Kandhamal - The Sakala

ବିବାହର ପ୍ରତିଶ୍ରୁତି ଦେଇ ଅଙ୍ଗନୱାଡି କର୍ମୀଙ୍କୁ ଦୁଷ୍କର୍ମ ଅଭିଯୋଗ: କନ୍ଧମାଳ ଫିରିଙ୍ଗିଆରୁ ଅଭିଯୁକ୍ତ ଗିରଫ
କନ୍ଧମାଳ: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଜଣେ ଅଙ୍ଗନୱାଡି କର୍ମୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତ ଜଣକ ସ୍ଥାନୀୟ ଅଞ୍ଚଳରେ ଜଣେ କୃଷକ ସାଥୀ ଭାବରେ କାର୍ଯ୍ୟ କରନ୍ତି। ସେ ପୀଡ଼ିତାଙ୍କୁ ବିବାହ କରିବାର ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣକ ବିବାହ କରିବାକୁ ରୋକଠୋକ୍ ମନା କରିଦେବାରୁ ପୀଡ଼ିତା ନ୍ୟାୟ ଆଶାରେ ଥାନାର ଦ୍ୱାରସ୍ଥ ହୋଇଥିଲେ।

ପୀଡ଼ିତାଙ୍କ ଅଭିଯୋଗ ପରେ ଫିରିଙ୍ଗିଆ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହି ଘଟଣାରେ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୋଲିସ ବର୍ତ୍ତମାନ ଘଟଣାର ଅଧିକ ତଦନ୍ତ କରୁଛି ଏବଂ ଆବଶ୍ୟକୀୟ ପ୍ରମାଣ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି ବୋଲି ସୂଚନା ଦିଆଯାଇଛି।

ପାରିବାରିକ ବିବାଦର କରୁଣ ପରିଣତି: ବିଷ ପିଇ ଜୀବନ ହାରିଲେ ସିଆରପିଏଫ୍ ଯବାନ
କନ୍ଧମାଳ: ପାରିବାରିକ କଳହରୁ ଉପୁଜିଥିବା ମାନସିକ ଚାପ ସହି ନପାରି ଜଣେ ସିଆରପିଏଫ୍ (CRPF) ଯବାନ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ନୂଆସାହିରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତ ଯବାନଙ୍କ ନାମ ଅଶୋକ ବେହେରା ବୋଲି ଜଣାପଡିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ମୃତ ଅଶୋକ ବେହେରା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଧୀନସ୍ଥ ଗାୟତ୍ରୀ କଲୋନୀର ବାସିନ୍ଦା ଅଟନ୍ତି। ସୋମବାର ଦିନ ସେ କୌଣସି କାରଣରୁ ନିଜ କୋଠରୀକୁ ଭିତରୁ ବନ୍ଦ କରି ବିଷ ପିଇ ଦେଇଥିଲେ । ତାଙ୍କର ସହକର୍ମୀମାନେ ବାରମ୍ବାର ଫୋନ୍ କରିବା ସତ୍ତ୍ୱେ ସେ କୌଣସି ଉତ୍ତର ଦେଇନଥିଲେ। ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ ପଡ଼ୋଶୀମାନଙ୍କର ସନ୍ଦେହ ବଢ଼ିଥିଲା। ଏହା ପରେ ସେମାନେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ କବାଟ ଭାଙ୍ଗି ଘର ଭିତରେ ପ୍ରବେଶ କରିଥିଲା। ସେଠାରେ ଅଶୋକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକଙ୍କ ଅଭିଯୋଗ ଭିତ୍ତିରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ୍‌ ଛୁଟି ଘୋଷଣା
କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ୍‌ ଛୁଟି ଘୋଷଣା । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କଲେ ଜିଲ୍ଲପାଳ । ପାଗ ଖରାପ ଥିବାରୁ ଏବଂ ଲଗାତାର ବର୍ଷା ହେଉଥିବାରୁ ଜିଲ୍ଲାର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ଜୁଲାଇ ୨ ଏବଂ ଜୁଲାଇ ୩ ତାରିଖ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ର ଧାରା ୩୦(୨)(ଭି) ଅନୁଯାୟୀ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶ ଅନୁଯାୟୀ, ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ପିଲାମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇ ଶିକ୍ଷାଦାନ ବନ୍ଦ ରଖିବାକୁ କୁହାଯାଇଛି। ଏହି ଆଦେଶକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ (DEO)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସ୍କୁଲ ବନ୍ଦ ରହିଲେ ମଧ୍ୟ ସାଧାରଣ କ୍ଲାସ୍ ଗୁଡ଼ିକ ବ୍ୟତୀତ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ନିଜ ସମୟସୂଚୀ ଅନୁଯାୟୀ ଚାଲୁ ରହିବ। ପାଣିପାଗ ପରିସ୍ଥିତି କାରଣରୁ ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି। ପ୍ରତିକୂଳ ପାଣିପାଗ ସମୟରେ ଛାତ୍ରଛାତ୍ରୀମାନଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଆଗାମୀ ସୂଚନା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିବାକୁ ଅଭିଭାବକ ଏବଂ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି।

କନ୍ଧମାଳରେ ମନରେଗା ଦୁର୍ନୀତି: ୪୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ୨ ଯନ୍ତ୍ରୀ ଗିରଫ
କନ୍ଧମାଳ: କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (MGNREGS) ପାଣ୍ଠିରୁ ୪୨ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଦୁଇ ଜଣ ଯନ୍ତ୍ରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାତ୍ର ଏବଂ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା। ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ।

ତଦନ୍ତରୁ ଜଣାପଡ଼ିଛି ଯେ ଧାରାକୋଟ ଗ୍ରାମପଞ୍ଚାୟତରେ ହୋଇଥିବା ଅମୃତ ସରୋବର (ପୋଖରୀ) ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟରେ ବ୍ୟାପକ ଆର୍ଥିକ ହେରଫେର କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଦୁର୍ନୀତି ୨୦୨୩-୨୪ ରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ଘଟିଥିଲା। ଭିଜିଲାନ୍ସ ଯାଞ୍ଚ ସମୟରେ ସରକାରୀ ନଥିପତ୍ର ଏବଂ ପ୍ରକୃତ ନିର୍ମାଣ କାର୍ଯ୍ୟ ମଧ୍ୟରେ ବଡ଼ ଧରଣର ଅସଙ୍ଗତି ପଦାକୁ ଆସିଥିଲା।

କାଗଜପତ୍ର ଅନୁଯାୟୀ, ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପ ପାଇଁ ମୋଟ ୪୯,୮୩,୯୯୫ ଟଙ୍କା ପ୍ରଦାନ କରାଯାଇଥିଲା। କିନ୍ତୁ ବୈଷୟିକ ମୂଲ୍ୟାୟନରୁ ଜଣାପଡ଼ିଥିଲା ଯେ ପ୍ରକୃତରେ ମାତ୍ର ୭,୪୨,୩୫୭ ଟଙ୍କାର କାମ ହୋଇଛି। ବଳକା ପ୍ରାୟ ୪୨ ଲକ୍ଷ ଟଙ୍କା ଅଭିଯୁକ୍ତମାନେ କୌଣସି କାର୍ଯ୍ୟ ନକରି ନିଜ ପକେଟକୁ ନେଇଯାଇଥିଲେ।

ମନରେଗା ନିର୍ଦ୍ଦେଶାବଳୀ ଅନୁଯାୟୀ, ବିଲ୍ ପାସ୍ କରିବା ପୂର୍ବରୁ ପ୍ରତ୍ୟେକ ପର୍ଯ୍ୟାୟରେ ଜିଓ-ଟ୍ୟାଗ୍ ଫଟୋ ଦାଖଲ କରିବା ବାଧ୍ୟତାମୂଳକ। ମାତ୍ର ତଦନ୍ତରୁ ଜଣାପଡ଼ିଛି ଯେ ଏପରି କୌଣସି ଚିତ୍ର କଏଦ କିମ୍ବା ଅପଲୋଡ୍ କରାଯାଇନଥିଲା। ଏହି ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ପୁଲିସ ଷ୍ଟେସନରେ କେସ୍ ନମ୍ବର ୦୬/୨୦୨୬ ରୁଜୁ କରାଯାଇଛି। ଦୁର୍ନୀତି ନିବାରଣ ଆଇନ, ୨୦୧୮ ଏବଂ ଭାରତୀୟ ନ୍ୟାୟ ସଂହିତା (BNS) ଅଧୀନରେ ମାମଲା ଦାୟର ହୋଇଛି। ଘଟଣାରେ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ଭୂମିକା ନେଇ ତଦନ୍ତ ଜାରି ରହିଛି ।

ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ରକରି ଶ୍ୱଶୁର ଘରେ ଜ୍ୱାଇଁକୁ ଗୁଳିକରି ହତ୍ୟା !
କନ୍ଧମାଳ: ଶ୍ୱଶୁରଘରେ ଜ୍ୱାଇଁଙ୍କୁ ଗୁଳିକରି ହତ୍ୟା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜ୍ୱାଇଁର ମୃତଦେହ ଉଦ୍ଧାର। କନ୍ଧମାଳ ବେଲଘର ଥାନା ସାପେରି ଗାଁରେ ଚାଞ୍ଚଲ୍ୟ । ଦେଶୀ ବନ୍ଧୁକରୁ ଗୁଳିକରି ହତ୍ୟା ଅଭିଯୋଗ । ଶିକାର କରିବା ବାହାନାରେ ଶଳାମାନେ ଜଙ୍ଗଲକୁ ଡାକିନେଇ ହତ୍ୟା କରିବା ଅଭିଯୋଗ । ଜମିବାଡ଼ି ଭାଗବଣ୍ଟାକୁ ନେଇ ହତ୍ୟାକାଣ୍ଡ ସନ୍ଦେହ। ମୃତଦେହ ଜବତ କରିବା ସହ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଆଖପାଖ ଲୋକଙ୍କୁ ପଚରାଉଚରା କରୁଛି ପୋଲିସ । ଜଙ୍ଗଲ ଭିତରେ ଏଭଳି ଗୁଳିକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ଓଡ଼ିଶା ମାଓମୁକ୍ତ ହେବା ଦିଗରେ ବଡ଼ ପଦକ୍ଷେପ: ମାର୍ଚ୍ଚ ୩୧ ସୁଦ୍ଧା ଲକ୍ଷ୍ୟ ହାସଲ, ବଳକା ଅଛନ୍ତି ମାତ୍ର ୯ରୁ କମ୍ ନକ୍ସଲ
ଓଡ଼ିଶାକୁ ଏକ ସମ୍ପୂର୍ଣ୍ଣ ମାଓମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆସନ୍ତା ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ଓଡ଼ିଶାକୁ ନକ୍ସଲମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଘୋଷଣା କରିଛନ୍ତି।

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ମାଓବାଦୀଙ୍କ ସଂଖ୍ୟା ଢେର ହ୍ରାସ ପାଇଛି। କେନ୍ଦ୍ର ସରକାରଙ୍କ ସୁରକ୍ଷା ସମ୍ପର୍କିତ ବ୍ୟୟ (SRE) ଯୋଜନା ଅନୁଯାୟୀ ବର୍ତ୍ତମାନ କେବଳ କନ୍ଧମାଳ ଜିଲ୍ଲାକୁ ବାମପନ୍ଥୀ ଉଗ୍ରବାଦ (LWE) ପ୍ରଭାବିତ ଜିଲ୍ଲା ଭାବେ ବିବେଚନା କରାଯାଉଛି। ବାସ୍ତବରେ ଦେଖିବାକୁ ଗଲେ, କେବଳ କନ୍ଧମାଳ, କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ପ୍ରାୟ ୯ରୁ କମ୍ ଜଣ ମାଓବାଦୀ ସକ୍ରିୟ ଅଛନ୍ତି। ଏହା ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ମାଓବାଦୀଙ୍କ ଉପସ୍ଥିତି ନାହିଁ।

ବଢ଼ୁଛି ଆତ୍ମସମର୍ପଣ, ମିଳୁଛି ଥଇଥାନର ସୁବିଧା

ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ, ଗୋଟିଏ ମାସ ମଧ୍ୟରେ ସକ୍ରିୟ ମାଓବାଦୀଙ୍କ ସଂଖ୍ୟା ୪୦ ରୁ ଖସି ଏବେ ୯ରୁ କମ୍ ରେ ପହଞ୍ଚିଛି। ବିଗତ ଦୁଇ ବର୍ଷ ଅର୍ଥାତ୍ ୨୦୨୪ ରୁ ୧୫ ମାର୍ଚ୍ଚ ୨୦୨୬ ସୁଦ୍ଧା ସମୁଦାୟ ୯୬ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ରାଜ୍ୟ ସରକାର ଆତ୍ମସମର୍ପଣ ଏବଂ ଥଇଥାନ ନୀତି ଅଧୀନରେ ଆର୍ଥିକ ସହାୟତା, ବାସଗୃହ, ମାସିକ ଭତ୍ତା, ୩୬ ମାସ ପର୍ଯ୍ୟନ୍ତ ଧନ୍ଦାମୂଳକ ତାଲିମ, ବିବାହ ସହାୟତା ତଥା ସ୍ୱାସ୍ଥ୍ୟ ଏବଂ ରାସନ କାର୍ଡ ଯୋଗାଇ ଦେଉଛନ୍ତି।

ସୁରକ୍ଷାକର୍ମୀଙ୍କ ଅପରେସନ ଜୋରଦାର

ମାର୍ଚ୍ଚ ୩୧ ଡେଡଲାଇନ୍ ପାଖେଇ ଆସୁଥିବାରୁ ସୁରକ୍ଷା ବାହିନୀ ପକ୍ଷରୁ କମ୍ବିଂ ଅପରେସନକୁ ଅଧିକ ଜୋରଦାର କରାଯାଇଛି। ନିକଟରେ କଳାହାଣ୍ଡି ଜିଲ୍ଲାରେ ୧୧ ଜଣ ମାଓବାଦୀ ପୋଲିସ ଡିଜି ୱାଇ. ବି. ଖୁରାନିଆ ଏବଂ ଏଡିଜି (ଅପରେସନ) ସଞ୍ଜୀବ ପଣ୍ଡାଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଥିଲେ। ସେହିପରି କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ଦ୍ୱାରା ପରିଚାଳିତ ଏକ ବେଆଇନ ବନ୍ଧୁକ କାରଖାନାକୁ ସୁରକ୍ଷାକର୍ମୀମାନେ ଠାବ କରିଛନ୍ତି। ପୋଲିସ ଡିଜି ସ୍ପଷ୍ଟ କରିଛନ୍ତି ଯେ, ସମୟ ସୀମା ପୂର୍ବରୁ ଓଡ଼ିଶାକୁ ସମ୍ପୂର୍ଣ୍ଣ ରୂପେ ମାଓମୁକ୍ତ କରିବା ପାଇଁ ସୁରକ୍ଷା ବାହିନୀ ପ୍ରସ୍ତୁତ ରହିଛି।

‘ଚକ୍ରମଣି ଚରମ ବିଶ୍ୱାସଘାତ କରିଛନ୍ତି’: କନ୍ଧମାଳରେ ଉତ୍ତ୍ୟକ୍ତ ଯୁବ ଓ ଛାତ୍ର ବିଜେଡି କର୍ମୀଙ୍କ ବିକ୍ଷୋଭ
ଫୁଲବାଣୀ/ଫିରିଙ୍ଗିଆ: ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧରେ କ୍ରସ୍‌ ଭୋଟିଂକୁ ନେଇ କନ୍ଧମାଳ ଜିଲ୍ଲା ରାଜନୀତିରେ ଆଜି ଏକ ବଡ଼ ଧରଣର ବିସ୍ଫୋରଣ ଦେଖିବାକୁ ମିଳିଛି। କ୍ରସ୍‌ ଭୋଟିଂ କରିଥିବା ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ବିରୋଧରେ କନ୍ଧମାଳ ଜିଲ୍ଲା ବିଜୁ ଓ ଛାତ୍ର ଜନତା ଦଳ ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା। ସ୍ଥାନୀୟ ବିଜୁ ଜନତା ଭବନ ସମ୍ମୁଖରେ ଶତାଧିକ ଉତ୍ତ୍ୟକ୍ତ ଯୁବ ଓ ଛାତ୍ର ବିଜେଡି କର୍ମୀ ଏକତ୍ର ହୋଇ ବିଧାୟକଙ୍କ ଦଳ ବିରୋଧୀ କାର୍ଯ୍ୟକୁ ଘୋର ନିନ୍ଦା କରିବା ସହ ତାଙ୍କର କୁଶପୁତ୍ତଳିକା ଦାହ କରିଥିଲେ।

ଜିଲ୍ଲା ଯୁବ ଓ ଛାତ୍ର ସଂଗଠନର ସଭାପତି ସୁନିଲ ସେଠୀଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭ ସଭାରେ ବକ୍ତାମାନେ ଅଭିଯୋଗ କରିଛନ୍ତି ଯେ ଶ୍ରୀ କହଁର ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଦଳୀୟ ଆଦର୍ଶକୁ ବଳି ପକାଇଛନ୍ତି ଏବଂ ରାଜ୍ୟସଭା ନିର୍ବାଚନରେ ବିରୋଧୀ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରି ନିଜ ନିର୍ବାଚନମଣ୍ଡଳୀର ଜନସାଧାରଣ ଓ ଦଳର ଶୀର୍ଷ ନେତୃତ୍ୱ ପ୍ରତି ଚରମ ବିଶ୍ୱାସଘାତ କରିଛନ୍ତି। ବିକ୍ଷୋଭ ସମୟରେ କର୍ମୀ ନାରାବାଜି କରିବା ସହ ଟାୟାର ଜାଳି ରାସ୍ତାରେ ପ୍ରତିବାଦ କରିଥିଲେ। ଏହି ଘଟଣାରେ ଦଳୀୟ କର୍ମକର୍ତ୍ତା ଏକ ସ୍ୱରରେ ବିଧାୟକଙ୍କ ବିରୋଧରେ ତୁରନ୍ତ ଏବଂ ଦୃଷ୍ଟାନ୍ତମୂଳକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳୀୟ ହାଇକମାଣ୍ଡଙ୍କ ନିକଟରେ ଦାବି କରିଥିଲେ। ଏପରି ହେଲେ ଭବିଷ୍ୟତରେ କୌଣସି ଜନପ୍ରତିନିଧି ଏଭଳି ଦଳ ବିରୋଧୀ କାର୍ଯ୍ୟ କରିବାକୁ ସାହସ କରିବେ ନାହିଁ ବୋଲି କୁହାଯାଇଛି।

ଓଡ଼ିଶାରେ ମାଓ ଦମନ ଅଭିଯାନକୁ ବଡ଼ ସଫଳତା: ଆତ୍ମସମର୍ପଣ କଲେ ୧୦ ହାର୍ଡକୋର ମାଓବାଦୀ
ଫୁଲବାଣୀ: ଓଡ଼ିଶାରେ ମାଓ ଦମନ ଅଭିଯାନ କ୍ଷେତ୍ରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଆତ୍ମସମର୍ପଣ କଲେ ୧୦ ହାର୍ଡକୋର ମାଓବାଦୀ । ରାଜ୍ୟ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ଲଗାତାର ପ୍ରୟାସ ଫଳରେ ମାଓବାଦୀ ସଙ୍ଗଠନକୁ ଲାଗିଛି ଶକ୍ତ ଝଟକା । ୧୦ ଜଣ ହାର୍ଡକୋର ମାଓବାଦୀ ହିଂସାପଥ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି।

ଆଣ୍ଟି-ନକ୍ସଲ ଅପରେସନ୍ ଚିଫ୍ ଶ୍ରୀ ସଞ୍ଜୀବ ପଣ୍ଡା, ଆଇଜିପି ଅପରେସନ୍ସ ଡ. ଦୀପକ କୁମାର, ଏସଆଇଡବ୍ଲ୍ୟୁ ଡିଆଇଜି ଶ୍ରୀ ଅଖିଳେଶ୍ୱର ସିଂ ଏବଂ କନ୍ଧମାଳ ଏସପି ହରୀଶା ବି.ସି.ଙ୍କ ରଣନୀତି ଏବଂ ମିଳିତ ଉଦ୍ୟମରେ ଏହି ସଫଳତା ମିଳିପାରିଛି। ଆତ୍ମସମର୍ପଣ କରିଥିବା ୧୦ ଜଣଙ୍କ ମଧ୍ୟରେ ଜଣେ ଷ୍ଟେଟ୍ କମିଟି ମେମ୍ବର, ଜଣେ ଡିଭିଜନାଲ୍ କମିଟି ମେମ୍ବର ଏବଂ ଦୁଇ ଜଣ ଏରିଆ କମିଟି ମେମ୍ବର ରହିଛନ୍ତି। ସେମାନଙ୍କ ନିକଟରୁ ଇନସାସ୍ (INSAS) ଏବଂ ଏସଏଲଆର (SLR) ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। କେକେବିଏନ୍ (KKBN) ଡିଭିଜନରେ ମାଓବାଦୀଙ୍କ ନେତୃତ୍ୱ ଏବଂ କାର୍ଯ୍ୟକ୍ଷମତା ଏହାଦ୍ୱାରା ବହୁଳ ଭାବରେ ଦୁର୍ବଳ ହୋଇଯାଇଛି।

ସରକାରଙ୍କ ଥଇଥାନ ନୀତି ଏବଂ ସୁରକ୍ଷା ବାହିନୀର କ୍ରମାଗତ ଚାପ ଯୋଗୁଁ ନକ୍ସଲମାନେ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ଶାନ୍ତିର ପଥ ବାଛୁଛନ୍ତି। ଓଡ଼ିଶା ରାଜ୍ୟ ପୋଲିସର ଡିଜିପିଙ୍କ ପକ୍ଷରୁ ସକ୍ରିୟ ଥିବା ଅନ୍ୟ ମାଓବାଦୀ କ୍ୟାଡର ଏବଂ ନେତାମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରିଆସିବାକୁ ଆହ୍ୱାନ ଦିଆଯାଇଛି। ଆତ୍ମସମର୍ପଣ କରୁଥିବା ମାଓବାଦୀମାନଙ୍କୁ ଓଡ଼ିଶା ସରକାରଙ୍କ ବିସ୍ତୃତ ଥଇଥାନ କାର୍ଯ୍ୟକ୍ରମ ଅଧୀନରେ ପୂର୍ଣ୍ଣ ସମର୍ଥନ ଏବଂ ସୁରକ୍ଷା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଏହାଦ୍ୱାରା ସେମାନେ ଏକ ଶାନ୍ତିପୂର୍ଣ୍ଣ ଏବଂ ସମ୍ମାନଜନକ ଜୀବନ ଯାପନ କରିପାରିବେ।

ଶୌଚ ହେବାକୁ ଯାଉଥିବା ବେଳେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ପୋଷାକ ଚିରି ଭିଡିଓ ଭାଇରାଲ କରିବାକୁ ଧମକ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ । ଶୌଚ ହେବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଟେକି ନେଇ ଦୁଷ୍କର୍ମ ଉଦ୍ୟମ । ରାଜି ନହେବାରୁ ନାବାଳିକାଙ୍କ ପୋଷାକ ଚିରି ଭିଡିଓ ଭାଇରାଲ କରିବାକୁ ଦେଇଥିଲେ ଧମକ । ପୁଣି ପ୍ରବଳ ମାଡ଼ ମାରି ହାତଗୋଡ଼ ବାନ୍ଧି ଜଙ୍ଗଲରେ ଛାଡ଼ି ଚାଲିଯାଇଥିଲେ ଦୁଇଜଣ ଦୁର୍ବୃତ୍ତ । ସକାଳୁ ଘରକୁ ଫେରି ଘଟଣା ସମ୍ପର୍କରେ ଜଣାଇଥିଲେ ପିଡ଼ିତା । ଏଭଳି ଘଟଣା ଘଟିଛି ବେଲଘର ଥାନା ଅନ୍ତର୍ଗତ ଝିରିପାଣି ଅଞ୍ଚଳରେ । ପରିବାର ପକ୍ଷରୁ ବେଲଘର ଥାନାରେ ଏତଲା ଦିଆଯାଇଛି । ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ବେଲଘର ପୋଲିସ । ଜଣେ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅନ୍ୟ ଜଣେ ଯୁବକ ଏବେ ବି ଫେରାର ରହିଛି । ନାବାଳିକା ଜଣଙ୍କ ନାଳକୁ ଏକୁଟିଆ ଗାଧେଇବା ପାଇଁ ଯାଇଥିବା ବେଳେ ଏହି କାଣ୍ଡ କରିଛନ୍ତି ସେହି ଗାଁର ଦୁଇଜଣ ଅଭିଯୁକ୍ତ ।

ସରସ୍ବତୀ ପୂଜାରେ ମଦ ପିଇ ରାସ୍ତାରେ ଗଡ଼ିଲେ ନବମ ଶ୍ରେଣୀ ଛାତ୍ର
ଫୁଲବାଣୀ : ବିଦ୍ୟାଦାତ୍ରୀ ମା' ସରସ୍ବତୀଙ୍କ ପୂଜା ଚାଲିଥିବାବେଳେ ମଦ ପଇ ରାସ୍ତାରେ ଗଡ଼ିଲେ ଛାତ୍ର। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳରେ । ଗତକାଲି ସରସ୍ବତୀ ପୂଜା ଲାଗି ପରିବେଶ ଥିଲା ଉତ୍ସବମୁଖର। ହେଲେ ଟିକାବାଲିର ଏକ ଉଚ୍ଚ ବିଦ୍ୟାଳୟର ଦୁଇ ନବମ ଶ୍ରେଣୀ ଛାତ୍ର ସ୍କୁଲ ୟୁନିଫର୍ମ ପିନ୍ଧି ମଦ୍ୟପାନ କରି ବଜାର ଭିତରେ ଅଚେତ ହୋଇ ପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଅଞ୍ଚଳବାସୀ ଏ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପରେ ଉଭୟ ଛାତ୍ରଙ୍କୁ ଡାକ୍ତରଖାନା ନିଆଯାଇଥିଲା।

ଗତକାଲି ଦିନ ସାଢ଼େ ୧୨ଟାରେ ଟିକାବାଲି ପୋଷ୍ଟ ଅଫିସ ନିକଟ ବିଏସଏନଏଲ ଟାୱାର ତଳେ ସେମାନେ ନିଶାସକ୍ତ ହୋଇ ତଳେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଏହି ଖବର ଦେବା ପରେ ସେମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଦୁଇ ଛାତ୍ର ସରକାରୀ ହଷ୍ଟେଲରେ ରହି ପଢୁଥିବା ସୂଚନା ମିଳିଛି। ତେବେ ଦୁଇ ଛାତ୍ର ଆଦିବାସୀ ଉନ୍ନୟନ ବିଭାଗ ଦ୍ଵାରା ଅନୁଦାନପ୍ରାପ୍ତ ହଷ୍ଟେଲରେ ରହି ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅଜାଣତରେ ବାହାରକୁ ଆସି ମଦ ପିଇଲେ କେମିତି ? ଛାତ୍ରମାନେ ବାହାରକୁ ଗଲେ କିପରି ? ସ୍କୁଲ ୟୁନିଫର୍ମ ପିନ୍ଧିଥିବା ନାବାଳକଙ୍କୁ ମଦ ବିକ୍ରି କଲା କିଏ ? ପିଲାମାନଙ୍କ ନିକଟକୁ ନିଶା ପହଞ୍ଚିଲା କେଉଁଠୁ, ଯାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ।

ମିଳିଲାନି ମହାପ୍ରୟାଣ ଗାଡ଼ି; ୩ କିଲୋମିଟର ଦୋଳାରେ ବୁହାହୋଇ ଗଲା ମୃତଦେହ
ବ୍ରାହ୍ମଣୀଗାଁ: ସରକାରଙ୍କ ବିଭିନ୍ନ ଯୋଜନା ସହିତ ଜନହିତକର ଯୋଜନା ଅନେକ ରହିଛି। ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ରାହ୍ମଣୀଗାଁ ଥାନା ଝିଞ୍ଜିରିଗୁଡ଼ା ପଞ୍ଚାୟତ କିରାମା ଗ୍ରାମ ଗୁମାପଦର ସାହିର ଫିଲିମିନା ନାୟକ (୮୫) ଗତକାଲି ସନ୍ଧ୍ୟା ସମୟରେ ମୃତ୍ୟୁ ହୋଇଥିଲା।  ୩୦ ବର୍ଷ ପୂର୍ବେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା। ଫିଲିମିନାଙ୍କ ମୃତଦେହକୁ ଆତ୍ମୀୟସ୍ୱଜନ ଗୁମାପଦରକୁ ନେବାପାଇଁ ଅଟୋ କିମ୍ୱା ଗାଡିରେ ନେବାକୁ ବହୁ ବୁଝାବୁଝି କରି ଶେଷରେ ନିରାଶ ହୋଇ ରାତି ୭ରେ ବ୍ରାହ୍ମଣୀଗାଁ ବଜାର ଦେଇ ଦୋଳା କରି ପ୍ରାୟ ୩ କିଲୋମିଟର ବୋହି ନେଇଥିବା ଦେଖାଯାଇଥିଲା।

ସୂଚନା ଅନୁସାରେ, ଅସୁସ୍ଥତା କାରଣରୁ ବ୍ରାହ୍ମଣୀଗାଁରେ ରହୁଥିବା ବଡ଼ଝିଅ ଘରେ ଚିକିତ୍ସା ପାଇଁ ଫିଲିମିନା ରହୁଥିଲେ। ହେଲେ ବଡ଼ ଝିଅଙ୍କ ଘରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଞ୍ଚଳବାସୀଙ୍କ ପାଇଁ ପ୍ରଶାସନ ସ୍ୱତନ୍ତ୍ର ଭାବେ ମହାପ୍ରୟାଣ ଗାଡି ଯୋଗାଇ ଦେବାକୁ ଦାବି  ହେଉଛି। ଗତକାଲି ସନ୍ଧ୍ୟାରେ ଫିଲିମିନାଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକେ କିରାମା ଗ୍ରାମକୁ ମୃତଦେହ ନେବା ଲାଗି ପ୍ରସ୍ତୁତ ହୋଇଥିଲେ । ହେଲେ ମୃତଦେହ ନେବା ପାଇଁ କୌଣସି ଗାଡ଼ି ରାଜି ହୋଇନଥିଲେ । ଗୋଟିଏ ପଟେ ମୃତଦେହ ନେବାକୁ ମହାପ୍ରୟାଣ ଗାଡ଼ିର ସୁବିଧା ନ‌ଥିବା ବେଳେ ଅନ୍ୟପଟେ ରାତିରେ ମୃତଦେହକୁ ନେବା ଲାଗି ଅଟୋ ଚାଳକ ରାଜି ହେଲେ ନାହିଁ । ଫଳରେ ପରିବାରବର୍ଗ ବାଧ୍ୟ ହୋଇ ବୃଦ୍ଧାଙ୍କ ମୃତଦେହକୁ ୩ କିଲୋମିଟର ଦୋଳିରେ ବୋହି ନେଇଥିଲେ । ତେବେ ଅଞ୍ଚଳବାସୀଙ୍କ ପାଇଁ ପ୍ରଶାସନ ସ୍ୱତନ୍ତ୍ର ଭାବେ ମହାପ୍ରୟାଣ ଗାଡି ଯୋଗାଇ ଦେବାକୁ ଦାବି  ହେଉଛି।

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟପ୍ ମାଓନେତା ଗଣେଶ ସମେତ ୪ ନିହତ
କନ୍ଧମାଳ: ଏନ୍‌କାଉଣ୍ଟରରେ ୪ ମାଓବାଦୀ ସଫା । ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ କୁପାଟି ତାଳଜୀବିକା ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୪ ମାଓବାଦୀ । ଏନ୍‌କାଉଣ୍ଟରରେ ଟପ୍ ମାଓନେତା ଗଣେଶ ସମେତ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି । ଗଣେଷ ଓଡ଼ିଶା କ୍ୟାଡର ମୁଖ୍ୟ ଥିଲେ । ଗଣେଶ ନାଁରେ ଥିଲା ୧.୧୦ କୋଟି ଟଙ୍କା ପୁରସ୍କାର । ମୃତ ମାଓବାଦୀଙ୍କ ମଧ୍ୟରେ ୨ ପୁରୁଷ ଓ ୨ ମହିଳା ଥିବା ସୂଚନା । ୩ ମାଓବାଦୀଙ୍କ ପରିଚୟ ଏଯାଏ ମିଳିନାହିଁ । ସେମାନଙ୍କ ପାଖରୁ ୨ଟି ଇନସାସ୍ ରାଇଫଲ୍ ଏବଂ ଗୋଟିଏ ୩୦୩ ରାଇଫଲ୍ ଜବତ ହୋଇଛି। ଗୁଇନ୍ଦା ସୂଚନା ଆଧାରରେ କନ୍ଧମାଳ ଜିଲ୍ଲାର ଚକାପାଦ ଥାନା ଅଞ୍ଚଳ ଏବଂ ଗଞ୍ଜାମର ରମ୍ଭା ଜଙ୍ଗଲ ସୀମାରେ ଏକ ବଡ଼ ଧରଣର ଯୁଗ୍ମ ଅପରେସନ୍ କରାଯାଇଥିଲା । ସମ୍ପୃକ୍ତ ଅଞ୍ଚଳରେ ଏବେ ମଧ୍ୟ ସର୍ଚ୍ଚ ଅପରେସନ୍ ଜାରି ରହିଛି ।