Yoga - The Sakala
ହିମାଚଳପ୍ରଦେଶ: ଭଗବାନଙ୍କୁ ପାଇବା ପାଇଁ ଯୋଗୀ ଓ ଋଷିମାନେ ତପସ୍ୟା କରୁଥିବାର ଅନେକ ଚିତ୍ର ଦେଖିଛେ। ସୋସିଆଲ ମିଡିଆରେ ଏବେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଜଣେ ଯୋଗୀ ତପସ୍ୟାରେ ଏପରି ମଗ୍ନ ହୋଇଛନ୍ତି। ତପସ୍ୟାରେ ଏପରି ମଗ୍ନ ହୋଇଯାଇଛନ୍ତି ଯେ, ତାଙ୍କ ଶରୀରରେ ବରଫ ଖଣ୍ଡ ଜମା ହୋଇଯାଇଥିବା ଦେଖିବାକୁ ମିଳିଛି। ହିମାଳୟ ପର୍ବତ ଉପରେ ଜଣେ ଯୋଗୀ ତପସ୍ୟା କରୁଥିବାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଅନେକ ସୋସିଆ ମିଡିଆ ୟୁଜର୍ ଏହି ଭିଡିଓକୁ ଏଆଇ ପ୍ରସ୍ତୁତ ଭିଡିଓ ବୋଲି କହୁଛନ୍ତି।
ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାପରେ ହିମାଚଳ ପ୍ରଦେଶର କୁଲୁରେ ଥିବା ଏକ ଆଧ୍ୟାତ୍ମିକ ସଂଗଠନ କୌଳାନ୍ତକ ପୀଠ ଏହି କ୍ଲିପ୍‌ରେ ଯୋଗୀଙ୍କୁ ସତ୍ୟେନ୍ଦ୍ର ନାଥ ବୋଲି ଚିହ୍ନଟ କରିଥିଲେ। ଏହା ଏକ ନକଲି ଭିଡିଓ ନୁହେଁ ବୋଲି କହିଥିଲେ।
ଏହା ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାର ସିରାଜ ଉପତ୍ୟକାର ବୋଲି ଜଣାପଡିଛି। ସେହି ଯୋଗୀଙ୍କ ନାଁ ସତ୍ୟେନ୍ଦ୍ର ନାଥ । ବଞ୍ଜର ବାସିନ୍ଦା ସତ୍ୟେନ୍ଦ୍ର ନାଥ ଗତ ୨୨ବର୍ଷ ଧରି କୌଲନ୍ତକ ପୀଠ ଆଶ୍ରମରେ ଯୋଗ ଅଭ୍ୟାସ କରିଆସୁଛନ୍ତି। ସେ ଆଶ୍ରମରେ ଈଶପୁତ୍ର ଭାବରେ ଜଣାଶୁଣା। ଯୋଗ ଏବଂ ଭକ୍ତି ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଆଠରୁ ଅଧିକ ଦେଶରେ ଈଶପୁତ୍ରଙ୍କ ସାଧକ ଅଛନ୍ତି। ଜଣେ ସାଧାରଣ ବ୍ୟକ୍ତି ତୁଷାରପାତ ମଧ୍ୟରେ ଯୋଗ ଅଭ୍ୟାସ କରିପାରିବ ନାହିଁ। ଏଥିପାଇଁ କଠୋର ସାଧନା ଲୋଡା। ଈଶପୁତ୍ର ହେବା ପାଇଁ ବହୁ ପ୍ରତିକୂଳ ପାଗରେ ମଧ୍ୟ ତପସ୍ୟା କରିବାକୁ ପଡିଥାଏ। ବର୍ତ୍ତମାନ ଈଶପୁତ୍ର ସତ୍ୟେନ୍ଦ୍ର ନାଥଙ୍କ ଯୋଗ ଅଭ୍ୟାସ ସମୟର ଭିଡିଓ ଭାଇରାଲ୍ ହେଉଛି। ଏହି ଭିଡିଓ ଚଳିତ ବର୍ଷ ଫେବୃଆରୀ ପ୍ରଥମ ସପ୍ତାହରେ ଶିଷ୍ୟ ରାହୁଲଙ୍କ ଦ୍ୱାରା ରେକର୍ଡ କରାଯାଇଥିଲା।
ଯୋଗର ଦିବ୍ୟ ବାର୍ତ୍ତା
ଯୋଗ ଆମର ଶାରୀରିକ, ମାନସିକ ଏବଂ ଆତ୍ମିକ ସୁସ୍ଥତା ଉପରେ ଗଭୀର ପ୍ରଭାବ ପକାଇଥାଏ। ଯୋଗ ୫୦୦୦ ବର୍ଷରୁ ଅଧିକ ପୁରୁଣା ଏବଂ ପ୍ରାଚୀନ ଭାରତୀୟ ଦର୍ଶନରେ ଏହାର ଉତ୍ପତ୍ତି ବୋଲି ବହୁଧା ପ୍ରମାଣିତ ହୋଇସାରିଛି। ‘ଯୋଗ’ ସଂସ୍କୃତ ଶବ୍ଦ ‘ୟୁଜ’ ରୁ ଉତ୍ପନ୍ନ, ଯାହାର ଅର୍ଥ ହେଉଛି ‘ଏକତା’। ଯୋଗ ମନ, ଶରୀର ଏବଂ ଆତ୍ମାର ସୁସଂଗତ ଐକୀକରଣକୁ ପ୍ରତିପାଦିତ କରେ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ମାନସିକ ସନ୍ତୁଳନ, ଶାନ୍ତି ଏବଂ ଆତ୍ମତୃପ୍ତି ହାସଲ କରିବା। ଯୋଗ ଶାରୀରିକ ସ୍ଥିତି (ଆସନ), ଶ୍ୱାସ ନିୟନ୍ତ୍ରଣ (ପ୍ରାଣାୟାମ), ଧ୍ୟାନ (ମେଡିଟେସନ) ଆଦିକୁ ସମାହିତ କରେ।
ଯୋଗର ନିୟମିତ ଅଭ୍ୟାସ ଦ୍ୱାରା ଶାରୀରିକ ଯନ୍ତ୍ରଣା ହ୍ରାସ ପାଇବା ସହିତ ହୃଦରୋଗ, ଶ୍ୱାସକ୍ରିୟା ଓ ହଜମ କ୍ରିୟା ଠିକ୍‌‌ ରୁହେ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ନିୟମିତ ଯୋଗ କାର୍ଯ୍ୟରେ ନିୟୋଜିତ ହୋଇ ବ୍ୟକ୍ତିମାନେ ଉତ୍ତମ ଜୀବନଶୈଳୀ, ଉନ୍ନତ ମାନସିକ ଶକ୍ତି ଆହରଣ କରନ୍ତି। ଏହା ଏକ ବହୁମୁଖୀ ବ୍ୟାୟାମ ମଡେଲ, ଯାହା ବ୍ୟକ୍ତିଗତ ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ ହୋଇଥାଏ। ଶାରୀରିକ ଲାଭ ବ୍ୟତୀତ ଯୋଗ ମାନସିକ ଏବଂ ଭାବନାତ୍ମକ ସୁସ୍ଥତା ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ଏହା ମଧ୍ୟ ଚାପ, ଚିନ୍ତା ଏବଂ ଉଦାସୀନତାକୁ ହ୍ରାସ କରିଥାଏ ଓ ଏକାଗ୍ରତା ବୃଦ୍ଧି କରେ। ଯୋଗରେ ତଲ୍ଲୀନ ବ୍ୟକ୍ତି ଗଭୀର ଆତ୍ମବିଶ୍ୱାସୀ ହୋଇଥାଏ। ଯୋଗରେ ଆତ୍ମଶୃଙ୍ଖଳା ଲାଭ ହେଉଥିବାରୁ ବ୍ୟକ୍ତି ଅଧିକ ଗୁଣାତ୍ମକ ଏବଂ କାରୁଣିକ ହୁଏ।
ଯୋଗ ବ୍ୟକ୍ତିବିଶେଷଙ୍କୁ ଏକ ଉଚ୍ଚଚେତନା ସହିତ ସଂଯୋଗ କରିବାକୁ ଉତ୍ସାହିତ କରେ। ସମସ୍ତ ଜୀବ ସହିତ ଏକତା ଏବଂ ପରସ୍ପର ସହ ଜଡ଼ିତ ହେବାର ଭାବନା ସୃଷ୍ଟି କରେ। ଯୋଗ ଦର୍ଶନ ଆମକୁ ଅନ୍ୟମାନଙ୍କ ପ୍ରତି ଦୟା, ପ୍ରେମ ଓ ଅହିଂସା ମନୋଭାବ ପ୍ରଦର୍ଶନ କରିବାକୁ ଶିକ୍ଷା ଦିଏ। ପ୍ରତିବର୍ଷ ଜୁନ ୨୧ ତାରିଖକୁ ସମଗ୍ର ପୃଥିବୀରେ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ରୂପେ ପାଳନ କରାଯାଏ। ଆସନ୍ତୁ ଏହି ବିଶେଷ ଦିନରେ ଯୋଗର ଉପକାର ଏବଂ ଆମ ଜୀବନରେ ଏହାର ଗଭୀର ପ୍ରଭାବକୁ ପାଳନ କରି ନିଜ ଭିତରେ ଓ ଆମ ଚାରି ପାଖରେ ଥିବା ଦୁନିଆରେ ଏକ ସୁସଂଗତ ସୃଷ୍ଟି କରିବାକୁ ଚେଷ୍ଟା କରିବା। ଯୋଗର ଦିବ୍ୟା ବାର୍ତ୍ତା ବିଶ୍ୱର ସମସ୍ତ କୋଣରେ ବିସ୍ତାର କରିବା। ରମାକାନ୍ତ ସେଠ୍‌‌, ନୂଆପଡ଼ା, ମୋ: ୯୯୩୮୫୬୮୬୫୧
ସୁସ୍ଥ ରହିବା ପାଇଁ ଔଷଧ ବଦଳରେ ଡାଏଟ୍ ଉପରେ ଧ୍ୟାନ ଦିଅନ୍ତୁ
ସଂକ୍ରମଣ ବଢ଼ୁଥିବାରୁ ଏବେ ମର୍ଣ୍ଣିଂ ୱାକ୍‌, ଇଭ୍‌ନିଂ ୱାକ୍‌, ସାଇକଲିଂ ଉପରେ କଟକଣା ଲାଗୁ ହୋଇଛି। ତେବେ ବାହାରେ ଚଲାବୁଲା କଲେ କି ଜିମ୍‌ ଯାଇ ଏକ୍ସରସାଇଜ୍ କରିବା ଦ୍ବାରା ଶରୀର ଫିଟ୍ ରହିବ ତାହା ନୁହେଁ; ଘରେ କିଛି ଏକ୍ସରସାଇଜ୍ କରିବା ଦ୍ବାରା ଯେକେହି ବି ନିଜକୁ ଫିଟ୍ ରଖିପାରିବେ ବୋଲି କହିଛନ୍ତି ଫିଟ୍‌ନେସ୍ କାଉନ୍‌ସିଲର୍ ପୁପୁନ୍ କୁମାର ସ୍ବାଇଁ।
ସୁସ୍ଥ ହେବାର ଦୁଇ ସପ୍ତାହ ପରେ କରନ୍ତୁ ଏକ୍ସର୍‌ସାଇଜ୍: ଏବେ ତ ଜିମ୍ ବନ୍ଦ। ଜରୁରୀ ନୁହେଁ, ଜିମ୍‌ ଆସି ଏକ୍ସରସାଇଜ୍ କରିବା। କିଛି ବଡି ୱେଟ୍ ଏକ୍ସରସାଇଜ୍ ଘରେ କରିବା ସମ୍ଭବ। ଏଇ ଯେମିତି ସ୍କାର୍ଟ, ପ୍ଲାଙ୍କ୍‌ ଭଳି କିଛି ଏକ୍ସରସାଇଜ୍ ସମେତ ସୂର୍ଯ୍ୟ ନମସ୍କାର ଆଦି କରାଯାଇପାରିବ। ଏହାବାଦ୍ ଯୁବପିଢ଼ି ଘରେ ଛୋଟ ତଥା ବଡ଼ ଡମ୍ବେଲ ଉଠାନ୍ତୁ। ଏସବୁ ଦ୍ବାରା ଶରୀର ଫିଟ୍‌ ରହିଥାଏ। ତେବେ କୋଭିଡ୍‌ରୁ ସୁସ୍ଥ ହେବାର ଦୁଇ ସପ୍ତାହ ପରେ ଏକ୍ସରସାଇଜ୍ ଘରେ କରାଯାଇପାରିବ।
ସମସ୍ତେ ଯୋଗ କରନ୍ତୁ: ସବୁ ବୟସବର୍ଗର ଲୋକମାନେ ଘରେ ଯୋଗ କରିବା ଉଚିତ୍। ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିରେ ଯୋଗ ସାହାଯ୍ୟ କରେ। ଛୋଟପିଲାଙ୍କ ପାଇଁ ଷ୍ଟ୍ରେଚିଂ, ଜିମନାସିଟ୍ ଭଳି କିଛି ଏକ୍ସରସାଇଜ୍ ଅଛି ସେସବୁ ସେମାନେ କରିପାରିବେ।
ଡାଏଟ୍ ଉପରେ ଗରୁତ୍ବ ଦିଅନ୍ତୁ: ଅନ୍ୟପଟେ ଯେଉଁମାନେ ପ୍ରୋଟିନ୍ ସପ୍ଲିମେଣ୍ଟ୍ ନେଉଥିବେ ସେସବୁକୁ ମଧ୍ୟ କିଛି ସମୟ ପାଇଁ ବନ୍ଦ କରିବାକୁ ପଡ଼ିବ। କାରଣ ଏହାଦ୍ବାରା ଶରୀରରେ କ’ଣ ପ୍ରତିକ୍ରିୟା ଘଟିବ, କିଛି କହି ହେବ ନାହିଁ। ସେଥିପାଇଁ ସପ୍ଲିମେଣ୍ଟ୍ ଉପରେ ନିର୍ଭରଶୀଳ ନ ହୋଇ ଡାଏଟ୍ ଉପରେ ଧ୍ୟାନ ଦେବାକୁ ପଡ଼ିବ।
ଫାଷ୍ଟଫୁଡ୍ ଖାଦ୍ୟରୁ ଦୂରରେ ରୁହନ୍ତୁ: କୋଭିଡ୍ ହେବା ପରେ ଲୋକେ ଅଧିକ ଫାଷ୍ଟ୍‌ଫୁଡ୍ ଖାଦ୍ୟ ଖାଉଛନ୍ତି। ଅର୍ଥାତ୍ ବିରିଆନୀ, ରୋଲ୍, ତେଲ-ମସଲା, ମଇଦାଯୁକ୍ତ ଖାଦ୍ୟପଦାର୍ଥଠାରୁ ଦୂରେଇ ରହିବା ଦରକାର। ଏହି ଖାଦ୍ୟ ଦ୍ବାରା ଆଉଥରେ ସଂକ୍ରମଣ ହେବା ଆଶଙ୍କା ରହିଛି। ଅନ୍ୟପଟେ ଆମିଷ ଖାଦ୍ୟ ଟିକେ କମ୍ ଖାଇବା ଉଚିତ। ଶରୀରକୁ ଉପଯୁକ୍ତ ଖାଦ୍ୟ ମିଳିଲେ ଶରୀର ସୁସ୍ଥ ରହିବ ଓ ରୋଗପ୍ରତିରୋଧକ ଶକ୍ତି ବଢ଼ିବ।