CovidHospital - The Sakala

କୋଭିଡ ହସ୍ପିଟାଲ ଗୁଡ଼ିକରେ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ଏଡ଼ାଇବାକୁ ଅଗ୍ନିଶମ ବିଭାଗର ଆଗୁଆ ପ୍ରସ୍ତୁତି
ଭୁବନେଶ୍ୱର:  ଅଗ୍ନିଶମ ବିଭାଗର ଆଗୁଆ ପ୍ରସ୍ତୁତି । କୋଭିଡ ହସ୍ପିଟାଲ ଗୁଡ଼ିକରେ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ଏଡ଼ାଇବାକୁ ଅଗ୍ନିଶମ ବିଭାଗର ଆଗୁଆ ପ୍ରସ୍ତୁତି ।  ନିକଟ ଅତୀତରେ ବିଭିନ୍ନ କୋଭିଡ ହସ୍ପିଟାଲରେ ଘଟିଯାଇଥିବା ଭୟାବହ ଅଗ୍ନିକାଣ୍ଡକୁ ଆଖି ଆଗରେ ରଖି ଓଡ଼ିଶାରେ କାର୍ଯ୍ୟ କରୁଥିବା ୬୨ ଗୋଟି ଉତ୍ସର୍ଗିକୃତ କୋଭିଡ ହସ୍ପିଟାଲ ଗୁଡ଼ିକରେ କୌଣସି ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ଏଡ଼ାଇବା ପାଇଁ ମହାନିର୍ଦ୍ଦେଶକ ଅଗ୍ନିଶମସେବାଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ୬୨ ଗୋଟି କୋଭିଡ ହସ୍ପିଟାଲରେ ୩୮୪ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ୨୪ ଘଣ୍ଟା କାର୍ଯ୍ୟରେ ମୁତୟନ କରାଯାଇଛି । ଏଥିସହିତ ଅଧିକ କୋଭିଡ ସଂକ୍ରମିତ ରୋଗୀ ରହିଥିବା ବଡ଼ ବଡ଼ ହସ୍ପିଟାଲମାନଙ୍କରେ ଫାୟାର ଟେଣ୍ଡର ମଧ୍ୟ ମୁତୟନ କରାଯାଇଛି ।

ରବିବାର ଏମ୍ ଅକ୍ଷୟ ମହାନିର୍ଦ୍ଦେଶକ ଅଗ୍ନିଶମ ସେବା , ଅନ୍ୟ ବରିଷ୍ଠ ଅଗ୍ନିଶମ ଅଧିକାରୀମାନଙ୍କ ସହ ବହ୍ମପୁର ମହାନଗରରେ କୋଭିଡ ସଂକ୍ରମିତଙ୍କ ପାଇଁ କାର୍ଯ୍ୟ କରୁଥିବା ୬ ଗୋଟି କୋଭିଡ କେୟାର ହସ୍ପିଟାଲ ଯଥା ଏମ୍‌କେସିଜି କୋଭିଡ ମେଡିକାଲ କଲେଜ -୧, ଏମ୍‌କେସିଜି କୋଭିଡ ମେଡିକାଲ କଲେଜ ୨, ଉତ୍ସର୍ଗୀକୃତ  କୋଭିଡ ହସ୍ପିଟାଲ ଏମ୍‌କେସିଜି ମେଡିକାଲ କଲେଜ, ଅଶ୍ୱିନୀ କୋଭିଡ ହସ୍ପିଟାଲ , ଟାଟା କୋଭିଡ ହସ୍ପିଟାଲ ଶୀତଳାପଲ୍ଲୀ, ସିଟି କୋଭିଡ ହସ୍ପିଟାଲ ପରିଦର୍ଶନ କରିଥିଲେ  । ଏହି ଅବସରରେ ମୁତୟନ ଥିବା କର୍ମଚାରୀ ଓ ହସ୍ପିଟାଲ କର୍ମଚାରୀମାନଙ୍କ ସହିତ ଉକ୍ତ ହସ୍ପିଟାଲମାନଙ୍କରେ ଥିବା ଅଗ୍ନିନିର୍ବାପକ ବ୍ୟବସ୍ଥା ଓ ଅଗ୍ନିଶମ ବିଭାଗ ତରଫରୁ ନିଆଯାଇଥିବା ଅଗ୍ନିନିରାପତା ପଦକ୍ଷେପ  ଓ ପ୍ରସ୍ତୁତି ସମ୍ଭନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ସମସ୍ତ କର୍ମଚାରୀଙ୍କୁ ଯେ କୌଣସି ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବା ପାଇଁ ସଚେତନ କରାଇଥିଲେ ।

ଏହା ବ୍ୟତୀତ ଅସିତ ପାଣିଗ୍ରାହୀ ଅଗ୍ନିଶମ ଆରକ୍ଷୀ ମହାନିରୀକ୍ଷକ ଯାଜପୁର ଜିଲ୍ଲାରେ ଥିବା ଟାଟା  କୋଭିଡ ହସ୍ପିଟାଲ ମଧ୍ୟ ପରିଦର୍ଶନ କରି କର୍ମଚାରୀମାନଙ୍କୁ ସହ ଅଗ୍ନିନିରାପତ୍ତା ସମ୍ୱନ୍ଧରେ  ଆଲୋଚନା କରିଥିଲେ । ଏତତ୍ ଭିନ୍ନ ମହାନିର୍ଦ୍ଦେଶକ ଅଗ୍ନିଶମ ସେବା ଉପରୋକ୍ତ କୋଭିଡ ହସ୍ପିଟାଲ ଏବଂ କୋଭିଡ କେୟାର କେନ୍ଦ୍ର ଗୁଡ଼ିକରେ ନିୟମିତ ବ୍ୟବଧାନରେ ପ୍ରତିଦିନ ମକ୍ ଡ୍ରିଲ କରାଯାଇ ହସ୍ପିଟାଲ ପରିଚାଳନା କର୍ତ୍ତୃପକ୍ଷ ଓ କର୍ମଚାରୀମାନଙ୍କୁ ତାଲିମ୍ ଦେବା ସହ ଅଗ୍ନିଦୁର୍ଘଟଣା ବାବଦରେ ସଚେତନତା କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।