରଦାନ କରିବା ସହ ପୂର୍ବ ବକେୟା ଦେବାରେ ଅହେତୁକ ବିଳମ୍ବ କରୁଥିବାରୁ ରାଜ୍ୟ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛି। ରାଜ୍ୟ ସରକାର କେବଳ ମନରେଗାର ସାମଗ୍ରୀ ବାବଦରେ ୨୦୦୧ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି। ସେହିପରି ମଜୁରୀ ରୋଜଗାରର ଚାହିଦାକୁ ଦୃଷ୍ଟିରେ ରଖି, ମଜୁରୀର ଠିକ୍‍ ସମୟରେ ଦେୟ ପାଇଁ ମନରେଗା ରିଭଲିଭିଂ ପାଣ୍ଠିର କର୍ପସ ଆକାରକୁ ୫୦୦ କୋଟି ଟଙ୍କାରୁ ୧୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ବ୍ୟବସ୍ଥା ଦ୍ୱାରା କେନ୍ଦ୍ରୀୟ ଅନୁଦାନ ଠିକ୍‍ ସମୟରେ ନ ମିଳିଲେ ମଧ୍ୟ ରାଜ୍ୟରେ ମନରେଗା କାର୍ଯ୍ୟ ନିରନ୍ତର ଜାରି ରହିପାରିବ।

ଗତଥର ମନରେଗା ସାମଗ୍ରୀ ବାବଦ ବକେୟା ଆର୍ଥିକ ବର୍ଷ ଶେଷ ପୂର୍ବରୁ ରାଜ୍ୟରେ ପହଞ୍ଚି ନ ଥିଲା। ନିକଟରେ ପଞ୍ଚାୟତସ୍ତରରେ ନୂତନ ପ୍ରତିନିଧି ନିର୍ବାଚିତ ହୋଇଛନ୍ତି। ଆଗାମୀ ଦିନରେ ଗ୍ରାମାଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହେବ। ମୌସୁମୀ ପୂର୍ବରୁ ଗ୍ରାମାଞ୍ଚଳର କିଛି ଭିତ୍ତିଭୂମି କାର୍ଯ୍ୟ ସରିବ। ବିଭିନ୍ନ ବିଭାଗର ୨୧୬ ପ୍ରକାର କାର୍ଯ୍ୟ ମନରେଗା ଦ୍ୱାରା ସମ୍ପାଦିତ ହୋଇଥାଏ। ତେଣୁ ଆର୍ଥିକ ବର୍ଷ ପ୍ରାରମ୍ଭରୁ ହେଉଥିବା କୌଣସି କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନ ହେବ, ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ବଜେଟ୍‍ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ମନରେଗା କାମକରି ବର୍ଷେହେଲା ମିଳୁନି ମଜୁରି
ପଣ୍ଡାପଡ଼ା : କେନ୍ଦୁଝର ଘଟଗାଁ ବ୍ଳକ ବଳଭଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ନୁଦୁରୁପଡ଼ା ଗ୍ରାମରେ ମନରେଗା ଯୋଜନାରେ ୪୦ରୁ ଅଧିକ ବ୍ୟକ୍ତି କାମକରି ଏକବର୍ଷ ବିତିଥିଲେ ହେଁ ମଜୁରି ଟଙ୍କା ପାଇନଥିବା ଅଭିଯୋଗ ହୋଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ସ୍କୁଲଛକ ଠାରୁ ଧାନବେଣୀ ରାସ୍ତାର ଉନ୍ନତିକରଣ ପାଇଁ ୧୦ଲକ୍ଷ ଟଙ୍କାର ଅଟକଳ ପରିମାଣ ରହିଥିଲା। ବର୍ଷାଜଳ ଅମଳ ପ୍ରକଳ୍ପ ବାରହାଣ୍ଡିଆ ନୁଦୁରୁପଡ଼ା କାର୍ଯ୍ୟ ପାଇଁ୧୦ଲକ୍ଷ ଟଙ୍କାର ଅଟକଳ କରାଯାଇ ଜବକାର୍ଡଧାରୀଙ୍କ ଦ୍ୱାରା କାମ ହୋଇଥିଲା। ଏହି କାମକୁ ୧ବର୍ଷ ପୂରିଲାଣି। କିନ୍ତୁ ବହୁ ଜବକାର୍ଡଧାରୀଙ୍କୁ କାମ ଅନୁସାରେ ମଜୁରି ଅର୍ଥ ମିଳି ନ ଥିବା କୁହାଯାଇଛି।

ଗ୍ରାମର ଶ୍ରୀକୃଷ୍ଣ ସେନାପତି, ମିନା ନାଏକ, ସୁକୁରୀ ନାଏକ, ସାରତି ନାଏକ, ରମଣୀ ନାଏକ, ପିଙ୍କୁ ଦଳେଇ, ସୁରଥ ନାଏକ, ଦେବାନନ୍ଦ ନାଏକ, ନିଶାକର ନାଏକ, ଦୁର୍ଯ୍ୟୋଧନ ସେନାପତି, ଯଦୁମଣି ନାଏକ, କୀର୍ତନ ନାଏକ, କ୍ଷୀରୋଦ ନାଏକ, ମନୋହର ନାଏକ, ସୁଲେନ ନାଏକ, ତ୍ରିବେଣୀ ନାଏକ, କସ୍ତୁରୀ ନାଏକ, ନଳିତା ନାଏକ ଓ ପ୍ରତିମା ନାଏକଙ୍କ ସମେତ ବହୁ ଶ୍ରମିକ ପାଉଣା ପାଇ ନଥିବା ଦର୍ଶାଇଛନ୍ତି। ଏ ସମ୍ପର୍କରେ କାର୍ଯ୍ୟ ଦାୟିତ୍ୱରେ ଥିବା ଗ୍ରାମ ରୋଜଗାର ସେବକ ଶରତ ନାଏକଙ୍କୁ ପଚାରିବାରୁ ପେମେଟ ହୋଇଛି। ଆଧାରବେସ ପେମେଟ ହୋଇଥିବାରୁ ହିତାଧିକାରୀଙ୍କ ବ୍ୟାଙ୍କ ସଞ୍ଚୟ ଖାତାକୁ ଟଙ୍କା ଯାଇଥାଇପାରେ କହିଛନ୍ତି।

ବ୍ଲକର କନିଷ୍ଠ ଯନ୍ତ୍ରୀ ଭୋଳାନାଥ ମହାନ୍ତିଙ୍କୁ ବୁଝିବାରୁ ପେମେଣ୍ଟ କରାଯାଇଛି। ଯଦି ସେଭଳି କାହାର ସମସ୍ୟା ହୋଇଛି ସମାଧାନ କରାଯିବ ବୋଲି ସୂଚାଇଛନ୍ତି। ବର୍ତ୍ତମାନ ନୁଦୁରୁପଡ଼ା ତାରିଣୀ ମନ୍ଦିର ଛକ ନିକଟରୁ ଗାଁ ଭିତରକୁ ଶୁକ୍ରବାରଠାରୁ ଏକ ରାସ୍ତା କାମ ଚାଲିଛି। ଏନେଇ ସୂଚନା ଫଳକ ନଥିବାରୁ ବ୍ୟୟ ଅଟକଳ ଓ କାମ ସମ୍ପର୍କରେ ଲୋକେ ଜାଣିପାରୁନାହାଁନ୍ତିି। ଏନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସୂଚନା ଫଳକ ତିଆରି ପରେ କାମ ଆରମ୍ଭ କରିବାକୁ ସେ ଜିଆରଏସଙ୍କୁ କହିଥିବା ଜଣାଇଛନ୍ତି।

ମନରେଗା ଶ୍ରମିକଙ୍କ ପାଇଁ ୩୫୨ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କୋଭିଡ ମହାମାରୀ ଭଳି କଠିନ ସମୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଛି । ମନରେଗା ଅଧିନିୟମ ଅନୁଯାୟୀ ନିଶ୍ଚିତ ୧୦୦ ଦିନର କାର୍ଯ୍ଯ ସହିତ ୨୦୦ ଦିନର ଅତିରିକ୍ତ କାର୍ଯ୍ଯଦିବସ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ବ୍ୟୟବରାଦ କରିଛନ୍ତି ।

୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟରେ ଉକ୍ତ ଯୋଜନାର ଅଗ୍ରଗତିରେ ଉଲ୍ଲେଖନୀୟ ବୃଦ୍ଧି ପାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଜୁଲାଇ ପହିଲା ସୁଦ୍ଧା ୫.୦୩ କୋଟି ଶ୍ରମଦିବସ ସୃଷ୍ଟି ହୋଇଥିଲା । ୨୦୨୧-୨୨ ଆର୍ଥିକ ବର୍ଷର ଏହି ସମୟ ସୁଦ୍ଧା ୭ କୋଟି ୫ ଲକ୍ଷ ୯୩ ହଜାର ୩ ଶହ ଶ୍ରମଦିବସ ସୃଷ୍ଟି ହୋଇଛି । ଯାହାକି ପୂର୍ବ ବର୍ଷ ତୁଳନାରେ ୪୦ ପ୍ରତିଶତ ଅଧିକ ହାସଲ ହୋଇଛି । ଚଳିତବର୍ଷ ୩୨ ଲକ୍ଷ ୧୮ ହଜାର ୫ ଜଣଙ୍କୁ ନିଯୁକ୍ତି ଯୋଗାଇ ଦିଆଯାଇଛି । ୧୪୪୮ କୋଟି ୭୯ ଲକ୍ଷ ଟଙ୍କା ମଜୁରି ଆକାରରେ ପ୍ରଦାନ କରାଯାଇଛି । ଆର୍ଥିକ ବର୍ଷ ୨୦୨୧-୨୨ ସମୟରେ ରାଜ୍ୟ ମନରେଗାର ବିଭିନ୍ନ ପାରାମିଟରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି ।

ଶ୍ରମଦିବସ ସୃଷ୍ଟିରେ ଶ୍ରେଷ୍ଠ ଚାରିଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି । ଗରିବ ଲୋକମାନଙ୍କର ଜୀବନ ଜୀବିକା ଏବଂ ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ କରିବା ନିମନ୍ତେ ଜଳାଶୟଗୁଡ଼ିକର ନବୀକରଣ, ଜଳଛାୟା ପରିଚାଳନା ,ଉଦ୍ୟାନକୃଷି ବୃକ୍ଷରୋପଣ, ରାସ୍ତାକଡ଼ ବୃକ୍ଷରୋପଣ, ଜଙ୍ଗଲ ସୃଷ୍ଟି, ପୋଖରୀଖନନ, ନଳକୂପ, ଜମିର ବିକାଶ, ନଡ଼ିଆ ଚାଷ, ସବୁଜ ଗୋଖାଦ୍ୟ ଫସଲ ଚାଷ ଇତ୍ୟାଦି ବିଭିନ୍ନ କାର୍ୟ୍ୟକଳାପ ଉପରେ ଗୁରୁତ୍ୱ ଦିଆଯାଇଅଛି ।

ଏଥିସହ ଦିବ୍ୟାଙ୍ଗ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ମହିଳା ହିତାଧିକାରୀଙ୍କୁ ନିଯୁକ୍ତି ଯୋଗାଇବା ଉପରେ ଧ୍ୟାନ ଦିଆଯିବା ସହ ସେମାନଙ୍କ ଜୀବନ ଜୀବିକାକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ, ୩୭.୫ ୨ ଲକ୍ଷ ପରିବାରର ୬୨.୨୫ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇଦେଇ ମଜୁରି ବାବଦରେ ୪୬୮୩.୬୮ କୋଟି ଟଙ୍କା ବ୍ୟୟ ବରାଦ କରିବା ସହ ସର୍ବମୋଟ ୨୦ କୋଟି ଶ୍ରମଦିବସ ସୃଷ୍ଟି କରି ରାଜ୍ୟ ଉତ୍କର୍ଷତା ପ୍ରଦର୍ଶନ କରିଛି । ଦାଦନ ରୋକିବା ପାଇଁ ବଲାଙ୍ଗିର, ବରଗଡ, କାଳାହାଣ୍ଡି ଏବଂ ନୂଆପଡା ଜିଲ୍ଲାର ୨୦ଟି ଦାଦନ ପ୍ରବଣ ବ୍ଲକରେ ୨୦୧୯-୨୦ ଆର୍ଥିକ ବର୍ଷରୁ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର କାର୍ୟ୍ୟକ୍ରମ ମାଧ୍ୟମରେ ରାଜ୍ୟ ବଜେଟରୁ ରାଜ୍ୟର ଅଣକୁଶଳୀ ଶ୍ରମିକଙ୍କ ମଜୁରି ହାରରେ ପ୍ରଦାନ ନିମନ୍ତେ ବ୍ୟବସ୍ଥା କରିଛନ୍ତି ।

ଟଙ୍କା ନଦେଲେ ହେଉନି ଜିଓ ଟ୍ୟାଗିଙ୍ଗ, ଜିଆରଏସଙ୍କ ନାମରେ ସାଙ୍ଘାତିକ ଅଭିଯୋଗ
ଗରଦପୁର : ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ କାମ ଦେବାକୁ ମନରେଗା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l କେବଳ ପ୍ରବାସୀ ନୁହନ୍ତି ଅନ୍ୟ ଶ୍ରମିକଙ୍କୁ ମଧ୍ୟ ବର୍ଷକୁ ୧୦୦ ଦିନର ରୋଜଗାର ଦିଆଯାଉଛି l ସିଧାସଳଖ ଶ୍ରମିକଙ୍କ ଆକାଉଣ୍ଟକୁ ମଧ୍ୟ ମଜୁରି ଦିଆଯାଉଛି l ହେଲେ ଗରଦପୁର ବ୍ଲକରେ ମନରେଗା ଯୋଜନା ଦିଗହରା ହୋଇଛି l ଅଭିଯୋଗ ହୋଇଛି କି ଯେଉଁମାନେ ମନରେଗା ଯୋଜନାରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଶୋଷଣ କରୁଛନ୍ତି ଗରଦପୁର ବ୍ଳକର ଜଣେ ଜିଆରଏସ ବୋଲି l ମନରେଗାରେ ଘରେ ଘରେ ମୋ ବଗିଚା, ମୋ ପୋଖରୀ, ଦୋକଡି ରାସ୍ତା, ଘାସ ଚାଷ ଭଳି ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି l ସାଧାରଣ ଲୋକଟି ପ୍ରୋଜେକ୍ଟ ପାଇବା ପରେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି କାମ ଆରମ୍ଭ କରୁଛି l କାମ ଚଳୁଥିବାବେଳେ ମନରେଗାରେ ଲେବର ପେମେଂଟ ହେବା କଥା l ଆଉ ମାଟେରିଆଲ ପେମେଂଟ ମଧ୍ୟ ହେବା କଥା l ସ୍ଥାନୀୟ ଜିଆରଏସ ଜିଓ ଟ୍ୟାଗିଂ କରିବା ପରେ ଏହି ଅର୍ଥ ମିଳିଥାଏ l ହେଲେ ଗରଦପୁର ବ୍ଲକର ଏହି ଜିଆରଏସ ଜଣକ ଚାଷୀଙ୍କୁ ଜିଓ ଟ୍ୟାଗିଂ ପାଇଁ ୨ ହଜାର ଟଙ୍କା ମାଗୁଛନ୍ତି l ଯେଉଁମାନେ ଟଙ୍କା ଦେଉଛନ୍ତି ସେମାନଙ୍କ ଟ୍ୟାଗିଂ କରାଯାଉଛି l ଆଉ ମଷ୍ଟରୋଲ ବାହାର କରାଯାଇ ପେମେଂଟ ଦିଆଯାଉଛି l ହେଲେ ଯେଉଁମାନେ ଲାଞ୍ଚ ଦେଉନାହାନ୍ତି ସେମାନଙ୍କ ପ୍ରୋଜେକ୍ଟ ଆଗେଇବାକୁ ଦିଆଯାଉନି l ଫଳରେ ଶହ ଶହ ଚାଷୀ ଏବେ ହତାଶ ହୋଇପଡିଛନ୍ତି l ଶହ ଶହ ଚାଷୀଙ୍କଠାରୁ ଜିଆରଏସ ଜଣକ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି l ସେପଟେ ଟଙ୍କା ଦେଇପାରୁନଥିବା ଚାଷୀଙ୍କୁ ଜାଣିଶୁଣି ହଇରାଣ କରୁଛନ୍ତି ସଂପୃକ୍ତ ଜିଆରଏସ l ଜିଆରଏସ ଜଣକ ଖୁଲମଖୁଲା ଲାଞ୍ଚ ମାଗୁଥିବା ନେଇ କେତେଜଣ ଚାଷୀ ସେମାନଙ୍କ ମୋବାଇଲରେ ରେକର୍ଡ଼ିଂ କରି ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ l ସରପଞ୍ଚ ଜିଆରଏସ ଲାଞ୍ଚ ମାଗୁଥିବା ବାର୍ତ୍ତାଳାପର ଅଡିଓ ରେକର୍ଡ଼ିଂ ନେଇ ବିଡ଼ିଓଙ୍କୁ ଅଭିଯୋଗ କରିଥିଲେ l ଆଉ ଅଭିଯୁକ୍ତ ଜିଆରଏସଙ୍କୁ ଚେତାବନୀ ଦିଆଯାଇ ଛଡ଼ାଯାଇଥିଲା l ହେଲେ କେତେଜଣ କୁଜିନେତାଙ୍କ ଛତ୍ରଛାୟାରେ ଏବେ ଜିଆରଏସ ଜଣକ ପୁଣି ଟଙ୍କା ଆଦାୟ କରୁଥିବା ପ୍ରମାଣ ମିଳିଛି l ସରକାରଙ୍କ ବିକାଶ ଯୋଜନାରେ ବାଧକ ସାଜିଥିବା ଏହି ଜିଆରଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି l ଏହିଭଳି ସଙ୍ଗୀନ ଅଭିଯୋଗ ବ୍ଲକ ପ୍ରଶାସନ ଜାଣି ମଧ୍ୟ କିଭଳି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l

କରୋନା ବେଳେ ରୋଜଗାର ଦେଲା ମନରେଗା ଯୋଜନା
ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ କରୋନା ସଂକ୍ରମଣର ଭୟାବହତାକୁ ନେଇ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଖଟିଖିଆ ଲୋକମାନେ କାମ ନପାଇ ବେରୋଜଗାର ହୋଇପଡ଼ିଛନ୍ତି। ଏଭଳି ସ୍ଥିତିରେ ପରିବାର ଚଳିବା ମୁସ୍କିଲ ହେଉଥିବା ବହୁ ଜବ୍‍କାର୍ଡଧାରୀ ପ୍ରକାଶ କରିଛନ୍ତି। ମନରେଗା କାର୍ଯ୍ୟ ମେସିନ ଦ୍ୱାରା କରାଯାଉଥିବାରୁ ଏହା ଜବ୍‍କାର୍ଡଧାରୀଙ୍କ ପାଇଁ ସମସ୍ୟା ଉପୁଯାଉଛି। ଏହି ପରିପ୍ରେକ୍ଷୀରେ ସରପଡ଼ା ପଞ୍ଚାୟତର ଯୁବ ସମିତିସଭ୍ୟ ବିବେକାନନ୍ଦ ଆଚାର୍ଯ୍ୟ ସିଧାସଳଖ ଭାବେ ପଞ୍ଚାୟତସମିତି ମାଧ୍ୟମରେ ମନରେଗା ଯୋଜନାରେ ଏକ ନୂତନ ରାସ୍ତା ନିର୍ମାଣ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି।

ବ୍ଲକ ଅଧ୍ୟକ୍ଷା ସବିତା ଓଝାଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରକଳ୍ପଟିକୁ ଅନୁମୋଦନ କରାଯାଇ ଏଥିରେ ୫୦ରୁ ଊର୍ଦ୍ଧ୍ବ ଜବ୍‍କାର୍ଡଧାରୀଙ୍କୁ କାର୍ଯ୍ୟ ଯୋଗାଇ ଦିଆଯାଇଛି। ମୂଲିଆ ଶ୍ରେଣୀର ଲୋକମାନେ ସେମାନଙ୍କ ପରିବାର ଚଳାଇବା ପାଇଁ ଆଗ୍ରହର ସହ ଏହି ଯୋଜନାରେ କାର୍ଯ୍ୟ କରୁଥିବା ପ୍ରକାଶ କରିଛନ୍ତି। ସରପଡ଼ା ଗ୍ରାମର ଲକ୍ଷ୍ମୀପ୍ରିୟା ଦାଶଙ୍କ ଘର ଠାରୁ କଂସାରୀ ମା’ ଠାକୁରାଣୀ ପୀଠ ପର୍ଯ୍ୟନ୍ତ ୫୦୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ରାସ୍ତାକୁ ନିର୍ମାଣ କରାଯିବା ନିମନ୍ତେ ମାଟି କାର୍ଯ୍ୟ ଆରମ୍ଭ ହୋଇଛି। ସମିତିସଭ୍ୟ ଶ୍ରୀ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗ୍ରାମ ରୋଜଗାର ସେବକ ଗାୟତ୍ରୀ ମହାପାତ୍ର, ଗ୍ରାମସାଥି ଊଷାରାଣୀ ପଣ୍ଡାଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ କରାଯାଉଥିବା ବେଳେ କନିଷ୍ଠ ଯନ୍ତ୍ରୀ ମାନସ ମହାପାତ୍ର କାର୍ଯ୍ୟକୁ ତଦାରଖ କରୁଛନ୍ତି। ଏହିଭଳି ପ୍ରତ୍ୟେକ ପଞ୍ଚାୟତରେ ମନରେଗା ଯୋଜନାରେ ଜବ୍‍କାର୍ଡ ଧାରୀଙ୍କୁ କାର୍ଯ୍ୟ କରିବା ପାଇଁ ସୁଯୋଗ ଦିଆଗଲେ କରୋନା କାଳରେ ଘରେ ବସିଥିବା ବହୁ ଗରିବ ଶ୍ରେଣୀର ଲୋକ ରୋଜଗାରକ୍ଷମ ହେବା ସହ ଯୋଜନାର ସଫଳ ରୂପାୟନ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।