kendra para - The Sakala

ନବମ ଶ୍ରେଣୀ ଛାତ୍ର ଅଣ୍ଟା‌ରୁ ବନ୍ଧୁକ ଜବତ; ଧରିପକାଇବାରୁ ଶିକ୍ଷକଙ୍କୁ ଧମକ...
କେନ୍ଦ୍ରାପଡ଼ା,: ଜଣେ ନବମ ଶ୍ରେଣୀ ଛାତ୍ର ଅଣ୍ଟାରେ ବନ୍ଧୁକ ଖୋସି ସ୍କୁଲକୁ ଆସିବା ଏବଂ ଖେଳ ଶିକ୍ଷକଙ୍କୁ ଧମକ ଦେବା ଭଳି ଚାଞ୍ଚଲ୍ୟକର ଘଟଣା ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚ୍ଚାର ମୁଖ୍ୟ ବିଷୟ ହୋଇଛି। ଗରଦପୁର ଅଞ୍ଚଳର କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଏହି ଘଟଣା ଘଟିଛି। କୁଦାନଗରୀ ପୁଲିସ ସଂପୃକ୍ତ ଛାତ୍ରକୁ ଅଟକ ରଖିବା ସହ ତା’ଠାରୁ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରିଛି। ଛାତ୍ରଜଣଙ୍କ ଧାନମଣ୍ଡଳ ଅଞ୍ଚଳର ବୋଲି ଜଣାଯାଇଛି। ତାକୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଇବା ପରେ ବାଳସୁଧାର ଗୃହକୁ ପଠାଇ ଦିଆଯିବ ବୋଲି ଜଣାଯାଇଛି।

ସୂଚନାନୁଯାୟୀ, ଛାତ୍ରଜଣଙ୍କ ଆଜି ଏକ ବନ୍ଧୁକ ଓ ଗୁଳି ନେଇ ସ୍କୁଲକୁ ନେଇ ଆସିଥିଲା। ବନ୍ଧୁକଟି ତା’ ଅଣ୍ଟାରେ ଖୋସା ହୋଇଥିଲା। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେବାରୁ କଥା ସ୍କୁଲ କର୍ତ୍ତୃପକ୍ଷଙ୍କ କାନକୁ ଯାଇଥିଲା। ସ୍କୁଲ ଖେଳ ଶିକ୍ଷକ ବନ୍ଧୁକକୁ ଜବତ କରିବାରୁ ଏଥିରେ ଛାତ୍ରଜଣଙ୍କ ରାଗି ନିଆଁବାଣ ହୋଇଯାଇଥିଲା। ସେ ଶିକ୍ଷକଙ୍କୁ ମଧ୍ୟ ନାନା ଧମକଚମକ ଦେଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ସ୍କୁଲ ପକ୍ଷରୁ ଏନେଇ ଅଭିଯୋଗ ହେବା ପରେ ପୁଲିସ ସ୍କୁଲରେ ପହଞ୍ଚି ବନ୍ଧୁକ ଓ ଗୁଳି ଜବତ କରିଥିଲା। ତେବେ ପୁଲିସକୁ ଦେଖି ଛାତ୍ରଜଣଙ୍କ ଫେରାର୍‌ ହେବାକୁ ଚେଷ୍ଟା କରିଥିଲା। ତାକୁ ଧରିବାକୁ ପୁଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ପୁଲିସ ତା’ ପରିବାରଲୋକଙ୍କୁ ଏ ସଂପର୍କରେ ଖବର ଦେବା ସହ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେଇଛି।
ଛାତ୍ରଜଣଙ୍କ ପୂର୍ବରୁ ମଧ୍ୟ ବହୁବାର ସ୍କୁଲକୁ ବନ୍ଧୁକ ଆଣିଥିବା କର୍ତ୍ତୃପକ୍ଷ କହିଛନ୍ତି। ଏତେ ଛୋଟ ପିଲା ପାଖରେ ବନ୍ଧୁକ, ଗୁଳି କେଉଁଠୁ ଆସିଲା, କିଏ ତାକୁ ଦେଇଛି, ସେନେଇ ପୁଲିସ ତଦନ୍ତ ଚଳାଇଛି। ଏହା ପଛରେ ଚୋରା ବନ୍ଧୁକ ରାକେଟ୍‌ର ସଂପୃକ୍ତି ଥିବା ଅନୁମାନ କରାଯାଉଛି। ପୁଲିସ ନଜରରୁ ବର୍ତ୍ତିବା ପାଇଁ ଛୋଟଚୋଟ ପିଲାଙ୍କ ଜରିଆରେ ବନ୍ଧୁକ ଚୋରା କାରବାର ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏହି ଘଟଣା ପଦାକୁ ଆସିବା ପରେ ବୁଦ୍ଧିଜୀବୀମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟାଳୟ ପରିସରରେ ଶିକ୍ଷା ପରିବେଶ ନିରାପଦ କରିବା ପାଇଁ ପୁଲିସ ଓ ଶିକ୍ଷା ବିଭାଗ ଦୁହିଁଙ୍କୁ ସୁଦ୍ଧାର ଓ ନିରୀକ୍ଷଣ ବଢ଼ାଇବା ଦାବି ଉଠିଛି।
ନବମ ଶ୍ରେଣୀ...

କେନ୍ଦ୍ରାପଡ଼ାରେ ଶିଶୁ ବିକ୍ରି, ୨ ହଜାର ଟଙ୍କା ଦେଇ ଡାକ୍ତରଖାନାରୁ ମାନସିକ ଭିନ୍ନକ୍ଷମ ଯୁବତୀଙ୍କ ଶିଶୁପୁତ୍ରକୁ ନେଇଗଲେ...
ପଟ୍ଟାମୁଣ୍ଡାଇ/ମାଳିପୁର: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ମାନସିକ ଭିନ୍ନକ୍ଷମ ଅବିବାହିତ ଯୁବତୀଙ୍କ ନବଜାତ ଶିଶୁୁପୁତ୍ର ବିକ୍ରି ଘଟଣା ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।

ସୂଚନା ମୁତାବକ, ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅନ୍ତର୍ଗତ ଉତ୍ତିକଣ ଅଞ୍ଚଳର ଯୁବତୀଜଣଙ୍କ କିଛି ଦିନ ତଳେ ଗର୍ଭବତୀ ହୋଇଥିଲେ। ପ୍ରସବ ଯନ୍ତ୍ରଣା ହେବାରୁ ଗତ ୧୭ ତାରିଖ ଦିନ ଯୁବତୀଙ୍କ ମାଆ ତାଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ସେଠାରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା। ସେଠାରେ ଭର୍ତ୍ତି ହେବାର କିଛି ସମୟ ପରେ ଯୁବତୀଜଣଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ତେବେ ସେଠାରେ ଜଣେ ଲୋକ ନିଜକୁ ସରକାରୀ ଅଧିକାରୀ ପରିଚୟ ଦେଇ ଶିଶୁଟିକୁ ନେଇଯାଇଥିଲେ। ‘ତୁମେ ପିଲାକୁ ସମ୍ଭାଳି ପାରିବ ନାହିଁ, ତାକୁ ଆମକୁ  ଦେଇଦିଅ’ କହି ତାଙ୍କଠାରୁ ପୁତ୍ର ସନ୍ତାନକୁ ନେଇଯାଇଥିଲେ ବୋଲି ଯୁବତୀଙ୍କ ମାଆ କହିଛନ୍ତି। ପ୍ରତି ବଦଳରେ ସଂପୃକ୍ତ ବ୍ୟକ୍ତି ତାଙ୍କୁ ୨ହଜାର ଟଙ୍କା ଧରାଇ ଦେଇଥିଲେ। ପରେ ତାଙ୍କୁ ତରବରିଆ ଭାବେ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଥିଲା। ଏ ସଂପର୍କରେ ଯୁବତୀଙ୍କ ଗାଁ ଲୋକେ ଜାଣିବା ପରେ ଘଟଣା ପଦାକୁ ଆସିଛି। ଏହି ଘଟଣା ପଚରେ ମେଡିକାଲ କର୍ମଚାରୀଙ୍କ ସଂପୃକ୍ତି ଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାସହ ଏହି ଘଟଣାର ତଦନ୍ତ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଦାବି କରିଛନ୍ତି।

ଗ୍ରାମବାସୀଙ୍କ କହିବା କଥା, ଯୁବତୀଜଣଙ୍କ ଅବିବାହିତା ହୋଇଥିବା ବେଳେ ଓପିଡି ଏମର୍ଜେନ୍ସି କାର୍ଡ ଟୋକେନ ନଂ୧୯ରେ ତାଙ୍କ ସ୍ୱାମୀଙ୍କ ନାମ ସୁବ୍ରତ ବାରିକ ବୋଲି ଉଲ୍ଲେଖ ରହିଛି। ସେହିପରି, ସନ୍ତାନ ଜନ୍ମ ଦେବା ପରେ ମାଆ ଓ ଶିଶୁ ୪୮ ଘଣ୍ଟା ମେଡିକାଲରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିବାର ନିୟମ ଥିଲେ ହେଁ ତାଙ୍କୁ କିପରି ଘରକୁ ପଠାଇ ଦିଆଗଲା, ତାହା ମଧ୍ୟ ତଦନ୍ତ ସାପେକ୍ଷ। ସୁବ୍ରତ ବାରିକ ନାମକ ବ୍ୟକ୍ତିଜଣଙ୍କ କିଏ ଏବଂ ତାକୁ ନେଇ ମଧ୍ୟ ତଦନ୍ତର ଆବଶ୍ୟକତା ରହିଛି। ଏହି ଘଟଣା ସହ ସମ୍ପୃକ୍ତ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଗ୍ରାମବାସୀ ଗଣେଶ ସେନାପତି, ବିଚିତ୍ର ସେନାପତି, ରାଜେନ୍ଦ୍ର ପଣ୍ଡା, ଧୀରେନ ସାହୁ, ତୀର୍ଥ ପରିଡ଼ା, ରମାକାନ୍ତ ଦାଶ, ଦିଲ୍ଲୀପ ମଲ୍ଲିକ ଦାବି କରିଛନ୍ତି।

ଭାଙ୍ଗିଲା ବର୍ଷ ବର୍ଷର ପରମ୍ପରା, କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା ଭସାଣିରେ ତ୍ରୁଟି
କେନ୍ଦ୍ରାପଡ଼ା: ଭାଙ୍ଗିଲା ବର୍ଷ ବର୍ଷର ପରମ୍ପରା l ଭସାଣିରେ ୫ ଘଣ୍ଟା ବିଳମ୍ବ ଯୋଗୁ ମେଲଣ ପଡିଆରେ ମାଆଙ୍କ ନିକଟରେ ଭୋଗ ଲାଗି ହୋଇପାରିଲା ନାହିଁ l ନିଜେ ଏସ୍ପି ସିଦ୍ଧାର୍ଥ କଟାରିଆ ତ୍ରୁଟି ହୋଇଥିବା ନେଇ ସ୍ବୀକାର କରିଛନ୍ତି l ତ୍ରୁଟି ଯୋଗୁଁ ଏଥର ଗଜଲକ୍ଷ୍ମୀ ଭସାଣି ବିଳମ୍ବ ହେଉଥିବା ସେ କହିଛନ୍ତି।

ମାଆ ଧନଦାତ୍ରୀ ଗଜଲକ୍ଷ୍ମୀଙ୍କର ଭସାଣି ଉତ୍ସବର ଦ୍ବିତୀୟ ଦିନ। ସାତଦିନ ଧରି ମଣ୍ଡପରେ ଭକ୍ତମାନକୁ ଦର୍ଶନ ଦେବା ପରେ ଗତକାଲି ଧନଦାତ୍ରି ମାଆ ଗଜଲକ୍ଷ୍ମୀ ପୁରୁଣା ବସଷ୍ଟାଣ୍ଡ ମେଲଣ ପଡ଼ିଆରେ  ପହଞ୍ଚିବ ପାଇଁ ବ୍ୟାଣ୍ଡବାଜା, ପାରମ୍ପରିକ ବାଦ୍ୟ, ଘଣ୍ଟ ଘଣ୍ଟା, ରଙ୍ଗ ବେରଙ୍ଗର ଆଲୋକରେ ଦୁଲୁକୁଥିଲା ସରା ସହର। ଗଳି କନ୍ଦିରେ ଝୁମି ଥିଲେ ସାହି ପିଲା। ମଜା ନେଇଥିଲେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ।

ସହରରେ ୬୮ଟି ମଣ୍ଡପରେ ମାଆ ପୂଜା ପାଇଥିବାବେଳେ ସେଥି ମଧ୍ୟରୁ ୪୮ ଗୋଟି ମେଢ଼ ମେଲୋଣରେ ସାମିଲ ହୋଇଥାନ୍ତିl

ଗତକାଲି ମେଲଣ ରାତି ୧୦ଟା ଠାରୁ ବନ୍ଦ ହୋଇଥିଲା। ବିଡମ୍ବନାର ବିଷୟ ଯେ, ୨୬ ଗୋଟି ମେଢ଼ ମେଲଣ ପଡ଼ିଆରେ ପହଞ୍ଚି ଥିବା ବେଳେ ଆଉ ଅବଶିଷ୍ଟ ୨୨ ଗୋଟି ମେଢ଼ ରାସ୍ତାରେ ଅଟକି ରହିଥିଲା । ପ୍ରଶାସନ ଓ ପୂଜା କମିଟିର ତାଳ ମେଳ ରହୁ ନ ଥିବାରୁ ଏହା ଘଟିଛି ବୋଲି ଜଣା ପଡ଼ିଛି। ଆଜି ସକାଳୁ ସକାଳୁ ବାଟରେ ଅଟକିଥିବା ମେଢ ଗୁଡିକ ମେଲଣ ପଡିଆ କୁ ଆସୁଛନ୍ତିl ମେଲଣ ପଡିଆରେ ଭୋଗ ଖାଇବା ପରେ ବିସର୍ଜନ ପାଇଁ ଜଲ୍ଲା ପ୍ରଶାସନ ଦ୍ବାରା ନିର୍ମାଣ କରାଯାଇଥିବା ଅସ୍ଥାୟୀ ଘାଟ ଅଭିମୁଖେ ଯାଉଛନ୍ତି। ଏହି ମେଲଣ ଉତ୍ସବକୁ ଦେଖିବା ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟାର ଭକ୍ତ ମାନଙ୍କର ଭିଡ ଦେଖିବାକୁ ମିଳିଛି।