Healthy Life - The Sakala
ଆଜିକାଲି ସମସ୍ତେ ଚିପ୍ସ,କୋଲ୍ଡଡ୍ରିଙ୍କ୍ସ,କୁକିଜ୍‌ ଆଦି ପ୍ରୋସେସ୍‌ଡ୍‌ ଫୁଡ୍‌ ଖାଇବାକୁ ଭଲପାଉଛନ୍ତି। ମାତ୍ର ଏହାର ପ୍ରଭାବ କେବଳ ସ୍ବାସ୍ଥ୍ୟ ନୁହେଁ, ମସ୍ତିଷ୍କ ଉପରେ ମଧ୍ୟ ପଡ଼ୁଛି। ବିଶେଷକରି ସ୍ମରଣଶକ୍ତି ଉପରେ ଏହା କୁପ୍ରଭାବ ପକାଉଥିବା ଏକ ନୂତନ ଗବେଷଣାରୁ ଜଣାପଡ଼ିଛି। ଆଉ ଏ କଥା ଜର୍ଣ୍ଣାଲ ନ୍ୟୁରୋଲୋଜିରେ ପ୍ରକାଶ ପାଇଛି। ଚିପ୍ସ, କୋଲ୍ଡ ଡ୍ରିଙ୍କ୍ସ, କୁକିଜ୍‌ ଆଦି ଖାଦ୍ୟ ଖାଇବା ଦ୍ବାରା ସ୍ମୃତିଶକ୍ତି ହ୍ରାସ ପାଏ। ତା’ସହ ଡିମେନ୍‌ସିଆ ହେବା ଆଶଙ୍କା ବି ବୃଦ୍ଧିପାଏ। ପ୍ରୋସେସଡ୍ ଖାଦ୍ୟରେ ଲୁଣ, ଚିନି ଓ ଫ୍ୟାଟ୍‌ର ପରିମାଣ ଅଧିକ ଥିବାବେଳେ ପ୍ରୋଟିନ୍ ଓ ଫାଇବର୍‌ ପରିମାଣ କମ୍ ଥାଏ। ଏହାସହ ଏଥିରେ ସାମିଲ ଅଛି ସଫ୍ଟ ଡ୍ରିଙ୍କ୍ସ, ଆଇସ୍‌କ୍ରିମ୍‌, ଲୁଣି ଓ ମିଠାଯୁକ୍ତ ସ୍ନାକ୍ସ, ଚିକେନ୍, ଦହି ଆଦି ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ।
ତେେବ ବ୍ରିଟେନ୍‌ର ୭୨,୦୮୩ ଜଣଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା। ଅଧ୍ୟୟନରେ ଅଂଶ ଗ୍ରହଣ କରିଥିବା ଲୋକମାନଙ୍କର ବୟସ ୫୫ ବର୍ଷ ଥିଲା ଏବଂ ସେମାନଙ୍କଠାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଡିମେନ୍‌ସିଆର କୌଣସି ଲକ୍ଷଣ ନ ଥିବା ଦେଖାଯାଇଥିଲା। ସେହିପରି ସ୍ବଳ୍ପରୁ ଆରମ୍ଭ କରି ଅଧିକ ଅଲଟ୍ରା-ପ୍ରୋସେସଡ୍ ଫୁଡ୍‌ ଖାଉଥିବା ପ୍ରତିଯୋଗୀଙ୍କୁ ଚାରିଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିଲା। ପ୍ରାୟ ୧୦ ବର୍ଷ ଧରି ସେମାନଙ୍କ ଉପରେ ନଜର ରଖାଯାଇଥିଲା। ଗବେଷଣା ଶେଷରେ ତନ୍ମଧ୍ୟରୁ ୫୧୮ଜଣ ଡିମେନ୍‌ସିଆରେ ପୀଡ଼ିତ ଥିବାର ଦେଖାଯାଇଥିଲା। କେବଳ ଅଲଟ୍ରା ପ୍ରୋସେସ୍‌ଡ୍‌ ଫୁଡ୍‌କୁ ଡିମେନ୍‌ସିଆ ବୃଦ୍ଧିର କାରଣ ସହ ଯୋଡ଼ା ଯାଇନାହିଁ, ଏହା ପ୍ରତିବଦଳରେ ପୁଷ୍ଟିକର ଖାଦ୍ୟାଭାସ ଦ୍ବାରା ଡିମେନ୍‌ସିଆ ଆଶଙ୍କାକୁ କମ୍ କରାଯାଇପାରିବ ବୋଲି ଗବେଷକମାନେ କହିଛନ୍ତି।
ଉପବାସ ଥିଲେ କେବେବି ଖାଆନ୍ତୁନି ଏହିସବୁ ଖାଦ୍ୟ, ଶରୀର ପାଇଁ ହୋଇପାରେ ହାନିକାରକ
ବିଜ୍ଞାନ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ଉପବାସ କରିବା ସ୍ୱାସ୍ଥ୍ୟପକ୍ଷେ ଭଲ ବୋଲି କୁହାଯାଉଛି। କିନ୍ତୁ ଉପବାସ ସମୟରେ ଏମିତି କିଛି ଖାଦ୍ୟପେୟ ରହିଛି, ଯାହାକୁ ଖାଇବା ଦ୍ୱାରା ଗ୍ୟାସ୍‌, ଏସିଡିଟି, ମୁଣ୍ଡବିନ୍ଧା, ବାନ୍ତି ଆଦି ସମସ୍ୟା ଦେଖାଯାଏ। ତେବେ ଚାଲନ୍ତୁ ଜାଣିବା, ଉପବାସ ସମୟରେ କେଉଁସବୁ ଖାଦ୍ୟ ଶରୀର ପକ୍ଷେ ହାନିକାରକ ହୋଇଥାଏ।
ଉପବାସ ସମୟରେ ଅତ୍ୟଧିକ ଚା’ ପିଇବା ସ୍ୱାସ୍ଥ୍ୟପ୍ରତି ସମସ୍ୟା ସୃଷ୍ଟି କରିଥାଏ। ଏହି ସମୟରେ ୨କପ୍‌ରୁ ଅଧିକ ଚା’ ପିଇବା ଦ୍ୱାରା ଗ୍ୟାସ୍‌ ଏବଂ ଏସିଡିଟି ହୋଇଥାଏ।
ଉପବାସ ସମୟରେ ଖାଲିପେଟରେ କମଳା, ଲେମ୍ବୁ ଓ କିଵି ଆଦି ଖଟା ଫଳ ଖାଆନ୍ତୁ ନାହିଁ । ଏସବୁ ବଦଳରେ କଦଳୀ, ସେଓ, ତରଭୁଜ ଆଦି ଫଳ ଖାଆନ୍ତୁ।
ସାଧାରଣ ଦିନ ଅପେକ୍ଷା ଉପବାସ ସମୟରେ ଲୋକେ ତେଲଛଣା ଅଧିକ ଖାଇଥାନ୍ତି, ଯାହାକି ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ଉପରେ ଗଭୀର କୁପ୍ରଭାବ ପକାଇଥାଏ। ଯେତେସମ୍ଭବ ତେଲଛଣା ଖାଦ୍ୟ ବଦଳରେ ଫଳ, ଡ୍ରାଏ ଫୁଡ୍ସ ଏବଂ ତରଳ ଓ ହାଲୁକା ଖାଦ୍ୟ ଖାଆନ୍ତୁ।
ଅଧିକାଂଶ ଲୋକ ଉପବାସ ସମୟରେ ଭଗବାନଙ୍କ ପ୍ରତି ନିଜର ଭକ୍ତି ଦେଖାଇବାକୁ ଯାଇ ନିର୍ଜଳା ବ୍ରତ କରିଥାନ୍ତି। କିନ୍ତୁ ଏହା ଆଦୌ କରିବା ଉଚିତ ନୁହେଁ। ଏହା ଦ୍ୱାରା ଶରୀରରେ ଦୁର୍ବଳତା, ମୁଣ୍ଡବ୍ୟଥା, ବାନ୍ତି, ଗ୍ୟାଷ୍ଟ୍ରିକ୍‌ ଭଳି ଅନେକ ସମସ୍ୟା ଦେଖାଯାଏ।
ଆମେରିକା ବୈଜ୍ଞାନିକଙ୍କ ଦାବି: ଦିନକୁ ୬-୧୬ ହଜାର ପାଦ ଚାଲିଲେ ମୃତ୍ୟୁ ଆଶଙ୍କା ୫୩% କମ୍‌
ମାସାଚୁସେଟ୍‌ସ(ଏଜେନ୍ସି): ଚାଲିବା ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ଏହା ସମସ୍ତେ ଜାଣିଛନ୍ତି। ଏହା ଏଭଳି ଏକ ବ୍ୟାୟାମ ଯାହାକୁ ସମସ୍ତେ କରିପାରିବେ। ବର୍ତ୍ତମାନ ସ୍ଥିତିରେ ଚଲାବୁଲା କରିବାକୁ ଅଧିକାଂଶ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି। ଏହା ଦ୍ବାରା ଶାରିରୀକ ଏବଂ ମାନସିକ ସ୍ବାସ୍ଥ୍ୟ ଭଲ ରହିଥାଏ। ପ୍ରତ୍ୟେକ ଦିନ ଚାଲିବା ଦ୍ବାରା ମୃତ୍ୟୁ ଆଶଙ୍କା ମଧ୍ୟ ହ୍ରାସ ପାଇଥାଏ। ଏକ ନୂଆ ଅଧ୍ୟୟନରୁ ଏହା ଜଣାପଡିଛି। ଆମେରିକାର ୟୁନିଭର୍ସିଟି ଅଫ ମାସାଚୁସେଟ୍‌ସର ବୈଜ୍ଞାନିକମାନେ ଏହି ଗବେଷଣା କରିଥିଲେ।
ଏହା ଲାନସେଟ ପବ୍ଲିକ ହେଲ୍‌ଥ ପତ୍ରିକାରେ ପ୍ରକାଶ ପାଇଛି। ୪ ମହାଦେଶର ୫୦ ହଜାର ଲୋକଙ୍କ ଉପରେ ହୋଇଥିବା ୧୫ର ଅଧ୍ୟୟନକୁ ବୈଜ୍ଞାନିକମାନେ ବିଶ୍ଳେଷଣ କରିଥିଲେ। ଏଥିରୁ ଜଣାପଡିଥିଲା ଯେ ପ୍ରତ୍ୟେକ ଦିନ ଚାଲୁଥିବା ଲୋକଙ୍କ ସ୍ବାସ୍ଥ୍ୟ ଭଲ ରହିଥାଏ ଏବଂ ସେମାନେ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚିଥାନ୍ତି। ଏହି ଅଧ୍ୟୟନ ପାଇଁ ଚାରିଟୋ ଗୋଷ୍ଠୀ ଗଠନ କରାଯାଇଥିଲା। ପ୍ରଥମରେ ୩,୫୦୦, ଦ୍ବିତୀୟରେ ୫,୮୦୦, ତୃତୀୟରେ ୭,୮୦୦ ଏବଂ ଚତୁର୍ଥରେ ୧୦,୯୦୦ ପାଦ ଚାଲୁଥିବା ଲୋକଙ୍କୁ ରଖାଯାଇଥିଲା। ଗବେଷକଙ୍କ ଅନୁଯାୟୀ ସବୁଠାରୁ ଅଧିକ ସକ୍ରିୟ ଥିବା ତିନି ଗୋଷ୍ଠୀଙ୍କ ମୃତ୍ୟୁ ଆଶଙ୍କା ୪୦ରୁ ୫୩ ପ୍ରତିଶତ ପର୍ଯ୍ୟନ୍ତ କମ୍‌ ହୋଇଯାଇଥିଲା। ପ୍ରତି ଦିନ ୧୦ ହଜାର ପାଦ ଚାଲିବା ଜରୁରୀ ନୁହେଁ। ଯଦି ୬୦ ବର୍ଷରୁ କମ ଲୋକ ୮ରୁ ୧୦ ହଜାର ପାଦ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ବ ଲୋକ ୬ରୁ୮ ହଜାର ପାଦ ଚାଲିବେ ତେବେ ସେମାନଙ୍କୁ ବହୁତ ଲାଭ ମିଳିବ। ଚାଲିବାର ବେଗ ସହ ଏହାର କୌଣସି ସମ୍ପର୍କ ନାହିଁ।
ଅନେକ ବ୍ୟକ୍ତିଙ୍କର ଖାଇବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇବାର ଅଭ୍ୟାସ ଥାଏ। କିନ୍ତୁ ଏହା ଶରୀର ପାଇଁ ଆଦୌ ଭଲ ନୁହେଁ। ଏହାର କାରଣ ହେଉଛି ଶରୀରର ସାମାନ୍ୟ ତାପମାତ୍ରା ୩୭ ଡିଗ୍ରୀ ସେଲ୍‌ସିୟସ୍‌ ଥାଏ। ତେଣୁ ୨୦ ରୁ ୨୨ ଡିଗ୍ରୀ ସେଲ୍‌ସିୟସ୍ ତାପମାତ୍ରାଯୁକ୍ତ ପାଣି ପିଇବା ଶରୀର ପାଇଁ ଉପଯୁକ୍ତ। ଏହି ତାପମାତ୍ରାଠାରୁ ଅଧିକ ଥଣ୍ଡା ପାଣି ପିଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ଯଥା–
ଖାଦ୍ୟ ଖାଇବା ପରେ ତୁରନ୍ତ ଥଣ୍ଡାପାଣି ପିଇବା ଦ୍ବାରା ପାଚକ ରସର ତାପମାତ୍ରା ମଧ୍ୟ କମିଯାଏ, ଯାହା ଫଳରେ ବଦହଜମୀ ହୋଇଥାଏ। ଏହା ବ୍ୟତୀତ ପେଟର ଅନ୍ତନଳୀରେ ଥିବା ସ୍ନାୟୁଗୁଡ଼ିକ ସଙ୍କୁଚିତ ହୋଇଯାଏ। ଏହାଯୋଗୁଁ କୋଷ୍ଠକାଠିନ୍ୟ ହୋଇଥାଏ।
ଦୃଦ୍‌ରୋଗ ହେବାର ଆଶଙ୍କା ମଧ୍ୟ ସୃଷ୍ଟି ହୁଏ।
ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ହ୍ରାସ ପାଏ।
ଥଣ୍ଡା ପାଣି ଦ୍ବାରା ଖାଦ୍ୟ ସହଜରେ ହଜମ ହୋଇନଥାଏ। ଏହା ଦ୍ବାରା ପେଟ ଭିତରେ ଖାଦ୍ୟ ଅଧିକ ସମୟ ରହି ଏକ ପ୍ରକାର ଏସିଡ୍‌ ସୃଷ୍ଟି କରିଥାଏ। ଏହି ଏସିଡ୍‌ କ୍ଷରଣ ଯୋଗୁଁ ମେଦବହୁଳତା ସୃଷ୍ଟି ହୁଏ।
ଥଣ୍ଡା ପାଣି ଦ୍ବାରା ବାହାରର ତାପମାତ୍ରା ତୁଳନାରେ ଶରୀରର ତାପମାତ୍ରା ଅପେକ୍ଷାକୃତ କମ୍‌ ହୋଇଯାଏ। ଏହି ଅସନ୍ତୁଳନ ଫଳରେ ଶରୀର ରୋଗାକ୍ରାନ୍ତ ହୋଇଥାଏ।
ବାହାରକୁ ଯିବା ସମୟରେ ଏବଂ ଘରକୁ ଆସିବା ସଙ୍ଗେ ସଙ୍ଗେ ଫ୍ରିଜ୍‌ରେ ଥିବା ପାଣି ପିଇବା ଦ୍ବାରା ଥଣ୍ଡାଜନିତ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଦିଏ।
ରୋଗ ଗୋଟିଏ ଉପଚାର ଅନେକ: ଜାଣନ୍ତୁ ଡେଙ୍ଗୁ ହେଲେ କିପରି କରିବେ ଉପଚାର
କରୋନା ପରେ ଏବେ ଡେଙ୍ଗୁ ଆଉ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଇଛି। ଏଡିସ୍‌ ମଶା ଯୋଗୁଁ ଡେଙ୍ଗୁ ବ୍ୟାପିଥାଏ। ଜ୍ବର, କମ୍ପ, ଗଣ୍ଠି ବିନ୍ଧା, ଆଖିରେ ଯନ୍ତ୍ରଣା, ଦେହରେ ଲାଲ୍‌ ରଙ୍ଗର ଦାଗ ଦେଖାଦେବା ଏବଂ ପ୍ରବଳ ମୁଣ୍ଡବିନ୍ଧା ଆଦି ଡେଙ୍ଗୁର ଲକ୍ଷଣ ହୋଇପାରେ। ତେଣୁ ପ୍ରଥମ ପର୍ଯ୍ୟାୟରେ ହିଁ ଯଥାଶୀଘ୍ର ଏ ସମ୍ପର୍କରେ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ। ତିନୋଟି ଉପାୟରେ ଡେଙ୍ଗୁର ଉପଚାର ସମ୍ଭବ।
ଏଲୋପାଥି
ଔଷଧ ପୂର୍ବରୁ ପ୍ରଥମେ ଡେଙ୍ଗୁ ଦୂର କରିବାର ଉପାୟ ଆପଣାଇବା ଉଚିତ୍। ଶୋଇବା ସମୟରେ ମଶାରି ଟାଙ୍ଗିବା ଏବଂ ଘରର ଝରକାରେ ନେଟ୍ କପଡ଼ା ବ୍ୟବହାର କରିବା ଦ୍ବାରା ମଶା ଘରକୁ ଆସିପାରିନଥାନ୍ତି। ଏହା ସହିତ ଘରର ପରିବେଶକୁ ସଫା କରନ୍ତୁ। ଯଦି ଜ୍ବର ଅନୁଭବ ହେଉଛି, ତେବେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ରକ୍ତ ପରୀକ୍ଷା କରାଇ ନେବା ଅତ୍ୟନ୍ତ ଜରୁରୀ। ଔଷଧ ସେବନ ଦ୍ବାରା ଡେଙ୍ଗୁ ଜ୍ବର ଏକ ସପ୍ତାହ ମଧ୍ୟରେ ଠିକ୍ ହୋଇଯାଏ। ପାରାସିଟାମଲ୍ ଔଷଧ ଏବଂ ଆବଶ୍ୟକସ୍ଥଳେ ପ୍ଲେଟ୍‌ଲେଟ୍‌ ଥେରାପି ଦିଆଯାଏ। ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଆନ୍ତୁ ନାହିଁ।
ହୋମିଓପାଥି
ଡେଙ୍ଗୁ ଜ୍ବର ପାଇଁ ହୋମିଓପାଥିକ୍‌ରେ ଅନେକ ଔଷଧ ରହିଛି। ଜ୍ବରର ପ୍ରଥମ ପର୍ଯ୍ୟାୟରେ ହିଁ ଏହି ଔଷଧ ଦିଆଗଲେ ଅଧିକ ଫଳପ୍ରଦ ହୋଇଥାଏ। ସମ୍ପୂର୍ଣ୍ଣ ବେଡ୍ ରେଷ୍ଟ୍ ସହିତ ପ୍ରଚୁର ପାଣି ପିଇବା ପାଇଁ ପରାମର୍ଶ କରାଯାଏ। ଜ୍ବର ଓ ଶରୀର ଦରଜ ଦୂର କରିବା ପାଇଁ ଇୟୁପାଟୋରିୟମ୍ ପେର୍ଫୋଲିଆଟମ୍ ୨୦୦, ଡଲ୍‌କାମେରା ୨୦୦ ନାମକ ଔଷଧ ଦିନକୁ ୩ ଥର ୪ରୁ ୫ ଦିନ ପର୍ଯ୍ୟନ୍ତ ଦିଆଯାଏ। କିନ୍ତୁ ଏସବୁ ଔଷଧ ରୋଗୀର ଜ୍ବର ଲକ୍ଷଣକୁ ଦେଖି ଦିଆଯାଇଥାଏ। ତେଣୁ ଡାକ୍ତରଙ୍କ ପାଖରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ହିଁ ଔଷଧ ଗ୍ରହଣ କରିବା ବିଧେୟ।
ଆୟୁର୍ବେଦ
ଡେଙ୍ଗୁର ଆୟୁର୍ବେଦ ଉପଚାର ପାଇଁ ଅମୃତଭଣ୍ଡା ପତ୍ର ରସ ୨ ଚାମଚ,୧ ଚାମଚ ମହୁ ସହିତ ସକାଳେ ଓ ସନ୍ଧ୍ୟାରେ ଖାଲି ପେଟରେ ତିନିଦିନ ସେବନ। ଆଉ ଏକ ଉପଚାର ହେଉଛି – ଗୁଡ଼ୁଚି ରସ ୨ ଚାମଚ, ଅଦା ରସ ୧ ଚାମଚ, ଗଙ୍ଗଶିଉଳି ପତ୍ର ରସ ୧ ଚାମଚ ଓ ମହୁ ଏକ ଚାମଚ ମିଶାଇ ଦିନକୁ ୨ ଥର ଖାଲି ପେଟରେ ଖାଆନ୍ତୁ। ଆଉ କିଛି ଔଷଧ ହେଉଛି – ବିଷମ ଜ୍ବରାନ୍ତକ ଲୌହ, ଗୁଡ଼ୁଚି ସତ୍ବ, ଅମୃତାରିଷ୍ଟ ଆଦି। କିନ୍ତୁ ଡାକ୍ତରଙ୍କ ପରାମର୍ଶରେ ଏସବୁ ଔଷଧ ସେବନ କରନ୍ତୁ। କାରଣ ଯଦି କୌଣସି ବ୍ୟକ୍ତିଠାରେ ଅନ୍ୟ କୌଣସି ରୋଗ ଥାଏ, ତେବେ ଔଷଧର ପ୍ରଭାବ ପ୍ରତିକୂଳ ହେବ। ଏହା ସହିତ ଘରେ ଗୁଗୁଳ ଧୂପ ଦିଅନ୍ତି।
ଫିଟ୍‌ନେସ୍‌ର ନୂଆ ମନ୍ତ୍ର: ଜଳପରୀ ଅବତାର
ବଡ଼ି ଫିଟ୍‌ନେସ୍ ପାଇବା ପାଇଁ ସମସ୍ତେ କିଛି କିଛି ନୂଆ ଉପାୟ ଆପଣାଇଥାନ୍ତି। କିନ୍ତୁ ଏବେ ବିଦେଶରେ ଆଉ ଏକ ଫିଟନେସ୍ ଟ୍ରେଣ୍ଡ୍‌ ଆରମ୍ଭ ହୋଇଛି। ଏହି ନିଆରା ଉପାୟରେ ବିଶେଷ ଭାବେ ଝିଅମାନେ ଜଳପରୀ ଭଳି ଅଧିକ ସମୟ ପାଣି ଭିତରେ ରହୁଛନ୍ତି । ଏହା ବେଶ୍‌ ସ୍ବାସ୍ଥ୍ୟପ୍ରଦ ଏବଂ ଏଥିପାଇଁ ଆନୁଷଙ୍ଗିକ ଜିନିଷ ଯୋଗାଇବା ପାଇଁ ଏକ ଗ୍ରୁପ୍ ମଧ୍ୟ ରହିଛି। ଦିନକୁ ଦିନ ଏହି ନୂଆ ଫିଟନେସ୍‌ ଟ୍ରେଣ୍ଡ୍‌ର ଚାହିଦା ବଢ଼ିବାରେ ଲାଗିଛି। ବ୍ରିଟେନ୍‌ରେ ସୃଷ୍ଟି ହୋଇଥିବା ଏହି ଟ୍ରେଣ୍ଡ୍‌ ମାଧ୍ୟମରେ ମହିଳାମାନେ ସମୁଦ୍ରର ଗଭୀର ଜଳ ମଧ୍ୟକୁ ପ୍ରବେଶ କରୁଛନ୍ତି। ଏହା ବେଶ ରୋମାଞ୍ଚକର ମନେ ହେଉଛି। ଯେଉଁମାନେ ରୋମାଞ୍ଚ ସହିତ ଫିଟନେସ୍ ଚାହୁଁଛନ୍ତି, ସେମାନଙ୍କୁ ଏହି ଫିଟନେସ୍ ଟ୍ରେଣ୍ଡ୍‌ ବେଶ୍‌ ଆକର୍ଷିତ କରୁଛି। ଏହାକୁ ‘ମର୍‌ମେଡ୍‌ ସୁଇମିଙ୍ଗ୍‌’ ବୋଲି କୁହାଯାଉଛି। ଏଥିପାଇଁ ଏକ ସ୍ବତନ୍ତ୍ର ପୋଷାକ ମଧ୍ୟ ରହିଛି। ଏହି ପୋଷାକ ପିନ୍ଧିସାରିବା ପରେ ମହିଳାମାନେ ଅବିକଳ ଜଳପରୀ ଭଳି ଦେଖାଯାନ୍ତି। ନର୍ଥ ଆମ୍ପଟନ୍‌ରେ ରହୁଥିବା ୩୧ ବର୍ଷିୟା ସରାହ ଡେଲି ଏ ସମ୍ପର୍କରେ କହିଛନ୍ତି ଯେ, ପ୍ରକୃତରେ ଜଳପରୀ ଭଳି ସମୁଦ୍ର ପାଣିରେ ପହଁରିବା ଏକ ରୋମାଞ୍ଚକର ଅନୁଭୂତି। ପ୍ରଥମେ ସେ ସମୁଦ୍ର ମଧ୍ୟକୁ ଯିବାକୁ ଡରୁଥିଲେ। କିନ୍ତୁ ଏବେ ସେ ସମୁଦ୍ରରେ ଘଣ୍ଟା ଘଣ୍ଟା ଧରି ମଉଜମସ୍ତି କରୁଛନ୍ତି। ୟୁକେ ମର୍‌ପଡ୍‌ ଫେସ୍‌ବୁକ୍‌ କମ୍ୟୁନିଟିର ସଂସ୍ଥାପକ ଲିଲି ରୋଜ୍‌ ଶେପ୍‌ଡ କୁହନ୍ତି ଯେ, ପ୍ରଥମେ ମୁଁ ଗ୍ରୁପ୍ ଆରମ୍ଭ କରିବା ସମୟରେ ଏଥିରେ ମାତ୍ର ୧୦ ଜଣ ମହିଳା ଥିଲେ। ଏବେ ଏହି ଗ୍ରୁପ୍‌ରେ ୫୦୦ରୁ ଊର୍ଦ୍ଧ୍ବ ମହିଳା ଅଛନ୍ତି। ଜଳପରୀ ଭାବେ ସନ୍ତରଣ କରିବା ସମୟରେ ହେଉଥିବା ଶାରୀରିକ ବ୍ୟାୟାମ ବଡ଼ି ଫିଟନେସ୍‌ ପାଇଁ ଭଲ ହୋଇଥାଏ। ତେଣୁ ରୋମାଞ୍ଚ ସହିତ ଫିଟ୍‌ନେସ୍‌କୁ ପସନ୍ଦ କରୁଥିବା ମହିଳାଙ୍କ ମଧ୍ୟରେ ‘ମରମେଡ୍‌ ସୁଇମିଂ’ର ଧାରା ବଢ଼ିବାରେ ଲାଗିଛି।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପଞ୍ଚଗବ୍ୟ ଚିକିତ୍ସା
ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏବେ ପଞ୍ଚଗବ୍ୟର ବ୍ୟବହାର। କେବଳ ଯେ ଜଟିଳ ରୋଗରୁ ପଞ୍ଚଗବ୍ୟରୁ ମୁକ୍ତି ମିଳୁଛି, ତାହା ନୁହେଁ; ଦୈନନ୍ଦିନ ଜୀବନରେ ପଞ୍ଚଗବ୍ୟର ବ୍ୟବହାର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇପାରୁଛି। ଅନେକ ଲୋକ ହୁଏତ ଏହାକୁ ବିଶ୍ୱାସ କରି ନପାରନ୍ତି; ମାତ୍ର ବହୁ ପୁରାତନ ସମୟରୁ ପାରମ୍ପରିକ ଭାବେ କରାଯାଉଥିବା ପଞ୍ଚଗବ୍ୟ ଚିକିତ୍ସା ଏବେ ଲୋକଙ୍କ ଭିତରେ ରହିଛି ବିଶ୍ୱାସ। ଭାରତୀୟ ଚିକିତ୍ସା ଶାସ୍ତ୍ର ତଥା ଧର୍ମ ଶାସ୍ତ୍ରରେ ପଞ୍ଚଗବ୍ୟର ଏକ ପ୍ରମୁଖ ଭୂମିକା ରହିଛି। ସାରା ବିଶ୍ୱରେ କରୋନା ମହାମାରୀର କାୟା ବିସ୍ତାର ହେବାରେ ଲାଗିଛି। ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ସମସ୍ତେ ଚାହୁଁଛନ୍ତି। ଏହିଭଳି ଘଡ଼ିସନ୍ଧି ମୂହୂର୍ତ୍ତରେ ଯେତେବେଳେ ଲୋକମମାନେ ଡାକ୍ତରଙ୍କ ପରାମର୍ଶ ଉପରେ ଗୁରୁତ୍ୱ ଦେଉଛନ୍ତି, ସେ ସମୟରେ ଆୟୁର୍ବେଦ ପଞ୍ଚଗବ୍ୟର ଚାହିଦା ବଢ଼ୁଛି। ସେହିପରି ଆମର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଛୋଟବଡ଼ ରୋଗରୁ ମଧ୍ୟ ଏହା ଶୀଘ୍ର ଆରୋଗ୍ୟ କରିପାରିବ। ଆମ ଜୀବନରେ ଆୟୁର୍ବେଦର ଭୂମିକା ରହିଛି। ବର୍ତ୍ତମାନ ସମୟରେ ପ୍ରାକୃତିକ ଚିକିତ୍ସାର ବହୁଳ ପ୍ରଚଳନ କାରଣରୁ ଏବଂ ହର୍ବାଲ୍‍ର ବ୍ୟାପକ ବ୍ୟବହାର ଯୋଗୁଁ ଲୋକଙ୍କ ମନରେ ସଚେତନତା ବୃଦ୍ଧି ପାଉଛି।
ପୂର୍ବରୁ ପାରମ୍ପରିକ ଚିକିତ୍ସା ପାଇଁ ‘ପଞ୍ଚଗବ୍ୟ’ ଚିକିତ୍ସାକୁ ଆପଣାଉଥିଲେ। ଏବେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହେଉ ଅବା ବିଭିନ୍ନ ଦୁରାରୋଗ୍ୟର ଚିକିତ୍ସା ପାଇଁ ସେହି ପାରମ୍ପରିକ ଚିକିତ୍ସା ଦିଗରେ ମୁହାଁଉଛନ୍ତି। ଆୟୁର୍ବେଦ ଶାସ୍ତ୍ରରେ ପଞ୍ଚଗବ୍ୟକୁ ନେଇ ଅନେକ ଗବେଷଣା ମଧ୍ୟ କରାଯାଉଛି। ଏବେ ରାଜଧାନୀ ଭୁବନେଶ୍ୱରରେ ପଞ୍ଚଗବ୍ୟ ଥେରାପି ବୃଦ୍ଧି ପାଉଛି। ଥଣ୍ଡା, କାଶଠାରୁ ଆରମ୍ଭ କରି କରୋନା ରୋଗକୁ ରୋଧ କରିବାରେ ବି ଏବେ ପଞ୍ଚଗବ୍ୟକୁ ବ୍ୟବହାର କରାଯାଉଛି। ରାଜଧାନୀ ଭୁବନେଶ୍ୱରର ସହିଦ୍‍ ନଗରରେ ଏବେ ପଞ୍ଚଗବ୍ୟ ଚିକିତ୍ସା ଉପଲବ୍ଧ ରହିଛି। ଦେଶୀ ଗାଈର ମୂତ୍ର, ଗୋବର, କ୍ଷୀର, ଦହି, ଲହୁଣୀ, ଘିଅରୁ ପ୍ରସ୍ତୁତ କରାଯାଉଛି। ନନ୍ଦନକାନନ ଅଞ୍ଚଳରେ ଦେଶୀ ଗାଈଙ୍କ ମୂତ୍ରକୁ ସଂଗ୍ରହ କରାଯାଇ ପ୍ରସ୍ତୁତ କରାଯାଉଛି। କ୍ୟାନସର, ମଧୁମେହ, ଆଣ୍ଠୁଗଣ୍ଠି ବ୍ୟଥା, ପିଲାଙ୍କ ସ୍ମରଣ ଶକ୍ତି, ପକ୍ଷାଘାତ, ସ୍ନାୟୁବିକ ଦୁର୍ବଳତା ଇତ୍ୟାଦି ସମସ୍ତ ଚିକିତ୍ସା କରାଯାଉଛି। ଘାସ ଏବଂ ଗଛପତ୍ର ଖାଉଥିବା ଗାଈଙ୍କ ଗୋମୂତ୍ରରୁ ଏହା ପ୍ରସ୍ତୁତ କରାଯାଏ। ଏମିତି ଜଣେ ପଞ୍ଚଗବ୍ୟସିଦ୍ଧ ହେଉଛନ୍ତି ସହିଦ୍‍ନଗରର ପ୍ରତାପ କୁମାର ପାତ୍ର।
ପ୍ରତାପ ଦୀର୍ଘ ବର୍ଷ ଧରି ପଞ୍ଚଗବ୍ୟକୁ ନେଇ ଗବେଷଣା ଏବଂ ଚିକିତ୍ସା ଜାରି ରଖିଛନ୍ତି। ରାଜଧାନୀ ଭୁବନେଶ୍ୱରର ପ୍ରାୟ ୨ଶହରୁ ୪ଶହ ଲୋକ ଏବେ ପଞ୍ଚଗବ୍ୟ ଚିକିତ୍ସା ଉପରେ ନିର୍ଭର କରୁଛନ୍ତି। ନିଜର ଦୈନନ୍ଦିନ ଜୀବନରେ କୌଣସି ଖାଦ୍ୟକୁ ବାଦ୍‍ ଦେଇ ପଞ୍ଚଗବ୍ୟକୁ ଆପଣାଇପାରିଲେ ରୋଗମୁକ୍ତ ହେବା ସହ ସୁସ୍ଥ ରହିବାକୁ ମିଳୁଛି। ଏହାସହିତ ଗୋମୂତ୍ର ସହିତ ତୁଳସୀ, ଗିଲଏ ଏବଂ ନିମ, ପୁଦିନା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଅମ୍ଳଜାନ ମଧ୍ୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ପ୍ରାକୃତିକ ଚିକିତ୍ସା ହୋଇଥିବାରୁ ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ। କେବଳ ସେତିକି ନୁହେଁ ପଞ୍ଚଗବ୍ୟକୁ ଚିକିତ୍ସା କରାଯାଉନାହିଁ, ପଞ୍ଚଗବ୍ୟକୁ ନେଇ ଚାଷ ମଧ୍ୟ କରାଯାଉଛି। ସାର, କୀଟନାଶକ ବ୍ୟବହାର ଶୂନ୍ୟ କରାଯାଇ ପଞ୍ଚଗବ୍ୟକୁ ବ୍ୟବହାର କରାଯାଏ। ଏବେ ପଞ୍ଚଗବ୍ୟକୁ ନେଇ ଅନେକ ଶିକ୍ଷା ମଧ୍ୟ ଆରମ୍ଭ ହେଲାଣି। ଏହାକୁ ଶିକ୍ଷା ଭାବେ ଗ୍ରହଣକରି ଏବେ ଅନେକ ଲୋକ ଏହାକୁ ବେଉସା ଭାବେ ଗ୍ରଅଣ କରିଛନ୍ତି। ଶ୍ରୀ ପାତ୍ରଙ୍କ କହିବା ଅନୁଯାୟୀ, ଗୋମୂତ୍ର ପଞ୍ଚଗଭ୍ୟ ଅର୍କ ଓ ଘନବଟି ଶରୀର ମଧ୍ୟକୁ ଆସିଥିବା ରୋଗକୋଷକୁ ନଷ୍ଟ କରେ। ଏଲୋପାଥି ଔଷଧ ପରି କୌଣସି ପାର୍ଶ୍ବ ପ୍ରତିକ୍ରିୟାବିହୀନ ଔଷଧି ହେଉଛି ପଞ୍ଚଗବ୍ୟ। ଏହାସହିତ ପଞ୍ଚଗବ୍ୟ ଧୂପବତୀ ସକାଳ ସନ୍ଧ୍ୟାରେ ଘରକୁ ବାହାର ରୋଗ ଜୀବାଣୁ ରକ୍ଷା କରିବା ସହ ସାତ୍ତ୍ୱିକ ଉର୍ଜ୍ଜା ନିର୍ମାଣ କରେ ବୋଲି ଗବ୍ୟସିଦ୍ଧ ଶ୍ରୀ ପାତ୍ର କହିଛନ୍ତି। ଗୋମୂତ୍ରକୁ ଗରମ କରି ଫୁଟାଇ ସେଥିରୁ ସମସ୍ତ ପ୍ରକାରର ଆୟୁର୍ବେଦିକ ସାମଗ୍ରୀକୁ ମିଶାଇ ଔଷଧ ବଟିକା ପ୍ରସ୍ତୁତ କରାଯାଉଛି। ଏହି ପଞ୍ଚଗବ୍ୟର ମୂଲ୍ୟ ୪୦ଟଙ୍କାରୁ ୨ଶହ ଟଙ୍କା ପର୍ଯ୍ୟନ୍ତ ରହିଛି।
ଭିଟାମିନ୍-ସି’ ର ମାତ୍ରାଧିକ ସେବନ ଶରୀର ପାଇଁ ହୋଇପାରେ ହାନିକାରକ
କେବଳ କରୋନା ନୁହେଁ; ସବୁ ପ୍ରକାର ଭୂତାଣୁ ଦାଉରୁ ଶରୀରକୁ ରକ୍ଷା କରିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଜରୁରୀ। ତେବେ ଏବେ ସମସ୍ତେ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କାଢ଼ା, ଭିଟାମିନ୍ ସି, ଭଟାମିନ୍ ଡି, ଭିଟାମିନ୍ ଇ ସହ ଜିଙ୍କ୍ ଔଷଧ ଖାଉଛନ୍ତି। ଅବଶ୍ୟ ହେଲଦି ଡାଏଟ୍ ସହ ଯୋଗ ଓ ଏକ୍ସରସାଇଜ୍ ସହିତ ସୀମିତ ମାତ୍ରାରେ ଏସବୁ ଖାଇବା ଦରକାର। କିନ୍ତୁ ଏହା ପ୍ରତି କେହି ଧ୍ୟାନ ହେଉ ନାହାନ୍ତି। ବିଶେଷଜ୍ଞଙ୍କ ଅନୁସାରେ, ଏସବୁର ମାତ୍ରାଧିକ ସେବନ ଶରୀର ପାଇଁ ହାନିକାରକ। ମାସ ମାସ ଧରି ଭିଟାମିନ୍ ସି ଔଷଧ ଖାଇବା ଦ୍ବାରା କିଡ୍ନୀରେ ଷ୍ଟୋନ୍, ଛାତି ଜ୍ବଳନ, ପେଟ ଫୁଲିବା ଭଳି ସମସ୍ୟା ଦେଖାଦେଇପାରେ। ସେହିପରି ଜିଙ୍କ୍‌ର ଅତ୍ୟଧିକ ବ୍ୟବହାର ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସୃଷ୍ଟି କରେ।
ତେବେ ଭିଟାମିନ୍ ସି’ର ହଜାରେ ମିଲିଗ୍ରାମରୁ ଅଧିକ ଦୈନିକ ସେବନ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାକୁ ଡାକିଆଣେ। ଏହାଦ୍ବାରା କିଡ୍ନୀ ଷ୍ଟୋନ୍, ଡାଇରିଆ, ପାଚନତନ୍ତ୍ର ସମ୍ବନ୍ଧୀୟ ପ୍ରମୁଖ ରୋଗ ଦେଖା ଦେଇପାରେ। ୪୦ ଗ୍ରାମ୍‌ରୁ ଅଧିକ ଜିଙ୍କ୍ର ସେବନ ଶରୀର ପାଇଁ କ୍ଷତିକାରକ। ଏହାଦ୍ବାରା କିଡ୍‌ନୀ ଓ ପେଟ ସହ ସମ୍ବନ୍ଧୀୟ ରୋଗ ବଢ଼ିବା ଆଶଙ୍କା ଅଧିକ। ସେହିପରି ୨୦ ମିଲିଗ୍ରାମ୍‌ରୁ ଅଧିକ ଭିଟାମିନ୍ ଇ’ ଖାଇବା ଦ୍ବାରା ହୃଦ୍‌ରୋଗ ସମେତ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ଦେଖାଦିଏ।
କାହା ପାଇଁ କେତେ ପରିମାଣ :
– ୧୮ରୁ ଊର୍ଦ୍ଧ୍ବ ବୟସ୍କ ପୁରୁଷ ୧୧ ମିଲିଗ୍ରାମ୍‌ ଓ ମହିଳାଙ୍କୁ ୯ ମିଲିଗ୍ରାମ୍‌ ଜିଙ୍କ୍‌ ଖାଇବା ଦରକାର।
– ୧୧ରୁ ୧୨ ମିଲିଗ୍ରାମ୍‌ ଜିଙ୍କ୍‌ ଗର୍ଭବତୀ ମହିଳା ଗ୍ରହଣ କରିପାରିବେ।
– ୧୨ରୁ ୧୩ ମିଲିଗ୍ରାମ୍‌ ଜିଙ୍କ୍‌ ସ୍ତନ୍ୟପାନ କରୁଥିବା ମାଆମାନେ ଖାଇବା ଉଚିତ।
– ୧୪ରୁ ଅଧିକ ବୟସ୍କ ୧୫ ମିଲିଗ୍ରାମ ଭିଟାମିନ୍ – ଇ’ ଖାଇବା ଆବଶ୍ୟକ।
– ୬୫ରୁ ୯୦ ମିଲିଗ୍ରାମ୍‌ ଭିଟାମିନ୍ – ସି’ ବୟସ୍କମାନେ ଗ୍ରହଣ କରିବା ଦରକାର।
– ୦୬ରୁ ୮ ଗ୍ରାମ୍ ଭିଟାମିନ୍ ସି’ ନେବା ଦ୍ବାରା ଥଣ୍ଡାରୁ ମୁକ୍ତି ମିଳିଥାଏ।
ସୁସ୍ଥ ରହିବା ପାଇଁ ଔଷଧ ବଦଳରେ ଡାଏଟ୍ ଉପରେ ଧ୍ୟାନ ଦିଅନ୍ତୁ
ସଂକ୍ରମଣ ବଢ଼ୁଥିବାରୁ ଏବେ ମର୍ଣ୍ଣିଂ ୱାକ୍‌, ଇଭ୍‌ନିଂ ୱାକ୍‌, ସାଇକଲିଂ ଉପରେ କଟକଣା ଲାଗୁ ହୋଇଛି। ତେବେ ବାହାରେ ଚଲାବୁଲା କଲେ କି ଜିମ୍‌ ଯାଇ ଏକ୍ସରସାଇଜ୍ କରିବା ଦ୍ବାରା ଶରୀର ଫିଟ୍ ରହିବ ତାହା ନୁହେଁ; ଘରେ କିଛି ଏକ୍ସରସାଇଜ୍ କରିବା ଦ୍ବାରା ଯେକେହି ବି ନିଜକୁ ଫିଟ୍ ରଖିପାରିବେ ବୋଲି କହିଛନ୍ତି ଫିଟ୍‌ନେସ୍ କାଉନ୍‌ସିଲର୍ ପୁପୁନ୍ କୁମାର ସ୍ବାଇଁ।
ସୁସ୍ଥ ହେବାର ଦୁଇ ସପ୍ତାହ ପରେ କରନ୍ତୁ ଏକ୍ସର୍‌ସାଇଜ୍: ଏବେ ତ ଜିମ୍ ବନ୍ଦ। ଜରୁରୀ ନୁହେଁ, ଜିମ୍‌ ଆସି ଏକ୍ସରସାଇଜ୍ କରିବା। କିଛି ବଡି ୱେଟ୍ ଏକ୍ସରସାଇଜ୍ ଘରେ କରିବା ସମ୍ଭବ। ଏଇ ଯେମିତି ସ୍କାର୍ଟ, ପ୍ଲାଙ୍କ୍‌ ଭଳି କିଛି ଏକ୍ସରସାଇଜ୍ ସମେତ ସୂର୍ଯ୍ୟ ନମସ୍କାର ଆଦି କରାଯାଇପାରିବ। ଏହାବାଦ୍ ଯୁବପିଢ଼ି ଘରେ ଛୋଟ ତଥା ବଡ଼ ଡମ୍ବେଲ ଉଠାନ୍ତୁ। ଏସବୁ ଦ୍ବାରା ଶରୀର ଫିଟ୍‌ ରହିଥାଏ। ତେବେ କୋଭିଡ୍‌ରୁ ସୁସ୍ଥ ହେବାର ଦୁଇ ସପ୍ତାହ ପରେ ଏକ୍ସରସାଇଜ୍ ଘରେ କରାଯାଇପାରିବ।
ସମସ୍ତେ ଯୋଗ କରନ୍ତୁ: ସବୁ ବୟସବର୍ଗର ଲୋକମାନେ ଘରେ ଯୋଗ କରିବା ଉଚିତ୍। ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିରେ ଯୋଗ ସାହାଯ୍ୟ କରେ। ଛୋଟପିଲାଙ୍କ ପାଇଁ ଷ୍ଟ୍ରେଚିଂ, ଜିମନାସିଟ୍ ଭଳି କିଛି ଏକ୍ସରସାଇଜ୍ ଅଛି ସେସବୁ ସେମାନେ କରିପାରିବେ।
ଡାଏଟ୍ ଉପରେ ଗରୁତ୍ବ ଦିଅନ୍ତୁ: ଅନ୍ୟପଟେ ଯେଉଁମାନେ ପ୍ରୋଟିନ୍ ସପ୍ଲିମେଣ୍ଟ୍ ନେଉଥିବେ ସେସବୁକୁ ମଧ୍ୟ କିଛି ସମୟ ପାଇଁ ବନ୍ଦ କରିବାକୁ ପଡ଼ିବ। କାରଣ ଏହାଦ୍ବାରା ଶରୀରରେ କ’ଣ ପ୍ରତିକ୍ରିୟା ଘଟିବ, କିଛି କହି ହେବ ନାହିଁ। ସେଥିପାଇଁ ସପ୍ଲିମେଣ୍ଟ୍ ଉପରେ ନିର୍ଭରଶୀଳ ନ ହୋଇ ଡାଏଟ୍ ଉପରେ ଧ୍ୟାନ ଦେବାକୁ ପଡ଼ିବ।
ଫାଷ୍ଟଫୁଡ୍ ଖାଦ୍ୟରୁ ଦୂରରେ ରୁହନ୍ତୁ: କୋଭିଡ୍ ହେବା ପରେ ଲୋକେ ଅଧିକ ଫାଷ୍ଟ୍‌ଫୁଡ୍ ଖାଦ୍ୟ ଖାଉଛନ୍ତି। ଅର୍ଥାତ୍ ବିରିଆନୀ, ରୋଲ୍, ତେଲ-ମସଲା, ମଇଦାଯୁକ୍ତ ଖାଦ୍ୟପଦାର୍ଥଠାରୁ ଦୂରେଇ ରହିବା ଦରକାର। ଏହି ଖାଦ୍ୟ ଦ୍ବାରା ଆଉଥରେ ସଂକ୍ରମଣ ହେବା ଆଶଙ୍କା ରହିଛି। ଅନ୍ୟପଟେ ଆମିଷ ଖାଦ୍ୟ ଟିକେ କମ୍ ଖାଇବା ଉଚିତ। ଶରୀରକୁ ଉପଯୁକ୍ତ ଖାଦ୍ୟ ମିଳିଲେ ଶରୀର ସୁସ୍ଥ ରହିବ ଓ ରୋଗପ୍ରତିରୋଧକ ଶକ୍ତି ବଢ଼ିବ।