gold loan frauds - The Sakala

ବଢୁଛି ସୁନାଋଣ ଠକେଇ: ନକଲି ରଖି ବିକିଦେଉଛନ୍ତି ଅସଲି, କଟକଠୁ ଭାରି ପଡୁଛି ଭୁବନେଶ୍ୱର
ଭୁବନେଶ୍ୱର: ରାଜଧାନୀ ସମେତ ଓଡ଼ିଶାରେ ଅନେକ ସ୍ଥାନରେ ନୂଆ ତରିକାରେ ଠକେଇ ବଢ଼ୁଛି। ନକଲି ସୁନା ରଖି ଅସଲି ସୁନାକୁ ବିକ୍ରି କରି ଦେଉଛନ୍ତି ସୁନାଋଣ ପ୍ରଦାନକାରୀ ସଂସ୍ଥା। ଗତ ୩ ବର୍ଷରେ ଏଭଳି ଠକେଇ ମାମଲାରେ ରାଜଧାନୀରେ ୮୦ରୁ ଅଧିକ ଅଭିଯୁକ୍ତ ଗିରଫ ହେଲେଣି। ଯାହାକୁ ନେଇ ସନ୍ଦେହ ଘେରରେ ଏକାଧିକ ସୁନାଋଣ ପ୍ରଦାନକାରୀ ସଂସ୍ଥା। ଅଧିକାଂଶ ମାମଲାରେ ଏହି ଠକେଇ ପଛରେ ଉକ୍ତ ସଂସ୍ଥାର କର୍ମଚାରୀ ସମ୍ପୃକ୍ତ ରହୁଛନ୍ତି। ସେମାନେ ଗରିବ ଶ୍ରେଣୀର ଲୋକଙ୍କୁ ଟାର୍ଗେଟ କରି ଠକେଇ କରୁଛନ୍ତି। ଲୋକେ ବନ୍ଧକ ରଖୁଥିବା ଅସଲି ସୁନା ବଦଳରେ ଋଣ ପ୍ରଦାନ କରୁଛନ୍ତି। କିନ୍ତୁ କିଛି ଦିନ ପରେ ଉକ୍ତ ସଂସ୍ଥାର କର୍ମଚାରୀ ଅସଲି ସୁନାକୁ ନେଇ ନକଲି ସୁନା ରଖି ଦେଉଛନ୍ତି। ଅସଲି ସୁନା ନେଇ ସେମାନେ ବାହାରେ ବିକ୍ରି କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଉକ୍ତ ସଂସ୍ଥାର ତଳଠୁ ଉପର ପର୍ଯ୍ୟନ୍ତ ସମସ୍ତେ ସାମିଲ ରହୁଛନ୍ତି।

ନିକଟରେ ମଞ୍ଚେଶ୍ୱର ଥାନା ପୁଲିସ ଗିରଫ କରିଥିବା ଆଇସିଏଲ୍‌‌ ଫିନକର୍ପ ଲିମିଟେଡର ଶାଖା ପ୍ରବନ୍ଧକ ଗିରଫ ହେବା ପରେ ଏଭଳି କାରନାମା ଜଣାପଡ଼ିଥିଲା। ଏହି ସଂସ୍ଥା ଗ୍ରାହକଙ୍କୁ ୧୬ ପ୍ରତିଶତ ସୁଧ ହାତରେ ସୁନା ଅଳଙ୍କାର ବନ୍ଧକ ରଖି ଋଣ ଯୋଗାଇଥାଏ। ସଂସ୍ଥାର ଶାଖା ପ୍ରବନ୍ଧକ ଗୋପାଳ ଗ୍ରାହକଙ୍କ ନାମରେ ଜାଲ ଦସ୍ତଖତ କରି ଋଣ ଉଠାଇ ନେଇଥିଲେ। କିନ୍ତୁ କାଗଜ କଲମରେ ଗ୍ରାହକଙ୍କ ନାମରେ ଋଣର ବୋଝ ଗଡ଼ୁଥିଲା। ଏପରିକି ଗ୍ରାହକ ବନ୍ଧକ ରଖିଥିବା ସୁନା ଗହଣାକୁ ନେଇ ସେଥିରେ ନକଲି ଗହଣା ରଖି ଦେଇଥିଲେ ଗେପାଳ। ସଂସ୍ଥାର ଅଡିଟ୍‌‌ ହେବା ପରେ ୪ଜଣ ଗ୍ରାହକ ଦୁଇଥର ଋଣ ନେଇଥିବା ସ୍ପଷ୍ଟ ହେବା ପରେ ସନ୍ଦେହ ବଢ଼ିଥିଲା। ଯାଞ୍ଚ ପରେ ଏଭଳି ନକଲି ସୁନା ରଖି ଅସଲି ଲୁଟ ହୋଇଥିବା ସ୍ପଷ୍ଟ ହୋଇଥିଲା। ସେହିପରି ଖୋର୍ଦ୍ଧାରେ ମଧ୍ୟ ଏଭଳି ଭାବେ ଠକେଇ ହୋଇଥିଲା। ଗରୀବ ଶ୍ରେଣୀର ଲୋକେ ସୁନା ବନ୍ଧକ ରଖି ଟଙ୍କା ନେଇଥିଲେ। କିନ୍ତୁ ଏହି ସୁନାଋଣ ପ୍ରଦାନକାରୀ ସଂସ୍ଥା ନକଲି ସୁନା ରଖି ଅସଲି ସୁନାକୁ ଲୁଟି ନେଇଥିଲେ। ଅନେକ ଗ୍ରାହକ ସେମାନଙ୍କ ସୁନା ନେବାକୁ ଆସିବା ପରେ ତାହା ନକଲି ଥିବା ଜଣାପଡ଼ିବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ। ସେହିପରି ୨୦୨୦ ମସିହାରେ କଟକର ଏଭଳି ଗୋଲ୍ଡଲୋନ୍‌‌ ସ୍କାମ୍‌‌ ପଦାକୁ ଆସିଥିଲା। ସଂସ୍ଥାର ନିଜ କର୍ମଚାରୀ ବନ୍ଧକ ଥିବା ଅସଲି ସୁନାକୁ ଲୁଟିନେଇ ନକଲି ସୁନା ରଖିଦେଉଥିଲେ। ଶେଷରେ ଏଭଳି ଲୁଟ ଜଣାପଡ଼ିବା ପରେ ୮ଜଣ ଗିରଫ କରାଯାଇଥଲା।

ରାଜଧାନୀରେ ଥିବା ଏକାଧିକ ସୁନାଋଣ ପ୍ରଦାନକାରୀ ସଂସ୍ଥାରେ କାମ କରୁଥିବା ବଣିଆମାନଙ୍କ ଭୂମିକା ସନ୍ଦେହ ଘେରରେ। କାରଣ ରାଷ୍ଟ୍ରାୟତ ବ୍ୟାଙ୍କ୍‌‌ରେ କାମ କରୁଥିବା ବଣିଆମାନଙ୍କ ଚାକିରି ସ୍ଥାୟୀତ୍ୱ ରହିଛି। କିନ୍ତୁ ଏହି ଗୋଲ୍ଡଋଣ ପ୍ରଦାନ କାରୀ ସଂସ୍ଥାରେ କାମ କରୁଥିବା ବଣିଆମାନଙ୍କ ଚାକିରି ସ୍ଥାୟିତ୍ୱ ନାହିଁ। ଏପରିକି ସେମାନଙ୍କ ଦରମା ମଧ୍ୟ ଖୁବ୍‌‌ କମ୍‌‌। ତେଣୁ ସେମାନେ ବନ୍ଧକ ରଖାଯାଉଥିବା ସୁନାଗହଣା ମାନ ଯାଞ୍ଚ ବେଳେ ହେରଫେର କରୁଛନ୍ତି। ୨୨ କ୍ୟାରେଟର ସୁନାକୁ କମାଇ ଦେଉଥିବା ବେଳେ ଅନେକ ସୁନାର ମାପକୁ ମଧ୍ୟ ହ୍ରାସ କରି ଦେଉଛନ୍ତି। ଯାହାଫଳରେ ଅନେକ ଗ୍ରାହକ ଜାଣିପାରୁନାହାନ୍ତି। ଯେଉଁଥି ପାଇଁ ଠକାମିର ଶିକାର ହେଉଛନ୍ତି।

ବିଶେଷ କରି ଏହି ସୁନାଋଣ ଠକେଇ ଗରିବ ଏବଂ ଅପାଠୁଆଙ୍କ କ୍ଷେତ୍ରରେ ଅଧିକ ମାତ୍ରାରେ ହେଉଛି। କାରଣ ସେମାନଙ୍କ ଅର୍ଥ ଆବଶ୍ୟକ ହେଉଥିବାରୁ ଏହି ସଂସ୍ଥାର ଦ୍ୱାରସ୍ଥ ହେଉଛନ୍ତି। ଯାହାର ଫାଇଦା ନେଉଛନ୍ତି ଏହି ସୁନାଋଣ ପ୍ରଦାନକାରୀ ସଂସ୍ଥା। ସେମାନେ ବିଭିନ୍ନ ଉପାୟରେ ସୁନା ଠକି ନେଉଛନ୍ତି। ଅପାଠୁଆଙ୍କ ଏକାଧିକ ଦସ୍ତଖତ ନେଇଯାଉଛନ୍ତି। ପରବର୍ତ୍ତୀ ସମୟରେ ସୁନା ମୁକୁଳାଇବାକୁ ଗଲେ ସେମାନେ ଏହି ଦସ୍ତଖତକୁ ଦେଖାଇ ଭୁଅାଁ ବୁଲାଉଛନ୍ତି। ଅନେକ ସମୟରେ ମଧ୍ୟ ସୁନାର ପରିମାଣକୁ ହ୍ରାସ କରି ଲୁଟୁଛନ୍ତି।

ରାଜଧାନୀରେ କେତେକ ଗୋଲ୍ଡଲୋନ୍‌‌ ପ୍ରଦାନକାରୀ ସଂସ୍ଥା ରହିଛି, ସେନେଇ ପୁଲିସ ନିକଟରେ କିଛି ତଥ୍ୟ ନାହିଁ। ସେମାନେ ବିନା ରେଜିଷ୍ଟେସନ୍‌‌ରେ ମଧ୍ୟ ଏଭଳି ସଂସ୍ଥା ଚଲାଉଛନ୍ତି। ରାତିଆରାତି ଛତୁଫୁଟିଲା ପରି ଗଢି ଉଠୁଛି ସୁନଋଣ ପ୍ରଦାନକାରୀ ସଂସ୍ଥା। ଏପରିକି ଗ୍ରାହକଙ୍କ ଠାରୁ ସୁନା ରଖି ମଧ୍ୟ ରାତିରାତି ସଂସ୍ଥା ଉଭାନ ହୋଇଯାଉଛି। ଅନେକ କ୍ଷେତ୍ରରେ ଅପରାଧି ମଧ୍ୟ ସୁନା ଲୁଟପାଟ କରି ଏହି ସଂସ୍ଥା ଗୁଡିକରେ ବନ୍ଧକ ରଖୁଛନ୍ତି। କିନ୍ତୁ ସୁନା ରସିଦ୍‌‌ ଅନ୍ୟାନ କାଗଜପତ୍ର ଯାଞ୍ଚ କରାଯାଉନାହିଁ।