Drainage system - The Sakala

ମୌସୁମୀ ପୂର୍ବରୁ ସଫା ହେବ ରାଜଧାନୀର ସବୁ ଡ୍ରେନ୍; ଏପଟେ ପଙ୍କୋଦ୍ଧାର ପରେ ଅଧା ଡ୍ରେନ୍‌‌ ମୁକୁଳା
ଭୁବନେଶ୍ୱର: ବିଏମ୍‌‌ସି ଅଞ୍ଚଳରେ ଥିବା ଡ୍ରେନ୍‌‌ଗୁଡ଼ିକର ପଙ୍କୋଦ୍ଧାର କାର୍ଯ୍ୟ ଶେଷ ହେବାକୁ ବସିଛି। ମୌସୁମୀ ଆସିବା ପୂର୍ବରୁ ସବୁ ଡ୍ରେନ୍‌‌ରୁ ପଙ୍କୋଦ୍ଧାର କାମ ଶେଷ କରିବାକୁ ଲକ୍ଷ୍ୟ ରଖି ବିଏମ୍‌‌ସି ଏହି କାମ ଜାରି ରଖିଛି। ମାତ୍ର ପଙ୍କୋଦ୍ଧାର ସମୟରେ ଯେଉଁ ଡ୍ରେନ୍‌‌ଗୁଡ଼ିକରେ ସ୍ଲାବ୍‌‌ କଢ଼ାଯାଇଥିଲା ସେଥି ମଧ୍ୟରୁ ବହୁ ଡ୍ରେନ୍‌‌ ଏବେ ମୁକୁଳା ପଡ଼ିରହିଛି। ଫଳରେ ବର୍ଷା ହେଲେ ଅନେକ ଡ୍ରେନ୍‌‌ରେ ଲୋକେ ଗଳିପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ବଡ଼ ବଡ଼ ଡ୍ରେନ୍‌‌ର ଗୋଟିଏ ଦୁଇଟି ସ୍ଲାବ୍‌‌ ହଟାଯାଇ ଏଠାରୁ ପୂରା ଡ୍ରେନ୍‌‌ର ପଙ୍କ କଢ଼ାଯାଏ। ପରବର୍ତ୍ତୀ ସମୟରେ ଡ୍ରେନ ସ୍ଲାବକୁ ପୁନର୍ବାର ଦେଇ ଦିଆଯାଏ। ମାତ୍ର ଚଳିତ ବର୍ଷ ଅନେକ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିବା ବେଳେ ଏହି ଅବହେଳା ଯୋଗୁଁ ଡ୍ରେନ୍‌‌ଗୁଡ଼ିକ ବିପଦସଂକୁଳ ଅବସ୍ଥାରେ ରହିଛି।

ବର୍ତ୍ତମାନ ମୁଖ୍ୟତଃ ୟୁନିଟ୍‌‌-୧, ଖାରବେଳ ନଗର, ପିଏମ୍‌‌ଜି ରୋଡ ଭଳି ଅଞ୍ଚଳରେ ଏହି ସମସ୍ୟା ହୋଇଥିବା ବେଳେ ଅନ୍ୟ ଲେନ୍‌‌ଗୁଡ଼ିକରେ ଏହି ସ୍ଥିତି ଦେଖିବାକୁ ମିଳିଛି। ତେବେ ମୌସୁମୀ ଆସିବାକୁ ଦିନ କେଇଟା ବାକି ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସ୍ଲାବ୍‌‌ ନ ପଡ଼ିଥିବାରୁ ସ୍ଥାନୀୟ ବାସିନ୍ଦା ଆତଙ୍କିତ ଅବସ୍ଥାରେ ଅଛନ୍ତି। କାରଣ ବର୍ଷା ହେଲେ ସମ୍ପୂର୍ଣ୍ଣ ଅଞ୍ଚଳରେ ଜଳାର୍ଣ୍ଣବ ସ୍ଥିତି ସୃଷ୍ଟି ହୁଏ। କେଉଁଟା ରାସ୍ତା କେଉଁଟା ଡ୍ରେନ୍‌‌ ତାହା ଜଣାପଡ଼ି ନ ଥାଏ। ତେଣୁ ବର୍ଷା ପୂର୍ବରୁ ତୁରନ୍ତ ଡ୍ରେନ୍‌‌ର ସ୍ଲାବ୍‌‌ ପକାଇବା ପାଇଁ ଦାବି ହୋଇଛି। ଅନ୍ୟପଟେ କିଛି ସ୍ଥାନରେ ସ୍ଲାବଗୁଡ଼ିକ ଭାଙ୍ଗିଯାଇଥିବାରୁ ଏହାର ମରାମତି ମଧ୍ୟ ଆବଶ୍ୟକ ହେଉଛି। ହେଲେ ବିଏମ୍‌‌ସି ଡ୍ରେନ୍‌‌ ଡିଭିଜନ ଠିକା ସଂସ୍ଥା ଉପରେ କାମ ଛାଡ଼ି ଦେଇ ଚୁପ୍‌‌ ବସିଯାଇଥିବା ଲୋକେ ଅଭିଯୋଗ କରିଛନ୍ତି।

ମୁକୁଳା ଡ୍ରେନ୍‌‌ରେ ବ୍ୟାରିକେଡ୍‌‌ କରିବ ବିଏମ୍‌‌ସି

ଆସନ୍ତା ୭ ଦିନ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌‌ସି) ଅଞ୍ଚଳରେ ଥିବା ସମସ୍ତ ମୁଖ୍ୟ ଡ୍ରେନ୍‌‌ ସହ ଶାଖା ଡ୍ରେନ୍‌‌ଗୁଡ଼ିକ ସଫା କରିବାକୁ ସମସ୍ତ ଏଜେନ୍ସିଙ୍କୁ ବିଏମ୍‌‌ସି ମେୟର ସୁଲୋଚନା ଦାସ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ବିଏମ୍‌‌ସି ମୁଖ୍ୟ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ଡ୍ରେନେଜ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। କେତେକ ୱାର୍ଡରେ ଶତପ୍ରତିଶତ ଡ୍ରେନ୍‌‌ ସଫା ହୋଇସାରିଥିବା ବେଳେ କେତେକ ୱାର୍ଡରେ ୯୦ ଓ ଆଉ କେତେକ ୱାର୍ଡରେ ୬୦ରୁ ୮୦ ପ୍ରତିଶତ ଡ୍ରେନ୍‌‌ ସଫା ହୋଇସାରିଛି ବୋଲି ମେୟରଙ୍କୁ ଅବଗତ କରାଯାଇଛି। ମୌସୁମୀ ବର୍ଷା ଆସିବା ପୂବରୁ ଏହି କାର୍ଯ୍ୟ ତୁରନ୍ତ ସାରିବାକୁ ମେୟର ନିର୍ଦ୍ଦେଶ ଦେଇଛନ୍ତି। ଏଜେନ୍ସିଗୁଡ଼ିକ ଆସନ୍ତା ୭ ଦିନ ମଧ୍ୟରେ ଅଧିକ ଲୋକ ଲଗାଇ ଡ୍ରେନଗୁଡ଼ିକୁ ସଫା କରିବା ପାଇଁ ବୈଠକରେ ପ୍ରତିଶ୍ରୁତି ଦେଇଛନ୍ତି।

ବର୍ତ୍ତମାନ ବିଏମ୍‌‌ସି ଅଞ୍ଚଳରେ ୭୭ କିଲୋମିଟର ବିଶିଷ୍ଟ ୧୦ଟି ମୁଖ୍ୟ ଡ୍ରେନ ରହିଛି। ସେହିପରି ମହାନଗର ନିଗମ ଅଞ୍ଚଳର ବିଭିନ୍ନ ୱାର୍ଡରେ ପ୍ରାୟ ୯୨୫ କିଲୋମିଟର ଶାଖା ଡ୍ରେନ ରହିଛି। ସେଗୁଡିକ ମଧ୍ୟରୁ ଅନେକ ସଫା ହୋଇସାରିଛି। ବାକିଥିବା ଡ୍ରେନଗୁଡ଼ିକରୁ ପଙ୍କୋଦ୍ଧାର କରିବା ସହ ବାହାରୁଥିବା ପଙ୍କକୁ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ମଧ୍ୟ ମେୟର ନିର୍ଦେଶ ଦେଇଛନ୍ତି। ସାତ ଦିନ ମଧ୍ୟରେ ଡ୍ରେନ ସଫା ନ କଲେ ସମ୍ପୃକ୍ତ ଏଜେନ୍ସି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। କେତେକ ମୁକୁଳା ଡ୍ରେନ ପାର୍ଶ୍ବରେ ବ୍ୟାରିକେଡ ହୋଇ ନାହିଁ, ବ୍ୟାରିକେଡ ହୋଇ ନ ଥିବା ଡ୍ରେନ୍‌‌ ପାର୍ଶ୍ବରେ ବ୍ୟାରିକେଡ ନିର୍ମାଣ କରିବାକୁ କୁହାଯାଇଛି। ବର୍ଷା ଦିନେ ଯେପରି କୌଣସି ଦୁର୍ଘଟଣା ନ ଘଟେ ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ମଧ୍ୟ କୁହାଯାଇଛି।

ଆସନ୍ତା କାଲିଠାରୁ କେଉଁ ୱାର୍ଡରେ କେତେ କିଲୋମିଟର ଡ୍ରେନ୍‌‌ ଓ ରାସ୍ତା ରହିଛି, ତାହାକୁ ମାପିବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି। ପ୍ରତ୍ୟେକ ୱାର୍ଡର କର୍ପୋରେଟର, ସମ୍ପୃକ୍ତ ଏଜେନ୍ସି ଏବଂ ସାନିଟାରୀ ଇନ୍ସପେକ୍ଟର ମିଳିତ ଭାବେ ଏହି ମାପ କରିବେ। ଦୁଇ ଦିନ ମଧ୍ୟରେ ରାସ୍ତା ଓ ଡ୍ରେନ୍‌‌ ମାପ ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ମୌସୁମୀ ଆସିବା ପୂର୍ବରୁ ଜାତୀୟ ରାଜପଥ ପ୍ରାଧିକରଣ ଓ ବିଏମ୍‌‌ସି ତୁରନ୍ତ କାମ ଶେଷ କରିବା ପାଇଁ ପଦକ୍ଷେପ ନେଇଥିବା ବେଳେ ପୂର୍ତ୍ତ ବିଭାଗ କାର୍ଯ୍ୟ କରିବାରେ ବିଳମ୍ବ କରୁଛି ବୋଲି ବୈଠକରେ କୁହାଯାଇଛି। ବିଏମ୍‌‌ସି କାମ ଶେଷ ହେବା ପରେ ଆବଶ୍ୟକ ପଡ଼ିଲେ, ବିଏମ୍‌‌ସି ଡ୍ରେନ୍‌‌ ସଫେଇ କାର୍ଯ୍ୟରେ ପୂର୍ତ୍ତ ବିଭାଗକୁ ସହାୟତା କରିବ ବୋଲି ମେୟର କହିଛନ୍ତି।

ଆସୁଛି ମୌସୁମୀ; ରାଜଧାନୀରେ ଅସଜଡ଼ା ଡ୍ରେନ୍‍
ଦିନ କେଇଟା ପରେ ଓଡ଼ିଶା ଛୁଇଁବ ମୌସୁମୀ। ଚଳିତ ବର୍ଷ ସ୍ୱାଭାବିକ ବର୍ଷା ହେବ ବୋଲି ପାଣିପାଗ ସଂସ୍ଥା ପୂର୍ବାନୁମାନ କରିଛି। ହେଲେ ମୌସୁମୀ ଆସିବା ପୂର୍ବରୁ ରାଜଧାନୀବାସୀଙ୍କ ଛାତିରେ ଛନକା ପଶିଛି। କାରଣ ସାରା ସହରରେ ଡ୍ରେନେଜ୍‍ ବ୍ୟବସ୍ଥା ବିଗିଡ଼ି ପଡ଼ିଥିବା ବେଳେ ଚଳିତ ବର୍ଷ ସ୍ଥିତି ସଙ୍ଗିନ ହେବାର ଆଶଙ୍କା ରହିଛି। ଦୀର୍ଘଦିନ ଧରି ଜଳବନ୍ଦୀ ସମସ୍ୟା ଭୋଗୁଥିବା ଅଞ୍ଚଳବାସୀ ଏ ବର୍ଷ ବି ସମାନ ସ୍ଥିତିର ସମ୍ମୁଖୀନ ହେବାର ଆଶଙ୍କା ରହିଛି। କରୋନା ଯୋଗୁଁ ସବୁ ବନ୍ଦ ହୋଇ ପଡ଼ିବାରୁ ଡ୍ରେନେଜ୍‍ କାମ ସର୍ବାଧିକ ପ୍ରଭାବିତ ହୋଇଛି। ଏହାର ଫଳ ଆସନ୍ତା ମୌସୁମୀ ସମୟରେ ରାଜଧାନୀବାସୀ ଭୋଗିବାର ଅଧିକାଂଶ ଆଶଙ୍କା ରହିଛି। ଅନ୍ୟପଟେ ଆଗାମୀ ସ୍ଥିତିକୁ ଦେଖି ବାହାଘର ବେଳେ ବିଏମ୍‍ସି ତରବରିଆ ଭାବେ କାର୍ଯ୍ୟ ଆରମ୍ଭ କରିଛି। ବିଭାଗ ପକ୍ଷରୁ କିଛି ସମ୍ବେଦନଶୀଳ ଅଞ୍ଚଳରେ ଡ୍ରେନ୍‍ ସଫା କରାଯାଉଛି।

ଅନ୍ୟପଟେ ମୌସୁମୀ ମୁଣ୍ଡଉପରେ ଥିବାବେଳେ ପ୍ରମୁଖ ନାଳ ସଫା ନ ହେବା, ନିର୍ମାଣାଧୀନ ଡ୍ରେନ୍‍ ଅଧାପନ୍ତରିଆ ହୋଇ ପଡ଼ିରହିବା ସହିତ ଡ୍ରେନଗୁଡିକରୁ ପଙ୍କ ଉଦ୍ଧାର ଶେଷ ନ ହେବା ଲୋକଙ୍କ ସମସ୍ୟାକୁ ଆହୁରି ବଢ଼଼ାଇବ ବୋଲି ଜଣାପଡ଼ିଛି। ପ୍ରତିବର୍ଷ ରାଜଧାନୀର ପ୍ରମୁଖ ଜଳବନ୍ଦୀ ଅଞ୍ଚଳ ଯଥା ନୂଆପଲ୍ଲୀ ବେହେରାସାହି, ଭୋଇସାହି, ଖଣ୍ଡଗିରି ବାରି, ମେ’ ଫେୟାର ନିକଟସ୍ଥ ଅଞ୍ଚଳ, ଲକ୍ଷ୍ମୀ ସାଗର, ଝାରପଡ଼ା ଶାନ୍ତିନଗର, ମଲ୍ଲିକ କମ୍ପେ୍ଲ୍ଲକ୍ସ, ଗୌରୀ ଗାର୍ଡେନ, ପାଇକ ନଗର ଆଦିକୁ ମିଶାଇ ବିଏମ୍‍ସି ରାଜଧାନୀରେ ମୋଟ୍‍ ୩୭ଟି ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରିଥିଲା। ଗତବର୍ଷ ଏହି ଅଞ୍ଚଳ ମଧ୍ୟରୁ କିଛି ଅଞ୍ଚଳରେ ଯଦିଓ ଜଳବନ୍ଦୀ ସମସ୍ୟା ନ ଥିଲା କିନ୍ତୁ ସଠିକ ବ୍ୟବସ୍ଥା ଆପଣାଯାଇଥିଲା। ୨୦୧୯ ମସିହା ଜଳବନ୍ଦୀ ସମସ୍ୟାକୁ ଦେଖି ୨୦୨୦ ମୌସୁମୀ ଆସିବା ପୂର୍ବରୁ ସମସ୍ତ ପ୍ରକାର ପ୍ରତିକାର ବ୍ୟବସ୍ଥା ହୋଇଥିଲା। ଅନ୍ୟପଟେ ଇସ୍କନ ମନ୍ଦିର ସାମନାରେ ହେଉଥିବା ଜଳବନ୍ଦୀ ସମସ୍ୟାକୁ ଦୂର କରିବା ପାଇଁ ୩ ଟି ଡ୍ରେନ୍‍ ନିର୍ମାଣ ପାଇଁ ଯୋଜନା କରାଯାଇଥିଲା। ଏଥିରେ ଗୋଟିଏ ଡ୍ରେନ୍‍ ସରିଥିବା ବେଳେ ବାକି ଗୋଟିଏ ଡ୍ରେନ୍‍ର ଅଳ୍ପ କିଛି କାମ ବାକି ରହିଛି। କିନ୍ତୁ କ୍ରିଷ୍ଣା ଟାୱାର ପଛପଟରେ ନିର୍ମାଣ ହେଉଥିବା ଡ୍ରେନ୍‍ ସରିବାରେ ନାଁ ଧରୁନି। ପ୍ରାୟ ୨୦୦ ଫୁଟ୍‍ ଡ୍ରେନ୍‍ କାମ ବାକି ରହିଥିବା ବେଳେ ସ୍ଥାନୀୟ ଲୋକେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ବଡ଼କଥା ହେଉଛି ଯେ କାମ ଶୀଘ୍ର ସରିବ ବୋଲି ୩ ଜଣ ଠିକାଦାରଙ୍କୁ ୩ ଟି କାମ ଦିଆଯାଇଥିଲା। ମାତ୍ର ଜଣେ ଠିକାଦାରଙ୍କ ପାଇଁ ଲୋକେ ହଇରାଣ ହେବାର ଆଶଙ୍କା ରହିଛି। ଅନ୍ୟପଟେ ସ୍ଥାନୀୟ ବିଧାୟକଙ୍କୁ ଏ ସମ୍ପର୍କରେ ଲୋକମାନେ ଜଣାଇଥିବା ବେଳେ ସେ ମଧ୍ୟ ସମ୍ପୃକ୍ତ ଠିକାଦାରଙ୍କୁ ତାଗିଦା କରିଥିବା ଜଣାପଡ଼ିଛି। ହେଲେ କାମ କେବେ ସରିବ ତାକୁ ନେଇ ଏବେ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଭୁବନେଶ୍ୱରର ମୋଟ୍‍ ୬୭ଟି ୱାର୍ଡରୁ ୧୦ଟି ମୁଖ୍ୟ ଡ୍ରେନ୍‍ ବାହାରିଛି। ଉକ୍ତ ଡ୍ରେନ୍‍ଗୁଡ଼ିକ ସହିତ ଛୋଟ ଛୋଟ ଆଭ୍ୟନ୍ତରୀଣ ଡ୍ରେନ୍‍ ସଂଯୋଗ କରିଛି। ମୁଖ୍ୟ ଡ୍ରେନ୍‍ଗୁଡିକ ଯାଇ ଗଙ୍ଗୁଆରେ ପଡ଼ିଥିବା ବେଳେ ସେଠାରୁ ଦୟା ନଦୀରେ ମିଶୁଛି। ତେବେ ରାଜଧାନୀରେ ଏହି ମୁଖ୍ୟ ଡ୍ରେନ୍‍ର ଲମ୍ବ ପ୍ରାୟ ୬୦ କିମି ହୋଇଥିବାବେଳେ ୫୬୦ କିମି ଆଭ୍ୟନ୍ତରୀଣ ଡ୍ରେନ୍‍ ରହିଛି। ସେହିପରି ଏଥିରେ ଇଡ୍‍କୋ, ପୂର୍ତ୍ତ ବିଭାଗ ଓ ଏନ୍‍ଏ୍‍ଚଏଆଇର ବି ଡ୍ରେନ୍‍ ରହିଛି। ମାତ୍ର ବିଭାଗ ବିଭାଗ ମଧ୍ୟରେ ତାଳମେଳର ଅଭାବ ହେତୁ କୌଣସି ଥର ସବୁ ଡ୍ରେନ୍‍ ସଫା ହୋଇ ପାରୁନାହିଁ। ଫଳରେ ବର୍ଷା ହେଲେ ଡ୍ରେନ୍‍ରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ରାସ୍ତାରେ ପାଣି ଲହଡ଼ି ଖେଳୁଛି ଓ ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶୁଛି। ପ୍ରତିବର୍ଷ ବର୍ଷାଦିନେ ଇସ୍କନ ମନ୍ଦିର ଆଗରେ ବର୍ଷାଜଳରେ ଗାଡ଼ିମୋଟର ଭାସୁଛି।

ଏ ନେଇ ଡ୍ରେନେଜ ବିଭାଗୀୟ ମୁଖ୍ୟ ଇଞ୍ଜିନିୟର ଗୌତମ ଦାସ କହିଛନ୍ତି, ମୌସୁମୀ ପୂର୍ବରୁ କାମ ସାରିବାକୁ ବିଏମ୍‍ସି ପକ୍ଷରୁ ସବୁ ଚେଷ୍ଟା କରାଯାଇଛି। ଏବେ ମଧ୍ୟ କିଛି କାର୍ଯ୍ୟ ଜାରି ରହିଛି। ସେହିପରି ଡ୍ରେନ୍‍ଗୁଡିକର ସଫେଇ ଚାଲିଛି, ଏହା ବ୍ୟତୀତ ସମ୍ବେଦନଶୀଳ ଅଞ୍ଚଳଗୁଡିକ ପାଇଁ ପମ୍ପସେଟର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ଦାସ କହିଛନ୍ତି। ଅନ୍ୟପଟେ ଚଳିତ ବର୍ଷ କୋଭିଡ୍‍ ଯୋଗୁଁ ବହୁ ସମସ୍ୟା ହୋଇଛି। ଇଞ୍ଜିନିୟର, ଠିକାଦାରମାନେ କୋଭିଡ୍‍ରେ ଆକ୍ରାନ୍ତ ହେବାର କାମ ପ୍ରଭାବିତ ହୋଇଛି। ଏହା ସତ୍ତ୍ବେ ବି କାମ ଜାରି ରହିଛି ବୋଲି ସେ କହିଛନ୍ତି।