Ganesh Chaturthi 2025 - The Sakala
ଭାରତୀୟ ସଂସ୍କୃତିରେ ବିଘ୍ନରାଜ ବିନାୟକ ସର୍ବ ପୂଜ୍ୟ ଗଣ ଦେବତାର ଆସନ ଅଳଙ୍କୃତ କରି ଶ୍ରୀଗଣେଶ ନାମରେ ଖ୍ୟାତ ହୋଇଛନ୍ତି। ଭାରତୀୟ ଧର୍ମ ଧାରାରେ ବୈଦିକ କାଳରୁ ଶ୍ରୀଗଣପତିଙ୍କ ଉପାସନାର ଉନ୍ମେଷ ଘଟିଥିବା ଜଣାଯାଏ। ବୈଦିକ ମନ୍ତ୍ରରେ ଗଣପତିଙ୍କୁ ସର୍ବ ସିଦ୍ଧଦାତା, ସର୍ବ ମଙ୍ଗଳମୟ ରୂପେ ଅଭିହିତ କରାଯାଇଛି। ସେ ବୈଦିକ ଦେବତା ଅଗ୍ରପୂଜ୍ୟ ବିଘ୍ନ ବିନାଶକାରୀ ବିନାୟକ। ସେ ବକ୍ରତୁଣ୍ଡ ଓ ସର୍ବ କାର୍ଯ୍ୟ ସିଦ୍ଧିଦାତା ଗଣେଶ ଭାବରେ ଆରାଧିତ ହୋଇ ଆସୁଛନ୍ତି। ଆଦି ଦେବତା ଭାେବ ପ୍ରତ୍ୟେକ ଶୁଭ କାର୍ଯ୍ୟ, ପୂଜା, ଲେଖାପଢ଼ା ଓ ଧାର୍ମିକ କ୍ରିୟା ଆରମ୍ଭରେ ତାଙ୍କର ଆବାହ‌ନ କରାଯାଏ । ଗଜାନନଙ୍କୁ ପଞ୍ଚଦେବତାମାନଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ। ହିନ୍ଦୁ ଧର୍ମରେ ବିବାହ ହେଉ କି ବ୍ରତ ଘର କି ଘର ପ୍ରତିଷ୍ଠା ସର୍ବପ୍ରଥମେ ଶ୍ରୀଗଣେଶଙ୍କୁ ପୂଜା କରାଯିବା ବିଧି ରହିଛି। ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଏ ବିଦ୍ୟାର ଦେବତା ଆଦିଦେବ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା। ଗଣେଶ ପୂଜା ସର୍ବଭାରତୀୟ ପୂଜା ଭାବରେ ପ୍ରସିଦ୍ଧି ଲାଭ କରି ଆସିଛି। ଶ୍ରୀଗଣେଶ ବିଦ୍ୟାଦାତା ଓ ସିଦ୍ଧି ଦାତା ଭାବେ ବିଦ୍ୟାର୍ଥୀମାନଙ୍କ ଦ୍ବାରା ପୂଜିତ ହୋଇଥାନ୍ତି। ଖାସ୍‌ ସେଥିପାଇଁ ଶିକ୍ଷାନୁଷ୍ଠାନମାନଙ୍କରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ମହାଆଡ଼ମ୍ବରରେ ପାଳନ କରାଯାଏ। ସମସ୍ତ ପ୍ରକାର ଫଳ, ଚୁଡା ଘଷା, ବେସନ ସେଉ, ବୁନ୍ଦି ଗଣେଶଙ୍କୁ ଭୋଗ ରୂପେ ଅର୍ପଣ କରାଗଲେ ବି ମୋଦକ ଓ ରାଶିଲଡ଼ୁ ତାଙ୍କର ପ୍ରିୟ ଭୋଗ। ମହାରାଷ୍ଟ୍ରରେ ଏହା ଏକ ଗଣପର୍ବ ହୋଇଥିବାବେଳେ ଓଡିଶାର ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଗଣେଶ ପୂଜା ପ୍ରସିଦ୍ଧ ।
ଶିବ ପୁରାଣ ଅନୁଯାୟୀ, ଦେବୀ ପାର୍ବତୀ ନିଜଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କଲେ ଏବଂ ତାକୁ ଜୀବଦାନ ଦେଲେ। ପାର୍ବତୀ ତାଙ୍କୁ ଦ୍ୱାର ଜଗାଇ ଭିତରକୁ କାହାକୁ ପ୍ରବେଶ ନ କରେଇବା ପାଇଁ ଆଦେଶ ଦେଇ ସ୍ନାନ କରିବାକୁ ଗଲେ। ଠିକ୍‌ ସେହି ସମୟରେ ମହାଦେବ ସେଠାକୁ ଆସି ଭିତରକୁ ପ୍ରବେଶ କରିବାରୁ ବାଳକ ଗଣେଶ ନିଜ ପିତାଙ୍କୁ ଚିହ୍ନି ନ ପାରି ବାଟ ଛାଡ଼ିଲେ ନାହିଁ। ମହାଦେବ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ କ୍ରୋଧ ଜର୍ଜରିତ ହୋଇ ଗଣେଶଙ୍କ ଶିରଚ୍ଛେଦନ କଲେ। ପରେ ପାର୍ବତୀଙ୍କ ନିକଟରୁ ଶ୍ରୀଗଣେଶଙ୍କ ପରିଚୟ ପାଇ ଫେରି ଆସି ଦେଖିଲା ବେଳକୁ ମୁଣ୍ଡହୀନ ଗଣ୍ଡିଟି ପଡ଼ିଛି। ଏହା ଦେଖି ମାତା ପାର୍ବତୀ ଅଧୀର ହୋଇ ପଡ଼ିଥିଲେ। ପାର୍ବତୀ ଉତ୍ତେଜିତ ହୋଇ ଉଗ୍ରରୂପ ଧାରଣ କରିଥିଲେ । ସୃଷ୍ଟିକୁ ଧ୍ବଂସ କରି ଦେବାକୁ କହିଥିଲେ। ପାର୍ବତୀଙ୍କୁ ସୃଷ୍ଟି କର୍ତ୍ତା ବ୍ରହ୍ମା ବୁଝାଇବାକୁ ଚେଷ୍ଟା କରିଥିଲେ। ତାଙ୍କ ସମ୍ମୁଖରେ ପାର୍ବତୀ ଦୁଇଟି ସର୍ତ୍ତ ରଖିଥିଲେ । ପ୍ରଥମେ ଗଣେଶଙ୍କୁ ଜୀବ ଦାନ ଦିଆଯିବ ଅନ୍ୟଟି ସେ ଅଗ୍ରପୂଜ୍ୟ ହେବେ। ଏଥିରେ ବ୍ରହ୍ମା ରାଜି ହୋଇଥିଲେ। ଅପରପକ୍ଷରେ ଶିବ ଗଣେଶଙ୍କୁ ଜୀବଦାନ ଦେବା ପାଇଁ ତାଙ୍କ ଅନୁଚରଙ୍କୁ ପଠାଇ ଯେଉଁ ପ୍ରାଣୀକୁ ପ୍ରଥମେ ଦେଖିବ ଯିଏକି ଉତ୍ତର ଦିଗକୁ ମୁଣ୍ଡ ଦେଇ ଶୋଇଥିବ ତା’ର ଶିର ଛେଦନ କରି ନେଇ ଆସିବ ବୋଲି କହିଥିଲେ। ଶିବଦୂତ ଏକ ହାତୀ ମୁଣ୍ଡ ଆଣି ଆସିଥିଲେ। ବିଘ୍ନେଶଙ୍କ ମୁଣ୍ଡରେ ହାତୀ ମୁଣ୍ଡଟିକୁ ଲଗାଇ ତାଙ୍କୁ ଜୀବନ୍ୟାସ ପ୍ରଦାନ କରାଯାଇଥିଲା । ଏହାପରେ ସେ ଗଜାନନ ନାମରେ ନାମିତ ହୋଇଥିଲେ ଓ ଅଗ୍ରପୂଜ୍ୟ ଭାବେ ପୂଜା ପାଇଥିଲେ। ପୌରାଣିକ ମତେ, ଗଣେଶ ବ୍ୟାସୋକ୍ତ ମହାଭାରତର ଲେଖକ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ପିଲା ଖଡ଼ି ଧରିବା (ଅକ୍ଷର ଲେଖା ଶିଖିବା) ଆରମ୍ଭ କରନ୍ତି। ସମୂହ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ବିଭିନ୍ନ ମନ୍ଦିର ଓ ପୂଜାମଣ୍ଡପମାନଙ୍କରେ ଆୟୋଜିତ ହୁଏ। ଭକ୍ତି ସହକାରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କଲେ ମାନବର ସମସ୍ତ ଆଶା ଆକାଂକ୍ଷା ପ୍ରଭୁଙ୍କ ଦ୍ବାରା ପୂର୍ଣ୍ଣ ହୋଇଥାଏ ବୋଲି ଭାରତୀୟ ଜନମାନସରେ ବିଶ୍ବାସ ରହିଛି।
ଶ୍ରୀଗଣେଶଙ୍କ ପୂଜାରେ କେବେ ବି କରନ୍ତୁନି ଏହିସବୁ ଭୁଲ୍‌…
ଯେ କୌଣସି ଶୁଭକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରାଯାଏ। କୁହାଯାଏ ଯେ, ଗଣେଶଙ୍କ ପୂଜା କରିବା ଦ୍ୱାରା ବଡ଼ବଡ଼ ସଙ୍କଟ ଦୂର ହୁଏ। ତେଣୁ ଶ୍ରୀଗଣେଶଙ୍କୁ ବିଘ୍ନ ବିନାଶକ ବୋଲି କୁହାଯାଏ। ତେଣୁ ତାଙ୍କ ପୂଜାରେ କିଛି ତ୍ରୁଟି ରହିବା ଉଚିତ ନୁହେଁ। ନଚେତ୍‌ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ପୂଜା ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦେବା ଜରୁରି।
ଅରୁଆ ଚାଉଳ ବା ଅକ୍ଷତକୁ ସୁଖ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ। ତେଣୁ ଶ୍ରୀଗଣେଶଙ୍କ ପୂଜାରେ ଭାଙ୍ଗି ଯାଇଥିବା ଅକ୍ଷତକୁ ବ୍ୟବହାର କରନ୍ତୁ ନାହିଁ।
ଶ୍ରୀଗଣେଶଙ୍କୁ ତୁଳସୀ ଅର୍ପଣ କରନ୍ତୁ ନାହିଁ।
ଶ୍ରୀଗଣେଶଙ୍କ ପୂଜାରେ ଲାଲ୍‌ ସିନ୍ଦୂର ଓ ଲାଲ୍‌ ରଙ୍ଗର ଫୁଲ ବ୍ୟବହାର କରାଯାଏ। ଶ୍ରୀଗଣେଶଙ୍କୁ ଦୂବ ଅର୍ପଣ କରିବା ଦ୍ବାରା ମନସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ।
ଶୁଖିଯାଇଥିବା କିମ୍ବା ବାସି ଫୁଲ ଅର୍ପଣ କରିବା ଉଚିତ ନୁହେଁ। ଏଭଳି କରିବା ଦ୍ୱାରା ପରିବାରରେ ଦରିଦ୍ରତା ଆସିଥାଏ।
ଏକ ପୌରାଣିକ କଥା ଅନୁଯାୟୀ, ଚନ୍ଦ୍ର ଏକଦା ଶ୍ରୀଗଣେଶଙ୍କ ଉପହାସ କରିଥିଲେ। ତେଣୁ ଗଣେଶ ଚନ୍ଦ୍ରଙ୍କୁ ଅଭିଶାପ ଦେଇଥିଲେ। ଧଳାଫୁଲର ସମ୍ପର୍କ ଚନ୍ଦ୍ର ସହିତ ଥିବାରୁ ଶ୍ରୀଗଣେଶଙ୍କ ପୂଜାରେ ଧଳାଫୁଲ ବ୍ୟବହାର କରନ୍ତୁ ନାହିଁ। ଏହା ସହିତ ଧଳା ବସ୍ତ୍ର କିମ୍ବା କୌଣସି ଧଳା ରଙ୍ଗର ପୂଜାଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ।