Delivery - The Sakala

୧୦୮ ଆମ୍ବୁଲାନ୍ସରେ ସୁରକ୍ଷିତ ପ୍ରସବ: ଇ.ଏମ.ଟିଙ୍କ ତତ୍ପରତାରେ ମା' ଓ ଶିଶୁଙ୍କ ଜୀବନ ରକ୍ଷା
ଭୁବନେଶ୍ୱର/ରାୟଗଡା: ମାନବିକତା ଓ ସେବାଭାବର ଆଉ ଏକ ଅନନ୍ୟ ଉଦାହରଣ ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାରେ ଦେଖିବାକୁ ମିଳିଛି। ୧୦୮ ଆମ୍ବୁଲାନ୍ସ ସେବାର ତ୍ୱରିତ ପଦକ୍ଷେପ, ଇ.ଏମ.ଟିଙ୍କ ଅଭିଜ୍ଞତା ଏବଂ କର୍ତ୍ତବ୍ୟନିଷ୍ଠା ଯୋଗୁଁ ଆମ୍ବୁଲାନ୍ସ ଭିତରେ ଜଣେ ଗର୍ଭବତୀ ମହିଳାଙ୍କ ସୁରକ୍ଷିତ ପ୍ରସବ ସମ୍ଭବ ହୋଇଥିବାବେଳେ ମା' ଓ ନବଜାତ ଶିଶୁ କନ୍ୟାଙ୍କ ଜୀବନ ରକ୍ଷା ପାଇଛି।

ସୂଚନା ଅନୁଯାୟୀ, ରାୟଗଡା ଜିଲ୍ଲାର ଚାକୁଣ୍ଡା ଗ୍ରାମର ବାସିନ୍ଦା ଭାନୁ ଜାଗରଙ୍ଗା ପ୍ରସବ ବେଦନାରେ ପୀଡ଼ିତ ହେବା ପରେ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ତାଙ୍କୁ ହସ୍ପିଟାଲକୁ ନିଆଯାଉଥିଲା। ଚାକୁଣ୍ଡା–ଖମାରିଗୁଡା ଜଙ୍ଗଲ ରାସ୍ତା ମଝିରେ ହଠାତ୍ ପ୍ରସବ ବେଦନା ତୀବ୍ର ହୋଇଯାଇଥିଲା। ପରିସ୍ଥିତିର ଗୁରୁତ୍ୱକୁ ଅନୁଭବ କରି ୧୦୮ ଆମ୍ବୁଲାନ୍ସର ଇ.ଏମ.ଟି ଯୁଗଳ କିଶୋର ଶବର ନିଜର ଅଭିଜ୍ଞତା, ସାହସ, ଧୈର୍ଯ୍ୟ ଏବଂ ତତ୍ପରତା ପ୍ରଦର୍ଶନ କରି ଆଶାକର୍ମୀଙ୍କ ସହଯୋଗରେ ଆମ୍ବୁଲାନ୍ସ ଭିତରେ ହିଁ ସୁରକ୍ଷିତ ଭାବେ ପ୍ରସବ କରାଇଥିଲେ। ପ୍ରସବ ପରେ ମା' ଓ ନବଜାତ ଶିଶୁ କନ୍ୟାଙ୍କୁ ତୁରନ୍ତ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଉଭୟ ମା' ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି।

ଏହି ଘଟଣା ପୁଣିଥରେ ପ୍ରମାଣ କରିଛି ଯେ, ୧୦୮ ଆମ୍ବୁଲାନ୍ସ ସେବା କେବଳ ଜରୁରୀ ପରିବହନ ସେବା ନୁହେଁ, ବରଂ ଆବଶ୍ୟକ ସମୟରେ ଜୀବନ ରକ୍ଷା କରିବାରେ ଏକ ନିର୍ଭରଯୋଗ୍ୟ ସାଥୀ। କେବଳ କିଛି ମିନିଟର ତତ୍ପରତା ଜୀବନ ଓ ମୃତ୍ୟୁ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରିଥିବାବେଳେ, ୧୦୮ ଆମ୍ବୁଲାନ୍ସ ଟିମ୍‌ର ସେବାଭାବ, ଦାୟିତ୍ୱବୋଧ ଓ ମାନବିକତା ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା ସାଉଁଟିଛି।

ଘଣ୍ଟାଏ ଭିତରେ ଯେକୌଣସି ସ୍ଥାନକୁ ହେବ ଡେଲିଭରି
ୱାସିଂଟନ: ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍‌ନାକୁ ଆସିଛି। ଏଠାକାର ଏକ ଏରୋସ୍ପେସ ତଥା ଡିଫେନ୍ସ କମ୍ପାନୀ ‘ଇନଭର୍ଜନ’ ବିଶ୍ବର ଏଭଳି ଏକ ପ୍ରଥମ ମହାକାଶ ଯାନ ପ୍ରସ୍ତୁତ କରି, ଯାହା ମାଧ୍ୟମରେ ପୃଥିବୀର ନିମ୍ନ କକ୍ଷରୁ ଯେକୌଣସି ସ୍ଥାନକୁ ଘଣ୍ଟାଏରୁ କମ୍‌ ସମୟ ମଧ୍ୟରେ ସାମଗ୍ରୀ ପହଞ୍ଚାଇ ହେବ। ଏହି ଯାନ ୨୨୭ କେଜି ଓଜନ ପର୍ଯ୍ୟନ୍ତ ଭାର ତଥା ଜରୁରୀ ସାମଗ୍ରୀ ନେଇପାରିବ। ଏହି ଯାନର ନାମ ‘ଆର୍କ’ ରଖାଯାଇଛି। କମ୍ପାନୀ ଏକ କାର୍ଯ୍ୟକ୍ରମରେ ଏହି ଯାନ ଲଞ୍ଚ୍‌ କରିଛି। ଇନଭର୍ଜନର ସହ-ପ୍ରତିଷ୍ଠାତା ଜଷ୍ଟିସ ଫିୟାସ୍କେଟି ଏବଂ ଅଷ୍ଟିନ ବ୍ରିଗ୍ସ କହିଛନ୍ତି ଯେ ଏହା ଏକ ନୂଆ ଲଜିଷ୍ଟିକ ପ୍ଲାଟଫର୍ମ। ଏହା ମହାକାଶରେ ଏକ ନେଟୱର୍କ ପ୍ରସ୍ତୁତ କରି ପୃଥିବୀକୁ ପୂର୍ବାପେକ୍ଷା ଅଧିକ ସୁଗମ (ଆକ୍ସେସେବୁଲ) କରିବ। ଏହି ଯାନ ଘଣ୍ଟା ପ୍ରତି ୨୪, ୭୦୦ କିମି ବେଗରେ ଗତି କରିବ। ମହାକାଶ ଯାନ ତୁଳନାରେ ଏହା ବହୁତ କ୍ଷୁଦ୍ର। ଏହି ଯାନର ଉଚ୍ଚତା ୮ ଫୁଟ ଏବଂ ଓସାର ୪ ଫୁଟ।

ମହାକାଶରେ ପୁଣିଥରେ ପହଞ୍ଚିବା ପରେ ଆର୍କ ନିଜକୁ ନିୟନ୍ତ୍ରଣ କରିପାରିବ। ଏହା ପାରାଚୁଟ ମାଧ୍ୟମରେ ବିନା ରନୱେରେ ଅବତରଣ ମଧ୍ୟ କରିବାରେ ସକ୍ଷମ। ସାମଗ୍ରୀ ପହଞ୍ଚାଇବା ପାଇଁ ଡିଜାଇନ କରାଯାଇଥିବାରୁ ଏହା ମନୁଷ୍ୟକୁ ନେଇ ଯାଉଥିବା ଯାନ ତୁଳନାରେ ଶସ୍ତା। ଆର୍କ ପୁନଃବ୍ୟବହାରକ୍ଷମ ଏବଂ ସଠିକ ଭାବେ ଅବତରଣ କରିପାରିବ। ଏବେ ସୁଦ୍ଧା ଏହି ଯାନର ଅନେକ ପରୀକ୍ଷଣ ସଫଳ ହେଲାଣି। ଆର୍କକୁ ପୃଥିବୀ କକ୍ଷରେ ରଖାଯିବ। ଏହା ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବ। ଆବଶ୍ୟକ ପଡ଼ିଲେ ପୃଥିବୀର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘଣ୍ଟାଏ ମଧ୍ୟରେ ସାମଗ୍ରୀ ପହଞ୍ଚାଇବ।