6 times - The Sakala
ଜୀବନ ଓ ମୃତ୍ୟୁ ଚିରନ୍ତନ ସତ୍ୟ । ପୃଥିବୀରେ ଯିଏ ଜନ୍ମ ନିଏ ତା’ର ମୃତ୍ୟୁ ନିଶ୍ଚିତ । ଅବଶ୍ୟ ମୃତ୍ୟୁ ପରେ କ’ଣ ହୁଏ ତାହା କେହି ଜାଣନ୍ତି ନାହିଁ। ଏପରି ଅନେକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ କିଛି ଜଣ ମୃତ୍ୟୁର ଅଳ୍ପ ସମୟ ମଧ୍ୟରେ ଜୀବନ୍ତ ଫେରି ଆସି ସେମାନେ ମୃତ୍ୟୁ ପରର ଦୁନିଆକୁ ଦେଖିଥିବା କୁହନ୍ତି। ଏହି କ୍ରମରେ ତାଞ୍ଜାନିଆର ୪୦ ବର୍ଷୀୟ ଇସ୍ମାଇଲ ଅଜିଜିଙ୍କ ଘଟଣା ପୂରାପୂରି ଅଲଗା। ଛଅ ଛଅ ଥର ତାଙ୍କୁ ମୃତ ଘୋଷଣା କରାଯିବା ପରେ ସେ ବେଶ୍‌ ଆଶ୍ଚର୍ଯ୍ୟଜନକ ଭାବେ ଜୀବିତ ହୋଇଯାଇଛନ୍ତି। ପ୍ରଥମ ଥର ସେ ତାଙ୍କ ଅଫିସ୍‌ରେ କାମ କରୁଥିବା ସମୟରେ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କୁ ହସ୍‌ପିଟାଲ ନିଆଯିବା ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଇସ୍ମାଇଲଙ୍କ ମୃତ ଶରୀର ନେଇ ତାଙ୍କ ପରିବାର ଲୋକେ ଅନ୍ତିମ ସଂସ୍କାର ପାଇଁ ପହଞ୍ଚିଥିଲେ। ଏହି ସମୟରେ ସେ କଫିନ୍‌ରୁ ଉଠି ପଡ଼ିଥିଲେ। ଇସ୍ମାଇଲ୍‌ଙ୍କ ସହ ଜୀବନ ମୃତ୍ୟୁର ଖେଳ ପାଖାପାଖି ଛଅ ଥର ଘଟିଛି। ଏକଦା ସେ ଦୁର୍ଘଟଣାରେ କୋମାକୁ ଚାଲି ଯାଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ପୁଣି ଥରେ ସେ ଜୀବିତ ହୋଇ ଯାଇଥିଲେ। ସବୁଠୁ ଆଶ୍ଚର୍ଯ୍ୟକର ଘଟଣା ଥିଲା , ଇସ୍ମାଇଲଙ୍କୁ ଏକ ବିଷାକ୍ତ ସାପ କାମୁଡ଼ିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ବାରମ୍ବାର ଜୀବିତ ହୋଇ ଯାଉଥିବାରୁ ତାଙ୍କ ପରିବାର ଲୋକେ ତାଙ୍କୁ କଫିନ୍‌ରେ ତିନିଦିନ ରଖିଥିଲେ। ସମସ୍ତଙ୍କୁ ଚକିତ କରି ପୁଣି ଥରେ ସେ ଜୀବିତ ହୋଇ ଯାଇଥିଲେ। ତେବେ ମୃତ୍ୟୁ ପରେ ବାରମ୍ବାର ସେ ଜୀବିତ ହୋଇ ଯାଉଥିବାରୁ ଇସ୍ମାଇଲଙ୍କ ପଡ଼ୋଶୀ ତାଙ୍କୁ ଭୂତପ୍ରେତ ମନେକଲେ। ଏପରିକି ରାଗିଯାଇ ଦିନେ ଇସ୍ମାଇଲଙ୍କ ଘର ଜାଳିଦେଲେ। ଆଶ୍ଚର୍ଯ୍ୟର କଥା ଏଥର ବି ଇସ୍ମାଇଲ ଜୀବିତ ରହିଗଲେ। ଏସବୁ ଘଟଣା ପରେ ଇସ୍ମାଇଲ ଏବେ ଏକୁଟିଆ ହୋଇ ଯାଇଛନ୍ତି। କାରଣ ସେ ଗୁଣି ଗାରେଡ଼ି କରୁଛନ୍ତି ନଚେତ୍‌ ତାଙ୍କ ଶରୀରରେ ଭୂତପ୍ରେତ ଥିବା ତାଙ୍କ ପରିବାର ଲୋକେ ଓ ପଡ଼ୋଶୀମାନେ ଭାବୁଛନ୍ତି। ତେଣୁ ଏବେ ଇସ୍ମାଇଲ ଘର ଛାଡ଼ି ଏକ ଶୂନଶାନ୍‌ ସ୍ଥାନରେ ଜୀବନ ବିତାଉଛନ୍ତି।