Padayatra - The Sakala

ପଞ୍ଚଶଖାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ବିଜେଡିର ପଦଯାତ୍ରା ଶୁଭାରମ୍ଭ, ବିଜେପି ସରକାରଙ୍କ ବିଫଳତା ଓ କୁଶାସନ ବିଷୟରେ ଲୋକଙ୍କୁ କରିବ ସଚେତନ
ଭୁବନେଶ୍ୱର: ପୂର୍ବ ଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ, ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ, ତାଙ୍କର ଜନ୍ମମାଟି ସୁଆଣ୍ଡୋ ଗ୍ରାମରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ବିଜୁ ଜନତା ଦଳ ତାର ପଦଯାତ୍ରା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରିଛି।  ଗାନ୍ଧୀ ଜୟନ୍ତୀରେ ଅର୍ଥାତ ଅକ୍ଟୋବର ୨ ତାରିଖରେ, ଏହି ପଦଯାତ୍ରା କାର୍ଯ୍ୟକ୍ରମ ପାଇଁ ଦଳ ତରଫରୁ ସଙ୍କଳ୍ପ ନିଆଯାଇଥିଲା।  ଏହି ପଦଯାତ୍ରା କାର୍ଯ୍ୟକ୍ରମ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜାଗାରେ ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରା କାର୍ଯ୍ୟକ୍ରମ ଗୋଟିଏ ମାସ ପାଇଁ ଅର୍ଥାତ ନଭେମ୍ୱର ୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଦଳ ତରଫରୁ ସୂଚନା ଦିଆଯାଇଛି।

ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର,  ସଞ୍ଜୟ ଦାସବର୍ମା, ଡ. ଅରୁଣ କୁମାର ସାହୁ, ଡ. ଅମର ପଟ୍ଟନାୟକ, ଉମାକାନ୍ତ ସାମନ୍ତରାୟ,  ସୁନିଲ ମହାନ୍ତି, ଅମରେଶ ପତ୍ରୀ, ସଂଜିତ ମହାନ୍ତି, ସୁବ୍ରତ ଛାଟୋଇ, ସୁନିଲ ପଣ୍ଡା  ଇତ୍ୟାଦି ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ସୁଆଣ୍ଡୋରେ ଉପସ୍ଥିତ ହୋଇ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ, ପଞ୍ଚଶଖାଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା। ସାକ୍ଷୀଗୋପାଳ ମନ୍ଦିର ନିକଟରୁ ସୁଆଣ୍ଡୋ ଗ୍ରାମ ପର୍ଯ୍ୟନ୍ତ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ହଜାର ହଜାର କର୍ମୀ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦେବୀ ପ୍ରସାଦ ମିଶ୍ର କହିଥିଲେ, ରାଜ୍ୟବାସୀଙ୍କୁ ଅନେକ ମିଥ୍ୟା ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତାକୁ ଆସିଥିବା ବେଳେ ଗତ ୧୫ ମାସର ବିଜେପି ଶାସନରେ ଯେଉଁଭଳି ଭାବେ ସୁଶାସନ ପ୍ରଦାନ କରିବାରେ ଓ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛି, ସେଥିରୁ ରାଜ୍ୟବାସୀ ଅତିଷ୍ଠ ହେଲେଣି। ରାଜ୍ୟର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସହିତ ମହିଳାମାନେ ଅସୁରକ୍ଷିତ ହୋଇ ପଡିଛନ୍ତି। ମଦ ମୁକ୍ତ ଓଡିଶା ଗଠନ ନାରା ଦେଇଥିବା ବେଳେ ସରକାର ରାଜ୍ୟରେ ନୂଆ ମଦ ଦୋକାନ ଓ ମଦ କାରଖାନା ଖୋଲୁଛନ୍ତି। ଆଜି ସାର ମୁଠେ ପାଇବା ପାଇଁ ରାଜ୍ୟର କୃଷକ ମାନେ ରାଜରାସ୍ତାରେ। ମିଶନ ଶକ୍ତିକୁ ବନ୍ଦ କରିବା ପାଇଁ ସରକାର ଚକ୍ରାନ୍ତ କରୁଛନ୍ତି। ରାଜ୍ୟରେ ଓଡ଼ିଆ ଅସ୍ମିତା ଭୃଲୁଣ୍ଠିତ ହେଉଛି। ବିଏସକେୱାଇ ବଦଳରେ ଆୟୁଷ୍ମାନ ଆଣିଲେ, କିନ୍ତୁ ବିଏସକେୱାଇରେ ମିଳୁଥିବା ସୁବିଧା ଆୟୁଷ୍ମାନରେ ମିଳିପାରୁନାହିଁ। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିମାନଙ୍କ କ୍ଷମତାକୁ ସଂକୁଚିତ କରିଦେଇଛନ୍ତି। ଯୁବ ବର୍ଗଙ୍କୁ ଚାକିରି ଦେବା ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଥିବା ବେଳେ ଚାକିରି ଖୋଲା ବଜାରରେ ବିକ୍ରି ହେଉଛି। ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ ଆସିଥିବା ବେଳେ, କେନ୍ଦ୍ର ସରକାରଙ୍କ ଅବହେଳା ଆହୁରି ବଢ଼ିଛି। ବିଜେପିର କୁଶାସନ ଓ ବିଫଳତାକୁ ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ ବୋଲି ଶ୍ରୀ ମିଶ୍ର କହିଥିଲେ।

ସେହିପରି ଭୁବନେଶ୍ୱରରେ ଆୟୋଜିତ ଜନସଂପର୍କ ପଦଯାତ୍ରା କାର୍ଯ୍ୟକ୍ରମରେ  ଦେବୀ ପ୍ରସାଦ ମିଶ୍ର, ଅଶୋକ ପଣ୍ଡା, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ,  ସୁଲୋଚନା ଦାସ, ମନ୍ମଥ ରାଉତରାୟ,  ମଂଜୁଲତା କହଁରଙ୍କ ସହ ବହୁ କର୍ପୋରେଟର, ପୂର୍ବତନ କର୍ପୋରେଟର, ମହିଳା, ଯୁବ ଓ ଛାତ୍ରଙ୍କ ସମେତ ବହୁ ନେତା ସାମିଲ ଥିଲେ।