gstreform2025 - The Sakala

ଆଜିଠାରୁ ନୂଆ ଜିଏସ୍‌ଟି ହାର; ବଢ଼ିବ ପାନମସଲା, ସିଗାରେଟ, ଦାମୀ ମଦ, କୋଇଲା
ନୂଆଦିଲ୍ଲୀ: ସୋମବାରଠାରୁ ସାରାଦେଶରେ ଲାଗୁ ହେବାକୁ ଯାଉଛି ନୂଆ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ହାର। ୪ଟି ସ୍ଲାବ୍ ବଦଳରେ ସଂଶୋଧିତ ଜିଏସ୍‌ଟି ବ୍ୟବସ୍ଥାକୁ କେବଳ ଦୁଇଟି ସ୍ଲାବ୍‌ ୫% ଏବଂ ୧୮% ରେ ସୀମିତ ରଖାଯାଇଛି। ଏହା ଅଧୀନରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକ ରଖାଯାଇଛି। ଫଳରେ ଆସନ୍ତାକାଲି ଠାରୁ ପନିର, ଘିଅ, ସାବୁନ, ସାମ୍ପୁ ଠାରୁ ଆରମ୍ଭ କରି ସିମେଣ୍ଟ, ଏସି ଏବଂ ଛୋଟ କାର ଶସ୍ତା ହେବ। ଜୀବନ ଓ ସ୍ୱାସ୍ଥ୍ୟ ବୀମା ଉପରେ ୧୮% ଟିକସ ଉଚ୍ଛେଦ କରାଯାଇଛି। ଅର୍ଥାତ ଏଭଳି ବୀମା ପାଇଁ ଆଉ ଜିଏସ୍‌ଟି ଦେବାକୁ ପଡ଼ିବ ନାହିଁ। ଅପରପକ୍ଷରେ ସିଗାରେଟ୍‌, ପାନମସଲା, ତମାଖୁ, କାର୍ବୋନେଟେଡ ପାନୀୟ, ବଡ଼ ଏସ୍‌ୟୁଭି, ଜାହାଜ ଓ ବ୍ୟକ୍ତିଗତ ବ୍ୟବହାର ପାଇଁ ବିମାନ କ୍ରୟ ଉପରେ ୪୦% ଟିକସ ଲାଗିବ।

ଏହାସହିତ ୩୩ଟି ଜୀବନ ରକ୍ଷାକାକରୀ ଔଷଧ ଉପରେ କୌଣସି ଟିକସ ଲାଗିବ ନାହିଁ। ବିଶେଷକରି କର୍କଟ ଏବଂ ମାରାତ୍ମକ ରୋଗ ପାଇଁ ଉଦ୍ଦିଷ୍ଟ ଔଷଧ ଏଥିରେ ସାମିଲ ରହିଛି। ଛୋଟ ଓ ମଧ୍ୟମ ଆକାରର କାର, ମୋଟରସାଇକେଲ ଉପରେ ଏବେ ୨୮% ବଦଳରେ ୧୮% ଟିକସ ଲାଗୁ ହେବ। ଅଟୋ ଯନ୍ତ୍ରାଂଶ ଏବଂ ତିନି ଚକିଆ ଯାନ ଉପରେ ଟିକସ ମଧ୍ୟ ୨୮% ରୁ ୧୮% କୁ ହ୍ରାସ କରାଯାଇଛି। ପୁରୁଣା ଏମ୍‌ଆର୍‌ପି ଉଲ୍ଲେଖ ଥିଲେ ବି ଏହି ବର୍ଗର ସାମଗ୍ରୀ ନୂତନ ମୂଲ୍ୟରେ ଉପଲବ୍ଧ ହେବ। ଔଷଧ ଉତ୍ପାଦନ ଏବଂ ବିକ୍ରି କରୁଥିବା ସମସ୍ତ ଔଷଧ କମ୍ପାନୀଗୁଡ଼ିକୁ ଔଷଧ, ଫର୍ମୁଲେସନ ଏବଂ ଚିକିତ୍ସା ଉପକରଣର ଏମ୍‌ଆର୍‌ପି ଅପଡେଟ୍‌ ହେବ। ଏଥିରେ ବିଚ୍ୟୁତି ଘଟିଲେ ବ୍ୟବସାୟୀଙ୍କୁ ଜେଲ ଓ ଜୋରିମାନାରେ ଦଣ୍ଡିତ ହେବାକୁ ପଡ଼ିବ। ଜିଏସ୍‌ଟି ହ୍ରାସ ପରେ ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଉପରେ ଲାଗୁ ହେବନାହିଁ। ସେପ୍‌ଟେମ୍ବର ୨୨ ପରେ ପୈଠ କରାଯାଇଥିବା ନବୀକରଣ ପ୍ରିମିୟମ ମଧ୍ୟ ଜିଏସ୍‌ଟି ମୁକ୍ତ ହେବ।