Vijay - The Sakala
ତାମିଲନାଡୁରେ ମେ ୭ରେ ଶପଥ ନେଇନପାରନ୍ତି ବିଜୟ, ବହୁମତକୁ ନେଇ ସନ୍ତୁଷ୍ଟ ନାହାନ୍ତି ରାଜ୍ୟପାଳ
ତାମିଲନାଡୁ: ମେ ୭ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇନପାରନ୍ତି ତାମିଲାଗା ଭେଟ୍ରି କାଜାଗମ୍ (ଟିଭିକେ) ମୁଖ୍ୟ ବିଜୟ। ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ଦଳ ଏବେ ମଧ୍ୟ ସଂଘର୍ଷ କରୁଥିବା ବେଳେ, ସରକାର ଗଠନ ନେଇ ଅନିଶ୍ଚିତତା ଦେଖାଦେଇଛି।
୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ୧୦୮ଟି ଆସନ ସହ ଟିଭିକେ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି। ତେବେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୧୧୮ ରହିଥିବା ବେଳେ, ଦଳ ଏହାଠାରୁ ପଛରେ ରହିଛି। ଏହାବ୍ୟତୀତ, ବିଜୟ ବିଜୟୀ ହୋଇଥିବା ଦୁଇଟି ଆସନରୁ ଗୋଟିଏ ଛାଡିବା ପରେ ଦଳର ପ୍ରକୃତ ସଂଖ୍ୟା ୧୦୭ କୁ ଖସିଆସିବ।
ସୂତ୍ରରୁ ପ୍ରକାଶ ଯେ, ବହୁମତ ପ୍ରମାଣିତ କରିବା ପାଇଁ ଟିଭିକେ ପାଖରେ କୌଣସି ଆନୁଷ୍ଠାନିକ ଆକଳନ ନଥିବାରୁ ରାଜ୍ୟପାଳ ଏପର୍ଯ୍ୟନ୍ତ ସନ୍ତୁଷ୍ଟ ନାହାନ୍ତି। ଅନ୍ୟପକ୍ଷରେ, କଂଗ୍ରେସ ନିଜର ୫ ଜଣ ବିଧାୟକଙ୍କ ସହ ଦଳକୁ ସମର୍ଥନ ଜଣାଇଛି। ଏହା ଫଳରେ ମେଣ୍ଟର ସଂଖ୍ୟା ୧୧୩ ରେ ପହଞ୍ଚିଛି। ତଥାପି ବହୁମତ ପାଇଁ ଆହୁରି କିଛି ବିଧାୟକଙ୍କ ଆବଶ୍ୟକତା ଥିବାରୁ ଅନ୍ୟ ସମ୍ଭାବ୍ୟ ସହଯୋଗୀଙ୍କ ସହ ଆଲୋଚନା ଜୋରଦାର କରାଯାଉଛି।
ତାମିଲନାଡୁର ପରବର୍ତ୍ତୀ 'ଏମଜିଆର' ହେବେ କି ବିଜୟ? ଏକ୍‌ଜିଟ୍‌ ପୋଲ୍‌ରୁ ମିଳୁଛି ବଡ଼ ସଙ୍କେତ
ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ଥଲାପତି ବିଜୟ ରାଜନୀତିରେ ପାଦ ଦେବା ମାତ୍ରେ ତାମିଲନାଡୁର ରାଜନୈତିକ ସମୀକରଣ ବଦଳିଯାଇଛି। ନିକଟରେ ଶେଷ ହୋଇଥିବା ତାମିଲନାଡୁ ବିଧାନସଭା ନିର୍ବାଚନ (୨୦୨୬) ର ଏକ୍‌ଜିଟ୍ ପୋଲ୍ ରିପୋର୍ଟ ପ୍ରକାଶ ପାଇଛି। ବିଶେଷ କରି ଏକ୍ସିସ୍ ମାଇ୍ ଇଣ୍ଡିଆ (Axis My India) ର ସର୍ଭେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ସର୍ଭେ ଅନୁଯାୟୀ, ବିଜୟଙ୍କ ନୂତନ ରାଜନୈତିକ ଦଳ ତାମିଲଗା ଭେଟ୍ରି କାଜାଗମ୍ (TVK) ରାଜ୍ୟରେ ଏକ ବଡ଼ ଶକ୍ତି ଭାବେ ଉଭା ହୋଇଛି, ଯାହାକି ତାଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତଥା ନୂଆ 'ଏମଜିଆର' ହେବାର ସମ୍ଭାବନା ସୃଷ୍ଟି କରିଛି।
ଏକ୍‌ଜିଟ୍‌ ପୋଲ୍‌ରେ ଟିଭିକେର ଦବଦବା
ଏକ୍ସିସ୍ ମାଇ୍ ଇଣ୍ଡିଆର ଆକଳନ ଅନୁଯାୟୀ, ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ଟିଭିକେ ୯୮ ରୁ ୧୨୦ଟି ଆସନ ଜିତିପାରେ। ସେହିପରି ଶାସକ ଡିଏମକେ (DMK) ମେଣ୍ଟକୁ ୯୨ ରୁ ୧୧୦ଟି ଆସନ ମିଳିବାର ସମ୍ଭାବନା ରହିଥିବା ବେଳେ, ଏଆଇଏଡିଏମକେ (AIADMK) ଓ ବିଜେପି ମେଣ୍ଟ ମାତ୍ର ୨୨ ରୁ ୩୨ଟି ଆସନରେ ସୀମିତ ରହିବ। ଭୋଟ୍ ହାର କ୍ଷେତ୍ରରେ ମଧ୍ୟ ଟିଭିକେ ଶାସକ ଡିଏମକେ ସହ ସମାନ ସ୍ତରରେ ରହିଛି ଏବଂ ଉଭୟଙ୍କୁ ପ୍ରାୟ ୩୫ ପ୍ରତିଶତ ଭୋଟ୍ ମିଳିବାର ଅନୁମାନ କରାଯାଇଛି।
ଯୁବ ଭୋଟରଙ୍କ ପ୍ରଥମ ପସନ୍ଦ ବିଜୟ
ବିଜୟଙ୍କ ଦଳ ପ୍ରତି ଯୁବବର୍ଗଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ସର୍ଭେ ତଥ୍ୟ ଅନୁଯାୟୀ, ୧୮ ରୁ ୧୯ ବର୍ଷ ବୟସ୍କ ପ୍ରଥମ ଥର ଭୋଟରଙ୍କ ମଧ୍ୟରୁ ୬୮% ଏବଂ ୨୦ ରୁ ୨୯ ବର୍ଷ ବୟସ୍କଙ୍କ ମଧ୍ୟରୁ ୫୯% ବିଜୟଙ୍କ ଦଳକୁ ଭୋଟ୍ ଦେଇଥିବା ଆକଳନ କରାଯାଇଛି। ଲୋକମାନେ ରାଜ୍ୟରେ ଏକ ପରିବର୍ତ୍ତନ ଚାହୁଁଛନ୍ତି ଏବଂ ବିଜୟଙ୍କ ବ୍ୟକ୍ତିଗତ ଲୋକପ୍ରିୟତା ଏହାକୁ ଆହୁରି ସୁଦୃଢ଼ କରିଛି।
ଏମଜିଆର ଏବଂ ଏନଟିଆରଙ୍କ ସହ ତୁଳନା
ଏକ୍ସିସ୍ ମାଇ୍ ଇଣ୍ଡିଆର ଅଧ୍ୟକ୍ଷ ପ୍ରଦୀପ ଗୁପ୍ତା ବିଜୟଙ୍କ ଏହି ଆଶ୍ଚର୍ଯ୍ୟଜନକ ଉତ୍‌ଥାନକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.ଜି ରାମଚନ୍ଦ୍ରନ (MGR) ଏବଂ ଆନ୍ଧ୍ରପ୍ରଦେଶର ଏନ.ଟି ରାମାରାଓ (NTR) ଙ୍କ ରାଜନୈତିକ ପ୍ରବେଶ ସହ ତୁଳନା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ବିଜୟ କେବଳ ଭୋଟ୍ କାଟୁଥିବା ନେତା ନୁହଁନ୍ତି, ବରଂ ଜଣେ ମୁଖ୍ୟ ଦାବିଦାର ଭାବେ ଉଭା ହୋଇଛନ୍ତି। ଯଦିଓ ଅନ୍ୟ କେତେକ ସର୍ଭେ ସଂସ୍ଥା ଟିଭିକେକୁ କମ୍ ଆସନ (୧୦ ରୁ ୪୦ ମଧ୍ୟରେ) ମିଳିବ ବୋଲି ଆକଳନ କରିଛନ୍ତି, ତଥାପି ବିଜୟଙ୍କ ଦଳ ତାମିଲନାଡୁ ରାଜନୀତିରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ସମସ୍ତେ ସହମତ ପ୍ରକାଶ କରିଛନ୍ତି।
ଚେନ୍ନାଇ: ୨୦୨୬ରେ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ସାଉଥ ଷ୍ଟାର୍‌ ବିଜୟଙ୍କ ତାମିଲଗା ଭେଟ୍ଟ୍ରି କାଜଗାମ୍‌ (ଟିଭିକେ) କୌଣସି ଦଳ ସହ ମେଣ୍ଟ ନ କରି ଏକାକୀ ଲଢ଼ିବ। ଚେନ୍ନାଇରେ ଏକ ରାଲିକୁ ସମ୍ବୋଧନ କରିବା ସମୟରେ ବିଜୟ ଏହି ଘୋଷଣା କରିଛନ୍ତି। ରାଜ୍ୟରେ ଶାସକ ଦଳ ଡିଏମ୍‌କେ ସହ ତାଙ୍କର ରାଜନୈତିକ ଶତ୍ରୁତା ରହିଛି ଏବଂ କେନ୍ଦ୍ରରେ ଶାସକ ଭାଜପା ସହ ତାଙ୍କର ବୈଚାରିକ ଶତ୍ରୁତା ରହିଛି। ତେଣୁ ଉଭୟ ଦଳ ସହ ଟିଭିକେର ମେଣ୍ଟ ହେବା ନେଇ ପ୍ରଶ୍ନ ଉଠୁନାହିଁ ବୋଲି ବିଜୟ କହିଛନ୍ତି। ୨୦୨୬ ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ମୁଖ୍ୟ ମୁକାବିଲା ଡିଏମ୍‌କେ ଓ ଟିଭିକେ ମଧ୍ୟରେ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେହିପରି ବିଜୟ ମଦୁରାଇ ପୂର୍ବ ଆସନରୁ ଲଢ଼ିବେ ବୋଲି ଘୋଷଣା କରିଛନ୍ତି।