ministers - The Sakala
ନୂଆଦିଲ୍ଲୀ: ଦେଶରେ ୩୦୨ ଜଣ ମନ୍ତ୍ରୀ (ପାଖାପାଖି ୪୭ ପ୍ରତିଶତ) ନିଜ ଉପରେ ଆପରାଧିକ ମାମଲା ଥିବା କଥା ସ୍ୱୀକାର କରିଛନ୍ତି। ଏମାନଙ୍କୁ ମଧ୍ୟରୁ ୧୭୪ ଜଣ ମନ୍ତ୍ରୀଙ୍କ ଉପରେ ହତ୍ୟା, ଅପହରଣ ଓ ମହିଳାଙ୍କ ବିରୋଧରେ ଅପରାଧ ଭଳି ଗମ୍ଭୀର ଅଭିଯୋଗ ରହିଛି। ସେହିପରି କେନ୍ଦ୍ର ସରକାରଙ୍କ ୭୨ ମନ୍ତ୍ରୀଙ୍କ ମଧ୍ୟରୁ ୨୯ଜଣ (୪୦ ପ୍ରତିଶତ) ନିଜ ଉପରେ ଆପରାଧିକ ମାମଲା ଥିବା କଥା ସ୍ୱୀକାର କରିଛନ୍ତି। ନିର୍ବାଚନ ସୁଧାର ସଂସ୍ଥା ‘ଆସୋସିଏସନ ଫର୍‌‌ ଡେମୋକ୍ରାଟିକ ରିଫର୍ମ୍ସ’ (ଏଡିଆର) ଦ୍ୱାରା ପ୍ରକାଶିତ ରିପୋର୍ଟରେ ଏ ନେଇ ଉଲ୍ଲେଖ କରାଯାଇଛି। ଏଡିଆର ୨୭ ରାଜ୍ୟ, ୩ କେନ୍ଦ୍ର ଶାସିତ ଅଞ୍ଚଳ ଓ କେନ୍ଦ୍ର ସରକାରଙ୍କ ମୋଟ୍‌‌ ୬୪୩ ମନ୍ତ୍ରୀଙ୍କ ଶପଥ ପତ୍ର ବା ଆଫିଡେବିଟ୍‌‌ର ବିଶ୍ଲେଷଣ କରି ଏହି ନିଷ୍କର୍ସରେ ପହଞ୍ଚିଛି। ୨୦୨୦ ଓ ୨୦୨୫ ମଧ୍ୟରେ ଅନୁଷ୍ଠିତ ନିର୍ବାଚନ ଅବସରରେ ଦାଖଲ ହୋଇଥିବା ଶପଥ ପତ୍ରକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ବୋଲି ଏଡିଆର ତରଫରୁ କୁହାଯାଇଛି। ୧୧ଟି ରାଜ୍ୟରେ ୬୦ ପ୍ରତିଶତ ମନ୍ତ୍ରୀ ଆପରାଧିକ ମାମଲାରେ ଅଭିଯୁକ୍ତ ଅଛନ୍ତି। ଏହିକ୍ରମରେ ଦେଖିବାକୁ ଗଲେ ବିଜେପିର ୩୩୬ ମନ୍ତ୍ରୀଙ୍କ ମଧ୍ୟରୁ ୧୩୬ ମନ୍ତ୍ରୀଙ୍କ ବିରୋଧରେ ଆପରାଧିକ ମାମଲା ରହିଛି ଓ ୮୮ ଜଣଙ୍କ ଉପରେ ଗମ୍ଭୀର ମାମଲା ରୁଜୁ କରାଯାଇଛି। ଅନ୍ୟପଟେ କଂଗ୍ରେସର ୬୧ ମନ୍ତ୍ରୀଙ୍କ ମଧ୍ୟରୁ ୪୫ ଜଣଙ୍କ ବିରୋଧରେ ମାମଲା ରହିଥିବା ବେଳେ ୧୮ଜଣଙ୍କ ବିରୋଧରେ ଗମ୍ଭୀର ମାମଲା ରହିଛି। ସେହିପରି ଡିଏମ୍‌‌କେର ୩୧ରୁ ୨୭, ଟିଏମ୍‌‌ସିର ୪୦ରୁ ୧୩, ଟିଡିପିର ୨୩ରୁ ୨୨ ଏବଂ ଆପ୍‌‌ର ୧୬ରୁ ୧୧ ଜଣ ବିରୋଧରେ ଆପରାଧିକ ମାମଲା ରହିଛି। ଉଲ୍ଲେଖଥାଉ କି, କିଛିଦିନ ତଳେ କେନ୍ଦ୍ର ସରକାର ଏକ ପ୍ରସ୍ତାବ ରଖିଥିଲେ। ଏହା ଅନୁସାରେ ଯେଉଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଗମ୍ଭୀର ଆପରାଧିକ ମାମଲାରେ ୩୦ ଦିନ ଜେଲରେ ରହିବା ପରେ ପଦରୁ ହଟିବେ ବୋଲି କୁହାଯାଇଥିଲା।