Nobel Peace Prize - The Sakala

ଗାଜା ଯୁଦ୍ଧ ବନ୍ଦ କଲେ ଯାଇ ଟ୍ରମ୍ପଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର: ମାକ୍ରନ
ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ବ୍ୟାକୁଳତା ବୃଦ୍ଧି ପାଉଥିବା ବେଳେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌‌ ଏଥିପାଇଁ ଏକ ସର୍ତ୍ତ ରଖିଛନ୍ତି। ଟ୍ରମ୍ପ ଯଦି ଗାଜାରେ ଇସ୍ରାଏଲ ଓ ପାଲେଷ୍ଟାଇନ୍‌‌ ମଧ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବେ, ତେବେ ଯାଇ ତାଙ୍କୁ ନୋବେଲ ପୁରସ୍କାର ମିଳିବ ବୋଲି ସେ କହିଛନ୍ତି। ପୂର୍ବରୁ ଟ୍ରମ୍ପ କହିଥିଲେ ଯେ, ସେ ବିଶ୍ୱରେ ୭ଟି ଯୁଦ୍ଧକୁ ବନ୍ଦ କରିଥିଲେ। ଏଗୁଡିକ ହେଲା କାମ୍ବୋଡିଆ- ଥାଇଲାଣ୍ଡ, କୋସୋଭୋ- ସର୍ବିଆ, କଙ୍ଗୋ-ରୁୱାଣ୍ଡା, ଭାରତ- ପାକିସ୍ତାନ, ଇସ୍ରାଏଲ- ଇରାନ, ଇଜିପ୍ଟ- ଇଥିଓପିଆ ଓ ଆର୍ମେନିଆ- ଆଜରବୈଜାନ ଯୁଦ୍ଧ। ଏହି ଯୁଦ୍ଧଗୁଡିକ ବନ୍ଦ କରିଥିବାରୁ ମୁଁ ନୋବେଲ ପୁରସ୍କାର ପାଇବାକୁ ହକଦାର ବୋଲି ଟ୍ରମ୍ପ ବାରମ୍ବାର କହି ଆସୁଛନ୍ତି। ଗାଜାରେ ଚାଲିଥିବା ସଂଘର୍ଷକୁ କେବଳ ଟ୍ରମ୍ପ ହିଁ ରୋକିପାରିବେ ବୋଲି ମାକ୍ରନ କହିଛନ୍ତି। କାରଣ ଆମେରିକା ହିଁ ଇସ୍ରାଏଲର ସବୁଠାରୁ ବଡ଼ ସହଯୋଗୀ ଓ ଏହି ଯୁଦ୍ଧ ପାଇଁ ଆମେରିକା ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଉଛି। ଗାଜାର ଚାଲିଥିବା ଯୁଦ୍ଧ ପଛରେ କେବଳ ଆମେରିକାର ହିଁ ହାତ ଅଛି। ତେଣୁ ଟ୍ରମ୍ପ ଚାହିଁଲେ ଏହି ଯୁଦ୍ଧ ବନ୍ଦ ହୋଇପାରିବ ଓ ତାଙ୍କୁ ନୋବେଲ ପୁରସ୍କାର ମିଳିବ ବୋଲି ମାକ୍ରନ ସ୍ପଷ୍ଟ କରିଛନ୍ତି। ଇତିମଧ୍ୟରେ ପଲେଷ୍ଟାଇନକୁ ଜାତିସଂଘର ୧୯୩ଟି ଦେଶରୁ ୧୫୭ଟି ଦେଶ ସ୍ୱତନ୍ତ୍ର ରାଷ୍ଟ୍ରର ମାନ୍ୟତା ପ୍ରଦାନ କରିଛନ୍ତି।କିନ୍ତୁ ଏପର୍ଯ୍ୟନ୍ତ ଆମେରିକା ପାଲେଷ୍ଟାଇନ୍‌‌କୁ ସ୍ୱତନ୍ତ୍ର ରାଷ୍ଟ୍ରର ମାନ୍ୟତା ପ୍ରଦାନ କରିନାହିଁ।