Afghanistan earthquake - The Sakala
କାବୁଲ: ଆଫଗାନିସ୍ତାନରେ ରବିବାର ମଧ୍ୟରାତିରେ ଭୟଙ୍କର ଭୂକମ୍ପ ହୋଇଛି। ୬.୩ ତୀବ୍ରତାର ଏହି ଭୂକମ୍ପ ବିପର୍ଯ୍ୟୟ ସୃଷ୍ଟି କରିଛି। ଅନେକ ଘର ଦ୍ବାର ଭାଙ୍ଗି ଆବର୍ଜନାର ପାହାଡ଼ ସୃଷ୍ଟି କରିଛି। ରାତିରେ ଶୋଇଥିବାବେଳେ ଏହି ଭୂକମ୍ପ ଆସିଥିବାରୁ ଅନେକ ଜୀବନହାନି ହୋଇଛି। କେହି କିଛି ବୁଝିବା ଆଗରୁ ବଡ଼ ବଡ଼ କୋଠାବାଡ଼ି ମାଟିରେ ମିଶିଯାଇଛି। ବାହାରକୁ ବାହାରିବାକୁ କାହାକୁ ସମୟ ମିଳି ନ ଥିଲା। ଏହି ଅବଶେଷ ତଳେ ଚାପି ହୋଇ ୧୦୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ୩୦୦୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଅନେକ ଲୋକ ଫସି ରହିଛନ୍ତି। ତେଣୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଏବେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଏହି ବଡ଼ ଭୂକମ୍ପ ପରେ ରାତା ସାରା ଗୋଟିଏ ପରେ ଗୋଟିଏ ଚାରୋଟି ଭୂକମ୍ପ ଆସିଥିଲା। ଏହା ଲୋକଙ୍କ ସମସ୍ୟାକୁ ବହୁଗୁଣିତ କରିଥିଲା।
ଆମେରିକା ଭୂବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଅନୁଯାୟୀ ନଙ୍ଗରହାର ପ୍ରଦେଶର ଜଲାଲାବାଦରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ୬.୩ ଥିଲା। ସହରରୁ ୨୭ କିମି ଦୂରରେ ଏହାର କେନ୍ଦ୍ରସ୍ଥଳ ଥିଲା। ଭୂପୃଷ୍ଠରୁ ୮ କିମି ଗଭୀରତାରେ ଏହା ସୃଷ୍ଟି ହୋଇଥିଲା। କୁନାର ପ୍ରଦେଶରେ ଏହା ସର୍ବାଧିକ କ୍ଷତି ଘଟାଇଛି। ଏହା ପରେ ୪.୭ ତୀବ୍ରତାର ଆଉ ଏକ ଭୂକମ୍ପ ଆସିଥିଲା। ପାକିସ୍ତାନର ଖୈବର ପଖ୍‌ତୁନଖ୍ବା, ପଞ୍ଜାବ ଏବଂ ଭାରତର ଗୁରୁଗ୍ରାମରେ ଭୂକମ୍ପର ମୃଦୁ ଝଟ୍‌କା ମଧ୍ୟ ଅନୁଭୂତ ହୋଇଥିଲା। ଏହି ଭୂକମ୍ପକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଭାବିତ ଲୋକଙ୍କୁ ଭାରତ ଯଥାସମ୍ଭବ ମାନବିକ ସହାୟତା ଏବଂ ଆଶ୍ବସ୍ତି ପ୍ରଦାନ କରିବାକୁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି। ଏହା ପରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ନିଜ ଆଫଗାନ ସମକକ୍ଷ ମାୱାଲାୱି ଅମିର ଖାନ ମୁତାକିଙ୍କ ସହ କଥା ଗଭୀର ଶୋକ ପ୍ରକାଶ କରିଥିଲେ। ଭାରତ ରିଲିଫ ସାମଗ୍ରୀ ପଠାଇ ଦେଇଛି ବୋଲି ସୂଚନା ଦେଇଥିଲେ। ତତ୍କାଳ ସହାୟତା ଭାବେ ଭାରତ ହଜାରେ ପରିବାର ପାଇଁ ଟେଣ୍ଟ, ୧୫ ଟନ୍‌ ଖାଦ୍ୟ ସାମଗ୍ରୀ ପଠାଇଥିବା ସୂଚନା ଦେଇଥିଲେ।
ଏହି ଭୂକମ୍ପରେ କୁନାରର ନୁର୍ଗାଲ୍ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ଏଠାରେ ଏକ ଗାଁ ଲୋପ ପାଇ ଯାଇଛି। ଗ୍ରାମବାସୀ ଅବଶେଷ ତଳେ ଫସି ରହିଛନ୍ତି। ଜଣେ ପ୍ରତ୍ୟକ୍ଷଦର୍ଶୀ ସହାୟତା ପାଇଁ ନିବେଦନ କରିଛନ୍ତି। ପୂର୍ବ ଆଫଗାନିସ୍ତାନ ଏହି ପାର୍ବତ୍ୟାଞ୍ଚଳରେ ଆସିଥିବା ଭୂକମ୍ପ ଯୋଗୁଁ ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇଯାଇଛି। ବର୍ତ୍ତି ଯାଇଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ସେ ଆଖି ସାମ୍ନାରେ ଘର ଭାଙ୍ଗି ପଡୁଥିବା ଏବଂ ଲୋକେ ସାହାଯ୍ୟ ପାଇଁ ଚିତ୍କାର କରୁଥିବାର ଦେଖିଛନ୍ତି। ସାଦିକୁଲ୍ଲାହ କହିଛନ୍ତି ଯେ ସେ ଏକ ବଡ଼ ଝଡ଼ ପରି ଶବ୍ଦ ହେବାରୁ ସେ ନିଦରୁ ଉଠି ପଡିଥିଲେ। ପରେ ସେ ପିଲାମାନଙ୍କ ପାଖକୁ ଦୌଡ଼ି ପଳାଇଥିଲେ। ସେ ମାତ୍ର ତିନି ଜଣଙ୍କୁ ବଞ୍ଚାଇ ପାରିଥିଲେ। ପରିବାରର ଅନ୍ୟ ସଦସ୍ୟଙ୍କୁ ବଞ୍ଚାଇବା ପାଇଁ ଯାଉଥିବାବେଳେ କୋଠାଟି ଭୁଶୁଡି ତାଙ୍କ ଉପରେ ପଡ଼ି ଯାଇଥିଲା।
୧୦୦୦ରୁ ଊର୍ଦ୍ଧ୍ବ ମୃତ…