Unsafe - The Sakala

ପୁଣି ଅସୁରକ୍ଷିତ ପର୍ଯ୍ୟଟନସ୍ଥଳୀ; ବାଲିହରଚଣ୍ଡୀ ବୁଲିବାକୁ ଆସିଥିଲେ; ପ୍ରେମିକକୁ ଗଛରେ ବାନ୍ଧି ପ୍ରେମିକାକୁ ଗଣଦୁଷ୍କର୍ମ !
ବ୍ରହ୍ମଗିରି: ପ୍ରେମିକକୁ ଗଛରେ ବାନ୍ଧି ପ୍ରେମିକାକୁ ଗଣଦୁଷ୍କର୍ମ। ବ୍ରହ୍ମଗିରି ପ୍ରସିଦ୍ଧ ଶକ୍ତିପୀଠ ମା’ ବାଲିହରିଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ଏହି ଲଜ୍ଜାଜନକ ଘଟଣା ଘଟିଛି। ତେବେ ଏ ସଂପର୍କରେ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ପୁଲିସ ବି ମୁହଁ ଖୋଲୁନି। ତେବେ ବ୍ରହ୍ମଗିରି ଏବଂ ସଦର ଥାନା ପୁଲିସ ଏହି ଘଟଣାରେ ୩ଜଣଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଆଉ ଜଣେ ଫେରାର୍‌ ଥିବା ସୂଚନା ମିଳିଛି।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଗତ ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଏକ ପ୍ରେମୀଯୁଗଳ ବାଲିହରଚଣ୍ଡୀ ବୁଲିବାକୁ ଆସିଥିଲେ। ସେମାନେ ମା’ଙ୍କୁ ଦର୍ଶନ କରିସାରିବା ପରେ ସମୁଦ୍ର କୂଳକୁ ବୁଲିବାକୁ ଯାଇଥିଲେ। ଏହି ସମୟ‌ରେ ୪ଜଣ ଦୁର୍ବୃତ୍ତ ସେମାନଙ୍କୁ ପିଛା କରିଥିଲେ। ସମୁଦ୍ର କୂଳକୁ ଯିବାକୁ ହେଲେ ଏକ ନଦୀ ପାର୍‌ ହେବାକୁ ପଡ଼ିଥାଏ। ସମ୍ପୃକ୍ତ ଯୁବକମାନେ ଉଭୟଙ୍କୁ ଡଙ୍ଗାରେ ନଦୀ ପାର୍‌ କରାଇଥିଲେ। କିନ୍ତୁ ନଦୀ ଅପରପାର୍ଶ୍ବରେ ପହଞ୍ଚିବା ପରେ ଯୁବକମାନଙ୍କ ସ୍ୱଭାବ ବଦଳି ଯାଇଥିଲା। ସେମାନେ ପ୍ରେମିକୁ ଏକ ଗଛରେ ବାନ୍ଧି ତାଙ୍କ ସାମ୍ନାରେ ପ୍ରେମିକାକୁ ଗଣଦୁଷ୍କର୍ମ କରିଥିଲେ। ପ୍ରେମୀଯୁଗଳ ଯେତେ କାକୁତିମିନତି ହୋଇଥିଲେ ମଧ୍ୟ ସେମାନେ କିଛି ଶୁଣି ନ ଥିଲେ। ପ୍ରାୟ ଅଧଘଣ୍ଟା ଧରି ୪ ଯୁବକ ପାଶବିକ ଅତ୍ୟାଚାର କରିଥିଲେ। ଏହାପରେ ଯୁବକମାନେ ସେଠାରୁ ପଳାଇ ଯାଇଥିଲେ। ପରେ ପ୍ରେମୀଯୁଗଳ ବାଲିହରଚଣ୍ଡୀ ପୀଠକୁ ଆସି ଏ ବାବଦରେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ଖବର ପାଇ ସଦର ଏସ୍‌ଡିପିଓ ରବିନାରାୟଣ ଭଞ୍ଜ, ସ୍ପେଶାଲ ସ୍କ୍ୱାଡ୍‌, ବ୍ରହ୍ମଗିରି ଓ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିଥିଲେ। ଅଭିଯୁକ୍ତଙ୍କ ମଧ୍ୟରୁ ପୁଲିସ ୩ଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଯୁବକ ଫେରାର୍‌ ହୋଇଯାଇଛି। ତେବେ ଲୋକଲଜ୍ଜା ଭୟରେ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଶୁଣିବାକୁ ମିଳୁଛି। ପୁଲିସ ମଧ୍ୟ ଯଥାସମ୍ଭବ ଏହାକୁ ଚାପିଦେବାକୁ ଉଦ୍ୟମ କରୁଛି। ଗଣମାଧ୍ୟମକୁ ଏ ସଂପର୍କରେ କୌଣସି ସୂଚନା ଦିଆଯାଉନାହିଁ।

ଅପରପକ୍ଷେ, ସୋମବାର ଗଣମାଧ୍ୟମ ପ୍ରତିନିଧିମାନେ ପୀଡ଼ିତାଙ୍କ ଘରକୁ ଯାଇଥିଲେ। କିନ୍ତୁ ତାଙ୍କ ଘର ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ। ସେହିପରି ଅତିରିକ୍ତ ଏସ୍‌ପି ସୁଶୀଲ କୁମାର ମିଶ୍ର ଏବଂ ସଦର ଏସ୍‌ଡିପିଓ ପ୍ରାୟ ୨ ଘଣ୍ଟା ଧରି ବ୍ରହ୍ମଗିରି ଥାନା ଭିତରେ ରୁଦ୍ଧଦ୍ୱାର ଆଲୋଚନା କରିଥିଲେ। ବାହାରେ ଗଣମାଧ୍ୟମ ପ୍ରତିନିଧିମାନେ ଜଗି ରହିଥିଲେ। ବୈଠକ ପରେ ଉଭୟଙ୍କୁ ପ୍ରଶ୍ନ କରିବାରୁ ସେମିତି କିଛି ଅଭିଯୋଗ ହୋଇନାହିଁ କହି ପ୍ରସଙ୍ଗକୁ ଏଡ଼ାଇ ଦେବାକୁ ଚେଷ୍ଟା କରିଥିଲେ।