Zelensk - The Sakala
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଭେଟିବା ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡାମିର ଜେଲେଁସ୍କିଙ୍କୁ  ଆଜି
ଭେଟିବାର କାର୍ଯ୍ୟକ୍ରମ ରହିଛି। ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ରୋକିବା ହିଁ ଏହି ବୈଠକର ମୂଳ ଲକ୍ଷ୍ୟ ବୋଲି କୁହାଯାଉଛି। ବୈଠକରେ ଜେଲେଁସ୍କିଙ୍କୁ ବାଦ୍‌‌ ଦେଲେ ୟୁରୋପୀୟ ରାଷ୍ଟ୍ର ସଂଘର ଅଧ୍ୟକ୍ଷ ଉର୍ସୁଲା ଭୋନ୍‌‌ ଡେର ଲେୟେନ, ନାଟୋ ମହାସଚିବ ମାର୍କ ରୁଟ୍‌‌, ବ୍ରିଟେନ ପ୍ରଧାନମନ୍ତ୍ରୀ କିର ଷ୍ଟାରମର, ଜର୍ମାନୀ ଚାନ୍ସଲର ଫ୍ରେଡେରିକ ମର୍ଜ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଭଳି ୟୁରୋପୀୟ ନେତା ମଧ୍ୟ ଉପସ୍ଥିତ ରହିବେ। ହ୍ବାଇଟ ହାଉସରେ ହେବାକୁ ଥିବାଏହି ବୈଠକ ଉପରେ ସାରା ବିଶ୍ବର ନଜର ରହିଛି।
ଗତ ୭ ମାସ ମଧ୍ୟରେ ଟ୍ରମ୍ପ ଓ ଜେଲେଁସ୍କି ତୃତୀୟଥର ପାଇଁ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଗତ ବୈଠକରେ ଟ୍ରମ୍ପ ଓ ଜେଲେଁସ୍କିଙ୍କ ମଧ୍ୟରେ ଜୋରଦାର୍‌‌ ଯୁକ୍ତିତର୍କ ହୋଇଥିଲା। ଆମେରିକାଠାରୁ ସାହାଯ୍ୟ ପାଇଥିଲେ ମଧ୍ୟ ଜେଲେଁସ୍କି କୃତଜ୍ଞ ନୁହଁ ବୋଲି ଟ୍ରମ୍ପ କହିଥିଲେ। ଖାସ ଏହି କାରଣରୁ ଦୁଇ ଦେଶ ମଧ୍ୟରେ ଖଣିଜ ପଦାର୍ଥକୁ ନେଇ କୌଣସି ଚୁକ୍ତି ହୋଇପାରି ନଥିଲା। ଏହାପରେ ଦୁହେଁ ଗତ ଏପ୍ରିଲ ୨୬ରେ ରୋମ୍‌‌ରେ ପୋପ୍‌‌ଙ୍କ ଅନ୍ତିମ ସଂସ୍କାରରେ ପରସ୍ପରକୁ ଭେଟିଥିଲେ। ଏଥର ବୈଠକରେ ଏଭଳି ସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ଆଶା କରାଯାଉଛି। ବୈଠକରେ ଯୋଗ ଦେବାକୁ ଜେଲେଁସ୍କି ଇତିମଧ୍ୟରେ ୱାସିଂଟନରେ ପହଞ୍ଚି ସାରିଛନ୍ତି। ଉଲ୍ଲେଖଥାଉ କି, ୩ ଦିନ ତଳେ ୟୁକ୍ରେନ ଯୁଦ୍ଧକୁ ନେଇ ପୁତିନ ଓ ଟ୍ରମ୍ପ ଆଲସ୍କାରେ ଏକ ହାଇପ୍ରୋଫାଇଲ ବୈଠକରେ ମିଳିତ ହୋଇଥିଲେ। ୩ ଘଣ୍ଟାର ଏହି ବୈଠକରେ କୌଣସି ନିଷ୍କର୍ସ ବାହାରି ପାରି ନ ଥିଲା। ଯୁଦ୍ଧ ଅବସରରେ ରୁଷିଆ ୟୁକ୍ରେନର ୨୦ ପ୍ରତିଶତ ଅଞ୍ଚଳ ଅର୍ଥାତ ପାଖାପାଖି ୧ ଲକ୍ଷ ୪୦ ହଜାର ୫୦୦ ବର୍ଗ କିମି ଅଞ୍ଚଳ ଦଖଲକୁ ଆଣିଛି ଓ ଏହାକୁ ଛାଡିବାକୁ ମନା କରିଛି। ବିନା କୌଣସି ସର୍ତ୍ତରେ ଅସ୍ତ୍ରବିରତି ହେଉ ବୋଲି ଜେଲେଁସ୍କି କହିଛନ୍ତି। ଏବେ ଏହି ବୈଠକ ଉପରେ ସାରା ବିଶ୍ବର ନଜର ରହିଛି।
ୟୁକ୍ରେନ୍‌‌କୁ ସାମରିକ ସଂଗଠନ ନାଟୋରେ ସାମିଲ କରାଯିବ ନାହିଁ ବୋଲି ରାଷ୍ଟ୍ରପତି ଟ୍ରମ୍ପ ବୈଠକ ପୂର୍ବରୁ ସ୍ପଷ୍ଟ କରିଛନ୍ତି। କେବଳ ସେତିକି ନୁହଁ, ୨୦୧୪ରୁ ରୁଷିଆ ଅକ୍ତିଆର କରିଥିବା କ୍ରିମିଆ ଅଞ୍ଚଳ ମଧ୍ୟ ୟୁକ୍ରେନ୍‌‌କୁ ମିଳିବନି ବୋଲି କହିଛନ୍ତି। ଏବେ ୟୁକ୍ରେନ ରାଷ୍ଟ୍ରପତି ଜେଲେଁସ୍କିଙ୍କ ଉପରେ ସବୁକିଛି ନିର୍ଭର କରୁଛି। ସେ ଚାହିଁଲେ ରୁଷିଆ ବିପକ୍ଷରେ ଯୁଦ୍ଧକୁ ରୋକି ପାରିବେ। ସେ ଯୁଦ୍ଧ ଜାରି ରଖିବେ ନା ଶାନ୍ତି ପାଇଁ ରାସ୍ତା ଖୋଜିବେ ସବୁକିଛି ଜେଲେଁସ୍କିଙ୍କ ଉପରେ ନିର୍ଭର କରୁଛି ବୋଲି ଟ୍ରମ୍ପ କହିଛନ୍ତି। ୧୨ ବର୍ଷ ପୂର୍ବେ ସେତେବେଳର ଆମେରିକା ରାଷ୍ଟ୍ରପତି ବାରାକା ଓବାମାଙ୍କ ଗସ୍ତ ବେଳେ ବିନା ଗୁଳି ଚାଳନାରେ ରୁଷିଆକୁ କ୍ରିମିଆ ଦିଆଯାଇଥିଲା ଓ ୟୁକ୍ରେନ ବି ନାଟୋରେ ସାମିଲ ହୋଇ ନ ଥିଲା। ତେଣୁ କିଛି ଜିନିଷ କେବେବି ବଦଳିବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି।
ଅନ୍ୟପଟେ ରୁଷିଆ ରାଷ୍ଟ୍ରପତି ପୁତିନ ୟୁକ୍ରେନକୁ ସୁରକ୍ଷା ପ୍ରତିଶ୍ରୁତି ଦେବେ ବୋଲି ଟ୍ରମ୍ପଙ୍କର ଜଣେ ବିଶେଷ ଦୂତ ଷ୍ଟିଭ ୱିଟ୍‌‌କଫ କହିଛନ୍ତି। ରୁଷିଆ ୟୁକ୍ରେନକୁ ନାଟୋ ଭଳି ସୁରକ୍ଷା ଦେବାକୁ ରାଜି। ଏ ନେଇ ଟ୍ରମ୍ପ ଓ ପୁତିନ ଆଲାସ୍କା ବୈଠକରେ ସହମତି ପ୍ରକାଶ କରିଥିଲେ। ତେବେ ୟୁକ୍ରେନ୍‌‌କୁ ନାଟୋର ସଦସ୍ୟତା ଦେବା ନେଇ ରୁଷିଆ କେବେ ରାଜି ହେବ ନାହିଁ ବୋଲି ପୁତିନ ସ୍ପଷ୍ଟ କରିଥିଲେ। ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଗୁଡିକ ୟୁକ୍ରେନ୍‌‌କୁ ନାଟୋର ଧାରା-୫ ଭଳି ସୁରକ୍ଷା ବ୍ୟବସ୍ଥା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଓ ପ୍ରସ୍ତାବିତ ଚୁକ୍ତିରେ ଏହା ଉଲ୍ଲେଖ କରାଯାଇଛି। ଉଲ୍ଲେଖଥାଉ କି, ନାଟୋର ଧାରା- ୫ ଅନୁସାରେ କୌଣସି ଗୋଟିଏ ରାଷ୍ଟ୍ର ଉପରେ ଆକ୍ରମଣ ହେଲେ ତାହା ସମସ୍ତଙ୍କ ଉପରେ ଆକ୍ରମଣ ବୋଲି ଧରି ନିଆଯିବ। ସେହିପରି ଆମେରିକା ୟୁକ୍ରେନ୍‌‌କୁ ସୁରକ୍ଷା ଗ୍ୟାରେଣ୍ଟି ଦେଇଥିବାରୁ ଜେଲେଁସ୍କି କୃତଜ୍ଞତା ଜଣାଇଛନ୍ତି। ଏହା ଏକ ଐତିହାସିକ ନିଷ୍ପତ୍ତି ସେ କହିଛନ୍ତି। ତେବେ ଏହା କେବଳ କାଗଜ କଲମରେ ନୁହେଁ ବାସ୍ତବରେ ହେବା ଉଚିତ ଓ ଏଥିରେ ୟୁରୋପୀୟ ରାଷ୍ଟ୍ରଗୁଡିକର ସକ୍ରିୟ ଭୂମିକା ରହିବା ନିହାତି ଜରୁରୀ ବୋଲି ଜେଲେଁସ୍କି ସ୍ପଷ୍ଟ କରିଛନ୍ତି।