Landing Gear - The Sakala

ବିମାନର ଲ୍ୟାଣ୍ଡିଂ ଗିୟରରେ ଲୁଚି ଦିଲ୍ଲୀ ଆସିଲେ ଆଫଗାନ ବାଳକ
କାବୁଲ/ନୂଆଦିଲ୍ଲୀ: ଆଫଗାନିସ୍ତାନର ଜଣେ ୧୩ ବର୍ଷୀୟ ବାଳକ ଅଜବ କାଣ୍ଡ ଘଟାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ ଏକ ବିମାନର ଲ୍ୟାଣ୍ଡିଂ ଗିୟରରେ ଲୁଚି ଭାରତ ଆସିବାରେ ସଫଳ ହୋଇଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ସେପ୍ଟେମ୍ବର ୨୧ ଅର୍ଥାତ ରବିବାର ଏହି ଘଟଣା ଘଟିଛି। କାବୁଲର ହାମିଦ କରଯାୟୀ ବିମାନ ବନ୍ଦରରେ ଭାରତୀୟ ସମୟ ସକାଳ ୮.୪୬ରେ କେଏଏମ୍‌‌ ଏୟାରଲାଇନ୍ସର ଫ୍ଲାଇଟ୍‌‌ ଆରକ୍ୟୁ-୪୪୦୧ ଟେକ୍‌‌ଅଫ୍‌‌ କରିଥିଲା ଓ ୧୦.୨୦ରେ ଦିଲ୍ଳୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୩ ନଂ ଟର୍ମିନାଲରେ ଅବତରଣ କରିଥିଲା।

କିନ୍ତୁ ବିମାନ ପାଖରେ ଜଣେ ବାଳକକୁ ବୁଲୁଥିବାର ଏୟାରଲାଇନ୍‌‌ କର୍ମଚାରୀ ଦେଖିବାକୁ ପାଇଥିଲେ। ତୁରନ୍ତ ଏ ନେଇ ଅଧିକାରୀମାନଙ୍କୁ ସୂଚନା ଦିଆଯାଇଥିଲା। ଏହାପରେ ସିଆଇଏସ୍‌‌ଏଫ୍‌‌ ଏହି ବାଳକକୁ ନେଇ ପୁଲିସକୁ ହସ୍ତାନ୍ତର କରିଥିଲେ। ବିମାନର ଲାଣ୍ଡିଂ ଗିୟରରେ ରହି ଆସିଲେ କିପରି ଲାଗୁଛି ତାହା ସେ ଦେଖିବାକୁ ଚାହୁଁଥିଲେ ବୋଲି ବାଳକ ଜଣକ ପୁଲିସକୁ କହିଥିଲା। ତେଣୁ ଜିଜ୍ଞାତ୍ସା ପାଇଁ ସେ ଏପରି କରିଛନ୍ତି ବୋଲି ପୁଲିସ ହୃଦୟଙ୍ଗମ କରିଥିଲା। ଏହି ବାଳକ ଆଫଗାନିସ୍ତାନର କୁନ୍ଦୁଜ ସହରରେ ନିଜ ପରିବାର ସହ ରୁହନ୍ତି। ସୋମବାର କାବୁଲ ବିମାନ ବନ୍ଦରରେ ଏହି ବାଳକ କୌଣସି ପ୍ରକାର ପଶିଆସି ବିମାନ ପଛ ଭାଗରେ ଥିବା ଲ୍ୟାଣ୍ଡିଂ ଗିୟର କମ୍ପାର୍ଟମେଣ୍ଟରେ ପଶିବାକୁ ସକ୍ଷମ ହୋଇଥିଲେ। ବିମାନର ପୂରା ଯାଞ୍ଚ କରିବା ପରେ ସେହି ଦିନ ଏହି ବାଳକକୁ ସେହି ବିମାନରେ ଆଫଗାନିସ୍ତାନ ପଠାଇ ଦିଆଯାଇଥିଲା। କିନ୍ତୁ ସେ କିପରି ବଞ୍ଚି ରହିଲେ ସେ ନେଇ ବିଭିନ୍ନ ଏଜେନ୍ସି ଚକିତ ହୋଇଛନ୍ତି। ବିମାନର ଚକ ପାଖରେ ଲୁଚି କରି ଆସିବା ନିହାତି ବିପଜ୍ଜନକ ବୋଲି ପ୍ରତିରକ୍ଷା ବିଶେଷଜ୍ଞ କୁହନ୍ତି। ପୁଣି ୩୦ ହଜାର ଫୁଟ ଉଚ୍ଚରେ -୪୦ରୁ ୬୦ ଡିଗ୍ରୀ ତାପମାତ୍ରାରେ ଓ ଅମ୍ଳଯାନ ଅଭାବରେ ଏହି ବାଳକ କିଭଳି ବଞ୍ଚି ରହିଲା ତାହା ସମସ୍ତଙ୍କୁ ଚକିତ କରିଛି। ଉଲ୍ଲେଖଥାଉ କି, ୪ ବର୍ଷ ତଳେ ତାଲିବାନ ଯେତେବେଳେ ଆଫଗାନିସ୍ତାନ ଶାସନ ହାତକୁ ନେଇଥିଲା, ସେତେବେଳେ କେତେ ଲୋକ ଦେଶ ଛାଡ଼ିବା ପାଇଁ ବିମାନ ବନ୍ଦରରେ ପଶି ବିମାନର ଚକରେ ଓହଳି ଦେଶ ବାହରକୁ ଯିବା ପାଇଁ ପ୍ରୟାସ କରିଥିଲେ।