Baliguda - The Sakala

ଅମୃତଭଣ୍ଡା ତୋଳିବା ହେଲା କାଳ, ଚାଲିଗଲା ଜଣେ ମହିଳାଙ୍କ ଜୀବନ...
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଏକ ଅଭାବନୀୟ ତଥା ଦୁଃଖଦ ଘଟଣା ଦେଖିବାକୁ ମିଳିଛି।  ଅମୃତଭଣ୍ଡା ତୋଳିବା ଜଣେ ମହିଳାଙ୍କ ପାଇଁ କାଳ ପାଲଟିଛି। ଗଛରୁ ଅମୃତଭଣ୍ଡା ଖସି ମହିଳାଙ୍କ ମୁଣ୍ଡ ଓ ଛାତିରେ ମାଡ଼ ହେବାରୁ ତାଙ୍କର ଅକାଳ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୋଛାପଡ଼ା ଗ୍ରାମର ଚନ୍ଦ୍ରକଳା ଦିଗାଳ।

ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦ୍ରକଳା ନିଜ ବାଡ଼ିରୁ ଅମୃତଭଣ୍ଡା ତୋଳୁଥିଲେ। ଏହି ସମୟରେ ହଠାତ୍ ଗଛରୁ ଏକ ବଡ଼ ଅମୃତଭଣ୍ଡା ଖସି ସିଧା ତାଙ୍କ ମୁଣ୍ଡ ଏବଂ ଛାତି ଉପରେ ପଡିଥିଲା। ଆଘାତ ଏତେ ଶକ୍ତ ଥିଲା ଯେ, ସେ ଘଟଣାସ୍ଥଳରେ ହିଁ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ବ୍ୟାଙ୍କରେ ନକଲି ସୁନା ରଖି ୮୫ଲକ୍ଷ ଋଣ, ଅଭିଯୁକ୍ତ ଗିରଫ
ବାଲିଗୁଡ଼ା: ଲୋକେ ବନ୍ଧକ ରଖୁଥିବା ସୁନା ଅସଲି ନା ନକଲି, ତାହା ଯାଞ୍ଚ କରିବା ପାଇଁ ବ୍ୟାଙ୍କ ଆପ୍ରାଇଜର୍‌ ଭାବେ ନିୟୋଜିତ ହୋଇଥିଲେ। ମାତ୍ର ନିଜେ ତଞ୍ଚକତା କରି ବ୍ୟାଙ୍କକୁ ୮୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଚୂନ ମାରିଦେଲେ। ଏପରି ଜଣେ ଧୂର୍ତ୍ତ ବଣିଆକୁ ବାଲିଗୁଡ଼ା ପୁଲିସ ଆଜି ବ୍ରହ୍ମପୁରରୁ ଗିରଫ କରିଛି। ସେ ହେଲା ପି. ସତ୍ୟରାମ ଆଚାରୀ। ୩ ଜଣଙ୍କ ନାମରେ ନକଲି ସୁନା ରଖି ସେ ଏପରି ଠକେଇ କରିଥିବା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରମେନ୍ଦ୍ର ପ୍ରସାଦ ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନାନୁସାରେ, ବାଲିଗୁଡ଼ାରେ ସତ୍ୟରାମଙ୍କ ଏକ ସୁନା ଅଳଙ୍କାର ଦୋକାନ ଥିଲା। ସେ ବାଲିଗୁଡ଼ା ୟୁକୋ ବ୍ୟାଙ୍କରେ କିଛି ବର୍ଷ ଧରି ଆପ୍ରାଇଜର୍‌ ଥିଲେ। ଏହାର ସୁଯୋଗ ନେଇ ନିଜର ସୁନା ଦୋକାନରେ କାମ କରୁଥିବା ୩ କର୍ମଚାରୀଙ୍କ ନାମରେ ୧୪ଗୋଟି ନକଲି ସୁନା ଅଳଙ୍କାର ବନ୍ଧକ ରଖି ୮୫ ଲକ୍ଷ ୮୬ ହଜାର ଟଙ୍କା ଋଣ ନେଇଥିଲେ।
କର୍ମଚାରୀମାନେ ଜାଣିବା ପୂର୍ବରୁ ତାଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଉଠାଇ ନେଇଯାଉଥିଲା। ଟଙ୍କା ନ ସୁଝିବାରୁ ୨୦୨୪ରେ ନିଲାମ ପାଇଁ ଯାଞ୍ଚ ହେବାରୁ ଏହା ନକଲି ସୁନା ବୋଲି ଜଣାପଡ଼ିଥିଲା। ଗତ ମେ’ ୨୧ ଦିନ ବାଲିଗୁଡା ୟୁକୋ ବ୍ୟାଙ୍କର ଶାଖା ପରିଚାଳକ ମାନସ ରଂଜନ ନାୟକ ବ୍ୟାଙ୍କରେ ନକଲି ସୁନା ଅଳଙ୍କାର ରଖି ଋଣ ନେଇଥିବା ନେଇ ଏତଲା ଦେଇଥିଲେ। ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଥିଲା। ଖବର ପାଇ ଅଭିଯୁକ୍ତ ଆଚାରୀ ଫେରାର ହୋଇଯାଇଥିଲା। ସେ ବ୍ରହ୍ମପୁରରେ ଥିବା ଖବର ପାଇ ପୁଲିସ ଚଢ଼ଉ କରି ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତେବେ ବାଲିଗୁଡାର କିଛି ବ୍ୟକ୍ତିଙ୍କ ଠାରୁ ମଧ୍ୟ ସେ ଲକ୍ଷାଧିକ ଟଙ୍କା ଧାର ନେଇଥିବା ପୁଲିସ ସୂଚନା ଦେଇଛି।

୨୦୨୪ ସେପ୍ଟେମ୍ୱର ମାସରେ ଫୁଲବାଣୀ ୟୁକୋ ବ୍ୟାଙ୍କର ସହକାରୀ ପରିଚାଳକ ଓ ଭଞ୍ଜନଗର ଜଣେ ସୁନାରି ବାଲିଗୁଡା ୟୁକୋ ବ୍ୟାଙ୍କରେ ପହଞ୍ଚି ପୁନର୍ବାର ସୁନାର ଯାଞ୍ଚ କରିଥିଲେ। କିନ୍ତୁ ଏହି ଘଟଣାରେ ବ୍ୟାଙ୍କର କିଛି କର୍ମଚାରୀ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି ବୋଲି ମଧ୍ୟ କହିଛନ୍ତି ବାଲିଗୁଡ଼ା ଏସ୍‌ଡିପିଓ ରମେନ୍ଦ୍ର ପ୍ରସାଦ।

ପୁଣି ୨ ନାବାଳିକା ଛାତ୍ରୀ ଗର୍ଭବତୀ, ଥାନାରେ ଏତଲା ଦେଲେ ପ୍ରଧାନ ଶିକ୍ଷୟତ୍ରୀ…
ବାଲିଗୁଡ଼ା: ପୁଣି ୨ ନାବାଳିକା ଛାତ୍ରୀ ଗର୍ଭବତୀ। ଆଶ୍ରମ ବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ଗର୍ଭବତୀ। କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଦୁଇଜଣ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡ଼ିଛି । ମାସିକ ସ୍ବାସ୍ଥ୍ୟ ପରୀକ୍ଷା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏ ନେଇ ଜାଣିବାକୁ ପାଇଥିଲେ। ଛାତ୍ରୀଙ୍କ ପରିବାର ଲୋକଙ୍କୁ ଡକାଇ ଡାକ୍ତରୀ ପରୀକ୍ଷା କରାଇଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ। ପରିବାର ଲୋକଙ୍କ ଉପସ୍ଥିତିରେ ଡାକ୍ତରୀ ପରୀକ୍ଷାପରେ ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଛି। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ।

ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ଖଣ୍ଡ ଖଣ୍ଡ କରି ହାଣିଲା ନିଶାସକ୍ତ ସ୍ବାମୀ
ବାଲିଗୁଡ଼ା: ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀକୁ ଖଣ୍ଡ ଖଣ୍ଡ କରି ହାଣିଲା ନିଶାସକ୍ତ ସ୍ବାମୀ । ନିଜ ସ୍ତ୍ରୀ ମଧୁମତି ବେହେରଦଲାଇକୁ ଖଣ୍ଡ ଖଣ୍ଡ କରି କାଟି ପକାଇଲା ନିଶାସକ୍ତ ସ୍ବାମୀ ଚନ୍ଦ୍ରକାନ୍ତ ବେହେରଦଲାଇ । ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ନୂଆମୁଣ୍ଡା ଗ୍ରାମରେ ଚାଞ୍ଚଲ୍ୟକର ହତ୍ୟା । ଧାରୁଆ ଅସ୍ତ୍ରରେ ବେକକୁ କାଟିବା ସହ ଶରୀରର ଅନେକ ସ୍ଥାନରେ ଆଘାତ ହୋଇଥିବା ସୂଚନା । ମୃତ ଦେହକୁ ଜବତ କରିବା ସହ ଅଭିଯୁକ୍ତ ସ୍ବାମୀ ନୁଆମୁଣ୍ଡା ଗ୍ରାମର ଚନ୍ଦ୍ରକାନ୍ତ ବେହେରଦଲାଇକୁ ଥାନାରେ ଅଟକ ରଖିଛି ତୁମୁଡ଼ିବନ୍ଧ ପୁଲିସ । ଘଟଣାସ୍ଥଳରେ ପହଁଚି ତୁମୁଡ଼ିବନ୍ଧ ପୁଲିସର ତଦନ୍ତ ଆରମ୍ଭ ।

ବାଲିଗୁଡାରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର
ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ବାଲିଗୁଡା ଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରି ସେମାନଙ୍କୁ ବିପୁଳ ଭୋଟରେ ଜିତାଇବାକୁ ଅନୁରୋଧ କରିଛନ୍ତି। କନ୍ଧମାଳ ସାଂସଦ ପ୍ରାର୍ଥୀ ଡକ୍ଟର ଅଚ୍ୟୁତ ସାମନ୍ତ ଏବଂ ବାଲିଗୁଡା ବିଧାନସଭା ପ୍ରାର୍ଥୀ ଶ୍ରୀ ଚକ୍ରମଣି କହଁରଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ କହିଛନ୍ତି।

ବିରୋଧୀ ଦଳଙ୍କୁ ସିଧା ସଳଖ ଆକ୍ରମଣ କରି ସେ କହିଲେ ଯେ ଏଭଳି ଜନସମାବେଶ ଦେଖି ବିରୋଧୀ ଦଳ ଆତ୍ମବିଶ୍ବାସ ହରାଉଛି । ବର୍ଷକ ତଳେ ପଞ୍ଚାୟତ ନିର୍ବାଚନରେ ସବୁ ଜିଲ୍ଲାରେ ହାରିଥିଲେ, ତେଣୁ ତାଙ୍କ ମନୋବଳ ପୁରା ଭାଙ୍ଗି ଯାଇଛି । ତାଙ୍କ ପାଖରେ କହିବାକୁ କିଛି ନାହିଁ, ତେଣୁ ମିଛ କହିବା ଆରମ୍ଭ କରିଛନ୍ତି, ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ଅପପ୍ରଚାର କରୁଛନ୍ତି ।

ବିରୋଧି କହୁଛନ୍ତି ବିଧାନସଭାରେ ୧୨୦ ଓ ଲୋକସଭାରେ ୧୬ ଆସନରେ ଜିତିବେ । କିନ୍ତୁ ଦେଖିଲା ବେଳକୁ ପ୍ରାର୍ଥୀ ଦେବାପାଇଁ ବିଜେପି ପାଖରେ ଲୋକ ନାହାନ୍ତି । ବିଜେଡି ଲିଷ୍ଟକୁ ଚାହିଁଛନ୍ତି ବସିଛନ୍ତି । ବିଜେଡି ତାଲିକା ପ୍ରକାଶ ପରେ ନିଜର ତାଲିକା ବାହାର କରୁଛନ୍ତି ।

ଓଡିଶାରେ ଡବଲ ଇଞ୍ଜିନ, ସିଙ୍ଗଲ ଇଞ୍ଜିନର କିଛି ମୂଲ୍ୟ ନାହିଁ। ଓଡିଶାରେ ଗୋଟିଏ ଇଞ୍ଜିନ – ସେ ହେଉଛି ନବୀନ ଇଞ୍ଜିନ। ନବୀନ ଇଞ୍ଜନର ଶକ୍ତି ବହୁତ ଅଧିକ, କେବେ ବି ଖରାପ ହେବ ନାହିଁ। ସେମାନେ ବର୍ଷକୁ ୨ କୋଟି ଚାକିରୀ ଦେବେ ବୋଲି କହିଥିଲେ, କୁଆଡେ ଗଲା ଚାକିରି ପ୍ରତିଶ୍ରୁତି ? ପେଟ୍ରୋଲ, ଡିଜେଲ, ଗ୍ୟାସ ଦର କମେଇବେ ବୋଲି କହିଥିଲେ। ହିସାବ ଦେବାକୁ ସେମାନଙ୍କ ଦମ୍‌ ନାହିଁ। ଆମର ଦମ୍‌ ଅଛି ଲୋକଙ୍କୁ ଆମେ ସବୁବେଳେ ହିସାବ ଦେଇଚାଲିଛୁ।

ଆପଣମାନେ ତାଙ୍କୁ ପଚାରନ୍ତୁ, ହିସାବ ମାଗନ୍ତୁ। ହିସାବ ମାଗିଲେ ଲୁଚିକି ପଳେଇବେ, ଆଉ ଦେଖା ଦେବେନି। ନବୀନ ଗ୍ୟାରେଣ୍ଟି ହେଉଛି ଆମେ ପୁଣି ଆସିବୁ, ଆପଣମାନଙ୍କୁ ପୁଣି ହିସାବ ଦେବୁ । ମୁଖ୍ୟମନ୍ତ୍ରୀ ସବୁ ଧର୍ମକୁ, ସବୁ ଧର୍ମାବଲମ୍ବୀଙ୍କୁ ସମ୍ମାନ କରନ୍ତି, ସେଥିପାଇଁ ଓଡିଶାରେ ଶାନ୍ତି ଅଛି।

ଛତିଶଗଡ, ଝାଡଖଣ୍ଡରେ ଡବଲ ଇଞ୍ଜିନ ଚାଲିଥିଲା, କିନ୍ତୁ ସେମାନେ ଆଦିବାସୀଙ୍କ ପାଇଁ କଣ କରିଛନ୍ତି ? କିଛି କରି ନାହାନ୍ତି। ଓଡିଶାରେ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ କରିଛନ୍ତି। ଭାଷା, ସାହିତ୍ୟ, ସଂସ୍କୃତି, ପୂଜାସ୍ଥଳୀ, ଜାହିରା ଆଦିର ସଂରକ୍ଷଣ କରୁଛନ୍ତି। କନ୍ଧମାଳ ଏସଡିସିରେ ଗତ ଏକ ବର୍ଷ ମଧ୍ୟରେ ୧୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ଜନଜାତିଙ୍କ ସଂଗୃହୀତ ଜଙ୍ଗଲଜାତ ଦ୍ରବ୍ୟ ସରକାର କିଣିବା ପାଇଁ ‘ଲାଭ‘ ଯୋଜନା କରିଛନ୍ତି। ଆପଣମାନେ ସମସ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବେ। କେହି ଆପଣଙ୍କୁ ଠକି ପାରିବେ ନାହିଁ। ବାଲିଗୁଡାରେ ୩୩୫ କୋଟି ଟଙ୍କାର କାମ ଚାଲିଛି। ଜଗନ୍ନାଥ ମନ୍ଦିର, ପାଟଖଣ୍ଡା ମନ୍ଦିର ଓ ଧବଳେଶ୍ବର ଶିବ ମନ୍ଦିର ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା । ବସ୍ତିଙ୍ଗିଆ ଚର୍ଚ୍ଚ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଏବଂ ବାରଖମା, କଞ୍ଜାମେଣ୍ଡିରେ ଖ୍ରୀଷ୍ଟିଆନ ମାଇନରିଟି ସେଣ୍ଟର ପାଇଁ ସହାୟତା ଦିଆଯାଇଛି । ବାଲିଗୁଡା-ମାଡିନତା ସ୍ଥାନୀୟ ନାଳ ଉପରେ ହାଇଲେବୁଲ ସେତୁ ପାଇଁ ୬ କୋଟି ଟଙ୍କା, ବାଲିଗୁଡା-ବାରଖମା-ଖମଣଖୋଳ-ସିନ୍ଧିଗୁଡା ରାସ୍ତାରେ ହାଇଲେବୁଲ ସେତୁ ପାଇଁ ୫.୭୦ କୋଟି ଟଙ୍କା, ବାଲୁଗୁଡା-ବୁଦାଗୁଡା ରାସ୍ତାର ଉନ୍ନତି ପାଇଁ ୪୫ କୋଟି ଟଙ୍କା, ପିଡାମାହା-ଡୁଡୁମିଲା ରାସ୍ତାର ଉନ୍ନତିକରଣ ଓ ସେତୁ ନିର୍ମାଣ ପାଇଁ ୧୯.୫୦ କୋଟି ଟଙ୍କା, ଗୁମୁଡୁମାହା-ଲହାଡି ରାସ୍ତା ଉନ୍ନତିକରଣ ଓ ସେତୁ ନିର୍ମାଣ ପାଇଁ ୧୧.୫୦ କୋଟି ଟଙ୍କା ଏବଂ ଲୁଡୁ ଜଳପ୍ରପାତ ଓ ସର୍ପନଳା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୧.୨୦ କୋଟି ଟଙ୍କାର କାମ ଚାଲିଥିବା ଶ୍ରୀ ପାଣ୍ଡିଆନ କହିଥିଲେ ।

ଲାଲବାହିନୀର ବର୍ବରତା; ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଗୁଳି କରି ହତ୍ୟା
ବାଲିଗୁଡ଼ା: ସବୁଠି ଚାଲିଥିଲା ଦୀପାବଳୀ ଉତ୍ସବର ପାର୍ବଣ। ଲୋକେ ବାଣ ଫୁଟାଇ ମିଠା ବାଣ୍ଟି ଖୁସି ମନାଉଥିଲେ। କିନ୍ତୁ ସେତେବେଳେ ଉପାନ୍ତ ଆଦିବାସୀ ଅଞ୍ଚଳର ଆଦିବାସୀ ପରିବାରରେ ଶୋକ ଓ ଆତଙ୍କର ବାତାବରଣ। କନ୍ଧମାଳରେ ପୁଣି ମାଓବାଦୀଙ୍କ ଲାଲ କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଯୁବକକୁ ଘରୁ ଡାକି ନେଇ ଗୁଳି କରି ନିର୍ମମ ଭାବେ ହତ୍ୟା କଲେ ଲାଲ ବାହିନୀ । ବାଲିଗୁଡା ଥାନା ସୁଡ୍ରା ପଂଚାୟତର ଟୁପୁଡି ଗାଁ ନିକଟରେ ଗୁଳି କରି ହତ୍ୟା କଲେ ମାଓବାଦୀ । ମୃତ ଯୁବକ ହେଲେ କୁନାସୋଲ ଗାଁର ନୀଳକଣ୍ଠ ମଳିକ । ପୋଲିସ ଖବରଦାତା ଭାବେ କାର୍ଯ୍ୟ କରୁଥିବାରୁ ପ୍ରଜା କୋର୍ଟରେ ଦଣ୍ଡ ଦିଆଯାଇଥିବା କେ. କେ. ବି. ଏନ ମାଓବାଦୀ ସଙ୍ଘଠନ ପକ୍ଷରୁ ସ୍ପଷ୍ଟ କରା ଯାଇଛି ।

ହତ୍ୟା ପରେ ଘଟଣା ସ୍ଥଳରେ ହାତ ଲେଖା ପୋଷ୍ଟର ଓ ମାଓ ବେନ୍ନର ମଧ୍ୟ ଛାଡିଛନ୍ତି କେ. କେ. ବି. ଏନ ମାଓବାଦୀ । ଗତ 11 ତାରିଖରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ କୁନାସଲ ଜଙ୍ଗଲରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିଲେ । ଏହାକୁ ବିରୋଧ କରି ୨୫ ଅକ୍ଟୋବରକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କେକେବିଏନ ମାଓବାଦୀ ସଂଗଠନ । ଶହୀଦ ମହିଳା ମାଓବାଦୀ ପୋୟାମ ପାଣ୍ଡ୍ରାମ ଓରଫ ସାବିତ୍ରୀକୁ ବଳିଦାନ ଅର୍ପଣ କରିବାକୁ ଆହ୍ୱାନ ଦେଇଛି ଲାଲ ବାହିନୀ । ସୁଡ୍ରା ଗ୍ରାମର ଟୁନା ସାହୁ, ବବୁଲ, ବାପି – ପାଟମାସ୍କା ବିଦ୍ୟାଳୟର ଶିକ୍ଷକୟତ୍ରୀ ସୁମିତ୍ରା ସହିତ ଖମନଖୋଲ, ଟିକରବାଜୁ, ଲଣ୍ଡାଗାଁ, ଢାକା ଗ୍ରାମରେ ଥିବା ପୋଲିସ ଖବରଦାତାମାନଙ୍କୁ ଖବରଦାତା କାର୍ଯ୍ୟ ଛାଡିବାକୁ ମାଓବାଦୀ ସଙ୍ଘଠନ ପକ୍ଷରୁ ଜାରି କରାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି | ଏବେ ଆତଙ୍କିତ ଅଞ୍ଚଳବାସୀ। ପୁଲିସ ମଧ୍ୟ ଯିବାକୁ ନାରାଜ୍। କାହା ଭରସାରେ ବଞ୍ଚିବେ ଆଦିବାସୀ ଅଞ୍ଚଳର ଲୋକେ ତାହା ସାଧାରଣରେ ପ୍ରଶ୍ନବାଚୀ।

୮୩ ବର୍ଷୀୟ ବୃଦ୍ଧଙ୍କ ଆଗରେ ହାର ମାନିଲା କରୋନା
ମହାମାରୀ କରୋନାର ଦ୍ଵିତୀୟ ଲହର ଏବେ ସାରା ଭାରତକୁ କବଳିତ କରି ରଖିଛି । କରୋନା ଭୟରେ ଲୋକମାନେ ବାହାରକୁ ବାହାରୁ ନାହାନ୍ତି । ତେବେ ଏ ସମସ୍ତ ଭୟ ଓ ଆଶଙ୍କା ମଧ୍ୟରେ ବାଲିଗୁଡ଼ାରୁ ଆସିଛି ଗୋଟେ ଖୁସିର ଖବର । ଯେଉଁଠି ପରିଣତ ବୟସ ଓ ଦୃଢ ମନୋବଳ ଆଗରେ ହାର ମାନିଛି କରୋନା । ଭୂତାଣୁ ସହ ଲଢେଇରେ ଜିତାପଟ ମାରିଛନ୍ତି ଶ୍ୟାମଘନ ପଣ୍ଡା । କନ୍ଧମାଳ ବାଲିଗୁଡା ଭଗାମୁଣ୍ଡା ସାହିର ୮୩ ବର୍ଷୀୟ ବୃଦ୍ଧ ଶ୍ୟାମଘନ ପଣ୍ଡାଙ୍କୁ ଗତ କିଛି ଦିନ ତଳେ ଜ୍ୱର ଲାଗି ରହିଥିଲା । ଟେଷ୍ଟରେ ପଜିଟିଭ୍ ଚିହ୍ନଟ ହେବା ପରେ ଶ୍ୟାମଘନଙ୍କୁ ବାଲିଗୁଡ଼ା ବଡ଼ଗାଁରେ ଥିବା କୋଭିଡ୍ କେୟାର୍ ସେଣ୍ଟରକୁ ନିଆଯାଇଥିଲା । ସେଠାରେ ଉପଯୁକ୍ତ ଚିକିତ୍ସା ପରେ ଗତକାଲି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୁସ୍ଥ ହେବା ପରେ ସମୟରେ କୋଭିଡ୍ କେୟାର୍ ସେଣ୍ଟରର ଡାକ୍ତର ଅଭିନନ୍ଦନ ଜଣାଇବା ସହ ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ବିଦାୟ ଦେଇଥିଲେ ।