Healthy - The Sakala
ଶୀଘ୍ର ଆସିବ ବିଜେଡିର ନିର୍ବାଚନୀ ଇସ୍ତାହାର: ସୁସ୍ଥ, ସମୃଦ୍ଧ, ସଶକ୍ତ, ସମ ବିକାଶ ଓଡ଼ିଶା ଲକ୍ଷ୍ୟ
ଭୁବନେଶ୍ୱର: ଶୀଘ୍ର ଆସିବ ବିଜେଡିର ନିର୍ବାଚନୀ ଇସ୍ତାହାର। ଏଥିପାଇଁ ରାଜ୍ୟବ୍ୟାପୀ ବିଭିନ୍ନ ବର୍ଗର ଲୋକ ମତାମତ ଦେଇଛନ୍ତି। ଗତକାଲି ଶଙ୍ଖ ଭବନରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ଏଥର ନିର୍ବାଚନୀ ଇସ୍ତାହାରରେ ଛାତ୍ର ଓ ଯୁବକଙ୍କୁ ବିଜେଡି ପ୍ରାଥମିକତା ଦେବାର ସମ୍ଭାବନା ଯଥେଷ୍ଟ ଅଧିକ। ସେହିପରି ସମାଜର ଅନ୍ୟ ବର୍ଗଙ୍କୁ ଇସ୍ତାହାରରେ ସ୍ଥାନ ମିଳିବା ନେଇ ଚର୍ଚ୍ଚା ହେଉଛି। ଚାଷୀ, ମହିଳା ବର୍ଗ ବିଜେଡି ଫୋକସରେ ରହିଛନ୍ତି। ଲୋକଙ୍କ ମୌଳିକ ଆବଶ୍ୟକତାକୁ ଫୋକସ ଦିଆଯାଇଥିବାବେଳେ ସେଥିରେ ରହିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ଗ୍ୟାରେଣ୍ଟି। କୁହାଯାଉଛି ଏଥର ବି ଦଳର ନିର୍ବାଚନୀ ଇସ୍ତାହାରରେ ସବୁ ବର୍ଗକୁ ପ୍ରାଧାନ୍ୟ ଦେବ। ଖାସ୍‌ କରି ଛାତ୍ର ଇସ୍ତାହାର ଓ ଯୁବ ବଜେଟକୁ ଗୁରୁତ୍ୱ ଦେବ ବିଜୁ ଜନତା ଦଳ। ଛାତ୍ର ଓ ଯୁବ ସମାଜର ଭବିଷ୍ୟତ ଗଢିବାରେ ଏସବୁ ସହାୟକ ହେବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହି ଆସୁଛନ୍ତି, ଆଗାମୀ ୧୦ ବର୍ଷ ଯୁବ ବର୍ଗଙ୍କର ହେବ। ନବୀନ ଓଡ଼ିଶା, ସଶକ୍ତ ଓଡ଼ିଶା ନିର୍ମାଣକୁ ଆମର ଯୁବ ଓ ଛାତ୍ର ସମାଜ ହିଁ ସାକାର କରିପାରିବେ। ନବୀନ ଓଡ଼ିଶା, ସଶକ୍ତ ଓଡ଼ିଶାର ମୂଳଦୁଆ ସ୍ୱରୂପ ସରକାର ଏବେ ଠାରୁ ଯୁବ ଓ ଛାତ୍ର ସମାଜକୁ ଲକ୍ଷ୍ୟରେ ରଖି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଅପରପକ୍ଷେ ସମାଜର ସବୁ କ୍ଷେତ୍ରର ଜନତାଙ୍କ ସୁଖ ସୁବିଧା ଚିନ୍ତା କରୁଥିବା ରାଜ୍ୟ ସରକାର ନିର୍ବାଚନୀ ଇସ୍ତାହାରରେ ବିଶେଷ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି। ସୂଚନା ଅନୁସାରେ ଛାତ୍ର ଇସ୍ତାହାରରେ କ’ଣ ରହିବ, ସେ ନେଇ ବିଭିନ୍ନ ଜିଲ୍ଲାରୁ ଛାତ୍ରଛାତ୍ରୀଙ୍କ ମତାମତ ଅଣାଯାଇଛି। ସେହିପରି କୃଷି ବଜେଟ ପରି ଯୁବ ବଜେଟ ଆଣାଯିବ। ଦକ୍ଷତା ବିକାଶ ସହ ଯୁବକଙ୍କୁ ରୋଜଗାରକ୍ଷମ କରିବା ଲକ୍ଷ୍ୟ ନେଇ ଏହି ବଜେଟ ପ୍ରସ୍ତୁତ କରାଯିବ।
ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ କ୍ୟାବିନେଟରେ ହିଁ ଛାତ୍ର ଇସ୍ତାହାର ଓ ଯୁବ ବଜେଟ ଉପରେ ମୋହର ମାରିବେ ନବୀନ। ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ବିଜେଡିର ୩୮ ଜଣିଆ ନିର୍ବାଚନ ଇସ୍ତାହାର କମିଟି କାମ ଆରମ୍ଭ କରି ଦେଇଛି। ଏ ସମସ୍ତ ନେତା ସମାଜର ବିଭିନ୍ନ କ୍ଷେତ୍ର, ବିଭିନ୍ନ ଅଞ୍ଚଳ, ବିଭିନ୍ନ ବର୍ଗର ଲୋକଙ୍କ ମତାମତ ନେଇ ନବୀନ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ ପାଇଁ ଆଲୋଚନା କରି ଦଳୀୟ ଇସ୍ତାହାର ପ୍ରସ୍ତୁତ କରୁଛନ୍ତି। bjdmanifesto2024@gmail.com ଜରିଆରେ ଇସ୍ତାହାର ପାଇଁ ମତାମତ ଆସିବାରେ ଲାଗିଲାଣି। ଇସ୍ତାହାର କମିଟିର ପରବର୍ତ୍ତି ବୈଠକରେ ଏସବୁ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ବିଧିବଦ୍ଧ ନିଷ୍ପତ୍ତି ହେବ। ଚୂଡ଼ାନ୍ତ ରୂପରେଖରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋହର ମାରିବେ । ସେପଟେ ଦିନକୁ ଦିନ ବିଜେଡିର ସମର୍ଥନ ବଢିବାରେ ଲାଗୁଛି। ମସଜିଦ୍‌ ଓ ଚର୍ଚ୍ଚର ବିକାଶ ସହ କବରସ୍ଥାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଗଣା ଜମି ପ୍ରଦାନ କରିଛନ୍ତି।
ବିଭିନ୍ନ ସଂଖ୍ୟାଲଘୁ ସଂପ୍ରଦାୟ ଦୈନିକ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରୁଛନ୍ତି। ସମ ବିକାଶ ଓ ଧର୍ମ ନିରପେକ୍ଷ ରାଜନୀତି ହେଉଛି ନବୀନ ମନ୍ତ୍ର। ସମସ୍ତଙ୍କୁ ନେଇ ଦୁଇ ଦଶନ୍ଧିରୁ ଅଧିକ କାଳ ରାଜ୍ୟର ବିକାଶରେ ଲାଗି ପଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଗତ ୫ ବର୍ଷରେ ହୋଇଥିବା ଅଭୂତପୂର୍ବ ୫-ଟି ରୂପାନ୍ତରଣ ସବୁ ବର୍ଗର ଲୋକଙ୍କୁ ଛୁଇଁଛି। ରାସ୍ତାରୁ ନେଇ ଧାର୍ମିକ ଅନୁଷ୍ଠାନ, ବିଦ୍ୟାଳୟରୁ ନେଇ ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ, ଖେଳ ପଡିଆରୁ ନେଇ ମୌଳିକ ଭିତ୍ତିଭୂମି ପର୍ଯ୍ୟନ୍ତ ସବୁଠି ବିକାଶର ବାର୍ତ୍ତା ସ୍ପଷ୍ଟ ଦୃଶ୍ୟମାନ। ୨୦୩୬ରେ ସ୍ୱତନ୍ତ୍ର ରାଜ୍ୟ ଗଠନର ୧୦୦ ବର୍ଷ ପୂର୍ତ୍ତି ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ଲାଗି ରାଜ୍ୟ ସରକାରଙ୍କ ପ୍ରତିଦ୍ଧତା ବାସ୍ତବ ରୂପ ପାଉଛି। ଏସବୁ ଦୃଷ୍ଟିରୁ ଚଳିତ ନିର୍ବାଚନ ପାଇଁ ବିଜେଡିର ଇସ୍ତାହାର ବିକାଶର ନୂଆ ପଥ ଉନ୍ମୁକ୍ତ କରିବ ବୋଲି କୁହାଯାଉଛି।
ଆଜିକାଲି ସୁସ୍ଥ ରହିବା ପାଇଁ ଲୋକମାନେ ଅନେକ ପ୍ରକାର ଚେଷ୍ଟା କରୁଛନ୍ତି। ସନ୍ତୁଳିତ ଭୋଜନ ଗ୍ରହଣ କରି ଶରୀରକୁ ସୁସ୍ଥ ରଖାଯାଇପାରିବ। କିଛି ସହଜ ଓ ସରଳ ଉପାୟ ଅବଲମ୍ବନ କରି ଦୈନନ୍ଦିନ କାର୍ଯ୍ୟ ଭିତରେ ସୁସ୍ଥତା ଲାଭ କରିହେବ। ସେଗୁଡ଼ିକ ହେଉଛି…
ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଆନ୍ତୁ। ଏହାଦ୍ବାରା ପାଚନକ୍ରିୟା ଠିକ୍‌ ହୋଇଥାଏ ଏବଂ ଶରୀର ସୁସ୍ଥ ରହେ।
ଦ୍ବିପ୍ରହର ଓ ରାତ୍ରି ସମୟରେ ଭୋଜନ କରିବା ପୂର୍ବରୁ ସାଲାଡ୍‌ ନିଶ୍ଚୟ ଖାଆନ୍ତୁ।
ଅଟାରେ ଅଳ୍ପ ଚୋକଡ଼ ରଖି,ସେଥିରେ ରୁଟି ପ୍ରସ୍ତୁତ କରନ୍ତୁ।
ରାତିରେ କମ୍‌ ପରିମାଣରେ ଖାଦ୍ୟ ଖାଆନ୍ତୁ।
ଖାଦ୍ୟରେ ଲୁଣର ବ୍ୟବହାର କମ୍‌ କରନ୍ତୁ।
ପନିପରିବାର ଚୋପାକୁ ସମ୍ପୂର୍ଣ୍ଣ ଛଡ଼ାନ୍ତୁ ନାହିଁ।
ଫାଷ୍ଟଫୁଡ୍‌ରୁ ଦୂରେଇ ରହନ୍ତୁ।
ସବୁଜ, ହଳଦିଆ, ଲାଲ୍‌ ରଙ୍ଗର ଫଳ ଓ ପନିପରିବା ଅଧିକ ଖାଆନ୍ତୁ।
ଅଧିକ ଦିନ ଖାଦ୍ୟକୁ ଫ୍ରିଜ୍‌ରେ ରଖି ଖାଆନ୍ତୁ ନାହିଁ।
ସକାଳେ ଓ ସନ୍ଧ୍ୟାରେ କିଛି ସମୟ ଭ୍ରମଣ ପାଇଁ ଯାଆନ୍ତୁ ଓ ନିୟମିତ ବ୍ୟାୟାମ ନିଶ୍ଚୟ କରନ୍ତୁ।
ଭିଟାମିନ୍-ସି’ ର ମାତ୍ରାଧିକ ସେବନ ଶରୀର ପାଇଁ ହୋଇପାରେ ହାନିକାରକ
କେବଳ କରୋନା ନୁହେଁ; ସବୁ ପ୍ରକାର ଭୂତାଣୁ ଦାଉରୁ ଶରୀରକୁ ରକ୍ଷା କରିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଜରୁରୀ। ତେବେ ଏବେ ସମସ୍ତେ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କାଢ଼ା, ଭିଟାମିନ୍ ସି, ଭଟାମିନ୍ ଡି, ଭିଟାମିନ୍ ଇ ସହ ଜିଙ୍କ୍ ଔଷଧ ଖାଉଛନ୍ତି। ଅବଶ୍ୟ ହେଲଦି ଡାଏଟ୍ ସହ ଯୋଗ ଓ ଏକ୍ସରସାଇଜ୍ ସହିତ ସୀମିତ ମାତ୍ରାରେ ଏସବୁ ଖାଇବା ଦରକାର। କିନ୍ତୁ ଏହା ପ୍ରତି କେହି ଧ୍ୟାନ ହେଉ ନାହାନ୍ତି। ବିଶେଷଜ୍ଞଙ୍କ ଅନୁସାରେ, ଏସବୁର ମାତ୍ରାଧିକ ସେବନ ଶରୀର ପାଇଁ ହାନିକାରକ। ମାସ ମାସ ଧରି ଭିଟାମିନ୍ ସି ଔଷଧ ଖାଇବା ଦ୍ବାରା କିଡ୍ନୀରେ ଷ୍ଟୋନ୍, ଛାତି ଜ୍ବଳନ, ପେଟ ଫୁଲିବା ଭଳି ସମସ୍ୟା ଦେଖାଦେଇପାରେ। ସେହିପରି ଜିଙ୍କ୍‌ର ଅତ୍ୟଧିକ ବ୍ୟବହାର ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସୃଷ୍ଟି କରେ।
ତେବେ ଭିଟାମିନ୍ ସି’ର ହଜାରେ ମିଲିଗ୍ରାମରୁ ଅଧିକ ଦୈନିକ ସେବନ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାକୁ ଡାକିଆଣେ। ଏହାଦ୍ବାରା କିଡ୍ନୀ ଷ୍ଟୋନ୍, ଡାଇରିଆ, ପାଚନତନ୍ତ୍ର ସମ୍ବନ୍ଧୀୟ ପ୍ରମୁଖ ରୋଗ ଦେଖା ଦେଇପାରେ। ୪୦ ଗ୍ରାମ୍‌ରୁ ଅଧିକ ଜିଙ୍କ୍ର ସେବନ ଶରୀର ପାଇଁ କ୍ଷତିକାରକ। ଏହାଦ୍ବାରା କିଡ୍‌ନୀ ଓ ପେଟ ସହ ସମ୍ବନ୍ଧୀୟ ରୋଗ ବଢ଼ିବା ଆଶଙ୍କା ଅଧିକ। ସେହିପରି ୨୦ ମିଲିଗ୍ରାମ୍‌ରୁ ଅଧିକ ଭିଟାମିନ୍ ଇ’ ଖାଇବା ଦ୍ବାରା ହୃଦ୍‌ରୋଗ ସମେତ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ଦେଖାଦିଏ।
କାହା ପାଇଁ କେତେ ପରିମାଣ :
– ୧୮ରୁ ଊର୍ଦ୍ଧ୍ବ ବୟସ୍କ ପୁରୁଷ ୧୧ ମିଲିଗ୍ରାମ୍‌ ଓ ମହିଳାଙ୍କୁ ୯ ମିଲିଗ୍ରାମ୍‌ ଜିଙ୍କ୍‌ ଖାଇବା ଦରକାର।
– ୧୧ରୁ ୧୨ ମିଲିଗ୍ରାମ୍‌ ଜିଙ୍କ୍‌ ଗର୍ଭବତୀ ମହିଳା ଗ୍ରହଣ କରିପାରିବେ।
– ୧୨ରୁ ୧୩ ମିଲିଗ୍ରାମ୍‌ ଜିଙ୍କ୍‌ ସ୍ତନ୍ୟପାନ କରୁଥିବା ମାଆମାନେ ଖାଇବା ଉଚିତ।
– ୧୪ରୁ ଅଧିକ ବୟସ୍କ ୧୫ ମିଲିଗ୍ରାମ ଭିଟାମିନ୍ – ଇ’ ଖାଇବା ଆବଶ୍ୟକ।
– ୬୫ରୁ ୯୦ ମିଲିଗ୍ରାମ୍‌ ଭିଟାମିନ୍ – ସି’ ବୟସ୍କମାନେ ଗ୍ରହଣ କରିବା ଦରକାର।
– ୦୬ରୁ ୮ ଗ୍ରାମ୍ ଭିଟାମିନ୍ ସି’ ନେବା ଦ୍ବାରା ଥଣ୍ଡାରୁ ମୁକ୍ତି ମିଳିଥାଏ।
ସୁସ୍ଥ ରହିବା ପାଇଁ ଔଷଧ ବଦଳରେ ଡାଏଟ୍ ଉପରେ ଧ୍ୟାନ ଦିଅନ୍ତୁ
ସଂକ୍ରମଣ ବଢ଼ୁଥିବାରୁ ଏବେ ମର୍ଣ୍ଣିଂ ୱାକ୍‌, ଇଭ୍‌ନିଂ ୱାକ୍‌, ସାଇକଲିଂ ଉପରେ କଟକଣା ଲାଗୁ ହୋଇଛି। ତେବେ ବାହାରେ ଚଲାବୁଲା କଲେ କି ଜିମ୍‌ ଯାଇ ଏକ୍ସରସାଇଜ୍ କରିବା ଦ୍ବାରା ଶରୀର ଫିଟ୍ ରହିବ ତାହା ନୁହେଁ; ଘରେ କିଛି ଏକ୍ସରସାଇଜ୍ କରିବା ଦ୍ବାରା ଯେକେହି ବି ନିଜକୁ ଫିଟ୍ ରଖିପାରିବେ ବୋଲି କହିଛନ୍ତି ଫିଟ୍‌ନେସ୍ କାଉନ୍‌ସିଲର୍ ପୁପୁନ୍ କୁମାର ସ୍ବାଇଁ।
ସୁସ୍ଥ ହେବାର ଦୁଇ ସପ୍ତାହ ପରେ କରନ୍ତୁ ଏକ୍ସର୍‌ସାଇଜ୍: ଏବେ ତ ଜିମ୍ ବନ୍ଦ। ଜରୁରୀ ନୁହେଁ, ଜିମ୍‌ ଆସି ଏକ୍ସରସାଇଜ୍ କରିବା। କିଛି ବଡି ୱେଟ୍ ଏକ୍ସରସାଇଜ୍ ଘରେ କରିବା ସମ୍ଭବ। ଏଇ ଯେମିତି ସ୍କାର୍ଟ, ପ୍ଲାଙ୍କ୍‌ ଭଳି କିଛି ଏକ୍ସରସାଇଜ୍ ସମେତ ସୂର୍ଯ୍ୟ ନମସ୍କାର ଆଦି କରାଯାଇପାରିବ। ଏହାବାଦ୍ ଯୁବପିଢ଼ି ଘରେ ଛୋଟ ତଥା ବଡ଼ ଡମ୍ବେଲ ଉଠାନ୍ତୁ। ଏସବୁ ଦ୍ବାରା ଶରୀର ଫିଟ୍‌ ରହିଥାଏ। ତେବେ କୋଭିଡ୍‌ରୁ ସୁସ୍ଥ ହେବାର ଦୁଇ ସପ୍ତାହ ପରେ ଏକ୍ସରସାଇଜ୍ ଘରେ କରାଯାଇପାରିବ।
ସମସ୍ତେ ଯୋଗ କରନ୍ତୁ: ସବୁ ବୟସବର୍ଗର ଲୋକମାନେ ଘରେ ଯୋଗ କରିବା ଉଚିତ୍। ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିରେ ଯୋଗ ସାହାଯ୍ୟ କରେ। ଛୋଟପିଲାଙ୍କ ପାଇଁ ଷ୍ଟ୍ରେଚିଂ, ଜିମନାସିଟ୍ ଭଳି କିଛି ଏକ୍ସରସାଇଜ୍ ଅଛି ସେସବୁ ସେମାନେ କରିପାରିବେ।
ଡାଏଟ୍ ଉପରେ ଗରୁତ୍ବ ଦିଅନ୍ତୁ: ଅନ୍ୟପଟେ ଯେଉଁମାନେ ପ୍ରୋଟିନ୍ ସପ୍ଲିମେଣ୍ଟ୍ ନେଉଥିବେ ସେସବୁକୁ ମଧ୍ୟ କିଛି ସମୟ ପାଇଁ ବନ୍ଦ କରିବାକୁ ପଡ଼ିବ। କାରଣ ଏହାଦ୍ବାରା ଶରୀରରେ କ’ଣ ପ୍ରତିକ୍ରିୟା ଘଟିବ, କିଛି କହି ହେବ ନାହିଁ। ସେଥିପାଇଁ ସପ୍ଲିମେଣ୍ଟ୍ ଉପରେ ନିର୍ଭରଶୀଳ ନ ହୋଇ ଡାଏଟ୍ ଉପରେ ଧ୍ୟାନ ଦେବାକୁ ପଡ଼ିବ।
ଫାଷ୍ଟଫୁଡ୍ ଖାଦ୍ୟରୁ ଦୂରରେ ରୁହନ୍ତୁ: କୋଭିଡ୍ ହେବା ପରେ ଲୋକେ ଅଧିକ ଫାଷ୍ଟ୍‌ଫୁଡ୍ ଖାଦ୍ୟ ଖାଉଛନ୍ତି। ଅର୍ଥାତ୍ ବିରିଆନୀ, ରୋଲ୍, ତେଲ-ମସଲା, ମଇଦାଯୁକ୍ତ ଖାଦ୍ୟପଦାର୍ଥଠାରୁ ଦୂରେଇ ରହିବା ଦରକାର। ଏହି ଖାଦ୍ୟ ଦ୍ବାରା ଆଉଥରେ ସଂକ୍ରମଣ ହେବା ଆଶଙ୍କା ରହିଛି। ଅନ୍ୟପଟେ ଆମିଷ ଖାଦ୍ୟ ଟିକେ କମ୍ ଖାଇବା ଉଚିତ। ଶରୀରକୁ ଉପଯୁକ୍ତ ଖାଦ୍ୟ ମିଳିଲେ ଶରୀର ସୁସ୍ଥ ରହିବ ଓ ରୋଗପ୍ରତିରୋଧକ ଶକ୍ତି ବଢ଼ିବ।