Palestinian - The Sakala

ନିଜ ଜାଲରେ ଫସିଗଲା ଇସ୍ରାଏଲ୍‌
ତେଲ ଅଭିଭ୍/ୱାଶିଂଟନ : ‘ଯେମିତି କର୍ମ କରିବ ସେମିତି ଫଳ ପାଇବ’। ଏହି ଲୋକକଥାକୁ ଅନେକ ଶୁଣିଥିବେ ନିଶ୍ଚିତ। ଏହି ଲୋକକଥାଟି ଇସ୍ରାଏଲ ପାଇଁ ପ୍ରଯୁଜ୍ୟ। ଏବେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷ ଜାରି ରହିଛି। ପାଲେଷ୍ଟାଇନରୁ ହମାସ(ଇସ୍ରାଏଲ ଏବଂ ପାଶ୍ଚାତ୍ୟ ଦେଶ ଏହାକୁ ଆତଙ୍କବାଦୀ ସଂଗଠନ ମାନୁଛନ୍ତି) ଇସ୍ରାଏଲ ଉପରେ ରକେଟ ମାଡ କରୁଛି। ଏହାର ଜବାବରେ ଇସ୍ରାଏଲ ମଧ୍ୟ ଏୟାର ଷ୍ଟ୍ରାଇକ କରୁଛି। ଏହି ସଂଘର୍ଷରେ ଏବେ ସୁଦ୍ଧା ୪୧ ଶିଶୁ ସମେତ ୧୭୪ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ଇସ୍ରାଏଲର ୧୦ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଉଭୟ ପକ୍ଷର ୧୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସାରା ବିଶ୍ବ ଶାନ୍ତି ପ୍ରତିଷ୍ଠା କରିବାକୁ ମଧ୍ୟ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ରବିବାର ଏ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି) ବୈଠକ ବସିଥିବାବେଳେ ସାଉଦି ଆରବ ମୁସଲିମ ଦେଶଙ୍କ ବୈଠକ ଡାକିଛି।

ଯେଉଁମାନେ ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ବିଷୟରେ ଜାଣିନାହାନ୍ତି, ସେମାନଙ୍କ ପାଇଁ ହମାସ ନୂଆ ନାମ। ଇସ୍ରାଏଲ ଏହାର ତୁଳନା ଅଲକାଏଦା ଏବଂ ଇସଲାମିକ ଷ୍ଟେଟ(ଆଇଏସଆଇଏସ) ଆତଙ୍କବାଦୀ ସଙ୍ଗଠନ ସହ କରୁଛି। କିନ୍ତୁ ସତ ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଏହି ଚରମପନ୍ଥୀ ସଂଗଠନ ହମାସକୁ ଇସ୍ରାଏଲ ସୃଷ୍ଟି କରିଥିଲା। ଯେମିତି ଆମେରିକା ଆତଙ୍କବାଦୀ ସଂଗଠନ ତାଲିବାନ ଗଠନ କରିଥିଲା। ପରେ ତାଲିବାନ ସାହାଯ୍ୟରେ ଅଲକାଏଦା ଗଠନ ହୋଇଥିଲା। ଏହି ଦୁଇଟି ମାମଲାରେ ଗୋଟିଏ ପ୍ରସଙ୍ଗ ସମାନ ରହିଛି। ତାଲିବାନ ହେଉ ଅବା ହମାସକୁ ସୃଷ୍ଟି କରିଥିବା ଦେଶ ପାଇଁ ଏହି ଦୁଇ ସଂଗଠନ ସଙ୍କଟ ବନି ଯାଇଛନ୍ତି।

ଆରବ-ଇସ୍ରାଏଲର ପୁରୁଣା ଶତ୍ରୁତା

ଆରବ ଦେଶ ଏବଂ ଇସ୍ରାଏଲର ଶତ୍ରୁତା ବହୁତ ପୁରୁଣା। ୧୯୪୮ରେ ଇସ୍ରାଏଲ ଏକ ଅଲଗା ଦେଶ ବନିଥିଲା। ଚାରିପଟୁ ମୁସଲିମ ଦେଶ ଘେରି ହୋଇ ରହିଥିବା ଇସ୍ରାଏଲରେ ଇହୁଦୀଙ୍କ ଜନସଂଖ୍ୟା ସର୍ବାଧିକ। କିଛି କ୍ଷେତ୍ରରେ ଆରବ ମୂଳର ପାଲେଷ୍ଟାଇନ ନାଗରିକ ମଧ୍ୟ ଅଛନ୍ତି। ଏମାନେ ଦୀର୍ଘ ବର୍ଷ ହେଲା ଶାନ୍ତିରେ ରହୁଥିଲେ। କିନ୍ତୁ ଏବେ ଇହୁଦୀ ଏବଂ ଆରବ ଲୋକଙ୍କ ମଧ୍ୟରେ ଦଙ୍ଗା ହେଉଛି। ସମୟ ବଦଳିବା ସହିତ ଇସ୍ରାଏଲ ଏତେ ଶକ୍ତିଶାଳୀ ହୋଇଯାଇଛି ଯେ ଆରବ ଦେଶଗୁଡିକ ଏହି ରାଷ୍ଟ୍ର ସହ ସାଲିସ କରିବାକୁ ବାଧ୍ୟ ହୋଇଛନ୍ତି।

କେମିତି ଗଠନ ହୋଇଥିଲା ହମାସ୍?

ଇସ୍ରାଏଲ ସୃଷ୍ଟି ହେବା ପରେ ସବୁ କ୍ଷେତ୍ରରେ ପାଲେଷ୍ଟାଇନ ସହ ତାହାର ସଂଘର୍ଷ ଜାରି ରହିଥିଲା। ପାଲେଷ୍ଟାଇନ ନେତା ୟାସିର ଅରଫାତଙ୍କର ଭାରତରେ ମଧ୍ୟ ଭଲ ସମ୍ମାନ ଥିଲା। ସେ ଅନ୍ତର୍ଜାତୀୟ ଫୋରମରେ ମଧ୍ୟ ଶକ୍ତିଶାଳୀ ଥିଲେ। କୂଟନୈତିକ ସ୍ତରରେ ପାଲେଷ୍ଟାଇନ ଆଗରେ ଦୁର୍ବଳ ହୋଇଯାଉଥିବା ଅନୁଭବ କରିବା ପରେ ଇସ୍ରାଏଲ ୧୯୭୦ରେ ଶେଷରେ ପାଲେଷ୍ଟାଇନର ଏକ ଚରମପନ୍ଥୀ ସଂଗଠନକୁ ସେଠାକାର ଉଦାରବାଦୀ ନେତାଙ୍କ ବିରୋଧରେ ଛିଡା କରିଥିଲା। ଏହା ନାମ ହମାସ ରଖାଯାଇଥିଲା। ତେବେ ଔପଚାରିକ ଭାବେ ୧୯୮୭ରେ ଏହା ପ୍ରତିଷ୍ଠା ହୋଇଥିଲା। ସୂଚନା ଅନୁଯାୟୀ ଇସ୍ରାଏଲର ପୂର୍ବ ଜେନେରାଲ ୟିଜ୍ୟାକ ସେଜେଭଙ୍କ କହିଥିଲେ ଯେ ବିଷକୁ ବିଷରେ କାଢିବାର ନୀତି ଏକ ଐତିହାସିକ ଭୁଲ ଥିଲା। ଇସ୍ରାଏଲ ସରକାର ତାଙ୍କୁ ହମାସ ଗଢିବା ପାଇଁ ଟଙ୍କା ମଧ୍ୟ ଦେଇଥିଲେ। ଆମେ ଏବେ ଏହାର ଫଳ ଭୋଗୁଛୁ।

ହମାସ ଶକ୍ତି ବୃଦ୍ଧି ହେଲା କେମିତି?

ହମାସ ଧିରେ ଧିରେ ଉଦାରବାଦୀ ନେତୃତ୍ବକୁ ଏଡାଇ ଦେଇ ନିଜକୁ ପାଲେଷ୍ଟାଇନ ଆନ୍ଦୋଳନର ମୁଖ୍ୟ ବନିଯାଇଥିଲା। ଏଥିରେ ୯୦ ପ୍ରତିଶତ ପାଲେଷ୍ଟାଇନ ଯୁବକ ଅଛନ୍ତି। ସଂଗଠନ ପାଖରେ ହଜାର ହଜାର ରକେଟ, ଲଞ୍ଚର, ଆଧୁନିକ ଅସ୍ତ୍ରଶସ୍ତ୍ର, ବିଦେଶୀ ପାଣ୍ଠି ରହିଛି। କିନ୍ତୁ ଇସ୍ରାଏଲ ଆଗରେ ଏ ସବୁ କିଛି କାମ କରୁନି। ରିପୋର୍ଟ ଅନୁଯାୟୀ ହମାସକୁ କିଛି ବିଦେଶୀ ରାଷ୍ଟ୍ର ଲୁଚିଛପି ସହାୟତା କରୁଛନ୍ତି। ହମାସର ଏକ ନେତା ଖାଲିଦ ମେସାଲ କତାରରେ ଏକ ଅଫିସ ମଧ୍ୟ ଖୋଲିଛନ୍ତି। ସେ ତାଲିବାନ ଏବଂ ମୁସଲିମ ଭାଇଚାରା ପାଇଁ ମଧ୍ୟ ଏହା କରୁଛନ୍ତି। ଇରାନ ମଧ୍ୟ ହମାସକୁ ଟଙ୍କା ଏବଂ ଅସ୍ତ୍ରଶସ୍ତ୍ର ଦେଉଛି। ଇରାନ ସିହା ରାଷ୍ଟ୍ର ହୋଇଥିବାବେଳେ ଆରବ ଦେଶଗୁଡିକ ସୁନି ସମ୍ପ୍ରଦାୟର। କିନ୍ତୁ ଇସ୍ରାଏଲ ଏବଂ ଆମେରିକା ଉପରେ ପରମାଣୁ କାର୍ଯ୍ୟକ୍ରମକୁ ମଞ୍ଜୁରି ଦେବା ପାଇଁ ଚାପ ପକାଇବାକୁ ଇରାନ ଚାହୁଁଥାଇପାରେ। ଏଥିପାଇଁ ସେ ହମାସ କାନ୍ଧରେ ବନ୍ଧୁକ ଚାଳନା କରୁଛି। ହମାସକୁ କିଛି ଆହୁରି କିଛି ଦେଶ ପାଣ୍ଠି ଯୋଗାଉଥିବାବେଳେ ଇସ୍ରାଏଲ ଏବଂ ଆମେରିକା ଭୟରେ ସେମାନେ ଖୋଲାଖୋଲି ଭାବେ ସମର୍ଥନ ଦେଇନାହାନ୍ତି।

ଆମେରିକା ବନାମ ତାଲିବାନ

ସୋଭିଏତ ସଂଘ(ପରେ ବିଭାଜନ ହୋଇଯାଇଥିଲା) ୧୯୭୮ରେ ଆଫଗାନିସ୍ତାନକୁ କବ୍ଜା କରିବାକୁ ପ୍ରୟାସ କରିଥିଲା। ସ୍ଥାନୀୟ ଲୋକଙ୍କ ସହ ସଂଘର୍ଷ ଜାରି ରହିଥିଲା। ସେତେବେଳେ ଆମେରିକା ପାକିସ୍ତାନର ପୂର୍ବତନ ଏକଛତ୍ରାବାଦୀ ଶାସକ ଜେନେରାଲ ଜିଆ ଉଲ ହକ ସହ ମିଶି ଆଫଗାନିସ୍ତାନର କିଛି କମାଣ୍ଡାଣ୍ଟଙ୍କୁ ଏକାଠି କରିଥିଲା। ସେମାନଙ୍କୁ ପାଣ୍ଠି ଯୋଗାଇଥିଲା। ୧୯୯୪ରେ ଏକ ନୂଆ ସଂଗଠନ ତାଲିବାନ ସୃଷ୍ଟି ହୋଇଥିଲା। ୨୦୦୧ରେ ୯|୧୧ ଆକ୍ରମଣ ପରେ ଆମେରିକା ସେନା ଆଫଗାନିସ୍ତାନରେ ପ୍ରବେଶ କରିଥିଲା। ୨୭ ବର୍ଷ ପରେ ୨୦୨୧ରେ ମଧ୍ୟ ଆମେରିକା ଏହି ତାଲିବାନ ସହ ଲଢେଇ କରୁଛି ଏବଂ ଶାନ୍ତି ଆଲୋଚନା ଜାରି ରଖିଛି।

ଟାଇମ୍ସ ଅଫ ଇସ୍ରାଏଲ ଅନୁଯାୟୀ ହମାସରେ ପ୍ରାୟ ୨୭ ହଜାର ଲୋକ ଅଛନ୍ତି। ଏହାକୁ ୬ଟି ଆଞ୍ଚଳିକ ବ୍ରିଗେଡରେ ବଣ୍ଟନ କରାଯାଇଛି।ଏହାର ୨୫ ବାଟାଲିଅନ ଏବଂ ୧୦୬ କମ୍ପାନୀ ରହିଛି। ହମାସର ୪ଟି ୱିଙ୍ଗ ରହିଛି। ସେନା ଶାଖାର ମୁଖ୍ୟ ଇଜ ଅଦ-ଦିନ ଅଲ କାସିମ। ଇସ୍ମାଇନ ହାନିଆ ରାଜନୈତିକ ଶାଖାର ମୁଖିଆ ରହିଛି। ଦୁଇ ନଂରେ ମୁସା ଅବୁ ମରଜୁକ ଏବଂ ତୃତୀୟରେ ଖାଲିଦ ମସାଲ ରହିଛି। ସେହିପରି ଅନ୍ତର୍ଜାତୀୟ ବ୍ୟାପାର ଏବଂ ସାମାଜିକ ଶାଖା ମଧ୍ୟ ରହିଛି। ହମାସ ପାଲେଷ୍ଟାଇନ ନାଗରିକ ରହୁଥିବା ଇସ୍ରାଏଲ ଅଞ୍ଚଳକୁ କବ୍ଜା କରିବାକୁ ଚାହୁଁଛି। ଏହି ସଂଗଠନ ନିଜକୁ ଏକ ସ୍ବତନ୍ତ୍ର ରାଷ୍ଟ୍ର ଭାବେ ଗଢି ତୋଳିବାକୁ ଚାହୁଁଛି।

ଭାରତର ନୀତି

ଭାରତ ଏବଂ ଇସ୍ରାଏଲ ମଧ୍ୟରେ ୧୯୯୨ରେ କୂଟନୈତିକ ସମ୍ବନ୍ଧ ସ୍ଥାପନ ହୋଇଥିଲା। ତେବେ ଅନୌପଚାରିକ ଭାବେ ଏହା ପୂର୍ବରୁ ଆରମ୍ଭ ହୋଇ ସାରିଥିଲା। ଭାରତ ପୂର୍ବରୁ ପାଲେଷ୍ଟାଇନର ଦାବିକୁ ସମର୍ଥନ କରିଛି। ୧୯୮୮ରେ ପାଲେଷ୍ଟାଇନକୁ ରାଜ୍ୟ ଭାବେ ମାନ୍ୟତା ଦେଇଥିଲା। କିନ୍ତୁ ସମୟ ବଦଳିବା ସହିତ ନୀତି ଇସ୍ରାଏଲ ଆଡକୁ ଢଳି ଥିଲା। ୨୦୧୪ ପରଠାରୁ ଦୁଇ ଦେଶ ମଧ୍ୟରେ ସୈନ୍ୟ ସହଯୋଗ ବୃଦ୍ଧି ପାଇଥିଲା। ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ ଗସ୍ତ ସମୟରେ ପାଲେଷ୍ଟାଇନକୁ ମଧ୍ୟ ଯାଇଥିଲେ। ଭାରତୀୟ ବୈଦେଶିକ ମନ୍ତ୍ରାଳୟ ହମାସ ଶଦ୍ଦ ପ୍ରୟୋଗ କରିବାରୁ ଦୂରେଇ ରୁହେ। ଭାରତ ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଛି ଏବଂ ଉଭୟଙ୍କ ମଧ୍ୟରେ ସନ୍ତୁଳନ ରଖିବାକୁ ପ୍ରୟାସ କରୁଛି।

ଇଡୁକି ଯାଇ ସୋମ୍ୟାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ଇସ୍ରାଏଲ ରାଷ୍ଟ୍ରଦୂତ

ହମାସ ରକେଟ ଆକ୍ରମଣରେ ପ୍ରାଣ ହରାଇଥିବା ଭାରତୀୟ ମହିଳା ସୋମ୍ୟା ସନ୍ତୋଷ(୩୨)ଙ୍କ ପାର୍ଥିବ ଶରୀରର ରବିବାର ତାଙ୍କ ଗୃହ ରାଜ୍ୟ କେରଳର ଇଡୁକିରେ ପହଞ୍ଚିଛି। ଖ୍ରୀଷ୍ଟିଆନ ରୀତିନୀତିକୁ ଦ୍ବିପ୍ରହର ୩ଟା୪୫ରେ ତାଙ୍କୁ କବର ଦିଆଯାଇଛି। ଏଥିରେ ଯୋଗଦେବା ପାଇଁ ଇସ୍ରାଏଲ ରାଷ୍ଟ୍ରଦୂତ ଜୋନାଥନ ଜଦକା ଇଡୁକିରେ ପହଞ୍ଚି ଥିଲେ। ଏହା ପୂର୍ବରୁ ଇସ୍ରାଏଲ ସୋମ୍ୟାଙ୍କ ପରିବାରର ଖର୍ଚ୍ଚ ବହନ କରିବାକୁ ନିଷ୍ପତ୍ତି ନେଇଥିଲା। ଏହା ସହିତ ତାଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ଦିଆଯିବ ବୋଲି ଇସ୍ରାଏଲ ଉଚ୍ଚାୟୁକ୍ତ କହିଥିଲେ।