Parliament monsoon session - The Sakala
ସଂସଦରେ ପାରିତ ହେଲା ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ବିଲ୍-୨୦୨୬, ଡିଜିଟାଲ୍ ରେକର୍ଡକୁ ମିଳିଲା ଆଇନଗତ ମାନ୍ୟତା
ସଂସଦର ମୌସୁମୀ ଅଧିବେଶନରେ ସୋମବାର ଦିନ ରାଜ୍ୟସଭାରେ ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ବିଲ୍, ୨୦୨୬ (Bankers' Books Evidence Bill, 2026) ପାରିତ ହୋଇଛି। ଏହା ପୂର୍ବରୁ ଅଗଷ୍ଟ ୫ ତାରିଖରେ ଲୋକସଭାରେ ମଧ୍ୟ ଏହି ବିଲ୍ ପାରିତ ହୋଇସାରିଥିଲା। ଏହା ଫଳରେ ୧୩୫ ବର୍ଷ ପୁରୁଣା ତଥା ଇଂରେଜ ଅମଳର ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ଆକ୍ଟ, ୧୮୯୧ର ସ୍ଥାନ ନେବ ଏହି ନୂଆ ଆଇନ। ଏହି ନୂତନ ବିଲ୍‌ ଆଇନରେ ପରିଣତ ହେବା ପରେ, ଏଣିକି ବ୍ୟାଙ୍କର ଇଲେକ୍ଟ୍ରୋନିକ୍ସ ଏବଂ ଡିଜିଟାଲ୍ ରେକର୍ଡକୁ ଅଦାଲତରେ ବୈଧ ପ୍ରମାଣ ଭାବରେ ସ୍ୱୀକୃତି ମିଳିବ।
ବିଲ୍‌ର ମୁଖ୍ୟ ଉଦ୍ଦେଶ୍ୟ
ବର୍ତ୍ତମାନର ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୧୮୯୧ ମସିହାରେ ତିଆରି ହୋଇଥିବା ଆଇନରେ ପରିବର୍ତ୍ତନ ଆଣିବା ଥିଲା ଏହି ବିଲ୍‌ର ମୁଖ୍ୟ ଉଦ୍ଦେଶ୍ୟ। ପୂର୍ବରୁ ଅଦାଲତରେ କୌଣସି ମାମଲାର ଶୁଣାଣି ସମୟରେ ବ୍ୟାଙ୍କ କର୍ମଚାରୀମାନଙ୍କୁ କାଗଜ ଲେଜର୍ ବା ନଥିପତ୍ରର ପ୍ରମାଣିତ ନକଲ ଦାଖଲ କରିବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନର ଆଧୁନିକ ବ୍ୟାଙ୍କିଙ୍ଗ୍ ପ୍ରଣାଳୀରେ ପ୍ରାୟତଃ ସମସ୍ତ ତଥ୍ୟ କମ୍ପ୍ୟୁଟର ଓ କ୍ଲାଉଡ୍ ଷ୍ଟୋରେଜ୍ ମାଧ୍ୟମରେ ସୁରକ୍ଷିତ ରଖାଯାଉଛି। ତେଣୁ ନୂତନ ଆଇନ ବଳରେ ଇଲେକ୍ଟ୍ରୋନିକ୍, ଡିଜିଟାଲ୍, ଭର୍ଚୁଆଲ୍ କିମ୍ବା କ୍ଲାଉଡରେ ଥିବା ବ୍ୟାଙ୍କ ରେକର୍ଡଗୁଡ଼ିକୁ ବୈଧ ପ୍ରମାଣ ଭାବରେ ବିବେଚନା କରାଯିବ।
ନୂଆ ନିୟମରେ କଣ ରହିଛି ବ୍ୟବସ୍ଥା?
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସୂଚନା ଅନୁଯାୟୀ, ଏହି ବିଲ୍ ବ୍ୟାଙ୍କ ବୁକ୍ ପାଇଁ ଏକ ଟେକ୍ନୋଲୋଜି-ନିରପେକ୍ଷ ଆଇନଗତ ଢାଞ୍ଚା ପ୍ରଦାନ କରୁଛି। ଏହାଦ୍ୱାରା ଇଲେକ୍ଟ୍ରୋନିକ୍ ଏବଂ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ରେକର୍ଡକୁ ସମ୍ପୂର୍ଣ୍ଣ ଆଇନଗତ ସୁରକ୍ଷା ମିଳିବ। ତେବେ ସର୍ତ୍ତ ରହିଛି ଯେ, ଯଦି କୌଣସି ଡିଜିଟାଲ୍ ରେକର୍ଡରେ ଟ୍ୟାମ୍ପରିଂ (Tampering) ହୋଇନଥିବ କିମ୍ବା ଡାଟାରେ କୌଣସି ଅନଧିକୃତ ପରିବର୍ତ୍ତନ କରାଯାଇନଥିବ, ତେବେ ତାହାକୁ ହିଁ ପ୍ରକୃତ ପ୍ରମାଣ ରୂପେ ଅଦାଲତରେ ଗ୍ରହଣ କରାଯିବ।
ପୁରୁଣା ଆଇନ ସହ ତୁଳନା
ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ଆକ୍ଟ, ୧୮୯୧ ଯେତେବେଳେ ଲାଗୁ ହୋଇଥିଲା, ସେତେବେଳେ ଦୁନିଆରେ କମ୍ପ୍ୟୁଟର କିମ୍ବା ଇଲେକ୍ଟ୍ରୋନିକ୍ ବ୍ୟବସ୍ଥାର ପ୍ରଚଳନ ନଥିଲା। ସମୟ ବଦଳିବା ସହିତ ଭାରତରେ ଡିଜିଟାଲ୍ ଲେଣଦେଣ ଓ କୋର୍ ବ୍ୟାଙ୍କିଙ୍ଗ୍ ସିଷ୍ଟମ୍ ବ୍ୟାପକ ହୋଇଛି। ଡିଜିଟାଲ୍ ଯୁଗର ଆବଶ୍ୟକତାକୁ ନଜରରେ ରଖି ସରକାର ଏହି ପୁରୁଣା ଆଇନକୁ ବଦଳାଇ ଏକ ସମୟୋପଯୋଗୀ ଆଇନ ପାରିତ କରିଛନ୍ତି, ଯାହା ଭାରତୀୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଏକ ନୂଆ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।
ନିଟ୍‌ ପେପର ଲିକ୍ ଓ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ: ସଂସଦ ବାହାରେ କଳା ପୋଷାକରେ ବିରୋଧୀ ସାଂସଦଙ୍କ ପ୍ରତିବାଦ
ନୂଆଦିଲ୍ଲୀ: ନିଟ୍‌ ପ୍ରଶ୍ନପତ୍ର ପ୍ରସଙ୍ଗରେ ସଂସଦ ପରିସରରେ କଳା ଡ୍ରେସ୍‌ ପିନ୍ଧି ବିରୋଧୀ ସାଂସଦଙ୍କ ପ୍ରତିବାଦ । ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ ଏବଂ ପୋଲିସ ଦ୍ୱାରା ବଳପୂର୍ବକ ହଟାଯିବାର ଗୋଟିଏ ଦିନ ପରେ ବିରୋଧୀ ଦଳର ସାଂସଦମାନେ ଆଜି ସଂସଦ ପରିସରରେ ପହଞ୍ଚିଛନ୍ତି। ପୋଲିସର ବର୍ବରତା ତଥା ଛାତ୍ରଛାତ୍ରୀଙ୍କ ସମସ୍ୟା ପ୍ରତି ସରକାରଙ୍କ ଉଦାସୀନତାକୁ ବିରୋଧ କରି ସେମାନେ କଳା ପୋଷାକ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଇଣ୍ଡିଆ (INDIA) ମେଣ୍ଟର ସାଂସଦମାନେ ସଂସଦ ପରିସର ବାହାରେ ଏକାଠି ହୋଇ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ନିଟ୍ (NEET) ପେପର ଲିକ୍ ମାମଲାରେ ଛାତ୍ରଛାତ୍ରୀଙ୍କ ସମସ୍ୟା ପ୍ରତି ସରକାରଙ୍କ ଆଭିମୁଖ୍ୟକୁ କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ତୃଣମୂଳ କଂଗ୍ରେସ ଭଳି ଦଳର ନେତାମାନେ ତୀବ୍ର ନିନ୍ଦା କରିଛନ୍ତି। ମଙ୍ଗଳବାର ଦିନ ବିକ୍ଷୋଭକାରୀ ଏବଂ ବିରୋଧୀ ନେତାଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରମୁଖ କଳା ପୋଷାକ ପିନ୍ଧି ପ୍ରତିବାଦ ଜଣାଇଛନ୍ତି। ବିରୋଧୀ ଦଳ ପକ୍ଷରୁ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି।
କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ ଏହି ଘଟଣାକୁ "ଅଘୋଷିତ ଜରୁରୀକାଳୀନ ପରିସ୍ଥିତି" ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ, ସରକାର ଯେପରି ନିର୍ଲଜ୍ଜ ଭାବେ ବିରୋଧୀ ଦଳ ନେତାଙ୍କୁ ଗିରଫ କଲେ ଏବଂ ଆକ୍ରମଣ କଲେ, ତାହା ଗଣତନ୍ତ୍ର ପାଇଁ ବିପଦ ଏବଂ କେବଳ ଶାନ୍ତିପୂର୍ଣ୍ଣ ଭାବେ ସରକାରଙ୍କ ବିରୋଧରେ ଲଢେଇ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ସେହିପରି ଅନ୍ୟତମ ସାଂସଦ କେ. ସୁରେଶ କହିଛନ୍ତି ଯେ, ବିରୋଧୀ ଦଳ ନେତା ଓ ଅନ୍ୟ ସାଂସଦଙ୍କ ପ୍ରତି ପୋଲିସର ବର୍ବରତା ବିରୋଧରେ ଆମେ କଳା ପୋଷାକ ପିନ୍ଧି ମକର ଦ୍ୱାର ସମ୍ମୁଖରେ ବିକ୍ଷୋଭ କରୁଛୁ।
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବି। ନିର୍ଦ୍ଧାରିତ ସମୟ ସୀମାରେ ଶେଷ ହୋଇଛି ଅଧିବେଶନ। ଗତ ଜୁଲାଇ ୨୧ରୁ ଆରମ୍ଭ ହୋଇଥିଲା ଅଧିବେଶନ। ଏହା ସହ ଆଜି ରାଜ୍ୟସଭାରେ ଗୃ଼ହିତ ହୋଇଛି ଅନଲାଇନ ଗେମିଂ ବିଲ। ଗତକାଲି ଲୋକସଭାରେ ଗୃହିତ ହୋଇଥିଲା ବିଲ୍। ଚଳିତ ଅଧିବେଶନରେ ବିହାର ଏସଆଇଆର ପ୍ରସଙ୍ଗରେ ଗୃହ ହୋଇଥିଲା ବାରମ୍ବାର ମୁଲତବି। ଏହି ଅଧିବେଶନ କାଳରେ ଲୋକସଭାରେ ଗୃହିତ ହୋଇଥିଲା ୧୨ଟି ବିଲ୍। ଏହା ସହ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ହୋଇଥିଲା ଆଲୋଚନା। ଅଧିବେଶନ କାଳରେ ଅପରେସନ ସିନ୍ଦୂର ପ୍ରସଙ୍ଗରେ ହୋଇଥିଲା ଘମାଘୋଟ ଆଲୋଚନା। ସେହିପରି ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ଇସ୍ତଫାକୁ ନେଇ ବି ଗୃହରେ ଦେଖାଦେଇଥିଲା ଅଚଳାବସ୍ଥା। ବିହାର ଏସଆଇଆର ପ୍ରସଙ୍ଗରେ ଲଗାତାର ଗୃହରେ ସୃଷ୍ଟି ହୋଇଥିଲା ଝଡ଼। ଏସଆଇଆର ପ୍ରସଙ୍ଗରେ ଗୃହ ବାରମ୍ବାର ହୋଇଥିଲା ମୁଲତବି। ଗତ ଜୁଲାଇ ୨୧ରୁ ଆରମ୍ଭ ହୋଇଥିଲା ଅଧିବେଶନ। ଗତକାଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଗୃହରେ ଆଗତ କରିଥିଲେ କେତେକ ଗୁରୁତ୍ବପୂର୍ଣ୍ଣ ବିଲ୍। ସେଥିରେ ଥିଲା ଜାମ୍ମୁ କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ ୨୦୨୫, କେନ୍ଦ୍ର ଶାସିତ ଅଞ୍ଚଳ ସରକାର ବିଲ୍ ୨୦୨୫ ଓ ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍।
ନୂଆଦିଲ୍ଲୀ: ସଂସଦରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ଆଗତ ହୋଇଛି ୩ଟି ବିଲ୍ । ଲୋକସଭାରେ ୩ଟି ସଂଶୋଧନ ବିଲକୁ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍-୨୦୨୫ ଆଗତ । କେନ୍ଦ୍ରଶାସିତ ଅଞ୍ଚଳ ସରକାର ସଂଶୋଧନ ବିଲ୍-୨୦୨୫ ଆଗତ ଏବଂ ଜମ୍ମୁକାଶ୍ମୀର ପୁନର୍ଗଠନ ବିଲ୍- ୨୦୨୫ ଆଗତ କରିଛନ୍ତି ଅମିତ ଶାହ । ୩ଟି ବିଲ୍ ଆଗତ କରିବା ପରେ ବିଲ ଗୁଡ଼ିକୁ ଜେପିସିକୁ ପଠାଇବାକୁ ଶାହ ପ୍ରସ୍ତାବ ଦେଇଥିଲେ ।
ଏହି ବିଲ୍‌ଗୁଡ଼ିକରେ ଏକ ବ୍ୟବସ୍ଥା ଅଛି ଯେ ଯଦି କେନ୍ଦ୍ର ମନ୍ତ୍ରୀ ପରିଷଦର କୌଣସି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟ ମନ୍ତ୍ରୀ ଏପରି ଗମ୍ଭୀର ଅପରାଧରେ ଗିରଫ ହୁଅନ୍ତି, ଯାହାର ପରିଣାମ ସ୍ୱରୂପ ସର୍ବନିମ୍ନ ୫ ବର୍ଷ ଜେଲ୍ ହୋଇପାରେ ଏବଂ ତାଙ୍କୁ ଲଗାତାର ୩୦ ଦିନ ପାଇଁ ହାଜତରେ ରଖାଯାଏ, ତେବେ ୩୧ ତମ ଦିନରେ ତାଙ୍କୁ ଇସ୍ତଫା ଦେବାକୁ ପଡିବ । ନହେଲେ ପଦରୁ ହଟାଇ ଦିଆଯିବ । ବିଶେଷ କଥା ହେଉଛି ଏହି ନିୟମ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ପରି ଅନ୍ୟ ବଡ଼ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ଏପର୍ଯ୍ୟନ୍ତ ନିୟମ ଅନୁଯାୟୀ, ଯଦି କୌଣସି ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ଗିରଫ ହୁଅନ୍ତି କିମ୍ବା ଜେଲ ଯାଆନ୍ତି ତେବେ ତାଙ୍କ ଇସ୍ତଫା ଦେବାର କୌଣସି ବ୍ୟବସ୍ଥା ନଥିଲା । ତଥାପି ଏହି ବିଲ୍ ଆଜି ପାସ୍ ହେବ ନାହିଁ । ଏହାକୁ ସଂସଦର ସିଲେକ୍ଟ କମିଟିକୁ ପଠାଯିବ।
ହେଲେ ଏହି ବିଲ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ବିରୋଧୀ । ଏପରି କରି ସରକାର ଅଣ-ବିଜେପି ସରକାରଙ୍କ ପ୍ରତି ଦାଉ ସାଧିବେ ବୋଲି ଅଭିଯୋଗ କରି ଲୋକସଭା ଗୃହରେ ଜୋରଦାର ହଙ୍ଗାମା କରିଛନ୍ତି ବିରୋଧୀ । ବିଲଟି ଲୋକସଭାରେ ଆଗତ ହେବା ପରେ ଉକ୍ତ ବିଲର କପିକୁ ଚିରିକି ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଆଡକୁ ଫିଙ୍ଗିଛନ୍ତି ବିରୋଧୀ । ଫଳରେ ଗୃହକୁ ୩ଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଛି ।