Weather Update of Odisha - The Sakala
ବାତ୍ୟା ଯୋଗୁଁ ରାଜ୍ୟରେ ଶୀତର ପ୍ରଭାବ ହ୍ରାସ, ୪ ଦିନ ପର୍ଯ୍ୟନ୍ତ ହାଲୁକା ଥଣ୍ଡା...
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଯୋଗୁଁ ରାଜ୍ୟରେ ଶୀତର ପ୍ରଭାବ ହ୍ରାସ ପାଇଛି। ବର୍ତ୍ତମାନ ରାଜ୍ୟକୁ ସମୁଦ୍ର ମଧ୍ୟରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ବଢ଼ିଛି। ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବା ସହ ରାଜ୍ୟରେ ଥଣ୍ଡାର ପ୍ରଭାବ କମ୍‌ ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହାପରେ ପୁଣି ତାପମାତ୍ରା ହ୍ରାସ ପାଇବ ବୋଲି  ଅନୁମାନ କରାଯାଇଛି। ତେବେ ତାପମାତ୍ରା କମିଥିଲେ ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ରବିବାର ସକାଳ ପର୍ଯ୍ୟନ୍ତ ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ ଓ କଳାହାଣ୍ଡି ଆଦିରେ ଘନ କୁହୁଡ଼ି ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଅନ୍ୟପଟେ ବାତ୍ୟା ବର୍ତ୍ତମାନ ଆନ୍ଧ୍ର ମୁହାଁ ହେଉଛି। ଏହାଦ୍ୱାରା ଆନ୍ଧ୍ରରେ ବର୍ଷା ବଢ଼ିବା ସହ ସୋମବାର ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ଆଶଙ୍କା କରାଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସୋମବାର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି କିଛି ସ୍ଥାନରେ କାଁ ଭାଁ ବର୍ଷା ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକୁ ଛାଡ଼ି ଦେଲେ ବାକି ଓଡ଼ିଶାରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ ଜାରି କରାଯାଇଛି।
ସୃଷ୍ଟି ହେଲା ଗଭୀର ଅବପାତ, ଆଗାମୀ ୧୨ ଘଣ୍ଟାରେ ପୁଣି ଏକ ବାତ୍ୟା ସମ୍ଭାବନା !
ଭୁବନେଶ୍ବର: ସୃଷ୍ଟି ହେଲା ଗଭୀର ଅବପାତ। ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ସିଷ୍ଟମ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଆଗାମୀ ୧୨ ଘଣ୍ଟାରେ ପୁଣି ବାତ୍ୟା ସମ୍ଭାବନା। ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣପୂର୍ବ ଶ୍ରୀଲଙ୍କା ପାର୍ଶ୍ବବର୍ତ୍ତୀ ବିଷୁବରେଖା ନିକଟସ୍ଥ ଭାରତମହାସାଗର ଞ୍ଚଳରେ କେନ୍ଦ୍ରୀଭୂତ ରହିଛି ।ଏହା ଆହୁରି ଅଧିକ ଘନିଭୂତ ହୋଇ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ତାମିଲନାଡୁ ଓ ପୁଡୁଚେରୀ ମୁହାଁଇବ। ଏହାର ବିଶେଷ ପ୍ରଭାବ ମଧ୍ୟ ଓଡ଼ିଶା ଉପରେ ରହିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ସୃଷ୍ଟି ହେଲା ବାତ୍ୟା 'ସେନୟାର', ଓଡ଼ିଶାକୁ ନାହିଁ ବିପଦ....
ଭୁବନେଶ୍ୱର: ସୃଷ୍ଟି ହେଲା ବାତ୍ୟା ସେନୟାର। ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ୱବର୍ତ୍ତୀ ଉତ୍ତର ପୂର୍ବରେ ବାତ୍ୟା ସେନୟାର ସୃଷ୍ଟି ହୋଇଛି । ଆଜି ଇଣ୍ଡୋନେସିଆ ଉପକୂଳକୁ ପୂର୍ବାହ୍ନରେ ଅତିକ୍ରମ କରିବା ସମ୍ଭାବନା ରହିଛି। ଏହି ବାତ୍ୟା ଇଣ୍ଡୋନେସିଆର କୁତ୍‌ ମକମୁର ଠାରୁ ପୂର୍ବରେ ୧୦୦ କିମି ଦୂରରେ ରହିଥିବା ବେଳେ ମାଲେସିଆ ଠାରୁ ୬୦୦ କିମି ଦୂରରେ ରହିଛି ।
ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ମାଲେସିଆ ନିକଟବର୍ତ୍ତୀ ମଲାକ୍କା ପ୍ରଣାଳୀ ଏବଂ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ନିମ୍ନ-ଚାପ କ୍ଷେତ୍ର ମଙ୍ଗଳବାର ଦିନ ଘନୀଭୂତ ହୋଇ ଡିପ୍ରେସନରେ ପରିଣତ ହୋଇଛି। ବୁଧବାର ଅପରାହ୍ନ ସୁଦ୍ଧା ଘୂର୍ଣ୍ଣିଝଡ଼ରେ ପରିଣତ ହୋଇପାରେ, ତେଣୁ ତାମିଲନାଡୁ, ପୁଡୁଚେରୀ, ଆନ୍ଧ୍ରପ୍ରଦେଶ ଏବଂ କେରଳ ପାଇଁ ଝଡ଼ ଏବଂ ବର୍ଷା ସତର୍କତା ଜାରି କରାଯାଇଛି।
ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ମଲାକ୍କା ପ୍ରଣାଳୀ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି। ଘୂର୍ଣ୍ଣିଝଡ଼ ସେନ୍ୟାର ଆଜି ଅପରାହ୍ନରେ ଇଣ୍ଡୋନେସିଆ ଉପକୂଳରେ ସ୍ଥଳଭାଗ ଛୁଇଁପାରେ। ତେବେ ଏହି ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। କିଛି ସ୍ଥାନରେ ପାଗ ମେଘୁଆ ରହିବ। ଶୀତର ପ୍ରଭାବ ସାମାନ୍ୟ ରହିବ। ବୁଧବାରଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ। ରାଜ୍ୟରେ ଶୀତ ଅନୁଭବ ହେବ। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟକୁ ବର୍ଷା ଭୟ ନାହିଁ ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା କହିଛନ୍ତି।
ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର, ୪୮ ଘଣ୍ଟାରେ ନେଇପାରେ ବାତ୍ୟାର ରୂପ..
ଭୁବନେଶ୍ବର: ମାଲାକ୍କା ସମୁଦ୍ର ସନ୍ଧିରେ ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର I ମାଲେସିଆ ଏବଂ ପାର୍ଶ୍ଵବର୍ତ୍ତୀ ମାଲାକ୍କା ସମୁଦ୍ର ସନ୍ଧି ଉପରେ ସକ୍ରିୟ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସାମାନ୍ୟ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତିକରି ଆଜି ବର୍ତ୍ତମାନ ମାଲାକ୍କା ସମୁଦ୍ର ସନ୍ଧି ଉପରେ ସକ୍ରିୟ ରହିଛି। ଏହା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି I
ଦ୍ୱନ୍ଦ୍ୱ ବଢ଼ାଇଲା ଯୋଡ଼ା ଲଘୁଚାପ, ବାତ୍ୟା ଗତିପଥ ବଦଳାଇଲେ...
ଭୁବନେଶ୍ୱର: ମଲାକ୍କା ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ସଦୃଶ ଲଘୁଚାପରେ ପରିଣତ ହୋଇଛି। ସୋମବାର ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ଅବପାତ ଓ ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ବାତ୍ୟାର ପରିଣତ ହେବ। ଏହି ସ୍ପଷ୍ଟ ଚିହ୍ନିତ ଲଘୁଚାପ ବର୍ତ୍ତମାନ ସକ୍ରିୟ ରହିଖଥିବା ବେଳେ ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି ଜାରି ରଖିଛି। ଅନ୍ୟପଟେ ଏହି ଲଘୁଚାପ ସହିତ ବଙ୍ଗୋପସାଗରରେ ଆସନ୍ତା ୨୫ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି ଯାହାକି ବାତ୍ୟାର ଗତିପଥ ଓ ତୀବ୍ରତାକୁ ଦ୍ୱନ୍ଦ୍ବାତ୍ମକ କରିଦେଇଛି। ପାଣିପାଗ ବିଶେଷଜ୍ଞମାନେ ଦୁଇଟି ଲଘୁଚାପର ମିଶ୍ରଣ ନେଇ ଆକଳନ କରୁଥିଲେ ମଧ୍ୟ ଏହା ମିଶ୍ରଣ ପରେ କେଉଁ ଆଡ଼କୁ ଗତି କରିବ ତାହା ଆସନ୍ତା ୨୭ ପରେ ସ୍ପଷ୍ଟ ହେବ ବୋଲି କହୁଛନ୍ତି।
ଅନ୍ୟପଟେ ଦୀର୍ଘ ୧୦୦ ବର୍ଷ ର ରେକର୍ଡ ଅନୁଯାୟୀ ଶୀତ ଦିନରେ ବାତ୍ୟା ସୃଷ୍ଟି ହେଲେ ତାହାର ପ୍ରଭାବ ତାମିଲନାଡୁ ବା ଆନ୍ଧ୍ର ଆଡ଼କୁ ହୋଇଥିବା ଦେଖା ଦେଇଛି। ତେଣୁ ଏହି ବାତ୍ୟା ମଧ୍ୟ ଓଡିଶା ଆଡ଼କୁ ଆସିବାର ସମ୍ଭାବନା କମ୍‌ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି। ସେ କହିଛନ୍ତି ଏହା ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡିଶାରେ ଅଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତାଙ୍କ କହିବା ଅନୁଯାୟୀ ବଙ୍ଗୋପସାଗରରେ ୨ ଟି ଲଘୁଚାପ ସୃଷ୍ଟି ହେଉଛି। ଗୋଟେ ଲଘୁଚାପ ଦକ୍ଷିଣ ଆଣ୍ଡମାନ ସାଗର ଓ ଆଖ ପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ବେଳେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗ ଆଡ଼କୁ ଗତି କରୁଛି। ଅନ୍ୟପଟେ ଆଉ ଏକ ଲଘୁଚାପ ଦକ୍ଷିଣ ବଙ୍ଗୋପସାଗରରେ ମଧ୍ୟ ସୃଷ୍ଟି ହେବା ସମ୍ଭାବନା ରହିଛି। ତେବେ କେଉଁ ଲଘୁଚାପ ଶକ୍ତିଶାଳୀ ହେବ କିଏ ଦୁର୍ବଳ ହେବ ଏହା ଏଯାବତ ସ୍ପଷ୍ଟ ହେଉ ନଥିବାରୁ ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପରୁ ଗୋଟିଏ ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବ ବୋଲି ଡଃ ସାହୁ ପୂର୍ବାନୁମାନ କରିଛନ୍ତି। ତେଣୁ ଆସନ୍ତା ୪୮ ଘଣ୍ଟା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।
ବାତ୍ୟା କେତେ ସୁଦୃଢ଼ ହେବ କେଉଁ ଦିଗକୁ ଯିବ ଓଡ଼ିଶାରେ ଏହା ର ପ୍ରଭାବ ପଡିବ କି ନାହିଁ ତାହା ବର୍ତ୍ତମାନ ସ୍ପଷ୍ଟ ହେଉ ନାହିଁ। କିନ୍ତୁ ଡିସେମ୍ୱର ପହିଲାରୁ ରାଜ୍ୟର ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ବିଭିନ୍ନ ମଡେଲ୍‌ର ବାତ୍ୟାକୁ ନେଇ ଦୁଇଟି ଦୃଶ୍ୟପଟ ଆଙ୍କୁଛନ୍ତି। ଏଥିରେ ଜିଏଫ୍‌ଏସ୍‌ ମଡେଲ୍‌ ବାତ୍ୟା ଦୁଇ ତାରିଖ ବେଳକୁ ଓଡ଼ିଶା ଉପକୂଳ ନିଟତର ହୋଇ ଓଡ଼ିଶାରେ ଘସି ହୋଇ ବଙ୍ଗଲାଦେଶ ମୁହାଁ ହୋଇପାରେ। ମାତ୍ର ଇସିଏମ୍‌ଡବ୍ଲୁଏଫ୍‌ ଏହାର ଆକଳନ ସମ୍ପୂର୍ଣ୍ଣ ଅଲଗା ରଖିଛି। ଏହି ମଡେଲ୍‌ ଅନୁଯାୟୀ ବାତ୍ୟାଟି ଡିସେମ୍ବର ୪ ତାରିଖ ବେଳକୁ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ନିକଟତର ହୋଇପାରେ। ମାତ୍ର ଏହାପରେ ବାତ୍ୟା ଦିଗ ପରିବର୍ତ୍ତନ କରି ଆନ୍ଧ୍ର ଓ ତାମିଲନାଡ଼ୁ ମୁହାଁ ହେବ। ଏମିତି ହେଲେ ଓଡ଼ିଶା ଉପରେ ବିଶେଷ ପ୍ରଭାବ ପଡ଼ି ନପାରେ।
ଅନ୍ୟପଟେ ସାମ୍ଭାବ୍ୟ ବାତ୍ୟାକୁ ନେଇ  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,  ବନ୍ୟା ଓ ବାତ୍ୟା ପରିଚାଳନା କରିବାରେ ଓଡିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦେଶରେ ସବୁଠୁ ଆଗରେ। ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ତାକୁ ସାମ୍ନା କରିବାରେ ଆମ ରାଜ୍ୟର ବିପର୍ଯ୍ୟୟ ପପରିଚାଳନା ବିଭାଗ, ଅଗ୍ନିଶମ ବିଭାଗ, ଓଡିଆରଏଫ,ଏନଡିଆରଏଫ ବିଭାଗ ଆଦି ନିକଟରେ ବହୁତ ଅନୁଭବ ରହିଛି। ଜିଲ୍ଲା ପ୍ରଶାସନର ମଧ୍ୟ ଚମକ୍ରାର ପରିଚାଳନା ଦକ୍ଷତା ରହିଛି। ବିଗତ ଦିନରେ ଭଲ ଅଭିଜ୍ଞତା ଥିଲା ଏଥିରେ ଜିରୋ କାଜୁଆଲିଟି ରହିଛି। ତେଣୁ ଆମେ ସମ୍ଭାବ୍ୟ ବାତ୍ୟା ପାଇଁ ପୁରାପୁରି ପ୍ରସ୍ତୁତ ଅଛୁ ବୋଲି ମନ୍ତ୍ରୀ କହିଛନ୍ତି।
ଆସୁଛି ଲଘୁଚାପ, ୨୨ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା...
ଭୁବନେଶ୍ବର: ରାଜ୍ୟରେ ଆସୁଛି ଆଉ ଏକ ଲଘୁଚାପ । ୨୨ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇପାରେ ଏହି ଲଘୁଚାପ। ଲଘୁଚାପ ସୃଷ୍ଟି ସହ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତିକରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଦକ୍ଷିଣବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତରେ ପରିଣତ ହେବ।  ପରବର୍ତ୍ତୀ ୪୮ ଘଣ୍ଟାରେ ଗତିର ଦିଗ ବଜାୟ ରଖିବା ସହ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ଲ୍ୟାଣ୍ଡଫଲ ପରେ ଦୁର୍ବଳ ହେଉଛି ମୋନ୍ଥା, ଆଜି ପାଇଁ ୫ ଜିଲ୍ଲାକୁ ଭୀଷଣ ବର୍ଷା ନେଇ ରେଡ୍‌ ଆଲର୍ଟ....
ଭୁବନେଶ୍ବର: ଲ୍ୟାଣ୍ଡଫଲ ପରେ ଦୁର୍ବଳ ହେଉଛି ମୋନ୍ଥା ।ଏବେ ଭୀଷଣ ବାତ୍ୟାରୁ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି । ସିଷ୍ଟମ ଆନ୍ଧ୍ରପ୍ରଦେଶ ଉପକୂଳ ଉପର ଦେଇ ଗତି କରୁଛି । ବର୍ତ୍ତମାନ ଏହାର ବେଗ ୧୦ କିଲୋମିଟର ରହିଛି । ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । ଏବେ ବାତ୍ୟା ଆନ୍ଧ୍ରର ନର୍ସାପୁରଠାରୁ ୨୦ କିଲୋମିଟର ଓ ମଛଲିପଟନମଠାରୁ ୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଅଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ।
ମଙ୍ଗଳବାର ବାତ୍ୟା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିବା ସହ ଘଣ୍ଟା ପ୍ରତି ୧୫ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମକୁ ଗତି କରିଥିଲା। ସନ୍ଧ୍ୟା ୭.୩୦ ବେଳକୁ କାକିନାଡ଼ା ପାଖାପାଖି ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ୩ରୁ ୪ଘଣ୍ଟା ଧରି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିଥିଲା। ଏହି ସମୟରେ ପବନର ବେଗ ୯୦ରୁ ୧୧୦ କି.ମି. ପର୍ଯ୍ୟନ୍ତ ରହିଥିଲା। ଏହା ଧୀରେଧୀରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ମଧ୍ୟରାତ୍ର ବେଳକୁ ଆନ୍ଧ୍ରପ୍ରଦେଶର ମଛଲିପଟନମ ଓ କଳିଙ୍ଗପଟନମ୍‌ ମଧ୍ୟରେ ଥିବା କାକିନାଡା ପାଖାପାଖି ସ୍ଥଳଭାଗ ଛୁଇଁଥିଲା। ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ନ ଥିବାବେଳେ ବାତ୍ୟା ପ୍ରଭାବରେ ମଙ୍ଗଳବାର ଦିନତମାମ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ପବନ ଲାଗି ରହିଥିଲା। ଗଜପତି ଜିଲା ଆର. ଉଦୟଗିରି ବ୍ଲକ ଅନଘା ପଞ୍ଚାୟତର ରାସ୍ତାକଡ଼ ପାହାଡରୁ ବିରାଟକାୟ ପଥର ଖସି ୩୨୬ ନଂ. ଜାତୀୟ ରାଜପଥରେ ଯାତାୟାତ ଠପ୍‌ ହୋଇଯାଇଥିଲା। କାଶୀନଗର ବ୍ଲକ୍‌ ପାଡ଼ତଡ଼ା ପଞ୍ଚାୟତର ଲିଙ୍ଗାଠାରୁ ବାରଭା ଗ୍ରାମକୁ ଯାଉଥିବା କଚ୍ଚା ରାସ୍ତାରେ ମଧ୍ୟ ବଡ଼ବଡ଼ ପଥର ଖସିଥିଲା। ଏହାବାଦ୍‌ ଜିଲାର ବିଭିନ୍ନ ସ୍ଥାନରେ ଘର ଭାଙ୍ଗିଯାଇଥିବା ଦେଖିବାକୁ ମିଳିଥିଲା।
ସେହିପରି କୋରାପୁଟ ଜିଲା ନାରାୟଣପାଟଣାରେ ତଳଗୁମାଣ୍ଡି ରାସ୍ତାରେ ପାହାଡ଼ରୁ ପଥର ଧସି କିଛି ସମୟ ପାଇଁ ରାସ୍ତା ଅବରୋଧ ହୋଇଥଲା। ନନ୍ଦପୁର ବ୍ଲକ୍‌ ପାଡୁଆ ବଡଦେବତା ମନ୍ଦିରଠାରୁ ଶୋଭାପୁଟ ସଂଯୋଗ କରୁଥିବା ଆରଡି ରାସ୍ତାର ଗେମେଲପୁଟ ନିକଟରେ ପାତାଳୀ ନଦୀ ଓ ଜଳଭଣ୍ଡାର ପାର୍ଶ୍ୱକୁ ଲାଗି ଥିବା ରାସ୍ତାକଡ଼ର ପ୍ରାୟ ୨୦୦ ମିଟର ଜମିରୁ ମାଟି ଅତଡା ଖସୁଥିବାରୁ ୪ଟି ପଞ୍ଚାୟତବାସୀ ଆତଙ୍କିତ ଅବସ୍ଥାରେ ରହିଥିଲେ।
ବାତ୍ୟା ପ୍ରଭାବରେ ବୁଧବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ା ଆଦି ୫ ଜିଲାକୁ ଭୀଷଣ ବର୍ଷା ନେଇ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି ଏବଂ ଅନ୍ୟ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ନଭେମ୍ବର ୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ବାଲେଶ୍ବର ଓ ଗଞ୍ଜାମରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍
ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ପାଇଁ ବାଲେଶ୍ବର ଓ ଗଞ୍ଜାମରେ ଛୁଟି ବାତିଲ୍। ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କଲେ ଜିଲ୍ଲାପାଳ। ପରିସ୍ଥିତି ନିଯନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ ଛୁଟି ବାତିଲ୍ କରାଯାଇଛି। ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ। ଅଧିକାରୀଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।
ସେହିପରିି, ଗଞ୍ଜାମରେ ୨୫ରୁ ୩୦ ଯାଏଁ ଛୁଟି ବାତିଲ କରାଯାଇଛି। ମୁଖ୍ୟାଳୟ ଛାଡ଼ି କେହି ନ ଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି।
ଅନ୍ୟପଟେ, ଓଡ଼ିଶାରେ ୨୮ ଓ ୨୯ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ଦକ୍ଷିଣ ଓଡ଼ିଶାରେ ୬୦ରୁ ୭୦ କିମି ବେଗରେ ପବନ ବହିବ। ଉପକୂଳବର୍ତ୍ତୀ ପୁରୀ, ଖୋର୍ଦ୍ଧା, କନ୍ଧମାଳରେ ୫୦ରୁ ୭୦ କିମି ପବନ ବହିବାର ସମ୍ଭାନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ବର୍ଷା- ବଜ୍ରପାତ ନେଇ ଆଗାମୀ ୩ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଗାମୀ ୩ ଘଣ୍ଟା ପାଇଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏ ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏହି ସମୟରେ ଘରୁ ନ ବାହାରିବା ସହ ବାହାରେଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।
ଆଗୁଆ ଆସିବ ଶୀତ, ଅଧିକ ଦିନ ରହିବ....
ନୂଆଦିଲ୍ଲୀ/ଭୁବନେଶ୍ୱର: ଚଳିତ ବର୍ଷ ଶୀଘ୍ର ମୌସୁମୀ ଆସିଥିଲା, ସ୍ୱାଭାବିକ ଭାବରେ ବର୍ଷିବା ସହ ଧାର୍ଯ୍ୟ ସମୟରେ ବିଦାୟ ନେଇଛି। ଅନ୍ୟପକ୍ଷରେ ଚଳିତ ବର୍ଷ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଶୀଘ୍ର ଆସିବ ଥଣ୍ଡା। ଏପରିକି ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଚଳିତ ବର୍ଷ ଅଧିକ ଥଣ୍ଡା ପଡ଼ିବ ବୋଲି ପାଣିପାଗବିଜ୍ଞାନୀମାନେ ଆକଳନ କରୁଛନ୍ତି। ପ୍ରାୟ ୨ ମାସ ପୂର୍ବରୁ ହିମାଳୟ ଉପରାର୍ଦ୍ଧର ୮୬% ଅଞ୍ଚଳ ବରଫରେ ଆବୃତ୍ତ ହୋଇଛି ଓ ହିମାଳୟର ନିମ୍ନଭାଗ ଅଞ୍ଚଳର ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ପ୍ରାୟ ୩ ଡ଼ିଗ୍ରୀ ପର୍ଯ୍ୟନ୍ତ କମ୍‌ ହୋଇଛି ଓ ବରଫ ତରଳିବା ହାର ପ୍ରାୟ ଶୂନ୍ୟକୁ ଖସି ଆସିଛି। ଡିସେମ୍ବରରେ ଲା ନିନା ସକ୍ରିୟ ହେବା ସମ୍ଭାବନା ଥିବାରୁ ଚଳିତବର୍ଷ ଭାରତରେ ଭଲ ବର୍ଷା ହୋଇଛି ଓ ଅଧିକ ଥଣ୍ଡା ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି।
ହିମାଳୟର ଉପରାର୍ଦ୍ଧା ଅର୍ଥାତ୍‌ ୪ ହଜାର ଫୁଟ ଉଚ୍ଚରୁ ଅଧିକ ଅଞ୍ଚଳରେ ତାପମାତ୍ରା ଏବେ ବିଯୁକ୍ତ ୧୫ ଡ଼ିଗ୍ରୀ ରହିଛି। ଲା ନିନା କାରଣରୁ ଉତ୍ତର, ମଧ୍ୟ ଓ ପୂର୍ବ ଭାରତରେ ତାପମାତ୍ରା ଖୁବ୍‌ ଶୀଘ୍ର ୩ରୁ ୪ ଡ଼ିଗ୍ରୀ ପର୍ଯ୍ୟନ୍ତ କମିପାରେ ବୋଲି କୁହାଯାଉଛି। ହିମାଚଳ ପ୍ରଦେଶ,  ସିକିମ, ଉତ୍ତରାଖଣ୍ଡ, ଜାମ୍ମୁକାଶ୍ମୀର ତାପମାତ୍ରା ଦ୍ରୁତ ବେଗରେ ହ୍ରାସ ପାଇଛି। ଏପରିକି ମଧ୍ୟପ୍ରଦେଶରେ ତାପମାତ୍ରା ୧୬ ଡ଼ିଗ୍ରୀୁ ଫସିଛି। ଭୋପାଳରେ ତାପମାତ୍ରା ସ୍ୱାଭାବିକଠାରୁ ୪ ଡ଼ିଗ୍ରୀ କମ୍‌ ହୋଇ ୧୫.୮ ଡ଼ିଗ୍ରୀକୁ ଖସିଛି । ରାଜସ୍ଥାନରେ ଦିନ ଓ ରାତିର ତାପମାତ୍ରା ମଧ୍ୟ ହ୍ରାସ ପାଇଛି । ରାତିର ତାପମାତ୍ରା ୧୫ ଡ଼ିଗ୍ରୀ ତଳକୁ ଖସିଥିବା ରେକଡର଼୍ କରାଯାଇଛି। ନେପାଳରୁ ଆରମ୍ଭ କରି କାଶ୍ମୀର ପର୍ଯ୍ୟନ୍ତ ହିମାଳୟ ଉପତ୍ୟକାରେ ବରଫପାତ ବୃଦ୍ଧି ପାଇଛି। ପାଣିପାଗବିଜ୍ଞାନୀମାନେ ଏହାକୁ ଏକ ଶୁଭ ସଙ୍କେତ ବୋଲି ମନେ କରୁଛନ୍ତି। ଏହାଦ୍ୱାରା ଗ୍ଲାସିୟରର ଅନ୍ୟୂନ ୫ ବର୍ଷ ପାଇଁ ଅଧିକ ଜୀବନ୍ତ ରହିବ ଓ ଉତ୍ତରଭାରତର ନଦୀଗୁଡ଼ିକର ସ୍ରୋତ ଶୁଖିବ ନାହିଁ ବୋଲି କୁହାଯାଉଛି। ବୈଜ୍ଞାନିକମାନଙ୍କ ଆକଳନ ଅନୁସାରେ ଭାରତୀୟ ଉପମହାଦ୍ୱୀପର ତାପମାତ୍ରା ଗତ ୧୨୨ ବର୍ଷରେ ୦.୯୯ ଡ଼ିଗ୍ରୀ ବୃଦ୍ଧି ପାଇଛି, ମାତ୍ର ଚଳିତ ବର୍ଷ ଅର୍ଥାତ୍‌ ୨୦୨୫ ଶେଷ ସୁଦ୍ଧା ଏହି ବୃଦ୍ଧିରେ ଅଙ୍କୁଶ ଲାଗିବ ଓ ଲା ନିନା କାରଣ ଯୋଗୁ ତାପମାତ୍ରା ୦.୨ଡ଼ିଗ୍ରୀ କମ୍‌ ହେବ।
ଅନ୍ୟପଟେ ମୌସୁମୀ ପ୍ରତ୍ୟାବର୍ତ୍ତନ ଧାରା ଆରମ୍ଭ ହେବା ପରେ  ଏବେ ଓଡ଼ିଶାରେ ପାଗ ମୁଖ୍ୟତଃ ଓ ଶୁଖିଲା ଓ ଖରାଟିଆ ରହିଛି। ରାଜ୍ୟକୁ ବଙ୍ଗୋପସାଗର ପଟୁ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ଆସିବା ମଧ୍ୟ କମିଛି।  ଫଳରେ ରାତିରେ ମଧ୍ୟ ଧୀରେ ଧୀରେ ବା ହାଲୁକା ଥଣ୍ଡା ଅନୁଭୂତ ଆରମ୍ଭ ହୋଇଛି।  ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡ଼ିରେ ତାପମାତ୍ରା ୧୯ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ୨୨-୨୪ ଡିଗ୍ରୀ ମଧ୍ୟରେ ରହୁଛି।
୧୭ ତାରିଖ  ସୁଦ୍ଧା କେତେକ ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ପ୍ରାୟ ୨-୩ ଡିଗ୍ରୀ କମିପାରେ। କନ୍ଧମାଳ, କୋରାପୁଟ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ତାପମାତ୍ରା ସବୁଠାରୁ କମ୍‌ ରହିବ। ଏହି ସ୍ଥାନମାନଙ୍କରେ ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ କମିବା ହେତୁ ଶିଶିରପାତ ସହ କୁହୁଡ଼ି ହେବାର ସମ୍ଭାବନା ରହିଛି। ବିଭିନ୍ନ ମଡେଲ୍‌ ଓ ପାଣିପାଗ ସଂସ୍ଥାର ସୂଚନା ଅନୁଯାୟୀ ବର୍ତ୍ତମାନ ଲା-ନିନା ସ୍ଥିତି ସୃଷ୍ଟି ହୋଇ ସାରିଛି।  ତେଣୁ ଏବର୍ଷ ଭଲ ଶୀତର ଆକଳନ କରାଯାଇଛି।
ଆଜି ଉତ୍ତର ଓଡ଼ିଶାରୁ ମେଲାଣି ନେବ ମୌସୁମୀ, ରାତିରେ ରାଜୁତି କରିବ କୁହୁଡ଼ି ଓ କାକର ...
ଭୁବନେଶ୍ୱର: ସୋମବାର ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେବ। ମୁଖ୍ୟତଃ ଉତ୍ତର ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇପାରେ। ଗତ ଦୁଇ ଦିନ ହେବ ରାଜ୍ୟରୁ ବର୍ଷାର ପରିମାଣ କମିଯାଇଛି। ଏହାସହିତ ଆଗକୁ ବିଶେଷ ପାଣିପାଗଜନିତ ନିୟାମକ ସକ୍ରିୟ ନ ଥିବାରୁ ବର୍ଷାର ସମ୍ଭାବନା ମଧ୍ୟ କମ୍‌ ରହିଛି। ତେଣୁ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ପାଗ ଅନୁକୂଳ ହୋଇଛି।
ମୌସୁମୀ ପ୍ରତ୍ୟାବର୍ତ୍ତନ ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇବ। ମୌସୁମୀ ପ୍ରତ୍ୟାବର୍ତ୍ତନ ଯୋଗୁଁ ଆକାଶ ନିର୍ମଳ ରହିବ। ଦିନବେଳା ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। ତେବେ ବାୟୁମଣ୍ଡଳରେ ଜଳୀୟବାଷ୍ପ କମିଯିବା ହେତୁ ତାପମାତ୍ରା ମଧ୍ୟ ହ୍ରାସ ପାଇବ। ଏହି ସମୟରେ ରାତିରେ କାକର ପଡ଼ିବା ସହ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିବ। ବର୍ତ୍ତମାନ ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୨୩-୨୫ ଡିଗ୍ରୀ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହା ୧୮-୧୯ ଡିଗ୍ରୀ ମଧ୍ୟରେ ରହୁଛି। ଧୀରେ ଧୀରେ ଏହା ହ୍ରାସ ପାଇବ। ସମ୍ଭବତଃ ମାସ ଶେଷ ବେଳକୁ ରାଜ୍ୟରେ କଅଁଳ ଶୀତ ଅନୂଭତ ହେବ। କନ୍ଧମାଳ, କୋରାପୁଟ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ତାପମାତ୍ରା ସବୁଠାରୁ କମ୍‌ ରହିବ। ଏହି ସ୍ଥାନମାନଙ୍କରେ ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ କମିବା ହେତୁ ଶିଶିରପାତ ସହ କୁହୁଡ଼ି ହେବାର ସମ୍ଭାବନା ରହିଛି। ବିଭିନ୍ନ ମଡେଲ୍‌ ଓ ପାଣିପାଗ ସଂସ୍ଥାର ସୂଚନା ଅନୁଯାୟୀ ବର୍ତ୍ତମାନ ଲା-ନିନା ସ୍ଥିତି ସୃଷ୍ଟି ହୋଇ ସାରିଛି। ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଅର୍ଥାତ୍‌ ସ୍ୱଳ୍ପ ଅବଧି ପାଇଁ ଏହା ରହିପାରେ। ଲା-ନିନା ବର୍ଷରେ ଅନେକ ସମୟରେ ଅତ୍ୟଧିକ ବର୍ଷା ଓ ଶୀତ ହେବାର ନଜିର ରହିଛି ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି।
ଭୁବନେଶ୍ୱର: ଲଘୁଚାପ ଯୋଗୁଁ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ଉଭୟ ଉପର ଓ ତଳମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ତଳମୁଣ୍ଡରେ ବର୍ଷା ଯୋଗୁଁ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକ ଏବେ ଫୁଲି ରହିଛି। ଅନ୍ୟପଟେ ଉପରମୁଣ୍ଡରେ ହୋଇଥିବା ବର୍ଷା ପାଇଁ ରାଜ୍ୟର ବଡ଼ ବଡ଼ ଡ୍ୟାମ୍‌ଗୁଡ଼ିକୁ ମଧ୍ୟ ପ୍ରଚୁର ଜଳ ପ୍ରବେଶ କରୁଛି। ଡ୍ୟାମ୍‌ର ଜଳଧାରଣ କ୍ଷମତାକୁ ଦୃଷ୍ଟିରେ ରଖି ଏଠାରୁ ଜଳ ନିଷ୍କାସନ ଅପରିହାର୍ଯ୍ୟ ହୋଇପଡ଼ିଥିବା ବେଳେ ଏହା ରାଜ୍ୟବାସୀ ଓ ସରକାରଙ୍କ ପାଇଁ ଚିନ୍ତା ବଢ଼ାଇଛି। ଏହାରି ମଧ୍ଯରେ ୧୩ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ବର୍ଷାର ପ୍ରଭାବ ବଢ଼ିପାରେ ବୋଲି ଆକଳନ କରାଯାଉଛି।
ବର୍ତ୍ତମାନ ନଦୀ ଓ ଡ୍ୟାମ୍‌ଗୁଡ଼ିକରେ ଜଳ ପୂର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ୭ ତାରିଖରେ ପୂର୍ଣ୍ଣିମା ଥିବାରୁ ସମୁଦ୍ର ଜୁଆରିଆ ରହୁଛି ଓ ନଦୀରୁ ବନ୍ୟା ଜଳ ନିଷ୍କାସନ ହେବାରେ ବାଧା ସୃଷ୍ଟି ହେଉଛି। ସମୁଦ୍ର ପାଣି ଟାଣୁ ନ ଥିବାରୁ ବନ୍ୟା ଜଳ ନଦୀକୂଳିଆ ଲୋକଙ୍କ ପାଇଁ ବିପଦ ବଢ଼ାଇବାର ଆଶଙ୍କା ସୃଷ୍ଟି ହୋଇଛି।
ଶୁକ୍ରବାର ବୈତରଣୀ ନଦୀ ବିପଦ ସଙ୍କେତ ତଳକୁ ଖସିଥିଲେ ମଧ୍ୟ ଏବେ ବି ଭଦ୍ରକ ଓ ଯାଜପୁର ଜିଲ୍ଲାର ଅନେକ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି। ଯାଜପୁର ଓ ଆରଡ଼ି ରାସ୍ତା ବିଛିନ୍ନ ହୋଇଥିବା ବେଳେ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ବାଲେଶ୍ୱର ଜିଲ୍ଲାର ବସ୍ତା, ବାଲିଆପାଳ ଆଦି ବ୍ଲକ୍‌ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ମଧ୍ୟ ଜଳ ଭରି ରହିଛି। ଫଳରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ବନ୍ୟା ବିପଦ ଜାରି ରହିଛି। ମହାନଦୀ ସ୍ଥିତି ଏବେ ସବୁଠୁ ଜଟିଳ ହୋଇଛି।
ଗତ ଲଘୁଚାପ ପ୍ରଭାବରେ ମହାନଦୀ ତଳମୁଣ୍ଡରେ ୫୬ ମିମି ବର୍ଷା ହୋଇଥିବା ବେଳେ ଉପମୁଣ୍ଡରେ ୮୭ ମିମି ବର୍ଷା ରେକର୍ଡ ହୋଇଛି। ତେଣୁ ମହାନଦୀ ପୂର୍ଣ୍ଣ ଅବସ୍ଥାରେ ଥିବା ବେଳେ ଡ୍ୟାମ୍‌ରୁ ନିଷ୍କାସିତ ହେଉଥିବା ଜଳ ନଦୀକୁ ଆହୁରି ଫୁଲାଉଛି। ବର୍ତ୍ତମାନ ସମ୍ବଲପୁର-ସୁବର୍ଣ୍ଣପୁର ୧୫ ନଂ ରାଜ୍ୟ ରାଜପଥରେ ବର୍ତ୍ତମାନ ବନ୍ୟା ପାଣି ପ୍ରବାହିତ ହେଉଛି। ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ସମୁଦ୍ର ଭଲ ପାଣି ନ ନେବାର ଆଶଙ୍କା ରହିଥିବାରୁ ମହାନଦୀକୂଳିଆ କିଛି ଜିଲ୍ଲାରେ ସ୍ଥିତି ଚିନ୍ତାଜନକ ହେବାର ମଧ୍ୟ ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଛତିଶଗଡ଼ ଅତିକ୍ରମ କରି ମଧ୍ୟପ୍ରଦେଶ ଉପରେ ରହିଛି। ତେବେ ଓଡ଼ିଶା ଉପରେ ବର୍ତ୍ତମାନ ମୌସୁମୀ ଟ୍ରଫ୍‌ ଥିବାରୁ ଏହାର ପ୍ରଭାବରେ ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ଭଲ ବର୍ଷା ହୋଇଛି। ସକାଳେ ଭୁବନେଶ୍ୱରରେ ୩୨ମିମି ଓ କଟକରେ ୫୦ ମିମି ବର୍ଷା ହୋଇଥିବା ରେକଡର଼୍ କରାଯାଇଛି। ଶନିବାର ଉପକୂଳବର୍ତ୍ତୀ ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବେ ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।
ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ଯେ ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ଅଧିକ ଗେଟ୍‌ ଖୋଲାଯାଇଛି। ଆସନ୍ତା ୭ ତାରିଖ ବେଳକୁ ମୁଣ୍ଡଳୀରେ ସାଢେ଼ ୪ ଲକ୍ଷରୁ ୫ ଲକ୍ଷ କ୍ୟୁସେକ୍‌ ବନ୍ୟା ଜଳ ପହଞ୍ଚିବ। ଏବେ ଜଳକାକୁ ଛାଡ଼ି ଦେଲେ ଅନ୍ୟ କୌଣସି ନଦୀ ଏବେ ବିପଦ ସଙ୍କେତ ଉପରେ ନାହିଁ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।