competitive exams - The Sakala

ଝାଡ଼ଖଣ୍ଡରେ ପ୍ରଶ୍ନପତ୍ର ଲିକ୍ ବିରୋଧରେ ଛାତ୍ର ଆନ୍ଦୋଳନ ତୀବ୍ର: ଆମରଣ ଅନଶନରେ ବସିଲେ ଛାତ୍ରନେତା, CJPର ମିଳିଲା ସମର୍ଥନ
ଝାଡ଼ଖଣ୍ଡରେ ଏବେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍ (Paper Leak) ମାମଲାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଜେପିଏସସି (JPSC) ଏବଂ ଜେଏସଏସସି (JSSC) ଭଳି ଗୁରୁତ୍ୱପୂର୍ଣ୍ଣ ସରକାରୀ ପରୀକ୍ଷାରେ ବ୍ୟାପକ ଜାଲିଆତି ଅଭିଯୋଗ ଆଣି ରାଜଧାନୀ ରାଞ୍ଚିରେ ହଜାର ହଜାର ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ଛାତ୍ରନେତା ଦେବେନ୍ଦ୍ର ନାଥ ମାହାତୋ ଏବେ ରାଞ୍ଚିର ଜୟପାଲ ସିଂହ ମୁଣ୍ଡା ଷ୍ଟାଡିୟମ ଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନ ଆରମ୍ଭ କରିଛନ୍ତି। ନିଟ୍ (NEET) ପ୍ରଶ୍ନପତ୍ର ଲିକ୍ ବିରୋଧରେ ଦିଲ୍ଲୀର ଜନ୍ତର ମନ୍ତରଠାରେ ଆନ୍ଦୋଳନର ନେତୃତ୍ୱ ନେଇଥିବା ସଂଗଠନ ସିଜେପି (CJP) ଏବେ ଝାଡ଼ଖଣ୍ଡର ଏହି ଛାତ୍ର ଆନ୍ଦୋଳନକୁ ନିଜର ପୂର୍ଣ୍ଣ ସମର୍ଥନ ଘୋଷଣା କରିଛି।

ଛାତ୍ରଛାତ୍ରୀଙ୍କ ପ୍ରମୁଖ ଦାବି

ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ସହ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବିଶେଷ କରି ୧୪ତମ ଝାଡ଼ଖଣ୍ଡ ଲୋକସେବା ଆୟୋଗ (JPSC) ର ପ୍ରିଲିମିନାରୀ ପରୀକ୍ଷାକୁ ବାତିଲ କରିବା ଏବଂ ଟିଡିପିଏଲ୍ (TDPL) ଭଳି ଏଜେନ୍ସି ଦ୍ୱାରା ପରିଚାଳିତ ପରୀକ୍ଷାଗୁଡ଼ିକର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବ୍ୟକ୍ତିଗତ ଭାବେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ କରନ୍ତୁ ବୋଲି ଅନଶନରତ ଛାତ୍ରନେତା ଦେବେନ୍ଦ୍ର ନାଥ ମାହାତୋ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଅନଶନ ଜାରି ରହିବ ଏବଂ ଦରକାର ପଡ଼ିଲେ ସରକାରଙ୍କୁ ଆଣ୍ଠେଇବାକୁ ବାଧ୍ୟ କରାଯିବ।

ସିଜେପି (CJP) ର ସମର୍ଥନ ଏବଂ ଆନ୍ଦୋଳନର ବ୍ୟାପକତା

ସମ୍ପ୍ରତି ଦିଲ୍ଲୀରେ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET) ପ୍ରଶ୍ନପତ୍ର ଲିକ୍ ମାମଲାରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ଙ୍କ ସହ ମିଶି ବଡ଼ ଧରଣର ଆନ୍ଦୋଳନ କରିଥିବା ଛାତ୍ର ସଂଗଠନ କକ୍ରୋଚ୍ ଜନତା ପାର୍ଟି (CJP) ଝାଡ଼ଖଣ୍ଡର ଏହି ପ୍ରସଙ୍ଗରେ ସାମିଲ ହୋଇଛି। ସିଜେପି ପକ୍ଷରୁ ଏହି ଆନ୍ଦୋଳନକୁ ସମର୍ଥନ ମିଳିବା ପରେ ଝାଡ଼ଖଣ୍ଡ ସରକାରଙ୍କ ଉପରେ ଚାପ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ଏହି ଆନ୍ଦୋଳନ ଦିଲ୍ଲୀର ଜନ୍ତର ମନ୍ତର ଢାଞ୍ଚାରେ ଆଗକୁ ବଢ଼ୁଥିବା ଦେଖିବାକୁ ମିଳୁଛି।

ବିରୋଧୀଙ୍କ ଟାର୍ଗେଟରେ ରାଜ୍ୟ ସରକାର

ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ବିରୋଧୀ ଦଳ ନେତା ଅମର କୁମାର ବାଉରୀ ଅଭିଯୋଗ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଙ୍କ ସରକାର ଅମଳରେ ରାଜ୍ୟରେ ସଲଭର ଗ୍ୟାଙ୍ଗ (Solver gangs) ସକ୍ରିୟ ହୋଇଛନ୍ତି ଏବଂ ଚାକିରିକୁ ଖୁଲମଖୁଲା ବିକ୍ରି କରାଯାଉଛି। ଏହି ମାମଲାରେ ସିବିଆଇ (CBI) ତଦନ୍ତ ଦାବି କରିବା ସହ ମୁଖ୍ୟମନ୍ତ୍ରୀ ନୈତିକତା ଆଧାରରେ ଇସ୍ତଫା ଦେବା ଉଚିତ ବୋଲି ବିରୋଧୀ କହିଛନ୍ତି।

ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଛାତ୍ରଛାତ୍ରୀମାନେ ରାଞ୍ଚିରେ ଏକତ୍ରିତ ହୋଇ ସେମାନଙ୍କର ହକ୍ ପାଇଁ ଲଢେଇ କରୁଥିବା ବେଳେ, ଆଗାମୀ ଦିନରେ ସରକାର ଏହି ପ୍ରସଙ୍ଗରେ କି ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସରକାରଙ୍କୁ ପରୀକ୍ଷା ପୀଡ଼ା; ମାନସିକ ଚାପରେ କଲବଲ ମେଧାବୀ ପରୀକ୍ଷାର୍ଥୀ, ଆଜିଠୁ ପୁଣିଥରେ ଆରମ୍ଭ ହେଉଛି ଆର୍‌ଆଇ-ଅମିନ ପରୀକ୍ଷା...
ଭୁବନେଶ୍ୱର: ଗତ ୧୫ ମାସ ମଧ୍ୟରେ ପୂର୍ବ ସରକାର ସମୟରେ ପ୍ରକାଶିତ ନିଯୁକ୍ତି ବିଜ୍ଞପ୍ତି ଆଧାରରେ ଅନେକ ବିଭାଗରେ ନିଯୁକ୍ତି ଏବର ସରକାର ପ୍ରଦାନ କରିଛନ୍ତି। ଇତି ମଧ୍ୟରେ କିଛି ନୂଆ ସରକାରୀ ଚାକିରି ବାହାରୁନାହିଁ। ପାଠପଢ଼ି ବେକାର ବସିଥିବା ସାଧାରଣ ସ୍ନାତକଙ୍କ ପାଇଁ ଏଯାଏ ଗୋଟିଏ ବି ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ମାତ୍ର ପୂର୍ବ ସରକାର ସମୟରେ ପ୍ରକାଶିତ ନିଯୁକ୍ତି ନିମନ୍ତେ ପରୀକ୍ଷା ପରିଚାଳନା କରିବାରେ ଏବେ ସରକାର ଅସମର୍ଥ ହୋଇଛନ୍ତି। କେତେବେଳେ ପ୍ରଶ୍ନପତ୍ର ଲିକ୍‌ ହେଉଛି ତ ଆଉ କେତେବେଳେ ଚାକିରି ବିକ୍ରି ହେଉଛି। ପୂର୍ବରୁ ଆର୍‌ଆଇ-ଅମିନ, ଫରେଷ୍ଟର-ଫରେଷ୍ଟଗାର୍ଡ, ଟ୍ରାଫିକ୍‌ ଏସ୍‌ଆଇ ପରୀକ୍ଷାରେ ବ୍ୟପକ ଅସଙ୍ଗତି ଦେଖାଦେଇଥିଲା। ସମ୍ପ୍ରତି ପୁଲିସ୍‌ ଏସ୍‌ଆଇ ଚାକିରି ବିକ୍ରି ଉଦ୍ୟମ କରୁଥିବା ଏକ ବଡ଼ ରାକେଟ୍‌ ଧରାପଡ଼ିବା ପରେ ମେଧାବୀ ଆଶାୟୀଙ୍କ ମନୋବଳ ଭାଙ୍ଗି ଯାଇଛି। ଯେତେ ମେଧାବୀ ହେଲେ ମଧ୍ୟ ପକେଟରେ ଟଙ୍କା ନ ଥିଲେ ଓଡ଼ିଶାରେ ଚାକିରି ମିଳିବ ନାହିଁ ବୋଲି ଆଶାୟୀଙ୍କ ମଧ୍ୟରେ ଏକ ଧାରଣା ସୃଷ୍ଟି ହୋଇଛି।

ଗତ ଜାନୁଆରୀ ମାସରେ ପୁଲିସ୍‌ ଏସ୍‌ଆଇ ପରୀକ୍ଷା ପାଇଁ ବିଜ୍ଞପ୍ତି ବାହାରିଥିଲା। ମାର୍ଚ୍ଚ ୮ ଓ ୯ରେ ପରୀକ୍ଷା କରିବା ପାଇଁ ସ୍ଥିର ହୋଇଥିଲେ ମଧ୍ୟ ପରୀକ୍ଷାର ମାତ୍ର ଦିନକ ପୂର୍ବରୁ ପରୀକ୍ଷାକୁ ବାତିଲ୍‌ କରାଯାଇଥିଲା। ଏହାର ୭ମାସ ପରେ ଅର୍ଥାତ୍‌ ଚଳିତମାସରେ ପରୀକ୍ଷା ହେବାକୁ ଧାର୍ଯ୍ୟ ହୋଇଥିବାବେଳେ ଚାକିରି ବିକ୍ରି ହେବା ଘବର ପଦାକୁ ଆସିଛି। ଫଳରେ ଅନ୍ୟ ସମସ୍ତ ପରୀକ୍ଷାକୁ ଛାଡ଼ି ଦୀର୍ଘ ୧୦ ମାସ ହେବ ଏସ୍‌ଆଇ ପରୀକ୍ଷା ପ୍ରସ୍ତୁତି କରୁଥିବା ଆଶୟୀ ନିରାଶ ହୋଇଛନ୍ତି। ପୁଣି ଚାକିରି ବିକ୍ରି ହେଉଥିବା ଖବର ସେମାନଙ୍କ ଆଖିରୁ ନିଦ ହଜେଇଦେଇଛି।  ଭାତ ଆଳୁସିଝା ଖାଇ ପାଠ ପଢ଼ୁଥିବା ବହୁ ଗରିବ ମେଧାବୀ କେବଳ ଭଗବାନଙ୍କୁ ଡ଼ାକୁଛନ୍ତି ।

ସେହିପରି ଆଜି ଠାରୁ ପୁଣିଥରେ ଆରମ୍ଭ ହେଉଥିବା ଆର୍‌ଆଇ-ଅମିନ ପରୀକ୍ଷା ମଧ୍ୟ ମୂଳରୁ ବିବାଦୀୟ ହୋଇସାରିଛି। ପ୍ରଥମ ଥର ଅନୁଷ୍ଠିତ ହୋଇଥିବା ପ୍ରିଲିମିନାରୀ ପରୀକ୍ଷାରେ କମ୍ପ୍ୟୁଟର ସ୍ୱତଃପ୍ରବୃତ୍ତ ଭାବେ ଚାଲିବାଠାରୁ ଆରମ୍ଭ କରି ସାଇବର୍‌ କାଫେ ଓ କଲ୍ୟାଣମଣ୍ଡପରେ ପରୀକ୍ଷା ହେବା ଅବ୍ୟବସ୍ଥାକୁ ପଦାରେ ପକାଇଥିଲା। ପିଲାଙ୍କ ଆନ୍ଦୋଳନ ମଧ୍ୟରେ ପରୀକ୍ଷା ହୋଇଥିଲା। ପରବର୍ତ୍ତୀ ସମୟରେ ଅନିୟମିତତାକୁ ସରକାର ସ୍ୱୀକାର ମଧ୍ୟ କରିଥିଲେ। ମାମଲା କୋର୍ଟରେ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟାକୁ ରଦ୍ଦ କରାଯାଇଥିଲା। ଏବେ ପୁଣି ଆଉଥରେ ପରୀକ୍ଷା ହେଉଛି । ଏହି ନିଯୁକ୍ତି ସରିପାରୁ ନ ଥିବାରୁ ପିଲାମାନେ ପାଠ ପଢ଼ିପାରୁ ନାହାନ୍ତି କି ଛାଡ଼ି ମଧ୍ୟ ପାରୁ ନାହାନ୍ତି ଓ ମାନସିକ ଚାପରେ ପେଶି ହେଉଛନ୍ତି।

ଫରେଷ୍ଟର-ଫରେଷ୍ଟଗାର୍ଡ ପରୀକ୍ଷାରେ ମଧ୍ୟ ବ୍ୟାପକ ଅନିୟମିତତା ଓ ଚାକିରି ବିକ୍ରି ହୋଇଥିବା ପରି ଅଭିଯୋଗ ଆସିଥିଲା। ସରକାର ମଧ୍ୟ ପରୋକ୍ଷରେ ଏହାକୁ ସ୍ୱୀକାର କରିବା ସହ କିଛି ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ଏହି ପରୀକ୍ଷା ପରିଚାଳନା କରୁଥିବା ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି)ର ବ୍ୟାପକ ତ୍ରୁଟି ସାମ୍ନାକୁ ଆସିଲା। ଏହା ନିଯୁକ୍ତି ପ୍ରକ୍ରିୟାକୁ ମଧ୍ୟ ପ୍ରାୟ ୨ବର୍ଷ ବିତିଥିଲେ ମଧ୍ୟ ଆଶାୟୀମାନେ ନିଯୁକ୍ତି ପାଇପାରି ନାହାନ୍ତି। ଟ୍ରାଫିକ୍‌ ଏସ୍‌ଆଇ ପରୀକ୍ଷାରେ ମଧ୍ୟ ବିଭ୍ରାଟ ଦେଖାଦେଇଥିଲା। ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି) ପରିଚାଳିତ ଏହି ପରୀକ୍ଷାରେ ପ୍ରଶ୍ନପତ୍ର ପାର୍ଟନ ହିଁ ଭୁଲ୍‌ ପକାଇଥିଲା। ଓଏସ୍‌ଏସ୍‌ସିର ଏତେ ବଡ଼ ତ୍ରୁଟି ପ।।ଇଁ ଲକ୍ଷାଧିକ ପରୀକ୍ଷାର୍ଥୀ ହଇରାଣ ହେବା ସହ ବିପୁଳ ରାଜସ୍ୱ ହାନି ହୋଇଥିଲେ ମଧ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ। ଏଲ୍‌ଟିଆର୍‌ ପରୀକ୍ଷା ପ୍ରଶ୍ନପତ୍ରରେ ମଧ୍ୟ ତ୍ରୁଟି ପାଇଁ ଏଯାଏଁ ନିଯୁକ୍ତି ପ୍ରକ୍ରିୟା ସରିପାରୁନାହିଁ। ଗୋଟିଏ ପରେ ଆଉ ଗୋଟିଏ ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ହେଉଥିବାରୁ ଆଶାୟୀଙ୍କ ମଧ୍ୟରେ ନିରାଶା ଭାବ ଖେଳିଯାଉଛି। ଅସନ୍ତୋଷ ବଢ଼ିବା ସହ ନୂତନ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର ନ କଲେ ବ୍ୟାପକ ଆନ୍ଦୋଳନ କରିବେ ବୋଲି ଆଶାୟୀମାନେ ସାମାଜିକ ଗଣମାଧ୍ୟମ ଏକ୍ସରେ ସରକାରଙ୍କୁ ଚେତାବନୀ ଦେଉଛନ୍ତି।