US Trade Tariffs - The Sakala
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ଲାଗୁ ହୋଇଥିବା ୨୫% ଆମଦାନୀ ଶୁଳ୍କ ଆଜିଠାରୁ କାର୍ଯ୍ୟକାରୀ ହେବ। ଏହି ଶୁଳ୍କ ଲାଗୁ ହେବାର ଗୋଟିଏ ଦିନ ପୂର୍ବରୁ, ଟ୍ରମ୍ପ୍‌ ରୁଷ ସହିତ ବାଣିଜ୍ୟ କାରବାରକୁ ନେଇ ଭାରତ ଉପରେ ଜୋରିମାନା ସ୍ବରୂପ ଅତିରିକ୍ତ ୨୫% ଶୁଳ୍କ ଘୋଷଣା କରିଥିଲେ। ବର୍ଦ୍ଧିତ ଶୁଳ୍କ ଅଗଷ୍ଟ ୨୭ରୁ ଲାଗୁ ହେବ। ଅର୍ଥାତ୍,ଚଳିତ ମାସ ଶେଷ ସୁଦ୍ଧା ଭାରତରୁ ଆମେରିକା ଯାଉଥିବା ଉତ୍ପାଦ ଉପରେ ମୋଟ ଶୁଳ୍କ ୫୦% ପହଞ୍ଚିବ।
ଟ୍ରମ୍ପ ରାଷ୍ଟ୍ରପତି ପଦ ଗ୍ରହଣ କରିବାର ପ୍ରାୟ ଏକ ମାସ ପରେ, ଫେବୃଆରୀରେ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା ଆରମ୍ଭ ହୋଇଥିଲା। ଅର୍ଥାତ୍, ଭାରତ ପ୍ରଥମ କିଛି ଦେଶ ମଧ୍ୟରେ ଥିଲା ଯେଉଁମାନେ ଯଥାଶୀଘ୍ର ଆମେରିକା ସହିତ ବାଣିଜ୍ୟ ଚୁକ୍ତିକୁ ପ୍ରାଥମିକତା ଦେଇଥିଲେ। ଉଭୟ ଦେଶ ବାଣିଜ୍ୟ ଆଲୋଚନା ପାଇଁ ସେମାନଙ୍କର ପ୍ରତିନିଧିମଣ୍ଡଳୀ ମଧ୍ୟ ଘୋଷଣା କରିଥିଲେ। ତଥାପି, ଗତ ୫ ମାସ ମଧ୍ୟରେ ୫ଟି ବୈଠକ ସତ୍ତ୍ୱେ ଭାରତ-ଆମେରିକା ଏକ ଚୁକ୍ତିରେ ପହଞ୍ଚି ପାରି ନାହାନ୍ତି। ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଚଳିତ ବର୍ଷ ଏପ୍ରିଲରେ ଭାରତ ଗସ୍ତ କରିଥିଲେ। ତାଙ୍କ ସହିତ ଆସିଥିବା ପ୍ରତିନିଧି ଦଳ ମଧ୍ୟ ଭାରତ ସହିତ ଆଲୋଚନାର ଡ୍ରାଫ୍ଟକୁ ଚୂଡ଼ାନ୍ତ କରିଥିଲେ। ଏହି ବୈଠକ ପରେ ଭାରତକୁ ଅନେକ କ୍ଷେତ୍ରରେ ରିଆତି ମିଳିଥିଲା କୁହାଯାଉଥିଲା। ସେତେବେଳେ ଭାରତ ଆମେରିକାକୁ ଏହାର ଶିଳ୍ପ ଉତ୍ପାଦର ରପ୍ତାନି ଉପରେ କୌଣସି ଶୁଳ୍କ ଲାଗୁ ନ କରିବାକୁ ପ୍ରସ୍ତାବ ଦେଇଥିଲା। ଆମେରିକାରୁ ଭାରତକୁ ହେଉଥିବା ମୋଟ ରପ୍ତାନିର ୪୦% ହେଉଛି ଶିଳ୍ପ ଉତ୍ପାଦ। ଭାରତ ମଦ ସହିତ ଆମେରିକୀୟ କାର ଉପରେ ଶୁଳ୍କ ହାର ହ୍ରାସ କରିବାକୁ ରାଜି ହୋଇଥିଲା। ଏହାସହିତ, ଆମେରିକାର ଦ୍ୱିପାକ୍ଷିକ ବାଣିଜ୍ୟ ନିଅଣ୍ଟ ୪୫ ବିଲିୟନ ଡଲାର ହ୍ରାସ କରିବା ପାଇଁ ଏହାର ଶକ୍ତି ଏବଂ ଅସ୍ତ୍ରଶସ୍ତ୍ର କ୍ରୟକୁ ୨୫ ବିଲିୟନ ଡଲାର ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଥିଲା। କୁହାଯାଏ ଯେ ୫ମ ପର୍ଯ୍ୟାୟ ବୈଠକ ଆସିବା ପର୍ଯ୍ୟନ୍ତ, ଉଭୟ ଦେଶ ସେମାନଙ୍କର ମତଭେଦ ଦୂର କରିଥିଲେ। ଟ୍ରମ୍ପ୍ ଏ ସମ୍ପର୍କରେ ଶୀଘ୍ର ଏକ ‘ବଡ଼ ଚୁକ୍ତି’ କରିବାକୁ ମଧ୍ୟ ଘୋଷଣା କରିଥିଲେ। ତଥାପି, ଏହା ସତ୍ତ୍ୱେ ଟ୍ରମ୍ପ ପ୍ରଶାସନ ଭାରତରୁ ଶୁଳ୍କ ହ୍ରାସରେ ଖୁସି ନ ଥିଲା। ଅନ୍ୟପକ୍ଷରେ, ଭାରତୀୟ ଅଧିକାରୀମାନେ ଆଶା କରୁଥିଲେ ଯେ ସେମାନେ କେବଳ ଶୁଳ୍କ ରିଆତି ଦେଇ ସେମାନଙ୍କର କୃଷି ଏବଂ ଦୁଗ୍ଧ କ୍ଷେତ୍ରକୁ ରକ୍ଷା କରିପାରିବେ। ଅନ୍ୟପକ୍ଷରେ, ଭାରତୀୟ ଅଧିକାରୀମାନେ ଭାରତ ପାଇଁ କିଛି କ୍ଷେତ୍ରକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହି ଆମେରିକୀୟ ଦାବି ଆଗରେ ମୁଣ୍ଡ ନୁଆଁଇ ନ ଥିଲେ।
ୱାସିଂଟନ: ଭାରତ ବିରୋଧରେ ପୁଣି ଶୁଳ୍କ ଯୁଦ୍ଧ ଘୋଷଣା କରିଛନ୍ତି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ। ଆମେରିକାର ବାରଣ ସତ୍ତ୍ବେ ଭାରତ ରୁଷରୁ ଅଶୋଧିତ ତେଲ ଓ ସାମରିକ ଅସ୍ତ୍ର କିଣିବା ଜାରି ରଖିଥିବାରୁ ଭାରତୀୟ ସାମଗ୍ରୀ ଉପରେ ଆଜି ଆହୁରି ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଏହାକୁ ମିଶାଇ ଭାରତୀୟ ସାମଗ୍ରୀ ଉପରେ ମୋଟ ୫୦ ପ୍ରତିଶତ ଶୁଳ୍କ ଲାଗୁ କଲେଣି ଟ୍ରମ୍ପ। କେବଳ ଏତିକି ନୁହେଁ, ଆବଶ୍ୟକ ପଡ଼ିଲେ ଭାରତ ଉପରେ ଆହୁରି ଶୁଳ୍କ ଧାର୍ଯ୍ୟ କରିବାକୁ ମଧ୍ୟ ସେ ଧମକ ଦେଇଛନ୍ତି।
ଅନ୍ୟପକ୍ଷରେ ଟ୍ରମ୍ପଙ୍କ ଏଭଳି ଆଭିମୁଖ୍ୟର ପ୍ରତିବାଦ ଜଣାଇଛି ଭାରତ। ଭାରତ ପକ୍ଷରୁ ଟ୍ରମ୍ପଙ୍କ କାର୍ଯ୍ୟାନୁଷ୍ଠାନକୁ ଦୁର୍ଭାଗ୍ୟଜନକ ବର୍ଣ୍ଣନା କରିବା ସହିତ ସ୍ପଷ୍ଟ କରିଦେଇଛି ଯେ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ଯାହା ଉଚିତ ସେହି ଅନୁସାରେ ପଦକ୍ଷେପ ନିଆଯିବ। ଆମେରିକାର ଧମକ ଆଗରେ ଭାରତ ଡରିବ ନାହିଁ କି ନଇଁଯିବ ନାହିଁ।
ସୂଚନାଯୋଗ୍ୟ ଯେ, ୟୁରୋପ ସମେତ ଅନେକ ରାଷ୍ଟ୍ର ରୁଷ ସହିତ ଏବେ ବି ବାଣିଜ୍ୟ କାରବାର ଚଳାଇଥିବା ବେଳେ କେବଳ ଭାରତ ବିରୋଧରେ ଟ୍ରମ୍ପଙ୍କ ଏଭଳି ଆଭିମୁଖ୍ୟ ସମସ୍ତଙ୍କୁ ବିସ୍ମିତ କରିଛି। ଚୀନ ଆମେରିକାର ପାରମ୍ପରିକ ଶତ୍ରୁ ହୋଇଥିଲେ ମଧ୍ୟ ସେହି ଦେଶ ବିରୋଧରେ ଏତେ କଠୋର ହୋଇ ନାହାନ୍ତି ଟ୍ରମ୍ପ। ଅନ୍ୟପକ୍ଷରେ ଚୀନ ତୁଳନାରେ ଭାରତ ଉପରେ ୨୦ ପ୍ରତିଶତ ଅଧିକ ଶୁଳ୍କ ଧାର୍ଯ୍ୟ କରିଥିବା ବେଳେ ପାକିସ୍ତାନ ତୁଳନାରେ ୩୧ ପ୍ରତିଶତ ଅଧିକ ଶୁଲ୍କ ଭାରତ ଉପରେ ଧାର୍ଯ୍ୟ କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ଏସଂକ୍ରାନ୍ତ ଆଦେଶରେ ଟ୍ରମ୍ପଙ୍କ ପକ୍ଷରୁ କୁହାଯାଇଛି ଯେ ଭାରତ ରୁଷ ଠାରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଅଶୋଧିତ ତେଲ ଆମଦାନୀ କରିବାରେ ଲାଗିଛି। ତେଣୁ ଭାରତୀୟ ସାମଗ୍ରୀ ଉପରେ ଅଧିକ ଶୁଳ୍କ ଲାଗୁ କରିବାକୁ ସେ ବାଧ୍ୟ ହେଉଛନ୍ତି। ତେବେ ଇସ୍ପାତ, ଆଲୁମିନିୟମ, ଫାର୍ମା ସାମଗ୍ରୀକୁ ଏହି ଶୁଳ୍କରୁ ବାଦ୍‌ ଦିଆଯାଇଛି। ତାଙ୍କର ଏହି ଘୋଷଣା ଯୋଗୁଁ ଭାରତର ମୋଟ ଘରୋଇ ଉତ୍ପାଦ ବା ଜିଡିପି ୧ ପ୍ରତିଶତ ପ୍ରଭାବିତ ହେବ ବୋଲି କୁହାଯାଉଛି। ଏହା ଆମେରିକାରେ ମୁଦ୍ରାସ୍ଫୀତିକୁ ମଧ୍ୟ ବିସ୍ଫୋରକ କରିବ ବୋଲି କୁହାଯାଉଛି। ଆମେରିକାର ଅନେକ ଅର୍ଥନୀତି ବିଶେଷଜ୍ଞ ଟ୍ରମ୍ପଙ୍କ ଏଭଳି ଆଭିମୁଖ୍ୟର କଡ଼ା ବିରୋଧ କରି କହିଛନ୍ତି ଯେ ଭାରତ ସହିତ ଅର୍ଥନୈତିକ ସଂପର୍କ ତିକ୍ତ କରି ଟ୍ରମ୍ପ ନିଜ ଦେଶକୁ ମଧ୍ୟ କ୍ଷତିଗ୍ରସ୍ତ କରୁଛନ୍ତି।
ସୂଚନାଯୋଗ୍ୟ ଯେ, ଗତକାଲି ଟ୍ରମ୍ପ ଅଧିକ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଥିଲେ। ସେ କହିଥିଲେ ଯେ ଭାରତ ଆଉ ଭଲ ବାଣିଜ୍ୟ ସହଯୋଗୀ ହୋଇ ରହିନାହିଁ। ବାରଣ ସତ୍ତ୍ବେ ରୁଷ ଠାରୁ ତେଲ କିଣିବା ଜାରି ରଖିଥିବାରୁ ୨୪ ଘଣ୍ଟା ଭିତରେ ଭାରତ ଉପରେ ଅଧିକ ଶୁଳ୍କ ଲାଗୁ କରାଯିବ। ତାଙ୍କର ଅଭିଯୋଗ ହେଲା ଯେ ୟୁକ୍ରେନରେ ଯୁଦ୍ଧ ଚଳାଇଥିବା ରୁଷ ବିରୋଧରେ କଟକଣା ସତ୍ତ୍ବେ ତା ସହିତ ବାଣିଜ୍ୟ କାରବାର କରି ଭାରତ ପରୋକ୍ଷରେ ଯୁଦ୍ଧ ପାଇଁ ରୁଷକୁ ସହାୟତା କରୁଛି।
ଇତିମଧ୍ୟରେ ଭାରତର ବୈଦେଶିକ ବିଭାଗ ଟ୍ରମ୍ପଙ୍କ ଅଧିକ ଶୁଳ୍କୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି। ଭାରତ ପକ୍ଷରୁ କୁହାଯାଇଛି ଯେ ଅନ୍ୟ ଦେଶମାନେ ମଧ୍ୟ ରୁଷରୁ ତେଲ କିଣୁଥିବା ବେଳେ କେବଳ ଭାରତକୁ ଟାର୍ଗେଟ କରିବା ଦୁର୍ଭାଗ୍ୟଜନକ। ତେବେ ଭାରତ ଏହାର ଆର୍ଥିକ ସ୍ବାର୍ଥ ଓ ଶକ୍ତି ସୁରକ୍ଷାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ। ଯେଉଁ ଦେଶରେ ସାମଗ୍ରୀ ଶସ୍ତା, ସେହି ଦେଶରୁ କିଣିବା ପ୍ରକ୍ରିୟା ଜାରି ରଖିବ।