Vijay Rashmika Wedding Date - The Sakala

ବିଜୟ-ରଶ୍ମିକାଙ୍କ ନିର୍ବନ୍ଧ ସରିଲା, ୨୦୨୬ ଫେବୃଆରୀରେ ପଡିବ ହାତଗଣ୍ଠି
ହାଇଦ୍ରାବାଦ/ମୁମ୍ବାଇ: ଦକ୍ଷିଣ ସିନେମା ଜଗତର ଚର୍ଚ୍ଚିତ ଯୋଡି ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ପ୍ରେମ କାହାଣୀକୁ ନେଇ ଚାଲିଥିବା କଳ୍ପନାଜଳ୍ପନାରେ ପୂର୍ଣ୍ଣଛେଦ ପଡିଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉଭୟ ଲୁଚାଛପାରେ ନିର୍ବନ୍ଧ କରିସାରିଛନ୍ତି ଏବଂ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

ସୂଚନା ମିଳିଛି ଯେ ଅଭିନେତା ବିଜୟ ଦେବରକୋଣ୍ଡା ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନା ପରିବାର ଏବଂ ନିକଟତମ ବନ୍ଧୁମାନଙ୍କ ଉପସ୍ଥିତିରେ ଏକ ବ୍ୟକ୍ତିଗତ ଉତ୍ସବରେ ନିର୍ବନ୍ଧ ସାରିଛନ୍ତି। ଏହି ଖବରକୁ ଉଭୟ ଗୋପନୀୟତା କାରଣରୁ ଏପର୍ଯ୍ୟନ୍ତ ଘୋଷଣା କରିନାହାଁନ୍ତି।

ସବୁଠାରୁ ବଡ ଖବର ହେଉଛି, ଉଭୟଙ୍କ ବିବାହ ତାରିଖ ମଧ୍ୟ ଫାଇନାଲ୍ ହୋଇସାରିଛି। ରିପୋର୍ଟ ମୁତାବକ, ଏହି ଲୋକପ୍ରିୟ ଯୋଡ଼ି ଫେବୃଆରୀ ୨୦୨୬ ରେ ବିବାହ ବନ୍ଧନରେ ବାନ୍ଧି ହେବେ। ଯଦିଓ ଉଭୟ କଳାକାରଙ୍କ ପକ୍ଷରୁ ଏହି ଖବରକୁ ଆନୁଷ୍ଠାନିକ ଭାବେ ନିଶ୍ଚିତ କରାଯାଇ ନାହିଁ।

ବିଜୟ ଓ ରଶ୍ମିକାଙ୍କ ନିର୍ବନ୍ଧ ଖବର ଏପରି ଏକ ସମୟରେ ଆସିଛି, ଯେତେବେଳେ କିଛି ଦିନ ତଳେ ରଶ୍ମିକା ମନ୍ଦାନାଙ୍କର ଶାଢ଼ୀ ପିନ୍ଧା ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଫ୍ୟାନ୍‌ମାନେ ଅନୁମାନ କରିଥିଲେ ଯେ ଏହି ଫଟୋଗୁଡ଼ିକ ହୁଏତ ଉଭୟଙ୍କ ନିର୍ବନ୍ଧ ସମୟର ହୋଇପାରେ। ତେବେ ଏହି ପୋଷ୍ଟରେ ରଶ୍ମିକା ଦଶହରା ଅଭିନନ୍ଦନ ଜଣାଇବା ସହ ତାଙ୍କ ଆଗାମୀ ଫିଲ୍ମ 'ଥାମା'ର ଟ୍ରେଲର ଏବଂ ଗୀତକୁ ମିଳିଥିବା ଭଲ ପାଇଁ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଥିଲେ।

ଉଭୟ ଷ୍ଟାର୍ ଏପର୍ଯ୍ୟନ୍ତ ନିଜ ସମ୍ପର୍କକୁ ଆନୁଷ୍ଠାନିକ ଭାବେ ସ୍ୱୀକାର କରିନଥିଲେ ମଧ୍ୟ ସେମାନଙ୍କ ଛୁଟିଦିନର ଫଟୋ ଅନେକ ଥର ଭାଇରାଲ ହୋଇଛି। ବର୍ତ୍ତମାନ ନିର୍ବନ୍ଧ ଓ ବିବାହ ଖବର ପରେ ଉଭୟଙ୍କ ପ୍ରଶଂସକମାନେ ଅଭିନନ୍ଦନ ଜଣାଇବା ଆରମ୍ଭ କରିଦେଇଛନ୍ତି।

ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ କାର୍ଯ୍ୟ କ୍ଷେତ୍ର ବିଷୟରେ କହିବାକୁ ଗଲେ, ସେ ଖୁବ୍ ଶୀଘ୍ର ହରର-କମେଡି ଫିଲ୍ମ 'ଥାମା'ରେ ନଜର ଆସିବେ। ଏହି ଫିଲ୍ମର ନିର୍ଦ୍ଦେଶନା ଆଦିତ୍ୟ ସରପୋତଦାର ଦେଇଛନ୍ତି ଏବଂ ଏଥିରେ ଆୟୁଷ୍ମାନ ଖୁରାନା, ନୱାଜୁଦ୍ଦିନ ସିଦ୍ଦିକି ଓ ପରେଶ ରାୱଲଙ୍କ ଭଳି ଅଭିନେତା ରହିଛନ୍ତି। ଏହି ଫିଲ୍ମଟି ଅକ୍ଟୋବର ୨୧, ୨୦୨୫ ରେ ମୁକ୍ତିଲାଭ କରିବ।