Traffic Restrictions - The Sakala
ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ: ଆସନ୍ତାକାଲି ରାଜଧାନୀରେ ଟ୍ରାଫିକ୍ କଟକଣା, ଏୟାରପୋର୍ଟରୁ ଓୟୁଏଟି ଛକ ଯାଏଁ ରାସ୍ତା ବନ୍ଦ
ଭାରତର ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ ଆସନ୍ତାକାଲି ଅର୍ଥାତ ଜୁଲାଇ ୯ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଉପରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭିଆଇପି କନଭୟର ସୁଗମ ଯାତାୟାତ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସହରର ବିଭିନ୍ନ ପ୍ରମୁଖ ରାସ୍ତାରେ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ଏହି କଟକଣା ମୁଖ୍ୟତଃ ଏୟାରପୋର୍ଟ ଛକ ଠାରୁ ଆରମ୍ଭ କରି ଓୟୁଏଟି (OUAT) ଛକ ଏବଂ ଖୋର୍ଦ୍ଧା ସ୍ଥିତ ନାଇଜର (NISER) ପର୍ଯ୍ୟନ୍ତ ଲାଗୁ ହେବ।
କେଉଁ ସମୟରେ କେଉଁ ରାସ୍ତା ରହିବ ବନ୍ଦ?
କମିଶନରେଟ୍ ପୋଲିସ ପକ୍ଷରୁ ଜାରି କରାଯାଇଥିବା ଆଡଭାଇଜରି ଅନୁଯାୟୀ, ଗୁରୁବାର ଦିନ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଟ୍ରାଫିକ୍ ନିୟନ୍ତ୍ରଣ କରାଯିବ:
* ସକାଳ ୧୦:୨୫ ରୁ ୧୦:୪୫ ମିନିଟ୍: ଏହି ସମୟ ମଧ୍ୟରେ ଏୟାରପୋର୍ଟ ଛକ, ହସ୍ପିଟାଲ ଛକ, ଏଜି ଛକ, ଲୋକଭବନ ଛକ, ଗୋପବନ୍ଧୁ ଛକ ଏବଂ ଓୟୁଏଟି ଛକ ରାସ୍ତାରେ ସାଧାରଣ ଯାନବାହନ ଚଳାଚଳ ବନ୍ଦ ରହିବ।
* ଦିନ ୧୨:୨୫ ରୁ ୧୨:୪୦ ମିନିଟ୍: ଏହି ସମୟରେ ଓୟୁଏଟି ଛକରୁ ଲୋକଭବନ ଛକ ଏବଂ ଗୋପବନ୍ଧୁ ଛକ ଦେଇ ଯାଉଥିବା ରାସ୍ତାରେ କଟକଣା ଲାଗୁ ହେବ।
* ଅପରାହ୍ଣ ୧:୪୦ ରୁ ୨:୩୦ ମିନିଟ୍: ଏହି ଅବଧିରେ ଲୋକଭବନ ଛକ, ପାୱାର ହାଉସ୍ ଛକ, ୧୨୦ ବାଟାଲିୟନ ଛକ, ଶାସ୍ତ୍ରୀ ନଗର ଛକ, ବେହେରା ସାହି ଛକ, ଜୟଦେବ ବିହାର, ଏନଏଚ୍-୧୬ ଖୋର୍ଦ୍ଧା ବାଇପାସ୍ ରାସ୍ତା, କାର୍ମେଲ ସ୍କୁଲ ଛକ, ଖୋଳଦ୍ୱାର ଛକ, ପଦନପୁର ଛକ ଏବଂ ନାଇଜର (NISER) ରାସ୍ତାରେ ଟ୍ରାଫିକ ବନ୍ଦ ରହିବ।
* ଅପରାହ୍ଣ ୩:୫୫ ରୁ ୫:୨୫ ମିନିଟ୍: ଉପରାଷ୍ଟ୍ରପତିଙ୍କ ପ୍ରତ୍ୟାବର୍ତ୍ତନ ସମୟରେ ନାଇଜରରୁ ଏୟାରପୋର୍ଟ ଛକ ପର୍ଯ୍ୟନ୍ତ ଉପରୋକ୍ତ ସମସ୍ତ ରାସ୍ତାରେ ସମାନ କଟକଣା ବଳବତ୍ତର ରହିବ।
ପୋଲିସର ନିବେଦନ ଏବଂ ଜରୁରୀକାଳୀନ ସେବା
ସହରରେ ଟ୍ରାଫିକ ସମସ୍ୟାକୁ ଏଡାଇବା ପାଇଁ ରାଜଧାନୀବାସୀ ଏହି ସମୟରେ ବୈକଳ୍ପିକ ରାସ୍ତା ବ୍ୟବହାର କରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଯାତ୍ରୀମାନେ ନିଜର ଯାତ୍ରା ପୂର୍ବରୁ ଯୋଜନା କରିବା ସହ ଟ୍ରାଫିକ ପୋଲିସକୁ ସହଯୋଗ କରିବାକୁ ନିବେଦନ କରାଯାଇଛି। ତେବେ ଏହି ସମୟରେ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ଗାଡ଼ି ଭଳି ଜରୁରୀକାଳୀନ ଯାନବାହନ ପାଇଁ କୌଣସି କଟକଣା ରହିବ ନାହିଁ ଏବଂ ସେଗୁଡ଼ିକ ଅବାଧରେ ଯାତାୟାତ କରିପାରିବେ ବୋଲି ପୋଲିସ ସ୍ପଷ୍ଟ କରିଛି।
ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ
ସୂଚନାଯୋଗ୍ୟ ଯେ, ଉପରାଷ୍ଟ୍ରପତି ତାଙ୍କର ଏହି ଗସ୍ତ କାଳରେ ଖୋର୍ଦ୍ଧା ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ନାଇଜର)ର ୧୫ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହା ସହିତ ସେ ଭାରତୀୟ ପତାକାବାହୀ ଜାହାଜ ମାନଙ୍କ ପାଇଁ ହାଇ-ସି ଫିସିଂ ସମ୍ପର୍କିତ 'ଲେଟର୍ ଅଫ୍ ଅଥରାଇଜେସନ୍'ର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।
ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀ ଯାଉଥିଲେ ଏହି ଜାଗାରେ କରନ୍ତୁ ଗାଡି ପାର୍କିଂ....
ପୁରୀ: ଆସନ୍ତା ସୋମବାର ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁଙ୍କ ଦିବ୍ୟସ୍ନାନ ଏବଂ ହାତୀବେଶ ଦର୍ଶନ ପାଇଁ ଏଥର ପୁରୀରେ ଭକ୍ତଙ୍କ ପ୍ରବଳ ସମାଗମ ହେବା ସମ୍ଭାବନା ରହିଛି।  ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପୁରୀରେ ସୁରକ୍ଷା ଓ ଟ୍ରାଫିକ କଟକଣା । ନିର୍ଦ୍ଧାରିତ ଟ୍ରାଫିକ୍‌ ରୁଟ୍‌ ଅନୁଯାୟୀ ଗାଡ଼ି ପାର୍କିଂ ବ୍ୟବସ୍ଥା ହୋଇଥିବା ନେଇ ପ୍ରେସ୍‌ମିଟ୍‌ରେ ପୁରୀ ଏସ୍‌ପି ପ୍ରତୀକ ସିଂଙ୍କ ସୂଚନା । ଭୁବନେଶ୍ୱର, ବ୍ରହ୍ମଗିରି ଏବଂ କୋଣାର୍କ ପଟୁ ବାଇକ୍‌ରେ ଆସୁଥିବା ଭକ୍ତମାନଙ୍କୁ ମାର୍କେଟ ଛକ ପର୍ଯ୍ୟନ୍ତ ଅନୁମତି ପ୍ରଦାନ କରାଯିବ। ସେମାନେ ବାଇକ୍‌ଗୁଡିକୁ ମ୍ୟୁନିସିପାଲଟି ମାର୍କେଟ କମ୍ପେ୍ଲକ୍ସରେ ରଖିବେ। ମ୍ୟୁନିସିପାଲଟି ମାର୍କେଟ କମ୍ପେ୍ଲକ୍ସ ପୂର୍ଣ୍ଣ ହୋଇଯିବା ପରେ ପୁରୁଣା ଜଗନ୍ନାଥ ବଲ୍ଲଭରେ ପାକିଂ କରିବେ। ଫେରିବା ସମୟରେ ପୁରୁଣା ଜଗନ୍ନାଥ ବଲ୍ଲଭରେ ପାର୍କିଂ କରିଥିବା ଯାନ ନରେନ୍ଦ୍ରକୋଣ ଏବଂ ଜଟିଆ ବାବାଜୀ ଛକ ଦେଇ ଫେରିବେ। ମ୍ୟୁନିସିପାଲଟି ମାର୍କେଟ କମ୍ପ୍ଲେକ୍ସରେ ପାକିଂ କରିଥିବା ବାଇକ୍‌ ଗୁଡ଼ିକ ମେଡିକାଲ ଛକ ଦେଇ ଫେରିବେ। ସମୁଦ୍ରକୂଳକୁ ଆସୁଥିବା ଶ୍ରଦ୍ଧାଳୁ ନିଜ ଦୁଇ ଚକିଆ ଯାନଗୁଡିକ ଭିଆଇପି ରୋଡ ଦେଇ ଦିଗବାରେଣିଠାରେ ପାକିଂ କରିବାକୁ ଅନୁମତି ଦିଆଯାଇଛି। ଫେରିବା ସମୟରେ ସେହି ରାସ୍ତା ଦେଇ ଫେରିବେ। ଯେଉଁ ଭକ୍ତମାନେ ପ୍ରଥମେ ଆସିବେ ତାଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ସେହିପରି ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଚାରିଚକିଆ ଗାଡି ନେଇ ଭୁବନେଶ୍ୱର ପାର୍ଶ୍ୱରୁ ଆସୁଥିବା ଗାଡିଗୁଡିକ ସାକ୍ଷୀଗୋପାଳ, ମାଳତିପାଟପୁର, ବାଟଗାଁ ଏବଂ ଶ୍ରୀସେତୁ ଦେଇ ନୂଆ ଜେବିପିସି  ପାର୍କିଂରେ ରଖିବେ। ସେଠାରେ ପାର୍କିଂ ପୂର୍ଣ୍ଣ ହେବା ପରେ ଜେଲ୍‌ ରୋଡ ପାକିଂରେ ପାର୍କ କରିବେ। ଏହି ପାର୍କିଂ ପୂର୍ଣ୍ଣ ହେବା ପରେ ମେଡିକାଲ ଛକ ଓ ବଡଶଙ୍ଖ ଦେଇ ଶରଧାବାଲି ନିକଟରେ ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରିବେ। ଶରଧାବାଲି ପାର୍କିଂ ପୂର୍ଣ୍ଣ ହେବା ପରେ ମେଡିକାଲ୍‌ ଛକ ଭିଆଇପି ରୋଡ ଦେଇ ବ୍ଲୁ ଫ୍ଲାଗ ବିଚ୍‌ ପାର୍କିଂ ଓ ହୋଟେଲ୍‌ ନୀଳାଚଳ ଅଶୋକ ପାର୍କିଂରେ ପାର୍କ କରିବେ। ଏହି ସମସ୍ତ ପାର୍କିଂ ପୂର୍ଣ୍ଣ ହେବା ପରେ ମାଳତିପାଟପୁର ଆରଓବି, ବାଇଦାସନଗର, ଗ୍ରିଡ୍‌ ଷ୍ଟେସନ, ଭୂଦାନ ଦେଇ ତାଳବଣିଆ ପାର୍କିଂରେ ପାର୍କ କରିବେ। ଫେରିଲା ବେଳେ ସେହି ସମାନ ରାସ୍ତା ଦେଇ ଫେରିବେ।
ବ୍ରହ୍ମଗିରି ପାର୍ଶ୍ୱରୁ ଆସୁଥିବା ହାଲୁକା ଯାନ ଶ୍ରୀସେତୁ ଦେଇ ନୂଆ ଜେବିପିସିରେ ପାର୍କିଂ କରିବେ। ଏହି ପାର୍କିଂ ପୂର୍ଣ୍ଣ ହେବା ପରେ ମଙ୍ଗଳା ଘାଟ ଛକ, ଷ୍ଟର୍ଲିଂ ଛକ ଦେଇ ଯାତ୍ରିକା ପାର୍କିଂରେ ରଖିବେ। ସେମାନେ ଫେରିଲା ବେଳେ ସେହି ସମାନ ରାସ୍ତା ଦେଇ ଫେରିବେ। କୋଣାର୍କ ପାର୍ଶ୍ୱରୁ ଆସୁଥିବା ହାଲୁକା ଯାନ, ବାଇଦାସ ନଗର, ଗ୍ରିଡ୍‌ ଷ୍ଟେସନ, ପେଣ୍ଠକଟା, ସିଟି ରୋଡ, ସୁବାଷ ବୋଷ ଛକ ଦେଇ ବ୍ଲୁ ଫ୍ଲାଗ ବିଚ୍‌ ପାର୍କିଂ ଓ ହୋଟେଲ୍‌ ନୀଳାଚଳ ଅଶୋକ ପାର୍କିଂରେ ପାର୍କ କରିବେ। ଏହି ପାର୍କିଂ ପୂର୍ଣ୍ଣ ହେବା ପରେ ଯାନଗୁଡିକ ଭୂଦାନ ଛକ ଦେଇ ତାଳବଣିଆ ପାର୍କିଂ ଓ ଆଇଟିଆଇ ପାର୍କିଂରେ ପାର୍କ କରିବେ। ସେମାନେ ଫେରିଲା ବେଳେ ସମାନ ରାସ୍ତା ଦେଇ ଫେରିବେ। ଯଦି ଭୁବନେଶ୍ୱର, କୋଣାର୍କ କିମ୍ବା ବ୍ରହ୍ମଗିରି ପଟୁ ଆସୁଥିବା କୌଣସି ଭକ୍ତ ସମୁଦ୍ର କୂଳ ଆସୁଥାନ୍ତି ତେବେ ସେମାନେ ବାଟଗାଁ, ମଙ୍ଗଳାଘାଟ ଏବଂ ଷ୍ଟର୍ଲିଂ ଛକ ଦେଇ ଯାତ୍ରିକା ପାର୍କିଂରେ ପାର୍କ କରିବେ ଏବଂ ସେମାନେ ଫେରିବା ସମୟରେ ସମାନ ରାସ୍ତା ଦେଇ ଫେରିବେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ସ୍ନାନମଣ୍ଡରେ ଶ୍ରୀଜୀଉଙ୍କ ପ୍ରତ୍ୟକ୍ଷ ସ୍ନାନ ଓ ଗଜାନନ ବେଶ ଦେଖିବା ଲାଗି  ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ  ରଖି ପୁରୀ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।  ଶ୍ରୀମନ୍ଦିରକୁ ସଂଯୋଗ ରାସ୍ତାରେ ଯାନବାହନ ଚଳାଚଳ ନିଷିଦ୍ଧ ରହିବ। ସିଂହଦ୍ୱାର ଦେଇ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ସିସିଟିଭି ନଜରରେ ରହିବ ବଡଦାଣ୍ଡ ଓ ଶ୍ରୀମନ୍ଦିର। ଶ୍ରୀମନ୍ଦିର ଭିତରେ ୫୨ଟି ସିସିଟିଭି ଲଗାଯାଇଛି। ଶ୍ରୀମନ୍ଦିର ବାହାରେ ୨୫୦ ସିସିଟିଭି ଲଗାଯାଇଛି। ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ୩୦ଟି ସିସିଟିଭି ଲଗାଯାଇଛି।
ଭୁବନେଶ୍ୱର: ଦୁର୍ଗା ପୂଜାକୁ ଦୁଷ୍ଟିରେ ରଖି କମିସନରେଟ୍‌‌ ପୁଲିସ ପକ୍ଷରୁ ଟ୍ରାଫିକ୍‌‌ କଟକଣା କରାଯାଇଛି। ଆସନ୍ତା ୨୮ ତାରିଖରୁ ଗତ ମାସ ୨ ତାରଖ ପର୍ଯ୍ୟନ୍ତ ଏହି ଟ୍ରାଫିକ୍‌‌ କଟକଣା ଲାଗୁ ରହିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଯାନବାହନଗୁଡ଼ିକର ସୁନିୟନ୍ତ୍ରିତ ଚଳାଚଳ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ଉଦ୍ଦେଶ୍ୟରେ ଉଭୟ ଭୁବନେଶ୍ୱର କଟକରେ କଟକଣା କରାଯାଇଛି। ଅପରାହ୍ନ ୨ ଘଟିକା ଠାରୁ ରାତ୍ର ୨ ଘଟିକା ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯିବ।
ରସୁଲଗଡ଼ ଛକ ଠାରୁ ଲିଙ୍ଗିପୁର ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ବମିଖାଲ, ଲକ୍ଷ୍ମୀସାଗର, କଳ୍ପନା, ରବି ଟକୀଜ୍‌‌ ଏବଂ ସାମନ୍ତରାପୁର ଛକ ସଂଲଗ୍ନ ରାସ୍ତାରେ ଭାରୀଯାନ ଯାଇପାରିବ ନାହିଁ। ଏହାକୁ ସଂଯୋଗ କରୁଥିବା ଆଖପାଖ (ରୁପାଲି, ରାଜମହଲ ଛକ ସଂଲଗ୍ନ) ରାସ୍ତାରେ ମଧ୍ୟ ଭାରୀଯାନ ନିଷେଧ କରାଯାଇଛି। ବାଣୀବିହାର ଛକ ଠାରୁ ଶିଶୁଭବନ ଛକ ଏବଂ ସତ୍ୟନଗର, ରାମ ମନ୍ଦିର, ମାଷ୍ଟର କ୍ୟାଣ୍ଟନ ଏବଂ ଆଚାର୍ଯ୍ୟ ବିହାର ଛକ ଠାରୁ କଳିଙ୍ଗ ହସ୍ପିଟାଲ ଛକ ଏବଂ ସୈନିକ ସ୍କୁଲ ଛକ ସଂଲଗ୍ନ ରାସ୍ତାରେ ମଧ୍ୟ ଭାରୀଯାନ ବାରଣ କରାଯାଇଛି। ଆଚାର୍ଯ୍ୟ ବିହାର ଛକ ଠାରୁ ନିୟୁ ଏୟାରପୋର୍ଟ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତାରେ ମଧ୍ୟ ଭାରୀଯାନକୁ ବାରଣ କରାଯାଇଛି। ଜୟଦେବ ବିହାର ଛକ ଠାରୁ ନନ୍ଦନକାନନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତାରେ ମଧ୍ୟ ବାରଣ ରହିଛି। ଜାଭିୟର, କଳିଙ୍ଗ ହସ୍ପିଟାଲ, ଡମଣା ଏବଂ ପଟିଆ ଛକ ସଂଲଗ୍ନ ରାସ୍ତା ଜୟଦେବ ବିହାର ଛକ ଠାରୁ ରାଜଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତାରେ ବାରଣ ହୋଇଛି। ବେହେରା ସାହି ଛକ ଏବଂ ଶାସ୍ତ୍ରୀ ନଗର ଛକ ସଂଲଗ୍ନ ରାସ୍ତାକୁ ମଧ୍ୟ ବାରଣ କରାଯାଇଛି। ସିଆରପି ଛକ ଠାରୁ ପାୱାର ହାଉସ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ (ଷ୍ଟୁଆର୍ଟ ସ୍କୁଲ ଏବଂ ୟୁନିଟ୍‌‌- ୮, ଡ଼ିଏଭି ସ୍କୁଲ ସଂଲଗ୍ନ) ରାସ୍ତାକୁ ବାରଣ କରାଯାଇଛି। ବରମୁଣ୍ଡା ଫାୟାର ଟ୍ରେନିଂ ସ୍କୁଲ ଛକ ଠାରୁ ଶିଶୁଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ (ପାଇକନଗର, ଶିରିପୁର ଛକ ଏବଂ ଗଙ୍ଗନଗର ଛକ ସଂଲଗ୍ନ) ରାସ୍ତାକୁ ବାରଣ କରାଯାଇଛି।। ଖଣ୍ଡଗିରି ଛକ ଠାରୁ ପୋଖରୀପୁଟ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ (ଜାଗମରା ଛକ ଏବଂ ଗଣ୍ଡମୁଣ୍ଡା ଛକ ସଂଲଗ୍ନ)ରାସ୍ତା ବାରଣ କରାଯାଇଛି। ଜାତୀୟ ରାଜପଥ ୧୬, ବରମୁଣ୍ଡା ଠାରୁ ପଳାସୁଣୀ ପର୍ଯ୍ୟନ୍ତ ଉଭୟ ପାଶ୍ୱରେ ଥିବା ସର୍ଭିସ୍‌‌ ରୋଡ଼ରେ ମଧ୍ୟ ଭାରୀଯାନ ବାରଣ। ଖୋର୍ଦ୍ଧା ପଟୁ କଟକ ଆଡ଼କୁ ଆସୁଥିବା ସମସ୍ତ ପ୍ରକାର ଭାରୀ ଯାନଗୁଡ଼ିକୁ ଭୁବନେଶ୍ୱର ଆଡ଼କୁ ଆସିବାକୁ ଦିଆଯିବ ନାହିଁ। ସେହି ଗାଡ଼ି ଗୁଡ଼ିକ ପିତାପଲି ଛକ ଠାରୁ ବାମ ପଟ ରାସ୍ତା ରେ ଭାୟା ଚନ୍ଦକା-ବାରଙ୍ଗ ରାସ୍ତା ଦେଇ ବାଲିକୁଦା ଠାରେ ଜାତୀୟ ରାଜପଥ ୧୬ ରେ ମିଶିବେ। ସେହିପରି କଟକ ପଟୁ ଖୋର୍ଦ୍ଧା ଆଡ଼କୁ ଆସୁଥୁବା ଭାରୀ ଯାନ ଗୁଡ଼ିକ ବାଲିକୁଦା ଛକ ଦେଇ ପିତାପଲ୍ଲୀ ଠାରେ ଜାତୀୟ ରାଜପଥ ୧୬ ରେ ମିଶିବେ।
ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖ୍‌‌ ଆବଶ୍ୟକ ପଡ଼ିଲେ ପିତାପଲ୍ଲୀ ଛକ ଓ ବିରୂପା ବ୍ରିଜ୍‌‌ ଠାରୁ ଭାରୀ ଯାନ ଗୁଡ଼ିକର ଚଳାଚଳ ନିଷେଧ କରାଯିବ। ନୂଆପଲ୍ଲୀ ରାବଣ ପୋଡ଼ି ସମୟରେ ଜାତୀୟ ରାଜପଥ ୧୬ ଦେଇ କଟକ ପଟୁ ଆସୁଥ୍‌‌ିବା ସମସ୍ତ ଗାଡିଗୁଡିକ (ଭାରୀ ଯାନ ବ୍ୟତୀତ) ଜୟଦେବ ବିହାର ଠାରୁ ବାମ ପାଶ୍ୱ ରାସ୍ତା ଦେଇ ବେହେରା ସାହି, ଶାସ୍ତ୍ରୀ ନଗର, ପାୱାର ହାଉସ ଏବଂ ୟୁନିଟ- ୮, ଡ଼ିଏଭି ସ୍କୁଲ ଛକ ଦେଇ ସି.ଆର.ପି/ଫାୟାର ଷ୍ଟେସନ ଛକ ଆଡ଼କୁ ଯାଇପାରିବେ।