Putin - The Sakala

ପୁତିନଙ୍କ ପାଇଁ ଭାରତ ଉପରେ ସାରା ବିଶ୍ୱର ନଜର
ନୂଆଦିଲ୍ଲୀ: କୁଟନୀତିରେ ଶବ୍ଦ ଗୁରୁତ୍ୱପୂର୍ଣ୍ଣ, ମାତ୍ର ରାଜନୀତିରେ ଚିତ୍ର ଲେଖିଥାଏ ଇତିହାସ। ରୁଷ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁତିନ୍‌ଙ୍କ ବିମାନ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀର ପାଲାମ ବିମାନନ୍ଦରରେ ଅବତରଣ ସମୟରେ ଭାରତ ଉପରେ ଥିଲା ସାରା ବିଶ୍ୱର ନଜର। ରନୱେରେ ଅଟକିବା ପରେ ସବୁ କ୍ୟାମେରାର ଲେନ୍ସ ବିମାନର ଦ୍ୱାର ଉପରେ ନିବଦ୍ଧ ହୋଇଥିଲା । ଯେତେବେଳେ ବିମାନର ଦ୍ୱାର ଖୋଲି ପୁତିନ୍‌ ବାହାରକୁ ଆସିଲେ, ସେତେବେଳେ ତାଙ୍କ ଶାରୀରିକ ଭାଷା ଭାରତ ବିରୋଧୀଙ୍କୁ ତଟସ୍ଥ କରି ଦେଇଥିଲା। ଆମେରିକା ସହ ଭାରତର ବାଣିଜ୍ୟିକ ଉତ୍ତେଜନା, ୟୁରୋପୀୟ ଦେଶ ସହ ସମ୍ପର୍କ, ଭାରତ ବିରୋଧରେ ପଡେ଼ାଶୀ ଦେଶଗୁଡ଼ିକର ନକରାତ୍ମକ ଏଜେଣ୍ଡା ଯେମିତି ସେହି ମୁହୂର୍ତ୍ତରେ ନିରର୍ଥକ ଜଣାପଡ଼ୁଥିଲା। ପୁତିନ୍‌ ବିମାନର ସିଢ଼ିରେ ଓହ୍ଲାଇବା ସମୟରେ ତାଙ୍କ ମୁହଁରେ ନ ଥିଲା ଯୁଦ୍ଧ ଉତ୍ତେଜନା ବା ଆନ୍ତର୍ଜାତୀୟ ଚାପର କୁଞ୍ଚନ । ତାଙ୍କ ମୁହଁର ହସ୍‌ ସୂଚାଇ ଦେଉଥିଲା ଯେ ସେ ଯେପରି କୌଣସି ବିଦେଶ ଗସ୍ତରେ ଆସି ନାହାନ୍ତି, ବିଶ୍ୱସ୍ତ ବନ୍ଧୁଙ୍କ ପରିବାରରେ ଅଛନ୍ତି ।

ପୁତିନ୍‌ଙ୍କୁ ୟୁରୋପୀୟ ଦେଶଗୁଡ଼ିକ “ଆଇସ୍‌ ମ୍ୟାନ’  ବା କଠୋର ନେତା ଭାବରେ ଅଭିହିତ କରିଥାଆନ୍ତି। ୟୁକ୍ରେନ୍‌ ଯୁଦ୍ଧ ପରଠାରୁ ତାଙ୍କ ମୁହଁରେ ସର୍ବଦା ଆକ୍ରମଣାତ୍ମକ ଓ କଠୋର ଭାବଭଙ୍ଗୀ ଅନେକ ଲକ୍ଷ୍ୟ କରିଥାଆନ୍ତି। ମାତ୍ର ଆଜି ଦିଲ୍ଲୀରେ ତାଙ୍କ ଚେହେରା ଓ ଶାରୀରିକ ଭାଷା ଥିଲା ବେଶ୍‌ ଭିନ୍ନ। ତାଙ୍କ ଚାଲିରେ ଥିଲା ପ୍ରଚଣ୍ଡ ଆତ୍ମବିଶ୍ୱାସ ।  ଜଣେ ନେତା ଯେତେବେଳେ କୌଣସି ଦେଶରେ ସୁରକ୍ଷିତ ଓ  ସମ୍ମାନଜନକ ଅନୁଭବ କରନ୍ତି ସେତେବେଳେ ଏପରି ଫୂର୍ତ୍ତି ଅନୁଭବ କରନ୍ତି ବୋଲି ପୁତିନ୍‌ଙ୍କ ଦିଲ୍ଲୀ ଅବତରଣ ସମୟର ଦୃଶ୍ୟକୁ ନେଇ ଶାରୀରିକ ଭାଷା ବିଶେଷଜ୍ଞଙ୍କ ମତ ଅନେକ ଦିଗକୁ ଇଙ୍ଗିତ କରିଛି। ଆମେରିକା ପ୍ରଶାସନ ପୁତିନ୍‌ଙ୍କ ଭାରତ ଗସ୍ତ ଉପରେ ତୀକ୍ଷ୍ମ ନଜର ରଖିଥିବାବେଳେ ୟୁରୋପୀୟ ଦେଶ ଓ ଆମେରିକାର ଅନେକ ଖବର ଏଜେନ୍ସିଗୁଡ଼ିକ ପୁତିନ୍‌ଙ୍କ ଭାରତ ଗସ୍ତକୁ ସର୍ବାଧିକ ପ୍ରାଥମିକତା ଦେବା ମଧ୍ୟ ଅନେକ ଦୃଷ୍ଟିରୁ ମହତ୍ୱପୂର୍ଣ୍ଣ ମନେ ହେଉଛି।

ରୁଷ ରାଷ୍ଟ୍ରପତି ବିମାନରୁ ଓହ୍ଲାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରନୱେରେ ତାଙ୍କୁ ଉଷ୍ଣ ଆଲିଙ୍ଗନ କରିବା ପୁତିନ୍‌ ମଧ୍ୟ ମୋଦିଙ୍କ ପିଠି ଥାପୁଡ଼ାଇବା ଦୁଇ ଦେଶ ମଧ୍ୟରେ ପାରସ୍ପରିକ  ଗଭୀର ସମ୍ପର୍କ, ଆତ୍ମିକ ସଂଯୋଗକୁ ପ୍ରମାଣିତ କରିଛି।  ଅନ୍ୟପକ୍ଷରେ ଦୁଇ ନେତା ବୁଲେଟ୍‌ପ୍ରୁପ୍‌ ଲିମୋସିନ୍‌ କାର ପରିବର୍ତ୍ତେ ସାଧାରଣ ଧଳା ଫର୍ଚୁନର କାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନକୁ ଏକତ୍ର ଯାତ୍ରା କରିଛନ୍ତି୤ କାର ଭିତରୁ ପୁତିନ୍‌ ଅଳ୍ପ ହସ ହସି ହାତ ହଲାଇ ଦେଇଥିବା ବାର୍ତ୍ତା କେଉଁ ଭାବରେ ୟୁରୋପୀୟ ଦେଶ ଓ ଆମେରିକାରେ ପ୍ରତିଫଳିତ ହେବ ତାହା ତ ଭିନ୍ନ କଥା, ମାତ୍ର ରୁଷ ସହ ଭାରତର ସମ୍ପର୍କର ବର୍ଦ୍ଧିତ ନିବିଡ଼ତା ଅନେକ କାହାଣୀ ଲେଖିବ ବୋଲି ରାଜନୈତିକ ବିେଶେଷଜ୍ଞମାନେ ମନେ କରୁଛନ୍ତି ।

ରୁଷିଆରୁ ଭାରତର ତେଲ ଆମଦାନୀ ପ୍ରସଙ୍ଗ; ଟ୍ରମ୍ପ୍‌ଙ୍କୁ ଝଟ୍‌କା ଦେଲେ ପୁତିନ୍‌, ଦୁଇ ଗୁଣ ଡିସ୍‌କାଉଣ୍ଟ ଦେଲା ମସ୍କୋ...
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ତେଲ କିଣିବା ପାଇଁ ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିଛନ୍ତି। ଏହା ସତ୍ତ୍ୱେ, ଭାରତ ଏବେ ରୁଷରୁ ଅଧିକ ତେଲ କିଣିବାକୁ ପ୍ରସ୍ତୁତ ହେଉଛି। କାରଣ ଆମେରିକା ସହିତ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା ଗଡ଼ି ଗଡ଼ି ଚାଲିଛି। ଏଭଳି ସମୟରେ ତେଲ କାରବାର କ୍ଷେତ୍ରରେ  ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ୍‌ ଟ୍ରମ୍ପ୍‌ଙ୍କୁ ବଡ଼ ଝଟ୍‌କା ଦେଇଛନ୍ତି, ଯାହା ଭାରତ ପାଇଁ ବେଶ ଲାଭଦାୟକ ହୋଇଛି। ରୁଷ ତେଲ କିଣାରେ  ଭାରତ ପାଇଁ ରିଆତି ବୃଦ୍ଧି କରିଛି। ୱାଶିଂଟନ୍‌ର ଅତିରିକ୍ତ ଟାରିଫ୍‌ର ଜବାବ୍‌ରେ ଦୁଇ ଗୁଣ ଡିସ୍‌କାଉଣ୍ଟ ଦେଇଛି ମସ୍କୋ।

ଏଠାରେ ସୂଚନାଯୋଗ୍ୟ ଯେ, ରୁଷ ହେଉଛି ଭାରତର ସବୁଠାରୁ ବଡ଼ ତୈଳ ଯୋଗାଣକାରୀ। ତଥାପି, ସେପ୍ଟେମ୍ବରରେ ଭାରତର ମୋଟ ତୈଳ ଆମଦାନୀରେ ରୁଷର ଅଂଶ ୩୩.୯% କୁ ହ୍ରାସ ପାଇଛି, ଯାହା ଏପ୍ରିଲରେ ୪୦% ଥିଲା। ସୂତ୍ର ଅନୁସାରେ, ରୁଷୀୟ ୟୁରାଲ ଅଶୋଧିତ ତୈଳ ଉପରେ ମସ୍କୋ ନଭେମ୍ବରରେ ବ୍ୟାରେଲ ପିଛା ୨ରୁ ୨.୫୦ ଡଲାର ରିଆତି ପ୍ରଦାନ କରୁଛି। ଏହା ଜୁଲାଇ-ଅଗଷ୍ଟ ମାସ  ତୁଳନାରେ ଅଧିକ। ପୂର୍ବରୁ ରୁଷ ସ୍ଥାନୀୟ ଗ୍ରାହକମାନଙ୍କୁ ପ୍ରାଥମିକତା ଦେଉଥିଲା ଏବଂ ବ୍ୟାରେଲ ପିଛା ରିହାତି ପ୍ରାୟ ୧ ଡଲାର ଦେଉଥିଲା। ଚଳିତ ମାସର ପ୍ରାରମ୍ଭରେ ଜାହାଜ ଚଳାଚଳ ତଥ୍ୟ ଦର୍ଶାଉଛି ଯେ ରୁଷରୁ ତୈଳ ଆମଦାନୀ ବୃଦ୍ଧି ପାଉଛି। କେପଲର ଲିମିଟେଡ୍‌ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଅନୁଯାୟୀ, ଅକ୍ଟୋବରରେ ରୁଷରୁ ଭାରତର ଅଶୋଧିତ ତୈଳ ଆମଦାନୀ ପ୍ରତିଦିନ ପ୍ରାୟ ୧.୭ ନିୟୁତ ବ୍ୟାରେଲ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହା ପୂର୍ବ ମାସ ତୁଳନାରେ ପ୍ରାୟ ୬%ଅଧିକ, କିନ୍ତୁ ଗତ ବର୍ଷ ତୁଳନାରେ ଟିକିଏ କମ୍।
ଆମେରିକା ଅଗଷ୍ଟ ମାସରେ ଭାରତୀୟ ସାମଗ୍ରୀ ଉପରେ ୫୦% ଅଧିକ ଶୁଳ୍କ ଲାଗୁ କରିଥିଲା। ଏହା ଭାରତକୁ ରୁଷରୁ ତେଲ କ୍ରୟ ହ୍ରାସ କରିବାକୁ ଚାପ ପକାଇବା ପାଇଁ ଉଦ୍ଦିଷ୍ଟ ଥିଲା। ତଥାପି, ଆମେରିକା ଚୀନ ଉପରେ ଏପରି କୌଣସି ଶୁଳ୍କ ଲଗାଇ ନ ଥିଲା, ଯେ କି ରୁଷ ତୈଳର ସବୁଠାରୁ ବଡ଼ କ୍ରେତା। ଜବାବରେ ଭାରତ ସ୍ପଷ୍ଟ କରିଛି ଯେ ଏହାର ଚୁକ୍ତିଗୁଡ଼ିକ ମୂଲ୍ୟ ଆଧାରିତ ଏବଂ ଏହା ଜାରି ରହିବ। ଏହା ବ୍ୟତୀତ, ଭାରତ ସୂଚିତ କରିଛି ଯେ ସେ ଆମେରିକାରୁ ଅଧିକ ତେଲ କିଣିବାକୁ ଚାହୁଁଛି। ଏହି ସମୟରେ, ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ୨୦୨୬ ପର୍ଯ୍ୟନ୍ତ ଦୀର୍ଘକାଳୀନ ଚୁକ୍ତି ପାଇଁ ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକା ସହିତ ଆଲୋଚନା ଆରମ୍ଭ କରିଛନ୍ତି।