pharma tariffs - The Sakala
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଉପରକୁ ଆଉ ଏକ ଶୁଳ୍କ ବୋମା ଛାଡିଛନ୍ତି। ଏଥର ‌ ଔଷଧ, ଫର୍ଣ୍ଣିଚର ଏବଂ ରୋଷେଇ କ୍ୟାବିନେଟ୍ ଉତ୍ପାଦ ଉପରେ ଭାରୀ ଟାରିଫ୍ ଘୋଷଣା କରିଛନ୍ତି। ଫର୍ଣ୍ଣିଚର, ଔଷଧ ସାମଗ୍ରୀ, ରୋଷେଇ କ୍ୟାବିନେଟ୍ ଏବଂ ବିଦେଶରୁ ଆମଦାନି ହେଉଥିବା ଭାରୀ ଟ୍ରକ୍ ଉପରେ ସେ ଏହି ଶୁଳ୍କ ଳଗାଇଛନ୍ତି। ଭାରତରୁ ଆସୁଥିବା ବ୍ରାଣ୍ଡେଡ୍‌ ଔଷଧ ସାମଗ୍ରୀ ଉପରେ ଶତ ପ୍ରତିଶତ ଟାରିଫ୍‌ ଲଗାଇଥିବା ବେଳେ କିଚେନ୍‌ କ୍ୟାବିନେଟ୍‌ରେ ୫୦%, ଫର୍ଣ୍ଣିଚରରେ ୩୦% ଏବଂ ଭାରୀ ଟ୍ରକ୍ ଉପରେ ୩୦% ଶୁଳ୍କ ଲଗାଇଛନ୍ତି। ଏହି ନୂଆ ଟାରିଫ୍‌ ଅକ୍ଟୋବର ପହିଲାରୁ ଲାଗୁ ହେବ।
ଟ୍ରମ୍ପ୍‌ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଅକ୍ଟୋବର ପହିଲାରୁ ବ୍ରାଣ୍ଡେଡ୍ କିମ୍ବା ପେଟେଣ୍ଟ ହୋଇଥିବା ଔଷଧ ଉପରେ ଶତ ପ୍ରତିଶତ ଶୁଳ୍କ ଲାଗୁ ହେବ। ତାଙ୍କ ନିଷ୍ପତ୍ତି କେବଳ ଆମେରିକାରେ ନିଯୁକ୍ତି ବୃଦ୍ଧି କରିବ ନାହିଁ ବରଂ ବିଦେଶୀ କମ୍ପାନୀଗୁଡ଼ିକୁ ମଧ୍ୟ ଆକର୍ଷିତ କରିବ। ଏହା ଆମେରିକୀୟ କାରଖାନାଗୁଡ଼ିକୁ ଆହୁରି ମଜବୁତ କରିବ। ଏବେ ଟ୍ରମ୍ପ୍‌ ଔଷଧ ଉପରେ ଟାରିଫ୍ ବୃଦ୍ଧି କରିଛନ୍ତି, ଯାହା ଔଷଧ ଏବଂ ରୋଷେଇ କ୍ୟାବିନେଟ୍ ଉଭୟର ମୂଲ୍ୟ ବୃଦ୍ଧି କରିବ। ଟ୍ରମ୍ପ୍‌ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍‌ରେ ଲେଖିଛନ୍ତି ଯେ ସମସ୍ତ ବ୍ରାଣ୍ଡେଡ୍ ଏବଂ ପେଟେଣ୍ଟ ଔଷଧ ଉତ୍ପାଦଗୁଡ଼ିକ ଅକ୍ଟୋବର ପହିଲାରୁ ୧୦୦% ଶୁଳ୍କ ଲାଗୁ ହେବ। ଏହାଦ୍ବାରା ଆମେରିକାରେ ସେମାନଙ୍କର ବ୍ୟବସାୟ ପ୍ରତିଷ୍ଠା କରିବାକୁ ଚାହୁଁଥିବା ଔଷଧ କମ୍ପାନୀଗୁଡ଼ିକ ଶୁଳ୍କ ରିଆତି ପାଇବେ। ଆମେରିକାର ରାଷ୍ଟ୍ରପତିଙ୍କ ଦ୍ୱାରା ଲାଗୁ କରାଯାଇଥିବା ଏହି ଶୁଳ୍କ ଭାରତୀୟ ଔଷଧ ବଜାର ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। କାରଣ ଆମେରିକା ପ୍ରତିବର୍ଷ ବିଦେଶରୁ ବହୁ ସଂଖ୍ୟକ ଔଷଧ ଆମଦାନୀ କରିଥାଏ। ଔଷଧ ଉପରେ ଶୁଳ୍କ ବୃଦ୍ଧି କେବଳ କମ୍ପାନୀଗୁଡ଼ିକୁ ନୁହେଁ ବରଂ ଆମେରିକୀୟ ଜନସାଧାରଣଙ୍କୁ ମଧ୍ୟ ପ୍ରଭାବିତ କରିବ। କାରଣ କେବଳ ଗତ ବର୍ଷ ଆମେରିକା ଭାରତରୁ ୨୩୩ ବିଲିୟନ ଡଲାର ମୂଲ୍ୟର ଔଷଧ ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣ କିଣିଥିଲା। ଏପରି ପରିସ୍ଥିତିରେ ଆମେରିକୀୟ ଜନସାଧାରଣଙ୍କୁ ମଧ୍ୟ ବୃଦ୍ଧି ପାଉଥିବା ମୂଲ୍ୟ ଯୋଗୁଁ ଔଷଧ ଉପରେ ଅଧିକ ଖର୍ଚ୍ଚ କରିବାକୁ ପଡିବ।
ପୂର୍ବରୁ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଥିବା ଟ୍ରମ୍ପ ଭିସା ଝଟକା ବି ଦେଇଛନ୍ତି। ବ୍ରାଣ୍ଡେଡ୍ ଔଷଧ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗି ଭାରତକୁ ଆଉ ଏକ ଝଟକା ଦେଇଛନ୍ତି।