Elephant Madhuri relocation - The Sakala
ମୁମ୍ବଇ: ହାତୀ ‘ମାଧୁରୀ’କୁ ନେଇ ବନତାରା ପକ୍ଷରୁ ପ୍ରେସ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଯେଉଁଥିରା କୁହାଯାଇଛି ଯେ, ଜୈନ ମଠ ଓ କୋହ୍ଲାପୁର ଲୋକଙ୍କ ପାଇଁ ମାଧୁରୀକୁ ନେଇ ଥିବା ଗଭୀର ଧାର୍ମିକ ଓ ସାଂସ୍କୃତିକ ଗୁରୁତ୍ୱକୁ ସ୍ୱୀକାର କରୁଛି। ତିନି ବର୍ଷ ବୟସରୁ ସେ ଲୋକଙ୍କ ଗହଣରେ ରହି ଆସୁଥିଲା। ଲୋକଙ୍କ ଭାବାବେଗ ସହ ଜଡ଼ିତ ଥିଲା।  ଆଧ୍ୟାତ୍ମିକ  ଓ ସମୁଦାୟ ଜୀବନର ଅଙ୍ଗ ରୂପେ ଅବିଚ୍ଛିନ୍ନ ଅଂଶ ରହିଥିଲା ‘ମାଧୁରୀ’। ଆମେ ସେହି ଭକ୍ତ, ଜୈନ ମଠର ନେତୃତ୍ୱ , ବ୍ୟାପକ ସମୁଦାୟଙ୍କ ଭାବନା, ଚିନ୍ତାକୁ ସ୍ୱୀକାର ଓ ସମ୍ମାନ କରୁଛୁ। ଯେଉଁମାନେ କୋହ୍ଲାପୁରରେ ମାଧୁରୀଙ୍କ ଉପସ୍ଥିତି ପ୍ରତି ନିଜ ଆସକ୍ତି ପ୍ରକାଶ କରିଛନ୍ତି।
ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ମାମଲାରେ ବନତାରା ଭୂମିକା କେବଳ ସର୍ବୋଚ୍ଚ ନ୍ୟାୟାଳୟ ଓ ବମ୍ବେ ହାଇକୋର୍ଟ ଦ୍ୱାରା ଜାରି କରାଯାଇଥିବା ବାଧ୍ୟକର ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟ କରିବା ପର୍ଯ୍ୟନ୍ତ ସୀମିତ ଥିଲା। ମାଧୁରୀଙ୍କୁ ସ୍ଥାନାନ୍ତର କରିବା ନିଷ୍ପତ୍ତି ନ୍ୟାୟିକ ଅଧିକାର ଅଧୀନରେ ନିଆଯାଇଥିଲା। ବନତାରାର ଭୂମିକା ଉତ୍ପୀଡ଼ନର ଶିକାର ଏବଂ ଭୟରେ ଥିବା ପଶୁମାନଙ୍କୁ ଉଦ୍ଧାର, ଚିକିତ୍ସା, ଯତ୍ନ ଓ ଥଇଥାନ ବ୍ୟବସ୍ଥା କରାଇଥାଏ। ବନତାରା ନା ସ୍ଥାନାନ୍ତର କରିବା ଆରମ୍ଭ କରିଛି ନା ସୁପାରିଶ କରିଛି। ଧାର୍ମିକ ପ୍ରଥା ବା ଭାବନାକୁ ଆଘାତ ଦେବା ଭଳି କୌଣସି କାମ କରାଯାଇ ନାହିଁ ଓ ଏହାର ଆମର ଉଦ୍ଦେଶ୍ୟ ନୁହେଁ ବୋଲି ବନତାରା ପକ୍ଷରୁ କୁହାଯାଇଛି।
ଆଇନଗତ ଆଚରଣ, ଦାୟିତ୍ୱପୂର୍ଣ୍ଣ ପଶୁ ଯତ୍ନ ଓ ସମୁଦାୟ ସହଯୋଗ ପ୍ରତି ଆମର ଅନୁଗତି ଅନୁଯାୟୀ, ବନତାରା ଜୈନ ମଠ ଓ ମହାରାଷ୍ଟ୍ର ସରକାର ଦ୍ୱାରା ନ୍ୟାୟାଳୟଙ୍କ ହସ୍ତକ୍ଷପରେ ମାଧୁରୀଙ୍କୁ ପୁଣିଥରେ କୋହ୍ଲାପୁରକୁ ଆଣିବା ପାଇଁ ଦାଖଲ ହେବାକୁ ଯାଉଥିବା ସମସ୍ତ ଆବେଦନକୁ ପୂର୍ଣ୍ଣ ସମର୍ଥନ ଦେବ। ନ୍ୟାୟାଳୟ ଅନୁମତି ଅଧୀନରେ ବନତାରା ମାଧୁରୀକୁ ସୁରକ୍ଷିତ ଓ ସମ୍ମାନଜନକ ଭାବେ ଫେରାଇବା ପାଇଁ ପୂର୍ଣ୍ଣ ପ୍ରଯୁକ୍ତି ଓ ପଶୁ ଚିକିତ୍ସା ସାହାଯ୍ୟ ପ୍ରଦାନ କରିବ।
ଏହାସହିତ, ବନତାରା ଜୈନ ମଠ ଓ ରାଜ୍ୟ ସରକାର ସହିତ ମିଶି କୋହ୍ଲାପୁରରେ ନନ୍ଦନୀ ଅଞ୍ଚଳରେ ମାଧୁରୀ ପାଇଁ ଗୋଟିଏ ସ୍ୟାଟେଲାଇଟ୍ ପୁନର୍ବାସ କେନ୍ଦ୍ର ସ୍ଥାପନ କରିବା ପାଇଁ କାର୍ଯ୍ୟ କରିବ। ପ୍ରସ୍ତାବିତ ସୁବିଧାଟିକୁ ଉଚ୍ଚ-ସ୍ତରୀୟ ସମିତିର ବିଶେଷଜ୍ଞ ମତାମତ ଓ ମଠର ସମ୍ମତି ପରେ, ହାତୀ ଯତ୍ନରେ ଆନ୍ତର୍ଜାତୀୟ ଶ୍ରେଷ୍ଠ ଅଭ୍ୟାସ ଅନୁଯାୟୀ, ନିର୍ଦ୍ଦିଷ୍ଟ ପଶୁ କଲ୍ୟାଣ ମାନଦଣ୍ଡ ଅନୁଯାୟୀ ବିକାଶ କରାଯିବବୋଲି ବନତାରା ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ, ତିନି ବର୍ଷ ବୟସରୁ ଲୋକଙ୍କ ଗହଣରେ ରହି ଆସୁଥିଲା। ଅନାବିଳ ସ୍ନେହ ପାଉଥିଲେ। ପର୍ବପର୍ବାଣୀ ହେଉ ଅବା କୌଣସି ଶୁଭକାର୍ଯ୍ୟ ସବୁଥିରେ ତାକୁ ଲୋଡା ହେଉଥିଲା। ୩୩ ବର୍ଷ ହେଲା ଧାର୍ମିକ ଶୋଭାଯାତ୍ରାର ଶୋଭା ମଣ୍ଡନ କରୁଥିଲା। ଲୋକଙ୍କ ଭାବାବେଗ ସହ ଜଡ଼ିତ ଥିଲା। ଲୋକେ ନିଜ ସନ୍ତାନ ପରି ତାକୁ ପାଳୁ ଥିଲେ। ମାତ୍ର ଏକ ସଂଗଠନ ଏହା ସହି ପାରି ନ ଥିଲା। ଅସୁସ୍ଥ ଏବଂ ଯନ୍ତ୍ରଣା ଦିଆଯାଉଥିବା ଦର୍ଶାଇ ନିମ୍ନ କୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ଶେଷରେ କୋର୍ଟଙ୍କ ନିର୍ଦ୍ଦେଶରେ ଲୋକଙ୍କଠାରୁ ତାକୁ ଦୂରକୁ ନେଇ ଯାଇଥିଲା। ତାକୁ ନେବା ସମୟରେ ଲକ୍ଷାଧିକ ଲୋକ ଏକାଠି ହୋଇଥିଲେ। ଅଶ୍ରୁଭରା ନୟନରେ ବିଦାୟ ଦେଇଥିଲେ। ଏହି କାହାଣୀ କୌଣସି ମନୁଷ୍ୟର ନୁହେଁ, ଏକ ହାତୀର। ଏହି ହାତରୀ ନାମ ମହାଦେବୀ। ଲୋକେ ତାକୁ ଶ୍ରଦ୍ଧାରେ ମାଧୁରୀ ଡାକନ୍ତି। ମାଧୁରୀ ମହାରାଷ୍ଟ୍ର କୋହ୍ଲାପୁରରେ ନନ୍ଦିନୀ ମଠରେ ରହୁଥିଲା। ଏହି ହାତୀ ପାଇଁ ସାରା ଅଞ୍ଚଳ କାନ୍ଦିଥିଲା। ଲୋକେ ତାକୁ ଫେରାଇ ଆଣିବା ପାଇଁ ନିରବ ପ୍ରତିବାଦ କରିଥିଲେ।