Unpaid Dues - The Sakala
ନ୍ୟୁୟର୍କରେ ଥିବା ବିଳାସପୂର୍ଣ୍ଣ ବାସଭବନ ପାଇଁ ବ୍ଲେକ୍ ଲାଇଭ୍‌ଲି ଏବଂ ରିଆନ୍ ରେନୋଲ୍ଡସ୍‌ଙ୍କ ନାମରେ ଅଭିଯୋଗ, ୨.୧ ନିୟୁତ ଡଲାରର ଠିକାଦାର ବିଲ୍ ବାକି
ହଲିଉଡର ଲୋକପ୍ରିୟ ତାରକା ଦମ୍ପତି ବ୍ଲେକ୍ ଲାଇଭ୍‌ଲି ଏବଂ ରିଆନ୍ ରେନୋଲ୍ଡସ୍ ଏବେ ଏକ ନୂଆ ବିବାଦରେ ଛନ୍ଦି ହୋଇପଡିଛନ୍ତି। ନିଜର ସ୍ୱପ୍ନର ବାସଭବନ ନିର୍ମାଣ କରୁଥିବା ଠିକାଦାରମାନଙ୍କୁ ପ୍ରାୟ ୨.୧ ନିୟୁତ ଡଲାରର ବକେୟା ଅର୍ଥ ନଦେବା ନେଇ ସେମାନଙ୍କ ଉପରେ ଗୁରୁତର ଅଭିଯୋଗ ଆସିଛି। ନ୍ୟୁୟର୍କର ଲୁଇସ୍‌ବୋରୋଠାରେ ଥିବା ଏହି ଅଧାଗଢ଼ା ୧୧୦ ଏକରର ବିଳାସପୂର୍ଣ୍ଣ ସମ୍ପତ୍ତିକୁ ନେଇ ଏବେ ଆଇନଗତ ଲଢ଼େଇ ଆରମ୍ଭ ହୋଇଛି।
ଠିକାଦାରଙ୍କ ଅଭିଯୋଗ ଓ ମାମଲା
ବିଭିନ୍ନ ରିପୋର୍ଟ ଅନୁଯାୟୀ, ଗତ ମାସରେ ପାଞ୍ଚ ଜଣ ଠିକାଦାର ଏବଂ ସବ୍-କଣ୍ଟ୍ରାକ୍ଟର ଏହି ଦମ୍ପତିଙ୍କ ବିରୋଧରେ ସେମାନଙ୍କ ପାଉଣା ନ ମିଳିବା ନେଇ ମାମଲା ରୁଜୁ କରିଛନ୍ତି। ୱେଷ୍ଟଚେଷ୍ଟର୍ କାଉଣ୍ଟିର ରେକର୍ଡ ଅନୁସାରେ ଏହି ମୋଟ ବକେୟା ରାଶି ୨.୧ ନିୟୁତ ଡଲାର ଅଟେ। ଏଥିମଧ୍ୟରୁ ସର୍ବାଧିକ ଦାବି ଫ୍ଲୋକନ୍ ଇନ୍‌କର୍ପୋରେସନ୍ (ଫ୍ଲାୱାର୍ କନ୍‌ଷ୍ଟ୍ରକ୍ସନ୍) ପକ୍ଷରୁ କରାଯାଇଛି, ଯାହାର ପରିମାଣ ହେଉଛି ୧.୩୫ ନିୟୁତ ଡଲାର। ଏହି କମ୍ପାନୀ ଫ୍ରେମିଂ, ଏଚଭିଏସି (HVAC) ସିଷ୍ଟମ୍, ପ୍ଲମ୍ବିଂ, ଇଲେକ୍ଟ୍ରିକାଲ୍ କାମ, ପେଣ୍ଟିଂ ଏବଂ ୱାଟରପ୍ରୁଫିଂ ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲା।
ସମ୍ପତ୍ତିର ବିବରଣୀ
ବ୍ଲେକ୍ ଏବଂ ରିଆନ୍ ଏହି ସମ୍ପତ୍ତିଟିକୁ ୨୦୧୮ ମସିହାରେ କିଣିଥିଲେ। ଏଥିରେ ଏକ ବିଶାଳ ୧୪,୫୦୦ ବର୍ଗଫୁଟର ମୁଖ୍ୟ ଘର, ୩,୩୦୬ ବର୍ଗଫୁଟର ପୁଲ୍ ହାଉସ୍ ଏବଂ ଏକ ୧,୭୦୨ ବର୍ଗଫୁଟର ଜିମ୍ ରହିଛି। ଅନ୍ୟାନ୍ୟ ଦାବିଗୁଡ଼ିକ ମଧ୍ୟରେ କଷ୍ଟମ୍ ତମ୍ବା ଛାତ ନିର୍ମାଣ, ଷ୍ଟ୍ରକଚରାଲ୍ ଷ୍ଟିଲ୍ ଫେବ୍ରିକେସନ୍ ଏବଂ ଜିଓଥର୍ମାଲ୍ ଖନନ ଭଳି କାମ ସାମିଲ ରହିଛି। ସୂଚନାଯୋଗ୍ୟ ଯେ, ଏହାର ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ଯାଇଛି ଏବଂ ଏପର୍ଯ୍ୟନ୍ତ କୌଣସି ବିଲ୍ ପୈଠ ହୋଇଥିବାର ପ୍ରମାଣ ନାହିଁ।
ବିବାଦ ଘେରରେ ତାରକା ଦମ୍ପତି
ଏହି ଆର୍ଥିକ ସମସ୍ୟା ଏମିତି ଏକ ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ବ୍ଲେକ୍ ଲାଇଭ୍‌ଲି ତାଙ୍କ ଚଳଚ୍ଚିତ୍ର 'ଇଟ୍ ଏଣ୍ଡ୍‌ସ ୱିଥ୍ ଅସ୍' (It Ends With Us) ର ନିର୍ଦ୍ଦେଶକ ତଥା ସହ-ଅଭିନେତା ଜଷ୍ଟିନ୍ ବାଲ୍‌ଡୋନିଙ୍କ ସହ ଏକ ଆଇନଗତ ବିବାଦର ସମ୍ମୁଖୀନ ହେଉଛନ୍ତି। ଏହି ଲଗାତାର ସମସ୍ୟା ଯୋଗୁଁ ହଲିଉଡର ଏହି ଲୋକପ୍ରିୟ ଯୋଡ଼ି ଏବେ ଗଣମାଧ୍ୟମର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।
ଅନାବଶ୍ୟକ 'ଚୁମ୍ବନ ଦୃଶ୍ୟ'କୁ ମନା କରିବାରୁ ମିଳିଲାନି କାମ, ପ୍ରଯୋଜକ ଦେଲେନି ଟଙ୍କା: ବଲିଉଡର କଳା ସତ ଖୋଲିଲେ ଅଭିନେତ୍ରୀ ନୌହିଦ ସିରୁସି
ବଲିଉଡର ଚକାଚକ୍ ଦୁନିଆ ପଛରେ ଲୁଚି ରହିଛି ଅନେକ କଳା ସତ୍ୟ । ନିକଟରେ ‘ପିୟା ବସନ୍ତୀ’ ଗୀତ ଏବଂ ‘ଅନୱାର’ ଭଳି ଫିଲ୍ମରୁ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ତଥା ମଡେଲ୍ ନୌହିଦ ସିରୁସି (Nauheed Cyrusi) ବଲିଉଡକୁ ନେଇ କିଛି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ଦୀର୍ଘ ଦିନ ଧରି ବଡ଼ ପରଦାରୁ ଦୂରେଇ ରହିବାର ପ୍ରକୃତ କାରଣ ସେ ନିଜ ପ୍ରଶଂସକମାନଙ୍କୁ ଜଣାଇଛନ୍ତି । ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ନୌହିଦ୍ କହିଛନ୍ତି ଯେ ଅନାବଶ୍ୟକ ଚୁମ୍ବନ ଦୃଶ୍ୟକୁ ମନା କରିବା ଏବଂ ପ୍ରଯୋଜକଙ୍କ ପକ୍ଷରୁ ବକେୟା ପାରିଶ୍ରମିକ ନ ମିଳିବା କାରଣରୁ ସେ ଅଭିନୟରୁ ଦୂରେଇ ଯାଇଥିଲେ ।
ଅନାବଶ୍ୟକ 'ଚୁମ୍ବନ ଦୃଶ୍ୟ' ପାଇଁ ହରାଇଲେ ପ୍ରୋଜେକ୍ଟ
ବର୍ତ୍ତମାନର ସିନେମା ଜଗତରେ ଅନ୍ତରଙ୍ଗ ଦୃଶ୍ୟକୁ କିପରି ବାଧ୍ୟତାମୂଳକ କରାଯାଉଛି, ସେ ବିଷୟରେ ନୌହିଦ କହିଛନ୍ତି ଯେ ଫିଲ୍ମ ଚୁକ୍ତିନାମାରେ ଚୁମ୍ବନ ଦୃଶ୍ୟ ପାଇଁ ରାଜି ହେବାକୁ ବାଧ୍ୟ କରାଯାଉଛି । ସେ କହିଛନ୍ତି, "ବର୍ତ୍ତମାନ ଫିଲ୍ମରେ ଅଯଥାରେ ଚୁମ୍ବନ ଦୃଶ୍ୟ ଯୋଡ଼ାଯାଉଛି । ମୁଁ ପରଦାରେ ଏଭଳି ଦୃଶ୍ୟ କରିବାକୁ ସହଜ ମଣେ ନାହିଁ" । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଦୃଶ୍ୟଗୁଡ଼ିକ ପାଇଁ ସେ ମନା କରିଦେବାରୁ ତାଙ୍କୁ ଅନେକ ପ୍ରୋଜେକ୍ଟ ହରାଇବାକୁ ପଡ଼ିଥିଲା । କାଷ୍ଟିଂ ବେଳେ ଏହି ସର୍ତ୍ତ ପାଇଁ ତାଙ୍କୁ ସିଧାସଳଖ ରିଜେକ୍ଟ କରାଯାଉଥିଲା ବୋଲି ସେ ପ୍ରକାଶ କରିଛନ୍ତି ।
ପ୍ରଯୋଜକ ମାରିଦେଲେ ଟଙ୍କା
ଅଭିନୟ କ୍ଷେତ୍ରରେ କେବଳ ଭୂମିକା ନୁହେଁ, ବରଂ ଆର୍ଥିକ ଶୋଷଣର ମଧ୍ୟ ସେ ଶିକାର ହୋଇଥିଲେ । ନୌହିଦ ଅଭିଯୋଗ କରିଛନ୍ତି ଯେ, ସୁଟିଂ ଶେଷ ହେବା ପରେ ଅନେକ ସମୟରେ ପ୍ରଯୋଜକମାନେ ପ୍ରାୟ ୨୫ ପ୍ରତିଶତ ପାରିଶ୍ରମିକ ଅଟକାଇ ରଖନ୍ତି । ଫିଲ୍ମ ରିଲିଜ୍ ପରେ "ଫିଲ୍ମ ଭଲ ଚାଲିଲା ନାହିଁ" କିମ୍ବା "ବ୍ୟବସାୟ ହେଲାନି" ଭଳି ଅଜୁହାତ ଦେଖାଇ ତାଙ୍କ ପ୍ରାପ୍ୟ ଟଙ୍କା ଦିଆଯାଏ ନାହିଁ । ନିଜ କାମ ସାରିବା ପରେ ମଧ୍ୟ ବିନା ପାରିଶ୍ରମିକରେ ତାଙ୍କୁ ଖାଲି ହାତରେ ଫେରିବାକୁ ପଡ଼ୁଥିଲା, ଯାହା ତାଙ୍କୁ ମାନସିକ ସ୍ତରରେ ଆଘାତ ଦେଇଥିଲା ।
ଇନଷ୍ଟାଗ୍ରାମ୍ ହିଁ ମୋର ପ୍ରକୃତ ପରିଚୟ
ବଲିଉଡର ନେଟୱାର୍କିଂ ଏବଂ ପାର୍ଟି କଲଚରରୁ ନିଜକୁ ଦୂରେଇ ରଖିବା ତାଙ୍କ ପାଇଁ ମହଙ୍ଗା ପଡ଼ିଥିଲା । ନୌହିଦ କହିଛନ୍ତି ଯେ ସେ ବଡ଼ ବଡ଼ ଅଭିନେତା କିମ୍ବା ପ୍ରଯୋଜକଙ୍କ ଗୋଷ୍ଠୀରେ ବୁଲିବାକୁ ପସନ୍ଦ କରୁନଥିଲେ । ଏହି କାରଣରୁ ତାଙ୍କୁ କେବଳ ହିରୋଙ୍କ ଭଉଣୀ କିମ୍ବା ଭାଉଜ ଭଳି ଛୋଟ ଚରିତ୍ର ମିଳୁଥିଲା, ଯାହାକୁ ସେ କରିବାକୁ ଚାହୁଁନଥିଲେ । ତେବେ ପାରମ୍ପରିକ ଅଭିନୟ ଛାଡ଼ିବା ପରେ ଏବେ ସେ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଭାବରେ ବେଶ୍ ଖୁସି ଅଛନ୍ତି । ସେ ଗର୍ବର ସହ କହିଛନ୍ତି ଯେ, "ଇନଷ୍ଟାଗ୍ରାମ୍ ହିଁ ମୋର ପ୍ରକୃତ କଲିଂ" ଏବଂ ଏଠାରେ ସେ ନିଜ ସର୍ତ୍ତରେ କାମ କରି ବେଶ୍ ସନ୍ତୁଷ୍ଟ ଅଛନ୍ତି ।
ଚଣ୍ଡିଗଡ: ଗରିବ ଲୋକଙ୍କ ଚିକିତ୍ସା ପାଇଁ ଭାରତ ସରକାର ‘ଆୟୁଷ୍ମାନ ଭାରତ’ ଯୋଜନା ପ୍ରଚଳନ କରିଛନ୍ତି। ଏହା ଲୋକଙ୍କ ଆର୍ଥିକ ବୋଝକୁ କମ୍‌ କରିବ ବୋଲି କୁହାଯାଉଛି। କିନ୍ତୁ ଏହା ଏବେ ଗରିବଙ୍କୁ ଯନ୍ତ୍ରଣା ଦେବା ଆରମ୍ଭ କରିଛି। ହରିୟାଣାରୁ ଏହାର ଭୟଙ୍କର ଚିତ୍ର ସାମ୍‌ନାକୁ ଆସିଛି। ଘରୋଇ ହସ୍ପିଟାଲଗୁଡିକ ଗତ ୭ ତାରିଖରୁ ଆୟୁଷ୍ମାନ ଭାରତ କାର୍ଡ ଅଧୀନରେ ଚିକିତ୍ସା ଯୋଗାଇବା ବନ୍ଦ କରିଦେଇଛନ୍ତି। ଏହି ଯୋଜନା ବାବଦ ସରକାରଙ୍କ ଉପରେ ୪୯୦ କାଟି ଟଙ୍କା ବାମି ଥିବା ବେଳେ ସେମାନେ ଆଉ ଚିକିତ୍ସା କରିବାକୁ ମନା କରିଦେଇଛନ୍ତି। ସରକାର ବକେୟା ଅର୍ଥ ପଇଠ ନକରିବା ପର୍ଯ୍ୟନ୍ତ ଆୟୁଷ୍ମାନ ଚିକିତ୍ସା କରାଯିବ ନାହିଁ ବୋଲି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ)ର ହରିୟାଣା ଶାଖା ପକ୍ଷରୁ ଜଣାଇ ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ପ୍ରାୟ ୬୫୦ ଘରୋଇ ଡାକ୍ତରଖାନା ଏହି କାରଣରୁ ଆୟୁଷ୍ମାନ ଭାରତ ସେବାକୁ ବନ୍ଦ କରିଦେଇଛନ୍ତି। ଏଥିଯୋଗୁଁ ଦେଢ଼ କୋଟି ହିତାଧିକାରୀ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ଫଳରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି ଏବଂ ସରକାରୀ ଡାକ୍ତରଖାନା ଗୁଡିକରେ ରୋଗୀଙ୍କ ପ୍ରବଳ ଗହଳି ଲାଗି ରହିଛି। ଆଇଏମଏ ସୂଚନା ଅନୁଯାୟୀ ସରକାରଙ୍କ ଉପରେ ୪୯୦ କୋଟି ଟଙ୍କା ବକେୟା ପଡ଼ିଛି। ଆଶିଂକ ଦେୟ ପ୍ରଦାନ ସତ୍ତ୍ବେ ସେବା ଆରମ୍ଭ ହେବନାହିଁ। ସରକାରଙ୍କୁ ପୂରା ଅର୍ଥ ପଇଠ କରିବାକୁ ପଡ଼ିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ବକେୟା ଅର୍ଥ ଦାବିରେ ଆଇଏମଏ ସଦସ୍ୟମାନେ ରବିବାର ପାନିପଥରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍ବାସ୍ଥ୍ୟସେବା ପ୍ରଦାନକାରୀ ଏବଂ ରୋଗୀଙ୍କୁ ସରକାର ଅବହେଳା କରୁଥିବା ଅଭିଯୋଗ ଲଗାଇଛନ୍ତି। ଆୟୁଷ୍ମାନ ଭାରତ ଦ୍ବାରା ଲୋକେ କି ଘରୋଇ ଡାକ୍ତରଖାନା କେହି ଖୁସି ନାହାନ୍ତି। ପାରଦର୍ଶି ଦେୟ ବ୍ୟବସ୍ଥା ନ ଆଣିଲା ପର୍ଯ୍ୟନ୍ତ ଏହି ସେବା ଆରମ୍ଭ ହେବ ନାହିଁ। ଏହାକୁ ନେଇ ସରକାର ଡାକ୍ତରଖାନା ଗୁଡିକୁ ଉତ୍ପୀଡ଼ନ ଦେବା ବନ୍ଦ କରନ୍ତୁ।
ତେବେ ସ୍ବାସ୍ଥ୍ୟମନ୍ତ୍ରୀ ଆରତି ରାଓ ଘରୋଇ ଡାକ୍ତରଖାନାଗୁଡିକର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି। ଏହି ସମସ୍ୟାର ସମାଧାନ ଲାଗି ମୁଖ୍ୟମନ୍ତ୍ରୀ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସତ୍ତ୍ବେ ବି ଡାକ୍ତରଖାନାଗୁଡିକ ସେବା ଆରମ୍ଭ କରିନାହାନ୍ତି। ଏଥିପାଇଁ ହଜାର ହଜାର ରୋଗୀ ହଇରାଣ ହେଉଛନ୍ତି।