Odisha Police SI Exam Scam - The Sakala

ପୋଲିସ SI ପରୀକ୍ଷା ସ୍କାମ: CBI ଚାର୍ଜସିଟ୍‌ରେ ଚାଞ୍ଚଲ୍ୟକର ତଥ୍ୟ, ସନ୍ଦେହଘେରରେ OPRB
ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା ସ୍କାମ ମାମଲାରେ ସିବିଆଇ ଦାଖଲ କରିଥିବା ଚାର୍ଜସିଟ୍ ରେ ରହିଛି ଚାଞ୍ଚଲ୍ୟକର ତଥ୍ୟ । ୨୦୨୫ ମାର୍ଚ୍ଚ ମାସରୁ ସବୁ କିଛି ଡିଲ୍ ହୋଇସାରିଥିଲା । ପ୍ରଶ୍ନପତ୍ର ଛାପିବା ଦାୟିତ୍ଵ OPRB ର ରହିଥିବା ବେଳେ ଚଞ୍ଚକତା କରି ସିଲିକନ୍ ଟେକ୍ ଏମଡି ସୁରେଶ ନାୟକ ଏକ ସେଟ ପ୍ରଶ୍ନ ପତ୍ର ଛାପି ନେଇ ଚାଲିଯାଇଥିଲେ । ପ୍ରଶ୍ନପତ୍ରକୁ ଦେଖାଇ ଆଶାୟୀ ପରୀକ୍ଷାର୍ଥୀଙ୍କୁ ପ୍ରଲୋଭିତ କରିବା ସହ ୨୫ ଲକ୍ଷ ଟଙ୍କାରେ ପୋଲିସ ଏସଆଇ ପଦବୀ ହୋଇଥିଲା ଡିଲ। ହଠାତ ମାର୍ଚ୍ଚ ମାସରେ ପରୀକ୍ଷା ବାତିଲ ହୋଇଯିବାରୁ ସବୁକିଛି ହୋଇଯାଇଥିଲା ଗଡବଡ ।

ହେଲେ ପୁଣିଥରେ ଅକ୍ଟୋବରରେ ପରୀକ୍ଷା ତାରିଖ ଘୋଷଣା ସହ ପୂର୍ବରୁ ଛାପା ହୋଇଥିବା ପ୍ରଶ୍ନପତ୍ର ଅନୁସାରେ ପରୀକ୍ଷା ହେବା ନେଇ ସ୍ଥିର ହେବା ପରେ ଦଲାଲଙ୍କ ଆଶା ହୋଇଥିଲା ଉଜ୍ଜୀବିତ । ପୁଣି ଡିଲ ଆରମ୍ଭ ହେବା ସହ ଜୋରସୋରରେ ଚାଲିଥିଲା ଚାକିରି କିଣାବିକା । ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଛାପିବା ଦାୟିତ୍ଵ OPRB ର ରହିଥିବା ବେଳେ ୫ଟି ସେଟ ପ୍ରଶ୍ନପତ୍ର ପ୍ରସ୍ତୁତ କରି OPRB କୁ ଦେଇଥିଲା ସିଲିକନ୍ ଟେକ୍ ଲ୍ୟାବ ଏମଡି ସୁରେଶ ନାୟକ । ସେଟ ନମ୍ବର ୫ ପ୍ରଶ୍ନପତ୍ର ଛାପିବା ପାଇଁ OPRB କହିଥିଲା । ହେଲେ ଚଞ୍ଚକତା କରି ସୁରେଶ ଛାପିଥିଲେ ସେଟ ନମ୍ବର ୩ । କାରଣ ୨୫ ଲକ୍ଷ ଟଙ୍କା ନେଇଥିବା ଆଶାୟୀ ପରୀକ୍ଷାର୍ଥୀଙ୍କୁ ପୂର୍ବରୁ ଏହି ପ୍ରଶ୍ନପତ୍ର ବଣ୍ଟା ସାରିଥିଲା । ହେଲେ ଆଶ୍ଚର୍ଯ୍ୟର କଥା OPRB ର ନୀରବତା  । ଏ ସବୁ ଡିଲ ବାବଦରେ OPRB ଜାଣିଶୁଣି ଚୁପ୍ ରହିଥିଲା ନା କିଛି ଜାଣିନଥିଲା ସେ ନେଇ OPRB ର SP ବଳଭଦ୍ର ଦୀପ ଓ ସେକସନ ଅଫିସର ଗୌତମ ପ୍ରସାଦ ବେହେରାଙ୍କୁ ପଚରାଉଚରା କରାଯାଇଛି ।

ପୁଲିସ ଏସ୍‌ଆଇ ଚାକିରି ବିକ୍ରି ଘଟଣା; ଅନିଶ୍ଚିତତାରେ ପରୀକ୍ଷା; ଚିନ୍ତାରେ ଆଶାୟୀ ...
ଭୁବନେଶ୍ୱର: ପୁଲିସ୍‌ ଏସ୍‌ଆଇ ଚାକିରି ବିକ୍ରି ରାକେଟ୍‌ ଧରାପଡ଼ିବାକୁ ୨୫ଦିନ ବିତିଲାଣି। ପୁଲିସ୍‌ଠାରୁ କ୍ରାଇମ୍‌ବ୍ରାଞ୍ଚ ଏବଂ କ୍ରାଇମ୍‌ବ୍ରାଞ୍ଚଠାରୁ ସିବିଆଇକୁ ତଦନ୍ତ ଭାର ଦିଆଗଲାଣି। ଚାକିରି ବିକ୍ରି ରାକେଟ୍‌ର ଚେର ରାଜ୍ୟ ବାହ‌ାରକୁ ଲମ୍ବିଥିବା ତଦନ୍ତରୁ ସ୍ପଷ୍ଟ ଜଣାପଡ଼ିଥିଲେ ମଧ୍ୟ ପ୍ରକୃତ ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚିବାକୁ ତଦନ୍ତକାରୀ ସଂସ୍ଥାମାନେ ସଫଳ ହୋଇନାହାନ୍ତି। ହେଲେ, ପୁନଃ ପରୀକ୍ଷା କେବେ ହେବ, ସେନେଇ ଓଡ଼ିଶା ପୁଲିସ୍‌ ନିଯୁକ୍ତି ବୋର୍ଡ (ଓପିଆର୍‌ବି) ପକ୍ଷରୁ କୌଣସି ସୂଚନା ଦିଆଯାଉନାହିଁ। ଫଳରେ ଆଶାୟୀଙ୍କ ମଧ୍ୟରେ ଆଶଙ୍କା ବଢ଼ିବା ସହ ସେମାନେ ମାନସିକ ଚିନ୍ତାରେ କାଳାତିପାତ କରୁଛନ୍ତି।

ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଗତ ୯ ତାରିଖରେ ଓପିଆର୍‌ବି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ଖୋଦ୍‌ ଓପିଆର୍‌ବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥ ସାମ୍ବାଦିକ ସମ୍ମିଳନୀ ଡାକିବା ସହ ଗଣମାଧ୍ୟମ ଜରିଆରେ ପରୀକ୍ଷାର୍ଥୀଙ୍କ ଉଦ୍ଦେଶ୍ୟରେ ସନ୍ଦେଶ ଦିଆଯିବ ବୋଲି କହିଥିଲେ। ଫଳରେ ପରୀକ୍ଷା ନେଇ କିଛି ସ୍ପଷ୍ଟ ସୂଚନା ମିଳିବ ବୋଲି ପରୀକ୍ଷାର୍ଥୀମାନେ ଆଶା ବାନ୍ଧିଥିଲେ। ହେଲେ ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ତାହାକୁ ବାତିଲ୍‌ କରିଦେଲେ। ଅନିବାର୍ଯ୍ୟ କାରଣବଶତଃ ସାମ୍ୱାଦିକ ସମ୍ମିଳନୀକୁ ସ୍ଥଗିତ ରଖାଯାଉଥିବା କହିବା ସହ ପରବର୍ତ୍ତୀ ସାମ୍ୱାଦିକ ସମ୍ମିଳନୀର ସମୟ ଓ ସ୍ଥାନ ଧାର୍ଯ୍ୟ କରାଯାଇ ଖୁବ୍‌ଶୀଘ୍ର ସୂଚନା ଦିଆଯିବ ବୋଲି କହିଲେ। ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ଆଶାୟୀମାନଙ୍କୁ ଅନୁରୋଧ କରିବା ସହ ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ବୋଲି ଆଶ୍ୱାସନା ଦେଇଥିଲେ। ଏହାକୁ ୧୬ ଦିନ ବିତିଥିଲେ ମଧ୍ୟ ସାମ୍ବାଦିକ ସମ୍ମିଳନୀ ଡାକି ବା ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରି ପରୀକ୍ଷା ସମ୍ପର୍କରେ ପଦୁଟିଏ କହିଲେ ନାହିଁ।

ଅପରପକ୍ଷେ, ୧୧ ତାରିଖ ଦିନ କିଛି ଗଣମାଧ୍ୟମର ପ୍ରତିନିଧିଙ୍କୁ ଏକ ଲେଖା ଧରାଇଦେଲେ। ତହିଁରେ କ୍ରାଇମବ୍ରାଞ୍ଚ ତଦନ୍ତ ଶେଷ ହେବା ପରେ ଯାଇ ନିଯୁକ୍ତି ପ୍ରକ୍ରିୟା ପୁନଃ ଆରମ୍ଭ କରାଯିବ ଓ ଯଥାଶୀଘ୍ର ଶେଷ କରାଯିବ ବୋଲି ଉଲ୍ଲେଖ କରିଥିଲେ। ହେଲେ କ୍ରାଇମ୍‌ବ୍ରାଞ୍ଚ ହାତରୁ ସିବିଆଇକୁ ତଦନ୍ତଭାର ଦିଆଯାଇଥିବାରୁ କେବେ ତଦନ୍ତ ସରିବ ଓ କେବେ ପୁନଃ ପରୀକ୍ଷା ହେବ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନୁରୂପ ଭାବେ ୨୨ତାରିଖରେ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ସୁପାରିସ୍‌ କରିଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଗଲା। ତହିଁରେ ପୁଲିସ୍‌ ପରି ସମସ୍ତ ପ୍ରକାର ୟୁନିଫର୍ମଧାରୀଙ୍କୁ ନିଯୁକ୍ତି ପାଇଁ ଏକ ନୂତନ ସ୍ଥାୟୀ ଆୟୋଗ ଗଠନ କରିବାକୁ ସରକାର ବିଚାର କରୁଥିବା ଉଲ୍ଲେଖ କରିଛନ୍ତି। ଫଳରେ ଓପିଆର୍‌ବିକୁ ଉଚ୍ଛେଦ କରିବା ଏକପ୍ରକାର ସ୍ପଷ୍ଟ ହୋଇଛି। ଫଳରେ ପୁଲିସ୍‌ ଏସ୍‌ଆଇ ପରୀକ୍ଷା ଓପିଆର୍‌ବି କରିବ ନା ନୂତନ ଆୟୋଗ ଗଠନ ହେବା ପରେ ଯାଇ ପରୀକ୍ଷା ଅନୁଷ୍ଠିତ ହେବ, ତାକୁ ନେଇ ମଧ୍ୟ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଓପିଆର୍‌ବି ବା ସରକାରଙ୍କ ପକ୍ଷରୁ ପରୀକ୍ଷା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଉନଥିବାରୁ ପରୀକ୍ଷାର୍ଥୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଗତ ଜାନୁଆରୀରୁ ସ୍ନାତକ ପଢ଼ୁଆଙ୍କ ପାଇଁ କୌଣସି ନୂତନ ନିଯୁକ୍ତି ବାହାରି ନଥିବା ବେଳେ ସେମାନେ ପରିବାର ଉପରେ ନିର୍ଭରଶୀଳ ହୋଇ କେତେଦିନ ପରୀକ୍ଷା ପ୍ରସ୍ତୁତି କରିବେ ବୋଲି ପ୍ରଶ୍ନ କରିଛନ୍ତି। ଏଣୁ, ଦୁଇଥର ବାତିଲ୍‌ ହୋଇଥିବା ପୁଲିସ୍‌ ଏସ୍‌ଆଇ ପରୀକ୍ଷା କେବେ ଅନୁଷ୍ଠିତ ହେବ ଏବଂ କେଉଁ ସଂସ୍ଥା ପରୀକ୍ଷା ପରିଚାଳନା କରିବ, ସେ ସମ୍ପର୍କରେ ସରକାର ସ୍ପଷ୍ଟ କରିବାକୁ ଆଶାୟୀମାନେ ଦାବି କରିଛନ୍ତି।

୨୫ ଲକ୍ଷ ଦେଇପାରିଲେନି ବୋଲି ଆଜି ଚାକିରି ପାଇବାରୁ ବଞ୍ଚିତ: SI ଚାକିରି ଆଶାୟୀ
ଭୁବନେଶ୍ବର: ମୁହଁ ଖୋଲିଲେ SI ଚାକିରି ଆଶାୟୀ। ୨୫ ଲକ୍ଷ ଟଙ୍କା ଦେଇପାରିଲେନି ବୋଲି ଆଜି ଚାକିରି ପାଇବାରୁ ବଞ୍ଚିତ ହେଲେ। OPRB ପକ୍ଷରୁ ହୋଇଥିବା ଘୋଟାଲା ସମ୍ପର୍କରେ ଗୋଟି ଗୋଟି କରି ଏକ ବୈଦ୍ଯୁତ ଗଣମାଧ୍ଯମକୁ କହିଛନ୍ତି ଜଣେ SI ଚାକିରି ଆଶାୟୀ।

ସେପଟେ କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଛି ସାଙ୍ଘାତିକ ସୁରାକ। ୩ ଶହ ଏସଆଇ ପଦବୀ ହୋଇଯାଇଥିଲା ବିକ୍ରି । ବସରେ ଯାଇଥିବା ୧୧୪ ଜଣ ଗିରଫ ହେବା ପରେ ଆଉ ୧୮୬ ଜଣ ଟ୍ରେନ ରେ ଯାଇଥିବା ଆଶାୟୀ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ଆରମ୍ଭ ହୋଇଛି ଛାନଭିନ। ସେମାନଙ୍କୁ ତାଲିକା ଧରି ଖୋଜୁଛି କ୍ରାଇମବ୍ରାଞ୍ଚ। ଏପରିକି ସେମାନଙ୍କ ଅରିଜିନାଲ ସାର୍ଟିଫିକେଟ ମଧ୍ୟ ଏବେ ଦଲାଲ ପାଖେ ରହିଯାଇଥିବା ଜାଣିବାକୁ ପାଇଛି ତଦନ୍ତକାରୀ ସଂସ୍ଥା । ସେପଟେ ପୋଲିସ ଏସାଇ ପରୀକ୍ଷା ସ୍କାମ କେସରେ କ୍ରାଇମବ୍ରାଞ୍ଚକୁ ମିଳିଛି ଗୁରୁତ୍ଵପୂର୍ଣ୍ଣ ତଥ୍ଯ । ସିଲିକନ୍, ପଞ୍ଚସଫ୍ଟ କାମ ପାଇବାକୁ ନେଇ ସମ୍ପୂର୍ଣ୍ଣ ଭାବେ OPRB କୁ ଜଣା ଥିଲା ।  OPRB ଗୋଚରରେ ସବୁ କିଛି ପରିଚାଳିତ ହେଉଥିଲା। ଏପରିକି ପରୀକ୍ଷାର୍ଥୀଙ୍କ ଆଡ଼ମିଟ କାର୍ଡ ତିଆରି କରିସାରିଥିଲା ପଞ୍ଚସଫ୍ଟ । ଆଡ଼ମିଟ କାର୍ଡ ପ୍ରସ୍ତୁତ ସହ ଟଙ୍କା ଦେଇଥିବା ଆଶାୟୀଙ୍କ ତାଲିକା ନେଇ ନିଜ ସେଟିଂରେ ଥିବା ପରୀକ୍ଷା ସେଣ୍ଟରରେ କରାଯାଇଥିଲା ବ୍ୟବସ୍ଥା। ସ୍ପେଶାଲ ଟିମ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟିର ଟେର ପାଇନାହିଁ।

ଏସଆଇ ପରୀକ୍ଷା ସ୍କାମ: ବୌଦ୍ଧିକ ଚୋରି ହୋଇଛି ଏହା ମହାପାପ; ଆସନ୍ତା ୬ରେ ପ୍ରତିବାଦ କରିବ ବିଜୁ ଯୁବ ଓ ଛାତ୍ର ଜନତା ଦଳ
ଭୁବନେଶ୍ବର: ଏସଆଇ ପରୀକ୍ଷା ସ୍କାମ ବିରୋଧରେ ଆସନ୍ତା ୬ ତାରିଖରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଜୋରଦାର ପ୍ରତିବାଦ କରିବ। ସୋମବାର ସୁଦ୍ଧା ସିବିଆଇ ତଦନ୍ତ ନିର୍ଦେଶ ଦିଆ ନ ଗଲେ ବ୍ୟାପକ ଆନ୍ଦୋଳନ ଚେତାବନୀ ଦେଇଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ। ବହୁ ପରୀକ୍ଷାର୍ଥୀ ମାନେ ଆନ୍ଦୋଳନରେ ବ୍ୟାପକ ଭାବେ ଯୋଗ ଦେବେ।

ଖବର ଅନୁଯାୟୀ, ମାର୍ଚ୍ଚ ୭ରେ ହଠାତ ଘୋଷଣା ହେଲା ଏସଆଇ ପରୀକ୍ଷା ସ୍ଥଗିତ ବୋଲି। ଅନଡିସ୍କୋଲଜଡ଼ ରିଜିନ ଦେଖାଇ ସ୍ଥଗିତ କରାଗଲା କିନ୍ତୁ ଏହା ଏଯାଏ ଜଣାଗଲା ନାହିଁ। ଏହା ପରେ କ୍ୟାସ ଫର ଜବ ଅପରେସନ ଆରମ୍ଭ କରାଗଲା। ଏହା ଏକ ଅର୍ଗାନାଇଜଡ଼ କ୍ରାଇମ। ପାର୍ବଣ ଋତୁ ସମୟରେ ଏହା କରିବାକୁ ଯୋଜନା ଥିଲା। ଜେଲରୁ ବାହାରିଲେ ପିଲାମାନେ ସତ କହିବେ। ଓପିଆରବି ଅଧ୍ୟକ୍ଷଙ୍କ ନେତୃତ୍ୱରେ ଏହା ଘଟିଛି ବୋଲି ବିଜୁ ଯୁବ ଓ ଛାତ୍ର ଜନତା ଦଳ ଅଭିଯୋଗ କରିଛି। ସୁଶାନ୍ତ ନାଥଙ୍କ ଦେହରେ ହାତ ମାରିଲେ ସେ ସରକାରଙ୍କ ପୋଲ ଖୋଲିଦେବେ ବୋଲି ଅଭିଯୋଗ ଆଣିଛି ବିଜେଡି। ବୌଦ୍ଧିକ ଚୋରି ହୋଇଛି ଏହା ମହାପାପ। ଏହାକୁ ରାଜରାସ୍ତାକୁ ନିଆଯିବ ବୋଲି କୁହାଯାଇଛି।

ବିଜେପି ରାଜ୍ୟ ସଭାପତି ଏହି ଘଟଣାକୁ ଅତି ହାଲକା ଭାବେ ନେଉଛନ୍ତି। ସିବିଆଇ ତଦନ୍ତ ପାଇଁ ଆମେ କହିଛୁ। ପୁଲିସ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପିଲା ଧରା ପଡିଛନ୍ତି। ମୁଖ୍ୟମନ୍ତ୍ରୀ ତୁରନ୍ତ ପଦ ଛାଡିବାକୁ ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ ଆହ୍ୱାନ ଦେଇଛନ୍ତି।