State Cabinet approves - The Sakala
ରାଜ୍ୟ କ୍ୟାବିନେଟରେ ୩ ପ୍ରସ୍ତାବକୁ ମଞ୍ଜୁରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଅନୁମୋଦିତ ସମସ୍ତ ୩ଟି ପ୍ରସ୍ତାବ ସାଧାରଣ ପ୍ରଶାସନ ବିଭାଗର ହୋଇଥିବା ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
୩ଟି ପ୍ରସ୍ତାବ ମଧ୍ୟରୁ ଉଚ୍ଚ ମାଧ୍ୟମିକସ୍ତର କିମ୍ବା ସମାନସ୍ତର ଅଧୀନସ୍ଥ ସ୍ୱତନ୍ତ୍ର ସେବା ଓ ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ ୨୦୨୨ର ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି।  ପୂର୍ବରୁ ଏହି ନିୟମାବଳୀର ଅନୁଚ୍ଛେଦ-୧ରେ ୧୧ଟି ଭିନ୍ନ ପଦବୀ ଅନ୍ତର୍ଭୁକ୍ତ କରାଯାଇଛି। ବର୍ତ୍ତମାନ ଉପରୋକ୍ତ ନିୟମାବଳୀ, ୨୦୨୨ର ନିୟମ-୩ରେ ଧାର୍ଯ୍ୟ ବ୍ୟବସ୍ଥା ଅନୁଯାୟୀ, ଅନୁଚ୍ଛେଦ-୧ରେ ଗୋଟିଏ ନୂଆ ପଦବୀ ସୃଷ୍ଟି ସହ ସ୍ୱରାଷ୍ଟ୍ର ବିଭାଗର ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର ଅଧିନରେ ଥିବା କନିଷ୍ଠ ଅପରାଧ ବିଧି ସହାୟକ ପଦବୀକୁ ଅନ୍ତର୍ଭୁକ୍ତ କରାଯିବ। ଯାହାଫଳରେ ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ସର୍ବମୋଟ ୧୨ଟି ଭିନ୍ନ ପଦବୀକୁ ମିଳିତ ନିଯୁକ୍ତି ପରୀକ୍ଷାରେ ପରିଚାଳିତ କରିପାରିବେ।
ସେହିପରି ରାଜ୍ୟ ସରକାରଙ୍କ ଅଧିନସ୍ଥ ଖ-ବର୍ଗ ଏବଂ ଗ-ବର୍ଗ ଅନ୍ତର୍ଗତ ସ୍ୱତନ୍ତ୍ର ସେବା ଓ ପଦବୀରେ ନିଯୁକ୍ତି ପାଇଁ ମିଳିତ ସ୍ନାତକସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ, ୨୦୨୨ର ସଂଶୋଧନ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି। ପୂର୍ବ ନିୟମାବଳୀରେ ମୋଟ ୨୯ଟି ପଦବୀ ଥିବାବେଳେ ସଂଶୋଧନ ପରେ ନିଯୁକ୍ତି ପାଇଁ ମିଳିତ ସ୍ନାତକ ସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ, ୨୦୨୨ର ଅନୁଚ୍ଛେଦ-୧ରେ ୧୪ଟି ପଦବୀ ଅନ୍ତର୍ଭୁକ୍ତ କରାଯିବ।
ସେହିପରି ପୂର୍ବରୁ ଅନ୍ତର୍ଭୁକ୍ତ ହୋଇଥିବା ୪ଟି ପଦବୀକୁ ବାଦ୍‌ ଦିଆଯିବ। ଏହାଦ୍ୱାରା ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ସମସ୍ତ ୩୯ଟି ସ୍ୱତନ୍ତ୍ର ପଦବୀ ମିଳିତ ସ୍ନାତକସ୍ତର ନିଯୁକ୍ତି ପରୀକ୍ଷାରେ ପରିଚାଳିତ କରିପାରିବେ। ତୃତୀୟ ପ୍ରସ୍ତାବ ସ୍ୱରୂପ ରାଜ୍ୟ ସରକାରଙ୍କ ଅଧୀନସ୍ଥ ଖ-ବର୍ଗ ଏବଂ ଗ-ବର୍ଗ ଅନ୍ତର୍ଗତ ବିଭିନ୍ନ ସେବା ଓ ପଦବୀରେ ନିଯୁକ୍ତି ପାଇଁ ମିଳିତ ସ୍ନାତକ ସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ, ୨୦୨୦ର ସଂଶୋଧନକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ। ଏହାଦ୍ୱାରା ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ସର୍ବମୋଟ ୨୪ଟି ପଦବୀକୁ ମିଳିତ ସ୍ନାତକ ସ୍ତର ନିଯୁକ୍ତି ପରୀକ୍ଷାରେ ପରିଚାଳିତ କରିପାରିବେ।
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍‌ ବୈଠକରେ ଆଜି ୬ଟି ବିଭାଗର ୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରକାର କୃଷି, ଅର୍ଥ, ସ୍ବାସ୍ଥ୍ୟ, ପରିବହନ, ସଂସ୍କୃତି ଓ ସମବାୟ ବିଭାଗରୁ ଏହି ପ୍ରସ୍ତାବଗୁଡ଼ିକୁ ଅନୁମୋଦନ ଦେଇଛନ୍ତି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ରାଜ୍ୟ ସରକାର ଚଳିତ ଖରିଫ ଋତୁରେ ବିଭିନ୍ନ ଜିଲ୍ଲାରେ ୩୮ଟି ଆଧୁନିକ ମଣ୍ଡି ଖୋଲିବେ। କ୍ୟାବିନେଟ୍‌ରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ମଣ୍ଡିଗୁଡ଼ିକରେ ଚାଷୀମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସୁବିଧା ରହିବ। ବିଶ୍ରାମ, ପାନୀୟଜଳ, ଶୌଚାଳୟ, ପାର୍କିଂ ଇତ୍ୟାଦି ଏଥିରେ ସାମିଲ ରହିଛି। ଏହା ଦ୍ବାରା ଚାଷୀମାନଙ୍କୁ ଭଲ ସୁବିଧା ମିଳିବ। ଏହି ପ୍ରକଳ୍ପରେ ମୋଟ୍‌ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥି ପାଇଁ ଆରଏମ୍‌ସି ୧୫୦ କୋଟି ଟଙ୍କା ଖର୍ଚ୍ଚ କରିବ ଏବଂ ରାଜ୍ୟ ସରକାର ୧୫୦ ଟଙ୍କା ଖର୍ଚ୍ଚ ଦେବେ।
ଆଉ ୮ଟି ସରକାରୀ ନର୍ସିଂ କଲେଜ ପ୍ରତିଷ୍ଠା ହେବ। ଓଡ଼ିଶା ନର୍ସିଂ ଏଜୁକେସନ ସର୍ଭିସ୍‌ ରୁଲ୍‌ ୨୦୨୫କୁ ମଧ୍ୟ ମଞ୍ଜୁରୀ ମିଳିଛ। ସମ୍ବଲପୁରରେ ୨୪ ଘଣ୍ଟିଆ ପାଣି ପ୍ରକଳ୍ପକୁ ମଧ୍ଯ ଅନୁମୋଦନ ମିଳଥିବା ଜଣାପଡ଼ିଛି।