Immunity - The Sakala

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପଞ୍ଚଗବ୍ୟ ଚିକିତ୍ସା
ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏବେ ପଞ୍ଚଗବ୍ୟର ବ୍ୟବହାର। କେବଳ ଯେ ଜଟିଳ ରୋଗରୁ ପଞ୍ଚଗବ୍ୟରୁ ମୁକ୍ତି ମିଳୁଛି, ତାହା ନୁହେଁ; ଦୈନନ୍ଦିନ ଜୀବନରେ ପଞ୍ଚଗବ୍ୟର ବ୍ୟବହାର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇପାରୁଛି। ଅନେକ ଲୋକ ହୁଏତ ଏହାକୁ ବିଶ୍ୱାସ କରି ନପାରନ୍ତି; ମାତ୍ର ବହୁ ପୁରାତନ ସମୟରୁ ପାରମ୍ପରିକ ଭାବେ କରାଯାଉଥିବା ପଞ୍ଚଗବ୍ୟ ଚିକିତ୍ସା ଏବେ ଲୋକଙ୍କ ଭିତରେ ରହିଛି ବିଶ୍ୱାସ। ଭାରତୀୟ ଚିକିତ୍ସା ଶାସ୍ତ୍ର ତଥା ଧର୍ମ ଶାସ୍ତ୍ରରେ ପଞ୍ଚଗବ୍ୟର ଏକ ପ୍ରମୁଖ ଭୂମିକା ରହିଛି। ସାରା ବିଶ୍ୱରେ କରୋନା ମହାମାରୀର କାୟା ବିସ୍ତାର ହେବାରେ ଲାଗିଛି। ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ସମସ୍ତେ ଚାହୁଁଛନ୍ତି। ଏହିଭଳି ଘଡ଼ିସନ୍ଧି ମୂହୂର୍ତ୍ତରେ ଯେତେବେଳେ ଲୋକମମାନେ ଡାକ୍ତରଙ୍କ ପରାମର୍ଶ ଉପରେ ଗୁରୁତ୍ୱ ଦେଉଛନ୍ତି, ସେ ସମୟରେ ଆୟୁର୍ବେଦ ପଞ୍ଚଗବ୍ୟର ଚାହିଦା ବଢ଼ୁଛି। ସେହିପରି ଆମର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଛୋଟବଡ଼ ରୋଗରୁ ମଧ୍ୟ ଏହା ଶୀଘ୍ର ଆରୋଗ୍ୟ କରିପାରିବ। ଆମ ଜୀବନରେ ଆୟୁର୍ବେଦର ଭୂମିକା ରହିଛି। ବର୍ତ୍ତମାନ ସମୟରେ ପ୍ରାକୃତିକ ଚିକିତ୍ସାର ବହୁଳ ପ୍ରଚଳନ କାରଣରୁ ଏବଂ ହର୍ବାଲ୍‍ର ବ୍ୟାପକ ବ୍ୟବହାର ଯୋଗୁଁ ଲୋକଙ୍କ ମନରେ ସଚେତନତା ବୃଦ୍ଧି ପାଉଛି।

ପୂର୍ବରୁ ପାରମ୍ପରିକ ଚିକିତ୍ସା ପାଇଁ ‘ପଞ୍ଚଗବ୍ୟ’ ଚିକିତ୍ସାକୁ ଆପଣାଉଥିଲେ। ଏବେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହେଉ ଅବା ବିଭିନ୍ନ ଦୁରାରୋଗ୍ୟର ଚିକିତ୍ସା ପାଇଁ ସେହି ପାରମ୍ପରିକ ଚିକିତ୍ସା ଦିଗରେ ମୁହାଁଉଛନ୍ତି। ଆୟୁର୍ବେଦ ଶାସ୍ତ୍ରରେ ପଞ୍ଚଗବ୍ୟକୁ ନେଇ ଅନେକ ଗବେଷଣା ମଧ୍ୟ କରାଯାଉଛି। ଏବେ ରାଜଧାନୀ ଭୁବନେଶ୍ୱରରେ ପଞ୍ଚଗବ୍ୟ ଥେରାପି ବୃଦ୍ଧି ପାଉଛି। ଥଣ୍ଡା, କାଶଠାରୁ ଆରମ୍ଭ କରି କରୋନା ରୋଗକୁ ରୋଧ କରିବାରେ ବି ଏବେ ପଞ୍ଚଗବ୍ୟକୁ ବ୍ୟବହାର କରାଯାଉଛି। ରାଜଧାନୀ ଭୁବନେଶ୍ୱରର ସହିଦ୍‍ ନଗରରେ ଏବେ ପଞ୍ଚଗବ୍ୟ ଚିକିତ୍ସା ଉପଲବ୍ଧ ରହିଛି। ଦେଶୀ ଗାଈର ମୂତ୍ର, ଗୋବର, କ୍ଷୀର, ଦହି, ଲହୁଣୀ, ଘିଅରୁ ପ୍ରସ୍ତୁତ କରାଯାଉଛି। ନନ୍ଦନକାନନ ଅଞ୍ଚଳରେ ଦେଶୀ ଗାଈଙ୍କ ମୂତ୍ରକୁ ସଂଗ୍ରହ କରାଯାଇ ପ୍ରସ୍ତୁତ କରାଯାଉଛି। କ୍ୟାନସର, ମଧୁମେହ, ଆଣ୍ଠୁଗଣ୍ଠି ବ୍ୟଥା, ପିଲାଙ୍କ ସ୍ମରଣ ଶକ୍ତି, ପକ୍ଷାଘାତ, ସ୍ନାୟୁବିକ ଦୁର୍ବଳତା ଇତ୍ୟାଦି ସମସ୍ତ ଚିକିତ୍ସା କରାଯାଉଛି। ଘାସ ଏବଂ ଗଛପତ୍ର ଖାଉଥିବା ଗାଈଙ୍କ ଗୋମୂତ୍ରରୁ ଏହା ପ୍ରସ୍ତୁତ କରାଯାଏ। ଏମିତି ଜଣେ ପଞ୍ଚଗବ୍ୟସିଦ୍ଧ ହେଉଛନ୍ତି ସହିଦ୍‍ନଗରର ପ୍ରତାପ କୁମାର ପାତ୍ର।

ପ୍ରତାପ ଦୀର୍ଘ ବର୍ଷ ଧରି ପଞ୍ଚଗବ୍ୟକୁ ନେଇ ଗବେଷଣା ଏବଂ ଚିକିତ୍ସା ଜାରି ରଖିଛନ୍ତି। ରାଜଧାନୀ ଭୁବନେଶ୍ୱରର ପ୍ରାୟ ୨ଶହରୁ ୪ଶହ ଲୋକ ଏବେ ପଞ୍ଚଗବ୍ୟ ଚିକିତ୍ସା ଉପରେ ନିର୍ଭର କରୁଛନ୍ତି। ନିଜର ଦୈନନ୍ଦିନ ଜୀବନରେ କୌଣସି ଖାଦ୍ୟକୁ ବାଦ୍‍ ଦେଇ ପଞ୍ଚଗବ୍ୟକୁ ଆପଣାଇପାରିଲେ ରୋଗମୁକ୍ତ ହେବା ସହ ସୁସ୍ଥ ରହିବାକୁ ମିଳୁଛି। ଏହାସହିତ ଗୋମୂତ୍ର ସହିତ ତୁଳସୀ, ଗିଲଏ ଏବଂ ନିମ, ପୁଦିନା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଅମ୍ଳଜାନ ମଧ୍ୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ପ୍ରାକୃତିକ ଚିକିତ୍ସା ହୋଇଥିବାରୁ ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ। କେବଳ ସେତିକି ନୁହେଁ ପଞ୍ଚଗବ୍ୟକୁ ଚିକିତ୍ସା କରାଯାଉନାହିଁ, ପଞ୍ଚଗବ୍ୟକୁ ନେଇ ଚାଷ ମଧ୍ୟ କରାଯାଉଛି। ସାର, କୀଟନାଶକ ବ୍ୟବହାର ଶୂନ୍ୟ କରାଯାଇ ପଞ୍ଚଗବ୍ୟକୁ ବ୍ୟବହାର କରାଯାଏ। ଏବେ ପଞ୍ଚଗବ୍ୟକୁ ନେଇ ଅନେକ ଶିକ୍ଷା ମଧ୍ୟ ଆରମ୍ଭ ହେଲାଣି। ଏହାକୁ ଶିକ୍ଷା ଭାବେ ଗ୍ରହଣକରି ଏବେ ଅନେକ ଲୋକ ଏହାକୁ ବେଉସା ଭାବେ ଗ୍ରଅଣ କରିଛନ୍ତି। ଶ୍ରୀ ପାତ୍ରଙ୍କ କହିବା ଅନୁଯାୟୀ, ଗୋମୂତ୍ର ପଞ୍ଚଗଭ୍ୟ ଅର୍କ ଓ ଘନବଟି ଶରୀର ମଧ୍ୟକୁ ଆସିଥିବା ରୋଗକୋଷକୁ ନଷ୍ଟ କରେ। ଏଲୋପାଥି ଔଷଧ ପରି କୌଣସି ପାର୍ଶ୍ବ ପ୍ରତିକ୍ରିୟାବିହୀନ ଔଷଧି ହେଉଛି ପଞ୍ଚଗବ୍ୟ। ଏହାସହିତ ପଞ୍ଚଗବ୍ୟ ଧୂପବତୀ ସକାଳ ସନ୍ଧ୍ୟାରେ ଘରକୁ ବାହାର ରୋଗ ଜୀବାଣୁ ରକ୍ଷା କରିବା ସହ ସାତ୍ତ୍ୱିକ ଉର୍ଜ୍ଜା ନିର୍ମାଣ କରେ ବୋଲି ଗବ୍ୟସିଦ୍ଧ ଶ୍ରୀ ପାତ୍ର କହିଛନ୍ତି। ଗୋମୂତ୍ରକୁ ଗରମ କରି ଫୁଟାଇ ସେଥିରୁ ସମସ୍ତ ପ୍ରକାରର ଆୟୁର୍ବେଦିକ ସାମଗ୍ରୀକୁ ମିଶାଇ ଔଷଧ ବଟିକା ପ୍ରସ୍ତୁତ କରାଯାଉଛି। ଏହି ପଞ୍ଚଗବ୍ୟର ମୂଲ୍ୟ ୪୦ଟଙ୍କାରୁ ୨ଶହ ଟଙ୍କା ପର୍ଯ୍ୟନ୍ତ ରହିଛି।