navadurga - The Sakala
ତନ୍ତ୍ର-ମନ୍ତ୍ର କିପରି ହେଲା ନକାରାତ୍ମକ? ଜାଣନ୍ତୁ ନବରାତ୍ରୀ, ନବଦୁର୍ଗା ଏବଂ ଦଶ ମହାବିଦ୍ୟା ସହିତ ଏହାର ପ୍ରକୃତ ସମ୍ପର୍କ
ସାଧାରଣତଃ ତନ୍ତ୍ର-ମନ୍ତ୍ରକୁ କଳାଯାଦୁ କିମ୍ବା ଭୟର ପ୍ରତୀକ ଭାବରେ ଦେଖାଯାଏ। ତେବେ ଏହାର ପ୍ରକୃତ ଚେର ଅତ୍ୟନ୍ତ ପ୍ରାଚୀନ ଏବଂ ଆଧ୍ୟାତ୍ମିକ ଅଟେ। ସନାତନ ପରମ୍ପରାରେ ଏହା ଏପରି ଏକ ରହସ୍ୟମୟ ଦିଗ, ଯେଉଁଥିରେ କେବଳ ବାହ୍ୟ ପୂଜା ନୁହେଁ, ବରଂ ଆଭ୍ୟନ୍ତରୀଣ ଶକ୍ତି ଏବଂ ଚେତନା ଜାଗ୍ରତ କରିବା ଉପରେ ମୁଖ୍ୟ ଧ୍ୟାନ ଦିଆଯାଏ।
ତନ୍ତ୍ର ପ୍ରତି ଲୋକଙ୍କର କାହିଁକି ରହିଛି ଭୁଲ୍ ଧାରଣା?
ବର୍ତ୍ତମାନ ସମୟରେ ତନ୍ତ୍ରକୁ ଏକ ନକାରାତ୍ମକ ଦୃଷ୍ଟିକୋଣରୁ ଦେଖାଯାଉଛି। ଛକ ଜାଗାରେ ପଡ଼ିଥିବା କଖାରୁ, ନଡ଼ିଆ, ଲେମ୍ବୁ-ଲଙ୍କା ଆଦିକୁ ତନ୍ତ୍ର-ଟୋନା ବା ଅନ୍ଧବିଶ୍ୱାସର ପ୍ରତୀକ ବୋଲି ଧରି ନିଆଯାଏ। ବିଶେଷ କରି ଚୈତ୍ର ନବରାତ୍ରୀ ସମୟରେ ତନ୍ତ୍ର-ମନ୍ତ୍ର ଅଧିକ ସକ୍ରିୟ ଥାଏ ବୋଲି କୁହାଯାଏ। ମାତ୍ର ବାସ୍ତବରେ ଏଗୁଡ଼ିକ ଶକ୍ତି ଏବଂ ସୁରକ୍ଷା ସହିତ ଜଡ଼ିତ ତାନ୍ତ୍ରିକ ଉପାୟର ଅଂଶ ଥିଲା। କିଛି ଲୋକ ନିଜର ବ୍ୟକ୍ତିଗତ ଲାଭ ପାଇଁ ସର୍ଟକଟ୍ ଖୋଜିବା ଏବଂ ପପ୍ କଲଚରରେ ଏହାକୁ ଡରାବଣା ରୂପରେ ଚିତ୍ରଣ କରାଯିବା କାରଣରୁ ତନ୍ତ୍ରର ଅସଲି ଅର୍ଥ ହଜିଯାଇଛି।
ତନ୍ତ୍ର ସାଧନା ଏବଂ କୁଣ୍ଡଳିନୀ ଶକ୍ତି
ତନ୍ତ୍ର ସାଧନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୁଣ୍ଡଳିନୀ ଶକ୍ତିକୁ ଜାଗ୍ରତ କରିବା। ଏହି ଶକ୍ତି ମେରୁଦଣ୍ଡର ସବୁଠାରୁ ତଳ ଭାଗରେ ସୁପ୍ତ ଅବସ୍ଥାରେ ରହିଥାଏ, ଯାହା ସାଧନା ମାଧ୍ୟମରେ ଉପରକୁ ଉଠି ମସ୍ତିଷ୍କର ପଛ ଭାଗରେ ଥିବା ସହସ୍ରାର ଚକ୍ରରେ ପହଞ୍ଚିଥାଏ। ଏହି ପ୍ରକ୍ରିୟାକୁ ହିଁ ଆତ୍ମଜ୍ଞାନ ଏବଂ ମୋକ୍ଷର ମାର୍ଗ ବୋଲି ବିବେଚନା କରାଯାଏ। ନାଥ ସମ୍ପ୍ରଦାୟ ଏବଂ ଯୋଗ ପରମ୍ପରାରେ ମଧ୍ୟ ଏହି ଶକ୍ତି ଜାଗରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।
ଦଶ ମହାବିଦ୍ୟା: କେବଳ ଦେବୀ ନୁହଁନ୍ତି, ଆଭ୍ୟନ୍ତରୀଣ ଯାତ୍ରାର ମାର୍ଗ
ତାନ୍ତ୍ରିକ ଗ୍ରନ୍ଥ ରୁଦ୍ରଯାମଳ ତନ୍ତ୍ର ଅନୁଯାୟୀ, ଶକ୍ତିର ୧୦ଟି ପ୍ରମୁଖ ସ୍ୱରୂପ ରହିଛି, ଯାହାକୁ ମହାବିଦ୍ୟା କୁହାଯାଏ। ଏହି ଦଶଟି ସ୍ୱରୂପ କେବଳ ଦେବୀଙ୍କ ଭିନ୍ନ ରୂପ ନୁହେଁ, ବରଂ ଜୀବନର ଦଶଟି ଗଭୀର ସତ୍ୟ ଓ ଚେତନାର ସ୍ତରକୁ ଦର୍ଶାଇଥାଏ:
* କାଳୀ: ସମୟ ଏବଂ ମୃତ୍ୟୁର ଅଧିଷ୍ଠାତ୍ରୀ, ଅହଂକାର ବିନାଶର ପ୍ରତୀକ।
* ତାରା: ସଙ୍କଟରୁ ଉଦ୍ଧାର କରୁଥିବା ଜ୍ଞାନ ଓ କରୁଣାର ସ୍ୱରୂପ।
* ତ୍ରିପୁର ସୁନ୍ଦରୀ: ବ୍ରହ୍ମାଣ୍ଡୀୟ ଚେତନା ଏବଂ ସନ୍ତୁଳନର ଦେବୀ।
* ଭୁବନେଶ୍ୱରୀ: ସମଗ୍ର ବ୍ରହ୍ମାଣ୍ଡର ଆଧାର ଶକ୍ତି।
* ଛିନ୍ନମସ୍ତା: ତ୍ୟାଗ ଏବଂ ଅହଂକାରର ପୂର୍ଣ୍ଣ ସମର୍ପଣର ପ୍ରତୀକ।
* ଭୈରବୀ: ଶକ୍ତି ଏବଂ ତପସ୍ୟାର ଦେବୀ।
* ଧୂମାବତୀ: ଶୂନ୍ୟତା ଏବଂ ବୈରାଗ୍ୟର ସଙ୍କେତ।
* ବଗଳାମୁଖୀ: ଶତ୍ରୁମାନଙ୍କୁ ସ୍ତମ୍ଭିତ କରୁଥିବା ଶକ୍ତି ଏବଂ ବାଣୀ ଉପରେ ନିୟନ୍ତ୍ରଣ।
* ମାତଙ୍ଗୀ: କଳା, ବାଣୀ ଏବଂ ଜ୍ଞାନର ଦେବୀ।
* କମଳା: ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟର ଅଧିଷ୍ଠାତ୍ରୀ ଦେବୀ।
ତନ୍ତ୍ରରେ ଶକ୍ତି ଉପାସନା କେବଳ ଏକ ବାହ୍ୟ ପୂଜା ନୁହେଁ, ବରଂ ଏହା ଏକ ଆତ୍ମ-ପରିବର୍ତ୍ତନର ପ୍ରକ୍ରିୟା। ମହାବିଦ୍ୟାମାନେ ଆମକୁ ଶିଖାନ୍ତି ଯେ ଭୟ, ଅହଂକାର, ଶୂନ୍ୟତା କିମ୍ବା ସମୃଦ୍ଧି— ଜୀବନର ଏହି ସବୁ ଦିଗକୁ ଗ୍ରହଣ କରିବା ଦ୍ୱାରା ହିଁ ପ୍ରକୃତ ପୂର୍ଣ୍ଣତା ପ୍ରାପ୍ତ ହୋଇଥାଏ। ତେଣୁ ତନ୍ତ୍ର କୌଣସି ଭୟର ବିଷୟ ନୁହେଁ, ବରଂ ନିଜକୁ ବୁଝିବାର ସବୁଠାରୁ କଠିନ ଏବଂ ସତ୍ୟ ମାର୍ଗ ଅଟେ।
ଭୁବନେଶ୍ୱର: ଧରାପୃଷ୍ଠରେ ଅବତରଣ କରିବେ ଜଗଜ୍ଜନନୀ ମା’ ଦୂର୍ଗା। ତେବେ ଆଜିଠୁ ମା’ଙ୍କ ନବରାତ୍ରୀ ପୂଜା । ଏଥିପାଇଁ ସାରା ଦେଶର ପ୍ରସିଦ୍ଧ ଶକ୍ତିପୀଠ ଚଳଚଞ୍ଚଳ ହୋଇଉଠିଛି । ଆଶ୍ବିନ ଶୁକ୍ଳ ପ୍ରତିପଦା ତିଥିରୁ ନବମୀ ପର୍ଯ୍ୟନ୍ତ ନବରାତ୍ରୀ ପୂଜା କରାଯାଏ। ଏଥିରେ ମା’ ଦୁର୍ଗାଙ୍କ ନଅଟି ସ୍ବରୂପକୁ ପୂଜା କରାଯାଏ, ଯାହାଙ୍କୁ ନବଦୁର୍ଗା ଭାବେ ବର୍ଣ୍ଣନା କରାଯାଇଛି। ତେବେ ଏହି ୯ ଦିନରେ ରଙ୍ଗର ରହିଛି ଖାସ୍ ମହତ୍ତ୍ୱ। ଯାହାର ରହିଛି ସ୍ୱତନ୍ତ୍ର ବିଧି ।
ଶୈଳପୁତ୍ରୀ: ନବରାତ୍ରୀର ପ୍ରଥମଦିନରେ ଶୈଳପୁତ୍ରୀ ପୂଜା ପାଆନ୍ତି। ସେ ହିମାଳୟଙ୍କ କନ୍ୟା ଭାବେ ଜନ୍ମ ନେଇଥିଲେ।
ବ୍ରହ୍ମଚାରିଣୀ: ଦ୍ୱିତୀୟ ଦିବସରେ ମା’ ବ୍ରହ୍ମଚାରିଣୀ ପୂଜା ପାଇଥାନ୍ତି। ଏହି ସ୍ବରୂପରେ ମା’ ତପସ୍ୟାରତ ଏବଂ ବ୍ରହ୍ଜଚାରିଣୀ ଭାେବ ତାଙ୍କ ଡାହାଣ ହାତରେ ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ।
ଚନ୍ଦ୍ରଘଣ୍ଟା: ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କର ପୂଜା କରାଯାଏ। ମା’ ଚନ୍ଦ୍ରଘଣ୍ଟା ଦଶଭୂଜା ଏବଂ ବ୍ୟାଘ୍ର ଉପରେ ବିରାଜମାନ କରିଥାନ୍ତି। ତାଙ୍କ ହସ୍ତରେ ଅନେକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥାଏ।
କୁଷ୍ମାଣ୍ଡା: ନବରାତ୍ରୀର ଚତୁର୍ଥ ଦିନ ମା’ କୁଷ୍ମାଣ୍ଡାଙ୍କ ପୂଜା କରାଯାଏ। ଏହି ସ୍ବରୂପରେ ଦେବୀ ଅଷ୍ଟଭୂଜା ଓ ହାତରେ କମଣ୍ଡଳୁ, ଧନୁ, କମଳ ପୁଷ୍ପ, ଅମୃତ କଳସ, ଚକ୍ର, ଗଦା ଓ ଜପାମାଳି ଧାରଣ କରିଥାନ୍ତି।
ସ୍କନ୍ଧମାତା: ପଞ୍ଚମ ଦିବସରେ କୁମାର କାର୍ତ୍ତିକେୟଙ୍କ ମାତା ଭାବେ ମା’ ଦୁର୍ଗା ସ୍କନ୍ଦମାତା ସ୍ବରୂପରେ ପୂଜା ପାଆନ୍ତି। ମା’ ସ୍କନ୍ଦମାତା ଚତୁର୍ଭୂଜା ଓ ସିଂହ ଉପରେ ବିରାଜମାନ କରିଥାନ୍ତି। ମା’ଙ୍କ କୋଳରେ ପୁତ୍ର କାର୍ତ୍ତିକେୟ ବସିଥାନ୍ତି।
କାତ୍ୟାୟନୀ: ନବରାତ୍ରୀର ଷଷ୍ଠ ଦିବସରେ କାତ୍ୟାୟନୀଙ୍କ ଉପାସନା କରାଯାଏ। ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିବାରୁ କାତ୍ୟାୟନୀ ନାମ ଧାରଣ କରିଛନ୍ତି।
କାଳରାତ୍ରୀ: ନବରାତ୍ରୀର ସପ୍ତମ ଦିବସରେ କାଳରାତ୍ରୀ ସ୍ବରୂପର ଉପାସନା କରାଯାଏ। ଏହା ଦେବୀଙ୍କ ବିକଟାଳ ଓ ଉଗ୍ର ରୂପ। ଏହି ସ୍ବରୂପରେ ଦେବୀ ତ୍ରୀନେତ୍ର ଧାରିଣୀ ହୋଇଥାନ୍ତି। ଶରୀରର ବର୍ଣ୍ଣ ଗାଢ଼ କଳା ଏବଂ ଚତୁର୍ଭୁଜା ଦେବୀ ଗର୍ଦଭ ଉପରେ ଆରୁଢ଼ ହୋଇ ହାତରେ ଖଡ଼୍‌ଗ ଧାରଣ କରିଥାନ୍ତି।
ମହାଗୌରୀ: ନବରାତ୍ରୀର ଅଷ୍ଟମ ଦିବସରେ ଦେବୀ ଦୁର୍ଗାଙ୍କୁ ମହାଗୌରୀ ସ୍ବରୂପରେ ପୂଜା କରାଯାଏ। ଏହା ହେଉଛି ମା’ଙ୍କର ସୌମ୍ୟ ରୂପ। ଏହି ସ୍ବରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀର ଗୌର ବର୍ଣ୍ଣ ହୋଇଥାଏ ଏବଂ ସେଶ୍ବେତବସ୍ତ୍ର ପରିଧାନ କରିଥାନ୍ତି। ମହାଗୌରୀ ଚତୁର୍ଭୂଜା ଏବଂ ସେ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥାନ୍ତି ଏବଂ ଅନ୍ୟ ଦୁଇ ହାତ ଅଭୟ ପ୍ରଦାନ କରିବା ମୁଦ୍ରାରେ ଥାଏ।
ସିଦ୍ଧିଦାତ୍ରୀ: ନବରାତ୍ରୀର ନବମ ବା ଶେଷ ଦିବସରେ ସିଦ୍ଧିଦାତ୍ରୀ ସ୍ବରୂପରେ ମା’ ଦୁର୍ଗାଙ୍କ ଉପାସନା କରାଯାଏ। ସିଦ୍ଧିଦାତ୍ରୀ ପଦ୍ମାସନରେ ଉପବିଷ୍ଟା ଏବଂ ମା’ ଚତୁର୍ଭୂଜା ଭାବେ ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି। ମା’ ସିଦ୍ଧିଦାତ୍ରୀଙ୍କ ପୂଜା ସହିତ ନବରାତ୍ରୀର ନବଦୁର୍ଗା ପୂଜା ସମ୍ପୂର୍ଣ୍ଣ ହୋଇଥାଏ।