GSTCouncilMeeting - The Sakala
ନୂଆଦିଲ୍ଲୀ: ୨୦୧୭ରେ ଦ୍ରବ୍ୟ ଓ ସେବା କର ବା ଜିଏସ୍‌ଟି ଆରମ୍ଭ ହେବା ପରେ କେନ୍ଦ୍ର ସରକାର ପ୍ରଥମ ଥର ଲାଗି ଏହାର ହାରରେ ବଡ଼ ଧରଣର ସଂଶୋଧନ କରିଛନ୍ତି। ମଧ୍ୟବିତ୍ତ ଓ ସାଧାରଣ ଜନତାଙ୍କୁ ମହଙ୍ଗାମାଡ଼ରୁ ମୁକ୍ତ କରିବା ଉଦ୍ଦେଶ୍ୟରେ ଅନେକ ଦୈନିକ ବ୍ୟବହାର ହେଉଥିବା ସାମଗ୍ରୀ ଉପରେ ଜିଏସ୍‌ଟି ହାର କମାଇ ଦିଆଯାଇଛି। ବ୍ୟକ୍ତିଗତ ସ୍ବାସ୍ଥ୍ୟ ବୀମା ଓ ଜୀବନ ବୀମାକୁ ସଂପୂର୍ଣ୍ଣ ରୂପେ ଜିଏସ୍‌ଟି ମୁକ୍ତ କରାଯାଇଥିବା ବେଳେ ବିଳାସପୂର୍ଣ୍ଣ ସାମଗ୍ରୀ ଓ ସିଗାେରଟ, ତମାଖୁ ଉପରେ ଅଧିକ ଟିକସ ଧାର୍ଯ୍ୟ କରାଯାଇଛି। କର୍କଟ ରୋଗ ଔଷଧକୁ ମଧ୍ୟ ଜିଏସ୍‌ଟି କବଳରୁ ମୁକ୍ତ କରାଯାଇଛି। ଦୁଗ୍ଧ, ପନୀର ଓ ଭାରତୀୟ ବ୍ରେଡ୍ ଉପରେ ମଧ୍ୟ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ। ଆଜି ୧୦ ଘଣ୍ଟାରୁ ଅଧିକ ସମୟ ଚାଲିଥିବା ଜିଏସ୍‌ଟି ପରିଷଦ ବୈଠକରେ ଏହିସବୁ ନିଷ୍ପତ୍ତି ନିଆଯାଇଛି। ସଂଶୋଧିତ ହାର ଆସନ୍ତା ୨୨ ତାରିଖରୁ ଲାଗୁ ହେବ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ୨୮% ଏବଂ ୧୨% ସ୍ଲାବକୁ ହଟାଇ ଜିଏସ୍‌ଟି ହାରକୁ ୧୮% ଓ ୫%ରେ ସୀମିତ ରଖାଯାଇଛି। ୨୮% ସ୍ଲାବରେ ଥିବା ୯୯ ପ୍ରତିଶତ ସାମଗ୍ରୀକୁ ୧୮% ସ୍ଲାବରେ ସାମିଲ କରାଯାଇଥିବା ବେଳେ ୧୨% ସ୍ଲାବରେ ଥିବା ୯୯ ପ୍ରତିଶତ ସାମଗ୍ରୀ ଉପରେ ଏବେ ମାତ୍ର ୫ % ପ୍ରତିଶତ ଟିକସ ଲାଗିବ।
ନୂତନ ଜିଏସ୍‌ଟି ସ୍ଲାବ୍‌ ସମ୍ପର୍କରେ ଆଜି ରାତିରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଶ୍ରୀମତୀ ସୀତାରମଣ। ସେ କହିଛନ୍ତି ଯେ କ୍ଷୀର, ରୁଟି, ପିଜା, ପାଉଁରୁଟି, ଛେନା ସମେତ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀକୁ ଜିଏସ୍‌ଟିରୁ ବାଦ୍‌ ଦିଆଯାଇଛି। ବ୍ୟକ୍ତିଗତ ସ୍ବାସ୍ଥ୍ୟ ଏବଂ ଜୀବନ ବୀମାକୁ ଜିଏସ୍‌ଟି ମୁକ୍ତ କରାଯାଇଛି। ସିମେଣ୍ଟ ଉପରେ ଟିକସକୁ ୨୮ ପ୍ରତିଶତରୁ ହ୍ରାସ କରି ୧୮ ପ୍ରତିଶତ ରଖାଯାଇଛି। ଏହା ବ୍ୟତୀତ ତମାଖୁ ଏବଂ ବିଳାସପୂର୍ଣ୍ଣ ସାମଗ୍ରୀଗୁଡ଼ିକ ଉପରେ ୪୦%ର ନୂଆ ଟିକସ ଲାଗୁ କରାଯାଇଛି। ବିଳାସପୂର୍ଣ୍ଣ କାର୍‌, ବଡ଼ ଏସ୍‌ୟୁଭି, ସିଗାରେଟ, ଗୁଟ୍‌ଖା ଏବଂ କାର୍ବୋନେଟେଡ୍‌ ଡ୍ରିଙ୍କ୍ସ ଆଦି ଏହି ଶ୍ରେଣୀରେ ରହିବା
ସେହିପରି ୩୫୦ ସିସି ଇଞ୍ଜିନ ବିଶିଷ୍ଟ ଗାଡ଼ି ଉପରେ ଟିକସ ହାର ୨୮ରୁ ୧୮ ପ୍ରତିଶତକୁ ହ୍ରାସ କରାଯାଇଛି। ତିନି ଚକିଆ ଗାଡ଼ିକୁ ମଧ୍ୟ ଏହି ଶ୍ରେଣୀରେ ରଖାଯାଇଛି। ୪ମିଟର ଲମ୍ବ ଏବଂ ୧୨୦୦ ସିସି ଇଞ୍ଜିନ ବିଶିଷ୍ଟ ପେଟ୍ରୋଲ, ସିଏନଜି, ଏଲପିଜି ଗାଡ଼ିକୁ ମଧ୍ୟ ୧୮ ପ୍ରତିଶତ ହାରରେ ରଖାଯାଇଛି। ୪ ମିଟର ଲମ୍ବ ଏବଂ ୧୫୦୦ ସିସି ଇଞ୍ଜିନ ବିଶିଷ୍ଟ ଡିଜେଲ ଗାଡିକୁ ମଧ୍ୟ ଏହି ଶ୍ରେଣୀରେ ରଖାଯାଇଛି। ଅଟୋମାବାଇଲ ସାମଗ୍ରୀର ମୂଲ୍ୟ ହ୍ରାସ କରିବା ପାଇଁ ଏହାକୁ ୨୮ ପ୍ରତିଶତରୁ ହଟାଇ ୫ ପ୍ରତିଶତ ସ୍ଲାବରେ ରଖାଯାଇଛି। ଟ୍ରାକ୍ଟରକୁ ୧୨ ପ୍ରତିଶତରୁ ହ୍ରାସ କରି ୫ ପ୍ରତିଶତ ସ୍ଲାବ୍‌ରେ ରଖାଯାଇଛି।
୧୩ ସିଟ୍‌ ବିଶିଷ୍ଟ ବାଣିଜ୍ୟିକ ପରିବହନ ଗାଡ଼ିଗୁଡିକୁ ୧୮ ପ୍ରତିଶତ ସ୍ଲାବରେ ରଖାଯାଇଛି। ବ୍ୟାଟେରି ଚାଳିତ ଗାଡ଼ିର ହାର ପୂର୍ବବତ୍‌ ୫ ପ୍ରତିଶତ ରହିଛି। କେଶତୈଳ, ସାମ୍ପୁ, ଟୁଥପେଷ୍ଟ, ଟଏଲେଟ ସୋପ୍‌ ବାର୍‌, ବ୍ରସ୍‌, ସେଭିଂ କ୍ରିମ୍‌, ଘିଅ, ଲହୁଣୀ, ପ୍ୟାକେଜ୍‌ଡ ନମ୍‌କିନ, ଭୁଜିଆ, ମିକ୍ସ, ବାସନକୁସନ, ଫିଡିଂ ବଟଲ, ଶିଶୁଙ୍କ ନାପ୍‌କିନ୍‌, ସିଲେଇ ମେସିନ ଓ ଏହାର ଯନ୍ତ୍ରାଶଂକୁ ୫ ପ୍ରତିଶତ ସ୍ଲାବ୍‌ରେ ରଖାଯାଇଛି।
ସେହିପରି ଥର୍ମୋମିଟର, ମେଡିକାଲ ଗ୍ରେଡ ଅକ୍ସିଜେନ, ସବୁ ପ୍ରକାରର ଡାଇଗ୍ନୋଷ୍ଟିକ୍ସ, ଗ୍ଲୁକୋମିଟର ଆଦିକୁ ୫ ପ୍ରତିଶତ ସ୍ଲାବରେ ରଖାଯାଇଛି। କୃଷି ଯନ୍ତ୍ରପାତିକୁ ୫ ପ୍ରତିଶତ ସ୍ଲାବ୍‌ରେ ରଖାଯାଇଛି। ଏହା ବ୍ୟତୀତ ଏସି, ୩୨ ଇଞ୍ଚରୁ ବଡ଼ ଏଲଇଡି ଓ ଏଲସିଡି ଟିଭି, ମନିଟର ଏବଂ ପ୍ରୋଜେକ୍ଟର୍ସ, ଡିସ୍‌ ୱାସିଂ ମେସିନ ଭଳି ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଉପରେ ୧୮ ପ୍ରତିଶତ ଟିକସ ଲଗାଯାଇଛି।
ଏହା ସହିତ ବ୍ୟବସାୟୀଙ୍କ ଉପରୁ ବୋଝ କମ୍‌ କରିବା ପାଇଁ ସହମତି ପ୍ରକାଶ ପାଇଛି। ଏଥିରେ ଏମଏସଏମଇ ଏବଂ ଷ୍ଟାର୍ଟଅପ୍‌ର ପଞ୍ଜିକରଣ ସମୟକୁ ୩୦ ଦିନରୁ ତିନି ଦିନ ହ୍ରାସ କରିବା ସାମିଲ ରହିଛି। ସେହିପରି ରପ୍ତାନୀକାରୀଙ୍କ ପାଇଁ ସ୍ବୟଂଚାଳିତ ଜିଏସ୍‌ଟି ରିଫଣ୍ଡ ବ୍ୟବସ୍ଥାକୁ ଅନୁମୋଦନ ଦିଆଯାଇଛି। ଏହା ଦ୍ବାରା ପଞ୍ଜିକରଣ ପ୍ରକ୍ରିୟା ଅଧିକ ସରଳ ହେବ।
ଜିଏସ୍‌ଟିରେ ଏହି ପରିବର୍ତ୍ତନ ଜୀବନକୁ ଅଧିକ ସରଳ ଏବଂ ଅର୍ଥବ୍ୟବସ୍ଥାକୁ ମଝବୁତ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଜିଏସ୍‌ଟିକୁ ସରଳ କରିବା ପାଇଁ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ମଞ୍ଜୁରି ଦେଇଥିବାରୁ ସେ ପରିଷଦକୁ ଧନ୍ୟବାଦ ଦେଇଛନ୍ତି। ଏହା ଦ୍ବାରା ସାଧାରଣ ଜନତା, ଚାଷୀ, ଏମଏସଏମଇ, ମଧ୍ୟବିତ୍ତ, ମହିଳା ଏବଂ ଯୁବ ବର୍ଗଙ୍କୁ ଲାଭ ମିଳିବ। ବ୍ୟବସାୟ ସହଜ ହେବ। ବିଶେଷ କରି କ୍ଷୁଦ୍ର ବ୍ୟବସାୟୀଙ୍କୁ ସହାୟତା ମିଳିବ ବୋଲି ମୋଦୀ କହିଛନ୍ତି।
ଜିଏସ୍‌ଟି ହାରରେ ଏଭଳି ସରଳୀକରଣ ଯୋଗୁଁ ପ୍ରାୟ ୪୮ ହଜାର କୋଟି ଟଙ୍କାର ରାଜସ୍ବ କ୍ଷତି ହେବ ବୋଲି କୁହାଯାଉଛି। ବିରୋଧୀ ରାଜ୍ୟଗୁଡିକ କେନ୍ଦ୍ର ନିକଟରେ ରାଜସ୍ବ ସୁରକ୍ଷା ଏବଂ ଉପଭୋକ୍ତାଙ୍କ ସ୍ବାର୍ଥରକ୍ଷା କରିବାକୁ ଦାବି କରିଛନ୍ତି। ବିରୋଧୀ ରାଜ୍ୟଗୁଡିକର ସୂଚନା ଅନୁଯାୟୀ କମ୍‌ ଟିକସ ଲଗାଇ କମ୍ପାନୀଗୁଡିକ ଲାଭ ଉଠାଇବାକୁ ନ ଦେବା ଉଚିତ। ଟିକସ ହ୍ରାସର ଲାଭ ସିଧାସଳଖ ଗ୍ରାହକଙ୍କ ନିକଟରେ ପହଞ୍ଚିବା ଉଚିତ। ଏହା ସହିତ ନୂଆ ଟିକସ ସ୍ଲାବ ଦ୍ବାରା ହେଉଥିବା କ୍ଷତି ଭରଣା କରିବା ପାଇଁ କେନ୍ଦ୍ର ଆର୍ଥିକ ସହାୟତା ଦେବା ଆବଶ୍ୟକ। ପୂର୍ବରୁ ଏଥିପାଇଁ ୧.୫ ଲକ୍ଷ କୋଟିରୁ ୨ ଲକ୍ଷ କୋଟି କ୍ଷତି ହେବ ବୋଲି କୁହାଯାଇଥିଲା। କିଛି ବିଜେପି ଶାସିତ ରାଜ୍ୟ ମଧ୍ୟ ରାଜସ୍ବ କ୍ଷତି ଉପରେ ଚିନ୍ତା ପ୍ରକଟ କରିଛନ୍ତି। ଏହି ବୈଠକରେ ଆରବିଆଇ ଅଧ୍ୟକ୍ଷଙ୍କ ସମେତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ଅର୍ଥମନ୍ତ୍ରୀମାନେ ଉପସ୍ଥିତ ଥିଲେ।